Linux/C3/More-on-sed-command/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, More on sed ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ କିଛି ଉଦାହରଣର ସାହାଯ୍ୟ ନେଇ sed commands ବିଷୟରେ କିଛି ଅଧିକ ଶିଖିବା |
00:13 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି |
00:15 | Ubuntu Linux ଭର୍ସନ୍ 12.04 ଅପରେଟିଙ୍ଗ ସିଷ୍ଟମ୍ |
00:20 | ଏବଂ GNU BASH ଭର୍ସନ୍ 4.2.24 |
00:24 | ଦୟାକରି ଧ୍ୟାନଦିଅନ୍ତୁ ଯେ ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିଶ କରାଯାଉଛି |
00:32 | ପ୍ରାକ୍ ଆବଶ୍ୟକତା ଭାବେ: |
00:34 | ଆପଣ Linux ଟର୍ମିନଲର ମୌଳିକତା ଜାଣିଥିବା ଆବଶ୍ୟକ |
00:37 | sed ଟୂଲ୍ ଉପରେ ଜ୍ଞାନ ଥିବା ଆବଶ୍ୟକ |
00:40 | ସମ୍ପର୍କୀତ ଟ୍ୟୂଟୋରିଆଲଗୁଡିକ ପାଇଁ, ଦୟାକରି ପ୍ରଦର୍ଶିତ ହୋଇଥିବା ଆମ ୱେବସାଇଟକୁ ଯା’ନ୍ତୁ: http://spoken-tutorial.org |
00:46 | sed, ସବଷ୍ଟିଚ୍ୟୁଶନରେ ମୁଖ୍ୟତଃ ବ୍ୟବହୃତ ହୋଇଥାଏ |
00:49 | ଇନପୁଟରେ କିଛି ପ୍ୟାଟର୍ନକୁ ଅନ୍ୟ କିଛି ସହିତ ପ୍ରତିସ୍ଥାପିତ କରିବା |
00:55 | ପ୍ରଥମେ ଚାଲନ୍ତୁ ଅସଲ ଫାଇଲ୍ seddemo.txtକୁ ଦେଖିବା |
01:01 | ଧ୍ୟାନଦିଅନ୍ତୁ ଯେ ଶବ୍ଦ Kumar ଚତୁଃର୍ଥ ଲାଇନରେ ଦୁଇଥର ଏବଂ ଷଷ୍ଠ ଲାଇନରେ ଥରେ ମାତ୍ର ଦୃଶ୍ୟମାନ ହୋଇଛି |
01:10 | ଯଦି ଆପଣ Kumarର ସମସ୍ତ ଦୃଶ୍ୟମାନତାକୁ Roy ସହିତ ପ୍ରତିସ୍ଥାପିତ କରିବାକୁ ଚାହାଁନ୍ତି, |
01:16 | ତେବେ ଟର୍ମିନଲ୍ ଉପରେ ଟାଇପ୍ କରନ୍ତୁ: |
01:18 | sed ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ s front slash / ସ୍କୋୟାର୍ ବ୍ରାକେଟ୍ ଆରମ୍ଭ small k capital K ସ୍କୋୟାର୍ ବ୍ରାକେଟ୍ ଶେଷ umar ସ୍ଲାଶ Roy ସ୍ଲାଶ୍ ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt |
01:40 | Enter ଦାବନ୍ତୁ |
01:43 | ଚତୁଃର୍ଥ ଲାଇନକୁ ଲକ୍ଷ୍ୟ କରନ୍ତୁ |
01:46 | କେବଳ ପ୍ରଥମ ଦୃଶ୍ୟମାନତାରେ Kumar, Royକୁ ପରିବର୍ତ୍ତନ ହୋଇଛି, ଦ୍ଵିତୀୟଟିରେ ନୁହେଁ |
01:52 | ଷଷ୍ଠ ଲାଇନରେ ଶବ୍ଦ Kumarର ଗୋଟିଏ ଦୃଶ୍ୟମାନତା ଥିଲା ଏବଂ ବର୍ତ୍ତମାନ ଏହା ପ୍ରତିସ୍ଥାପିତ ହୋଇଛି |
01:57 | ତେଣୁ, ଲାଇନଗୁଡିକର କେବଳ ପ୍ରଥମ ଏଣ୍ଟ୍ରୀ ପରିବର୍ତ୍ତନ ହୋଇଥିବା ଦେଖିପାରିବେ |
02:03 | ଏହାର କାରଣ, ଡିଫଲ୍ଟ ଭାବେ ଯେକୌଣସି ଲାଇନର ପ୍ରଥମ ମେଳ ହେଉଥିବା ଏଣ୍ଟ୍ରୀ ପ୍ରତିସ୍ଥାପିତ ହୋଇଛି |
02:11 | ସମସ୍ତ ମେଳ ହେଉଥିବା ଏଣ୍ଟ୍ରୀଗୁଡିକୁ ପ୍ରତିସ୍ଥାପିତ କରିବା ପାଇଁ ବିକଳ୍ପ flag gକୁ ବ୍ୟବହାର କରିବା ଆବଶ୍ୟକ |
02:17 | ପ୍ରମ୍ପ୍ଟକୁ କ୍ଲିୟର୍ କରନ୍ତୁ |
02:20 | ଟାଇପ୍ କରନ୍ତୁ: sed ସ୍ପେସ୍ (ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ) s front-slash ସ୍କୋୟାର୍ ବ୍ରାକେଟ୍ ଆରମ୍ଭ small k capital K ସ୍କୋୟାର୍ ବ୍ରାକେଟ୍ ଶେଷ umar ସ୍ଲାଶ Roy ସ୍ଲାଶ୍ g ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt. Enter ଦାବନ୍ତୁ |
02:43 | ବର୍ତ୍ତମାନ, ଚତୁଃର୍ଥ ଲାଇନର ଉଭୟ ଲାଇନଗୁଡିକ ପ୍ରତିସ୍ଥାପିତ ହୋଇଯାଇଛି |
02:48 | ଏହି ଭଳି ଏକାଥରେ ଆମେ ଅନେକ ପ୍ରତିସ୍ଥାପନ କରିପାରିବା |
02:53 | ମନେକରନ୍ତୁ, ଫାଇଲ୍ seddemo.txtରେ ଆମେ electronics ଶବ୍ଦକୁ electrical ଶବ୍ଦ ସହିତ |
02:58 | ଏବଂ civilକୁ metallurgy ସହିତ ପ୍ରତିସ୍ଥାପିତ କରିବାକୁ ଚାହୁଁଛୁ |
03:04 | promptକୁ କ୍ଲିୟର୍ କରନ୍ତୁ |
03:07 | ଟାଇପ୍ କରନ୍ତୁ: sed ସ୍ପେସ୍ ହାଇଫେନ୍ e ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ s front ସ୍ଲାଶ୍ electronics ସ୍ଲାଶ୍ electrical ସ୍ଲାଶ୍ g ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ ହାଇଫେନ୍ e ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ s front-ସ୍ଲାଶ୍ civil ସ୍ଲାଶ୍ metallurgy ସ୍ଲାଶ୍ g ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt |
03:37 | Enter ଦାବନ୍ତୁ |
03:39 | ଶବ୍ଦଗୁଡିକ ପ୍ରତିସ୍ଥାପିତ ହୋଇଥିବା ଆପଣ ଦେଖିପାରିବେ |
03:43 | ବର୍ତ୍ତମାନ ଆମେ computers ଥିବା Anirbanର streamକୁ mathematicsରେ ପରିବର୍ତ୍ତନ କରିବାକୁ ଚାହୁଁଛୁ |
03:49 | ଏହି କ୍ଷେତ୍ରରେ ଟାଇପ୍ କରନ୍ତୁ: |
03:54 | sed ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ front-slash Anirban ସ୍ଲାଶ୍ s ସ୍ଲାଶ୍ computers ସ୍ଲାଶ୍ mathematics ସ୍ଲାଶ୍ g ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt |
04:11 | Enter ଦାବନ୍ତୁ |
04:14 | ଦେଖନ୍ତୁ ଯେ stream ପରିବର୍ତ୍ତନ ହୋଇଯାଇଛି |
04:17 | ଏହା କ’ଣ ଚାଲନ୍ତୁ ବୁଝିବା |
04:21 | ପ୍ରଥମେ sed ଲେଖନ୍ତୁ ତା’ପରେ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ ମେଳ ହେବାକୁ ଥିବା ପ୍ୟାଟର୍ନକୁ ଲେଖନ୍ତୁ |
04:28 | ଏହା Anirban ଅଟେ |
04:30 | ବର୍ତ୍ତମାନ ସ୍ଲାଶ୍ ପରେ ଅପରେଶନ୍ ଆସିଥାଏ |
04:34 | ଏହା s ଅଟେ ଯାହା ସବଷ୍ଟିଚ୍ୟୁଶନକୁ ଉପସ୍ଥାପିତ କରେ ଯାହାକୁ ଆମେ ଦେଖିସାରିଛେ |
04:41 | ତା’ପରେ ପ୍ରତିସ୍ଥାପିତ ହେବାକୁ ଥିବା ପ୍ୟାଟର୍ନକୁ ଉଲ୍ଲେଖ କରନ୍ତୁ ଯାହା computers ଅଟେ |
04:47 | ତା’ପରେ ପ୍ରତିସ୍ଥାପିତ ହେବାକୁ ଥିବା ନୁତନ ଶବ୍ଦ mathematics ଅଟେ |
04:53 | ଫାଇଲରେ ଲାଇନଗୁଡିକୁ ସଂଯୁକ୍ତ କିମ୍ବା ବାହାର କରିବା ପାଇଁ sedକୁ ମଧ୍ୟ ବ୍ୟବହାର କରାଯାଇପାରିବ |
05:00 | ମନେକରନ୍ତୁ, ଆମେ ସେହି ଲାଇନଗୁଡିକୁ ଚୟନ କରିବାକୁ ଚାହୁଁଛୁ ଯାହାର electronics ଭାବେ stream ନାହିଁ |
05:06 | ସେଥି ପାଇଁ, d flag ଅଛି |
05:10 | ଟାଇପ୍ କରନ୍ତୁ: sed ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ front-slash electronics ସ୍ଲାଶ୍ d ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt ସ୍ପେସ୍ greater than ଚିହ୍ନ ସ୍ପେସ୍ nonelectronics.txt |
05:31 | Enter ଦାବନ୍ତୁ |
05:33 | କଣ୍ଟେଣ୍ଟଗୁଡିକୁ ଦେଖିବା ପାଇଁ ଟାଇପ୍ କରନ୍ତୁ: cat ସ୍ପେସ୍ nonelectronics.txt |
05:43 | ମନେକରନ୍ତୁ, ଫାଇଲର ଆରମ୍ଭରେ ଆମେ Student Information ନାମକ ଗୋଟିଏ ଲାଇନକୁ ସଂଯୁକ୍ତ କରିବାକୁ ଚାହୁଁଛୁ |
05:49 | ସେଥି ପାଇଁ ଆକ୍ସନ୍ i ଅଛି |
05:54 | ଟାଇପ୍ କରନ୍ତୁ: sed ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ 1i ସ୍ପେସ୍ Student Information ସିଙ୍ଗଲ୍ କ୍ଵୋଟ୍ ପରେ ସ୍ପେସ୍ seddemo.txt |
06:10 | ଏବଂ Enter ଦାବନ୍ତୁ |
06:13 | ଆପଣ ଆଉଟପୁଟକୁ ଦେଖିପାରିବେ |
06:15 | ପ୍ରକୃତରେ, ଆମେ ଏହି ପରି ଅନେକ ଲାଇନଗୁଡିକୁ ପ୍ରବେଶ କରିପାରିବା |
06:20 | ମନେକରନ୍ତୁ, ଆମେ ଦୁଇଟି ଲାଇନକୁ ସଂଯୁକ୍ତ କରିବାକୁ ଚାହୁଁଛୁ. ଏହାକୁ ସମାନ ମାର୍ଗରେ କରନ୍ତୁ |
06:26 | Student Information ସହିତ ଆମେ ପରବର୍ତ୍ତୀ ବର୍ଷରେ academicsକୁ ସଂଯୁକ୍ତ କରିବାକୁ ଚାହୁଁଛୁ |
06:33 | ତେଣୁ ଏହି କ୍ଷେତ୍ରରେ ଟାଇପ୍ କରନ୍ତୁ: sed ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ମଧ୍ୟରେ 1i ସ୍ପେସ୍ Student Information ସ୍ଲାଶ୍ n 2013 ସିଙ୍ଗଲ୍ କ୍ଵୋଟ୍ ପରେ seddemo.txt |
06:55 | Enter ଦାବନ୍ତୁ |
06:57 | ଷ୍ଟ୍ରିଙ୍ଗ Information ଓ 2013 ମଧ୍ୟରେ ଥିବା slash nକୁ ଲକ୍ଷ୍ୟ କରନ୍ତୁ |
07:05 | slash n, Student Information ପରେ ଥିବା ଲାଇନରେ 2013କୁ ପ୍ରିଣ୍ଟ କରିବ |
07:12 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
07:14 | ସଂକ୍ଷିପ୍ତରେ, |
07:17 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
07:19 | Substitution, Replacement |
07:21 | ଏବଂ Insertion |
07:24 | ଗୋଟିଏ ଆସାଇନମେଣ୍ଟ ଭାବେ, ସମାନ ଟେକ୍ସଟ ଫାଇଲ୍ seddemo.txtକୁ ବ୍ୟବହାର କରନ୍ତୁ |
07:30 | ଏବଂ ନାମ Ankitକୁ Ashish ସହିତ ପ୍ରତିସ୍ଥାପନ କିମ୍ବା ପ୍ରତିବଦଳ କରିବାକୁ ଚେଷ୍ଟା କରନ୍ତୁ |
07:35 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
07:39 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:42 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:47 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:53 | * ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
07:57 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
08:04 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:09 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:16 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
08:28 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |