PERL/C3/Downloading-CPAN-module/Oriya

From Script | Spoken-Tutorial
Revision as of 13:24, 20 December 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Downloading CPAN modules ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ Ubuntu Linux Operating System ଓ Windows Operating Systemରେ ଆବଶ୍ୟକ CPAN modulesକୁ କିପରି ଡାଉନଲୋଡ୍ କରାଯାଏ ଶିଖିବା
00:17 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:

Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ Windows 7 Perl 5.14.2 ଓ gedit ଟେକ୍ସଟ ଏଡିଟର୍

00:32 ଆପଣ ନିଜ ପସନ୍ଦର ଯେକୌଣସି text editorକୁ ବ୍ୟବହାର କରିପାରିବେ
00:36 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କର Perl ପ୍ରୋଗ୍ରାମିଙ୍ଗ ଉପରେ କାର୍ଯ୍ୟକାରୀତା ଜ୍ଞାନ ଥିବା ଆବଶ୍ୟକ
00:41 ଯଦି ନାହିଁ ତେବେ spoken tutorial ୱେବସାଇଟରେ Perl ସମ୍ବନ୍ଧିତ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ
00:48 ପ୍ରଥମେ ଆମେ Ubuntu Linux OSରେ CPAN modulesକୁ କିପରି ଡାଉନଲୋଡ୍ କରାଯାଏ ଶିଖିବା
00:55 ଟର୍ମିନଲକୁ ଫେରିଆସନ୍ତୁ
00:57 sudo space cpan ଟାଇପ୍ କରିବା ସହିତ Enter ଦାବନ୍ତୁ. ଆବଶ୍ୟକ ସ୍ଥଳେ ପାସୱର୍ଡକୁ ପ୍ରବେଶ କରନ୍ତୁ
01:06 ଯଦି ଆପଣଙ୍କ ସିଷ୍ଟମରେ cpan ଇନଷ୍ଟଲ୍ ହୋ ଇନଥାଏ ତେବେ ଇନଷ୍ଟଲ୍ କରିବା ପାଇଁ ଏହା ଆପଣଙ୍କୁ ପ୍ରମ୍ପ୍ଟ କରିବ
01:13 ସୋପାନଗୁଡିକ ସହିତ ଦୟାକରି ଆଗକୁ ବଢନ୍ତୁ. ଇନଷ୍ଟଲେଶନ୍ କାର୍ଯ୍ୟ କରିବା ପାଇଁ ଆପଣଙ୍କ କମ୍ପ୍ୟୁଟରରେ ନିଶ୍ଚିତରୂପେ ଇଣ୍ଟରନେଟ୍ ସଂଯୁକ୍ତ ହୋଇଥିବା ଆବଶ୍ୟକ
01:21 ପ୍ରମ୍ପ୍ଟ cpanରେ ପରିବର୍ତ୍ତନ ହେବା ଆପଣ ଦେଖିପାରିବେ
01:26 ଉଦାହରଣସ୍ଵରୂପ, ମୁଁ ଗୋଟିଏ CSV ଫାଇଲରୁ କିଛି ଡେଟାକୁ ଗ୍ରହଣ କରିବା ସହିତ ସେଗୁଡିକୁ ମୋ’ର Perl ପ୍ରୋଗ୍ରାମରେ ବ୍ୟବହାର କରିବାକୁ ଚାହୁଁଛି
01:35 ଏଥି ପାଇଁ ଆମେ Text colon colon CSV ମୋଡ୍ୟୁଲକୁ ବ୍ୟବହାର କରିବା
01:40 ବ୍ୟବହାର କରିବା ପୂର୍ବରୁ Text colon colon CSV ମୋଡ୍ୟୁଲକୁ ଇନଷ୍ଟଲ୍ କରନ୍ତୁ
01:46 ଟର୍ମିନଲକୁ ଫେରିଆସନ୍ତୁ
01:48 install Text colon colon CSVକୁ ଟାଇପ୍ କରିବା ସହିତ Enter ଦାବନ୍ତୁ
01:55 ଏହି ମୋଡ୍ୟୁଲର ଅନୁରୂପ ପ୍ୟାକେଜଗୁଡିକ ଇନଷ୍ଟଲ୍ ହୋଇଯାଇଥିବା ଆପଣ ଦେଖିପାରିବେ
02:00 ଆପଣଙ୍କ ଇଣ୍ଟରନେଟର ବେଗ ଉପରେ ନିର୍ଭରକରି ଇନଷ୍ଟଲେଶନ୍ କିଛି ସମୟ ନେବ
02:06 ବର୍ତ୍ତମାନ ମୋଡ୍ୟୁଲ୍ ସଫଳତାର ସହ ଇନଷ୍ଟଲ୍ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ
02:12 cpanକୁ ବାହାର କରିବା ପାଇଁ q କୀକୁ ଦାବନ୍ତୁ
02:16 instmodsh ଟାଇପ୍ କରିବା ସହିତ Enter ଦାବନ୍ତୁ
02:23 ଇନଷ୍ଟଲ୍ ହୋ ଇଥିବା ମୋଡ୍ୟୁଲଗୁଡିକୁ ତାଲିକାଭୁକ୍ତ କରିବା ପାଇଁ l ଟାଇପ୍ କରନ୍ତୁ
02:28 ଏଠାରେ ଆମେ Text colon colon CSVକୁ ଦେଖିପାରିବା ଯାହା ଆମ ସିଷ୍ଟମରେ ମୋଡ୍ୟୁଲ୍ ଇନଷ୍ଟଲ୍ ହେବାକୁ ପ୍ରଦର୍ଶନ କରୁଛି
02:38 ବାହାର ହେବା ପାଇଁ q ଟାଇପ୍ କରନ୍ତୁ
02:41 ବର୍ତ୍ତମାନ candidates.csvକୁ ଖୋଲନ୍ତୁ ଯାହାକୁ ମୁଁ ଖୋଲିସାରିଛି
02:47 gedit candidates.csv ଟାଇପ୍ କରିବା ସହିତ Enter ଦାବନ୍ତୁ
02:53 ଏଠାରେ କମା ସେପାରେଟର୍ ସହିତ କ୍ୟାଣ୍ଡିଡେଟଙ୍କର name, age, gender ଓ email detailsକୁ ଦେଖିପାରିବା
03:02 ବର୍ତ୍ତମାନ ମୁଁ csvtest.pl ଫାଇଲକୁ ଖୋଲିବି ଯାହା ମଧ୍ୟରେ ଏହି ମୋଡ୍ୟୁଲକୁ ବ୍ୟବହାର କରି ଗୋଟିଏ Perl ପ୍ରୋଗ୍ରାମ୍ ଲେଖାଯାଇଛି
03:11 csv ଫାଇଲରେ ଷ୍ଟୋର୍ ହୋଇଥିବା name field ଭେଲ୍ୟୁଗୁଡିକୁ ଏହି ପ୍ରୋଗ୍ରାମ୍ extract କରିବ
03:18 use ଷ୍ଟେଟମେଣ୍ଟ Text colon colon CSV ମୋଡ୍ୟୁଲକୁ ଲୋଡ୍ କରିବ
03:23 candidates.csv ଫାଇଲକୁ ମୁଁ ଗୋଟିଏ local variable, dollar file ଭାବେ ଘୋଷଣା କରିସାରିଛି
03:29 ପରବର୍ତ୍ତୀ ଷ୍ଟେଟମେଣ୍ଟ, ଫାଇଲକୁ READ ମୋଡରେ ଖୋଲିବ
03:34 Text colon colon CSV, ଗୋଟିଏ class ଅଟେ ଏବଂ new ସହିତ constructorକୁ କଲ୍ କରିବା ଦ୍ଵାରା ଆମେ ଗୋଟିଏ instance ସୃଷ୍ଟି କରିପାରିବା
03:42 ସେପାରେଟର୍ କ୍ୟାରେକ୍ଟରକୁ କମା(,)ରେ ସେଟ୍ କରିବା ସହିତ ଏହି ଲାଇନ୍ ଗୋଟିଏ object ସୃଷ୍ଟି କରିବ
03:48 ଏଠାରେ while ଲୂପ୍ getline() ମେଥଡକୁ ବ୍ୟବହାର କରି ଧାଡି ଧାଡିକରି ଡେଟାକୁ ଫେଚ୍ କରିବ
03:54 getline ମେଥଡ୍ ଗୋଟିଏ arrayକୁ ଏକ reference ରିଟର୍ନ କରିବ
03:58 ଭେଲ୍ୟୁକୁ ଫେଚ୍ କରିବା ପାଇଁ ଏହାକୁ dereference କରିବା ଆବଶ୍ୟକ
04:02 csv ଫାଇଲରେ ଯିରୋ Index, name fieldକୁ ଉପସ୍ଥାପନ କରିବ
04:07 Print ଷ୍ଟେଟମେଣ୍ଟ csv ଫାଇଲରୁ ନାମଗୁଡିକୁ ପ୍ରିଣ୍ଟ କରିବ
04:11 ବର୍ତ୍ତମାନ Ctrl+Sକୁ ଦାବି ଫାଇଲକୁ save କରନ୍ତୁ
04:15 ପ୍ରୋଗ୍ରାମକୁ execute କରନ୍ତୁ
04:18 ଟର୍ମିନଲକୁ ଫେରିଆସିବା ସହିତ perl csvtest.pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
04:27 ଏଠାରେ ଆଉଟପୁଟ୍ ଭାବେ ଆମେ names fieldକୁ ଦେଖିପାରିବା
04:32 ତା’ପରେ ଆମେ Windows Operating Systemରେ ଆବଶ୍ୟକ CPAN ମୋଡ୍ୟୁଲଗୁଡିକୁ କିପରି ଡାଉନଲୋଡ୍ କରାଯାଏ ଦେଖିବା
04:39 ଯେତେବେଳେ Perl ଇନଷ୍ତଲ୍ ହୋ ଇଯିବ, PPM ନାମକ ଗୋଟିଏ ୟୁଟିଲିଟୀ ଯାହା Perl Package Module ଅଟେ, ଅଟୋମାଟିକାଲୀ ଇନଷ୍ଟଲ୍ ହୋଇଯିବ
04:48 PPMକୁ ବ୍ୟବହାର କରିବା ପାଇଁ ଆପଣଙ୍କ କମ୍ପ୍ୟୁଟରରେ ନିଶ୍ଚିତରୂପେ ଇଣ୍ଟରନେଟ୍ ସଂଯୁକ୍ତ ହୋଇଥିବା ଆବଶ୍ୟକ
04:53 ୟୁଟିଲିଟୀକୁ ବ୍ୟବହାର କରାଯାଇପାରିବ:

