PERL/C3/Downloading-CPAN-module/Oriya
From Script | Spoken-Tutorial
Time | Narration |
00:01 | Downloading CPAN modules ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ Ubuntu Linux Operating System ଓ Windows Operating Systemରେ ଆବଶ୍ୟକ CPAN modulesକୁ କିପରି ଡାଉନଲୋଡ୍ କରାଯାଏ ଶିଖିବା |
00:17 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:
Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ Windows 7 Perl 5.14.2 ଓ gedit ଟେକ୍ସଟ ଏଡିଟର୍ |
00:32 | ଆପଣ ନିଜ ପସନ୍ଦର ଯେକୌଣସି text editorକୁ ବ୍ୟବହାର କରିପାରିବେ |
00:36 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କର Perl ପ୍ରୋଗ୍ରାମିଙ୍ଗ ଉପରେ କାର୍ଯ୍ୟକାରୀତା ଜ୍ଞାନ ଥିବା ଆବଶ୍ୟକ |
00:41 | ଯଦି ନାହିଁ ତେବେ spoken tutorial ୱେବସାଇଟରେ Perl ସମ୍ବନ୍ଧିତ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ |
00:48 | ପ୍ରଥମେ ଆମେ Ubuntu Linux OSରେ CPAN modulesକୁ କିପରି ଡାଉନଲୋଡ୍ କରାଯାଏ ଶିଖିବା |
00:55 | ଟର୍ମିନଲକୁ ଫେରିଆସନ୍ତୁ |
00:57 | sudo space cpan ଟାଇପ୍ କରିବା ସହିତ Enter ଦାବନ୍ତୁ. ଆବଶ୍ୟକ ସ୍ଥଳେ ପାସୱର୍ଡକୁ ପ୍ରବେଶ କରନ୍ତୁ |
01:06 | ଯଦି ଆପଣଙ୍କ ସିଷ୍ଟମରେ cpan ଇନଷ୍ଟଲ୍ ହୋ ଇନଥାଏ ତେବେ ଇନଷ୍ଟଲ୍ କରିବା ପାଇଁ ଏହା ଆପଣଙ୍କୁ ପ୍ରମ୍ପ୍ଟ କରିବ |
01:13 | ସୋପାନଗୁଡିକ ସହିତ ଦୟାକରି ଆଗକୁ ବଢନ୍ତୁ. ଇନଷ୍ଟଲେଶନ୍ କାର୍ଯ୍ୟ କରିବା ପାଇଁ ଆପଣଙ୍କ କମ୍ପ୍ୟୁଟରରେ ନିଶ୍ଚିତରୂପେ ଇଣ୍ଟରନେଟ୍ ସଂଯୁକ୍ତ ହୋଇଥିବା ଆବଶ୍ୟକ |
01:21 | ପ୍ରମ୍ପ୍ଟ cpanରେ ପରିବର୍ତ୍ତନ ହେବା ଆପଣ ଦେଖିପାରିବେ |
01:26 | ଉଦାହରଣସ୍ଵରୂପ, ମୁଁ ଗୋଟିଏ CSV ଫାଇଲରୁ କିଛି ଡେଟାକୁ ଗ୍ରହଣ କରିବା ସହିତ ସେଗୁଡିକୁ ମୋ’ର Perl ପ୍ରୋଗ୍ରାମରେ ବ୍ୟବହାର କରିବାକୁ ଚାହୁଁଛି |
01:35 | ଏଥି ପାଇଁ ଆମେ Text colon colon CSV ମୋଡ୍ୟୁଲକୁ ବ୍ୟବହାର କରିବା |
01:40 | ବ୍ୟବହାର କରିବା ପୂର୍ବରୁ Text colon colon CSV ମୋଡ୍ୟୁଲକୁ ଇନଷ୍ଟଲ୍ କରନ୍ତୁ |
01:46 | ଟର୍ମିନଲକୁ ଫେରିଆସନ୍ତୁ |
01:48 | install Text colon colon CSVକୁ ଟାଇପ୍ କରିବା ସହିତ Enter ଦାବନ୍ତୁ |
01:55 | ଏହି ମୋଡ୍ୟୁଲର ଅନୁରୂପ ପ୍ୟାକେଜଗୁଡିକ ଇନଷ୍ଟଲ୍ ହୋଇଯାଇଥିବା ଆପଣ ଦେଖିପାରିବେ |
02:00 | ଆପଣଙ୍କ ଇଣ୍ଟରନେଟର ବେଗ ଉପରେ ନିର୍ଭରକରି ଇନଷ୍ଟଲେଶନ୍ କିଛି ସମୟ ନେବ |
02:06 | ବର୍ତ୍ତମାନ ମୋଡ୍ୟୁଲ୍ ସଫଳତାର ସହ ଇନଷ୍ଟଲ୍ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ |
02:12 | cpanକୁ ବାହାର କରିବା ପାଇଁ q କୀକୁ ଦାବନ୍ତୁ |
02:16 | instmodsh ଟାଇପ୍ କରିବା ସହିତ Enter ଦାବନ୍ତୁ |
