LibreOffice-Suite-Base/C2/Introduction/Oriya

From Script | Spoken-Tutorial
Revision as of 14:28, 18 July 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:04 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, ଲିବ୍ରେ ଅଫିସ୍ ବେସ୍ କ’ଣ?
00:09 ବେସ୍ ବ୍ୟବହାର ପାଇଁ ପ୍ରାକ୍ଆବଶ୍ୟକତାଗୁଡିକ କ’ଣ ଅଟେ
00:12 ବେସ୍ ସହିତ କ’ଣ କରିପାରିବେ?
00:14 Relational Databaseର ମୌଳିକତା, ଗୋଟିଏ ନୂଆ ଡେଟାବେସ୍ ସୃଷ୍ଟି କରିବା, ଗୋଟିଏ ଟେବୁଲ୍ ସୃଷ୍ଟି କରିବା
00:20 LibreOffice suiteର ଲିବ୍ରେ ଅଫିସ୍ ବେସ୍ ହେଉଛି ଡେଟା ବେସର front-end
00:26 Microsoft Access ଭଳି Base ସମାନ ଅଟେ
00:30 Base ଫ୍ରୀ ଓ ଓପନ୍ ସୋର୍ସ୍ ସଫ୍ଟେୱର୍ ଅଟେ, ଏହାକୁ ବ୍ୟବହାର ଓ ବଣ୍ଟନ କରିବା ପାଇଁ ମୂଲ୍ୟ ଦେବାକୁ ପଡେ ନାହିଁ
00:37 ଚାଲନ୍ତୁ Baseର ବ୍ୟବହାର ପାଇଁ ଆବଶ୍ୟକ ହେଉଥିବା ପ୍ରାକଆବଶ୍ୟକତାଗୁଡିକୁ ଦେଖିବା
00:41 Microsoft Windows ପାଇଁ ନିମ୍ନଲିଖିତ ହେଉଛି ସିଷ୍ଟମର ଆବଶ୍ୟକତା:
00:45 Microsoft Windows 2000 (Service Pack 4 or higher), XP, Vista କିମ୍ବା Windows 7, Pentium-compatible PC up to 1.5 Gb ଥିବା hard disk space
01:02 Ubuntu Linux ପାଇଁ ଏଠାରେ ସିଷ୍ଟମର ଆବଶ୍ୟକତା ନିମ୍ନରେ ଅଛି:
01:06 Linux kernel ଭର୍ସନ୍ 2.6.18 କିମ୍ବା higher, Pentium-compatible PC
01:13 ଉଭୟ ପାଇଁ , Windows ଓ Linux installation, 256 Mb RAM (recommended 512 Mb) ଆବଶ୍ୟକ ଅଟେ
01:24 ସମ୍ପୂର୍ଣ୍ଣ ସିଷ୍ଟମର ଆବଶ୍ୟକତା ପାଇଁ Libreofficeର ୱେବସାଇଟକୁ ଯା’ନ୍ତୁ
01:30 Java Runtime Environmentକୁ ମଧ୍ୟ ଇନଷ୍ଟଲ୍ କରିବା ଆବଶ୍ୟକ ଅଟେ ଯାହାକୁ ନିମ୍ନଲିଖିତ ଲିଙ୍କରୁ ଡାଉନଲୋଡ୍ କରିପାରିବେ
01:38 କେନ୍ଦ୍ରରେ ଥିବା ରେଡ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ ଯାହା Free Java Download ବୋଲି କୁହେ
01:44 ଫାଇଲ୍ ଥରେ ଡାଉନଲୋଡ୍ ହେଲାପରେ, ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ ଏବଂ ଇନଷ୍ଟଲ୍ କରିବା ପାଇଁ ନିର୍ଦ୍ଦେଶାବଳୀଗୁଡିକୁ ଅନୁସରଣ କରନ୍ତୁ
01:52 ବର୍ତ୍ତମାନ ଚାଲନ୍ତୁ LibreOffice Baseର ଇନଷ୍ଟଲେଶନକୁ ଦେଖିବା:
01:56 ଯଦି complete installation ଅପଶନ୍ ସହିତ LibreOffice Suite ଇନଷ୍ଟଲ୍ ହୋଇସାରିଛି
02:03 ତେବେ ସ୍କ୍ରୀନର ନିମ୍ନ ବାମ ପଟ କୋଣରେ ଥିବା Start ମେନୁ ବଟନରେ କ୍ଲିକ୍ କରି ଲିବ୍ରେ ଅଫିସ୍ ବେସକୁ ଆସେସ୍ କରିପାରିବେ
02:12 All Programs ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ LibreOffice Suiteରେ କ୍ଲିକ୍ କରନ୍ତୁ
02:21 ଯଦି ଲିବ୍ରେ ଅଫିସ୍ ସୁଇଟ୍ ଇନଷ୍ଟଲ୍ ହୋଇନ’ଥାଏ,
02:24 ଅଫିସିଆଲ୍ ୱେବସାଇଟକୁ ଯାଇ Baseକୁ ଇନଷ୍ଟଲ୍ କରିପାରିବେ ଏବଂ ଗ୍ରୀନ୍ କ୍ଷେତ୍ର ଉପରେ କ୍ଲିକ୍ କରନ୍ତୁ ଯାହା DownloadLibreOffice ବୋଲି କୁହେ
02:37 ସମ୍ପୂର୍ଣ୍ଣ ନିର୍ଦ୍ଦେଶାବଳୀ LibreOffice Suiteର ପ୍ରଥମ ଟ୍ୟୁଟୋରିଆଲରେ ଉପଲବ୍ଧ
02:43 ମନେରଖନ୍ତୁ, Base ଇନଷ୍ଟଲ୍ କରିବା ସମୟରେ Complete ଅପଶନକୁ ବ୍ୟବହାର କରନ୍ତୁ
02:50 ଠିକ୍ ଅଛି, ଚାଲନ୍ତୁ ବର୍ତ୍ତମାନ ପରବର୍ତ୍ତୀ ଅଧ୍ୟାୟକୁ ଯିବା
02:54 LibreOffice Base ସହିତ କ’ଣ କରିପାରିବେ?
02:57 Baseରେ –ବ୍ୟବସ୍ଥିତ ଡେଟାକୁ ଷ୍ଟୋର୍ କରିପାରିବେ
03:02 ଡେଟାକୁ ପ୍ରବେଶ କରିପାରିବେ ଏବଂ ଫର୍ମଗୁଡିକ ବ୍ୟବହାରକରି ଡେଟାକୁ ଦେଖିପାରିବେ
03:08 କ୍ୟେରିଗୁଡିକ ବ୍ୟବହାର କରି ସୂଚନା ପୁନର୍ଲାଭ କରିପାରିବେ ଏବଂ
03:12 ଭଲ, printer-ready ରିପୋର୍ଟଗୁଡିକୁ ଡିଜାଇନ୍ ଓ ଜେନେରେଟ୍ କରିପାରିବେ
03:17 Base ଡେଟାବେସଗୁଡିକୁ ପରିଚାଳନା କରିବାରେ ସାହାଯ୍ୟ କରେ
03:21 ଆପଣ ଯାଣିଥାଇ ପାରନ୍ତି, ଗୋଟିଏ ଡେଟାବେସ୍ data, forms, queries ଓ reportଗୁଡିକର ଏକ ସମଷ୍ଟି ଅଟେ
03:29 ଉଦାହରଣସ୍ଵରୂପ, Customer Information databaseକୁ ପରିଚାଳନା କରିବା ପାଇଁ Baseକୁ ବ୍ୟବହାର କରାଯାଇପାରେ,
03:36 sales order ଓ invoiceଗୁଡିକୁ ଟ୍ରାକ୍ କରିବା, ଶିକ୍ଷାର୍ଥୀମାନଙ୍କର ଗ୍ରେଡର ଡେଟାବେସକୁ ପରିଚାଳନା କରିବା କିମ୍ବା ଗୋଟିଏ library ଡେଟାବେସ୍ ନିର୍ମାଣ କରିବା
03:47 ବର୍ତ୍ତମାନ ଚାଲନ୍ତୁ କେତେକ ମୌଳିକ ଡେଟାବେସଗୁଡିକ ବିଷୟରେ ଶିଖିବା
03:51 ଗୋଟିଏ ଡେଟାବେସରେ ଥିବା ଡେଟା, tableଗୁଡିକରେ ଷ୍ଟୋର୍ ଓ ବ୍ୟବସ୍ଥିତ ହୋଇଥା’ନ୍ତି
03:56 Tableଗୁଡିକରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଡେଟା, ରୋ ଓ କଲମଗୁଡିକରେ ଷ୍ଟୋର୍ ହୋଇଥା’ନ୍ତି
04:03 ଏହିପରି ଡେଟାବେସଗୁଡିକୁ ଗୋଟିଏ relational database ମଧ୍ୟ କୁହାଯାଇପାରେ ଯେଉଁଠି କଲମଗୁଡିକୁ ବ୍ୟବହାର କରି ଟେବୁଲଗୁଡିକ ପରସ୍ପର relationshipରେ ରହିଥା’ନ୍ତି
04:15 ଚାଲନ୍ତୁ Library ପାଇଁ ଗୋଟିଏ ସରଳ ଡେଟାବେସ୍ କୁ ଦେଖିବା
04:20 ଗୋଟିଏ library କିଛି Booksର ସଂଗ୍ରହ ହୋଇପାରେ
04:23 ଏବଂ ବହିଗୁଡିକ ଲାଇବ୍ରେରୀର membersମାନଙ୍କୁ ଇସ୍ୟୁ କରାଯାଇପାରେ
04:28 ଗୋଟିଏ ବହିର ଏକ Title, ଗୋଟିଏ Author, ଗୋଟିଏ Publisher, ପବ୍ଲିକେଶନ୍ ହୋଇଥିବା ବର୍ଷ ଏବଂ ଗୋଟିଏ Price ରହିପାରେ
04:37 ଏଗୁଡିକୁ ଗୁଣାବଳୀ କିମ୍ବା attribute କୁହାଯାଏ
04:42 ସେହିପରି, ଗୋଟିଏ ଲାଇବ୍ରେରୀ ମେମ୍ବରଙ୍କର ଗୋଟିଏ Name, Phone number ଓ ଏକ Address ରହିପାରେ
04:48 ଏବଂ library ଏହାର memberମାନଙ୍କୁ କେବଳ ବହି ଇସ୍ୟୁ କରିଥାଏ
04:54 ବର୍ତ୍ତମାନ, ଚାଲନ୍ତୁ ଏହି ଡେଟାଗୁଡିକୁ କିପରି ବ୍ୟକ୍ତିଗତ ଭାବେ tableର row ଓ columnଗୁଡିକରେ ଷ୍ଟୋର୍ କରିପାରିବା, ଦେଖିବା
05:02 ପ୍ରତ୍ୟେକ ବହିର ସୁଚନାକୁ ଗୋଟିଏ Books ଟେବୁଲରେ ଷ୍ଟୋର୍ କରାଯାଇପାରେ,
05:08 ଏହାର ଗୁଣାବଳୀଗୁଡିକ columnଗୁଡିକ ସାହାଯ୍ୟରେ ଯେପରି: ବହିର Title, Author, Publisher, Year of publication ଏବଂ Price
05:19 ପ୍ରତ୍ୟେକ ବହିକୁ ଚିହ୍ନଟ କରିବା ପାଇଁ, ଚାଲନ୍ତୁ BookId ନାମକ ଗୋଟିଏ ୟୁନିକ୍ ଆଇଡେଣ୍ଟିଫାଇର୍ କଲମକୁ ଯୋଗ କରିବା
05:27 ଏହି ପରି ଭାବେ, ସମାନ ଟାଇଟଲ୍ ଥିବା ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ବହିକୁ ରଖିପାରିବେ
05:33 ସେହିପରି, ଗୋଟିଏ Members ଟେବୁଲରେ Name ଓ Phone ନାମରେ କଲମ୍ ରହିପାରେ
05:40 ଏବଂ ପ୍ରତ୍ୟେକ ମେମ୍ବରକୁ ଚିହ୍ନିବା ବା ୟୁନିକ୍ ଆଇଡେଣ୍ଟିଫାଇର୍ ପାଇଁ ଗୋଟିଏ Member Id
05:47 ଏବଂ BooksIssued ନାମକ ଗୋଟିଏ ତୃତୀୟ ଟେବୁଲ୍ ସାହାଯ୍ୟରେ, ବହି ଇସ୍ୟୁ ହୋଇଥିବା ମେମ୍ବରମାନଙ୍କୁ ଟ୍ରାକ୍ କରିପାରିବା
05:56 ଏହି ଟେବୁଲ୍, book issued, the member, date of issue, date of return, actual date of return, checked-in ହୋଇଛି କି ନାହିଁ, ସବୁକୁ ଟ୍ରାକ୍ କରିବ
06:09 ଏହି ଟେବୁଲଗୁଡିକ ମଧ୍ୟରେ relationship ସ୍ଥାପନ କରି ସେମାନଙ୍କ ମଧ୍ୟରେ ଥିବା ଡେଟାଗୁଡିକୁ ଇଣ୍ଟରଲିଙ୍କ୍ କରାଯାଇପାରେ
06:16 ବର୍ତ୍ତମାନ ଏହା ଆମକୁ relational databaseଗୁଡିକୁ ପରିଚାଳନାରେ ସାହାଯ୍ୟ କରିବ
06:22 ରିଲେଶନାଲ ଡେଟାବେସ୍ ଉପରେ ଅତି ଆଧୁନିକ ବିଷୟ ପାଇଁ, ଆପଣ Spoken tutorial.org ୱେବସାଇଟକୁ ଯାଇ ଅନ୍ୟ ଟ୍ୟୁଟୋରିଆଲଗୁଡିକୁ ରେଫର୍ କରନ୍ତୁ
06:35 ଠିକ୍ ଅଛି, ବର୍ତ୍ତମାନ ଚାଲନ୍ତୁ Library ନାମକ ପ୍ରଥମ Base ଡେଟାବେସରୁ ଆରମ୍ଭ କରିବା!
06:43 ଗୋଟିଏ ନୁତନ ଡେଟାବେସ୍ ସୃଷ୍ଟି କରିବା ପାଇଁ, ପ୍ରଥମେ ଚାଲନ୍ତୁ Base ପ୍ରୋଗ୍ରାମକୁ ଖୋଲିବା
06:50 ତା’ପରେ, ସ୍କ୍ରୀନର ନିମ୍ନସ୍ଥ ବାମ ପଟେ ଥିବା ୱିଣ୍ଡୋର Start ମେନୁରେ କ୍ଲିକ୍ କରନ୍ତୁ. All Programsରେ କ୍ଲିକ୍ କରନ୍ତୁ, ତା’ପରେ LibreOffice Suite ଓ LibreOffice Baseରେ କ୍ଲିକ୍ କରନ୍ତୁ
07:08 Database Wizard ଟାଇଟଲ୍ ଥିବା ଗୋଟିଏ pop-up window ଖୋଲିବ
07:13 ଗୋତିଏ ନୁତନ ଡେଟାବେସ୍ ସୃଷ୍ଟି କରିବା ପାଇଁ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
07:19 ସେହି ୱିଣ୍ଡୋର Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
07:23 ଏହା ଗୋଟିଏ Save As ୱିଣ୍ଡୋ ଖୋଲିବ
07:27 ଯେହେତୁ ଗୋଟିଏ Library databaseର ନିର୍ମାଣ ହେଉଛି, File Name ଟେକ୍ସଟ ବକ୍ସରେ Library ଟାଇପ୍ କରନ୍ତୁ
07:35 ଏବଂ ତା’ପରେ Save ବଟନ ଉପରେ କ୍ଲିକ୍ କରନ୍ତୁ
07:39 ବର୍ତ୍ତମାନ ପ୍ରବେଶ ହେଲା
07:42 ତା’ପରେ, ଡେଟାକୁ ଷ୍ଟୋର୍ କରିବା ପାଇଁ ଟେବୁଲଗୁଡିକ ସୃଷ୍ଟି କରନ୍ତୁ
07:46 ଗୋଟିଏ ନୁତନ ଟେବୁଲ୍ ସୃଷ୍ଟି କରିବା ପାଇଁ, Databaseର ବାମ ପଟ ତାଲିକାରେ ଥିବା Tables ଆଇକନ୍ ଉପରେ କ୍ଲିକ୍ କରନ୍ତୁ
07:54 ଡାହାଣ ପଟ Tasks ତାଲିକାରେ ଥିବା Create Table in Design View ଉପରେ କ୍ଲିକ୍ କରନ୍ତୁ. ଏହା ଦ୍ଵାରା ଅନ୍ୟ ଏକ ୱିଣ୍ଡୋ ଖୋଲିବ
08:05 ଏଠାରେ Field Name ଅଧିନରେ, ପ୍ରଥମ କଲମ୍ ଭାବେ BookId ଟାଇପ୍ କରନ୍ତୁ
08:13 Field Type କଲମକୁ ଚାଳନା କରିବା ପାଇଁ Tab କୀ ବ୍ୟବହାର କରନ୍ତୁ
08:18 ଯେହେତୁ ପ୍ରତ୍ୟେକ ବହି ପାଇଁ BookId ଗୋଟିଏ ଭିନ୍ନ ଏକ ସଂଖ୍ୟା ହେବ, ଡ୍ରପ୍ ଡାଉନ୍ ତାଲିକାରୁ Field Type ଭାବେ Integerକୁ ଚୟନ କରନ୍ତୁ
08:32 ନିମ୍ନ ବିଭାଗରେ Field Propertiesକୁ ପରିବର୍ତ୍ତନ କରନ୍ତୁ
08:36 AutoValueକୁ Noରୁ Yesକୁ ପରିବର୍ତ୍ତନ କରନ୍ତୁ
08:41 ବର୍ତ୍ତମାନ ଏହି କ୍ଷେତ୍ର ପ୍ରତ୍ୟେକ ବହିକୁ ୟୁନିକଲୀ ଚିହ୍ନଟ କରିବ
08:46 ଅନ୍ୟ ଭାବରେ, ଏହି କ୍ଷେତ୍ରକୁ Primary Key ବୋଲି ମଧ୍ୟ କୁହାଯାଏ
08:52 BookId କ୍ଷେତ୍ରର ବାମ ପଟେ ଥିବା ୟେଲୋ କୀ ଚିହ୍ନ ପ୍ରତି ଧ୍ୟାନ ଦିଅନ୍ତୁ
08:58 ଚାଲନ୍ତୁ, Field names ପାଇଁ କିପରି Field Typesକୁ ଚୟନ କରିବା, ଦେଖିବା
09:05 Field types, text, integer, numeric, decimal କିମ୍ବା date ହୋଇପାରେ
09:13 ସାଧାରଣ ସୁଚନା ପାଇଁ କ୍ଷେତ୍ରଗୁଡିକରେ Textର ବ୍ୟବହାର କରନ୍ତୁ, ଉଦାହରଣସ୍ଵରୂପ- name, title, address ଇତ୍ୟାଦି
09:22 କେବଳ ସଂଖ୍ୟା ବ୍ୟବହୃତ କ୍ଷେତ୍ରଗୁଡିକ ପାଇଁ Integer, numeric, decimalର ବ୍ୟବହାର କରନ୍ତୁ
09:30 ଉଦାହରଣସ୍ଵରୂପ- price ସୁଚନା କ୍ଷେତ୍ର ପାଇଁ numeric, ବର୍ଷ ପାଇଁ Integerର ବ୍ୟବହାର କରନ୍ତୁ
09:39 ବର୍ତ୍ତମାନ ଚାଲନ୍ତୁ ବାକି ଥିବା fieldଗୁଡିକୁ ସୃଷ୍ଟି କରିବା
09:43 Title ପାଇଁ- Field type: Text,
09:52 Author ପାଇଁ -Field type: Text,
09:59 Published Year ପାଇଁ -Field type: Integer,
10:05 Publisher ପାଇଁ-
10:09 Field type: Text,
10:11 Price ପାଇଁ-
10:14 Field type: Numeric
10:18 Length, 5କୁ ଏବଂ Decimal places, 2କୁ ପରିବର୍ତ୍ତନ କରନ୍ତୁ
10:25 Format example ବଟନରେ କ୍ଲିକ୍ କରନ୍ତୁ
10:29 ଏହା Field Format ୱିଣ୍ଡୋକୁ ଖୋଲିଥାଏ
10:33 Category ତାଲିକାରୁ Currencyକୁ ଏବଂ Format ତାଲିକାରୁ INRକୁ ଚୟନ କରନ୍ତୁ
10:42 Rs. 1234.00କୁ ଚୟନ କରନ୍ତୁ ଯାହାର ଦୁଇଟି ଡେସିମାଲ୍ ସ୍ଥାନ ଅଛି
10:54 ଧ୍ୟାନ ଦିଅନ୍ତୁ ଯେ ଦୁଇଟି ଡେସିମାଲ୍ ସ୍ଥାନ ସହିତ ପୁରା ଦୈର୍ଘ୍ୟ ପାଞ୍ଚ ଅଟେ
11:02 OK ବଟନ୍ ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ Books ଟେବୁଲ୍ ପାଇଁ ସମସ୍ତ କଲମଗୁଡିକର ସୃଷ୍ଟି ହୋଇଯାଇଛି
11:11 ବର୍ତ୍ତମାନ ଚାଲନ୍ତୁ ଟେବୁଲକୁ save କରିବା
11:14 File ମେନୁର ନିମ୍ନରେ ଥିବା Save ଆଇକନ୍ ଉପରେ କ୍ଲିକ୍ କରନ୍ତୁ
11:20 Table Name ଟେକ୍ସଟ ବକ୍ସରେ Books ଟାଇପ୍ କରନ୍ତୁ
11:25 ଧ୍ୟାନ ଦିଅନ୍ତୁ ଏହା ଡେଟାବେସ୍ Library ସେଭ୍ ହୋଇଥିବା ସମାନ ସ୍ଥାନରେ ସେଭ୍ ହୋଇଛି, ଯେହେତୁ ଟେବୁଲ୍ ଡେଟାବେସର ଗୋଟିଏ ଅଂଶ ଅଟେ
11:36 ଏବଂ OK ବଟନ୍ ଉପରେ କ୍ଲିକ୍ କରନ୍ତୁ
11:39 ପରବର୍ତ୍ତୀ ଟ୍ୟୁଟୋରିଆଲରେ, Books ଟେବୁଲରେ ଡେଟା ଯୋଗ କରିବା ଏବଂ Members ଓ BooksIssued ଟେବୁଲଗୁଡିକ ସୃଷ୍ଟି କରିବା
11:50 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
11:54 ସଂକ୍ଷିପ୍ତରେ, ଆମେ ନିମ୍ନଲିଖିତ ସମ୍ପୂର୍ଣ୍ଣ କଲେ:
11:58 ଲିବ୍ରେ ଅଫିସ୍ ବେସ୍ କ’ଣ?
12:01 Base ବ୍ୟବହାର ପାଇଁ ପ୍ରାକଆବଶ୍ୟକତା
12:03 Baseରେ ଆପଣ କ’ଣ କରିପାରିବେ? Relational Database basics
12:08 ଗୋଟିଏ ନୁତନ ଡେଟାବେସ୍, ଗୋଟିଏ ଟେବୁଲ୍ ସୃଷ୍ଟି କରିବା
12:13 ଏହି ସିରିଜର ପରବର୍ତ୍ତୀ ଟ୍ୟୁଟୋରିଆଲ୍ ହେଉଛି Tables and Relationships
12:18 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
12:24 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
12:32 ଏହା Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ
12:38 ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
12:44 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep