Linux/C2/General-Purpose-Utilities-in-Linux/Oriya

From Script | Spoken-Tutorial
Revision as of 16:07, 22 October 2013 by Devraj (Talk | contribs)

Jump to: navigation, search
Time Narration
0:00 ଲିନକ୍ସ ରେ General Purpose Utilities ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
0:06 ଏହି ଟ୍ୟୁଟୋରିଆଲ ରେ ଆମେ ସବୁଠୁଁ ମୌଳିକ କିନ୍ତୁ ବହୁଳ ଭାବରେ ବ୍ୟବହୃତ କିଛି ଲିନକ୍ସ କମାଣ୍ଡ ସହିତ ପରିଚିତ ହେବା .
0:14 ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଲିନକ୍ସ ସହିତ କାମ କରିବା ପାଇଁ ସୁବିଧା ଲାଭ କରାଇ ଦେବା .
0:21 ପ୍ରଥମ କମାଣ୍ଡ ଭାବେ ଆମେ ଦେଖିବା ଇକୋ କମାଣ୍ଡ (echo command). ତଥାପି ଧ୍ୟାନ ଦିଅ ଯେ, ଲିନକ୍ସ କମାଣ୍ଡସ (linux commands) କେସ୍‌ ସେନ୍ସିଟିଭ (case sensitive).
0:29 ଏଠାରେ ସବୁ କମାଣ୍ଡସ ଏବଂ ସେମାନକଂର ଅପସନ୍ସସ (options) ଛୋଟ ଲେଖାଯିବ ଯେପର୍ଯ୍ଯନ୍ତ ଉଲ୍ଲେଖ ହୋଇନାହିଁ .
0:36 ଏହି କମାଣ୍ଡ (screen) ଉପରେ କିଛି ବାର୍ତା (message) ପ୍ରଦ ତ କରିବାପାଇଁ ବ୍ୟବହୃତ ହୋଇଥାଏ . ଟର୍ମିନାଲ୍ କୁ ସୁଇଚ୍‌ କର.
0:43 (Ubuntu) ଉବଣ୍ଟୁ ରେ ଏକ ଟର୍ମିନାଲ୍ କୁ ଷ୍ଟାର୍ଟ୍‌ କରିବାକୁ CTRL+ALT+T ସାହାଜ୍ୟ କରେ .
0:48 ଅଥଚ ଏହି କମାଣ୍ଡ ସବୁ unix systems ରେ କାମ କରି ନ ପାରେ .
0:52 ଟର୍ମିନାଲ୍ କୁ ଖୋଲିବା ପାଇଁ ଏକ ସାଧାରଣ ପ୍ରକ୍ରିୟା ଏହା ପୁର୍ବରୁ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ରେ ବ୍ୟାଖ୍ୟI କରାଯାଇଛି .
0:58 ପ୍ରୋମପ୍ଟ୍ (prompt) ରେ ଇକୋ ସ୍ପେସ୍ ହେଲୋ ଓବର୍ଲଡ଼ (echo Hello World) ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
1:08 ଏହା ସ୍କ୍ରିନ୍ ଉପରେ ପ୍ରଥାନୁରୁପ ହେଲୋ ଓବର୍ଲଡ଼ (Hello World) ମେସେଜ୍ (message) ପ୍ରିଣ୍ଟ୍ କରେ .
1:14 ଇକୋ କମାଣ୍ଡ (echo command) କୁ ଆମେ ଏକ ଭେରିଏବଲ୍‌ (variable) ର ମୁଲ୍ୟ ପ୍ରଦର୍ଶିତ କରିବା ପାଇଁ ମଧ୍ୟ ବ୍ୟବହାର କରିପାରିବା .
1:19 ପ୍ରୋମପ୍ଟ୍ (prompt) ରେ ବଡ ଅରରେ echo space dollar SHELL ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
1:30 ଏହା ଆଉଟ୍ ପୁଟ୍ (output) ଭାବେ ବର୍ତମାନ ବ୍ୟବହୃତ shell ଦେବ .
1:36 ଆମେ ଇକୋ କମାଣ୍ଡ (echo command) ସହିତ escape sequences କୁ ମଧ୍ୟ ବ୍ୟବହାର କରିପାରିବା .
1:42 ଏଥିପାଇଁ, ଲିନକ୍ସ ରେ ଆମେ hyphen e (-e) ଅପସନ୍ ବ୍ୟବହାର କରିବା ଦରକାର .
1:46 ସାଧାରଣ escape sequence ଗୁଡ଼ିକରେ ଟ୍ୟାବ୍ ପାଇଁ backslash t, ନୁଆ ଲାଇନ୍ ପାଇଁ \n ଅନ୍ତରଭୁକ୍ତ ଏବଂ \c ଏକ escape sequence ଯାହାକି ଯେବେ ବ୍ୟବହାର ହୁଏ ପ୍ରୋମପ୍ଟ୍ (prompt) କୁ ସେହି ଏକା ଲାଇନ୍ ରେ ପ୍ରଦର୍ଶିତ କରେ .
2:03 ଏହା ଉପଯୋଗୀ ହୋଇପାରିବ ଯଦି କିଛି ଏନ୍ଟର୍ କରିବା ପୁର୍ବରୁ ଆମେ ପ୍ରୋମପ୍ଟ୍ ମେସେଜ୍ (prompt message) ଚାହିଁବା. ପ୍ରୋମପ୍ଟ୍ (prompt) ରେ echo space minus e ସିଂଗଲ୍‌ କୋଟ୍ (single quote) ମଧ୍ୟରେ ଟାଇପ୍ କର, back slash c କମାଣ୍ଡ ଏନ୍ଟର୍ କର ଏବଂ ଏନ୍ଟର୍ ଦବାଅ .
2:32 ଆମେ ଦେଖିବା ସେହି ଏକା ଲାଇନ୍ ଉପରେ 'Enter a command' ପ୍ରିଣ୍ଟ୍ ହେଲା ପରେ ପ୍ରୋମପ୍ଟ୍ (message) ପ୍ରଦର୍ଶିତ ହେବ .
2:38 ଆପଣ ଜାଣିବାକୁ ଚାହିଁ ପାରନ୍ତି ଯେ ଲିନକ୍ସ କରନେଲ୍ (Linux Kernel) ର କେଉଁ ଭରସନ୍ ଆପଣ ଚଳାଉଛନ୍ତି .
2:43 ଏହା ବିଷୟରେ ଏବଂ ଆମର ମେସିନ୍ ର କିଛି ଅନ୍ୟ ବିଶେଷତ୍ବ ଗୁଡିକୁ ଜାଣିବାକୁ uname କମାଣ୍ଡ ଅଛି. ପ୍ରୋମପ୍ଟ୍ (prompt) ରେ uname space hyphen r ଟାଇପ୍ କର ଏବଂ ଏଣ୍ଟର ଦବାଅ .
2:58 ତୁମର ୟୁଜରନେମ୍ (username) କଣ ଜାଣିବା ପାଇଁ, ପ୍ରୋମପ୍ଟ୍ (prompt) ରେ who space am space I ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
3:11 ଏହା ପ୍ରକୃତରେ who କମାଣ୍ଡ ଠାରୁ ଆସେ, ଯାହାକି ବର୍ତମାନ ସିଷ୍ଟମ୍ କୁ ଲଗ‌-ଇନ୍ (login) କରିଥିବା ସବୁ ୟୁଜର୍‌ (ବ୍ୟବହାରକର୍ତ୍ତା) ମାନଙ୍କର ତାଲିକା ଦିଏ , ଯଦି ଆପଣଙ୍କର ସିଷ୍ଟମ ଏକ ମଲ୍ଟି ୟୁଜର୍-ସିଷ୍ଟମ୍(multiuser system) ଅଟେ .
3:21 ବେଳେ ବେଳେ ଆପଣଙ୍କର login password ର ବିନାନୁମତି ବ୍ୟବହାର ହୋଇଥାଇପାରେ ଏବଂ/କିମ୍ବା ଆପଣ ଏହାକୁ ପରିବର୍ତନ କରିବାକୁ ଚାହାଁନ୍ତି .
3:28 ଏଥି ପାଇଁ ଆମ ପାଖରେ passwd କମାଣ୍ଡ ଅଛି. ପ୍ରୋମପ୍ଟ୍ (prompt) ରେ p-a-s-s-w-d ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
3:37 ଯେବେ ଆପଣ ଏହି କମାଣ୍ଡ ଟାଇପ୍ କରିବେ, current password କୁ ଟାଇପ୍ କରିବାକୁ ଆପଣଙ୍କୁ କୁହାଯିବ .
3:43 ଏଠାରେ ମୁଁ ମୋ ସିଷ୍ଟମର current password କୁ ଟାଇପ୍ କରିବି .
3:48 ଯେବେ ତାହା ଠିକ୍ ଭାବରେ ଏନ୍ଟର୍ ହେବ, ତେବେ ତୁମକୁ ତୁମର ନୁଆ password ଏନ୍ଟର୍ କରିବାକୁ ହେବ ଏବଂ ଏହାକୁ ସୁନିଶ୍ଚିତ କରିବା ପାଇଁ ପୁନର୍ବାର ଟାଇପ୍ କର .
4:02 କିନ୍ତୁ ଆମେ କଣ କରିବା ଯଦି ଆମେ ଆମର current password ଭୁଲି ଯାଇଛୁ ?
4:06 ତେବେ, current password ଜାଣିବା ବିନା ଆପଣ password କୁ ମଧ୍ୟ ପରିବର୍ତନ କରିପାରିବ, କିନ୍ତୁ ଏହା କେବଳ ରୁଟ୍ ୟୁଜର୍ (root user) ଦ୍ବାରା କରା ହୋଇପାରିବ .
4:14 ଏବେ, ରୁଟ୍ ୟୁଜର୍ (root user) କିଏ ?
4:18 ଏହା ଅଧିକ ଅଧିକାର ପ୍ରାପ୍ତ ଏକ ବିଶେଷ ବ୍ୟକ୍ତି ଅଟେ .
4:22 ଅନୁରୁପତା କରିବା ପାଇଁ ଆମେ କହି ପାରିବା ଯେ ଏକ ରୁଟ୍ ୟୁଜର୍ (root user) ୱିନଡୋ ରେ Administrator ପଦର ୟୁଜର୍ (user) ସହିତ ସମାନ ଅଟେ .
4:30 ସିଷ୍ଟମରେ ତାରିଖ ଏବଂ ସମୟ ଜାଣିବା ପାଇଁ ଆମେ ଆଗ୍ରହୀ ହୋଇପାରୁଁ. ଏହା ପାଇଁ ଆମେ ଡେଟ୍ କମାଣ୍ଡ (date command) ର ବ୍ୟବହାର କରିବା .
4:36 ଟର୍ମିନାଲ୍ ରେ ଡେଟ୍ (date) ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
4:42 ଏହା ସିଷ୍ଟମର ବର୍ତମାନ ସମୟ ଏବଂ ଦିନ ପ୍ରଦର୍ଶିତ କରିବ .
4:45 ଯେଭଳି ଆମେ ଦେଖି ପାରିବା ଯେ ଡେଟ୍ କମାଣ୍ଡ (date command) ଉଭୟ ଦିନ ଏବଂ ସମୟ ଦେଖାଏ. ଏହା ଏକ ବହୁବିଧ ବ୍ୟବହାର ଯୋଗ୍ୟ ଏବଂ ଏହାର ବହୁତ ବିକଳ୍ପ ମଧ୍ୟ ଅଛି .
4;54 ପ୍ରୋମପ୍ଟ୍ (prompt) ରେ date space plus 'percent' sign capital T ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
5:07 ଏହା କେବଳ hours minutes and seconds ଫର୍ମାଟ୍‌ (ରୁପ)ରେ ଆମକୁ ସମୟ ଦେଖାଇବ .
5:12 ପ୍ରୋମପ୍ଟ୍ (prompt) ରେ date space plus 'percentage sign small h ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
5:23 ଏହା ମାସ ର ନାମ ଦେଖାଇବ .
5:25 ପ୍ରୋମପ୍ଟ୍ (prompt) ରେ date space plus percentage sign small m ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
5:38 ଏହା ସଂଖ୍ୟାତ୍ମକ ରୁପରେ ବର୍ଷର ମାସ କୁ ଦେଖାଇବ . ଏଠାରେ ଏହା February ମାସ ପାଇଁ 02 ଦେଖାଉଛି. ଆପଣକଂର ପ୍ରାପ୍ତ output କୁ ଏହା ଅନୁସାରେ ମିଳାନ୍ତୁ .
5:50 ପ୍ରୋମପ୍ଟ୍ (prompt) ରେ date space plus percentage sign small y ଏବଂ ଏନ୍ଟର୍ ଦବାଅ .
6:01 ଏହା ବର୍ତମାନ ବର୍ଷ ର ଶେଷ ଦୁଇ ଅଙ୍କ ଦେଖାଇବ .
6:05 ଆମେ ଏହି ଅପସନ୍ସ (options) ଗୁଡ଼ିକୁ ସଂଯୋଗ କରିପାରିବା . ଉଦାହରଣ ସ୍ବରୁପ, ପ୍ରୋମପ୍ଟ୍ (prompt) ରେ date space plus double quotes ରେ percentage small h percentage small y ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
6:34 ଏଠାରେ ଏହା Freburary 11 ଦେଖାଉଛି .
6:39 ଅନ୍ୟ ଏକ ସେଭଳି କମାଣ୍ଡ ହେଉଛି cal କମାଣ୍ଡ. ଯଦିଓ ଏହା ସେତେ ସାଧାରଣ କମାଣ୍ଡ ନୁହେଁ, ଏହା ତୁମକୁ ଯେକୌଣସି ମାସ ଏବଂ ବର୍ଷ ଦେଖିବା ପାଇଁ ସାହାଯ୍ୟ କରେ .
6:48 ବର୍ତମାନ ଚଳିତ ମାସର କ୍ୟାଲେଣ୍ଡର (calender) କୁ ଦେଖିବା ପାଇଁ ପ୍ରୋମପ୍ଟ୍ (prompt) ରେ 'cal' ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
6:56 ଯେକୌଣସି ମାସର କ୍ୟାଲେଣ୍ଡର (calender) କୁ ଦେଖିବା ପାଇଁ, ଯଥା december 2070, ପ୍ରୋମପ୍ଟ୍ (prompt) ରେ cal space 12 space 2070 ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
7:13 ଏହା December 2070 ର କେଲେଣ୍ଡର (calender) ଦେଖାଉଛି .
7:19 ଆଗକୁ ଯିବା ପୁର୍ବରୁ ଆମେ ଫାଇଲ୍ ଏବଂ ଡାଇରେକ୍ଟୋରିଜ୍‌ (directories) ବିଷୟରେ କିଛି ଆଲୋଚନା କରିବା .
7:26 ଲିନକ୍ସ ରେ ପ୍ରାୟ ସବୁ କିଛି ଏକ ଫାଇଲ୍ ଅଟେ . ଏବେ ପ୍ରଶ୍ନ ଅଟେ ଫାଇଲ୍ କଣ ?
7:34 ବାସ୍ତବ ଜୀବନରେ, ଫାଇଲ୍ ରେ ଆମେ ଆମର ଡକୁମେଂଟ୍ସ (documents) ଏବଂ ପେପରସ୍ (papers) ଗଚ୍ଛିତ କରୁ . ସେହିଭଳି, ଏକ ଲିନକ୍ସ ଫାଇଲ୍ ସୁଚନା କୁ ଗଛିତ କରିବା ପାଇଁ ଏକ ଜାଗା ଅଟେ .
7:48 ତାପରେ, ଡାଇରେକ୍ଟ୍‌ଟୋରୀ (directory) କଣ?
7:52 ଏକ ଡାଇରେକ୍ଟ୍‌ଟୋରୀ (directory) କୁ କିଛି ଫାଇଲସ୍ (files) ଏବଂ ଅନ୍ୟ ଉପ-ଡାଇରେକ୍ଟ୍‌ଟୋରୀ (sub-directories) ଗୁଡ଼ିକର ସଂଗ୍ରହ ଭାବେ ବୁଝିବାକୁ ପଡିବ .
7:58 ଡାଇରେକ୍ଟ୍‌ଟୋରୀ (directory) ଆମକୁ ଆମର ଫାଇଲ (file) ଗୁଡ଼ିକୁ ସୁଚିନ୍ତିତ ଭାବେ ବ୍ୟବସ୍ଥିତ କରିବା ପାଇଁ ସାହାଯ୍ୟ କରେ .
8:04 ଏହା ୱିନଡୋଜ୍‌ ର ଫୋଲଡର ପରି.
8:08 ଯେବେ ଆମେ ଲିନକ୍ସ ସିଷ୍ଟମ୍ ରେ ଲଗ-ଇନ୍ (login) କରୁ , ସ୍ବାଭାବିକ ଭାବରେ, ଆମେ ଏକ ହୋମ୍-ଡାଇରେକ୍ଟ୍‌ଟୋରୀ (home directory) ରେ ଅଛୁ. ହୋମ୍-ଡାଇରେକ୍ଟ୍‌ଟୋରୀ (home directory) କୁ ଦେଖିବା ପାଇଁ ପ୍ରୋମପ୍ଟ୍ (prompt) ରେ echo space dollar HOME ଟାଇପ୍ କର ଏବଂ ଏନଟର୍ ଦବାଅ .
8:27 ପରବର୍ତୀ କମାଣ୍ଡ (command) ଆମକୁ ଆମେ ବର୍ତମାନ କାର୍ଯ୍ୟ କରୁଥିବା ଡାଇରେକ୍ଟ୍‌ଟୋରୀ (directory) କୁ ଦେଖିବାରେ ସାହାଯ୍ୟ କରେ. ଏହା ହେଉଛି pwd , ଯାହା ବର୍ତମାନ କାର୍ଯକାରୀ ଡାଇରେକ୍ଟ୍ ଟୋରୀ (directory) ପାଇଁ ନିୟୋଜିତ. ପ୍ରୋମପ୍ଟ୍ (prompt) ରେ pwd ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
8:42 ଯେବେ ଆମେ ଆମର ଡାଇରେକ୍ଟ୍‌ଟୋରୀ (directory) ସମ୍ଵନ୍ଧରେ ଜାଣିଲୁଁ , ଆମେ ମଧ୍ୟ ଜାଣିବାକୁ ଚାହିଁବା ସେହି ଡାଇରେକ୍ଟ୍‌ଟୋରୀ (directory)ରେ କେଉଁ କେଉଁ ଫାଇଲସ୍ (files) ଏବଂ ଉପ-ଡାଇରେକ୍ଟ୍‌ରୀଜ (sub-directories) ଅଛି . ଏଥି ପାଇଁ ଆମ ପାଖରେ ଥିବା ls command ର ବ୍ୟବହାର କରୁଁ ଯାହାକି ୟୁନିକ୍ସ (Unix) ଏବଂ ଲିନକ୍ସ (Linux) ରେ ସବୁଠାରୁ ବ୍ୟାପକ ରୁପରେ ବ୍ୟବହାର ହୁଏ.
8:56 ls command ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
9:01 ବର୍ତମାନ ଆଉଟ୍ ପୁଟ୍ (output) କୁ ଦେଖ .
9:04 ଫାଇଲସ୍ (files) ଏବଂ ଉପ-ଡାଇରେକ୍ଟ୍‌ରୀ (sub-directories)ଗୁଡ଼ିକ ସାଧାରଣତଃ ଅଲଗା ଅଲଗା ରଂଗ ରେ ଦେଖାଯାଏ .
9:08 ls ଗୋଟିଏ ବହୁତ ବହୁମୁଖୀ କମାଣ୍ଡ ଏବଂ ଏହାର ବହୁତ ଅପସନ୍ସସ (options) ରହିଛି. ଚାଲ ଏଥିରୁ କିଛି ଦେଖିବା. ପ୍ରୋମପ୍ଟ୍ (prompt) ରେ ls space minus minus all ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
9:24 ଏହା ସବୁ ଫାଇଲସ୍ (files) ସହିତ ଲୁକ୍କାୟିତ(hidden) ଫାଇଲ ଗୁଡିକୁ ଦେଖାଏ (ଏଠାରେ ଲୁକ୍କାୟିତ ଫାଇଲସ୍ ହେଲା dot (.) ସହିତ ଆରମ୍ଭ ହେଉଥିବା ଫାଇଲ୍ ନେମସ୍)
9:33 ଯଦି ଆମେ କେବେଳ ଫାଇଲ୍ ଦେଖିବାକୁ ଚାହୁଁନାହୁଁ , କିନ୍ତୁ ଅଧିକ ସୁଚନା ମଧ୍ୟ ପାଇବାକୁ ଚାହୁଁ, ତେବେ ଆମେ minus l option ର ବ୍ୟବହାର କରିପାରିବା .
9:40 କେବଳ ls space minus small l କମାଣ୍ଡ ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
9:50 ଏହା ଆମକୁ ଫାଇଲ୍ ପର୍‌ମିସନସ୍ (file permissions), ଫାଇଲ୍ ଅଧିକାରୀର ନାମ, ଶେଷ ରୁପାନ୍ତରର ସମୟ , bytes ରେ ଫାଇଲ୍ ସାଇଜ୍ (size), ଇତ୍ୟାଦି ଦିଏ . କିନ୍ତୁ ଏହି ଅପସନ୍ ର ବିବରଣୀ ବର୍ତମାନ୍ ଟ୍ୟୁଟୋରିଆଲ ର ପରିସୀମା ବାହାରେ.
10:06 ls କୁ ଅନେକ ଅପସନ୍ସସ (options) ସହିତ ବ୍ୟବହାର କରାଯାଇପାରିବ, ଯାହା ଆମେ ପରେ ଦେଖିବା .
10:11 ଏହି ସବୁ ସୁଚନା କୁ ସ୍କ୍ରିନ୍ (screen) ଉପରେ ପ୍ରଦର୍ଶିତ କରିବା ବ୍ୟତିତ, ଆମେ ଏହା ଏକ ଫାଇଲ୍ ରେ ଗଛିତ କରି ପାରିବା . ପ୍ରକୃତରେ ଏହିପରି ଭାବେ ଆମେ ଯେ କୌଣସି କମାଣ୍ଡ ର output କୁ ଏକ ଫାଇଲ୍ ରେ ଗଛିତ କରି ପାରିବା .
10:23 କମାଣ୍ଡ ପରେ right angle bracket ଏବଂ ଫାଇଲ୍ ନେମ୍ (file name) ଟାଇପ୍ କର . ଧର ଆମେ ls space minus small l space right angle bracket space fileinfo ଲେଖିଲେ ଏବଂ ଏନ୍ଟର୍ ଦବାଇଲେ .
10:46 ବର୍ତମାନ ସବୁ ଫାଇଲସ୍ (files) ଏବଂ ଡାଇରେକ୍ଟ୍‌‍ଟୋରୀଜ (sub-directories) ର ସୁଚନା fileinfo ନାମକ ଫାଇଲ୍ ରେ ସିଧାସଳଖ ଯିବ .
10:54 କିନ୍ତୁ ଆମେ ଏହି ଫାଇଲ୍ ର କନ୍ଟେଣ୍ଟ (content) କିପରି ଦେଖିବା ? ଏଥି ପାଇଁ ଆମ ପାଖରେ cat କମାଣ୍ଡ ଅଛି . କେବଳ cat space ଏବଂ ଫାଇଲ୍ ର ନାମ ଟାଇପ୍ କର , ଏଠାରେ ଏହାର ନାମ fileinfo , ଏବଂ ଏନ୍ଟର୍ ଦେବାଅ .
11:12 ବର୍ତମାନ, ଏହାର କନ୍ଟେଣ୍ଟସ୍ (contents) ଦେଖିପାରିବ . ପ୍ରକୃତରେ, ଏକ ଫାଇଲ୍ ସୃଷ୍ଟି କରିବା ହେଉଛି cat ର ଅନ୍ୟ ମୁଖ୍ୟ ବ୍ୟବହାର . ଏଥି ପାଇଁ ପ୍ରୋମପ୍ଟ୍ (prompt ) ରେ cat space right angle bracket space filename , ଧର file1 , ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
11:36 ବର୍ତମାନ, ଯେବେ ଆମେ ଏନ୍ଟର୍ ଦବାଇବା ତେବେ କମାଣ୍ଡ ୟୁଜର୍‌ ଠାରୁ input ପାଇଁ ଅପେକ୍ଷା କରେ .
11:42 ଯାହାବି ଆମେ ଟାଇପ୍ କିରିବା ସେଗୁଡିକ ଫାଇଲ୍ ରେ ଲେଖା ହୋଇଯିବ. ତେଣୁ କିଛି ଟେକ୍ସଟ (text) ଟାଇପ୍ କର .
11:50 ବର୍ତମାନ, ଏନ୍ଟର୍ କୀ (key) ଦବାଇ input ର ଶେଷକୁ ସୁଚୀତ କର .
11:56 ଏବେ, Ctrl ଏବଂ D key କୁ ଏକା ସାଥିରେ ଦବାଅ .
12:05 ଯଦି ଗୋଟିଏ ଫାଇଲ୍ , ଧର file1 , ପୁର୍ବରୁ ଅଛି , ତେବେ ୟୁଜର୍‌ input ଏହି ଫାଇଲ୍ ଉପରେ overwritten ହୋଇଯିବ .
12:13 ବର୍ତମାନ ଯଦି ତୁମେ ପୁର୍ବରୁ ଥିବା ଫାଇଲ୍ ‘file1’ ର ଶେଷ ରେ ଯୋଡିବା ଚାହଁ , ତେବେ ପ୍ରୋମପ୍ଟ୍ (prompt) ରେ cat space double right angle bracket space file1ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
12:36 ସେହିଭଳି ଅନେକ ଅନ୍ୟ କମାଣ୍ଡ୍ ସ୍ (commands) ଅଛି ଯାହା ଆମେ ଆଲୋଚନା କରିପାରିଥାନ୍ତେ , କିନ୍ତୁ ଆମେ ଏହାକୁ ବର୍ତମାନ ପାଇଁ ସୀମିତ ରଖିବା . ପ୍ରକୃତରେ, ଆଲୋଚିତ ସବୁ କମାଣ୍ଡ୍ ଗୁଡିକର ଅନେକ options and possibilities ଉପରେ ମଧ୍ୟ ଏଠାରେ କୁହାଯାଇନାହିଁ .
12:50 ଏହା ଆମର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ . ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଅଂଶ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ .
13:02 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି.
13:10 ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।

ଉପସ୍ଥିତି ପାଇଁ ଧନ୍ୟବାଦ .

Contributors and Content Editors

Devraj, Manoranjan, PoojaMoolya, Pradeep