Jmol-Application/C3/Surfaces-and-Orbitals/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Jmol Applicationରେ Surfaces and Orbitals ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:07 | ଏହି ଟ୍ୟୁଟୋରିଆଲରେ, ଆମେ ଶିଖିବା: |
| 00:10 | alicyclic ଓ aromatic ପରମାଣୁର ଆକାରଗୁଡିକୁ ସୃଷ୍ଟି କରିବା |
| 00:14 | ପରମାଣୁଗୁଡିକର ବିଭିନ୍ନ ସରଫେସଗୁଡିକୁ ପ୍ରଦର୍ଶନ କରିବା |
| 00:18 | atomic ଓ molecular orbitalsକୁ ପ୍ରଦର୍ଶନ କରିବା |
| 00:22 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ, ଆପଣ Jmol Applicationରେ ପରମାଣୁର ଆକାରଗୁଡିକୁ କିପରି ସୃଷ୍ଟି ଓ ସଂଶୋଧନ କରାଯାଏ, ଜାଣିଥିବା ଆବଶ୍ୟକ |
| 00:29 | ଯଦି ନୁହେଁ ତେବେ ଆମ ୱେବସାଇଟରେ ଉପଲବ୍ଧ ଥିବା ସମ୍ପର୍କୀତ ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ |
| 00:35 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: |
| 00:38 | Ubuntu ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 12.04 |
| 00:42 | Jmol ଭର୍ସନ୍ 12.2.2 ଏବଂ |
| 00:45 | ଏବଂ Java ଭର୍ସନ୍ 7 |
| 00:48 | ଗୋଟିଏ ନୁତନ Jmol application ୱିଣ୍ଡୋକୁ ଖୋଲନ୍ତୁ |
| 00:52 | ପ୍ରଥମେ ଗୋଟିଏ cyclohexaneର ଆକାର ସୃଷ୍ଟି କରନ୍ତୁ |
| 00:56 | modelkit ମେନୁ ଉପରେ କ୍ଲିକ୍ କରନ୍ତୁ |
| 00:59 | panel ଉପରେ methaneର ଗୋଟିଏ ଆକାର ଦୃଶ୍ୟମାନ ହେବ |
| 01:03 | cyclohexane ସୃଷ୍ଟି କରିବା ପାଇଁ, ଛ’ଟି carbon ଅଣୁ ବିଶିଷ୍ଟ ଗୋଟିଏ hydrocarbonର ଶୃଙ୍ଖଳକୁ ସୃଷ୍ଟି କରିବାକୁ ହେବ |
| 01:09 | ଆକାରରେ hydrogenକୁ ଗୋଟିଏ methyl ଗ୍ରୁପ୍ ସହିତ ପ୍ରତିସ୍ଥାପିତ କରନ୍ତୁ |
| 01:13 | ଏହା କରିବା ପାଇଁ, hydrogen ଉପରେ କର୍ସରକୁ ରଖିବା ସହ ଏହା ଉପରେ କ୍ଲିକ୍ କରନ୍ତୁ |
| 01:18 | screen ଉପରେ ଏହା ଗୋଟିଏ ethaneର ଆକାର ଅଟେ |
| 01:21 | ଅଧିକ ଦୁଇଥର ଏହି ସୋପାନର ପୁନରାବୃତ୍ତି କରନ୍ତୁ ଏବଂ ଗୋଟିଏ hydrogenକୁ ଏକା ଥରେ ଏକ methyl ଗ୍ରୁପ୍ ସହିତ ପ୍ରତିସ୍ଥାପିତ କରନ୍ତୁ |
| 01:28 | hydrogens ଉପରେ ଏପରି ଭାବେ କ୍ଲିକ୍ କରନ୍ତୁ ଯେପରି ନିର୍ମାଣ ଗୋଟିଏ ବୃତ୍ତ ଆକାର ଧାରଣ କରିବ |
| 01:33 | ବର୍ତ୍ତମାନ, Rotate molecule ଟୂଲକୁ ବ୍ୟବହାର କରି ସ୍କ୍ରୀନ୍ ଉପରେ ନିର୍ମାଣକୁ ରୋଟେଟ୍ କରନ୍ତୁ |
| 01:38 | ପ୍ୟାନେଲ୍ ଉପରେ ଏହା butaneର ଆକାର ଅଟେ |
| 01:41 | modelkit ମେନୁ ଉପରେ କ୍ଲିକ୍ କରନ୍ତୁ |
| 01:45 | ଶୃଙ୍ଖଳର ଶେଷରେ ଥିବା ଯେକୌଣସି carbon ଅଣୁସ୍ଥିତ hydrogen ଉପରେ କ୍ଲିକ୍ କରନ୍ତୁ |
| 01:52 | ଏଠାରେ panel ଉପରେ ଥିବା ଗୋଟିଏ pentaneର ଆକାର ଅଟେ |
| 01:55 | ଯେକୌଣସି ଗୋଟିଏ ହାଇଡ୍ରୋଜେନ୍ ଉପରେ କ୍ଲିକ୍ କରନ୍ତୁ ଯାହା carbon ଶୃଙ୍ଖଳର ଶେଷକୁ ନିକଟତର ଥିବ |
| 02:00 | ପ୍ୟାନେଲ୍ ଉପରେ cyclohexaneର ଗୋଟିଏ ଆକାର ସୃଷ୍ଟି ହୋଇଯାଇଛି |
| 02:04 | ନିର୍ମାଣକୁ ଅନୁକୂଳତମ କରିବା ପାଇଁ modelkit ମେନୁରେ ଥିବା ବିକଳ୍ପ minimizeକୁ ବ୍ୟବହାର କରନ୍ତୁ |
| 02:09 | Cyclohexane ବର୍ତ୍ତମାନ ଏହାର ସବୁଠାରୁ ସ୍ଥିର ଆକାର chairରେ ଅଛି |
| 02:15 | ଅନ୍ୟରୂପେ, cyclic structure ସୃଷ୍ଟି କରିବା ପାଇଁ modelkit ମେନୁରେ ଥିବା Drag to bond ବିକଳ୍ପକୁ ମଧ୍ୟ ବ୍ୟବହାର କରିପାରିବେ |
| 02:24 | ଏହି ବୈଶିଷ୍ଟ୍ୟତାକୁ ପ୍ରଦର୍ଶନ କରିବା ସକାଷେ ଗୋଟିଏ pentaneର ଆକାରକୁ ବ୍ୟବହାର କରନ୍ତୁ |
| 02:29 | panel ଉପରେ ଥିବା ଏହା ଗୋଟିଏ pentaneର ଆକାର ଅଟେ |
| 02:32 | ଏହାକୁ cyclopentaneରେ ରୂପାନ୍ତର କରିବା ପାଇଁ, modelkit ମେନୁରୁ ବିକଳ୍ପ Drag to bondକୁ ଚୟନ କରନ୍ତୁ |
| 02:40 | ଶୃଙ୍ଖଳର ଗୋଟିଏ ଶେଷ ପାର୍ଷ୍ଵରେ ଥିବା carbon ଉପରେ କର୍ସରକୁ ରଖନ୍ତୁ |
| 02:45 | mouse ବଟନକୁ ଦାବି ଧରନ୍ତୁ |
| 02:47 | mouse ବଟନକୁ ନଛାଡି, ଶୃଙ୍ଖଳର ଅନ୍ୟ ଶେଷ ପାର୍ଷ୍ଵରେ ଥିବା carbon ଉପରକୁ କର୍ସରକୁ ଆଣନ୍ତୁ |
| 02:54 | ବର୍ତ୍ତମାନ, mouse ବଟନକୁ ଛାଡିଦିଅନ୍ତୁ |
| 02:57 | ପ୍ୟାନେଲ ଉପରେ ଗୋଟିଏ cyclopentaneର ଆକାର ପ୍ରାପ୍ତ ହେବ |
| 03:01 | ବର୍ତ୍ତମାନ, cyclohexaneର ଆକାର ସହିତ Jmol panelକୁ ଫେରିଆସନ୍ତୁ |
| 03:06 | ବର୍ତ୍ତମାନ cyclohexaneକୁ ଗୋଟିଏ benzene ringରେ ରୂପାନ୍ତରିତ କରନ୍ତୁ |
| 03:10 | cyclohexane ରିଙ୍ଗର ଦୁଇ ବିପରୀତ ପାର୍ଷ୍ଵରେ double-bondଗୁଡିକୁ ପ୍ରବେଶ କରିବାକୁ ହେବ |
| 03:16 | modelkit ମେନୁକୁ ଖୋଲନ୍ତୁ |
| 03:19 | ଯେକୌଣସି ଦୁଇଟି carbon ମଧ୍ୟରେ ଥିବା bond ଉପରେ କର୍ସରକୁ ରଖିବା ସହିତ ଏହା ଉପରେ କ୍ଲିକ୍ କରନ୍ତୁ |
| 03:25 | ବର୍ତ୍ତମାନ panel ଉପରେ cyclohexene ପ୍ରାପ୍ତ ହେବ |
| 03:29 | ତା’ପରେ, ଏହାକୁ benzeneରେ ରୂପାନ୍ତର କରିବା ପାଇଁ ନିର୍ମାଣରେ ଦୁଇଟି ଡବଲ୍-ବଣ୍ଡକୁ ପ୍ରବେଶ କରିବା ଆବଶ୍ୟକ ଅଟେ |
| 03:36 | ପରବର୍ତ୍ତୀ ଦୁଇ ବିପରୀତ carbon ଅଣୁ ମଧ୍ୟରେ ଥିବା bond ଉପରେ କ୍ଲିକ୍ କରନ୍ତୁ |
| 03:41 | ପ୍ୟାନେଲ୍ ଉପରେ ଗୋଟିଏ benzeneର ଆକାର ପ୍ରାପ୍ତ ହେବ |
| 03:44 | ଗୋଟିଏ ସ୍ଥିର ଆକାର ପ୍ରାପ୍ତ ସକାଷେ energy minimization କରନ୍ତୁ |
| 03:49 | Jmol Applicationକୁ ବ୍ୟବହାର କରି ପରମାଣୁଗୁଡିକର Surface topologyକୁ ପ୍ରଦର୍ଶନ କରାଯାଇପାରିବ |
| 03:56 | ବିଭିନ୍ନ ସରଫେସଗୁଡିକୁ ଦେଖିବା ପାଇଁ, pop-up ମେନୁକୁ ଖୋଲନ୍ତୁ |
| 04:01 | modelkit ମେନୁ ବନ୍ଦ ହୋଇଛି ବୋଲି ସୁନିଶ୍ଚିତ କରନ୍ତୁ, ଯଦି ଏହା ଖୋଲାଥାଏ |
| 04:06 | ବର୍ତ୍ତମାନ, ପପ୍-ଅପ୍ ମେନୁକୁ ଖୋଲିବା ପାଇଁ panel ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 04:10 | ତଳକୁ ସ୍କ୍ରୋଲ୍ କରିବା ସହ Surfacesକୁ ଚୟନ କରନ୍ତୁ |
| 04:14 | ଅନେକ ବିକଳ୍ପ ସହିତ ଗୋଟିଏ ସବ୍-ମେନୁ ଖୋଲିବ - |
| 04:18 | Dot Surface, |
| 04:20 | van der Waal's ଏବଂ ଅନ୍ୟ କିଛି |
| 04:23 | ପ୍ରଦର୍ଶନ ଉଦ୍ଦେଶ୍ୟରେ, Molecular surfaceକୁ ଚୟନ କରନ୍ତୁ |
| 04:28 | Benzeneର ଆକାର ଗୋଟିଏ molecular surface ସହିତ ପ୍ରଦର୍ଶିତ ହେବ |
| 04:33 | ଏହାକୁ ଅନ୍ୟ ଏକ ସରଫେସକୁ ପରିବର୍ତ୍ତନ କରନ୍ତୁ, ଧରିନିଅନ୍ତୁ, Dot Surface |
| 04:38 | ତେଣୁ, ପୁନର୍ବାର ପପ୍-ଅପ୍ ମେନୁକୁ ଖୋଲିବା ସହିତ Dot Surfaceକୁ ଚୟନ କରନ୍ତୁ |
| 04:44 | ସରଫେସଗୁଡିକୁ ଅସ୍ଵଚ୍ଛ କିମ୍ବା ଅର୍ଦ୍ଧସ୍ଵଚ୍ଛ ମଧ୍ୟ କରିପାରିବେ |
| 04:48 | ଏହା କରିବା ପାଇଁ, ପପ୍-ଅପ୍ ମେନୁକୁ ଖୋଲନ୍ତୁ |
| 04:52 | Surfaces ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ ଏବଂ ବିକଳ୍ପ Make Opaqueକୁ ଚୟନ କରନ୍ତୁ |
| 04:59 | benzene ଆକାରଟି ଅସ୍ଵଚ୍ଛ ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ |
| 05:03 | ସରଫେସ୍ ବିକଳ୍ପକୁ ବନ୍ଦ କରିବା ପାଇଁ-ପପ୍-ଅପ୍ ମେନୁକୁ ଖୋଲିବା ସହ Surfacesକୁ ଚୟନ କରନ୍ତୁ, |
| 05:10 | Off ପର୍ଯ୍ୟନ୍ତ ସ୍କ୍ରୋଲ୍ କରିବା ସହ ଏହା ଉପରେ କ୍ଲିକ୍ କରନ୍ତୁ |
| 05:15 | ବର୍ତ୍ତମାନ, କୌଣସି ସରଫେସ୍ ବିନା ଗୋଟିଏ benzeneର ଆକାର ପ୍ରାପ୍ତ ହେବ |
| 05:20 | Jmol ପରମାଣୁଗୁଡିକର atomic ଓ molecular orbitalଗୁଡିକୁ ପ୍ରଦର୍ଶନ କରିପାରିବ |
| 05:25 | console ଉପରେ କମାଣ୍ଡଗୁଡିକୁ ଲେଖି ସ୍କ୍ରୀନ୍ ଉପରେ Atomic orbitalଗୁଡିକୁ ପ୍ରଦର୍ଶିତ କରାଯାଇପାରିବ |
| 05:32 | File ଓ New ଉପରେ କ୍ଲିକ୍ କରିବା ସହିତ ଗୋଟିଏ ନୁତନ Jmol ୱିଣ୍ଡୋକୁ ଖୋଲନ୍ତୁ |
| 05:37 | ବର୍ତ୍ତମାନ, File ଓ ତା’ପରେ Console ଉପରେ କ୍ଲିକ୍ କରି console ୱିଣ୍ଡୋକୁ ଖୋଲିପାରିବେ |
| 05:43 | ସ୍କ୍ରୀନ୍ ଉପରେ console ୱିଣ୍ଡୋ ଖୋଲିଯିବ |
| 05:47 | console ୱିଣ୍ଡୋକୁ ମ୍ୟାଗ୍ନିଫାଏ କରିବା ପାଇଁ KMag Screen magnifierକୁ ବ୍ୟବହାର କରନ୍ତୁ |
| 05:53 | ଏଟମିକ୍ ଅର୍ବିଟାଲଗୁଡିକ ପାଇଁ command line, isosurface phase atomicorbital ସହିତ ଆରମ୍ଭ ହୋଇଥାଏ |
| 06:00 | ($) dollar promptରେ, ଟାଇପ୍ କରନ୍ତୁ: isosurface phase atomic orbital |
| 06:06 | ଏହା ପଛକୁ quantum numbers n, l ଓ m ରହିଥାଏ ଯେଉଁଗୁଡିକ ପ୍ରତ୍ୟେକ atomic orbital ପାଇଁ ନିର୍ଦ୍ଦିଷ୍ଟ ଅଟେ |
| 06:14 | s ଅର୍ବିଟାଲକୁ ପ୍ରଦର୍ଶନ କରିବା ପାଇଁ, ଟାଇପ୍ କରନ୍ତୁ: 2 0 0 |
| 06:20 | 2, 0, 0 ସଂଖ୍ୟାଗୁଡିକ, କ୍ରମାନୁସାରେ n, l ଓ m କ୍ଵାଣ୍ଟମ୍ ନମ୍ବରଗୁଡିକୁ ସୁଚିତ କରନ୍ତି |
| 06:27 | କମାଣ୍ଡକୁ ନିଷ୍ପାଦନ କରିବା ପାଇଁ Enter କୀକୁ ଦାବନ୍ତୁ |
| 06:31 | ପ୍ୟାନେଲ୍ ଉପରେ s-orbital ପ୍ରଦର୍ଶିତ ହୋଇଛି |
| 06:35 | ଏଠାରେ, atomic orbital ଓ ସମ୍ପର୍କୀତ script commandଗୁଡିକର କିଛି ଉଦାହରଣ ଅଛି |
| 06:41 | ସମଗ୍ର atomic orbital ପାଇଁ command line ସମାନ ଅଟେ |
| 06:45 | console ଉପରେ ପୂର୍ବ କମାଣ୍ଡକୁ ପ୍ରଦର୍ଶିତ କରିବା ପାଇଁ, କୀବୋର୍ଡ ଉପରେ ଅପ୍-ଆରୋ କୀକୁ ଦାବନ୍ତୁ |
| 06:51 | n, l ଓ m କ୍ଵାଣ୍ଟମ୍ ସଂଖ୍ୟାଗୁଡିକୁ 2 1 1 ଭାବେ ସଂଶୋଧନ କରନ୍ତୁ |
| 06:58 | Enter କୀକୁ ଦାବିବା ସହିତ Jmol panel ଉପରେ px ଅର୍ବିଟାଲକୁ ଦେଖନ୍ତୁ |
| 07:05 | ପୁନର୍ବାର ଅପ୍-ଆରୋ କୀକୁ ଦାବନ୍ତୁ ଏବଂ n, l ଓ mକୁ 3 2 ଓ -1 ଭାବେ ସଂଶୋଧନ କରନ୍ତୁ |
| 07:13 | Enter କୀକୁ ଦାବିବା ସହିତ Jmol panel ଉପରେ dxy ଅର୍ବିଟାଲକୁ ଦେଖନ୍ତୁ |
| 07:19 | ଏହି ଇମେଜଗୁଡିକୁ ବିଭିନ୍ନ ଫାଇଲ୍ ଫର୍ମାଟଗୁଡିକରେ ଯେପରି jpg, png କିମ୍ବା pdfରେ ମଧ୍ୟ save କରିପାରିବେ |
| 07:27 | ଏଠାରେ ସମସ୍ତ atomic orbitals (s, p, d, ଓ f) ପାଇଁ ଥିବା କମାଣ୍ଡଗୁଡିକର ଗୋଟିଏ ତାଲିକା ଅଛି |
| 07:35 | ଏହି slideରେ ପ୍ରଦର୍ଶିତ ହୋଇଥିବା ଆକାରଗୁଡିକ atomic orbitalsର ଅଟେ |
| 07:40 | console ଉପରେ script commandଗୁଡିକୁ ଲେଖି ସେଗୁଡିକୁ ସୃଷ୍ଟି କରାଯାଇଛି |
| 07:45 | ଏଠାରେ, molecular orbitalଗୁଡିକର ପ୍ରଦର୍ଶନକୁ ଦର୍ଶାଇବା ପାଇଁ ଗୋଟିଏ ନୁତନ Jmol panel ଓ consoleକୁ ଖୋଲାଯାଇଛି |
| 07:53 | Hybridized molecular orbitals ଯେପରି sp3, sp2 ଓ spକୁ Jmol ବ୍ୟବହାର କରି ପ୍ରଦର୍ଶନ କରାଯାଇପାରିବ |
| 08:02 | ପ୍ୟାନେଲ୍ ଉପରେ methaneର ଗୋଟିଏ ଆକାର ଅଛି |
| 08:06 | Methaneର sp3 ପ୍ରକାରର molecular orbitalଗୁଡିକ ଅଛି |
| 08:11 | molecular orbitalଗୁଡିକୁ ସୃଷ୍ଟି କରିବା ପାଇଁ Linear Combination of Atomic Orbitals ଯାହା LCAO ମେଥଡ୍ ଅଟେ, ବ୍ୟବହାର କରାଯାଇଛି |
| 08:21 | ତେଣୁ, କମାଣ୍ଡ ଲାଇନ୍ lcaocartoon ସହିତ ଆରମ୍ଭ ହୋଇଥାଏ, ପଛକୁ create ଏବଂ orbital ନେମ୍ ରହିଥାଏ |
| 08:30 | ଡଲାର୍ ପ୍ରମ୍ପ୍ଟରେ ଟାଇପ୍ କରନ୍ତୁ: lcaocartoon create sp3 |
| 08:36 | Enter ଦାବନ୍ତୁ |
| 08:38 | sp3 hybridized molecular orbitals ସହିତ methaneର ଆକାରକୁ ଲକ୍ଷ୍ୟ କରନ୍ତୁ |
| 08:45 | sp2 hybridized molecular orbitalsକୁ ପ୍ରଦର୍ଶନ କରିବା ପାଇଁ, etheneକୁ ଉଦାହରଣ ଭାବେ ନିଅନ୍ତୁ |
| 08:52 | ପ୍ୟାନେଲ୍ ଉପରେ ଏହା etheneର ପରମାଣୁ ଅଟେ |
| 08:56 | Etheneର ତିନୋଟି sp2 hybridized molecular orbitals ଅଛି. ସେଗୁଡିକ ହେଲେ sp2a, sp2b ଓ sp2c |
| 09:08 | ଡଲାର୍ ପ୍ରମ୍ପ୍ଟରେ ଟାଇପ୍ କରନ୍ତୁ: lcaocartoon create sp2a, Enter ଦାବନ୍ତୁ |
| 09:17 | ପ୍ୟାନେଲ୍ ଉପରେ ethene ପରମାଣୁର sp2 ଅର୍ବିଟାଲକୁ ଲକ୍ଷ୍ୟ କରନ୍ତୁ |
| 09:22 | ଅପ୍-ଆରୋ କୀକୁ ଦାବି sp2aକୁ sp2bରେ ପରିବର୍ତ୍ତନ କରିବା ସହିତ Enter ଦାବନ୍ତୁ |
| 09:31 | ପୁନର୍ବାର, ଅପ୍-ଆରୋ କୀକୁ ଦାବି sp2bକୁ sp2cରେ ପରିବର୍ତ୍ତନ କରିବା ସହ, Enter ଦାବନ୍ତୁ |
| 09:41 | ଶେଷରେ pi ବଣ୍ଡ ପାଇଁ, ଅର୍ବିଟାଲର ନାମକୁ pz ଭାବେ ସଂଶୋଧିତ କରନ୍ତୁ |
| 09:48 | ପ୍ୟାନେଲ୍ ଉପରେ, ସମସ୍ତ molecular orbital ସହିତ etheneର ପରମାଣୁ ଅଛି |
| 09:55 | ଏହି ସ୍ଲାଇଡରେ molecular orbitalଗୁଡିକ ସହିତ ଅନ୍ୟ କିଛି ପରମାଣୁଗୁଡିକର ଉଦାହରଣ ପ୍ରଦର୍ଶିତ ହୋଇଛି |
| 10:01 | Jmol Script ଡକୁମେଣ୍ଟେଶନ୍ ଉପରେ ଅଧିକ ବିବରଣୀ, ୱେବସାଇଟରେ ଆବିଷ୍କାର କରନ୍ତୁ |
| 10:08 | ସଂକ୍ଷିପ୍ତରେ |
| 10:10 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ- |
| 10:12 | cyclohexane ଓ cyclopentaneର ଗୋଟିଏ ଆକାର ସୃଷ୍ଟି କରିବା |
| 10:17 | benzeneର ଗୋଟିଏ ଆକାର ସୃଷ୍ଟି କରିବା |
| 10:19 | ପରମାଣୁଗୁଡିକର surface topologyକୁ ପ୍ରଦର୍ଶନ କରିବା |
| 10:23 | Atomic orbitals (s, p, d, f)କୁ ପ୍ରଦର୍ଶନ କରିବା ମଧ୍ୟ ଶିଖିଲେ |
| 10:29 | console ଉପରେ script commandଗୁଡିକୁ ଲେଖି Molecular orbitals (sp3, sp2 ଓ sp)କୁ ପ୍ରଦର୍ଶନ କରିବା |
| 10:38 | ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି - |
| 10:40 | 2-Buteneର ଗୋଟିଏ ଆକାର ସୃଷ୍ଟି କରିବା ସହ molecular orbitalଗୁଡିକୁ ପ୍ରଦର୍ଶନ କରନ୍ତୁ |
| 10:45 | molecular orbitalଗୁଡିକର ରଙ୍ଗ ଓ ଆକାରକୁ ପରିବର୍ତ୍ତନ କରିବା ପାଇଁ lcaocartoon କମାଣ୍ଡକୁ ଆବିଷ୍କାର କରନ୍ତୁ |
| 10:52 | କମାଣ୍ଡଗୁଡିକର ତାଲିକା ପାଇଁ ନିମ୍ନ ଲିଙ୍କର ସାହାଯ୍ୟ ନିଅନ୍ତୁ |
| 10:57 | ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial |
| 11:01 | ଏହା Spoken Tutorial ପ୍ରୋଜେକ୍ଟକୁ ସାରାଂଶିତ କରେ |
| 11:04 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 11:09 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, |
| 11:11 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 11:15 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 11:19 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 11:26 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 11:30 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 11:37 | ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro |
| 11:42 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |