Linux/C3/More-on-sed-command/Oriya

From Script | Spoken-Tutorial
Revision as of 13:30, 11 October 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, More on sed ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ କିଛି ଉଦାହରଣର ସାହାଯ୍ୟ ନେଇ sed commands ବିଷୟରେ କିଛି ଅଧିକ ଶିଖିବା
00:13 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି
00:15 Ubuntu Linux ଭର୍ସନ୍ 12.04 ଅପରେଟିଙ୍ଗ ସିଷ୍ଟମ୍
00:20 ଏବଂ GNU BASH ଭର୍ସନ୍ 4.2.24
00:24 ଦୟାକରି ଧ୍ୟାନଦିଅନ୍ତୁ ଯେ ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିଶ କରାଯାଉଛି
00:32 ପ୍ରାକ୍ ଆବଶ୍ୟକତା ଭାବେ:
00:34 ଆପଣ Linux ଟର୍ମିନଲର ମୌଳିକତା ଜାଣିଥିବା ଆବଶ୍ୟକ
00:37 sed ଟୂଲ୍ ଉପରେ ଜ୍ଞାନ ଥିବା ଆବଶ୍ୟକ
00:40 ସମ୍ପର୍କୀତ ଟ୍ୟୂଟୋରିଆଲଗୁଡିକ ପାଇଁ, ଦୟାକରି ପ୍ରଦର୍ଶିତ ହୋଇଥିବା ଆମ ୱେବସାଇଟକୁ ଯା’ନ୍ତୁ: http://spoken-tutorial.org
00:46 sed, ସବଷ୍ଟିଚ୍ୟୁଶନରେ ମୁଖ୍ୟତଃ ବ୍ୟବହୃତ ହୋଇଥାଏ
00:49 ଇନପୁଟରେ କିଛି ପ୍ୟାଟର୍ନକୁ ଅନ୍ୟ କିଛି ସହିତ ପ୍ରତିସ୍ଥାପିତ କରିବା
00:55 ପ୍ରଥମେ ଚାଲନ୍ତୁ ଅସଲ ଫାଇଲ୍ seddemo.txtକୁ ଦେଖିବା
01:01 ଧ୍ୟାନଦିଅନ୍ତୁ ଯେ ଶବ୍ଦ Kumar ଚତୁଃର୍ଥ ଲାଇନରେ ଦୁଇଥର ଏବଂ ଷଷ୍ଠ ଲାଇନରେ ଥରେ ମାତ୍ର ଦୃଶ୍ୟମାନ ହୋଇଛି
01:10 ଯଦି ଆପଣ Kumarର ସମସ୍ତ ଦୃଶ୍ୟମାନତାକୁ Roy ସହିତ ପ୍ରତିସ୍ଥାପିତ କରିବାକୁ ଚାହାଁନ୍ତି,
01:16 ତେବେ ଟର୍ମିନଲ୍ ଉପରେ ଟାଇପ୍ କରନ୍ତୁ:
01:18 sed ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ s front slash / ସ୍କୋୟାର୍ ବ୍ରାକେଟ୍ ଆରମ୍ଭ small k capital K ସ୍କୋୟାର୍ ବ୍ରାକେଟ୍ ଶେଷ umar ସ୍ଲାଶ Roy ସ୍ଲାଶ୍ ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt
01:40 Enter ଦାବନ୍ତୁ
01:43 ଚତୁଃର୍ଥ ଲାଇନକୁ ଲକ୍ଷ୍ୟ କରନ୍ତୁ
01:46 କେବଳ ପ୍ରଥମ ଦୃଶ୍ୟମାନତାରେ Kumar, Royକୁ ପରିବର୍ତ୍ତନ ହୋଇଛି, ଦ୍ଵିତୀୟଟିରେ ନୁହେଁ
01:52 ଷଷ୍ଠ ଲାଇନରେ ଶବ୍ଦ Kumarର ଗୋଟିଏ ଦୃଶ୍ୟମାନତା ଥିଲା ଏବଂ ବର୍ତ୍ତମାନ ଏହା ପ୍ରତିସ୍ଥାପିତ ହୋଇଛି
01:57 ତେଣୁ, ଲାଇନଗୁଡିକର କେବଳ ପ୍ରଥମ ଏଣ୍ଟ୍ରୀ ପରିବର୍ତ୍ତନ ହୋଇଥିବା ଦେଖିପାରିବେ
02:03 ଏହାର କାରଣ, ଡିଫଲ୍ଟ ଭାବେ ଯେକୌଣସି ଲାଇନର ପ୍ରଥମ ମେଳ ହେଉଥିବା ଏଣ୍ଟ୍ରୀ ପ୍ରତିସ୍ଥାପିତ ହୋଇଛି
02:11 ସମସ୍ତ ମେଳ ହେଉଥିବା ଏଣ୍ଟ୍ରୀଗୁଡିକୁ ପ୍ରତିସ୍ଥାପିତ କରିବା ପାଇଁ ବିକଳ୍ପ flag gକୁ ବ୍ୟବହାର କରିବା ଆବଶ୍ୟକ
02:17 ପ୍ରମ୍ପ୍ଟକୁ କ୍ଲିୟର୍ କରନ୍ତୁ
02:20 ଟାଇପ୍ କରନ୍ତୁ: sed ସ୍ପେସ୍ (ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ) s front-slash ସ୍କୋୟାର୍ ବ୍ରାକେଟ୍ ଆରମ୍ଭ small k capital K ସ୍କୋୟାର୍ ବ୍ରାକେଟ୍ ଶେଷ umar ସ୍ଲାଶ Roy ସ୍ଲାଶ୍ g ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt. Enter ଦାବନ୍ତୁ
02:43 ବର୍ତ୍ତମାନ, ଚତୁଃର୍ଥ ଲାଇନର ଉଭୟ ଲାଇନଗୁଡିକ ପ୍ରତିସ୍ଥାପିତ ହୋଇଯାଇଛି
02:48 ଏହି ଭଳି ଏକାଥରେ ଆମେ ଅନେକ ପ୍ରତିସ୍ଥାପନ କରିପାରିବା
02:53 ମନେକରନ୍ତୁ, ଫାଇଲ୍ seddemo.txtରେ ଆମେ electronics ଶବ୍ଦକୁ electrical ଶବ୍ଦ ସହିତ
02:58 ଏବଂ civilକୁ metallurgy ସହିତ ପ୍ରତିସ୍ଥାପିତ କରିବାକୁ ଚାହୁଁଛୁ
03:04 promptକୁ କ୍ଲିୟର୍ କରନ୍ତୁ
03:07 ଟାଇପ୍ କରନ୍ତୁ: sed ସ୍ପେସ୍ ହାଇଫେନ୍ e ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ s front ସ୍ଲାଶ୍ electronics ସ୍ଲାଶ୍ electrical ସ୍ଲାଶ୍ g ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ ହାଇଫେନ୍ e ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ s front-ସ୍ଲାଶ୍ civil ସ୍ଲାଶ୍ metallurgy ସ୍ଲାଶ୍ g ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt
03:37 Enter ଦାବନ୍ତୁ
03:39 ଶବ୍ଦଗୁଡିକ ପ୍ରତିସ୍ଥାପିତ ହୋଇଥିବା ଆପଣ ଦେଖିପାରିବେ
03:43 ବର୍ତ୍ତମାନ ଆମେ computers ଥିବା Anirbanର streamକୁ mathematicsରେ ପରିବର୍ତ୍ତନ କରିବାକୁ ଚାହୁଁଛୁ
03:49 ଏହି କ୍ଷେତ୍ରରେ ଟାଇପ୍ କରନ୍ତୁ:
03:54 sed ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ front-slash Anirban ସ୍ଲାଶ୍ s ସ୍ଲାଶ୍ computers ସ୍ଲାଶ୍ mathematics ସ୍ଲାଶ୍ g ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt
04:11 Enter ଦାବନ୍ତୁ
04:14 ଦେଖନ୍ତୁ ଯେ stream ପରିବର୍ତ୍ତନ ହୋଇଯାଇଛି
04:17 ଏହା କ’ଣ ଚାଲନ୍ତୁ ବୁଝିବା
04:21 ପ୍ରଥମେ sed ଲେଖନ୍ତୁ ତା’ପରେ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ ମେଳ ହେବାକୁ ଥିବା ପ୍ୟାଟର୍ନକୁ ଲେଖନ୍ତୁ
04:28 ଏହା Anirban ଅଟେ
04:30 ବର୍ତ୍ତମାନ ସ୍ଲାଶ୍ ପରେ ଅପରେଶନ୍ ଆସିଥାଏ
04:34 ଏହା s ଅଟେ ଯାହା ସବଷ୍ଟିଚ୍ୟୁଶନକୁ ଉପସ୍ଥାପିତ କରେ ଯାହାକୁ ଆମେ ଦେଖିସାରିଛେ
04:41 ତା’ପରେ ପ୍ରତିସ୍ଥାପିତ ହେବାକୁ ଥିବା ପ୍ୟାଟର୍ନକୁ ଉଲ୍ଲେଖ କରନ୍ତୁ ଯାହା computers ଅଟେ
04:47 ତା’ପରେ ପ୍ରତିସ୍ଥାପିତ ହେବାକୁ ଥିବା ନୁତନ ଶବ୍ଦ mathematics ଅଟେ
04:53 ଫାଇଲରେ ଲାଇନଗୁଡିକୁ ସଂଯୁକ୍ତ କିମ୍ବା ବାହାର କରିବା ପାଇଁ sedକୁ ମଧ୍ୟ ବ୍ୟବହାର କରାଯାଇପାରିବ
05:00 ମନେକରନ୍ତୁ, ଆମେ ସେହି ଲାଇନଗୁଡିକୁ ଚୟନ କରିବାକୁ ଚାହୁଁଛୁ ଯାହାର electronics ଭାବେ stream ନାହିଁ
05:06 ସେଥି ପାଇଁ, d flag ଅଛି
05:10 ଟାଇପ୍ କରନ୍ତୁ: sed ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ front-slash electronics ସ୍ଲାଶ୍ d ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt ସ୍ପେସ୍ greater than ଚିହ୍ନ ସ୍ପେସ୍ nonelectronics.txt
05:31 Enter ଦାବନ୍ତୁ
05:33 କଣ୍ଟେଣ୍ଟଗୁଡିକୁ ଦେଖିବା ପାଇଁ ଟାଇପ୍ କରନ୍ତୁ: cat ସ୍ପେସ୍ nonelectronics.txt
05:43 ମନେକରନ୍ତୁ, ଫାଇଲର ଆରମ୍ଭରେ ଆମେ Student Information ନାମକ ଗୋଟିଏ ଲାଇନକୁ ସଂଯୁକ୍ତ କରିବାକୁ ଚାହୁଁଛୁ
05:49 ସେଥି ପାଇଁ ଆକ୍ସନ୍ i ଅଛି
05:54 ଟାଇପ୍ କରନ୍ତୁ: sed ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ 1i ସ୍ପେସ୍ Student Information ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt
06:10 ଏବଂ Enter ଦାବନ୍ତୁ
06:13 ଆପଣ ଆଉଟପୁଟକୁ ଦେଖିପାରିବେ
06:15 ପ୍ରକୃତରେ, ଆମେ ଏହି ପରି ଅନେକ ଲାଇନଗୁଡିକୁ ପ୍ରବେଶ କରିପାରିବା
06:20 ମନେକରନ୍ତୁ, ଆମେ ଦୁଇଟି ଲାଇନକୁ ସଂଯୁକ୍ତ କରିବାକୁ ଚାହୁଁଛୁ. ଏହାକୁ ସମାନ ମାର୍ଗରେ କରନ୍ତୁ
06:26 Student Information ସହିତ ଆମେ ପରବର୍ତ୍ତୀ ବର୍ଷରେ academicsକୁ ସଂଯୁକ୍ତ କରିବାକୁ ଚାହୁଁଛୁ
06:33 ତେଣୁ ଏହି କ୍ଷେତ୍ରରେ ଟାଇପ୍ କରନ୍ତୁ: sed ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ 1i ସ୍ପେସ୍ Student Information ସ୍ଲାଶ୍ n 2013 ସିଙ୍ଗଲ୍ କ୍ଵୋଟ୍ ପରେ seddemo.txt
06:55 Enter ଦାବନ୍ତୁ
06:57 ଷ୍ଟ୍ରିଙ୍ଗ Information ଓ 2013 ମଧ୍ୟରେ ଥିବା slash nକୁ ଲକ୍ଷ୍ୟ କରନ୍ତୁ
07:05 slash n, Student Information ପରେ ଥିବା ଲାଇନରେ 2013କୁ ପ୍ରିଣ୍ଟ କରିବ
07:12 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
07:14 ସଂକ୍ଷିପ୍ତରେ,
07:17 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
07:19 Substitution, Replacement
07:21 ଏବଂ Insertion
07:24 ଗୋଟିଏ ଆସାଇନମେଣ୍ଟ ଭାବେ, ସମାନ ଟେକ୍ସଟ ଫାଇଲ୍ seddemo.txtକୁ ବ୍ୟବହାର କରନ୍ତୁ
07:30 ଏବଂ ନାମ Ankitକୁ Ashish ସହିତ ପ୍ରତିସ୍ଥାପନ କିମ୍ବା ପ୍ରତିବଦଳ କରିବାକୁ ଚେଷ୍ଟା କରନ୍ତୁ
07:35 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
07:39 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:42 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:47 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:53 * ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
07:57 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08:04 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:09 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:16 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:28 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep