Jmol-Application/C3/Surfaces-and-Orbitals/Oriya

From Script | Spoken-Tutorial
Revision as of 13:46, 22 September 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Jmol Applicationରେ Surfaces and Orbitals ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ, ଆମେ ଶିଖିବା:
00:10 alicyclic ଓ aromatic ପରମାଣୁର ଆକାରଗୁଡିକୁ ସୃଷ୍ଟି କରିବା
00:14 ପରମାଣୁଗୁଡିକର ବିଭିନ୍ନ ସରଫେସଗୁଡିକୁ ପ୍ରଦର୍ଶନ କରିବା
00:18 atomic ଓ molecular orbitalsକୁ ପ୍ରଦର୍ଶନ କରିବା
00:22 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ, ଆପଣ Jmol Applicationରେ ପରମାଣୁର ଆକାରଗୁଡିକୁ କିପରି ସୃଷ୍ଟି ଓ ସଂଶୋଧନ କରାଯାଏ, ଜାଣିଥିବା ଆବଶ୍ୟକ
00:29 ଯଦି ନୁହେଁ ତେବେ ଆମ ୱେବସାଇଟରେ ଉପଲବ୍ଧ ଥିବା ସମ୍ପର୍କୀତ ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ
00:35 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି:
00:38 Ubuntu ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 12.04
00:42 Jmol ଭର୍ସନ୍ 12.2.2 ଏବଂ
00:45 ଏବଂ Java ଭର୍ସନ୍ 7
00:48 ଗୋଟିଏ ନୁତନ Jmol application ୱିଣ୍ଡୋକୁ ଖୋଲନ୍ତୁ
00:52 ପ୍ରଥମେ ଗୋଟିଏ cyclohexaneର ଆକାର ସୃଷ୍ଟି କରନ୍ତୁ
00:56 modelkit ମେନୁ ଉପରେ କ୍ଲିକ୍ କରନ୍ତୁ
00:59 panel ଉପରେ methaneର ଗୋଟିଏ ଆକାର ଦୃଶ୍ୟମାନ ହେବ
01:03 cyclohexane ସୃଷ୍ଟି କରିବା ପାଇଁ, ଛ’ଟି carbon ଅଣୁ ବିଶିଷ୍ଟ ଗୋଟିଏ hydrocarbonର ଶୃଙ୍ଖଳକୁ ସୃଷ୍ଟି କରିବାକୁ ହେବ
01:09 ଆକାରରେ hydrogenକୁ ଗୋଟିଏ methyl ଗ୍ରୁପ୍ ସହିତ ପ୍ରତିସ୍ଥାପିତ କରନ୍ତୁ
01:13 ଏହା କରିବା ପାଇଁ, hydrogen ଉପରେ କର୍ସରକୁ ରଖିବା ସହ ଏହା ଉପରେ କ୍ଲିକ୍ କରନ୍ତୁ
01:18 screen ଉପରେ ଏହା ଗୋଟିଏ ethaneର ଆକାର ଅଟେ
01:21 ଅଧିକ ଦୁଇଥର ଏହି ସୋପାନର ପୁନରାବୃତ୍ତି କରନ୍ତୁ ଏବଂ ଗୋଟିଏ hydrogenକୁ ଏକା ଥରେ ଏକ methyl ଗ୍ରୁପ୍ ସହିତ ପ୍ରତିସ୍ଥାପିତ କରନ୍ତୁ
01:28 hydrogens ଉପରେ ଏପରି ଭାବେ କ୍ଲିକ୍ କରନ୍ତୁ ଯେପରି ନିର୍ମାଣ ଗୋଟିଏ ବୃତ୍ତ ଆକାର ଧାରଣ କରିବ
01:33 ବର୍ତ୍ତମାନ, Rotate molecule ଟୂଲକୁ ବ୍ୟବହାର କରି ସ୍କ୍ରୀନ୍ ଉପରେ ନିର୍ମାଣକୁ ରୋଟେଟ୍ କରନ୍ତୁ
01:38 ପ୍ୟାନେଲ୍ ଉପରେ ଏହା butaneର ଆକାର ଅଟେ
01:41 modelkit ମେନୁ ଉପରେ କ୍ଲିକ୍ କରନ୍ତୁ
01:45 ଶୃଙ୍ଖଳର ଶେଷରେ ଥିବା ଯେକୌଣସି carbon ଅଣୁସ୍ଥିତ hydrogen ଉପରେ କ୍ଲିକ୍ କରନ୍ତୁ
01:52 ଏଠାରେ panel ଉପରେ ଥିବା ଗୋଟିଏ pentaneର ଆକାର ଅଟେ
01:55 ଯେକୌଣସି ଗୋଟିଏ ହାଇଡ୍ରୋଜେନ୍ ଉପରେ କ୍ଲିକ୍ କରନ୍ତୁ ଯାହା carbon ଶୃଙ୍ଖଳର ଶେଷକୁ ନିକଟତର ଥିବ
02:00 ପ୍ୟାନେଲ୍ ଉପରେ cyclohexaneର ଗୋଟିଏ ଆକାର ସୃଷ୍ଟି ହୋଇଯାଇଛି
02:04 ନିର୍ମାଣକୁ ଅନୁକୂଳତମ କରିବା ପାଇଁ modelkit ମେନୁରେ ଥିବା ବିକଳ୍ପ minimizeକୁ ବ୍ୟବହାର କରନ୍ତୁ
02:09 Cyclohexane ବର୍ତ୍ତମାନ ଏହାର ସବୁଠାରୁ ସ୍ଥିର ଆକାର chairରେ ଅଛି
02:15 ଅନ୍ୟରୂପେ, cyclic structure ସୃଷ୍ଟି କରିବା ପାଇଁ modelkit ମେନୁରେ ଥିବା Drag to bond ବିକଳ୍ପକୁ ମଧ୍ୟ ବ୍ୟବହାର କରିପାରିବେ
02:24 ଏହି ବୈଶିଷ୍ଟ୍ୟତାକୁ ପ୍ରଦର୍ଶନ କରିବା ସକାଷେ ଗୋଟିଏ pentaneର ଆକାରକୁ ବ୍ୟବହାର କରନ୍ତୁ
02:29 panel ଉପରେ ଥିବା ଏହା ଗୋଟିଏ pentaneର ଆକାର ଅଟେ
02:32 ଏହାକୁ cyclopentaneରେ ରୂପାନ୍ତର କରିବା ପାଇଁ, modelkit ମେନୁରୁ ବିକଳ୍ପ Drag to bondକୁ ଚୟନ କରନ୍ତୁ
02:40 ଶୃଙ୍ଖଳର ଗୋଟିଏ ଶେଷ ପାର୍ଷ୍ଵରେ ଥିବା carbon ଉପରେ କର୍ସରକୁ ରଖନ୍ତୁ
02:45 mouse ବଟନକୁ ଦାବି ଧରନ୍ତୁ
02:47 mouse ବଟନକୁ ନଛାଡି, ଶୃଙ୍ଖଳର ଅନ୍ୟ ଶେଷ ପାର୍ଷ୍ଵରେ ଥିବା carbon ଉପରକୁ କର୍ସରକୁ ଆଣନ୍ତୁ
02:54 ବର୍ତ୍ତମାନ, mouse ବଟନକୁ ଛାଡିଦିଅନ୍ତୁ
02:57 ପ୍ୟାନେଲ ଉପରେ ଗୋଟିଏ cyclopentaneର ଆକାର ପ୍ରାପ୍ତ ହେବ
03:01 ବର୍ତ୍ତମାନ, cyclohexaneର ଆକାର ସହିତ Jmol panelକୁ ଫେରିଆସନ୍ତୁ
03:06 ବର୍ତ୍ତମାନ cyclohexaneକୁ ଗୋଟିଏ benzene ringରେ ରୂପାନ୍ତରିତ କରନ୍ତୁ
03:10 cyclohexane ରିଙ୍ଗର ଦୁଇ ବିପରୀତ ପାର୍ଷ୍ଵରେ double-bondଗୁଡିକୁ ପ୍ରବେଶ କରିବାକୁ ହେବ
03:16 modelkit ମେନୁକୁ ଖୋଲନ୍ତୁ
03:19 ଯେକୌଣସି ଦୁଇଟି carbon ମଧ୍ୟରେ ଥିବା bond ଉପରେ କର୍ସରକୁ ରଖିବା ସହିତ ଏହା ଉପରେ କ୍ଲିକ୍ କରନ୍ତୁ
03:25 ବର୍ତ୍ତମାନ panel ଉପରେ cyclohexene ପ୍ରାପ୍ତ ହେବ
03:29 ତା’ପରେ, ଏହାକୁ benzeneରେ ରୂପାନ୍ତର କରିବା ପାଇଁ ନିର୍ମାଣରେ ଦୁଇଟି ଡବଲ୍-ବଣ୍ଡକୁ ପ୍ରବେଶ କରିବା ଆବଶ୍ୟକ ଅଟେ
03:36 ପରବର୍ତ୍ତୀ ଦୁଇ ବିପରୀତ carbon ଅଣୁ ମଧ୍ୟରେ ଥିବା bond ଉପରେ କ୍ଲିକ୍ କରନ୍ତୁ
03:41 ପ୍ୟାନେଲ୍ ଉପରେ ଗୋଟିଏ benzeneର ଆକାର ପ୍ରାପ୍ତ ହେବ
03:44 ଗୋଟିଏ ସ୍ଥିର ଆକାର ପ୍ରାପ୍ତ ସକାଷେ energy minimization କରନ୍ତୁ
03:49 Jmol Applicationକୁ ବ୍ୟବହାର କରି ପରମାଣୁଗୁଡିକର Surface topologyକୁ ପ୍ରଦର୍ଶନ କରାଯାଇପାରିବ
03:56 ବିଭିନ୍ନ ସରଫେସଗୁଡିକୁ ଦେଖିବା ପାଇଁ, pop-up ମେନୁକୁ ଖୋଲନ୍ତୁ
04:01 modelkit ମେନୁ ବନ୍ଦ ହୋଇଛି ବୋଲି ସୁନିଶ୍ଚିତ କରନ୍ତୁ, ଯଦି ଏହା ଖୋଲାଥାଏ
04:06 ବର୍ତ୍ତମାନ, ପପ୍-ଅପ୍ ମେନୁକୁ ଖୋଲିବା ପାଇଁ panel ଉପରେ ରାଇଟ୍ କ୍ଲିକ୍ କରନ୍ତୁ
04:10 ତଳକୁ ସ୍କ୍ରୋଲ୍ କରିବା ସହ Surfacesକୁ ଚୟନ କରନ୍ତୁ
04:14 ଅନେକ ବିକଳ୍ପ ସହିତ ଗୋଟିଏ ସବ୍-ମେନୁ ଖୋଲିବ -
04:18 Dot Surface,
04:20 van der Waal's ଏବଂ ଅନ୍ୟ କିଛି
04:23 ପ୍ରଦର୍ଶନ ଉଦ୍ଦେଶ୍ୟରେ, Molecular surfaceକୁ ଚୟନ କରନ୍ତୁ
04:28 Benzeneର ଆକାର ଗୋଟିଏ molecular surface ସହିତ ପ୍ରଦର୍ଶିତ ହେବ
04:33 ଏହାକୁ ଅନ୍ୟ ଏକ ସରଫେସକୁ ପରିବର୍ତ୍ତନ କରନ୍ତୁ, ଧରିନିଅନ୍ତୁ, Dot Surface
04:38 ତେଣୁ, ପୁନର୍ବାର ପପ୍-ଅପ୍ ମେନୁକୁ ଖୋଲିବା ସହିତ Dot Surfaceକୁ ଚୟନ କରନ୍ତୁ
04:44 ସରଫେସଗୁଡିକୁ ଅସ୍ଵଚ୍ଛ କିମ୍ବା ଅର୍ଦ୍ଧସ୍ଵଚ୍ଛ ମଧ୍ୟ କରିପାରିବେ
04:48 ଏହା କରିବା ପାଇଁ, ପପ୍-ଅପ୍ ମେନୁକୁ ଖୋଲନ୍ତୁ
04:52 Surfaces ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ ଏବଂ ବିକଳ୍ପ Make Opaqueକୁ ଚୟନ କରନ୍ତୁ
04:59 benzene ଆକାରଟି ଅସ୍ଵଚ୍ଛ ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ
05:03 ସରଫେସ୍ ବିକଳ୍ପକୁ ବନ୍ଦ କରିବା ପାଇଁ-ପପ୍-ଅପ୍ ମେନୁକୁ ଖୋଲିବା ସହ Surfacesକୁ ଚୟନ କରନ୍ତୁ,
05:10 Off ପର୍ଯ୍ୟନ୍ତ ସ୍କ୍ରୋଲ୍ କରିବା ସହ ଏହା ଉପରେ କ୍ଲିକ୍ କରନ୍ତୁ
05:15 ବର୍ତ୍ତମାନ, କୌଣସି ସରଫେସ୍ ବିନା ଗୋଟିଏ benzeneର ଆକାର ପ୍ରାପ୍ତ ହେବ
05:20 Jmol ପରମାଣୁଗୁଡିକର atomic ଓ molecular orbitalଗୁଡିକୁ ପ୍ରଦର୍ଶନ କରିପାରିବ
05:25 console ଉପରେ କମାଣ୍ଡଗୁଡିକୁ ଲେଖି ସ୍କ୍ରୀନ୍ ଉପରେ Atomic orbitalଗୁଡିକୁ ପ୍ରଦର୍ଶିତ କରାଯାଇପାରିବ
05:32 File ଓ New ଉପରେ କ୍ଲିକ୍ କରିବା ସହିତ ଗୋଟିଏ ନୁତନ Jmol ୱିଣ୍ଡୋକୁ ଖୋଲନ୍ତୁ
05:37 ବର୍ତ୍ତମାନ, File ଓ ତା’ପରେ Console ଉପରେ କ୍ଲିକ୍ କରି console ୱିଣ୍ଡୋକୁ ଖୋଲିପାରିବେ
05:43 ସ୍କ୍ରୀନ୍ ଉପରେ console ୱିଣ୍ଡୋ ଖୋଲିଯିବ
05:47 console ୱିଣ୍ଡୋକୁ ମ୍ୟାଗ୍ନିଫାଏ କରିବା ପାଇଁ KMag Screen magnifierକୁ ବ୍ୟବହାର କରନ୍ତୁ
05:53 ଏଟମିକ୍ ଅର୍ବିଟାଲଗୁଡିକ ପାଇଁ command line, isosurface phase atomicorbital ସହିତ ଆରମ୍ଭ ହୋଇଥାଏ
06:00 ($) dollar promptରେ, ଟାଇପ୍ କରନ୍ତୁ: isosurface phase atomic orbital
06:06 ଏହା ପଛକୁ quantum numbers n, l ଓ m ରହିଥାଏ ଯେଉଁଗୁଡିକ ପ୍ରତ୍ୟେକ atomic orbital ପାଇଁ ନିର୍ଦ୍ଦିଷ୍ଟ ଅଟେ
06:14 s ଅର୍ବିଟାଲକୁ ପ୍ରଦର୍ଶନ କରିବା ପାଇଁ, ଟାଇପ୍ କରନ୍ତୁ: 2 0 0
06:20 2, 0, 0 ସଂଖ୍ୟାଗୁଡିକ, କ୍ରମାନୁସାରେ n, l ଓ m କ୍ଵାଣ୍ଟମ୍ ନମ୍ବରଗୁଡିକୁ ସୁଚିତ କରନ୍ତି
06:27 କମାଣ୍ଡକୁ ନିଷ୍ପାଦନ କରିବା ପାଇଁ Enter କୀକୁ ଦାବନ୍ତୁ
06:31 ପ୍ୟାନେଲ୍ ଉପରେ s-orbital ପ୍ରଦର୍ଶିତ ହୋଇଛି
06:35 ଏଠାରେ, atomic orbital ଓ ସମ୍ପର୍କୀତ script commandଗୁଡିକର କିଛି ଉଦାହରଣ ଅଛି
06:41 ସମଗ୍ର atomic orbital ପାଇଁ command line ସମାନ ଅଟେ
06:45 console ଉପରେ ପୂର୍ବ କମାଣ୍ଡକୁ ପ୍ରଦର୍ଶିତ କରିବା ପାଇଁ, କୀବୋର୍ଡ ଉପରେ ଅପ୍-ଆରୋ କୀକୁ ଦାବନ୍ତୁ
06:51 n, l ଓ m କ୍ଵାଣ୍ଟମ୍ ସଂଖ୍ୟାଗୁଡିକୁ 2 1 1 ଭାବେ ସଂଶୋଧନ କରନ୍ତୁ
06:58 Enter କୀକୁ ଦାବିବା ସହିତ Jmol panel ଉପରେ px ଅର୍ବିଟାଲକୁ ଦେଖନ୍ତୁ
07:05 ପୁନର୍ବାର ଅପ୍-ଆରୋ କୀକୁ ଦାବନ୍ତୁ ଏବଂ n, l ଓ mକୁ 3 2 ଓ -1 ଭାବେ ସଂଶୋଧନ କରନ୍ତୁ
07:13 Enter କୀକୁ ଦାବିବା ସହିତ Jmol panel ଉପରେ dxy ଅର୍ବିଟାଲକୁ ଦେଖନ୍ତୁ
07:19 ଏହି ଇମେଜଗୁଡିକୁ ବିଭିନ୍ନ ଫାଇଲ୍ ଫର୍ମାଟଗୁଡିକରେ ଯେପରି jpg, png କିମ୍ବା pdfରେ ମଧ୍ୟ save କରିପାରିବେ
07:27 ଏଠାରେ ସମସ୍ତ atomic orbitals (s, p, d, ଓ f) ପାଇଁ ଥିବା କମାଣ୍ଡଗୁଡିକର ଗୋଟିଏ ତାଲିକା ଅଛି
07:35 ଏହି slideରେ ପ୍ରଦର୍ଶିତ ହୋଇଥିବା ଆକାରଗୁଡିକ atomic orbitalsର ଅଟେ
07:40 console ଉପରେ script commandଗୁଡିକୁ ଲେଖି ସେଗୁଡିକୁ ସୃଷ୍ଟି କରାଯାଇଛି
07:45 ଏଠାରେ, molecular orbitalଗୁଡିକର ପ୍ରଦର୍ଶନକୁ ଦର୍ଶାଇବା ପାଇଁ ଗୋଟିଏ ନୁତନ Jmol panel ଓ consoleକୁ ଖୋଲାଯାଇଛି
07:53 Hybridized molecular orbitals ଯେପରି sp3, sp2 ଓ spକୁ Jmol ବ୍ୟବହାର କରି ପ୍ରଦର୍ଶନ କରାଯାଇପାରିବ
08:02 ପ୍ୟାନେଲ୍ ଉପରେ methaneର ଗୋଟିଏ ଆକାର ଅଛି
08:06 Methaneର sp3 ପ୍ରକାରର molecular orbitalଗୁଡିକ ଅଛି
08:11 molecular orbitalଗୁଡିକୁ ସୃଷ୍ଟି କରିବା ପାଇଁ Linear Combination of Atomic Orbitals ଯାହା LCAO ମେଥଡ୍ ଅଟେ, ବ୍ୟବହାର କରାଯାଇଛି
08:21 ତେଣୁ, କମାଣ୍ଡ ଲାଇନ୍ lcaocartoon ସହିତ ଆରମ୍ଭ ହୋଇଥାଏ, ପଛକୁ create ଏବଂ orbital ନେମ୍ ରହିଥାଏ
08:30 ଡଲାର୍ ପ୍ରମ୍ପ୍ଟରେ ଟାଇପ୍ କରନ୍ତୁ: lcaocartoon create sp3
08:36 Enter ଦାବନ୍ତୁ
08:38 sp3 hybridized molecular orbitals ସହିତ methaneର ଆକାରକୁ ଲକ୍ଷ୍ୟ କରନ୍ତୁ
08:45 sp2 hybridized molecular orbitalsକୁ ପ୍ରଦର୍ଶନ କରିବା ପାଇଁ, etheneକୁ ଉଦାହରଣ ଭାବେ ନିଅନ୍ତୁ
08:52 ପ୍ୟାନେଲ୍ ଉପରେ ଏହା etheneର ପରମାଣୁ ଅଟେ
08:56 Etheneର ତିନୋଟି sp2 hybridized molecular orbitals ଅଛି. ସେଗୁଡିକ ହେଲେ sp2a, sp2b ଓ sp2c
09:08 ଡଲାର୍ ପ୍ରମ୍ପ୍ଟରେ ଟାଇପ୍ କରନ୍ତୁ: lcaocartoon create sp2a, Enter ଦାବନ୍ତୁ
09:17 ପ୍ୟାନେଲ୍ ଉପରେ ethene ପରମାଣୁର sp2 ଅର୍ବିଟାଲକୁ ଲକ୍ଷ୍ୟ କରନ୍ତୁ
09:22 ଅପ୍-ଆରୋ କୀକୁ ଦାବି sp2aକୁ sp2bରେ ପରିବର୍ତ୍ତନ କରିବା ସହିତ Enter ଦାବନ୍ତୁ
09:31 ପୁନର୍ବାର, ଅପ୍-ଆରୋ କୀକୁ ଦାବି sp2bକୁ sp2cରେ ପରିବର୍ତ୍ତନ କରିବା ସହ, Enter ଦାବନ୍ତୁ
09:41 ଶେଷରେ pi ବଣ୍ଡ ପାଇଁ, ଅର୍ବିଟାଲର ନାମକୁ pz ଭାବେ ସଂଶୋଧିତ କରନ୍ତୁ
09:48 ପ୍ୟାନେଲ୍ ଉପରେ, ସମସ୍ତ molecular orbital ସହିତ etheneର ପରମାଣୁ ଅଛି
09:55 ଏହି ସ୍ଲାଇଡରେ molecular orbitalଗୁଡିକ ସହିତ ଅନ୍ୟ କିଛି ପରମାଣୁଗୁଡିକର ଉଦାହରଣ ପ୍ରଦର୍ଶିତ ହୋଇଛି
10:01 Jmol Script ଡକୁମେଣ୍ଟେଶନ୍ ଉପରେ ଅଧିକ ବିବରଣୀ, ୱେବସାଇଟରେ ଆବିଷ୍କାର କରନ୍ତୁ
10:08 ସଂକ୍ଷିପ୍ତରେ
10:10 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ-
10:12 cyclohexane ଓ cyclopentaneର ଗୋଟିଏ ଆକାର ସୃଷ୍ଟି କରିବା
10:17 benzeneର ଗୋଟିଏ ଆକାର ସୃଷ୍ଟି କରିବା
10:19 ପରମାଣୁଗୁଡିକର surface topologyକୁ ପ୍ରଦର୍ଶନ କରିବା
10:23 Atomic orbitals (s, p, d, f)କୁ ପ୍ରଦର୍ଶନ କରିବା ମଧ୍ୟ ଶିଖିଲେ
10:29 console ଉପରେ script commandଗୁଡିକୁ ଲେଖି Molecular orbitals (sp3, sp2 ଓ sp)କୁ ପ୍ରଦର୍ଶନ କରିବା
10:38 ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି -
10:40 2-Buteneର ଗୋଟିଏ ଆକାର ସୃଷ୍ଟି କରିବା ସହ molecular orbitalଗୁଡିକୁ ପ୍ରଦର୍ଶନ କରନ୍ତୁ
10:45 molecular orbitalଗୁଡିକର ରଙ୍ଗ ଓ ଆକାରକୁ ପରିବର୍ତ୍ତନ କରିବା ପାଇଁ lcaocartoon କମାଣ୍ଡକୁ ଆବିଷ୍କାର କରନ୍ତୁ
10:52 କମାଣ୍ଡଗୁଡିକର ତାଲିକା ପାଇଁ ନିମ୍ନ ଲିଙ୍କର ସାହାଯ୍ୟ ନିଅନ୍ତୁ
10:57 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial
11:01 ଏହା Spoken Tutorial ପ୍ରୋଜେକ୍ଟକୁ ସାରାଂଶିତ କରେ
11:04 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
11:09 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,
11:11 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:15 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
11:19 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
11:26 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:30 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:37 ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro
11:42 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep