Linux/C2/Ubuntu-Desktop/Oriya

From Script | Spoken-Tutorial
Jump to: navigation, search
Time Narration
00:00 ଉବୁଣ୍ଟୁ ଡେସ୍କଟପ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଅଲ୍ କୁ ସ୍ୱାଗତ |
00:04 ଏହି ଟ୍ୟୁଟୋରିଆଲ୍ ରେ ଆମେ ଗ୍ନୋମ୍ ଏନଭାୟରମମେଣ୍ଟ୍ ରେ ଥିବା ଉବୁଣ୍ଟୁ ଡେସ୍କଟପ୍ ସହିତ ପରିଚିତ ହେବା |
00:12 ଏଥିପାଇଁ ମୁଁ ଉବୁଣ୍ଟୁ 10.10 ବ୍ୟବହାର କରୁଛି |
00:19 ଆପଣ ବର୍ତ୍ତମାନ ଉବୁଣ୍ଟୁ ଡେସ୍କଟପ୍ ଦେଖୁଛନ୍ତି |
00:24 ଉପର ବାମପଟ କୋଣରେ ମେନ୍ ମେନୁ ଅଛି |
00:31 Alt+F1 ଦାବି କିମ୍ୱା ଆପ୍ଲିକେଶନ୍ ଉପରେ କ୍ଲିକ୍ କରି ଏହାକୁ ଖୋଲିପାରିବେ |
00:40 ଆପ୍ଲିକେଶନ୍ ମେନୁରେ ଇନଷ୍ଟଲ୍ ହୋଇଥିବା ସମସ୍ତ ଆପ୍ଲିକେଶନ୍ ଗୁଡିକ ସଜାଡି ହୋଇ ରହିଥାଏ |
00:48 ଏହି ଆପ୍ଲିକେଶନ୍ ମେନୁରେ କିଛି ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ସହିତ ପରିଚିତ ହେବା |
00:55 ତେଣୁ ଆସନ୍ତୁ, ଆପ୍ଲିକେଶନ୍->ଏସେସୋରିଜ୍->କାଲ୍କୁଲେଟର୍ କୁ ଯିବା |
01:04 ଆରିଥମେଟିକ୍, ସାଇଣ୍ଟିଫିକ୍ ଓ ଫାଇନାନ୍ସିଆଲ୍ ଗଣନା କରିବାରେ କାଲ୍କୁଲେଟର୍ ସାହାଯ୍ୟ କରେ |
01:12 ଏହାକୁ ଖୋଲି କାଲ୍କୁଲେଟର୍ ରେ କ୍ଲିକ୍ କରନ୍ତୁ |
01:18 ଚାଲନ୍ତୁ କିଛି ସରଳ ଗଣନା କରିବା |
01:22 5*(ଗୁଣନ)8 ଟାଇପ୍ କରନ୍ତୁ ଓ = ଦାବନ୍ତୁ
01:32 = ଚିହ୍ନକୁ ଦାବିବା ପରିବର୍ତ୍ତେ ଆପଣ ଏଣ୍ଟର୍ କି’ ପ୍ରେସ୍ କରିପାରିବେ
01:39 ବର୍ତ୍ତମାନ କ୍ଲୋଜ୍ ବଟନ୍ କୁ ଦାବି କାଲ୍କୁଲେଟର୍ ରୁ ବାହାରି ଆସନ୍ତୁ |
01:46 ଏବେ ଅନ୍ୟଏକ ଆପ୍ଲିକେଶନ୍ କୁ ଦେଖିବା |
01:50 ସେଥିପାଇଁ ଆପ୍ଲିକେଶନ୍ କୁ ଫେରି ତା’ପରେ ଏସେସୋରିଜ୍ କୁ ଯାଆନ୍ତୁ |
01:59 ଏସେସୋରିଜ୍ ରେ ଟେକ୍ସଟ୍ ଏଡିଟର୍ ଖୋଲି ସେଥିରେ କ୍ଲିକ୍ କରନ୍ତୁ |
02:09 ଆପଣ ସ୍କ୍ରୀନ୍ ରେ ବର୍ତ୍ତମାନ ଗେଡିଟ୍ ଟେକ୍ସଟ୍ ଏଡିଟର୍ ଦେଖୁଛନ୍ତି |
02:16 ମୁଁ ଏଠାରେ "H-e-l-l-o W-o-r-l-d" ଟେକ୍ସଟ୍ ଟାଇପ୍ କରି ସେଭ୍ କରିବି |
02:28 ସେଭ୍ କରିବାକୁ ମୁଁ Clt+s ଦାବିପାରେ କିମ୍ୱା ଫାଇଲ୍ କୁ ଯାଇ ସେଭ୍ ରେ କ୍ଲିକ୍ କରିପାରେ | ମୁଁ ଫାଇଲ୍ କୁ ଯାଇ ସେଭ୍ କରିବି |
02:45 ଏବେ, ଫାଇଲ୍ ନେମ୍ ଓ ଫାଇଲ୍ ସେଭ୍ କରିବା ପାଇଁ ଲୋକେଶନ୍ ବିଷୟରେ ପଚାରି ଏକ ଛୋଟ ଡାୟଲଗ୍ ବକ୍ସ ଦେଖାଦେବ |
02:56 ତେଣୁ ନାମ ଭାବରେ ମୁଁ, “hello.txt” ଟାଇପ୍ କରି ଓ ଲୋକେଶନ୍ ପାଇଁ ଡେସ୍କଟପ୍ ବାଛି ସେଭ୍ ବଟନ୍ ରେ କ୍ଲିକ୍ କରିବି |
03:15 ବର୍ତ୍ତମାନ ଗେଡିଟ୍ କୁ କ୍ଲୋଜ୍ କରି ଆମ ଫାଇଲ୍ ଟି ଡେସ୍କଟପ୍ ରେ ସେଭ୍ ହୋଇଛି କି ନାହିଁ ଦେଖିବା |
03:24 ଡେସ୍କଟପ୍ ରେ ଏବେ ଆପଣ hello.txt ଫାଇଲ୍ ଦେଖିପାରୁଛନ୍ତି |
03:30 ଆମର ଟେକ୍ସଟ୍ ଫାଇଲ୍ ସଫଳତାର ସହିତ ସେଭ୍ ହୋଇଛି |
03:35 ଫାଇଲ୍ ଉପରେ ଡବଲ୍-କ୍ଲିକ୍ କରି ମୁଁ ଏହାକୁ ଖୋଲିବି |
03:40 ଆରେ ବାଃ!! ଆମର ଲେଖାଥିବା ଟେକ୍ସଟ୍ ଫାଇଲ୍ ଟି ହିଁ ଖୋଲିଲା |
03:44 ଗେଡିଟ୍ ଟେକ୍ସଟ୍ ଏଡିଟର୍ ଉପରେ ଇଣ୍ଟର୍ନେଟ୍ ରେ ବହୁତ ସୂଚନା ଅଛି |
03:50 http://spoken-tutorial.org ରେ ମଧ୍ୟ ଏହି ବିଷୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ |
04:00 ଏହି ଟେକ୍ସଟ୍ ଏଡିଟର୍ କୁ ବନ୍ଦ କରି ଟର୍ମିନାଲ୍ ଥିବା ଏସେସୋରିଜ୍ ରୁ କିଛି ଆପ୍ଲିକେଶନ୍ ଦେଖିବା |
04:12 ତେଣୁ, ଆପ୍ଲିକେଶନ୍->ଏସେସୋରିଜ୍-> ଓ ତା’ପରେ ଟର୍ମିନାଲ୍ କୁ ଫେରିଯିବା |
04:19 ଟର୍ମିନାଲ୍ କୁ କମାଣ୍ଡ୍ ଲାଇନ୍ କୁହାଯାଏ କାରଣ ଏହିଠାରୁ ଆପଣ କମ୍ପ୍ୟୁଟର୍ କୁ କମାଣ୍ଡ କରିପାରିବେ |
04:25 ପ୍ରକୃତପକ୍ଷରେ ଏହା GUIଠାରୁ ଅଧିକ ଶକ୍ତିଶାଳୀ |
04:30 ଟର୍ମିନାଲ୍ ଅନୁଭବ କରିବାକୁ ବର୍ତ୍ତମାନ ଏକ ସରଳ କମାଣ୍ଡ୍ ଟାଇପ୍ କରିବା |
04:36 ତେବେ 'ls' ଟାଇପ୍ କରି ଏଣ୍ଟର୍ ଦାବିବା |
04:41 ଦେଖନ୍ତୁ, କରେଣ୍ଟ୍ ଡିରେକ୍ଟୋରୀରେ ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ତାଲିକାଭୁକ୍ତ ହୋଇଛି |
04:48 ଏହା ଏଠାରେ ଫାଇଲ୍ ଓ ଫୋଲ୍ଡର୍ ଗୁଡିକୁ ହୋମ୍ ଫୋଲ୍ଡର୍ ରୁ ଦେଖାଉଛି |
04:55 ହୋମ୍ ଫୋଲ୍ଡର୍ କ’ଣ ତାହା ଆମେ ପରେ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା |
05:01 ଟର୍ମିନାଲ୍ ରେ ଆଉ ଅଧିକ ସମୟ ନଷ୍ଟ କରିବାନି | http://spoken-tutorial.org ରେ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଟର୍ମିନାଲ୍ କମାଣ୍ଡ୍ ଗୁଡିକ ଉତ୍ତମ ଭାବରେ ବର୍ଣ୍ଣିତ ହୋଇଛି |
05:17 ଟର୍ମିନାଲ୍ କ୍ଲୋଜ୍ କରନ୍ତୁ
05:20 ଏବେ ପରବର୍ତ୍ତୀ ଆପ୍ଲିକେଶନ୍ ଫାୟାର୍ ଫକ୍ସ୍ ୱେବ୍ ବ୍ରାଉଜର୍ ଖୋଲନ୍ତୁ |
05:27 ସେଥିପାଇଁ ଆପ୍ଲିକେସନ୍ସ୍->ଇଣ୍ଟର୍ନେଟ୍->ଫାୟାର୍ ଫକ୍ସ୍ ବ୍ରାଉଜର୍ ରେ କ୍ଲିକ୍ କରନ୍ତୁ |
05:36 ୱର୍ଲ୍ଡ ୱାଇଡ୍ ୱେବ୍ ଆକ୍ସେସ୍ କରିବାକୁ ବ୍ୟବହୃତ ହେଉଥିବା ଫାୟାର୍ ଫକ୍ସ ଏବେ ଖୋଲିଲା |
05:43 ଜି-ମେଲ୍ ସାଇଟ୍ କୁ ଯିବାପାଇଁ ଆଡ୍ରେସ୍ ବାର୍ କୁ ଯାଆନ୍ତୁ ବା F6 ଦାବନ୍ତୁ | ମୁଁ F6 ଦାବିବି |
05:53 ମୁଁ ଆଡ୍ରେସ୍ ବାର୍ କୁ ଆସିଗଲି ଓ ତାହାକୁ କ୍ଲିଅର୍ କରିବାକୁ ମୁଁ ବ୍ୟାକ୍ ସ୍ପେସ୍ ଦାବି
06:00 "www.gmail.com" ଟାଇପ୍ କରିବି
06:04 ମୁଁ ଟାଇପ୍ କରିବା ମାତ୍ରେ ଫାୟାର୍ ଫକ୍ସ୍ କିଛି ସମ୍ଭାବନା ଦେଇପାରେ |
06:09 ଆପଣ ଏଥିରୁ ଗୋଟିଏ ବାଛି କିମ୍ୱା ସମ୍ପୂର୍ଣ୍ଣ ଆଡ୍ରେସ୍ ଟାଇପ୍ କରି ଏଣ୍ଟର୍ କରିପାରନ୍ତି |
06:15 ଫାୟାର୍ ଫକ୍ସ୍ ସିଧା ସଳଖ ୱେବସାଇଟ୍ ସହିତ କନେକ୍ଟ୍ ହୋଇଯିବ କିମ୍ୱା ଲଗିନ୍ ଓ ପାସୱର୍ଡ ପଚାରିବ |
06:22 ବର୍ତ୍ତମାନ ୟୁଜର୍ ନେମ୍ ଓ ପାସୱର୍ଡ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:36 ସ୍କ୍ରୀନ୍ ରେ ଜି-ମେଲ୍ ୱେବ୍ ପେଜ୍ ଖୋଲିବାର ଆପଣ ଦେଖିବେ | ଏହାକୁ ବନ୍ଦ କରି ପରବର୍ତ୍ତୀକୁ ଯିବା |
06:45 ବର୍ତ୍ତମାନ ଆପ୍ଲିକେଶନ୍->ଅଫିସ୍ କୁ ଯିବା |
06:53 ଏହି ଅଫିସ୍ ମେନୁରେ ଓପନ୍ ଅଫିସ୍ ୱର୍ଡ ପ୍ରୋସେସର୍, ସ୍ପ୍ରେଡ୍ ଶୀଟ୍ ଓ ପ୍ରେଜେଣ୍ଟେସନ୍ ଅଛି |
07:03 ଇଣ୍ଟର୍ନେଟ୍ ରେ ଏହି ବିଷୟ ଉପରେ ବହୁ ସୂଚନା ଅଛି |
07:07 ଭବିଷ୍ୟତରେ ଆମ ୱେବସାଇଟ୍ ରେ ମଧ୍ୟ ଏହି ବିଷୟଗୁଡ଼ିକ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ରହିବ |
07:12 ତା’ପରେ ସାଉଣ୍ଡ ଓ ଭିଡିଓ ମେନୁ ଖୋଲିବା | ସେଥିପାଇଁ ଆପ୍ଲିକେଶନ୍->ସାଉଣ୍ଡ ଓ ଭିଡିଓ କୁ ଯିବା |
07:21 ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେଶନ୍ ହେଉଛି ମୁଭି ପ୍ଲେୟାର୍ | ଭିଡିଓ ଓ ଗୀତ ଚଲାଇବାରେ ଏହା ବ୍ୟବହୃତ ହୁଏ | ବାଇ ଡିଫଲ୍ଟ୍ ଏହା କେବଳ ଓପନ୍ ଫର୍ମାଟ୍ ଭିଡିଓ ଚଲାଏ |
07:35 ମୋ ପେନ୍-ଡ୍ରାଇଭ୍ ରୁ ଏକ ନମୁନା ଫାଇଲ୍ ପ୍ଲେ’ କରିବାକୁ ଏହାକୁ USB ସ୍ଲଟ୍ ରେ ଭର୍ତ୍ତି କରୁଛି | ପେନ୍-ଡ୍ରାଇଭ୍ ଖୋଲିଯାଇଛି |
07:48 ଏହା ନ ଖୋଲିଲେ ଆପଣ ଏହାକୁ ଡେସ୍କଟପ୍ ରୁ ଆକ୍ସେସ୍ କରିପାରିବେ |
07:53 ନିମ୍ନ ବାମ ପଟ କୋଣରେ ଥିବା ଆଇକନ୍ ରେ କ୍ଲିକ୍ କରିବା | ଏଥିରେ ଥରେ କ୍ଲିକ୍ କଲେ ଏହା କେବଳ ଡେସ୍କଟପ୍ ଦେଖାଏ ଓ ଆଉଥରେ କ୍ଲିକ୍ କଲେ ଡେସ୍କଟପ୍ ସହିତ ଓପନ୍ ଥିବା ଫାଇଲ୍ ଗୁଡିକ ଦେଖାଏ |
08:08 ୱିଣ୍ଡୋଜ୍ କି’ ଓ D କୁ ଏକାସାଙ୍ଗରେ ଦାବି ଆମେ ଡେସ୍କଟପ୍ କୁ ଯାଇପାରିବା | ଉବୁଣ୍ଟୁର ପୂର୍ବ ଭର୍ସନ୍ ରେ ଡେସ୍କଟପ୍ କୁ ଯିବା ପାଇଁ କି’ କମ୍ବିନେସନ୍ Clt+Alt+D ଥିଲା | ଭର୍ସନ୍ ରୁ ଭର୍ସନ୍ ମଧ୍ୟରେ ଏଭଳି ପରିବର୍ତ୍ତନଗୁଡିକ ସମ୍ଭାଳିବାକୁ ୟୁଜର୍ ପ୍ରସ୍ତୁତ ରହିବା ଉଚିତ | ବର୍ତ୍ତମାନ ୱିଣ୍ଡୋଜ୍ କି’ ଓ D କୁ ଦାବିବା |
08:37 ପେନ୍-ଡ୍ରାଇଭ୍ ଡେସ୍କଟପ୍ ଉପରେ ଥିବାର ଆପଣ ଦେଖିପାରିବେ |
08:42 ଡବଲ୍-କ୍ଲିକ୍ କରି ଏହାକୁ ଖୋଲିବା |
08:46 ଏହା ପ୍ଲେ’ କରିବାକୁ Ubuntu Humanity.ogv ମୁଭି ଫାଇଲ୍ କୁ ସିଲେକ୍ଟ୍ କରିବି |
08:57 ଏଠାରେ ଥିବା ମୋ ଫାଇଲ୍ କୁ ଖୋଲିବାକୁ ଡବଲ୍-କ୍ଲିକ୍ କରିବି |
09:09 ଡିଫଲ୍ଟ୍ ଭାବରେ ଏହା ମୁଭି ପ୍ଲେୟାର୍ ରେ ଖୋଲେ | ଏହା ବନ୍ଦ କରିବା |
09:13 ଏହି ଡେସ୍କଟପ୍ ରେ ଆମେ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଦେଖିବା |
09:18 ସେଥିପାଇଁ ଏଥରକ ପ୍ଲେସେସ୍ ମେନୁକୁ ଯିବା | ଏଥିରେ ହୋମ୍ ଫୋଲ୍ଡର୍ ଅଛି |
09:27 ଏହାକୁ ଖୋଲି ହୋମ୍ ଫୋଲ୍ଡର୍ ରେ କ୍ଲିକ୍ କରିବା |
09:29 ଉବୁଣ୍ଟୁ ରେ ପ୍ରତ୍ୟେକ ୟୁଜର୍ ଙ୍କର ଭିନ୍ନ ହୋମ୍ ଫୋଲ୍ଡର୍ ଥାଏ |
09:34 ହୋମ୍ ଫୋଲ୍ଡର୍ ଟିରେ ଆମେ ନିଜର ଫାଇଲ୍ ଓ ଫୋଲ୍ଡର୍ ରଖିପାରୁଥିବାରୁ ଏହାକୁ "our house" କହିପାରିବା |
09:42 ଆମେ ଅନୁମତି ନଦେଲେ ଅନ୍ୟମାନେ ସେଗୁଡିକୁ ଦେଖିପାରନ୍ତିନି | http://spoken-tutorial.orgରେ ଉପଲବ୍ଧ ଥିବା ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଫାଇଲ୍ ପର୍ମିସନ୍ ଉପରେ ଅଧିକ ସୂଚନା ଅଛି |
09:56 ଆମ ହୋମ୍ ଫୋଲ୍ଡର୍ ରେ ଡେସ୍କଟପ୍, ଡକ୍ୟୁମେଣ୍ଟ୍ସ, ଡାଉନଲୋଡ୍ସ୍, ଭିଡିଓଜ୍ ଆଦି ଭଳି ଫୋଲ୍ଡର୍ ଦେଖିପାରିବା |
10:08 ଲିନକ୍ସ୍ ରେ ସବୁ ଜିନିଷ ହେଉଛି ଏକ ଫାଇଲ୍ | ଡବଲ୍ କ୍ଲିକ୍ କରି ଡେସ୍କଟପ୍ ଫୋଲ୍ଡର୍ ଖୋଲିବା |
10:16 ଟେକ୍ସଟ୍ ଏଡିଟର୍ ରେ ସେଭ୍ କରିଥିବା ସେହି ସମାନ "hello.txt" ଫାଇଲ୍ କୁ ଆମେ ଏଠାରେ ଦେଖିପାରୁଛେ |
10:25 ଏହି ଫୋଲ୍ଡର୍ ଆଉ ଡେସ୍କଟପ୍ ହେଉଛି ସମାନ | ମୁଁ ଏହା ବନ୍ଦ କରୁଛି |
10:31 ଡେସ୍କଟପ୍ ର ସେହି ସମାନ ଥିମ୍ ଦେଖି ଆପଣ ବିରକ୍ତ ହେଉନାହାଁନ୍ତି କି? ଚାଲନ୍ତୁ ଏହା ବଦଳାଇବା |
10:37 ସେଥିପାଇଁ ସିଷ୍ଟମ୍->ପ୍ରିଫରେନ୍ସ୍->ଆପିଅରାନ୍ସ୍ କୁ ଯାଇ ସେଥିରେ କ୍ଲିକ୍ କରନ୍ତୁ |
10:44 ଥିମ୍ସ୍ ଟ୍ୟାବ୍ ରେ ପୂର୍ବରୁ ଇନଷ୍ଟଲ୍ ହୋଇଥିବା ଅନେକ ଥିମ୍ ଅଛି | "Clearlooks" ସିଲେକ୍ଟ କରନ୍ତୁ |
10:52 ତାହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ମେସିନ୍ ରେ ପରିବର୍ତ୍ତନ ହେବାର ଦେଖିପାରିବେ |
10:58 ନିମ୍ନ ବାମ ପଟ କୋଣରେ ଥିବା ଡେସ୍କଟପ୍ ଆଇକନ୍ ଉପରେ କ୍ଲିକ୍ କରି ଆପଣ ଏହାକୁ ସ୍ପଷ୍ଟ ଭାବରେ ଦେଖିପାରିବେ | ଏହି ଆଇକନ୍ ରେ ପୁଣି କ୍ଲିକ୍ କରି ଫୋଲ୍ଡର୍ କୁ ଫେରିଯିବା |
11:10 ଆପଣଙ୍କ ପସନ୍ଦ ଅନୁସାରେ ଥିମ୍ ସହିତ ଖେଳନ୍ତୁ ଓ ଏକ୍ଜିଟ୍ ପାଇଁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
11:18 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
11:21 ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଡେସ୍କଟପ୍, ମେନ୍ ମେନୁ ଓ ଉବୁଣ୍ଟୁ ସ୍କ୍ରୀନ୍ ରେ ପ୍ରଦର୍ଶିତ ଅନ୍ୟ ଆଇକନ୍ ଗୁଡିକ ବିଷୟରେ ପଢିଲେ |
11:31 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ଏହା ଭାରତ ସରକାରଙ୍କ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:41 http://spoken-tutorial.org/NMEICT-Intro ଲିଙ୍କ୍ ରେ ଏହି ବିଷୟରେ ଅଧିକ ସୂଚନା ଉପଲବ୍ଧ ଅଛି |
11:47 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, PoojaMoolya, Pradeep