02:23 | ଇନଷ୍ଟଲ୍ ହୋ ଇଥିବା ମୋଡ୍ୟୁଲଗୁଡିକୁ ତାଲିକାଭୁକ୍ତ କରିବା ପାଇଁ l ଟାଇପ୍ କରନ୍ତୁ |
02:28 | ଏଠାରେ ଆମେ Text colon colon CSVକୁ ଦେଖିପାରିବା ଯାହା ଆମ ସିଷ୍ଟମରେ ମୋଡ୍ୟୁଲ୍ ଇନଷ୍ଟଲ୍ ହେବାକୁ ପ୍ରଦର୍ଶନ କରୁଛି |
02:38 | ବାହାର ହେବା ପାଇଁ q ଟାଇପ୍ କରନ୍ତୁ |
02:41 | ବର୍ତ୍ତମାନ candidates.csvକୁ ଖୋଲନ୍ତୁ ଯାହାକୁ ମୁଁ ଖୋଲିସାରିଛି |
02:47 | gedit candidates.csv ଟାଇପ୍ କରିବା ସହିତ Enter ଦାବନ୍ତୁ |
02:53 | ଏଠାରେ କମା ସେପାରେଟର୍ ସହିତ କ୍ୟାଣ୍ଡିଡେଟଙ୍କର name, age, gender ଓ email detailsକୁ ଦେଖିପାରିବା |
03:02 | ବର୍ତ୍ତମାନ ମୁଁ csvtest.pl ଫାଇଲକୁ ଖୋଲିବି ଯାହା ମଧ୍ୟରେ ଏହି ମୋଡ୍ୟୁଲକୁ ବ୍ୟବହାର କରି ଗୋଟିଏ Perl ପ୍ରୋଗ୍ରାମ୍ ଲେଖାଯାଇଛି |
03:11 | csv ଫାଇଲରେ ଷ୍ଟୋର୍ ହୋଇଥିବା name field ଭେଲ୍ୟୁଗୁଡିକୁ ଏହି ପ୍ରୋଗ୍ରାମ୍ extract କରିବ |
03:18 | use ଷ୍ଟେଟମେଣ୍ଟ Text colon colon CSV ମୋଡ୍ୟୁଲକୁ ଲୋଡ୍ କରିବ |
03:23 | candidates.csv ଫାଇଲକୁ ମୁଁ ଗୋଟିଏ local variable, dollar file ଭାବେ ଘୋଷଣା କରିସାରିଛି |
03:29 | ପରବର୍ତ୍ତୀ ଷ୍ଟେଟମେଣ୍ଟ, ଫାଇଲକୁ READ ମୋଡରେ ଖୋଲିବ |
03:34 | Text colon colon CSV, ଗୋଟିଏ class ଅଟେ ଏବଂ new ସହିତ constructorକୁ କଲ୍ କରିବା ଦ୍ଵାରା ଆମେ ଗୋଟିଏ instance ସୃଷ୍ଟି କରିପାରିବା |
03:42 | ସେପାରେଟର୍ କ୍ୟାରେକ୍ଟରକୁ କମା(,)ରେ ସେଟ୍ କରିବା ସହିତ ଏହି ଲାଇନ୍ ଗୋଟିଏ object ସୃଷ୍ଟି କରିବ |
03:48 | ଏଠାରେ while ଲୂପ୍ getline() ମେଥଡକୁ ବ୍ୟବହାର କରି ଧାଡି ଧାଡିକରି ଡେଟାକୁ ଫେଚ୍ କରିବ |
03:54 | getline ମେଥଡ୍ ଗୋଟିଏ arrayକୁ ଏକ reference ରିଟର୍ନ କରିବ |
03:58 | ଭେଲ୍ୟୁକୁ ଫେଚ୍ କରିବା ପାଇଁ ଏହାକୁ dereference କରିବା ଆବଶ୍ୟକ |
04:02 | csv ଫାଇଲରେ ଯିରୋ Index, name fieldକୁ ଉପସ୍ଥାପନ କରିବ |
04:07 | Print ଷ୍ଟେଟମେଣ୍ଟ csv ଫାଇଲରୁ ନାମଗୁଡିକୁ ପ୍ରିଣ୍ଟ କରିବ |
04:11 | ବର୍ତ୍ତମାନ Ctrl+Sକୁ ଦାବି ଫାଇଲକୁ save କରନ୍ତୁ |
04:15 | ପ୍ରୋଗ୍ରାମକୁ execute କରନ୍ତୁ |
04:18 | ଟର୍ମିନଲକୁ ଫେରିଆସିବା ସହିତ perl csvtest.pl ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
04:27 | ଏଠାରେ ଆଉଟପୁଟ୍ ଭାବେ ଆମେ names fieldକୁ ଦେଖିପାରିବା |
04:32 | ତା’ପରେ ଆମେ Windows Operating Systemରେ ଆବଶ୍ୟକ CPAN ମୋଡ୍ୟୁଲଗୁଡିକୁ କିପରି ଡାଉନଲୋଡ୍ କରାଯାଏ ଦେଖିବା |
04:39 | ଯେତେବେଳେ Perl ଇନଷ୍ତଲ୍ ହୋ ଇଯିବ, PPM ନାମକ ଗୋଟିଏ ୟୁଟିଲିଟୀ ଯାହା Perl Package Module ଅଟେ, ଅଟୋମାଟିକାଲୀ ଇନଷ୍ଟଲ୍ ହୋଇଯିବ |
04:48 | PPMକୁ ବ୍ୟବହାର କରିବା ପାଇଁ ଆପଣଙ୍କ କମ୍ପ୍ୟୁଟରରେ ନିଶ୍ଚିତରୂପେ ଇଣ୍ଟରନେଟ୍ ସଂଯୁକ୍ତ ହୋଇଥିବା ଆବଶ୍ୟକ |
04:53 | ୟୁଟିଲିଟୀକୁ ବ୍ୟବହାର କରାଯାଇପାରିବ:
search module install remove ଓ Windows Operating Systemରେ ଆବଶ୍ୟକ ମୋଡ୍ୟୁଲଗୁଡିକୁ ଅପଗ୍ରେଡ୍ କରିବା ପାଇଁ |
05:04 | ବର୍ତ୍ତମାନ Windows OSରେ କମାଣ୍ଡ ୱିଣ୍ଡୋକୁ ଖୋଲନ୍ତୁ |
05:09 | command windowକୁ ଖୋଲିବା ପାଇଁ Startରେ କ୍ଲିକ୍ କରିବା ସହିତ cmd ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
05:17 | ଆପଣଙ୍କ Windows OS ମେଶିନରେ Perl ଇନଷ୍ଟଲ୍ ହୋଇଛି କି ନାହିଁ ଯାଞ୍ଚ କରିବା ପାଇଁ perl hyphen v ଟାଇପ୍ କରନ୍ତୁ |
05:25 | ଆପଣଙ୍କ ମେଶିନରେ ଇନଷ୍ଟଲ୍ ହୋ ଇଥିବା Perlର ଭର୍ସନକୁ ଦେଖାଯାଇପାରିବ |
05:30 | ଯଦି Perl ଇନଷ୍ଟଲ୍ ହୋଇନଥାଏ ତେବେ ଏହି ୱେବସାଇଟରେ ଥିବା Perl Installation ଟ୍ୟୁଟୋରିଆଲକୁ ରେଫର୍ କରନ୍ତୁ |
05:36 | ଏହା Windows OSରେ କିପରି Perlକୁ ଇନଷ୍ଟଲ୍ କରାଯାଏ କହିବ |
05:41 | DOS ପ୍ରମ୍ପ୍ଟରେ ppm install Text colon colon CSVକୁ ଟାଇପ୍ କରିବା ସହିତ Enter ଦାବନ୍ତୁ |
05:49 | ଦୟାକରି ଧ୍ୟାନଦିଅନ୍ତୁ module ନାମଗୁଡିକ କେସ୍ ସେନସିଟିଭ୍ ଅଟନ୍ତି |
05:53 | ଇନଷ୍ଟଲେଶନ୍ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଆପଣ ଦେଖିପାରିବେ. ଇନଷ୍ଟଲେଶନ୍ ସମ୍ପୂର୍ଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ |
06:00 | ବିଦ୍ୟମାନ ଥିବା କାର୍ଯ୍ୟକାରୀ ଡାଇରେକ୍ଟୋରୀରେ ମୁଁ candidates.csv ଓ csvtest.pl ଫାଇଲକୁ କପୀ କରିସାରିଛି |
06:08 | ବର୍ତ୍ତମାନ Perl ପ୍ରୋଗ୍ରାମକୁ execute କରନ୍ତୁ |
06:11 | command windowରେ perl csvtest.pl ଟାଇପ୍ କରିବା ସହିତ Enter ଦାବନ୍ତୁ |
06:18 | ଏଠାରେ ଆଉଟପୁଟ୍ ଅଛି |
06:21 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ |
06:26 | ଏହି ଟ୍ୟୁଟୋରିଆଲରେ ଆମେ Linux ଓ Windowsରେ CPAN modulesକୁ ଡାଉନଲୋଡ୍ କରିବା ଶିଖିଲେ |
06:34 | ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି.
Date colon colon Calc ମୋଡ୍ୟୁଲକୁ ଇନଷ୍ଟଲ୍ କରିବା ପାଇଁ ଚେଷ୍ଟା କରନ୍ତୁ ମୋଡ୍ୟୁଲର ସର୍ଚ ପାଇଁ ପ୍ରଦତ୍ତ ୱେବସାଇଟକୁ ବ୍ୟବହାର କରନ୍ତୁ |
06:47 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
06:54 | Spoken Tutorial ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
07:03 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
07:06 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
07:18 | ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |