Linux/C2/Basic-Commands/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:05 ଏହି ଟ୍ୟୁଟୋରିଆଲ୍ ରେ ଆମେ କିଛି ମୌଳିକ କମାଣ୍ଡ୍ ପଢିବା |
00:10 ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି |
00:12 ମୁଁ ଭାବୁଛି ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଆରମ୍ଭ କରିବା ଆପଣ ଜାଣିଛନ୍ତି |
00:17 ଆପଣ ଯଦି ଆଗ୍ରହୀ, ଏହା ୱେବ୍ ସାଇଟ୍http://spoken-tutorial.orgରେ ଅନ୍ୟ ସ୍ପୋକେନ୍ ଟ୍ୟୁଟୋରିଆଲ୍ ମାଧ୍ୟମରେ ଉପଲବ୍ଧ ଅଛି |
00:26 କମାଣ୍ଡ୍ ଗୁଡ଼ିକ କ’ଣ ଓ କମାଣ୍ଡ୍ ଇଣ୍ଟର୍-ପ୍ରିଟର୍ କ’ଣ ତାହା ଆମେ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା |
00:33 ତା’ପରେ ମ୍ୟାନ୍ କମାଣ୍ଡ୍ ବ୍ୟବହାର କରି ଲିନକ୍ସ୍ ରେ କିପରି ସାହାଯ୍ୟ ପାଇବା ତାହା ଶିଖିବା |
00:39 ଏବେ ପ୍ରଥମ ପ୍ରଶ୍ନଟି ହେଉଛି, “କମାଣ୍ଡ୍ ଗୁଡ଼ିକ କ’ଣ?”
00:43 ସରଳ ଶବ୍ଦରେ କହିବାକୁ ଗଲେ ଲିନକ୍ସ୍ କମାଣ୍ଡ୍ ହେଉଛି ଏପରି ଶବ୍ଦ ଯାହାକୁ କି’ ବ୍ୟବହାର କରି କଲେ କିଛି କାର୍ଯ୍ୟ ହୋଇଥାଏ |
00:52 ଲିନକ୍ସ୍ କମାଣ୍ଡ୍ ଗୁଡିକ ଚାରୋଟି କ୍ୟାରେକ୍ଟର୍ ରୁ ଅଧିକ ନଥାଏ ଯେମିତି କି ls, who, ps ଇତ୍ୟାଦି
00:59 କମାଣ୍ଡ୍ ଗୁଡିକ ଲୋୟର୍ କେସ୍ ରେ ଥାଏ ଓ ସେଗୁଡିକ କେସ୍ ସେନ୍ସିଟିଭ୍ ଅଟେ | ଏକ ଉଦାହରଣ ଦେଖିବା |
01:05 ଆପ୍ଲିକେସନ୍ସ ମେନୁକୁ ଯିବା
01:08 ଆକ୍ସେସୋରିଜ୍ କୁ ସିଲେକ୍ଟ କରି ଉପଲବ୍ଧ ଥିବା ଅପ୍ସନ୍ ରୁ ଟର୍ମିନାଲ୍ ରେ କ୍ଲିକ୍ କରି
01:14 କିମ୍ବା କି’ବୋର୍ଡରେ ctrl alt t ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
01:20 ଏବେ ଏକ ପ୍ରମ୍ପ୍ଟ ($) ଓ ତା’ ପାଖରେ ଥିବା କର୍ସର୍ ଧପ୍ ଧପ୍ ହେଉଥିବାର ଦେଖନ୍ତୁ | ଏଠାରେ ଆମେ କମାଣ୍ଡ୍ ଟାଇପ୍ କରିବା |
01:29 ଅକ୍ଷରରେ who ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
01:34 ଲଗ୍ ଇନ୍ ହୋଇଥିବା ୟୁଜର୍ ଙ୍କ ନାମ ଆମେ ଦେଖିପାରିବା | ମୁଁ who କମାଣ୍ଡ୍ ଏକଜିକ୍ୟୁଟ୍ କରିଛି ଯାହା ସିଷ୍ଟମ୍ ରେ ଯେଉଁମାନେ ଲଗ୍ ଇନ୍ କରିଛନ୍ତି ତାହା ଦେଖାଏ |
01:47 ହେଲେ, କେଉଁ ଏଣ୍ଟିଟୀ ଏହିସବୁ କମାଣ୍ଡ୍ କୁ କାର୍ଯ୍ୟରେ ପରିବର୍ତ୍ତିତ କରୁଛି, ଯେଉଁଗୁଡ଼ିକ କେତେକ ଅକ୍ଷର ଛଡ଼ା ଆଉକିଛି ନୁହେଁ?
