Linux/C2/Ubuntu-Desktop/Oriya

From Script | Spoken-Tutorial
Revision as of 17:26, 2 February 2015 by Pradeep (Talk | contribs)

Jump to: navigation, search

ree{| border=1 |Time |Narration |- |00:00 | ଉବୁଣ୍ଟୁ ଡେସ୍କଟପ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଅଲ୍ କୁ ସ୍ୱାଗତ | |- |00:04 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଗ୍ନୋମ୍ ଏନଭାୟରମମେଣ୍ଟ୍ ରେ ଥିବା ଉବୁଣ୍ଟୁ ଡେସ୍କଟପ୍ ସହିତ ପରିଚିତ ହେବା | |- |00:12 | ଏଥିପାଇଁ ମୁଁ ଉବୁଣ୍ଟୁ 10.10 ବ୍ୟବହାର କରୁଛି | |- |00:19 | ଆପଣ ବର୍ତ୍ତମାନ ଉବୁଣ୍ଟୁ ଡେସ୍କଟପ୍ ଦେଖୁଛନ୍ତି | |- |00:24 | ଉପର ବାମପଟ କୋଣରେ ମେନ୍ ମେନୁ ଅଛି | |- |00:31 | Alt+F1 ଦାବି କିମ୍ୱା ଆପ୍ଲିକେଶନ୍ ଉପରେ କ୍ଲିକ୍ କରି ଏହାକୁ ଖୋଲିପାରିବେ | |- |00:40 | ଆପ୍ଲିକେଶନ୍ ମେନୁରେ ଇନଷ୍ଟଲ୍ ହୋଇଥିବା ସମସ୍ତ ଆପ୍ଲିକେଶନ୍ ଗୁଡିକ ସଜାଡି ହୋଇ ରହିଥାଏ | |- |00:48 | ଏହି ଆପ୍ଲିକେଶନ୍ ମେନୁରେ କିଛି ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ସହିତ ପରିଚିତ ହେବା | |- |00:55 | ତେଣୁ ଆସନ୍ତୁ, ଆପ୍ଲିକେଶନ୍->ଏସେସୋରିଜ୍->କାଲ୍କୁଲେଟର୍ କୁ ଯିବା | |- |01:04 | ଆରିଥମେଟିକ୍, ସାଇଣ୍ଟିଫିକ୍ ଓ ଫାଇନାନ୍ସିଆଲ୍ ଗଣନା କରିବାରେ କାଲ୍କୁଲେଟର୍ ସାହାଯ୍ୟ କରେ | |- |01:12 | ଏହାକୁ ଖୋଲି କାଲ୍କୁଲେଟର୍ ରେ କ୍ଲିକ୍ କରନ୍ତୁ | |- |01:18 | ଚାଲନ୍ତୁ କିଛି ସରଳ ଗଣନା କରିବା | |- |01:22 | 5*(ଗୁଣନ)8 ଟାଇପ୍ କରନ୍ତୁ ଓ = ଦାବନ୍ତୁ |- |01:32 | = ଚିହ୍ନକୁ ଦାବିବା ପରିବର୍ତ୍ତେ ଆପଣ ଏଣ୍ଟର୍ କି’ ପ୍ରେସ୍ କରିପାରିବେ |- |01:39 | ବର୍ତ୍ତମାନ କ୍ଲୋଜ୍ ବଟନ୍ କୁ ଦାବି କାଲ୍କୁଲେଟର୍ ରୁ ବାହାରି ଆସନ୍ତୁ | |- |01:46 | ଏବେ ଅନ୍ୟଏକ ଆପ୍ଲିକେଶନ୍ କୁ ଦେଖିବା | |- |01:50 | ସେଥିପାଇଁ ଆପ୍ଲିକେଶନ୍ କୁ ଫେରି ତା’ପରେ ଏସେସୋରିଜ୍ କୁ ଯାଆନ୍ତୁ | |- |01:59 | ଏସେସୋରିଜ୍ ରେ ଟେକ୍ସଟ୍ ଏଡିଟର୍ ଖୋଲି ସେଥିରେ କ୍ଲିକ୍ କରନ୍ତୁ | |- |02:09 | ଆପଣ ସ୍କ୍ରୀନ୍ ରେ ବର୍ତ୍ତମାନ ଗେଡିଟ୍ ଟେକ୍ସଟ୍ ଏଡିଟର୍ ଦେଖୁଛନ୍ତି | |- |02:16 | ମୁଁ ଏଠାରେ "H-e-l-l-o W-o-r-l-d" ଟେକ୍ସଟ୍ ଟାଇପ୍ କରି ସେଭ୍ କରିବି | |- |02:28 | ସେଭ୍ କରିବାକୁ ମୁଁ Clt+s ଦାବିପାରେ କିମ୍ୱା ଫାଇଲ୍ କୁ ଯାଇ ସେଭ୍ ରେ କ୍ଲିକ୍ କରିପାରେ | ମୁଁ ଫାଇଲ୍ କୁ ଯାଇ ସେଭ୍ କରିବି | |- |02:45 | ଏବେ, ଫାଇଲ୍ ନେମ୍ ଓ ଫାଇଲ୍ ସେଭ୍ କରିବା ପାଇଁ ଲୋକେଶନ୍ ବିଷୟରେ ପଚାରି ଏକ ଛୋଟ ଡାୟଲଗ୍ ବକ୍ସ ଦେଖାଦେବ | |- |02:56 | ତେଣୁ ନାମ ଭାବରେ ମୁଁ, “hello.txt” ଟାଇପ୍ କରି ଓ ଲୋକେଶନ୍ ପାଇଁ ଡେସ୍କଟପ୍ ବାଛି ସେଭ୍ ବଟନ୍ ରେ କ୍ଲିକ୍ କରିବି | |- |03:15 | ବର୍ତ୍ତମାନ ଗେଡିଟ୍ କୁ କ୍ଲୋଜ୍ କରି ଆମ ଫାଇଲ୍ ଟି ଡେସ୍କଟପ୍ ରେ ସେଭ୍ ହୋଇଛି କି ନାହିଁ ଦେଖିବା | |- |03:24 | ଡେସ୍କଟପ୍ ରେ ଏବେ ଆପଣ hello.txt ଫାଇଲ୍ ଦେଖିପାରୁଛନ୍ତି | |- |03:30 | ଆମର ଟେକ୍ସଟ୍ ଫାଇଲ୍ ସଫଳତାର ସହିତ ସେଭ୍ ହୋଇଛି | |- |03:35 | ଫାଇଲ୍ ଉପରେ ଡବଲ୍-କ୍ଲିକ୍ କରି ମୁଁ ଏହାକୁ ଖୋଲିବି | |- |03:40 | ଆରେ ବାଃ!! ଆମର ଲେଖାଥିବା ଟେକ୍ସଟ୍ ଫାଇଲ୍ ଟି ହିଁ ଖୋଲିଲା | |- |03:44 | ଗେଡିଟ୍ ଟେକ୍ସଟ୍ ଏଡିଟର୍ ଉପରେ ଇଣ୍ଟର୍ନେଟ୍ ରେ ବହୁତ ସୂଚନା ଅଛି | |- |03:50 | http://spoken-tutorial.org ରେ ମଧ୍ୟ ଏହି ବିଷୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ | |- |04:00 | ଏହି ଟେକ୍ସଟ୍ ଏଡିଟର୍ କୁ ବନ୍ଦ କରି ଟର୍ମିନାଲ୍ ଥିବା ଏସେସୋରିଜ୍ ରୁ କିଛି ଆପ୍ଲିକେଶନ୍ ଦେଖିବା | |- |04:12 | ତେଣୁ, ଆପ୍ଲିକେଶନ୍->ଏସେସୋରିଜ୍-> ଓ ତା’ପରେ ଟର୍ମିନାଲ୍ କୁ ଫେରିଯିବା | |- |04:19 | ଟର୍ମିନାଲ୍ କୁ କମାଣ୍ଡ୍ ଲାଇନ୍ କୁହାଯାଏ କାରଣ ଏହିଠାରୁ ଆପଣ କମ୍ପ୍ୟୁଟର୍ କୁ କମାଣ୍ଡ କରିପାରିବେ | |- |04:25 | ପ୍ରକୃତପକ୍ଷରେ ଏହା GUIଠାରୁ ଅଧିକ ଶକ୍ତିଶାଳୀ | |- |04:30 | ଟର୍ମିନାଲ୍ ଅନୁଭବ କରିବାକୁ ବର୍ତ୍ତମାନ ଏକ ସରଳ କମାଣ୍ଡ୍ ଟାଇପ୍ କରିବା | |- |04:36 | ତେବେ 'ls' ଟାଇପ୍ କରି ଏଣ୍ଟର୍ ଦାବିବା | |- |04:41 | ଦେଖନ୍ତୁ, କରେଣ୍ଟ୍ ଡିରେକ୍ଟୋରୀରେ ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ତାଲିକାଭୁକ୍ତ ହୋଇଛି | |- |04:48 | ଏହା ଏଠାରେ ଫାଇଲ୍ ଓ ଫୋଲ୍ଡର୍ ଗୁଡିକୁ ହୋମ୍ ଫୋଲ୍ଡର୍ ରୁ ଦେଖାଉଛି | |- |04:55 | ହୋମ୍ ଫୋଲ୍ଡର୍ କ’ଣ ତାହା ଆମେ ପରେ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା | |- |05:01 | ଟର୍ମିନାଲ୍ ରେ ଆଉ ଅଧିକ ସମୟ ନଷ୍ଟ କରିବାନି | http://spoken-tutorial.org ରେ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଟର୍ମିନାଲ୍ କମାଣ୍ଡ୍ ଗୁଡିକ ଉତ୍ତମ ଭାବରେ ବର୍ଣ୍ଣିତ ହୋଇଛି | |- |05:17 | ଟର୍ମିନାଲ୍ କ୍ଲୋଜ୍ କରନ୍ତୁ |- |05:20 | ଏବେ ପରବର୍ତ୍ତୀ ଆପ୍ଲିକେଶନ୍ ଫାୟାର୍ ଫକ୍ସ୍ ୱେବ୍ ବ୍ରାଉଜର୍ ଖୋଲନ୍ତୁ | |- |05:27 | ସେଥିପାଇଁ ଆପ୍ଲିକେସନ୍ସ୍->ଇଣ୍ଟର୍ନେଟ୍->ଫାୟାର୍ ଫକ୍ସ୍ ବ୍ରାଉଜର୍ ରେ କ୍ଲିକ୍ କରନ୍ତୁ | |- |05:36 | ୱର୍ଲ୍ଡ ୱାଇଡ୍ ୱେବ୍ ଆକ୍ସେସ୍ କରିବାକୁ ବ୍ୟବହୃତ ହେଉଥିବା ଫାୟାର୍ ଫକ୍ସ ଏବେ ଖୋଲିଲା | |- |05:43 | ଜି-ମେଲ୍ ସାଇଟ୍ କୁ ଯିବାପାଇଁ ଆଡ୍ରେସ୍ ବାର୍ କୁ ଯାଆନ୍ତୁ ବା F6 ଦାବନ୍ତୁ | ମୁଁ F6 ଦାବିବି | |- |05:53 | ମୁଁ ଆଡ୍ରେସ୍ ବାର୍ କୁ ଆସିଗଲି ଓ ତାହାକୁ କ୍ଲିଅର୍ କରିବାକୁ ମୁଁ ବ୍ୟାକ୍ ସ୍ପେସ୍ ଦାବି |- |06:00 | "www.gmail.com" ଟାଇପ୍ କରିବି |- |06:04 | ମୁଁ ଟାଇପ୍ କରିବା ମାତ୍ରେ ଫାୟାର୍ ଫକ୍ସ୍ କିଛି ସମ୍ଭାବନା ଦେଇପାରେ | |- |06:09 | ଆପଣ ଏଥିରୁ ଗୋଟିଏ ବାଛି କିମ୍ୱା ସମ୍ପୂର୍ଣ୍ଣ ଆଡ୍ରେସ୍ ଟାଇପ୍ କରି ଏଣ୍ଟର୍ କରିପାରନ୍ତି | |- |06:15 | ଫାୟାର୍ ଫକ୍ସ୍ ସିଧା ସଳଖ ୱେବସାଇଟ୍ ସହିତ କନେକ୍ଟ୍ ହୋଇଯିବ କିମ୍ୱା ଲଗିନ୍ ଓ ପାସୱର୍ଡ ପଚାରିବ | |- |06:22 | ବର୍ତ୍ତମାନ ୟୁଜର୍ ନେମ୍ ଓ ପାସୱର୍ଡ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |- |06:36 | ସ୍କ୍ରୀନ୍ ରେ ଜି-ମେଲ୍ ୱେବ୍ ପେଜ୍ ଖୋଲିବାର ଆପଣ ଦେଖିବେ | ଏହାକୁ ବନ୍ଦ କରି ପରବର୍ତ୍ତୀକୁ ଯିବା | |- |06:45 | ବର୍ତ୍ତମାନ ଆପ୍ଲିକେଶନ୍->ଅଫିସ୍ କୁ ଯିବା | |- |06:53 | ଏହି ଅଫିସ୍ ମେନୁରେ ଓପନ୍ ଅଫିସ୍ ୱର୍ଡ ପ୍ରୋସେସର୍, ସ୍ପ୍ରେଡ୍ ଶୀଟ୍ ଓ ପ୍ରେଜେଣ୍ଟେସନ୍ ଅଛି | |- |07:03 | ଇଣ୍ଟର୍ନେଟ୍ ରେ ଏହି ବିଷୟ ଉପରେ ବହୁ ସୂଚନା ଅଛି | |- |07:07 | ଭବିଷ୍ୟତରେ ଆମ ୱେବସାଇଟ୍ ରେ ମଧ୍ୟ ଏହି ବିଷୟଗୁଡ଼ିକ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ | |- |07:12 | ତା’ପରେ ସାଉଣ୍ଡ ଓ ଭିଡିଓ ମେନୁ ଖୋଲିବା | ସେଥିପାଇଁ ଆପ୍ଲିକେଶନ୍->ସାଉଣ୍ଡ ଓ ଭିଡିଓ କୁ ଯିବା | |- |07:21 | ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ହେଉଛି ମୁଭି ପ୍ଲେୟାର୍ | ଭିଡିଓ ଓ ଗୀତ ଚଲାଇବାରେ ଏହା ବ୍ୟବହୃତ ହୁଏ | ବାଇ ଡିଫଲ୍ଟ୍ ଏହା କେବଳ ଓପନ୍ ଫର୍ମାଟ୍ ଭିଡିଓ ଚଲାଏ | |- |07:35 | ମୋ ପେନ୍-ଡ୍ରାଇଭ୍ ରୁ ଏକ ନମୁନା ଫାଇଲ୍ ପ୍ଲେ’ କରିବାକୁ ଏହାକୁ USB ସ୍ଲଟ୍ ରେ ଭର୍ତ୍ତି କରୁଛି | ପେନ୍-ଡ୍ରାଇଭ୍ ଖୋଲିଯାଇଛି | |- |07:48 | ଏହା ନ ଖୋଲିଲେ ଆପଣ ଏହାକୁ ଡେସ୍କଟପ୍ ରୁ ଆକ୍ସେସ୍ କରିପାରିବେ | |- |07:53 | ନିମ୍ନ ବାମ ପଟ କୋଣରେ ଥିବା ଆଇକନ୍ ରେ କ୍ଲିକ୍ କରିବା | ଏଥିରେ ଥରେ କ୍ଲିକ୍ କଲେ ଏହା କେବଳ ଡେସ୍କଟପ୍ ଦେଖାଏ ଓ ଆଉଥରେ କ୍ଲିକ୍ କଲେ ଡେସ୍କଟପ୍ ସହିତ ଓପନ୍ ଥିବା ଫାଇଲ୍ ଗୁଡିକ ଦେଖାଏ | |- |08:08 | ୱିଣ୍ଡୋଜ୍ କି’ ଓ D କୁ ଏକାସାଙ୍ଗରେ ଦାବି ଆମେ ଡେସ୍କଟପ୍ କୁ ଯାଇପାରିବା | ଉବୁଣ୍ଟୁର ପୂର୍ବ ଭର୍ସନ୍ ରେ ଡେସ୍କଟପ୍ କୁ ଯିବା ପାଇଁ କି’ କମ୍ବିନେସନ୍ Clt+Alt+D ଥିଲା | ଭର୍ସନ୍ ରୁ ଭର୍ସନ୍ ମଧ୍ୟରେ ଏଭଳି ପରିବର୍ତ୍ତନଗୁଡିକ ସମ୍ଭାଳିବାକୁ ୟୁଜର୍ ପ୍ରସ୍ତୁତ ରହିବା ଉଚିତ | ବର୍ତ୍ତମାନ ୱିଣ୍ଡୋଜ୍ କି’ ଓ D କୁ ଦାବିବା | |- |08:37 | ପେନ୍-ଡ୍ରାଇଭ୍ ଡେସ୍କଟପ୍ ଉପରେ ଥିବାର ଆପଣ ଦେଖିପାରିବେ | |- |08:42 | ଡବଲ୍-କ୍ଲିକ୍ କରି ଏହାକୁ ଖୋଲିବା | |- |08:46 | ଏହା ପ୍ଲେ’ କରିବାକୁ Ubuntu Humanity.ogv ମୁଭି ଫାଇଲ୍ କୁ ସିଲେକ୍ଟ୍ କରିବି | |- |08:57 | ଏଠାରେ ଥିବା ମୋ ଫାଇଲ୍ କୁ ଖୋଲିବାକୁ ଡବଲ୍-କ୍ଲିକ୍ କରିବି | |- |09:09 | ଡିଫଲ୍ଟ୍ ଭାବରେ ଏହା ମୁଭି ପ୍ଲେୟାର୍ ରେ ଖୋଲେ | ଏହା ବନ୍ଦ କରିବା | |- |09:13 | ଏହି ଡେସ୍କଟପ୍ ରେ ଆମେ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଦେଖିବା | |- |09:18 | ସେଥିପାଇଁ ଏଥରକ ପ୍ଲେସେସ୍ ମେନୁକୁ ଯିବା | ଏଥିରେ ହୋମ୍ ଫୋଲ୍ଡର୍ ଅଛି | |- |09:27 | ଏହାକୁ ଖୋଲି ହୋମ୍ ଫୋଲ୍ଡର୍ ରେ କ୍ଲିକ୍ କରିବା | |- |09:29 | ଉବୁଣ୍ଟୁ ରେ ପ୍ରତ୍ୟେକ ୟୁଜର୍ ଙ୍କର ଭିନ୍ନ ହୋମ୍ ଫୋଲ୍ଡର୍ ଥାଏ | |- |09:34 | ହୋମ୍ ଫୋଲ୍ଡର୍ ଟିରେ ଆମେ ନିଜର ଫାଇଲ୍ ଓ ଫୋଲ୍ଡର୍ ରଖିପାରୁଥିବାରୁ ଏହାକୁ "our house" କହିପାରିବା | |- |09:42 | ଆମେ ଅନୁମତି ନଦେଲେ ଅନ୍ୟମାନେ ସେଗୁଡିକୁ ଦେଖିପାରନ୍ତିନି | http://spoken-tutorial.orgରେ ଉପଲବ୍ଧ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଫାଇଲ୍ ପର୍ମିସନ୍ ଉପରେ ଅଧିକ ସୂଚନା ଅଛି | |- |09:56 | ଆମ ହୋମ୍ ଫୋଲ୍ଡର୍ ରେ ଡେସ୍କଟପ୍, ଡକ୍ୟୁମେଣ୍ଟ୍ସ, ଡାଉନଲୋଡ୍ସ୍, ଭିଡିଓଜ୍ ଆଦି ଭଳି ଫୋଲ୍ଡର୍ ଦେଖିପାରିବା | |- |10:08 | ଲିନକ୍ସ୍ ରେ ସବୁ ଜିନିଷ ହେଉଛି ଏକ ଫାଇଲ୍ | ଡବଲ୍ କ୍ଲିକ୍ କରି ଡେସ୍କଟପ୍ ଫୋଲ୍ଡର୍ ଖୋଲିବା | |- |10:16 | ଟେକ୍ସଟ୍ ଏଡିଟର୍ ରେ ସେଭ୍ କରିଥିବା ସେହି ସମାନ "hello.txt" ଫାଇଲ୍ କୁ ଆମେ ଏଠାରେ ଦେଖିପାରୁଛେ | |- |10:25 | ଏହି ଫୋଲ୍ଡର୍ ଆଉ ଡେସ୍କଟପ୍ ହେଉଛି ସମାନ | ମୁଁ ଏହା ବନ୍ଦ କରୁଛି | |- |10:31 | ଡେସ୍କଟପ୍ ର ସେହି ସମାନ ଥିମ୍ ଦେଖି ଆପଣ ବିରକ୍ତ ହେଉନାହାଁନ୍ତି କି? ଚାଲନ୍ତୁ ଏହା ବଦଳାଇବା | |- |10:37 | ସେଥିପାଇଁ ସିଷ୍ଟମ୍->ପ୍ରିଫରେନ୍ସ୍->ଆପିଅରାନ୍ସ୍ କୁ ଯାଇ ସେଥିରେ କ୍ଲିକ୍ କରନ୍ତୁ | |- |10:44 | ଥିମ୍ସ୍ ଟ୍ୟାବ୍ ରେ ପୂର୍ବରୁ ଇନଷ୍ଟଲ୍ ହୋଇଥିବା ଅନେକ ଥିମ୍ ଅଛି | "Clearlooks" ସିଲେକ୍ଟ କରନ୍ତୁ | |- |10:52 | ତାହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ମେସିନ୍ ରେ ପରିବର୍ତ୍ତନ ହେବାର ଦେଖିପାରିବେ | |- |10:58 | ନିମ୍ନ ବାମ ପଟ କୋଣରେ ଥିବା ଡେସ୍କଟପ୍ ଆଇକନ୍ ଉପରେ କ୍ଲିକ୍ କରି ଆପଣ ଏହାକୁ ସ୍ପଷ୍ଟ ଭାବରେ ଦେଖିପାରିବେ | ଏହି ଆଇକନ୍ ରେ ପୁଣି କ୍ଲିକ୍ କରି ଫୋଲ୍ଡର୍ କୁ ଫେରିଯିବା | |- |11:10 | ଆପଣଙ୍କ ପସନ୍ଦ ଅନୁସାରେ ଥିମ୍ ସହିତ ଖେଳନ୍ତୁ ଓ ଏକ୍ଜିଟ୍ ପାଇଁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | |- |11:18 | ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |- |11:21 |ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଡେସ୍କଟପ୍, ମେନ୍ ମେନୁ ଓ ଉବୁଣ୍ଟୁ ସ୍କ୍ରୀନ୍ ରେ ପ୍ରଦର୍ଶିତ ଅନ୍ୟ ଆଇକନ୍ ଗୁଡିକ ବିଷୟରେ ପଢିଲେ | |- |11:31 |ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ଏହା ଭାରତ ସରକାରଙ୍କ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |- |11:41 | http://spoken-tutorial.org/NMEICT-Intro ଲିଙ୍କ୍ ରେ ଏହି ବିଷୟରେ ଅଧିକ ସୂଚନା ଉପଲବ୍ଧ ଅଛି | |- |11:47 |ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, PoojaMoolya, Pradeep