Blender/C2/3D-Cursor/Oriya

From Script | Spoken-Tutorial
Jump to: navigation, search
Time Narration
00:03 ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍
00:07 ଏହି ଟ୍ୟୁଟୋରିଆଲ୍ Blender 2.59ରେ ଥିବା 3D Cursor ଉପରେ ଆଧାରିତ
00:15 ଏହି ସ୍କ୍ରିପ୍ଟ Chirag Ramanଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି
00:25 ଏହି ଟ୍ୟୁଟୋରିଆଲକୁ ଦେଖିସାରିବା ପରେ, ଆପଣ, 3D କର୍ସର୍ କ’ଣ? ଜାଣି ପାରିବେ
00:32 ବ୍ଲେଣ୍ଡରରେ 3D cursor ବ୍ୟବହାର କରି କିପରି 3D ଭ୍ୟୁରେ ନୂତନ ଅବଜେକ୍ଟଗୁଡିକୁ ଯୋଗ କରିବେ ଏବଂ 3D କର୍ସର୍ ପାଇଁ ଥିବା ସ୍ନାପିଙ୍ଗ୍ ଅପଶନଗୁଡିକର ବ୍ୟବହାର
00:46 ସିଷ୍ଟମରେ ବ୍ଲେଣ୍ଡର୍ କିପରି ଇନଷ୍ଟଲ୍ କରାଯାଏ ଆପଣ ଜାଣିସାରିଥିବେ ବୋଲି ମୁଁ ଆଶା କରୁଛି
00:51 ଯଦି ନୁହେଁ, ଦୟାକରି Installing Blender ଉପରେ ଥିବା ପୂର୍ବ ଟ୍ୟୁଟୋରିଆଲଗୁଡିକର ସାହାଯ୍ୟ ନିଅନ୍ତୁ
00:57 ଲାଲ୍ ଓ ଧଳା ରଙ୍ଗର ରିଙ୍ଗ୍ ସହିତ ଥିବା କ୍ରସ୍-ହେୟାର୍ ହେଉଛି 3D Cursor ଯାହା ଆପଣ Blender ସ୍କ୍ରୀନର କେନ୍ଦ୍ରରେ ଥିବାର ଦେଖିପାରୁଥିବେ
01:06 ଚାଲନ୍ତୁ ବ୍ଲେଣ୍ଡରରେ ଥିବା 3D କର୍ସରକୁ ଦେଖିବା. ଏହା କରିବା ପାଇଁ ବ୍ଲେଣ୍ଡରକୁ ଖୋଲନ୍ତୁ
01:12 ବ୍ଲେଣ୍ଡରକୁ ଦୁଇଟି ମାର୍ଗରେ ଖୋଲିପାରିବେ
01:15 ପ୍ରଥମ ମାର୍ଗ, ଡେସ୍କଟପ୍ ଉପରେ ଥିବା Blender iconକୁ ଯା’ନ୍ତୁ. Blender icon ଉପରେ ରାଇଟ୍ କ୍ଲିକ୍ କରନ୍ତୁ. Open ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
01:27 ବ୍ଲେଣ୍ଡରକୁ ଖୋଲିବା ପାଇଁ ଦ୍ଵିତୀୟ ଓ ସହଜ ମାର୍ଗ ହେଉଛି, ଡେସ୍କଟପ୍ ଉପରେ ଥିବା Blender icon ଉପରେ ଲେଫ୍ଟ ଡବଲ୍ କ୍ଲିକ୍ କରନ୍ତୁ
01:42 ଏହା Blender 2.59 ଅଟେ. ଧ୍ୟାନ ଦିଅନ୍ତୁ ଯେ ଏଠାରେ ପ୍ରଦର୍ଶିତ ସ୍କ୍ରୀନ୍ ରିଜୋଲ୍ୟୁସନ୍ ହେଉଛି 1024 by 768 pixels
01:54 ବ୍ଲେଣ୍ଡର୍ ଇଣ୍ଟରଫେସରେ font sizeକୁ ବୃଦ୍ଧି କରାଯାଇଛି ଯାହାଦ୍ଵାରା ଆପଣ ପ୍ରଦତ୍ତ ସମସ୍ତ ଅପଶନଗୁଡିକୁ ବୁଝିପାରିବେ
02:01 Interfaceରେ କିପରି font sizeକୁ ବୃଦ୍ଧି କରାଯାଏ ଶିଖିବା ପାଇଁ, ଦୟାକରି User Preferences ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
02:12 ଏହା, ୱେଲକମ୍ ପେଜ୍ ବା splash screen ଭାବେ ଜଣାଯାଏ. ଏହା ବ୍ଲେଣ୍ଡର୍ ବିଷୟରେ ଶିଖିବା ପାଇଁ କିଛି ମହତ୍ଵପୂର୍ଣ୍ଣ reference linksକୁ ପ୍ରଦର୍ଶନ କରିଥାଏ
02:20 splash ସ୍କ୍ରୀନକୁ ବାହାର କରିବା ପାଇଁ, କୀବୋର୍ଡରେ ESCକୁ ଦାବନ୍ତୁ କିମ୍ବା
02:25 splash ସ୍କ୍ରୀନ ବ୍ୟତିତ, Blender interface ଉପରେ ଯେକୌଣସି ସ୍ଥାନରେ mouseରେ ଲେଫ୍ଟ କ୍ଲିକ୍ କରନ୍ତୁ
02:32 ବର୍ତ୍ତମାନ ଆପଣ default Blender workspaceକୁ ଦେଖିପାରିବେ
02:37 cube ଦ୍ଵାରା ପରିବେଷ୍ଟିତ, ସ୍କ୍ରୀନର ଠିକ୍ କେନ୍ଦ୍ରରେ 3D cursorକୁ ପାଇବେ
02:43 କର୍ସରକୁ ଠିକ୍ ଭାବେ ଦେଖିହେବ ନାହିଁ, ତେଣୁ cubeକୁ ଡିଲିଟ୍ କରିଦିଅନ୍ତୁ
02:48 ଡିଫଲ୍ଟ ଭାବେ, କ୍ୟୁବ୍ ଚୟନ ହୋଇସାରିଛି
02:51 ଏହାକୁ ଡିଲିଟ୍ କରିବା ପାଇଁ, କୀବୋର୍ଡ ଉପରେ ଥିବା Delete ବଟନକୁ ଦାବନ୍ତୁ. Deleteରେ ଲେଫ୍ଟ କ୍ଲିକ୍ କରନ୍ତୁ
02:58 ବର୍ତ୍ତମାନ ଆପଣ 3D cursorକୁ ଭଲ ଭାବେ ଦେଖିପାରିବେ
03:04 3D Cursorର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି 3D sceneରେ ଯୋଗ ହୋଇଥିବା ନୂତନ ଅବଜେକ୍ଟର ସ୍ଥାନକୁ ସ୍ଥିର କରିବା
03:15 ADD >> Meshକୁ ଯା’ନ୍ତୁ. Cube ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
03:19 3D viewରେ ନୂତନ ଅବଜେକ୍ଟକୁ ଯୋଗ କରିବା ପାଇଁ, ଆପଣ କୀବୋର୍ଡ୍ ସର୍ଟକଟ୍ shift & Aକୁ ବ୍ୟବହାର କରିପାରିବେ
03:27 3D viewରେ ଗୋଟିଏ ନୂତନ cube ଯୋଗ ହୋଇଯିବ
03:30 ଆପଣ ଦେଖିପାରିବେ, 3D cursor ଥିବା ସମାନ ସ୍ଥାନରେ ନୂତନ cube ଦୃଶ୍ୟମାନ ହେବ
03:38 ବର୍ତ୍ତମାନ ଚାଲନ୍ତୁ ଦେଖିବା, କିପରି ଆମେ ଗୋଟିଏ ନୂତନ ସ୍ଥାନରେ ଏକ ନୂତନ ଅବଜେକ୍ଟକୁ ଯୋଗ କରିପାରିବା
03:44 ପ୍ରଥମେ, 3D cursorକୁ ଗୋଟିଏ ନୂତନ ସ୍ଥାନକୁ ନେଇ ଚାଲନ୍ତୁ
03:48 ଏହା କରିବା ପାଇଁ, 3D spaceର ଯେକୌଣସି ସ୍ଥାନରେ ଲେଫ୍ଟ କ୍ଲିକ୍ କରନ୍ତୁ
03:53 କ୍ୟୁବର ବାମ କଡରେ କ୍ଲିକ୍ କରନ୍ତୁ
03:59 ଗୋଟିଏ ନୂତନ ଅବଜେକ୍ଟ , Meshକୁ ଯୋଗ କରିବା ପାଇଁ Shift & Aକୁ ଦାବନ୍ତୁ. UV sphere ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
04:10 3D କର୍ସରର ନୂତନ ସ୍ଥାନରେ UV sphere ଦୃଶ୍ୟମାନ ହେବ
04:15 ବର୍ତ୍ତମାନ ଆମେ, 3D କର୍ସରର ସ୍ନାପିଙ୍ଗ୍ ଅପଶନଗୁଡିକୁ ଦେଖିବା
04:22 Objectକୁ ଯା’ନ୍ତୁ. Snapକୁ ଯା’ନ୍ତୁ. ଏହା Snap ମେନୁ ଅଟେ
04:29 ଏଠାରେ ଅନେକ ଅପଶନ୍ ଅଛି
04:31 ଆପଣ କୀବୋର୍ଡ୍ ସର୍ଟକଟ୍ Shift & Sକୁ ମଧ୍ୟ ବ୍ୟବହାର କରିପାରିବେ
04:38 Selection to cursor, ଚୟନିତ ଉପାଦାନଗୁଡିକୁ 3D କର୍ସର୍ ସହିତ ସ୍ନାପ୍ କରିଦେବ
04:45 ଉଦାହରଣସ୍ଵରୂପ, 3D କର୍ସର୍ ସହିତ cubeକୁ ସ୍ନାପ୍ କରନ୍ତୁ
04:50 cube ଉପରେ ରାଇଟ୍ କ୍ଲିକ୍ କରନ୍ତୁ. snap ମେନୁକୁ ପୁଲ୍ ଅପ୍ କରିବା ପାଇଁ Shift & Sକୁ ଦାବନ୍ତୁ
04:58 Selection to cursor ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ. Cube, 3D କର୍ସର୍ ସହିତ ସ୍ନାପ୍ ହୋଇଯିବ
05:06 ବର୍ତ୍ତମାନ କ୍ୟୁବକୁ ଡାହାଣପଟକୁ ଘୁଞ୍ଚାଇ ନିଅନ୍ତୁ. green handle ଉପରେ ଲେଫ୍ଟ କ୍ଲିକ୍ କରି ଧରି ରଖନ୍ତୁ ଏବଂ ମାଉସକୁ ଡାହାଣପଟକୁ ଡ୍ରାଗ୍ କରିନିଅନ୍ତୁ
05:17 କୀବୋର୍ଡ୍ ସର୍ଟକଟ୍ ପାଇଁ, G&Yକୁ ଦାବନ୍ତୁ
05:23 3D viewରେ ଅବଜେକ୍ଟଗୁଡିକୁ ସ୍ଥାନାନ୍ତର କରିବା ବିଷୟରେ ଅଧିକ ଶିଖିବା ପାଇଁ, Basic description of Blender interface ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
05:35 ସ୍ନାପ୍ ମେନୁକୁ ପୁଲ୍ ଅପ୍ କରିବା ପାଇଁ Shift & Sକୁ ଦାବନ୍ତୁ. Cursor to Selected ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
05:43 ନୂତନ ସ୍ଥାନରେ କ୍ୟୁବର ଠିକ୍ କେନ୍ଦ୍ରରେ 3D କର୍ସର୍ ସ୍ନାପ୍ ହେବ
05:50 ଯଦି ଆପଣ ସମାନ ସମୟରେ, ଏକରୁ ଅଧିକ ଅବଜେକ୍ଟ ଚୟନ କରନ୍ତି ଯେପରି ଏଠାରେ, cube ଓ UV sphere
05:59 ଚୟନିତ ଦୁଇଟି ଅବଜେକ୍ଟର କେନ୍ଦ୍ରରେ, Cursor to selected, 3D କର୍ସରକୁ ସ୍ନାପ୍ କରିଦେବ
06:07 ପ୍ରଦର୍ଶନ ବେଳେ ଆପଣ ଦେଖିପାରୁଥିବେ, କ୍ୟୁବ୍ ଚୟନ ହୋଇସାରିଛି
06:12 UV sphereକୁ ଚୟନ କରିବା ପାଇଁ shift କୀ ସହିତ ରାଇଟ୍ କ୍ଲିକ୍ କରନ୍ତୁ. ତେଣୁ ବର୍ତ୍ତମାନ, ଏକ ସମୟରେ ଦୁଇଟି ଅବଜେକ୍ଟ ଚୟନିତ ହେଲେ
06:22 ସ୍ନାପ୍ ମେନୁକୁ ପୁଲ୍ ଅପ୍ କରିବା ପାଇଁ Shift & Sକୁ ଦାବନ୍ତୁ. Cursor to Selected ଉପରେ କ୍ଲିକ୍ କରନ୍ତୁ
06:30 ଦୁଇଟି ଚୟନିତ ଅବଜେକ୍ଟର କେନ୍ଦ୍ରରେ, 3D କର୍ସର ସ୍ନାପ୍ ହୋଇଯିବ
06:36 ବର୍ତ୍ତମାନ, lamp ଉପରେ Shift ପ୍ଲସ୍ right କ୍ଲିକ୍ କରନ୍ତୁ. ସ୍ନାପ୍ ମେନୁକୁ ପୁଲ୍ ଅପ୍ କରିବା ପାଇଁ Shift & Sକୁ ଦାବନ୍ତୁ
06:47 Cursor to Selected ଉପରେ କ୍ଲିକ୍ କରନ୍ତୁ. ତିନୋଟି ଚୟନିତ ଅବଜେକ୍ଟର କେନ୍ଦ୍ରରେ, 3D କର୍ସର ସ୍ନାପ୍ ହୋଇଯିବ
06:58 3D କର୍ସରକୁ ସ୍ଥାନାନ୍ତର କରିବା ପାଇଁ 3D viewର ଯେକୌଣସି ଏକ ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ. ମୁଁ ବଟମ୍ ରାଇଟରେ କ୍ଲିକ୍ କରିବି
07:07 ସ୍ନାପ୍ ମେନୁକୁ ପୁଲ୍ ଅପ୍ କରିବା ପାଇଁ Shift & Sକୁ ଦାବନ୍ତୁ
07:12 Cursor to Center ଉପରେ କ୍ଲିକ୍ କରନ୍ତୁ. 3D viewର କେନ୍ଦ୍ରରେ 3D cursor ସ୍ନାପ୍ ହୋଇଯିବ
07:22 ଅବଜେକ୍ଟଗୁଡିକୁ deselect କରିବା ପାଇଁ କୀବୋର୍ଡରେ A ଦାବନ୍ତୁ
07:28 ବର୍ତ୍ତମାନ UV sphere ଉପରେ ରାଇଟ୍ କ୍ଲିକ୍ କରନ୍ତୁ. ଏହାକୁ ଡିସିଲେକ୍ଟ କରିବା ପାଇଁ A ଦାବନ୍ତୁ
07:39 ସ୍ନାପ୍ ମେନୁକୁ ପୁଲ୍ ଅପ୍ କରିବା ପାଇଁ Shift & Sକୁ ଦାବନ୍ତୁ
07:44 Cursor to active ଉପରେ କ୍ଲିକ୍ କରନ୍ତୁ
07:47 ଶେଷ ଆକ୍ଟିଭ୍ ଚୟନ UV sphereର କେନ୍ଦ୍ରରେ, 3D cursor ସ୍ନାପ୍ ହୋଇଯିବ
07:56 3D cursor ଅତିରିକ୍ତ ସୁବିଧା ପ୍ରଦାନ କରେ ଯେତେବେଳେ ଏହା modelingରେ ଏହା ଗୋଟିଏ ପିଭୋଟ୍ ପଏଣ୍ଟ୍ ଭାବେ ବ୍ୟବହୃତ ହୁଏ
08:03 କିନ୍ତୁ ତାହାକୁ ଆମେ ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଆଲୋଚନା କରିବା
08:08 ବର୍ତ୍ତମାନ 3D cursor ବ୍ୟବହାର କରି 3D viewର ବିଭିନ୍ନ ସ୍ଥାନରେ ନୂତନ ଅବଜେକ୍ଟ ଯୋଗକରନ୍ତୁ
08:16 ଏହାପରେ, snap ମେନୁରେ ଥିବା ସ୍ନାପିଙ୍ଗ୍ ଅପଶନଗୁଡିକୁ ପରୀକ୍ଷା କରନ୍ତୁ.
08:26 ଏହା ଆମର ବ୍ଲେଣ୍ଡରର 3D Cursor ଉପରେ ଟ୍ୟୁଟୋରିଆଲକୁ ସମାପ୍ତ କରେ
08:31 ଏହା ପ୍ରୋଜେକ୍ଟ Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:40 ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ
09:00 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ
09:02 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:06 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
09:11 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ସମ୍ପର୍କ କରନ୍ତୁ
09:17 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି
09:19 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep