Linux/C2/Basic-Commands/Oriya

From Script | Spoken-Tutorial
Revision as of 16:41, 22 October 2013 by Devraj (Talk | contribs)

Jump to: navigation, search
Time Narration
0:00 ପ୍ରିୟ ବଂଧୁଗଣ , ଲିନକ୍ସ ଅପେରଟିଂଗ୍ ସିଷ୍ଟମ ବିଷୟରେ ରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ .
0:05 ଏହି ଟ୍ୟୁଟୋରିଆଲ ରେ ଆମେ କିଛି ବେସିକ କମାଣ୍ଡସ (basic commands) ଅଧ୍ୟୟନ କରିବା .
0:10 ମୁଁ Ubuntu (ଉବଣ୍ତୁ) 10.04 ର ବ୍ୟବହାର କରୁଛି .
0:12 ଆମେ ଧରିନେବା ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ ସହିତ କିପରି କାମ ଆରମ୍ଭ କରିବାକୁ ହୁଏ, ଏହା ଆପଣ ଜାଣନ୍ତି .
0:17 ଯଦି ଆପଣ ଆଗ୍ରହୀ, ଏହା http://spoken-tutorial.org ୱେବ୍ସାଇଟ୍‌ରେ ଅନ୍ୟ ଏକ ସ୍ପୋକେନ୍‌ ଟ୍ୟୁଟୋରିଆଲ ମାଧ୍ୟମରେ ଉପଲବ୍ଧ .
0:26 ଏହି ଟ୍ୟୁଟୋରିଆଲ ରେ, ଆମେ ଦେଖିବା କମାଣ୍ଡସ (commands) କଣ ଏବଂ ଏକ କମାଣ୍ଡ ଇଣ୍ଟର୍‌ପ୍ରିଟର୍‌ (command interpreter) କଣ .
0:33 ତାପରେ, ଆମେ ଶିଖିବା ମ୍ୟାନ୍ କମାଣ୍ଡ (man command) ବ୍ୟବହାର କରି ଲିନକ୍ସ ରେ କିପରି ହେଲପ୍ ପାଇବାକୁ ହୁଏ .
0:39 ବର୍ତମାନ, ପ୍ରଥମ ପ୍ରଶ୍ନ ହେଲା, "କମାଣ୍ଡସ (commands) କଣ?".
0:43 ଅତି ସରଳ ଭାଷାରେ ଆମେ କହିପାରିବା ଯେ, ଲିନକ୍ସ କମାଣ୍ଡ (Linux command)ଗୁଡ଼ିକ ଏଭଳି ସବୁ ଶବ୍ଦ ଯାହା କୀଡ‌‍ (keyed) କଲେ କିଛି କାର୍ଯ୍ୟ ଦେଖାଇଥାଏ .
0:52 ଲିନକ୍ସ କମାଣ୍ଡ ଗୁଡ଼ିକ କଦାଚିତ୍ ଲମ୍ବାରେ ଚାରି ଅକ୍ଷରରୁ ବେଶୀ - ଯେଭଳି, Is , who , ps, ଆଦି .
0:59 କମାଣ୍ଡସ (commands) ଲୋୟର କେସ୍ (lower case) ରେ ହୋ‌ଇଥାଏ ଏବଂ ସେଗୁଡିକ କେସ୍ ସେନସିଟିଭ । ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା .
1:05 ଆପ୍ଲିକେସନ (applications menu) ମେନ୍ୟୁ କୁ ଯାଅ .
1:08 ଆକ୍ସେସାରୀଜ (accessories) କୁ ସିଲେକ୍ଟ୍‌ କର ଏବଂ ଉପଲବ୍ଧ ଅପ୍ସନସ‌ (options) ରୁ ଟର୍ମିନାଲ୍ (terminal) ଉପରେ କ୍ଲିକ୍ କର .
1:14 କିମ୍ବା ଟର୍ମିନାଲ୍ ୱିଣ୍ଡୋ ଖୋଲିବା ପାଇଁ କିବୋର୍ଡ଼୍‌ (keyboard) ରେ Ctrl Alt T ପ୍ରେସ୍ କର .
1:20 ଏବେ ଆମେ ଏକ ପ୍ରୋମପଟ୍ (prompt) ($) ଏବଂ ଏହାର ଠିକ ପରେ ଏକ ବ୍ଲିନକିଂଗ୍ କର୍ସର ଦେଖିପାରିବା . ଏହି ଜାଗାରେ ଆମେ କମାଣ୍ଡ ଟାଇପ୍ କରିବା ଦରକାର .
1:29 ଶବ୍ଦ ରେ who ଟାଇପ୍ କର ଏବଂ ଏଣ୍ଟର ପ୍ରେସ୍ କର .
1:34 ଆମେ ଲଗ୍‌-ଇନ୍ (log in) କରିଥିବା ୟୂଜର୍‌ (users) ମାନଙ୍କର ନାମ ଦେଖିପାରିବା . ପ୍ରକୃତରେ ଆମେ ଏକ କମାଣ୍ଡ who କୁ ଏବେ କାର୍ଯକାରୀ କରିଛେ, ଯାହା ଦେଖାଏ ସିଷ୍ଟମ ରେ କିଏ କିଏ ଲୋଗ୍ଗେଡ଼ ଇନ୍ ଅଛନ୍ତି .
1:47 କିନ୍ତୁ କେଉଁ ଏନ୍ଟିଟି (entity) ଏସବୁ କମାଣ୍ଡସ (commands)ଗୁଡ଼ିକୁ ରୂପାନ୍ତର କରୁଛି , ସେଗୁଡିକ କିଛି ନୁହେଁ ଯାହାକି କେବଳ କିଛି ଅକ୍ଷରର କାର୍ଯ୍ୟରେ ରୂପାନ୍ତର ?
1:54 ଏହା ହେଉଛି କମାଣ୍ଡ-ଇଣ୍ଟରପ୍ରିଟର୍ (Command Interpreter) ର କାର୍ଯ୍ୟ , ଯାହାକୁ ଶେଲ୍ (shell) ମଧ୍ୟ କୁହାଯାଏ .
1:59 ଆମେ ଶେଲ୍ (shell) କୁ ଏକ ପ୍ରୋଗ୍ରାମ ବୋଲି ବର୍ଣନା କରିପାରିବା, ଯାହା ଲିନକ୍ସ ସିଷ୍ଟମ ଏବଂ ଆମ ମଧ୍ୟରେ ଇଣ୍ଟର୍‌ଫେସ୍ (interface) ରୂପେ କାମ କରେ .
2:08 ଅପେରଟିଂଗ୍ ସିଷ୍ଟମ (operating system) କୁ କାର୍ଯକାରୀ କରିବା ପାଇଁ କମାଣ୍ଡସ (commands) ଏନ୍ଟର୍ କରିବାକୁ ଆମକୁ ଅନୁମତି ଦିଏ .
2:13 ଲିନକ୍ସ ରେ ବହୁବିଧ ଶେଲ୍‌ସ୍ ଇନ୍‌ଷ୍ଟଲ (shells installed) କରାଇବା ସମ୍ଭବ ହୋ‌ଇଥାଏ, ଏବଂ ଅଲଗା ଅଲଗା ୟୁଜର୍‌ ପସଂଦ ଅନୁସାରେ ଏହାକୁ ବାଛିଥାନ୍ତି .
2:22 ଲିନକ୍ସ ରେ, ସାଧାରଣ ମାନର ଷ୍ଟାଣ୍ଡାର୍ଡ୍‌ ଶେଲ ଯାହା ସବୁବେଳେ /bin/sh ରୂପେ ଇନ୍‌ଷ୍ଟଲଡ (installed) ହୋ‌ଇଥାଏ, ଯାହାକୁ କୁହାଯାଏ ବାଶ୍ (bash), the GNU Bourne-Again SHell, from the GNU suite of tools .
2:35 ଯେଉଁ କମାଣ୍ଡ (command) ସବୁକୁ ଆମେ ଏହି ଟ୍ୟୁଟୋରିଆଲ ରେ ବିସ୍ତାରିତ କରିବା ସେଗୁଡିକ ଜେନେରିକ (generic) ଏବଂ ସାମାନ୍ୟ ଭିନ୍ନତା ସହିତ ଏହିଗୁଡିକ ଅଧିକାଂଶ ଲିନକ୍ସ ଶେଲ୍ସ୍ (Linux shells) ରେ ଚାଲିପାରିବ .
2:44 ତଥାପି, ଆମେ ଏହି ଟ୍ୟୁଟୋରିଆଲ ରେ ଶେଲ୍ (shell) ରୁପରେ ପ୍ରଦର୍ଶନ ପାଇଁ ବାଶ୍ (bash) କୁ ବ୍ୟବହାର କରିବା .
2:51 କାରଣ, ବାଶ୍ (bash) ସବୁଠାରୁ ଲୋକପ୍ରିୟ ଶେଲ୍ (shell) ଏବଂ ଏହା ପ୍ରାୟ ସବୁ ୟୁନିକ୍ସ୍‌ (UNIX) କୁ portable .
2:58 ଅନ୍ୟ ଶେଲ୍‌ (shell)ଗୁଡ଼ିକ ମଧ୍ୟରେ ଅନ୍ତର୍‍ଭୁକ୍ତ Bourne shell ଯାହା ମୋଳିକ UNIX Shell, C Shell ଏବଂ Korn shell .
3:08 କେଉଁ ଶେଲ୍ (shell) ଆମେ ବ୍ୟବହାର କରୁଛୁ - ତାହା ଦେଖିବାକୁ .
3:11 ଟର୍ମିନାଲ୍ (terminal) କୁ ଯାଅ ଏବଂ echo space dollar capital ରେ SHELL କମାଣ୍ଡ୍‌ ଟାଇପ୍ କର ଏବଂ ଏନ୍ଟର୍ ଦବାଅ
3:27 ସାଧାରଣତଃ , ଆଉଟ ପୁଟ୍ (output) ହୋ‌ଇଥଏ /bin/bash , ଯାହା ଆମକୁ ବାଶ୍ ଶେଲ୍ (bash shell) ଦିଏ .
3:34 ବିଭିନ୍ନ ଶେଲ୍ସ୍ କୁ ସକ୍ରିୟ କରିବା ପାଇଁ ଅନେକ ପ୍ରକାର ଉପାୟ ଅଛି, ସେଗୁଡିକୁ ଉନ୍ନତ ଟ୍ୟୁଟୋରିଆଲ (Advanced tutorials) ରେ ଅନ୍ତର୍ଭୂକ୍ତ ହେବ .
3:42 କମାଣ୍ଡ (command) ଗୁଡ଼ିକ ପ୍ରକୃତରେ ଫାଇଲସ୍ ଯେଉଁଥିରେ ପ୍ରୋଗ୍ରାମସ୍ ଥାଏ, ଯାହା ଅଧିକାଂଶତଃ C ରେ ଲେଖାହୋଇଥାଏ .
3:47 ଏହି ଫାଇଲଗୁଡ଼ିକ directories ରେ ରହିଥାଏ . କମାଣ୍ଡ (command) କେଉଁଠାରେ ଗଚ୍ଛିତ (store) ହୁଏ ଜାଣିବା ପାଇଁ ଆମେ ଟାଇପ୍ କମାଣ୍ଡ (type command) ର ବ୍ୟବହାର କରିପାରିବା.
3:55 command prompt ରେ ଟାଇପ୍ କର Type--space-- ps ଏବଂ ଏନ୍ଟର୍ ଦବାଅ .
4:03 ଏହା ଦେଖାଏ ଯେ ps ପ୍ରକୃତରେ /bin directory ରେ ଷ୍ଟୋର‌‍ ହୋ‌ଇଛି .
4:09 ଯେବେ ଆମେ କମାଣ୍ଡ prompt (command prompt)ରେ କମାଣ୍ଡ ଦେଉଁ, ଶେଲ୍ (shell) directories ସୁଚୀରେ, କମାଣ୍ଡ-ନାମ ର ଏକ ଅନୁରୂପ ଫାଇଲ୍ ପାଇଁ ଖୋଜେ .
4:18 ଯଦି ଏହା ମିଳିଥାଏ, ତେବେ ସେହି ଫାଇଲ୍ ର ଅନୁରୁପ ପ୍ରୋଗ୍ରାମ କୁ କାର୍ଯକାରୀ କରିଥାଏ . ନାହିଁତ “command not found” error ଦେଇଥାଏ .
4:27 ଖୋଜା ଯାଇଥିବା directories ର ତାଲିକା (list) PATH variable ଦ୍ବାରା ନିର୍ଦିଷ୍ଟ ଭାବରେ ଉଲ୍ଲେଖିତ ହୁଏ , ଯାହାକୁ ଆମେ ପଛରେ ଦେଖିବା.
4:34 ବର୍ତମାନ ପାଇଁ, ଯଦି ଆମେ ଏହି ତାଲିକାକୁ ଦେଖିବାକୁ ଚାହୁଁ , ତବେ ଏହି କମାଣ୍ଡ (command) ଟାଇପ୍ କର echo space dollar PATH .
4:44 ବଡ ଅକ୍ଷରରେ ଏବଂ ଏନ୍ଟର୍ ଦବାଅ
4:52 କମାଣ୍ଡ (command)ଗୁଡ଼ିକ ବିଷୟରେ କହିବାବେଳେ, ଏକ ଗୁରୁତ୍ତ୍ୱପୂର୍ଣ୍ଣ ଜିନିଷ ଆମେ ଜାଣିବା ଦରକାର .
4:57 ଲିନକ୍ସ କମାଣ୍ଡ (linux command) ଗୁଡ଼ିକ ଦୁଇ ପ୍ରକାର ଅଟେ : External commands ଏବଂ internal commands.
5:02 ଏବେ, ସେହିଗୁଡିକ external commands, ଯେଉଁଗୁଡିକ ଅଲଗା ଫାଇଲସ୍ କିମ୍ବା ପ୍ରୋଗ୍ରାମସ୍ ରୁପରେ ରହିଥାଏ .
5:07 ଲିନକ୍ସ ରେ ଅଧିକାଂଶ କମାଣ୍ଡ (commands)ଏହି ପ୍ରକାରର . କିନ୍ତୁ କିଛି କମାଣ୍ଡସ (commands ) ଏପରି ଅଟେ ଯାହାର ଇମ୍ପ୍ଲିମେଣ୍ଟେଶନ୍‌ ଶେଲ୍ (shell) ମଧ୍ୟରେ ଲେଖାହୋଇଥାଏ ଏବଂ ସେଗୁଡ଼ିକ ଅଲଗା ଫାଇଲ୍ ଭାବରେ ରହି ନ ଥାଏ .
5:18 ଏଗୁଡିକ ହେଲା internal commands .
5:20 ଇକୋ କମାଣ୍ଡ (echo command), ଯାହା ଆମେ ପଛରେ ଦେଖିବା, ବାସ୍ତବରେ ଗୋଟିଏ internal command .
5:25 ଟର୍ମିନାଲ୍ କୁ ଯାଅ ଏବଂ କମାଣ୍ଡ (command)ରେ ଟାଇପ୍ କର.
5:33 space echo ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
5:40 ଆଉଟ୍ ପୁଟ୍ (output) ଇକୋ ଏକ built-in shell ଭଳି ଦେଖାଏ .
5:43 ତେଣୁ ଫାଇଲ୍ ନାମ ଦେବା ପରିବର୍ତେ ଏହା ଦେଖାଏ ଯେ ଇକୋ କମାଣ୍ଡ (echo command) ର ଇମ୍ପ୍ଲିମେଣ୍ଟେଶନ୍‌ ଶେଲ୍ (shell) ର internal ଅଟେ . ତେଣୁ ଏହା କୁ internal command କୁହାଯାଏ .