search module install remove ଓ Windows Operating Systemରେ ଆବଶ୍ୟକ ମୋଡ୍ୟୁଲଗୁଡିକୁ ଅପଗ୍ରେଡ୍ କରିବା ପାଇଁ

05:04 ବର୍ତ୍ତମାନ Windows OSରେ କମାଣ୍ଡ ୱିଣ୍ଡୋକୁ ଖୋଲନ୍ତୁ
05:09 command windowକୁ ଖୋଲିବା ପାଇଁ Startରେ କ୍ଲିକ୍ କରିବା ସହିତ cmd ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
05:17 ଆପଣଙ୍କ Windows OS ମେଶିନରେ Perl ଇନଷ୍ଟଲ୍ ହୋଇଛି କି ନାହିଁ ଯାଞ୍ଚ କରିବା ପାଇଁ perl hyphen v ଟାଇପ୍ କରନ୍ତୁ
05:25 ଆପଣଙ୍କ ମେଶିନରେ ଇନଷ୍ଟଲ୍ ହୋ ଇଥିବା Perlର ଭର୍ସନକୁ ଦେଖାଯାଇପାରିବ
05:30 ଯଦି Perl ଇନଷ୍ଟଲ୍ ହୋଇନଥାଏ ତେବେ ଏହି ୱେବସାଇଟରେ ଥିବା Perl Installation ଟ୍ୟୁଟୋରିଆଲକୁ ରେଫର୍ କରନ୍ତୁ
05:36 ଏହା Windows OSରେ କିପରି Perlକୁ ଇନଷ୍ଟଲ୍ କରାଯାଏ କହିବ
05:41 DOS ପ୍ରମ୍ପ୍ଟରେ ppm install Text colon colon CSVକୁ ଟାଇପ୍ କରିବା ସହିତ Enter ଦାବନ୍ତୁ
05:49 ଦୟାକରି ଧ୍ୟାନଦିଅନ୍ତୁ module ନାମଗୁଡିକ କେସ୍ ସେନସିଟିଭ୍ ଅଟନ୍ତି
05:53 ଇନଷ୍ଟଲେଶନ୍ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଆପଣ ଦେଖିପାରିବେ. ଇନଷ୍ଟଲେଶନ୍ ସମ୍ପୂର୍ଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ
06:00 ବିଦ୍ୟମାନ ଥିବା କାର୍ଯ୍ୟକାରୀ ଡାଇରେକ୍ଟୋରୀରେ ମୁଁ candidates.csv ଓ csvtest.pl ଫାଇଲକୁ କପୀ କରିସାରିଛି
06:08 ବର୍ତ୍ତମାନ Perl ପ୍ରୋଗ୍ରାମକୁ execute କରନ୍ତୁ
06:11 command windowରେ perl csvtest.pl ଟାଇପ୍ କରିବା ସହିତ Enter ଦାବନ୍ତୁ
06:18 ଏଠାରେ ଆଉଟପୁଟ୍ ଅଛି
06:21 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ
06:26 ଏହି ଟ୍ୟୁଟୋରିଆଲରେ ଆମେ Linux ଓ Windowsରେ CPAN modulesକୁ ଡାଉନଲୋଡ୍ କରିବା ଶିଖିଲେ
06:34 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି.

Date colon colon Calc ମୋଡ୍ୟୁଲକୁ ଇନଷ୍ଟଲ୍ କରିବା ପାଇଁ ଚେଷ୍ଟା କରନ୍ତୁ ମୋଡ୍ୟୁଲର ସର୍ଚ ପାଇଁ ପ୍ରଦତ୍ତ ୱେବସାଇଟକୁ ବ୍ୟବହାର କରନ୍ତୁ

06:47 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
06:54 Spoken Tutorial ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
07:03 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
07:06 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ

ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ

07:18 ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep