Linux/C2/General-Purpose-Utilities-in-Linux/Oriya

From Script | Spoken-Tutorial
Jump to: navigation, search
Time Narration
00:00 ଲିନକ୍ସ୍ ରେ ଜେନେରାଲ୍ ପର୍ପୋଜ୍ ୟୁଟିଲିଟିଜ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଲିନକ୍ସ୍ ର ବହୁତ ବେସିକ୍ କିନ୍ତୁ ବହୂଳ ଭାବେ ବ୍ୟବହୃତ ହେଉଥିବା କିଛି କମାଣ୍ଡ୍ ସହିତ ପରିଚିତ ହେବା |
00:14 ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲିନକ୍ସ୍ ରେ କାମ କରିବା ବିଷୟରେ ଆପଣଙ୍କୁ ପ୍ରାରମ୍ଭିକ ସୂଚନା ଦେବା |
00:21 ଆମେ ପ୍ରଥମ କମାଣ୍ଡ ଭାବେ ଇକୋ କମାଣ୍ଡ୍ ଦେଖିବା | ମନେରଖନ୍ତୁ, ଲିନକ୍ସ୍ କମାଣ୍ଡ୍ ଗୁଡିକ କେସ୍ ସେନ୍ସିଟିଭ୍ ଅଟେ |
00:29 ଉଲ୍ଲେଖ କରାଯାଇନଥିଲେ ସମସ୍ତ କମାଣ୍ଡ୍ ଓ ସେଗୁଡିକର ଅପ୍ସନ୍ସ ଛୋଟ ଅକ୍ଷରରେ ଥାଏ |
00:36 ସ୍କ୍ରୀନ୍ ରେ କିଛି ମେସେଜ୍ ଦେଖାଇବାକୁ ଏହି କମାଣ୍ଡ୍ ବ୍ୟବହୃତ ହୁଏ | ଟର୍ମିନାଲ୍ କୁ ଯାଆନ୍ତୁ |
00:43 ଉବୁଣ୍ଟୁରେ ଏକ ଟର୍ମିନାଲ୍ ଆରମ୍ଭ କରିବାକୁ Ctrl Alt t ସାହାଯ୍ୟ କରେ |
00:48 ଅବଶ୍ୟ, ଏହି କମାଣ୍ଡ୍ ସମସ୍ତ ୟୁନିକ୍ସ୍ ସିଷ୍ଟମ୍ ରେ କାମ କରିନପାରେ |
00:52 ଟର୍ମିନାଲ୍ ଖୋଲିବାର ଏକ ସାଧାରଣ ପ୍ରକ୍ରିୟା, ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ବୁଝାଯାଇସାରିଛି |
00:58 ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ହେଲୋ ୱର୍ଲ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
01:08 ଏହା, ପ୍ରଥାଗତ Hello Worldକୁ ସ୍କ୍ରୀନ୍ ରେ ପ୍ରିଣ୍ଟ୍ କରେ |
01:14 ଭାରିଏବଲ୍ ର ଭାଲ୍ୟୁ ଦେଖାଇବାକୁ ମଧ୍ୟ ଇକୋ କମାଣ୍ଡ୍ ବ୍ୟବହାର କରିପାରିବା |
01:19 ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ଡଲାର୍, କ୍ୟାପିଟାଲ୍ ରେ SHELL ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
01:30 ଏହା, ସାମ୍ପ୍ରତିକ ବ୍ୟବହୃତ ହେଉଥିବା ସେଲ୍ ର ଆଉଟ୍ ପୁଟ୍ ଦିଏ |
01:36 ଇକୋ କମାଣ୍ଡ୍ ସହିତ ଆମେ ଏସ୍କେପ୍ ସିକ୍ୱେନ୍ସ୍ ମଧ୍ୟ ବ୍ୟବହାର କରିପାରିବା |
01:42 ଏଥିପାଇଁ ଆମକୁ -e (ହାଇଫେନ୍ e) ଅପ୍ସନ୍ ବ୍ୟବହାର କରିବା ଦରକାର |
01:46 ସାଧାରଣ ଏସ୍କେପ୍ ସିକ୍ୱେନ୍ସ୍ ରେ ଟ୍ୟାବ୍ ପାଇଁ \t (ବ୍ୟାକ୍ ସ୍ଲାସ୍ t), ନୂଆ ଧାଡି ପାଇଁ \n ଥାଏ ଓ \c ଏସ୍କେପ୍ ସିକ୍ୱେନ୍ସ୍ ଟି ବ୍ୟବହୃତ ହେଲେ ସେହି ସମାନ ଧାଡିରେ ପ୍ରମ୍ପ୍ଟ୍ ଦେଖାଇଥାଏ |
02:03 କିଛି ଏଣ୍ଟର୍ କରିବା ପୂର୍ବରୁ ଏକ ପ୍ରମ୍ପ୍ଟ୍ ମେସେଜ୍ ଚାହୁଁଥିଲେ ଏହା ଦରକାର ହୁଏ | ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ମାଇନସ୍ କୁ ଗୋଟିଏ କ୍ୟୋଟ୍ ମଧ୍ୟରେ ଟାଇପ୍ କରନ୍ତୁ

ବ୍ୟାକ୍ ସ୍ଲାସ୍ c କମାଣ୍ଡ୍ ପ୍ରବେଶ କରାଇ ଏଣ୍ଟର୍ ଦାବନ୍ତୁ |

02:32 ସେହି ସମାନ ଧାଡିରେ ‘enter a command ‘ ପ୍ରିଣ୍ଟ୍ ହେବା ପରେ ପ୍ରମ୍ପ୍ଟ୍ ଦେଖାଯିବ |
02:38 ଲିନକ୍ସ୍ କର୍ନେଲ୍ ର କେଉଁ ଭର୍ସନ୍ ବ୍ୟବହାର କରୁଛନ୍ତି ଆପଣ ତାହା ଜାଣିବାକୁ ଚାହୁଁଥିବେ |
02:43 ଏହା ଓ ଆମ ମେସିନ୍ ର ଅନ୍ୟ ବିଶେଷତାଗୁଡ଼ିକ ଜାଣିବାକୁ ୟୁନେମ୍ କମାଣ୍ଡ୍ ଅଛି | ପ୍ରମ୍ପ୍ଟ୍ ରେ ୟୁନେମ୍ ସ୍ପେସ୍ ହାଇଫେନ୍ r ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
02:58 ଆପଣଙ୍କ ୟୁଜର୍ ନାମ ଜାଣିବାକୁ ପ୍ରମ୍ପ୍ଟ୍ ରେ ହୁ ସ୍ପେସ୍ ଆମ୍ ସ୍ପେସ୍ ଆଇ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
03:11 ଏହା ବାସ୍ତବରେ ହୁ’ କମାଣ୍ଡ୍ ରୁ ଆସିଥାଏ, ଯାହା ଆପଣଙ୍କ ସିଷ୍ଟମ୍ ମଲ୍ଟିୟୁଜର୍ ସିଷ୍ଟମ୍ ହୋଇଥିଲେ, ସେଥିରେ ବର୍ତ୍ତମାନ ଲଗ୍ଇନ୍ କରିଥିବା ୟୁଜର୍ ମାନଙ୍କୁ ତାଲିକାଭୁକ୍ତ କରେ |
03:21 ବେଳେବେଳେ ଆପଣଙ୍କ ଲଗ୍ଇନ୍ ପାସ୍-ୱର୍ଡ୍ ସମାଧାନ ହୋଇଯାଏ ଓ/କିମ୍ୱା ଆପଣ ତାହାକୁ ବଦଳାଇବାକୁ ଚାହିଁପାରନ୍ତି |
03:28 ଏଥିପାଇଁ ଆମର passwd କମାଣ୍ଡ୍ ଅଛି | ପ୍ରମ୍ପ୍ଟ୍ ରେ p-a-s-s-w-d ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
03:37 ଏହି କମାଣ୍ଡ୍ ଟାଇପ୍ କଲେ ଆପଣଙ୍କୁ ସାମ୍ପ୍ରତିକ ପାସ୍-ୱର୍ଡ ଟାଇପ୍ କରିବାକୁ କୁହାଯିବ |
03:43 ଏଠାରେ ମୁଁ ମୋ ସିଷ୍ଟମ୍ ର ସାମ୍ପ୍ରତିକ ପାସ୍-ୱର୍ଡ ଟାଇପ୍ କରିବି |
03:48 ତାହା ସଠିକ୍ ଭାବରେ ଏଣ୍ଟର୍ ହୋଇଗଲେ ଆପଣଙ୍କୁ ନୂତନ ପାସ୍-ୱର୍ଡ ଏଣ୍ଟର୍ କରି ସୁନିଶ୍ଚିତ କରିବାକୁ ରିଟାଇପ୍ କରିବାକୁ ହେବ |
04:02 କିନ୍ତୁ, ଯଦି ଆମେ ନିଜର ସାମ୍ପ୍ରତିକ ପାସ୍-ୱର୍ଡ ଭୁଲିଯାଇଥିବା, ତେବେ?
04:06 ତେବେ, ସାମ୍ପ୍ରତିକ ପାସ୍-ୱର୍ଡ ନଜାଣି ମଧ୍ୟ କେବଳ ରୁଟ୍ ୟୁଜର୍ ଙ୍କ ଦ୍ୱାରା ପାସ୍-ୱର୍ଡ ବଦଳାଯାଇପାରେ |
04:14 ଏବେ, ରୁଟ୍ ୟୁଜର୍ କିଏ?
04:18 ସେ ହେଉଛନ୍ତି, ଅତିରିକ୍ତ ଅଧିକାର ପାଇଥିବା ଜଣେ ବିଶେଷ ବ୍ୟକ୍ତି |
04:22 ଉଦାହରଣ ଭାବରେ କହିପାରିବା ଯେ, ଜଣେ ରୁଟ୍ ୟୁଜର୍, ଆଡମିନିଷ୍ଟ୍ରେଟର୍ ଷ୍ଟାଟସ୍ ସହିତ ୱିଣ୍ଡୋଜ୍ ୟୁଜର୍ ସହିତ ସମାନ |
04:30 ସିଷ୍ଟମ୍ ର ତାରିଖ ଓ ସମୟ ଜାଣିବାକୁ ଇଚ୍ଛା କରୁଥିଲେ ଆମ ପାଖରେ ଡେଟ୍ କମାଣ୍ଡ୍ ଅଛି |
04:36 ଟର୍ମିନାଲ୍ ରେ ତାରିଖ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
04:42 ଏହା ସିଷ୍ଟମ୍ ର ସାମ୍ପ୍ରତିକ ସମୟ ଓ ତାରିଖ ଦେଖାଇବ |
04:45 ଡେଟ୍ କମାଣ୍ଡ୍, ଉଭୟ ତାରିଖ ଓ ସମୟ ଦେଖାଉଥିବାର ଆମେ ଦେଖୁଛେ | ଏହା ଏକ ବହୁତ ବହୁମୁଖୀ ୟୁଟିଲିଟୀ ହୋଇଥିବା ସହିତ ଏଥିରେ ଅନେକ ଅପ୍ସନ୍ସ ମଧ୍ୟ ରହିଛି |
04:54 ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ’ଶତକଡା’ ଚିହ୍ନ କ୍ୟାପିଟାଲ୍ T ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
05:07 ଏହା ସମୟଟିକୁ କେବଳ ଘଣ୍ଟା, ମିନିଟ୍ ଓ ସେକେଣ୍ଡ୍ (hh:mm:ss) ଫର୍ମାଟ୍ ରେ ଦେଖାଏ |
05:12 ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ’ଶତକଡା’ ଚିହ୍ନ ଛୋଟ h ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
05:23 ଏହା ମାସର ନାମ ଦେଖାଏ |
05:25 ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଚିହ୍ନ ଛୋଟ m ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
05:38 ଏହା ବର୍ଷର ମାସକୁ ସଂଖ୍ୟା ରୂପରେ ଦେଖାଏ | ଏଠାରେ ଏହା ଫେବୃଆରୀ ମାସ ପାଇଁ 02 ଦେଖାଉଛି | ଆପଣ ପାଉଥିବା ଆଉଟ୍ ପୁଟ୍ ଅନୁସାରେ ଏହାକୁ ମିଳାନ୍ତୁ |
05:50 ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଚିହ୍ନ ଛୋଟ y ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:01 ଏହା ସାମ୍ପ୍ରତିକ ବର୍ଷର ଶେଷ ଦୁଇଟି ଅଙ୍କ ଦେଖାଏ |
06:05 ଆମେ ଏହି ଅପ୍ସନ୍ ଗୁଡ଼ିକୁ ଏକାଠି କରିପାରିବା | ଉଦାହରଣସ୍ୱରୂପ, ପ୍ରମ୍ପ୍ଟ୍ ରେ ଡବଲ୍ କ୍ୟୋଟ୍ ମଧ୍ୟରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଛୋଟ h ଶତକଡା ଛୋଟ y ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:34 ଏଠାରେ February 11 ଦେଖାଉଛି |
06:39 ଏହା ସମ୍ବନ୍ଧିତ ଅନ୍ୟ କମାଣ୍ଡ୍ ହେଉଛି କାଲ୍ କମାଣ୍ଡ୍ | ସଧାରଣ ନ ହୋଇନଥିଲେ ମଧ୍ୟ ଯେକୌଣସି ବର୍ଷର ଯେକୌଣସି ମାସର କ୍ୟାଲେଣ୍ଡର୍ ଦେଖିବାରେ ଏହା ସାହାଯ୍ୟ କରେ |
06:48 ସାମ୍ପ୍ରତିକ ମାସର କ୍ୟାଲେଣ୍ଡର୍ ଦେଖିବାକୁ ପ୍ରମ୍ପ୍ଟ୍ ରେ ‘cal’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:56 ଯକୌଣସି ମାସ, ମନେକରନ୍ତୁ 2070 ଡିସେମ୍ବର୍ ମାସର କ୍ୟାଲେଣ୍ଡର୍ ଦେଖିବାକୁ, ପ୍ରମ୍ପ୍ଟ୍ ରେ ’କାଲ୍ ସ୍ପେସ୍ 12 ସ୍ପେସ୍ 2070 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
07:13 ଏହା 2070 ଡିସେମ୍ୱର୍ ମାସର କ୍ୟାଲେଣ୍ଡର୍ ଦେଖାଏ |
07:19 ଆଗକୁ ବଢ଼ିବା ପୂର୍ବରୁ ଫାଇଲ୍ସ ଓ ଡିରେକ୍ଟୋରୀଜ୍ ବିଷୟରେ ଅଳ୍ପ ଆଲୋଚନା କରିବା |
07:26 ଲିନକ୍ସ୍ ରେ ପ୍ରାୟ ସବୁ ଜିନିଷ ହେଉଛି ଫାଇଲ୍ | ଏବେ ଆମ ପ୍ରଶ୍ନ ହେଉଛି ଫାଇଲ୍ କ’ଣ?
07:34 ବାସ୍ତବ ଫାଇଲ୍ ରେ ଆମେ ଆମର ଡକ୍ୟୁମେଣ୍ଟ୍ ଓ କାଗଜପତ୍ର ରଖୁ | ସେହିଭଳି ଲିନକ୍ସ୍ ଫାଇଲ୍ ହେଉଛି ଏକ ସୂଚନା ଧାରକ |
07:48 ଏବେ, ଏକ ଡିରେକ୍ଟୋରୀ କ’ଣ?
07:52 ଡିରେକ୍ଟୋରୀକୁ ଫାଇଲ୍ ଓ ଅନ୍ୟ(ସବ୍) ଡିରେକ୍ଟୋରୀଗୁଡିକର ସଂଗ୍ରହ ଭାବରେ ବୁଝାଯାଇପାରେ |
07:58 ଏକ ବ୍ୟବସ୍ଥିତ ଢଙ୍ଗରେ ଫାଇଲ୍ ଗୁଡିକ ସଜାଡିବାରେ ଡିରେକ୍ଟୋରୀ ଆମକୁ ସାହାଯ୍ୟ କରେ |
08:04 ଏହା ୱିଣ୍ଡୋଜ୍ ରେ ଥିବା ଫୋଲ୍ଡର୍ ଗୁଡ଼ିକ ଭଳି ଅଟେ |
08:08 ଆମେ ଲିନକ୍ସ୍ ସିଷ୍ଟମ୍ ରେ ଲଗ୍ଇନ୍ କଲେ ବାଇ ଡିଫଲ୍ଟ୍ ଆମେ ହୋମ୍ ଡିରେକ୍ଟୋରୀରେ ଥାଉ | ହୋମ୍ ଡିରେକ୍ଟୋରୀ ଦେଖିବାକୁ ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ରେ HOME ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:27 ପରବର୍ତ୍ତୀ କମାଣ୍ଡ୍ ଟି ଆମେ କାମକରୁଥିବା ସାମ୍ପ୍ରତିକ ଡିରେକ୍ଟୋରୀ ଦେଖିବାରେ ସାହାଯ୍ୟ କରେ | ଏହା ହେଉଛି pwd, ଯାହାର ଅର୍ଥ ପ୍ରେଜେଣ୍ଟ୍ ୱର୍କିଙ୍ଗ୍ ଡିରେକ୍ଟୋରୀ | ପ୍ରମ୍ପ୍ଟ୍ ରେ pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:42 ଆମେ ଥରେ ନିଜର ଡିରେକ୍ଟୋରୀ ଜାଣିଗଲେ, ଡିରେକ୍ଟୋରୀରେ ଥିବା ଫାଇଲ୍ ଓ ସବ୍ ଡିରେକ୍ଟୋରୀ ଜାଣିବାକୁ ଇଚ୍ଛା କରିବା | ଏଥିପାଇଁ ଆମ ପାଖରେ Is କମାଣ୍ଡ୍ ଅଛି, ଯାହା ବୋଧହୁଏ ୟୁନିକ୍ସ୍ ଓ ଲିନକ୍ସ୍ ରେ ସର୍ବାଧିକ ବ୍ୟବହୃତ ହୋଇଥାଏ |
08:56 Is କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:01 ଏବେ ଆଉଟ୍-ପୁଟ୍ ଦେଖନ୍ତୁ |
09:04 ଫାଇଲ୍ ଓ ସବ୍-ଡିରେକ୍ଟୋରୀଗୁଡିକ ସାଧାରଣତଃ ଭିନ୍ନ ରଙ୍ଗରେ ଦେଖାଦିଏ |
09:08 Is ହେଉଛି ବହୁତ ବହୁମୁଖୀ କମାଣ୍ଡ ଓ ଏହାର ଅନେକ ଅପ୍ସନ୍ ଥାଏ | ସେଥିରୁ କିଛି ଦେଖିବା ପାଇଁ, ପ୍ରମ୍ପ୍ଟ୍ ରେ ls ସ୍ପେସ୍ ମାଇନସ୍ ମାଇନସ୍ ଅଲ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:24 ଏହା ହିଡିନ୍ ଫାଇଲ୍ ସହିତ ସମସ୍ତ ଫାଇଲ୍ ଦେଖାଏ (ଡଟ୍(.)ରୁ ଫାଇଲ୍ ନାମ ଆରମ୍ଭ ହେଉଥିବା ଫାଇଲ୍ ଗୁଡ଼ିକ ହେଉଛି ହିଡିନ୍ ଫାଇଲ୍) |
09:33 ଫାଇଲ୍ ଗୁଡ଼ିକ ସମେତ ଅଧିକ ସୂଚନା ପାଇବାକୁ ଚାହିଁଲେ ଆମେ ମାଇନସ୍ l ଅପ୍ସନ୍ ବ୍ୟବହାର କରିପାରିବା |
09:40 ls ସ୍ପେସ୍ ମାଇନସ୍ ଛୋଟ l କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:50 ଏହା ଆମକୁ ଫାଇଲ୍ ଅନୁମତି, ଫାଇଲ୍ ମାଲିକ ନାମ, ଶେଷ ମୋଡିଫିକେଶନ୍ ସମୟ, ବାଇଟ୍ସ ରେ ଫାଇଲ୍ ର ସାଇଜ୍ ଆଦିର ସୂଚନା ଦିଏ | ଏହି ଅପ୍ସନ୍ ର ବ୍ୟାଖ୍ୟା ବର୍ତ୍ତମାନର ଟ୍ୟୁଟୋରିଆଲ୍ ପରିସର ବାହାରେ ଅଛି |
10:06 ls ବହୁ ଅପ୍ସନ୍ ସହିତ ବ୍ୟବହୃତ ହୋଇପାରେ, ଯାହା ଆମେ ପରେ ଦେଖିବା |
10:11 ସ୍କ୍ରୀନ୍ ରେ ଏହି ସମସ୍ତ ସୂଚନା ଦେଖାଇବା ପରିବର୍ତ୍ତେ ଆମେ ଏହାକୁ ଏକ ଫାଇଲ୍ ରେ ସେଭ୍ କରିପାରିବା | ବାସ୍ତବରେ, ଏହିପରି ମାର୍ଗରେ ଆମେ ଯକୌଣସି କମାଣ୍ଡ୍ ର ଆଉଟ୍ ପୁଟ୍ କୁ ଫାଇଲ୍ ରେ ଷ୍ଟୋର୍ କରିପାରିବା |
10:23 ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ରେ କମାଣ୍ଡ୍ ଓ ଫାଇଲ୍ ନାମ ଟାଇପ୍ କରନ୍ତୁ | ମନେକରନ୍ତୁ ଆମେ ls ସ୍ପେସ୍ ମାଇନସ୍ ଛୋଟ l ସ୍ପେସ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ ଫାଇଲ୍ ଇନ୍ଫୋ ଲେଖି ଏଣ୍ଟର୍ ଦାବିବା |
10:46 ଏବେ ସମସ୍ତ ଫାଇଲ୍ ଓ ଡିରେକ୍ଟୋରୀ ସୂଚନା fileinfo ନାମକ ଫାଇଲ୍ କୁ ଚାଲିଯିବ |
10:54 କିନ୍ତୁ ଏହି ଫାଇଲ୍ ର କଣ୍ଟେଣ୍ଟ୍ ଆମେ କିପରି ଦେଖିବା? ଏଥିପାଇଁ ଆମ ପାଖରେ କ୍ୟାଟ୍ କମାଣ୍ଡ୍ ଅଛି | କ୍ୟାଟ୍ ସ୍ପେସ୍ ଫାଇଲ୍ ନାମ, ଏଠାରେ fileinfo ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
11:12 ଏବେ, ଆପଣ ଏହାର କଣ୍ଟେଟ୍ ଦେଖିପାରିବେ | ବାସ୍ତବରେ କ୍ୟାଟ୍ ର ଅନ୍ୟ ମୁଖ୍ୟ ବ୍ୟବହାର ହେଉଛି ନୂତନ ଫାଇଲ୍ କ୍ରିଏଟ୍ କରିବା |

ଏଥିପାଇଁ, ପ୍ରମ୍ପ୍ଟ୍ ରେ କ୍ୟାଟ୍ ସ୍ପେସ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ ଫାଇଲ୍ ନାମ, ଧରନ୍ତୁ file1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |

11:36 ଏବେ, ଆମେ ଏଣ୍ଟର୍ ଦାବିଲେ କମାଣ୍ଡ୍, ୟୁଜର୍ ତରଫରୁ ଇନପୁଟ୍ ପାଇଁ ଅପେକ୍ଷା କରେ |
11:42 ଆମେ ଯାହାବି ଟାଇପ୍ କରିବା, ତାହା ଫାଇଲ୍ ରେ ଲେଖିହେବ, ତେଣୁ କିଛି ଲେଖନ୍ତୁ |
11:50 ଏବେ ଇନପୁଟ୍ ର ଶେଷ ସୂଚାଇବାକୁ ଏଣ୍ଟର୍ କି’ ଦାବନ୍ତୁ |
11:56 ଏବେ Ctrl ଓ D ଏକାଠି ଦାବନ୍ତୁ |
12:05 ମନେକରନ୍ତୁ file1 ନାମକ ଫାଇଲ୍ ଆଗରୁ ଥିଲେ, ୟୁଜର୍ ଙ୍କର ଇନ୍-ପୁଟ୍ ଏହି ଫାଇଲ୍ ରେ ଓଭର୍ ରାଇଟ୍ ହୋଇଯାଏ |
12:13 ଏବେ ଆପଣ ଏକ ବିଦ୍ୟମାନ ଫାଇଲ୍ ’ file1’ର ଶେଷରେ ଯୋଡ଼ିବାକୁ ଚାହୁଁଥିଲେ, ପ୍ରମ୍ପ୍ଟ୍ ରେ କ୍ୟାଟ୍ ସ୍ପେସ୍ ଡବଲ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ file ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
12:36 ଏଭଳି ଆହୁରି କମାଣ୍ଡ୍ ଅଛି ଯାହା ଆମେ ଆଲୋଚନା କରିପାରିଥା’ନ୍ତେ, ମାତ୍ର ବର୍ତ୍ତମାନ ଏତିକିରେ ରଖିବା | ପ୍ରକୃତରେ, ଆଲୋଚିତ ସମସ୍ତ କମାଣ୍ଡ୍ ରେ ଥିବା ବହୁ ଅପ୍ସନ୍ ଓ ସମ୍ଭାବନା ଏଠାରେ ଅନାଲୋଚନା ରହିଯାଇଛି |
12:50 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
13:02 ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ |
13:10 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, Manoranjan, PoojaMoolya, Pradeep