5:56 ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯାହା ଆମେ ବୂଝିବା ଦରକାର ହେଉଛି କମାଣ୍ଡ (command) ଗୁଡ଼ିକର structure (ଗଠନ-ପ୍ରଣାଳୀ) .
6:01 କମାଣ୍ଡ (command) ଗୁଡ଼ିକ ଏକ ଶବ୍ଦର କିମ୍ବା white spaces ଦ୍ବାର ଅଲଗା ହୋଇଥିବା ଏକାଧିକ ଶବ୍ଦର ହୋଇପାରିବ .
6:08 ଦ୍ୱିତୀୟ କେସ (case)ରେ, ପ୍ରଥମ ଶବ୍ଦଟି କମାଣ୍ଡ (command) ର ପ୍ରକୃତ ନାମ , ଯେବେକି ଅନ୍ୟ ଶବ୍ଦଗୁଡ଼ିକ ଆର୍ଗୁମେଣ୍ଟ୍‌ (arguments) .
6:16 ଆର୍ଗୁମେଣ୍ଟ୍‌ସ୍‌ (arguments), options କିମ୍ବା expressions କିମ୍ବା file names ହୋଇପାରିବ .
6:20 ନିର୍ଦିଷ୍ଟ ଅପସନ ର ଆଧାରରେ ଏକ କମାଣ୍ଡ (command) ଅଲଗା ଅଲଗା କାର୍ଯ୍ୟ କରିପାରିବ .
6:26 ସାଧାରଣତଃ ସେଗୁଡ଼ିକର ଆଗରେ ଏକ ସିଙ୍ଗଲ୍‌ କିମ୍ବା double minus ଚିହ୍ନ ଦିଆଯାଇଥାଏ ଯାହାକୁ ଯଥାକ୍ରମେ short ଏବଂ long option କହନ୍ତି .
6:35 ଟର୍ମିନାଲ୍ ୱିନଡୋ (terminal window) କୁ ଯାଅ ଏବଂ କମାଣ୍ଡସ (commands) ଟାଇପ୍ କର ଏବଂ ସେଗୁଡ଼ିକର ଆଉଟ୍ ପୁଟସ୍ (outputs) ଦେଖ .
6:40 ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
6:44 ତାପରେ, ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
6:49 ପୁଣି, clear ଟାଇପ୍ କରଏବଂ ଏନ୍ଟର୍ ଦବାଅ .
6:55 ls space minus a ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
7:04 ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
7:11 ଏବେ ls space minus minus all ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
7:19 ପୁଣିଥରେ, ଟର୍ମିନାଲ୍ (terminal) କୁ ମୁକ୍ତ କରିବାପାଇଁ clear ଟାଇପ୍ କର .
7:23 ବର୍ତମାନ ls space minus d ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
7:32 ଏହି ମୁହୁର୍ତ ରେ, ଏହା ବୁଝିବା ଯଥେଷ୍ଟ ଯେ, କିପରି ଅପସନସ୍ ପରିବର୍ତନ ସହିତ କମାଣ୍ଡ (command)ର ଆଚରଣ ପରିବର୍ତନ ହୁଏ .
7:40 ଲିନକ୍ସ ରେ ବହୁତ ସଂଖ୍ୟକ କମାଣ୍ଡସ (commands) ଅଛି.
7:45 ପ୍ରତେକର ଅନେକ ଅଲଗା ଅଲଗା ଅପସନସ୍ (options) ଅଛି.
7:48 କମାଣ୍ଡସ (command) ଗୁଡ଼ିକୁ ମଧ୍ୟ ଏକା ସାଥିରେ ସଂଯୁକ୍ତ କରିପାରିବା, ଯାହାକୁ ଆମେ ପରେ ଦେଖିବା . ତେଣୁ ଆମେ ଏତେ ସାରା କମାଣ୍ଡସକୁ କିପରି ମନେ ରଖିବା ?
7:55 ପ୍ରକୃତରେ ଏହା ଦରକାର ନାହିଁ . କାରଣ, ଲିନକ୍ସ ରେ ଉତ୍ କୃଷ୍ଟ୍ ଅନଲାଇନ୍ ହେଲ୍ପ୍ (excellent online help) ସୁବିଧା ଉପଲବ୍ଧି ଅଛି .
8:01 man command ସିଷ୍ଟମ ଉପରେ ସବୁ ଉପଲବ୍ଧ କମାଣ୍ଡ ସମ୍ବଧରେ ଡକ୍ୟୁମେଣ୍ଟ୍‌ ପ୍ରଦାନ କରେ .
8:08 ଉଦାହରଣ ସ୍ୱରୂପ, ls command ସମ୍ବନ୍ଧରେ ଜାଣିବା ପାଇଁ, ତୁମକୁ ଟର୍ମିନାଲ୍ କୁ ଯିବାକୁ ପଡିବ .
8:16 ls ଆର୍ଗୁମେଣ୍ଟ୍‌ ସହିତ man command ଟାଇପ୍ କର, ଅର୍ଥାତ୍‌ man space ls ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
8:30 ବାହାରକୁ ଆସିବାକୁ q ଦବାଅ .
8:35 man ହେଉଛି ସିଷ୍ଟମର ମ୍ୟାନୁଆଲ ପେଜର୍ (manual pager) . man କୁ ଦିଆଯାଉଥିବା ପ୍ରତେକ ଆର୍ଗୁମେଣ୍ଟ୍‌ ସାଧାରଣତଃ ଏକ ପ୍ରୋଗ୍ରାମର, utility କିମ୍ବା function ର ନାମ .
8:43 ଆର୍ଗୁମେଣ୍ଟ୍‌ ଗୁଡ଼ିକ ସହ ସମ୍ପର୍କିତ ମ୍ୟାନୁଆଲ ପେଜ (manual page) ତାପରେ ପ୍ରଦର୍ଶିତ ହୁଏ.
8:49 ଯଦି ଏକ section ଦିଆ ହୋଇଛି, ଏହା man କୁ ମ୍ୟାନୁଆଲ (manual) ର ସେହି section ରେ ସିଧା ଦେଖିବା ପାଇଁ କହିବ .
8:55 ଡିଫଲ୍ଟ୍‌ ହେଉଛି ଏକ ପୁର୍ବ-ନିର୍ଦ୍ଧାରିତ କ୍ରମରେ ସବୁ ଉପଲବ୍ଧ sections ରେ ଖୋଜିବା ଏବଂ ପାଇଥିବା ପେଜ୍‌ ଗୁଡ଼ିକରୁ କେବଳ first page ଦେଖାଇବା, ଯଦିଓ ପେଜ୍‌ଟି ଅନେକ sections ରେ ରହିଥାଏ .
9:07 man command ସମ୍ବନ୍ଧରେ ଜାଣିବା ପାଇଁ man command କୁ ବ୍ୟବହାର କରିପାରିବ .
9:14 ଟର୍ମିନାଲ୍ କୁ ଯାଅ ଏବଂ man space man ଟାଇପ କର ଏବଂ ଏଣ୍ଟର୍ ଦବାଅ .
9:23 ଏହାର ବାହାରକୁ ଆସିବାକୁ q ଦବାଅ .
9:26 man command ର ଅନେକ ଅପସନସ୍ (options) ଅଛି .
9:30 ଏଠାରେ, ମୁଁ ତୁମମାନଙ୍କୁ ସବୁଠୁଁ ଦରକାରୀ କଥା କହିବି . କେବେ କେବେ ଆମେ ଜାଣିଥାଉ ଆମେ କଣ କରିବାକୁ ଚାହୁଁ କିନ୍ତୁ ସଠିକ୍ କମାଣ୍ଡ ଜାଣିନାହୁଁ . ତେବେ ଆମେ କଣ କରିବା ?
9:41 man, -k ଅପ୍‌ସନ୍‌ ପ୍ରଦାନ କରେ ଯାହା ଏକ keyword ନେଇ କମାଣ୍ଡ (command) ଗୁଡ଼ିକର ଏକ ତାଲିକା ଏବଂ ସେଗୁଡ଼ିକର ସଂକ୍ଷିପ୍ତ ଉଦେଶ୍ୟ ରିଟର୍ନ (return) କରେ .
9:50 ଉଦାହରଣ ସ୍ୱରୂପ, ଏକ directory ସୃଷ୍ଟି କରିବା, ଆମେ ସଠିକ୍ କମାଣ୍ଡ ଜାଣି ନ ଥାଉଁ ,
9:56 ତେଣୁ, ଆମେ command prompt କୁ ଯିବା ଏବଂ man space minus k space directories ଟାଇପ୍ କରି ଏଣ୍ଟର୍ ଦବାଇବା .
10:12 ବର୍ତମାନ, ଆମେ ପ୍ରତେକ କମାଣ୍ଡସ୍ (commands) ସର୍ଚ୍‌ କରି ଦେଖିବା ଯେ ପ୍ରକୃତରେ ଆମର କଣ ଆବଶ୍ୟକ .
10:17 ସେହି ଏକା ଜିନିଷ apropos command ର ବ୍ୟବହାର କରି ବି ପାଇପାରିବା .
10:21 command prompt ରେ apropos space directories ଟାଇପ୍ କର ଏବଂ ଆଉଟ୍ ପୁଟ୍ (output) ଦେଖିବା ପାଇଁ ଏଣ୍ଟର୍ ଦବାଅ .
10:36 କେବେ କେବେ ଆମେ ବହୁତ ଅଧିକ ସବିଶେଷ ତଥ୍ୟ ଚାହୁଁନା . ଆମେ କେବେଳ ଜାଣିବା ଦରକାର ଯେ ଏକ କମାଣ୍ଡ (command) କଣ କରେ .
10:40 ସେହି ସ୍ଥିତିରେ, ଆମେ whatis command କିମ୍ବା man –f ର ବ୍ୟବହାର କରିପାରିବା . ଦୁଇଟିଯାକ କମାଣ୍ଡ (command) ସମ୍ବନ୍ଧରେ ଏକ ବାକ୍ୟ ରେ ବିବରଣୀ ଦିଏ .
10:52 ଟର୍ମିନାଲ୍ (terminal) କୁ ଯାଅ, ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
10:58 ବର୍ତମାନ, whatis space ls ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
11:06 କେତେକ କମାଣ୍ଡସ (commands) ର ଏକାଧିକ ଅପସନ୍ସସ (options) ଅଛି . ଆମେ ଏକ କମାଣ୍ଡର ଥିବ ବିଭିନ୍ନ ଅପସନ୍ସସ (options) ର ଏକ ତାଲିକା ପ୍ରାପ୍ତ କରିବାକୁ ଚାହିଁପା୍ରୁ .
11:13 ତାପରେ, ଆମେ minus help option ବ୍ୟବହାର କରିବା .
11:18 command prompt କୁ ଯାଅ ଏବଂ ls space minus minus help ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
11:29 ମୁଁ ଉପରକୁ scroll କରିବି, ଯାହା ଫଳରେ ତୁମେ ସବୁ ଅପସନ୍ସସ (options) ଏହି ମ୍ୟାନୁଆଲ ପେଜ (manual page) ଉପରେ ଦେଖିପାରିବ .
11:45 ଲିନକ୍ସ ସ୍ପୋକେନ୍ ଟ୍ୟୁଟୋରିଆଲ (Linux Spoken tutorial) ର ଏହି ଭାଗ ପାଇଁ କେବଳ ଏତିକି . ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଅଂଶ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାକ୍ଷରତା ମିଶନ୍ ଦ୍ବାରା ସମର୍ଥିତ .
11:56 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି: http://spoken-tutorial.org/NMEICT-Intro.
12:00 ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । ଉପସ୍ଥିତି ପାଇଁ ଧନ୍ୟବାଦ

Contributors and Content Editors

Devraj, Manoranjan, PoojaMoolya, Pradeep