01:54 ଏହା କମାଣ୍ଡ୍ ଇଣ୍ଟର୍-ପ୍ରିଟର୍ ର କାମ, ଏହାକୁ ଶେଲ୍ ମଧ୍ୟ କୁହାଯାଏ |
01:59 ଶେଲ୍ କୁ ଏକ ପ୍ରୋଗ୍ରାମ୍ କୁହାଯାଇପାରେ, ଯାହା ଲିନକ୍ସ୍ ସିଷ୍ଟମ୍ ଓ ଆମ ମଧ୍ୟରେ ଏକ ଇଣ୍ଟର୍ଫେସ୍ ରୂପେ କାମ କରେ,
02:08 ଏକଜିକ୍ୟୁଟ୍ ନିମନ୍ତେ ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ କମାଣ୍ଡ୍ ଏଣ୍ଟର୍ କରିବାକୁ ସୁବିଧା ସହିତ
02:13 ଏକାଧିକ ଶେଲ୍ ଇନଷ୍ଟଲ୍ ହେବା ଓ ବିଭିନ୍ନ ୟୁଜର୍ ନିଜ ପସନ୍ଦ ଅନୁଯାୟୀ ଏଥିରୁ ଗୋଟିଏ ବାଛିପାରିବା ଲିନକ୍ସ୍ ରେ ସମ୍ପୂର୍ଣ୍ଣ ସମ୍ଭବ |
02:22 ଲିନକ୍ସ୍ ରେ /bin/sh ଭାବରେ ସର୍ବଦା ଇନଷ୍ଟଲ୍ ହେଉଥିବା ଷ୍ଟାଣ୍ଡାର୍ଡ ଶେଲ୍ ଟିକୁ ଟୁଲ୍ସ୍ ର GNU ସୁଟ୍ ରୁ, GNU ବୋର୍ନ-ଏଗେନ୍ ଶେଲ୍, ବାଶ୍ କୁହାଯାଏ |
02:35 ଏହି ଟ୍ୟୁଟୋରିଆଲ୍ ରେ ଆମେ କଭର୍ କରିବାକୁ ଯାଉଥିବା କମାଣ୍ଡ୍ ଗୁଡିକ ଜେନେରିକ୍ ଅଟେ ଓ ସାମାନ୍ୟ ଭିନ୍ନତା ସହ ଅଧିକାଂଶ ଲିନକ୍ସ୍ ଶେଲ୍ସରେ ଚାଲିପାରେ |
02:44 ଏହି ଟ୍ୟୁଟୋରିଆଲ୍ ରେ ପ୍ରଦର୍ଶନ ପାଇଁ ଶେଲ୍ ଭାବରେ ଆମେ ବାଶ୍ ବ୍ୟବହାର କରିବୁ |
02:51 କାରଣ, ବାଶ୍ ହେଉଛି ସବୁଠାରୁ ଲୋକପ୍ରିୟ ଶେଲ୍ ଓ ସମସ୍ତ ୟୁନିକ୍ସ୍ ପାଇଁ ପୋର୍ଟେବଲ୍ ଅଟେ |
02:58 ଅନ୍ୟ ଶେଲ୍ ରେ ବୋର୍ନ ଶେଲ୍ ଥାଏ, ଯାହା ମୂଳ ୟୁନିକ୍ସ୍ ଶେଲ୍ ଅଟେ, ସି’ ଶେଲ୍ ଓ କର୍ନ ଶେଲ୍ |
03:08 ଆମେ ବ୍ୟବହାର କରୁଥିବା ଶେଲ୍ ଦେଖିବାକୁ
03:11 ଟର୍ମିନାଲ୍ କୁ ଯାଇ କ୍ୟାପିଟାଲ୍ ଅକ୍ଷରରେ ଶେଲ୍ ରେ ଇକୋ ସ୍ପେସ୍ ଡଲାର କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
03:27 ସାଧାରଣତଃ ଆଉଟ୍-ପୁଟ୍ ଟି /bin/bash ଥାଏ ଯାହା ଆମକୁ ବାଶ୍ ଶେଲ୍ ଦିଏ |
03:34 ବିଭିନ୍ନ ଶେଲ୍ ଆକ୍ଟିଭେଟ୍ କରିବାର କେତେକ ଉପାୟ ଅଛି | ଏକ ଆଡଭାନ୍ସ୍ ଟ୍ୟୁଟୋରିଆଲ୍ ରେ ତାହା ଆଲୋଚନା କରାଯିବ |
03:42 କମାଣ୍ଡଗୁଡିକ ହେଉଛି ପ୍ରୋଗ୍ରାମ ଥିବା ଫାଇଲ୍ସ, ଯାହା ପ୍ରାୟତଃ C ରେ ଲେଖା ହୋଇଥାଏ |
03:47 ଏହି ଫାଇଲ୍ ଗୁଡିକ ଡିରେକ୍ଟୋରୀରେ ରହିଥାଏ | କମାଣ୍ଡ୍ କେଉଁଠାରେ ରହିଛି ଜାଣିବାକୁ ଆମେ ଟାଇପ୍ କମାଣ୍ଡ୍ ବ୍ୟବହାର କରିପାରିବା |
03:55 କମାଣ୍ଡ୍ ପ୍ରମ୍ପ୍ଟ୍ ରେ Type--space—ps ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
04:03 ପ୍ରକୃତରେ ps /bin ଡିରେକ୍ଟୋରୀରେ ଥିବା ଫାଇଲ୍ ବୋଲି ଏହା ଦର୍ଶାଏ |
04:09 କମାଣ୍ଡ୍ ପ୍ରମ୍ପ୍ଟ୍ ରେ କମାଣ୍ଡ୍ ରେ ଟାଇପ୍ କଲେ ଶେଲ୍ ଟି ଡିରେକ୍ଟୋରୀ ତାଲିକାରେ ଥିବା କମାଣ୍ଡ୍ ନାମଗୁଡିକ ସହିତ ମେଳ ଖାଉଥିବା ଫାଇଲ୍ ଖୋଜେ |
04:18 ଏହା ମିଳିଗଲେ, ସେହି ଫାଇଲ୍ ଅନୁରୂପ ପ୍ରୋଗ୍ରାମ ଏକଜିକ୍ୟୁଟ୍ ହୁଏ, ନଚେତ “command not found” ଏରର୍ ଆସେ |
04:27 ଆମେ ପରେ ଦେଖିବା ଯେ, ସର୍ଚ୍ଚ ହୋଇଥିବା ଡିରେକ୍ଟୋରୀଗୁଡିକ PATH ଭେରିଏବଲ୍ ଦ୍ୱାରା ନିର୍ଦ୍ଦିଷ୍ଟ ହୁଏ |
04:34 ଏବେ, ଏହି ତାଲିକା ଦେଖିବାକୁ ଚାହିଁଲେ ଇକୋ ସ୍ପେସ୍ ଡଲାର୍ PATH କମାଣ୍ଡ୍ କ୍ୟାପିଟାଲ୍ ରେ
04:44 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
04:52 କମାଣ୍ଡ ବିଷୟରେ କହିବାକୁ ଗଲେ, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଜିନିଷ ଆମେ ଜାଣିବା ଦରକାର |
04:57 ଲିନକ୍ସ୍ କମାଣ୍ଡ୍ ଦୁଇ ପ୍ରକାରର: ଏକ୍ସଟର୍ନାଲ୍ କମାଣ୍ଡ ଓ ଇଣ୍ଟର୍ନାଲ୍ କମାଣ୍ଡ |
05:02 ପୃଥକ୍ ଫାଇଲ୍/ପ୍ରୋଗ୍ରାମ୍ ଭାବରେ ଥିବା କମାଣ୍ଡ୍ ଗୁଡିକୁ ଏକ୍ସଟର୍ନାଲ୍ କମାଣ୍ଡ୍ କୁହାଯାଏ |
05:07 ଲିନକ୍ସ୍ ରେ ଅଧିକାଂଶ କମାଣ୍ଡ୍ ଏହି ପ୍ରକାରର | କିନ୍ତୁ, ଏପରି କିଛି କମାଣ୍ଡ ଅଛି ଯାହାର ପ୍ରୟୋଗ ଶେଲ୍ ରେ ଲେଖା ହୋଇଥାଏ ଓ ତାହା ପୃଥକ୍ ଫାଇଲ୍ ଭାବରେ ରୁହେନି |
05:18 ଏହିଗୁଡ଼ିକ ଇଣ୍ଟର୍ନାଲ୍ କମାଣ୍ଡ୍ସ ଅଟେ |
05:20 ଇକୋ କମାଣ୍ଡ୍, ଯାହାକୁ ଆମେ ପରେ ଦେଖିବା, ପ୍ରକୃତରେ ହେଉଛି ଏକ ଇଣ୍ଟର୍ନାଲ୍ କମାଣ୍ଡ୍ |
05:25 ଟର୍ମିନାଲ୍ କୁ ଯାଆନ୍ତୁ ଓ କମାଣ୍ଡ ଟାଇପ୍ କରନ୍ତୁ
05:33 ସ୍ପେସ୍ ଇକୋ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
05:40 ଆଉଟ୍ ପୁଟ୍, ଇକୋକୁ ଶେଲ୍ ବିଲ୍ଟ୍-ଇନ୍ ଭାବରେ ଦର୍ଶାଏ |
05:43 ଫାଇଲ୍ ନାମ ଦେବା ପରିବର୍ତ୍ତେ ଇକୋ କମାଣ୍ଡ୍ ର ପ୍ରୟୋଗ ଶେଲ୍ ରେ ଇଣ୍ଟର୍ନାଲ୍ ଥାଏ ବୋଲି ଏହା ଦର୍ଶାଉଥିବାରୁ ଏହାକୁ ଇଣ୍ଟର୍ନାଲ୍ କମାଣ୍ଡ୍ କୁହାଯାଏ |
05:56 ଆମେ ବୁଝିବାକୁ ଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କମାଣ୍ଡ୍ ଗଠନ |
06:01 କମାଣ୍ଡ୍, ଗୋଟିଏ ଶବ୍ଦ ବା ହ୍ୱାଇଟ୍ ସ୍ପେସେସ୍ ଦ୍ୱାରା ବିଭକ୍ତ ଏକାଧିକ ଶବ୍ଦ ହୋଇପାରେ |
06:08 ଦ୍ୱିତୀୟ ମାମଲାରେ, ପ୍ରଥମ ଶବ୍ଦଟି କମାଣ୍ଡ୍ ର ପ୍ରକୃତ ନାମ ହୋଇଥିବାବେଳେ ଅନ୍ୟଗୁଡିକ ଆର୍ଗ୍ୟୁମେଣ୍ଟ୍ ହୋଇଥାଏ |
06:16 ଆର୍ଗ୍ୟୁମେଣ୍ଟ୍ ଗୁଡିକ ଅପ୍ସନ୍ କିମ୍ୱା ଏକ୍ସପ୍ରେସନ୍ କିମ୍ୱା ଫାଇଲ୍ ନାମ ହୋଇପାରେ |
06:20 ନିର୍ଦ୍ଦିଷ୍ଟ ହୋଇଥିବା ଅପ୍ସନ୍ ଉପରେ ଭିତ୍ତି କରି ଏକ କମାଣ୍ଡ୍ ବିଭିନ୍ନ କାର୍ଯ୍ୟ କରିପାରେ |
06:26 ସେଗୁଡିକର ଆରମ୍ଭରେ ଗୋଟିଏ ବା ଦୁଇଟି ମାଇନସ୍ ଚିହ୍ନ(-) ଥାଏ, ଏହାକୁ ଯଥାକ୍ରମେ ସର୍ଟ ଓ ଲଙ୍ଗ୍ ଅପ୍ସନ୍ କୁହାଯାଏ |
06:35 ଟର୍ମିନାଲ୍ ୱିଣ୍ଡୋ କୁ ଯାଇ, କମାଣ୍ଡ୍ ଟାଇପ୍ କରି ଆଉଟ୍-ପୁଟ୍ ଦେଖନ୍ତୁ |
06:40 ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ clear ଟାଇପ୍ କରନ୍ତୁ |
06:44 ତା’ପରେ Is ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:49 ପୁଣି clear ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:55 Is ସ୍ପେସ୍ ମାଇନସ୍ a ଟାଇପ୍ କରି ଏଣ୍ଟର ଦାବନ୍ତୁ |
07:04 ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ clear ଟାଇପ୍ କରନ୍ତୁ |
07:11 ଏବେ, Is ସ୍ପେସ୍ ମାଇନସ୍ ମାଇନସ୍ ଅଲ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
07:19 ଟର୍ମିନାଲ୍ କ୍ଲିଅର୍ କରିବାକୁ ପୁଣି clear ଟାଇପ୍ କରନ୍ତୁ |
07:23 ଏବେ, Is ସ୍ପେସ୍ ମାଇନସ୍ d ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
07:32 ଅପ୍ସନ୍ ବଦଳିବା ସହିତ କମାଣ୍ଡ୍ ର ବ୍ୟଵହାର କିପରି ବଦଳିଥାଏ ତାହା ବୁଝିବା ବର୍ତ୍ତମାନ ପାଇଁ ଯଥେଷ୍ଟ |
07:40 ଲିନକ୍ସ୍ ରେ ଅନେକ ସଂଖ୍ୟକ କମାଣ୍ଡ୍ ଥାଏ,
07:45 ଯାହା ମଧ୍ୟରୁ ପ୍ରତ୍ୟେକର ଭିନ୍ନ ଅପ୍ସନ୍ ଥାଏ |
07:48 କମାଣ୍ଡ୍ ଗୁଡିକୁ ଏକାଠି ସଂଯୋଗ ମଧ୍ୟ କରିହୁଏ, ଯାହା ଆମେ ପରେ ଦେଖିବା | ତେବେ ଏତେ ସବୁ ଆମେ କିପରି ମନେରଖିବା?
07:55 ପ୍ରକୃତରେ ଆପଣଙ୍କୁ ମନେରଖିବା ଦରକାର ନାହିଁ | କାରଣ ଲିନକ୍ସ୍ ରେ ଉତ୍ତମ ଅନ୍ ଲାଇନ୍ ସାହାଯ୍ୟର ସୁବିଧା ରହିଛି |
08:01 ସିଷ୍ଟମ୍ ରେ ଥିବା ପ୍ରତ୍ୟେକ ଉପଲବ୍ଧ କମାଣ୍ଡ୍ ବିଷୟରେ ମ୍ୟାନ୍ କମାଣ୍ଡ୍ ଡକ୍ୟୁମେଣ୍ଟେଶନ୍ ଦେଇଥାଏ |
08:08 ଉଦାହରଣ ସ୍ୱରୂପ, ମନେକରନ୍ତୁ Is କମାଣ୍ଡ୍ , ଆପଣଙ୍କୁ କେବଳ ଟର୍ମିନାଲ୍ କୁ ଯାଇ
08:16 ଆର୍ଗ୍ୟୁମେଣ୍ଟ୍ ରୂପେ Is ସହିତ ମ୍ୟାନ୍ କମାଣ୍ଡ୍ ଟାଇପ୍ କରିବାକୁ ଅର୍ଥାତ୍ ମ୍ୟାନ୍ ସ୍ପେସ୍ Is ଟାଇପ୍ କରି ଏଣ୍ଟର୍ ଦାବିବାକୁ ପଡେ |
08:30 ଏଥିରୁ ବାହାରିବାକୁ q ଦାବନ୍ତୁ |
08:35 ମ୍ୟାନ୍ ହେଉଛି ସିଷ୍ଟମ୍ ର ମାନୁଆଲ୍ ପେଜର୍ | ମ୍ୟାନ୍ ରେ ଦିଆଯାଇଥିବା ପ୍ରତି ଆର୍ଗ୍ୟୁମେଣ୍ଟ୍ ସାଧାରଣତଃ ଏକ ପ୍ରୋଗ୍ରାମ୍, ୟୁଟିଲିଟି ବା ଫଙ୍କସନ୍ ର ନାମ ଅଟେ |
08:43 ଏହି ପ୍ରତ୍ୟେକ ଆର୍ଗ୍ୟୁମେଣ୍ଟ୍ ସହିତ ସଂଯୁକ୍ତ ଥିବା ମାନୁଆଲ୍ ପେଜ୍ ତା’ପରେ ମିଳିଯାଏ ଓ ଦେଖାଯାଏ |
08:49 ସେକ୍ସନ୍ ଦିଆଯାଇଥିଲେ ମାନୁଆଲ୍ ର ସେହି ସେକ୍ସନ୍ ରେ ଦେଖିବାକୁ ମ୍ୟାନ୍ ଡାଇରେକ୍ଟ୍ କରେ |
08:55 ପୂର୍ବ ନିର୍ଦ୍ଧାରିତ କ୍ରମ ଅନୁସରଣ କରି ମିଳିଥିବା ପ୍ରଥମ ପେଜ୍ ଏପରିକି ବିଭିନ୍ନ ବିଭାଗରେ ଥିବା ପେଜ୍ ଦେଖାଇ ଉପଲବ୍ଧ ଥିବା ସମସ୍ତ ସେକ୍ସନ୍ ସର୍ଚ୍ଚ କରିବା ଡିଫଲ୍ଟ୍ ଅଟେ |
09:07 କମାଣ୍ଡ୍ ମ୍ୟାନ୍ ବିଷୟରେ ଅଧିକ ଜାଣିବାକୁ ଆପଣ ମ୍ୟାନ୍ କମାଣ୍ଡ୍ ବ୍ୟବହାର କରିପାରିବେ |
09:14 ଟର୍ମିନାଲ୍ କୁ ଯାଇ ମ୍ୟାନ୍ ସ୍ପେସ୍ ମ୍ୟାନ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:23 ଏଥିରୁ ବାହାରିବାକୁ q ଦାବନ୍ତୁ |
09:26 ମ୍ୟାନ୍ କମାଣ୍ଡ୍ ର ବହୁ ଅପ୍ସନ୍ ଥାଏ |
09:30 ମୁଁ ଏବେ ସବୁଠାରୁ ଆବଶ୍ୟକ ବିଷୟରେ କହିବି | ଆମେ କ’ଣ କରିବାକୁ ଚାହୁଁଛେ ବେଳେବେଳେ ତହା ଆମେ ଜାଣିଥାଉ, କିନ୍ତୁ ସଠିକ୍ କମାଣ୍ଡ୍ ଜାଣିନଥାଉ | ତେବେ ଆମେ କ’ଣ କରିବା?
09:41 ମ୍ୟାନ୍ ରେ –k ଅପ୍ସନ୍ ଥାଏ ଯାହା ଏକ କି’ ୱର୍ଡ୍ ନିଏ ଏବଂ ଏକ କମାଣ୍ଡ ତାଲିକା ଓ ତା’ର ସଂକ୍ଷିପ୍ତ ଉଦ୍ଦେଶ୍ୟକୁ ଦେଖାଏ |
09:50 ଉଦାହରଣ ସ୍ୱରୂପ, ଏକ ଡିରେକ୍ଟୋରୀ କ୍ରିଏଟ୍ କରିବା ପାଇଁ ଆମେ ସଠିକ କମାଣ୍ଡ୍ ଜାଣିନେ,
09:56 ତେଣୁ ଆମେ କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଯାଇ ମ୍ୟାନ୍ ସ୍ପେସ୍ ମାଇନସ୍ k ସ୍ପେସ୍ ଡିରେକ୍ଟୋରିଜ୍ ଟାଇପ୍ କରି ଏଣ୍ଟର୍ ଦାବିବା |
10:12 ଆମେ ପ୍ରକୃତରେ କ’ଣ ଚାହୁଁଛେ ତାହା ଦେଖିବାକୁ ଏହିସବୁ କମାଣ୍ଡ୍ ରେ ସର୍ଚ୍ଚ କରିପାରିବା |
10:17 ଆପ୍ରୋପୋସ୍ କମାଣ୍ଡ୍ ବ୍ୟବହାର କରି ଏହା ମିଳିପାରେ |
10:21 ଆଉଟ୍ ପୁଟ୍ ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ଅପ୍ରୋପୋସ୍ ସ୍ପେସ୍ ଡିରେକ୍ଟୋରିଜ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
10:36 ବେଳେବେଳେ ଆମକୁ ଅଧିକ ବିବରଣୀ ଦରକାର ନଥାଏ | କମାଣ୍ଡ୍ କ’ଣ କରେ କେବଳ ତାହା ଜାଣିବା ଦରକାର |
10:40 ସେପରି ପରିସ୍ଥିତିରେ ଆମେ what is command ବା man –f ବ୍ୟବହାର କରିପାରିବା | ଉଭୟ, ଗୋଟିଏ ଧାଡିରେ କମାଣ୍ଡ୍ ର ବର୍ଣ୍ଣନା ଦିଅନ୍ତି |
10:52 ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ ଟର୍ମିନାଲ୍ କୁ ଯାଇ କ୍ଲିଅର୍ ଟାଇପ୍ କରନ୍ତୁ
10:58 ବର୍ତ୍ତମାନ what is ସ୍ପେସ୍ ls ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
11:06 କିଛି କମାଣ୍ଡ୍ ର ବହୁ ଅପ୍ସନ୍ ଥାଏ | କମାଣ୍ଡ୍ ରେ ଥିବା ବିଭିନ୍ନ ଅପ୍ସନ୍ ଆମକୁ ଦେଖିବାକୁ ପଡିପାରେ |
11:13 ତା’ପରେ ଆମେ ମାଇନସ୍ ମାଇନସ୍ ହେଲ୍ପ ଅପ୍ସନ୍ ବ୍ୟବହାର କରୁ |
11:18 କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଯାଇ ls ସ୍ପେସ୍ ମାଇନସ୍ ମାଇନସ୍ ହେଲ୍ପ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
11:29 ମୁଁ ଉପରକୁ ସ୍କ୍ରୋଲ୍ କରିବି, ଯାହାଫଳରେ ଆପଣ ଏହି ମାନୁଆଲ୍ ପେଜ୍ ରେ ସମସ୍ତ ଅପ୍ସନ୍ ଦେଖିପାରିବେ |
11:45 ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ଏହି ଭାଗ ପାଇଁ ଏତିକି | ସ୍ପୋକେନ୍ ଟ୍ୟୁଟୋରିଆଲ୍ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:56 ନିମ୍ନ ଲିଙ୍କ୍ ରେ ଏହି ବିଷୟ ଉପରେ ଅଧିକ ସୂଚନା ଉପଲବ୍ଧ ଅଛି |
12:00 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, Manoranjan, PoojaMoolya, Pradeep