LibreOffice-Suite-Base/C3/Create-tables/Oriya

From Script | Spoken-Tutorial
Revision as of 14:50, 25 July 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:04 ଏହି ଟ୍ୟୁଟୋରିଆଲରେ, ଆମେ
00:07 a) Views ସୃଷ୍ଟି କରି ଏବଂ
00:09 b) Copy ମେଥଡ୍ ବ୍ୟବହାର କରି
00:11 କିପରି ଗୋଟିଏ Table ସୃଷ୍ଟି କରାଯାଏ ଶିଖିବା
00:13 Library ଡେଟାବେସକୁ ଯା’ନ୍ତୁ
00:16 ବାମ ପଟ ପ୍ୟାନେଲରେ ଥିବା Tables ଆଇକନ୍ ଉପରେ କ୍ଲିକ୍ କରନ୍ତୁ
00:21 ଡାହାଣ ପଟ ପ୍ୟାନେଲରେ ଟେବୁଲ୍ ସୃଷ୍ଟି ପାଇଁ ଥିବା ତିନୋଟି ମାର୍ଗକୁ ଦେଖନ୍ତୁ
00:26 ବର୍ତ୍ତମାନ Create View ଅପଶନକୁ ଆଲୋଚନା କରିବା
00:30 ଏହା ପୂର୍ବରୁ, ଚାଲନ୍ତୁ Viewଗୁଡିକ ବିଷୟରେ ଶିଖିବା. ଭ୍ୟୁ ଗୋଟିଏ କ’ଣ?
00:36 ଗୋଟିଏ view, ଏକ table ଭଳି ସମାନ ଅଟେ କିନ୍ତୁ ଏହା ଡେଟାକୁ ଧରିରଖେ ନାହିଁ
00:43 ଏହା ଗୋଟିଏ Query Expression ଭଳି ପରିଭାଷିତ ହୁଏ ଯାହା ସରଳ ଭାବେ ଟେବୁଲଗୁଡିକରୁ ଡେଟାର ପୁନରୁଦ୍ଧାର ଅଟେ କିମ୍ବା ଡେଟାବେସ ମଧ୍ୟରୁ ଅନ୍ୟ ଭ୍ୟୂ ଅଟେ
00:54 ତେଣୁ ଦେଖିବା ସମୟରେ ଏଥିରେ ଟେବୁଲ ଭଳି ଡେଟାର କଲମ୍ ଓ ରୋ’ଗୁଡିକୁ ପ୍ରାପ୍ତ କରିବେ
01:00 ସୀମିତ ଆକ୍ସେସ୍ କିମ୍ବା ଅନ୍ତର୍ନିହିତ ଟେବୁଲ କଲମ ଓ ଟେବୁଲ ଡେଟାଗୁଡିକର
01:06 ଗଠନ ଓ ନାମକୁ ଲୁଚାଇବା ପାଇଁ View ଗୁଡିକୁ ବ୍ୟବହାର କରାଯାଇପାରେ
01:13 ଉଦାହରଣସ୍ଵରୂପ, ଗୋଟିଏ ସରଳ ଭ୍ୟୁର ସୃଷ୍ଟି କରନ୍ତୁ ଯାହା ଲାଇବ୍ରେରୀର ସମଗ୍ର ମେମ୍ବରମାନଙ୍କୁ ତାଲିକାଭୁକ୍ତ କରିବ
01:21 ଏବଂ ଗୋପନୀୟତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସେମାନଙ୍କ ଫୋନ ନମ୍ବରଗୁଡିକୁ ଛାଡିଦିଅନ୍ତୁ
01:27 ଏଠାରେ ଅନ୍ତର୍ନିହିତ ଟେବୁଲ୍ Members ହେବ
01:32 Library ଡେଟାବେସର ଅନ୍ୟ ୟୁଜରମାନଙ୍କୁ ଏହା ଦେଖିବା ପାଇଁ ଅନୁମତି ମିଳିପାରେ କିନ୍ତୁ Members ଟେବୁଲ୍ ନୁହେଁ
01:40 ଏହିପରି ଭାବେ, ମେମ୍ବରମାନଙ୍କ କେବଳ ନାମଗୁଡିକୁ ଦେଖିବା ସମ୍ଭବ ହେବ, ସେମନଙ୍କ ଫୋନ୍ ନମ୍ବରଗୁଡିକ ନୁହେଁ
01:46 ଠିକ୍ ଅଛି, Baseର ମୁଖ୍ୟ ୱିଣ୍ଡୋକୁ ଫେରି ଯା’ନ୍ତୁ ଏବଂ ଏହି view ସୃଷ୍ଟି କରନ୍ତୁ
01:53 ଡାହାଣ ପଟ ପ୍ୟାନେଲରେ ଥିବା Create View ଉପରେ କ୍ଲିକ୍ କରନ୍ତୁ
01:58 View Design ନାମକ ଗୋଟିଏ ନୁତନ ୱିଣ୍ଡୋ ଏବଂ Add tables ବୋଲାଉଥିବା ଗୋଟିଏ ପପ୍ ଅପ୍ ୱିଣ୍ଡୋକୁ ଦେଖନ୍ତୁ
02:06 Members ଉପରେ କ୍ଲିକ୍ କରନ୍ତୁ
02:09 ଏବଂ ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
02:12 ବର୍ତ୍ତମାନ, ଆମେ View design ୱିଣ୍ଡୋରେ ଅଛନ୍ତି
02:16 ଏବଂ MemberId ଓ Name ଫିଲ୍ଡଗୁଡିକ ଉପରେ ଡବଲ୍ କ୍ଲିକ୍ କରନ୍ତୁ
02:21 Id ଫିଲ୍ଡଗୁଡିକୁ ଯୋଗ କରିବା ସର୍ବଦା ଉପକାରୀ ହୋଇଥାଏ
02:25 କାରଣ ଏହା ଏହି ଭ୍ୟୂକୁ ସମ୍ପର୍କିତ ଯେକୌଣସି ଟେବୁଲକୁ ଯୋଡିବାରେ ସହୟତା କରିବ, ଉଦାହରଣସ୍ଵରୂପ-BooksIssued ଟେବୁଲ୍
02:34 functions, criteriaକୁ ଯୋଗ କରିପାରିବେ ଏବଂ ଏହାକୁ ନିଜ ଇଚ୍ଛାନୁସାରେ ଯେକୌଣସି ମାର୍ଗରେ ସର୍ଟ କରିପାରିବେ
02:40 କିନ୍ତୁ ବର୍ତ୍ତମାନ ପାଇଁ, ମେମ୍ବରମାନଙ୍କ ନାମକୁ ଆସେଣ୍ଡିଙ୍ଗ କ୍ରମରେ ସର୍ଟ କରନ୍ତୁ
02:45 ଏଥିପାଇଁ, ନିମ୍ନ ବିଭାଗରେ ଥିବା Name କଲମ୍ ଅଧିନସ୍ଥ Sort ରୋ’ ମଧ୍ୟରେ ଥିବା ଶୁନ୍ୟ cell ଉପରେ କ୍ଲିକ୍ କରନ୍ତୁ
02:54 ଏବଂ ତା’ପରେ ascending ଉପରେ କ୍ଲିକ୍ କରନ୍ତୁ
02:58 ପ୍ରଥମ ଭ୍ୟୁକୁ save କରନ୍ତୁ
03:01 ଏଠାରେ, View: Members Name Only ଭ୍ୟୁ ପାଇଁ ଗୋଟିଏ ବର୍ଣ୍ଣନାତ୍ମକ ନାମ ଟାଇପ୍ କରନ୍ତୁ
03:10 ଏବଂ OK ବଟନ୍ ଉପରେ କ୍ଲିକ୍ କରନ୍ତୁ
03:14 ଅନ୍ତର୍ନିହିତ ଡେଟାକୁ ଦେଖିବା ପାଇଁ, ଉପରେ ଥିବା Edit ମେନୁ ଉପରେ କ୍ଲିକ୍ କରନ୍ତୁ
03:22 ଏବଂ ତା’ପରେ ନିମ୍ନରେ ଥିବା Run Query ଉପରେ କ୍ଲିକ୍ କରନ୍ତୁ
03:27 ଏବଂ ଉପରେ ଗୋଟିଏ ନୁତନ ବିଭାଗକୁ ଦେଖିବାକୁ ପାଇବେ ଯାହା ଆସେଣ୍ଡିଙ୍ଗ କ୍ରମରେ ସମଗ୍ର Library ମେମ୍ବରମାନଙ୍କୁ ତାଲିକାଭୁକ୍ତ କରିଥାଏ
03:36 କୌଣସି ଫୋନ୍ ନମ୍ବର୍ ଦୃଶ୍ୟମାନ ନ’ହେବାର ଲକ୍ଷ୍ୟ କରନ୍ତୁ
03:40 ଏବଂ ଏହା ସରଳ view ଅଟେ
03:43 ଆବଶ୍ୟକତା ଅନୁସାରେ ଭ୍ୟୁଗୁଡିକୁ ସୃଷ୍ଟି ଓ ଡିଜାଇନ୍ କରିପାରିବେ
03:48 ପରବର୍ତ୍ତୀ ଅଧ୍ୟାୟକୁ ଯିବା ପୂର୍ବରୁ, ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି
03:53 Books Issued to Membersର ଗୋଟିଏ ଭ୍ୟୁ ସୃଷ୍ଟି କରନ୍ତୁ ଏବଂ କେବଳ ସେହି ବହିଗୁଡିକର ଯେଉଁଗୁଡିକ checked-in ହୋଇନ’ଥିବେ
04:01 ଭ୍ୟୁରେ ନିମ୍ନ ଫିଲ୍ଡଗୁଡିକୁ ଯୋଗ କରନ୍ତୁ: Book Titles, Member Names, Issue Date ଓ Return Date
04:12 ଭ୍ୟୁକୁ View ଭାବେ ନାମିତ କରନ୍ତୁ: List of Books not checked in
04:20 ଠିକ୍ ଅଛି, ଚାଲନ୍ତୁ copy ମେଥଡ୍ ବ୍ୟବହାର କରି table ସୃଷ୍ଟି କରିବା ଶିଖିବା
04:25 ଟେବୁଲ ସୃଷ୍ଟି ପାଇଁ ଏହା ଏକ ସରଳ ମାର୍ଗ ଅଟେ, ଯଦି ଟେବୁଲର ଗଠନ ପାଖାପାଖି ସମାନ ହେବ ବୋଲି ଜଣାଥାଏ
04:33 ଏଥିପାଇଁ, Libraryର DVDs ଓ CDs ଥିବାର ଅନୁମାନ କରନ୍ତୁ
04:39 ଏବଂ ଏହି ଡେଟାକୁ Media ନାମକ ଗୋଟିଏ ନୁତନ ଟେବୁଲରେ ଷ୍ଟୋର୍ କରନ୍ତୁ
04:44 ଉଦାହରଣସ୍ଵରୂପ ଗୋଟିଏ CD କିମ୍ବା ଗୋଟିଏ DVDର ଗୋଟିଏ ଟାଇଟଲ୍ ଏବଂ ଏକ publish-year ରହିପାରେ
04:51 ଗୋଟିଏ ଅଡିଓ ଏବଂ ଗୋଟିଏ ଭିଡିଓ ମଧ୍ୟରେ ପ୍ରଭେଦ ଆଣିବା ପାଇଁ, ଏକ MediaType ଫିଲ୍ଡକୁ ପ୍ରବେଶ କରନ୍ତୁ
05:00 ବର୍ତ୍ତମାନ, ଯେହେତୁ Books ଟେବୁଲରେ ପଖାପାଖି ସମାନ ଫିଲ୍ଡଗୁଡିକ ଅଛନ୍ତି , Books ଟେବୁଲକୁ କପୀ ଓ ପେଷ୍ଟ କରନ୍ତୁ
05:08 ଏବଂ ତା’ପରେ ଫିଲ୍ଡଗୁଡିକୁ rename କରନ୍ତୁ ଏବଂ ଟେବୁଲର ନାମ ପ୍ରୋସେସରେ ଅଛି
05:14 କିପରି, ଚାଲନ୍ତୁ ଦେଖିବା
05:16 ମୁଖ୍ୟ Base ୱିଣ୍ଡୋକୁ ଫେରିଆସନ୍ତୁ
05:19 ଏଠାରେ, Books ଟେବୁଲ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
05:23 ଏବଂ Copy ଅପଶନକୁ ଦେଖନ୍ତୁ. ଏହା ଉପରେ କ୍ଲିକ୍ କରନ୍ତୁ
05:28 ଏବଂ ଏହା ଉପରେ ରାଇଟ୍ କ୍ଲିକ୍ କରନ୍ତୁ
05:31 ଏଠାରେ ଥିବା ବିଭିନ୍ନ ଅପଶନଗୁଡିକୁ ଦେଖନ୍ତୁ. ଏଠାରେ ଗୋଟିଏ Paste ଏବଂ ଏକ Paste Special ମଧ୍ୟ ଅଛି
05:39 copy ଓ pasteକୁ ଗୋଟିଏ ନିର୍ଦ୍ଦିଷ୍ଟ ଫର୍ମାଟରେ ବ୍ୟବହାର କରନ୍ତୁ
05:44 ବ୍ୟବହୃତ ଫର୍ମାଟଗୁଡିକ ହେଉଛି, Formatted text, HTML କିମ୍ବା ଗୋଟିଏ Data Source Table
05:51 ତେଣୁ, ଏଠାରେ ଡେଟାବେସ୍ ଟେବୁଲକୁ ଚୟନ କରନ୍ତୁ
05:55 କିମ୍ବା ରାଇଟ୍ କ୍ଲିକ୍ ମେନୁରୁ Pasteକୁ ଚୟନ କରିପାରିବେ
05:59 ଏହା ଗୋଟିଏ ୱିଜାର୍ଡକୁ ଖୋଲିବ ଏବଂ ଏହି ୱିଣ୍ଡୋରେ ପ୍ରଥମେ,
06:03 ଟେବୁଲ୍ ନେମ୍ ବିପକ୍ଷରେ Media ଟାଇପ୍ କରି ଟେବୁଲକୁ ରିନେମ୍ କରନ୍ତୁ
06:11 ଏହି ଅପଶନଗୁଡିକ ମଧ୍ୟରୁ, Definition and data ଉପରେ କ୍ଲିକ୍ କରନ୍ତୁ
06:16 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
06:19 ପରବର୍ତ୍ତୀ ୱିଣ୍ଡୋରେ, କଲମଗୁଡିକୁ ଯୋଗ କରନ୍ତୁ
06:23 ଏହାର ପ୍ରଦର୍ଶନ ପାଇଁ BookId, title ଓ publish-yearକୁ ଚୟନ କରନ୍ତୁ
06:29 ବର୍ତ୍ତମାନ, ବାମ ପଟେ ଥିବା ଏହି ଫିଲ୍ଡଗୁଡିକୁ ଚୟନ କରନ୍ତୁ ଏବଂ ସିଙ୍ଗଲ୍ ଆରୋ ବଟନକୁ ବ୍ୟବହାର କରି ସେମାନଙ୍କୁ ଡାହାଣ ପଟକୁ ସ୍ଥାନାନ୍ତର କରନ୍ତୁ
06:39 ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
06:42 ପରବର୍ତ୍ତୀ ୱିଣ୍ଡୋରେ କଲମଗୁଡିକୁ ଦେଖନ୍ତୁ
06:46 ଏଠାରେ, ଫିଲ୍ଡଗୁଡିକୁ ରିନେମ୍ ଓ ସେମାନଙ୍କ ଡେଟା ଟାଇପକୁ ପରିବର୍ତ୍ତନ କରିପାରିବା
06:51 BookIdକୁ MediaIdରେ ରିନେମ୍ କରନ୍ତୁ
06:55 ଏବଂ Create ବଟନ୍ ଉପରେ କ୍ଲିକ୍ କରନ୍ତୁ
06:59 ମୁଖ୍ୟ Base ୱିଣ୍ଡୋରେ ଏହା ନୁତନ Media ଟେବୁଲ ଅଟେ
07:05 ବର୍ତ୍ତମାନ ଗୋଟିଏ ନୁତନ ଫିଲ୍ଡ MediaTypeକୁ ଯୋଗ କରିବା ପାଇଁ ଟେବୁଲକୁ ଏଡିଟ୍ କରନ୍ତୁ ଯାହା ଅଡିଓ କିମ୍ବା ଭିଡିଓର ସୁଚନାକୁ ଧାରଣ କରିବ
07:15 ବର୍ତ୍ତମାନ, ଆମେ Table Design ୱିଣ୍ଡୋ ମଧ୍ୟରେ ଅଛନ୍ତି
07:19 ଏଠାରେ, MediaTypeକୁ ଶେଷ କଲମ୍ ଭାବେ ପ୍ରବେଶ କରାନ୍ତୁ
07:24 publishyearର ନିମ୍ନରେ ଥିବା cell ଉପରେ କ୍ଲିକ୍ କରନ୍ତୁ
07:27 ଏବଂ MediaTypeକୁ Field Name ଭାବେ ପ୍ରବେଶ କରାନ୍ତୁ ଏବଂ ତା’ପରେ Text କିମ୍ବା Field Typeକୁ ଚୟନ କରନ୍ତୁ
07:36 ବର୍ତ୍ତମାନ, ଟେବୁଲ ଡିଜାଇନକୁ save କରନ୍ତୁ ଏବଂ କାମ ଶେଷ ହୋଇଛି
07:41 ଏଠାରେ ସଙ୍ଗେସଙ୍ଗେ Copy ମେଥଡ୍ ବ୍ୟବହାର କରି Media ଟେବୁଲ୍ ସୃଷ୍ଟି କରାଯାଇଛି
07:48 ଠିକ୍ ଅଛି, ଏଠାରେ ଅନ୍ୟ ଏକ ଆସାଇନମେଣ୍ଟ ଅଛି
07:51 Use Wizard to Create table ମେଥଡ୍ ବ୍ୟବହାର କରି ଗୋଟିଏ ଟେବୁଲ୍ ସୃଷ୍ଟି କରନ୍ତୁ
07:57 ଏଠାରେ, Assets ନାମକ ନମୂନା ଟ୍ୟେବୁଲକୁ ବ୍ୟବହାର କରନ୍ତୁ ଏବଂ ଏହାକୁ AssetsCopy ଭାବେ ରିନେମ୍ କରନ୍ତୁ
08:04 ଏବଂ ଏହି ମେଥଡରେ ଥିବା ବିଭିନ୍ନ ଅପଶନଗୁଡିକୁ ଆବିଷ୍କାର କରନ୍ତୁ
08:08 ଏହା ଆମକୁ Creating Tables in LibreOffice Base ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
08:14 ସଂକ୍ଷିପ୍ତରେ ଆମେ ଶିଖିଲେ:
08:17 a) Views ସୃଷ୍ଟି କରି ଏବଂ

b) କପୀ ମେଥଡର ବ୍ୟବହାର ଦ୍ଵାରା ଗୋଟିଏ ଟେବୁଲ୍ ସୃଷ୍ଟି କରିବା

08:23 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ. ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:44 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep