LibreOffice-Suite-Base/C2/Introduction/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:04 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, ଲିବ୍ରେ ଅଫିସ୍ ବେସ୍ କ’ଣ? |
00:09 | ବେସ୍ ବ୍ୟବହାର ପାଇଁ ପ୍ରାକ୍ଆବଶ୍ୟକତାଗୁଡିକ କ’ଣ ଅଟେ |
00:12 | ବେସ୍ ସହିତ କ’ଣ କରିପାରିବେ? |
00:14 | Relational Databaseର ମୌଳିକତା, ଗୋଟିଏ ନୂଆ ଡେଟାବେସ୍ ସୃଷ୍ଟି କରିବା, ଗୋଟିଏ ଟେବୁଲ୍ ସୃଷ୍ଟି କରିବା |
00:20 | LibreOffice suiteର ଲିବ୍ରେ ଅଫିସ୍ ବେସ୍ ହେଉଛି ଡେଟା ବେସର front-end |
00:26 | Microsoft Access ଭଳି Base ସମାନ ଅଟେ |
00:30 | Base ଫ୍ରୀ ଓ ଓପନ୍ ସୋର୍ସ୍ ସଫ୍ଟେୱର୍ ଅଟେ, ଏହାକୁ ବ୍ୟବହାର ଓ ବଣ୍ଟନ କରିବା ପାଇଁ ମୂଲ୍ୟ ଦେବାକୁ ପଡେ ନାହିଁ |
00:37 | ଚାଲନ୍ତୁ Baseର ବ୍ୟବହାର ପାଇଁ ଆବଶ୍ୟକ ହେଉଥିବା ପ୍ରାକଆବଶ୍ୟକତାଗୁଡିକୁ ଦେଖିବା |
00:41 | Microsoft Windows ପାଇଁ ନିମ୍ନଲିଖିତ ହେଉଛି ସିଷ୍ଟମର ଆବଶ୍ୟକତା: |
00:45 | Microsoft Windows 2000 (Service Pack 4 or higher), XP, Vista କିମ୍ବା Windows 7, Pentium-compatible PC up to 1.5 Gb ଥିବା hard disk space |
01:02 | Ubuntu Linux ପାଇଁ ଏଠାରେ ସିଷ୍ଟମର ଆବଶ୍ୟକତା ନିମ୍ନରେ ଅଛି: |
01:06 | Linux kernel ଭର୍ସନ୍ 2.6.18 କିମ୍ବା higher, Pentium-compatible PC |
01:13 | ଉଭୟ ପାଇଁ , Windows ଓ Linux installation, 256 Mb RAM (recommended 512 Mb) ଆବଶ୍ୟକ ଅଟେ |
01:24 | ସମ୍ପୂର୍ଣ୍ଣ ସିଷ୍ଟମର ଆବଶ୍ୟକତା ପାଇଁ Libreofficeର ୱେବସାଇଟକୁ ଯା’ନ୍ତୁ |
01:30 | Java Runtime Environmentକୁ ମଧ୍ୟ ଇନଷ୍ଟଲ୍ କରିବା ଆବଶ୍ୟକ ଅଟେ ଯାହାକୁ ନିମ୍ନଲିଖିତ ଲିଙ୍କରୁ ଡାଉନଲୋଡ୍ କରିପାରିବେ |
01:38 | କେନ୍ଦ୍ରରେ ଥିବା ରେଡ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ ଯାହା Free Java Download ବୋଲି କୁହେ |
01:44 | ଫାଇଲ୍ ଥରେ ଡାଉନଲୋଡ୍ ହେଲାପରେ, ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ ଏବଂ ଇନଷ୍ଟଲ୍ କରିବା ପାଇଁ ନିର୍ଦ୍ଦେଶାବଳୀଗୁଡିକୁ ଅନୁସରଣ କରନ୍ତୁ |
01:52 | ବର୍ତ୍ତମାନ ଚାଲନ୍ତୁ LibreOffice Baseର ଇନଷ୍ଟଲେଶନକୁ ଦେଖିବା: |
01:56 | ଯଦି complete installation ଅପଶନ୍ ସହିତ LibreOffice Suite ଇନଷ୍ଟଲ୍ ହୋଇସାରିଛି |
02:03 | ତେବେ ସ୍କ୍ରୀନର ନିମ୍ନ ବାମ ପଟ କୋଣରେ ଥିବା Start ମେନୁ ବଟନରେ କ୍ଲିକ୍ କରି ଲିବ୍ରେ ଅଫିସ୍ ବେସକୁ ଆସେସ୍ କରିପାରିବେ |
02:12 | All Programs ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ LibreOffice Suiteରେ କ୍ଲିକ୍ କରନ୍ତୁ |
02:21 | ଯଦି ଲିବ୍ରେ ଅଫିସ୍ ସୁଇଟ୍ ଇନଷ୍ଟଲ୍ ହୋଇନ’ଥାଏ, |
02:24 | ଅଫିସିଆଲ୍ ୱେବସାଇଟକୁ ଯାଇ Baseକୁ ଇନଷ୍ଟଲ୍ କରିପାରିବେ ଏବଂ ଗ୍ରୀନ୍ କ୍ଷେତ୍ର ଉପରେ କ୍ଲିକ୍ କରନ୍ତୁ ଯାହା DownloadLibreOffice ବୋଲି କୁହେ |
02:37 | ସମ୍ପୂର୍ଣ୍ଣ ନିର୍ଦ୍ଦେଶାବଳୀ LibreOffice Suiteର ପ୍ରଥମ ଟ୍ୟୁଟୋରିଆଲରେ ଉପଲବ୍ଧ |
02:43 | ମନେରଖନ୍ତୁ, Base ଇନଷ୍ଟଲ୍ କରିବା ସମୟରେ Complete ଅପଶନକୁ ବ୍ୟବହାର କରନ୍ତୁ |
02:50 | ଠିକ୍ ଅଛି, ଚାଲନ୍ତୁ ବର୍ତ୍ତମାନ ପରବର୍ତ୍ତୀ ଅଧ୍ୟାୟକୁ ଯିବା |
02:54 | LibreOffice Base ସହିତ କ’ଣ କରିପାରିବେ? |
02:57 | Baseରେ –ବ୍ୟବସ୍ଥିତ ଡେଟାକୁ ଷ୍ଟୋର୍ କରିପାରିବେ |
03:02 | ଡେଟାକୁ ପ୍ରବେଶ କରିପାରିବେ ଏବଂ ଫର୍ମଗୁଡିକ ବ୍ୟବହାରକରି ଡେଟାକୁ ଦେଖିପାରିବେ |
03:08 | କ୍ୟେରିଗୁଡିକ ବ୍ୟବହାର କରି ସୂଚନା ପୁନର୍ଲାଭ କରିପାରିବେ ଏବଂ |
03:12 | ଭଲ, printer-ready ରିପୋର୍ଟଗୁଡିକୁ ଡିଜାଇନ୍ ଓ ଜେନେରେଟ୍ କରିପାରିବେ |
03:17 | Base ଡେଟାବେସଗୁଡିକୁ ପରିଚାଳନା କରିବାରେ ସାହାଯ୍ୟ କରେ |
03:21 | ଆପଣ ଯାଣିଥାଇ ପାରନ୍ତି, ଗୋଟିଏ ଡେଟାବେସ୍ data, forms, queries ଓ reportଗୁଡିକର ଏକ ସମଷ୍ଟି ଅଟେ |
03:29 | ଉଦାହରଣସ୍ଵରୂପ, Customer Information databaseକୁ ପରିଚାଳନା କରିବା ପାଇଁ Baseକୁ ବ୍ୟବହାର କରାଯାଇପାରେ, |
03:36 | sales order ଓ invoiceଗୁଡିକୁ ଟ୍ରାକ୍ କରିବା, ଶିକ୍ଷାର୍ଥୀମାନଙ୍କର ଗ୍ରେଡର ଡେଟାବେସକୁ ପରିଚାଳନା କରିବା କିମ୍ବା ଗୋଟିଏ library ଡେଟାବେସ୍ ନିର୍ମାଣ କରିବା |
03:47 | ବର୍ତ୍ତମାନ ଚାଲନ୍ତୁ କେତେକ ମୌଳିକ ଡେଟାବେସଗୁଡିକ ବିଷୟରେ ଶିଖିବା |
03:51 | ଗୋଟିଏ ଡେଟାବେସରେ ଥିବା ଡେଟା, tableଗୁଡିକରେ ଷ୍ଟୋର୍ ଓ ବ୍ୟବସ୍ଥିତ ହୋଇଥା’ନ୍ତି |
03:56 | Tableଗୁଡିକରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଡେଟା, ରୋ ଓ କଲମଗୁଡିକରେ ଷ୍ଟୋର୍ ହୋଇଥା’ନ୍ତି |
04:03 | ଏହିପରି ଡେଟାବେସଗୁଡିକୁ ଗୋଟିଏ relational database ମଧ୍ୟ କୁହାଯାଇପାରେ ଯେଉଁଠି କଲମଗୁଡିକୁ ବ୍ୟବହାର କରି ଟେବୁଲଗୁଡିକ ପରସ୍ପର relationshipରେ ରହିଥା’ନ୍ତି |
04:15 | ଚାଲନ୍ତୁ Library ପାଇଁ ଗୋଟିଏ ସରଳ ଡେଟାବେସ୍ କୁ ଦେଖିବା |
04:20 | ଗୋଟିଏ library କିଛି Booksର ସଂଗ୍ରହ ହୋଇପାରେ |
04:23 | ଏବଂ ବହିଗୁଡିକ ଲାଇବ୍ରେରୀର membersମାନଙ୍କୁ ଇସ୍ୟୁ କରାଯାଇପାରେ |
04:28 | ଗୋଟିଏ ବହିର ଏକ Title, ଗୋଟିଏ Author, ଗୋଟିଏ Publisher, ପବ୍ଲିକେଶନ୍ ହୋଇଥିବା ବର୍ଷ ଏବଂ ଗୋଟିଏ Price ରହିପାରେ |
04:37 | ଏଗୁଡିକୁ ଗୁଣାବଳୀ କିମ୍ବା attribute କୁହାଯାଏ |
04:42 | ସେହିପରି, ଗୋଟିଏ ଲାଇବ୍ରେରୀ ମେମ୍ବରଙ୍କର ଗୋଟିଏ Name, Phone number ଓ ଏକ Address ରହିପାରେ |
04:48 | ଏବଂ library ଏହାର memberମାନଙ୍କୁ କେବଳ ବହି ଇସ୍ୟୁ କରିଥାଏ |
04:54 | ବର୍ତ୍ତମାନ, ଚାଲନ୍ତୁ ଏହି ଡେଟାଗୁଡିକୁ କିପରି ବ୍ୟକ୍ତିଗତ ଭାବେ tableର row ଓ columnଗୁଡିକରେ ଷ୍ଟୋର୍ କରିପାରିବା, ଦେଖିବା |
05:02 | ପ୍ରତ୍ୟେକ ବହିର ସୁଚନାକୁ ଗୋଟିଏ Books ଟେବୁଲରେ ଷ୍ଟୋର୍ କରାଯାଇପାରେ, |
05:08 | ଏହାର ଗୁଣାବଳୀଗୁଡିକ columnଗୁଡିକ ସାହାଯ୍ୟରେ ଯେପରି: ବହିର Title, Author, Publisher, Year of publication ଏବଂ Price |
05:19 | ପ୍ରତ୍ୟେକ ବହିକୁ ଚିହ୍ନଟ କରିବା ପାଇଁ, ଚାଲନ୍ତୁ BookId ନାମକ ଗୋଟିଏ ୟୁନିକ୍ ଆଇଡେଣ୍ଟିଫାଇର୍ କଲମକୁ ଯୋଗ କରିବା |
05:27 | ଏହି ପରି ଭାବେ, ସମାନ ଟାଇଟଲ୍ ଥିବା ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ବହିକୁ ରଖିପାରିବେ |
05:33 | ସେହିପରି, ଗୋଟିଏ Members ଟେବୁଲରେ Name ଓ Phone ନାମରେ କଲମ୍ ରହିପାରେ |
05:40 | ଏବଂ ପ୍ରତ୍ୟେକ ମେମ୍ବରକୁ ଚିହ୍ନିବା ବା ୟୁନିକ୍ ଆଇଡେଣ୍ଟିଫାଇର୍ ପାଇଁ ଗୋଟିଏ Member Id |
05:47 | ଏବଂ BooksIssued ନାମକ ଗୋଟିଏ ତୃତୀୟ ଟେବୁଲ୍ ସାହାଯ୍ୟରେ, ବହି ଇସ୍ୟୁ ହୋଇଥିବା ମେମ୍ବରମାନଙ୍କୁ ଟ୍ରାକ୍ କରିପାରିବା |
05:56 | ଏହି ଟେବୁଲ୍, book issued, the member, date of issue, date of return, actual date of return, checked-in ହୋଇଛି କି ନାହିଁ, ସବୁକୁ ଟ୍ରାକ୍ କରିବ |
06:09 | ଏହି ଟେବୁଲଗୁଡିକ ମଧ୍ୟରେ relationship ସ୍ଥାପନ କରି ସେମାନଙ୍କ ମଧ୍ୟରେ ଥିବା ଡେଟାଗୁଡିକୁ ଇଣ୍ଟରଲିଙ୍କ୍ କରାଯାଇପାରେ |
06:16 | ବର୍ତ୍ତମାନ ଏହା ଆମକୁ relational databaseଗୁଡିକୁ ପରିଚାଳନାରେ ସାହାଯ୍ୟ କରିବ |
06:22 | ରିଲେଶନାଲ ଡେଟାବେସ୍ ଉପରେ ଅତି ଆଧୁନିକ ବିଷୟ ପାଇଁ, ଆପଣ Spoken tutorial.org ୱେବସାଇଟକୁ ଯାଇ ଅନ୍ୟ ଟ୍ୟୁଟୋରିଆଲଗୁଡିକୁ ରେଫର୍ କରନ୍ତୁ |
06:35 | ଠିକ୍ ଅଛି, ବର୍ତ୍ତମାନ ଚାଲନ୍ତୁ Library ନାମକ ପ୍ରଥମ Base ଡେଟାବେସରୁ ଆରମ୍ଭ କରିବା! |
06:43 | ଗୋଟିଏ ନୁତନ ଡେଟାବେସ୍ ସୃଷ୍ଟି କରିବା ପାଇଁ, ପ୍ରଥମେ ଚାଲନ୍ତୁ Base ପ୍ରୋଗ୍ରାମକୁ ଖୋଲିବା |
06:50 | ତା’ପରେ, ସ୍କ୍ରୀନର ନିମ୍ନସ୍ଥ ବାମ ପଟେ ଥିବା ୱିଣ୍ଡୋର Start ମେନୁରେ କ୍ଲିକ୍ କରନ୍ତୁ. All Programsରେ କ୍ଲିକ୍ କରନ୍ତୁ, ତା’ପରେ LibreOffice Suite ଓ LibreOffice Baseରେ କ୍ଲିକ୍ କରନ୍ତୁ |
07:08 | Database Wizard ଟାଇଟଲ୍ ଥିବା ଗୋଟିଏ pop-up window ଖୋଲିବ |
07:13 | ଗୋତିଏ ନୁତନ ଡେଟାବେସ୍ ସୃଷ୍ଟି କରିବା ପାଇଁ Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
07:19 | ସେହି ୱିଣ୍ଡୋର Finish ବଟନ୍ ଉପରେ କ୍ଲିକ୍ କରନ୍ତୁ |
07:23 | ଏହା ଗୋଟିଏ Save As ୱିଣ୍ଡୋ ଖୋଲିବ |
07:27 | ଯେହେତୁ ଗୋଟିଏ Library databaseର ନିର୍ମାଣ ହେଉଛି, File Name ଟେକ୍ସଟ ବକ୍ସରେ Library ଟାଇପ୍ କରନ୍ତୁ |
07:35 | ଏବଂ ତା’ପରେ Save ବଟନ ଉପରେ କ୍ଲିକ୍ କରନ୍ତୁ |
07:39 | ବର୍ତ୍ତମାନ ପ୍ରବେଶ ହେଲା |
07:42 | ତା’ପରେ, ଡେଟାକୁ ଷ୍ଟୋର୍ କରିବା ପାଇଁ ଟେବୁଲଗୁଡିକ ସୃଷ୍ଟି କରନ୍ତୁ |
07:46 | ଗୋଟିଏ ନୁତନ ଟେବୁଲ୍ ସୃଷ୍ଟି କରିବା ପାଇଁ, Databaseର ବାମ ପଟ ତାଲିକାରେ ଥିବା Tables ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
07:54 | ଡାହାଣ ପଟ Tasks ତାଲିକାରେ ଥିବା Create Table in Design View ଉପରେ କ୍ଲିକ୍ କରନ୍ତୁ. ଏହା ଦ୍ଵାରା ଅନ୍ୟ ଏକ ୱିଣ୍ଡୋ ଖୋଲିବ |
08:05 | ଏଠାରେ Field Name ଅଧିନରେ, ପ୍ରଥମ କଲମ୍ ଭାବେ BookId ଟାଇପ୍ କରନ୍ତୁ |
08:13 | Field Type କଲମକୁ ଚାଳନା କରିବା ପାଇଁ Tab କୀ ବ୍ୟବହାର କରନ୍ତୁ |
08:18 | ଯେହେତୁ ପ୍ରତ୍ୟେକ ବହି ପାଇଁ BookId ଗୋଟିଏ ଭିନ୍ନ ଏକ ସଂଖ୍ୟା ହେବ, ଡ୍ରପ୍ ଡାଉନ୍ ତାଲିକାରୁ Field Type ଭାବେ Integerକୁ ଚୟନ କରନ୍ତୁ |
08:32 | ନିମ୍ନ ବିଭାଗରେ Field Propertiesକୁ ପରିବର୍ତ୍ତନ କରନ୍ତୁ |
08:36 | AutoValueକୁ Noରୁ Yesକୁ ପରିବର୍ତ୍ତନ କରନ୍ତୁ |
08:41 | ବର୍ତ୍ତମାନ ଏହି କ୍ଷେତ୍ର ପ୍ରତ୍ୟେକ ବହିକୁ ୟୁନିକଲୀ ଚିହ୍ନଟ କରିବ |
08:46 | ଅନ୍ୟ ଭାବରେ, ଏହି କ୍ଷେତ୍ରକୁ Primary Key ବୋଲି ମଧ୍ୟ କୁହାଯାଏ |
08:52 | BookId କ୍ଷେତ୍ରର ବାମ ପଟେ ଥିବା ୟେଲୋ କୀ ଚିହ୍ନ ପ୍ରତି ଧ୍ୟାନ ଦିଅନ୍ତୁ |
08:58 | ଚାଲନ୍ତୁ, Field names ପାଇଁ କିପରି Field Typesକୁ ଚୟନ କରିବା, ଦେଖିବା |
09:05 | Field types, text, integer, numeric, decimal କିମ୍ବା date ହୋଇପାରେ |
09:13 | ସାଧାରଣ ସୁଚନା ପାଇଁ କ୍ଷେତ୍ରଗୁଡିକରେ Textର ବ୍ୟବହାର କରନ୍ତୁ, ଉଦାହରଣସ୍ଵରୂପ- name, title, address ଇତ୍ୟାଦି |
09:22 | କେବଳ ସଂଖ୍ୟା ବ୍ୟବହୃତ କ୍ଷେତ୍ରଗୁଡିକ ପାଇଁ Integer, numeric, decimalର ବ୍ୟବହାର କରନ୍ତୁ |
09:30 | ଉଦାହରଣସ୍ଵରୂପ- price ସୁଚନା କ୍ଷେତ୍ର ପାଇଁ numeric, ବର୍ଷ ପାଇଁ Integerର ବ୍ୟବହାର କରନ୍ତୁ |
09:39 | ବର୍ତ୍ତମାନ ଚାଲନ୍ତୁ ବାକି ଥିବା fieldଗୁଡିକୁ ସୃଷ୍ଟି କରିବା |
09:43 | Title ପାଇଁ- Field type: Text, |
09:52 | Author ପାଇଁ -Field type: Text, |
09:59 | Published Year ପାଇଁ -Field type: Integer, |
10:05 | Publisher ପାଇଁ- |
10:09 | Field type: Text, |
10:11 | Price ପାଇଁ- |
10:14 | Field type: Numeric |
10:18 | Length, 5କୁ ଏବଂ Decimal places, 2କୁ ପରିବର୍ତ୍ତନ କରନ୍ତୁ |
10:25 | Format example ବଟନରେ କ୍ଲିକ୍ କରନ୍ତୁ |
10:29 | ଏହା Field Format ୱିଣ୍ଡୋକୁ ଖୋଲିଥାଏ |
10:33 | Category ତାଲିକାରୁ Currencyକୁ ଏବଂ Format ତାଲିକାରୁ INRକୁ ଚୟନ କରନ୍ତୁ |
10:42 | Rs. 1234.00କୁ ଚୟନ କରନ୍ତୁ ଯାହାର ଦୁଇଟି ଡେସିମାଲ୍ ସ୍ଥାନ ଅଛି |
10:54 | ଧ୍ୟାନ ଦିଅନ୍ତୁ ଯେ ଦୁଇଟି ଡେସିମାଲ୍ ସ୍ଥାନ ସହିତ ପୁରା ଦୈର୍ଘ୍ୟ ପାଞ୍ଚ ଅଟେ |
11:02 | OK ବଟନ୍ ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ Books ଟେବୁଲ୍ ପାଇଁ ସମସ୍ତ କଲମଗୁଡିକର ସୃଷ୍ଟି ହୋଇଯାଇଛି |
11:11 | ବର୍ତ୍ତମାନ ଚାଲନ୍ତୁ ଟେବୁଲକୁ save କରିବା |
11:14 | File ମେନୁର ନିମ୍ନରେ ଥିବା Save ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
11:20 | Table Name ଟେକ୍ସଟ ବକ୍ସରେ Books ଟାଇପ୍ କରନ୍ତୁ |
11:25 | ଧ୍ୟାନ ଦିଅନ୍ତୁ ଏହା ଡେଟାବେସ୍ Library ସେଭ୍ ହୋଇଥିବା ସମାନ ସ୍ଥାନରେ ସେଭ୍ ହୋଇଛି, ଯେହେତୁ ଟେବୁଲ୍ ଡେଟାବେସର ଗୋଟିଏ ଅଂଶ ଅଟେ |
11:36 | ଏବଂ OK ବଟନ୍ ଉପରେ କ୍ଲିକ୍ କରନ୍ତୁ |
11:39 | ପରବର୍ତ୍ତୀ ଟ୍ୟୁଟୋରିଆଲରେ, Books ଟେବୁଲରେ ଡେଟା ଯୋଗ କରିବା ଏବଂ Members ଓ BooksIssued ଟେବୁଲଗୁଡିକ ସୃଷ୍ଟି କରିବା |
11:50 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
11:54 | ସଂକ୍ଷିପ୍ତରେ, ଆମେ ନିମ୍ନଲିଖିତ ସମ୍ପୂର୍ଣ୍ଣ କଲେ: |
11:58 | ଲିବ୍ରେ ଅଫିସ୍ ବେସ୍ କ’ଣ? |
12:01 | Base ବ୍ୟବହାର ପାଇଁ ପ୍ରାକଆବଶ୍ୟକତା |
12:03 | Baseରେ ଆପଣ କ’ଣ କରିପାରିବେ? Relational Database basics |
12:08 | ଗୋଟିଏ ନୁତନ ଡେଟାବେସ୍, ଗୋଟିଏ ଟେବୁଲ୍ ସୃଷ୍ଟି କରିବା |
12:13 | ଏହି ସିରିଜର ପରବର୍ତ୍ତୀ ଟ୍ୟୁଟୋରିଆଲ୍ ହେଉଛି Tables and Relationships |
12:18 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
12:24 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
12:32 | ଏହା Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ |
12:38 | ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
12:44 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |