LibreOffice-Suite-Base/C3/Create-tables/Oriya
From Script | Spoken-Tutorial
| Time | Narration |
| 00:00 | ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:04 | ଏହି ଟ୍ୟୁଟୋରିଆଲରେ, ଆମେ |
| 00:07 | a) Views ସୃଷ୍ଟି କରି ଏବଂ |
| 00:09 | b) Copy ମେଥଡ୍ ବ୍ୟବହାର କରି |
| 00:11 | କିପରି ଗୋଟିଏ Table ସୃଷ୍ଟି କରାଯାଏ ଶିଖିବା |
| 00:13 | Library ଡେଟାବେସକୁ ଯା’ନ୍ତୁ |
| 00:16 | ବାମ ପଟ ପ୍ୟାନେଲରେ ଥିବା Tables ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 00:21 | ଡାହାଣ ପଟ ପ୍ୟାନେଲରେ ଟେବୁଲ୍ ସୃଷ୍ଟି ପାଇଁ ଥିବା ତିନୋଟି ମାର୍ଗକୁ ଦେଖନ୍ତୁ |
| 00:26 | ବର୍ତ୍ତମାନ Create View ଅପଶନକୁ ଆଲୋଚନା କରିବା |
| 00:30 | ଏହା ପୂର୍ବରୁ, ଚାଲନ୍ତୁ Viewଗୁଡିକ ବିଷୟରେ ଶିଖିବା. ଭ୍ୟୁ ଗୋଟିଏ କ’ଣ? |
| 00:36 | ଗୋଟିଏ view, ଏକ table ଭଳି ସମାନ ଅଟେ କିନ୍ତୁ ଏହା ଡେଟାକୁ ଧରିରଖେ ନାହିଁ |
| 00:43 | ଏହା ଗୋଟିଏ Query Expression ଭଳି ପରିଭାଷିତ ହୁଏ ଯାହା ସରଳ ଭାବେ ଟେବୁଲଗୁଡିକରୁ ଡେଟାର ପୁନରୁଦ୍ଧାର ଅଟେ କିମ୍ବା ଡେଟାବେସ ମଧ୍ୟରୁ ଅନ୍ୟ ଭ୍ୟୂ ଅଟେ |
| 00:54 | ତେଣୁ ଦେଖିବା ସମୟରେ ଏଥିରେ ଟେବୁଲ ଭଳି ଡେଟାର କଲମ୍ ଓ ରୋ’ଗୁଡିକୁ ପ୍ରାପ୍ତ କରିବେ |
| 01:00 | ସୀମିତ ଆକ୍ସେସ୍ କିମ୍ବା ଅନ୍ତର୍ନିହିତ ଟେବୁଲ କଲମ ଓ ଟେବୁଲ ଡେଟାଗୁଡିକର |
| 01:06 | ଗଠନ ଓ ନାମକୁ ଲୁଚାଇବା ପାଇଁ View ଗୁଡିକୁ ବ୍ୟବହାର କରାଯାଇପାରେ |
| 01:13 | ଉଦାହରଣସ୍ଵରୂପ, ଗୋଟିଏ ସରଳ ଭ୍ୟୁର ସୃଷ୍ଟି କରନ୍ତୁ ଯାହା ଲାଇବ୍ରେରୀର ସମଗ୍ର ମେମ୍ବରମାନଙ୍କୁ ତାଲିକାଭୁକ୍ତ କରିବ |
| 01:21 | ଏବଂ ଗୋପନୀୟତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସେମାନଙ୍କ ଫୋନ ନମ୍ବରଗୁଡିକୁ ଛାଡିଦିଅନ୍ତୁ |
| 01:27 | ଏଠାରେ ଅନ୍ତର୍ନିହିତ ଟେବୁଲ୍ Members ହେବ |
| 01:32 | Library ଡେଟାବେସର ଅନ୍ୟ ୟୁଜରମାନଙ୍କୁ ଏହା ଦେଖିବା ପାଇଁ ଅନୁମତି ମିଳିପାରେ କିନ୍ତୁ Members ଟେବୁଲ୍ ନୁହେଁ |
| 01:40 | ଏହିପରି ଭାବେ, ମେମ୍ବରମାନଙ୍କ କେବଳ ନାମଗୁଡିକୁ ଦେଖିବା ସମ୍ଭବ ହେବ, ସେମନଙ୍କ ଫୋନ୍ ନମ୍ବରଗୁଡିକ ନୁହେଁ |
| 01:46 | ଠିକ୍ ଅଛି, Baseର ମୁଖ୍ୟ ୱିଣ୍ଡୋକୁ ଫେରି ଯା’ନ୍ତୁ ଏବଂ ଏହି view ସୃଷ୍ଟି କରନ୍ତୁ |
| 01:53 | ଡାହାଣ ପଟ ପ୍ୟାନେଲରେ ଥିବା Create View ଉପରେ କ୍ଲିକ୍ କରନ୍ତୁ |
| 01:58 | View Design ନାମକ ଗୋଟିଏ ନୁତନ ୱିଣ୍ଡୋ ଏବଂ Add tables ବୋଲାଉଥିବା ଗୋଟିଏ ପପ୍ ଅପ୍ ୱିଣ୍ଡୋକୁ ଦେଖନ୍ତୁ |
| 02:06 | Members ଉପରେ କ୍ଲିକ୍ କରନ୍ତୁ |
| 02:09 | ଏବଂ ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ |
| 02:12 | ବର୍ତ୍ତମାନ, ଆମେ View design ୱିଣ୍ଡୋରେ ଅଛନ୍ତି |
| 02:16 | ଏବଂ MemberId ଓ Name ଫିଲ୍ଡଗୁଡିକ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 02:21 | Id ଫିଲ୍ଡଗୁଡିକୁ ଯୋଗ କରିବା ସର୍ବଦା ଉପକାରୀ ହୋଇଥାଏ |
| 02:25 | କାରଣ ଏହା ଏହି ଭ୍ୟୂକୁ ସମ୍ପର୍କିତ ଯେକୌଣସି ଟେବୁଲକୁ ଯୋଡିବାରେ ସହୟତା କରିବ, ଉଦାହରଣସ୍ଵରୂପ-BooksIssued ଟେବୁଲ୍ |
| 02:34 | functions, criteriaକୁ ଯୋଗ କରିପାରିବେ ଏବଂ ଏହାକୁ ନିଜ ଇଚ୍ଛାନୁସାରେ ଯେକୌଣସି ମାର୍ଗରେ ସର୍ଟ କରିପାରିବେ |
| 02:40 | କିନ୍ତୁ ବର୍ତ୍ତମାନ ପାଇଁ, ମେମ୍ବରମାନଙ୍କ ନାମକୁ ଆସେଣ୍ଡିଙ୍ଗ କ୍ରମରେ ସର୍ଟ କରନ୍ତୁ |
| 02:45 | ଏଥିପାଇଁ, ନିମ୍ନ ବିଭାଗରେ ଥିବା Name କଲମ୍ ଅଧିନସ୍ଥ Sort ରୋ’ ମଧ୍ୟରେ ଥିବା ଶୁନ୍ୟ cell ଉପରେ କ୍ଲିକ୍ କରନ୍ତୁ |
| 02:54 | ଏବଂ ତା’ପରେ ascending ଉପରେ କ୍ଲିକ୍ କରନ୍ତୁ |
| 02:58 | ପ୍ରଥମ ଭ୍ୟୁକୁ save କରନ୍ତୁ |
| 03:01 | ଏଠାରେ, View: Members Name Only ଭ୍ୟୁ ପାଇଁ ଗୋଟିଏ ବର୍ଣ୍ଣନାତ୍ମକ ନାମ ଟାଇପ୍ କରନ୍ତୁ |
| 03:10 | ଏବଂ OK ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 03:14 | ଅନ୍ତର୍ନିହିତ ଡେଟାକୁ ଦେଖିବା ପାଇଁ, ଉପରେ ଥିବା Edit ମେନୁ ଉପରେ କ୍ଲିକ୍ କରନ୍ତୁ |
| 03:22 | ଏବଂ ତା’ପରେ ନିମ୍ନରେ ଥିବା Run Query ଉପରେ କ୍ଲିକ୍ କରନ୍ତୁ |
| 03:27 | ଏବଂ ଉପରେ ଗୋଟିଏ ନୁତନ ବିଭାଗକୁ ଦେଖିବାକୁ ପାଇବେ ଯାହା ଆସେଣ୍ଡିଙ୍ଗ କ୍ରମରେ ସମଗ୍ର Library ମେମ୍ବରମାନଙ୍କୁ ତାଲିକାଭୁକ୍ତ କରିଥାଏ |
| 03:36 | କୌଣସି ଫୋନ୍ ନମ୍ବର୍ ଦୃଶ୍ୟମାନ ନ’ହେବାର ଲକ୍ଷ୍ୟ କରନ୍ତୁ |
| 03:40 | ଏବଂ ଏହା ସରଳ view ଅଟେ |
| 03:43 | ଆବଶ୍ୟକତା ଅନୁସାରେ ଭ୍ୟୁଗୁଡିକୁ ସୃଷ୍ଟି ଓ ଡିଜାଇନ୍ କରିପାରିବେ |
| 03:48 | ପରବର୍ତ୍ତୀ ଅଧ୍ୟାୟକୁ ଯିବା ପୂର୍ବରୁ, ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି |
| 03:53 | Books Issued to Membersର ଗୋଟିଏ ଭ୍ୟୁ ସୃଷ୍ଟି କରନ୍ତୁ ଏବଂ କେବଳ ସେହି ବହିଗୁଡିକର ଯେଉଁଗୁଡିକ checked-in ହୋଇନ’ଥିବେ |
| 04:01 | ଭ୍ୟୁରେ ନିମ୍ନ ଫିଲ୍ଡଗୁଡିକୁ ଯୋଗ କରନ୍ତୁ: Book Titles, Member Names, Issue Date ଓ Return Date |
| 04:12 | ଭ୍ୟୁକୁ View ଭାବେ ନାମିତ କରନ୍ତୁ: List of Books not checked in |
| 04:20 | ଠିକ୍ ଅଛି, ଚାଲନ୍ତୁ copy ମେଥଡ୍ ବ୍ୟବହାର କରି table ସୃଷ୍ଟି କରିବା ଶିଖିବା |
| 04:25 | ଟେବୁଲ ସୃଷ୍ଟି ପାଇଁ ଏହା ଏକ ସରଳ ମାର୍ଗ ଅଟେ, ଯଦି ଟେବୁଲର ଗଠନ ପାଖାପାଖି ସମାନ ହେବ ବୋଲି ଜଣାଥାଏ |
| 04:33 | ଏଥିପାଇଁ, Libraryର DVDs ଓ CDs ଥିବାର ଅନୁମାନ କରନ୍ତୁ |
| 04:39 | ଏବଂ ଏହି ଡେଟାକୁ Media ନାମକ ଗୋଟିଏ ନୁତନ ଟେବୁଲରେ ଷ୍ଟୋର୍ କରନ୍ତୁ |
| 04:44 | ଉଦାହରଣସ୍ଵରୂପ ଗୋଟିଏ CD କିମ୍ବା ଗୋଟିଏ DVDର ଗୋଟିଏ ଟାଇଟଲ୍ ଏବଂ ଏକ publish-year ରହିପାରେ |
| 04:51 | ଗୋଟିଏ ଅଡିଓ ଏବଂ ଗୋଟିଏ ଭିଡିଓ ମଧ୍ୟରେ ପ୍ରଭେଦ ଆଣିବା ପାଇଁ, ଏକ MediaType ଫିଲ୍ଡକୁ ପ୍ରବେଶ କରନ୍ତୁ |
| 05:00 | ବର୍ତ୍ତମାନ, ଯେହେତୁ Books ଟେବୁଲରେ ପଖାପାଖି ସମାନ ଫିଲ୍ଡଗୁଡିକ ଅଛନ୍ତି , Books ଟେବୁଲକୁ କପୀ ଓ ପେଷ୍ଟ କରନ୍ତୁ |
| 05:08 | ଏବଂ ତା’ପରେ ଫିଲ୍ଡଗୁଡିକୁ rename କରନ୍ତୁ ଏବଂ ଟେବୁଲର ନାମ ପ୍ରୋସେସରେ ଅଛି |
| 05:14 | କିପରି, ଚାଲନ୍ତୁ ଦେଖିବା |
| 05:16 | ମୁଖ୍ୟ Base ୱିଣ୍ଡୋକୁ ଫେରିଆସନ୍ତୁ |
| 05:19 | ଏଠାରେ, Books ଟେବୁଲ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 05:23 | ଏବଂ Copy ଅପଶନକୁ ଦେଖନ୍ତୁ. ଏହା ଉପରେ କ୍ଲିକ୍ କରନ୍ତୁ |
| 05:28 | ଏବଂ ଏହା ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 05:31 | ଏଠାରେ ଥିବା ବିଭିନ୍ନ ଅପଶନଗୁଡିକୁ ଦେଖନ୍ତୁ. ଏଠାରେ ଗୋଟିଏ Paste ଏବଂ ଏକ Paste Special ମଧ୍ୟ ଅଛି |
| 05:39 | copy ଓ pasteକୁ ଗୋଟିଏ ନିର୍ଦ୍ଦିଷ୍ଟ ଫର୍ମାଟରେ ବ୍ୟବହାର କରନ୍ତୁ |
| 05:44 | ବ୍ୟବହୃତ ଫର୍ମାଟଗୁଡିକ ହେଉଛି, Formatted text, HTML କିମ୍ବା ଗୋଟିଏ Data Source Table |
| 05:51 | ତେଣୁ, ଏଠାରେ ଡେଟାବେସ୍ ଟେବୁଲକୁ ଚୟନ କରନ୍ତୁ |
| 05:55 | କିମ୍ବା ରାଇଟ୍ କ୍ଲିକ୍ ମେନୁରୁ Pasteକୁ ଚୟନ କରିପାରିବେ |
| 05:59 | ଏହା ଗୋଟିଏ ୱିଜାର୍ଡକୁ ଖୋଲିବ ଏବଂ ଏହି ୱିଣ୍ଡୋରେ ପ୍ରଥମେ, |
| 06:03 | ଟେବୁଲ୍ ନେମ୍ ବିପକ୍ଷରେ Media ଟାଇପ୍ କରି ଟେବୁଲକୁ ରିନେମ୍ କରନ୍ତୁ |
| 06:11 | ଏହି ଅପଶନଗୁଡିକ ମଧ୍ୟରୁ, Definition and data ଉପରେ କ୍ଲିକ୍ କରନ୍ତୁ |
| 06:16 | Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 06:19 | ପରବର୍ତ୍ତୀ ୱିଣ୍ଡୋରେ, କଲମଗୁଡିକୁ ଯୋଗ କରନ୍ତୁ |
| 06:23 | ଏହାର ପ୍ରଦର୍ଶନ ପାଇଁ BookId, title ଓ publish-yearକୁ ଚୟନ କରନ୍ତୁ |
| 06:29 | ବର୍ତ୍ତମାନ, ବାମ ପଟେ ଥିବା ଏହି ଫିଲ୍ଡଗୁଡିକୁ ଚୟନ କରନ୍ତୁ ଏବଂ ସିଙ୍ଗଲ୍ ଆରୋ ବଟନକୁ ବ୍ୟବହାର କରି ସେମାନଙ୍କୁ ଡାହାଣ ପଟକୁ ସ୍ଥାନାନ୍ତର କରନ୍ତୁ |
| 06:39 | ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 06:42 | ପରବର୍ତ୍ତୀ ୱିଣ୍ଡୋରେ କଲମଗୁଡିକୁ ଦେଖନ୍ତୁ |
| 06:46 | ଏଠାରେ, ଫିଲ୍ଡଗୁଡିକୁ ରିନେମ୍ ଓ ସେମାନଙ୍କ ଡେଟା ଟାଇପକୁ ପରିବର୍ତ୍ତନ କରିପାରିବା |
| 06:51 | BookIdକୁ MediaIdରେ ରିନେମ୍ କରନ୍ତୁ |
| 06:55 | ଏବଂ Create ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 06:59 | ମୁଖ୍ୟ Base ୱିଣ୍ଡୋରେ ଏହା ନୁତନ Media ଟେବୁଲ ଅଟେ |
| 07:05 | ବର୍ତ୍ତମାନ ଗୋଟିଏ ନୁତନ ଫିଲ୍ଡ MediaTypeକୁ ଯୋଗ କରିବା ପାଇଁ ଟେବୁଲକୁ ଏଡିଟ୍ କରନ୍ତୁ ଯାହା ଅଡିଓ କିମ୍ବା ଭିଡିଓର ସୁଚନାକୁ ଧାରଣ କରିବ |
| 07:15 | ବର୍ତ୍ତମାନ, ଆମେ Table Design ୱିଣ୍ଡୋ ମଧ୍ୟରେ ଅଛନ୍ତି |
| 07:19 | ଏଠାରେ, MediaTypeକୁ ଶେଷ କଲମ୍ ଭାବେ ପ୍ରବେଶ କରାନ୍ତୁ |
| 07:24 | publishyearର ନିମ୍ନରେ ଥିବା cell ଉପରେ କ୍ଲିକ୍ କରନ୍ତୁ |
| 07:27 | ଏବଂ MediaTypeକୁ Field Name ଭାବେ ପ୍ରବେଶ କରାନ୍ତୁ ଏବଂ ତା’ପରେ Text କିମ୍ବା Field Typeକୁ ଚୟନ କରନ୍ତୁ |
| 07:36 | ବର୍ତ୍ତମାନ, ଟେବୁଲ ଡିଜାଇନକୁ save କରନ୍ତୁ ଏବଂ କାମ ଶେଷ ହୋଇଛି |
| 07:41 | ଏଠାରେ ସଙ୍ଗେସଙ୍ଗେ Copy ମେଥଡ୍ ବ୍ୟବହାର କରି Media ଟେବୁଲ୍ ସୃଷ୍ଟି କରାଯାଇଛି |
| 07:48 | ଠିକ୍ ଅଛି, ଏଠାରେ ଅନ୍ୟ ଏକ ଆସାଇନମେଣ୍ଟ ଅଛି |
| 07:51 | Use Wizard to Create table ମେଥଡ୍ ବ୍ୟବହାର କରି ଗୋଟିଏ ଟେବୁଲ୍ ସୃଷ୍ଟି କରନ୍ତୁ |
| 07:57 | ଏଠାରେ, Assets ନାମକ ନମୂନା ଟ୍ୟେବୁଲକୁ ବ୍ୟବହାର କରନ୍ତୁ ଏବଂ ଏହାକୁ AssetsCopy ଭାବେ ରିନେମ୍ କରନ୍ତୁ |
| 08:04 | ଏବଂ ଏହି ମେଥଡରେ ଥିବା ବିଭିନ୍ନ ଅପଶନଗୁଡିକୁ ଆବିଷ୍କାର କରନ୍ତୁ |
| 08:08 | ଏହା ଆମକୁ Creating Tables in LibreOffice Base ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ |
| 08:14 | ସଂକ୍ଷିପ୍ତରେ ଆମେ ଶିଖିଲେ: |
| 08:17 | a) Views ସୃଷ୍ଟି କରି ଏବଂ
b) କପୀ ମେଥଡର ବ୍ୟବହାର ଦ୍ଵାରା ଗୋଟିଏ ଟେବୁଲ୍ ସୃଷ୍ଟି କରିବା |
| 08:23 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ. ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 08:44 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |