Java/C3/Static-Methods/Oriya

From Script | Spoken-Tutorial
Revision as of 23:44, 19 December 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Static Methods ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲ୍ ରେ ଆମେ, static methods କ’ଣ, static methodsକୁ ପରିଭାଷିତ କରିବା
00:12 instance methods ଓ static methods ମଧ୍ୟରେ ଥିବା ପାର୍ଥକ୍ୟ ଏବଂ static methodଗୁଡିକୁ କିପରି ବ୍ୟବହାର କରାଯାଏ ଶିଖିବା
00:20 ଏଠାରେ ଆମେ ବ୍ୟବହାର କରୁଛୁ:
  • ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 14.04
  • JDK 1.7
  • Eclipse 4.3.1
00:31 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Java ଓ Eclipse IDE ଉପରେ ମୌଳିକ ଜ୍ଞାନ ଥିବା ଦରକାର
00:38 ଆପଣଙ୍କର ନିଶ୍ଚିତରୂପେ ଜାଭାରେ ଥିବା instance variables, methods ଓ static variables ଉପରେ ଜ୍ଞାନ ଥିବା ଆବଶ୍ୟକ
00:45 ଯଦି ନାହିଁ, ତେବେ ସମ୍ପର୍କିତ Java ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:50 static method, ଗୋଟିଏ ମେଥଡ୍ ଅଟେ ଯାହାର ସମଗ୍ର class ସହିତ ସହଯୋଗିତା ଥାଏ
00:56 ଏହାକୁ ଗୋଟିଏ class method ମଧ୍ୟ କୁହାଯାଏ ଏବଂ static keyword ବ୍ୟବହାର କରାଯାଇ ଘୋଷିତ କରାଯାଇଥାଏ
01:02 ସାଧାରଣତଃ Static methodଗୁଡିକ static variableଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହୃତ ହୋଇଥାଏ
01:07 ବର୍ତ୍ତମାନ Eclipseକୁ ଫେରିଆସିବା ସହିତ StaticMethodDemo ନାମକ ଗୋଟିଏ ନୂତନ ପ୍ରୋଜେକ୍ଟ ସୃଷ୍ଟି କରନ୍ତୁ
01:14 ଏହି ପ୍ରୋଜେକ୍ଟ ମଧ୍ୟରେ Static methodଗୁଡିକର ବ୍ୟବହାରକୁ ପ୍ରଦର୍ଶନ କରିବା ପାଇଁ ଦରକାରୀ classଗୁଡିକୁ ସୃଷ୍ଟି କରନ୍ତୁ
01:21 ଗୋଟିଏ ନୂତନ କ୍ଲାସ୍ StudentEnroll ସୃଷ୍ଟି କରନ୍ତୁ
01:25 static methodକୁ କିପରି ବ୍ୟବହାର କରାଯାଏ ଗୋଟିଏ ଉଦାହରଣ ସହିତ ଚାଲନ୍ତୁ ଦେଖିବା
01:30 ଏହି ଉଦାହରଣ Static Variable ଟ୍ୟୁଟୋରିଆଲରେ ବ୍ୟବହାର ହୋଇଥିବା ଭଳି ପାଖାପାଖି ସମାନ ଅଟେ
01:37 ପୁନର୍ବାର ଏଠାରେ StudentEnroll classକୁ ଉପସ୍ଥାପନ କରନ୍ତୁ
01:42 ମନେପକାନ୍ତୁ ଯେ name ଓ id ଭେରିଏବଲଗୁଡିକ instance variable ଭାବେ ନିୟନ୍ତ୍ରିତ ହୋଇଛନ୍ତି
01:48 ଏଠାରେ organization ଓ total count ଭେରିଏବଲଗୁଡିକ ସମଗ୍ର class ପାଇଁ ସାଧାରଣ ଅଟେ
01:54 ତେଣୁ ସେଗୁଡିକୁ static variables ଭାବେ ବ୍ୟବହାର କରାଯାଇପାରିବ
01:58 ବର୍ତ୍ତମାନ StudentEnroll classକୁ ଉପସ୍ଥାପିତ କରିବା ପାଇଁ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ
02:03 ଧ୍ୟାନଦିଅନ୍ତୁ ଯେ ଏଠାରେ ଦୁଇଟି static variables count ଓ orgname ଅଛି
02:08 ଏହା ମଧ୍ୟ ଧ୍ୟାନଦିଅନ୍ତୁ ଯେ orgname ଗୋଟିଏ static constant ନୁହେଁ ବରଂ ଏହା ଗୋଟିଏ ସାଧାରଣ static variable ଅଟେ
02:15 static variable orgname, IIT Bombay ଭାବେ ଇନିଶିଆଲାଇଜ୍ ହୋଇଛି
02:21 ବର୍ତ୍ତମାନ Source ଉପରେ କ୍ଲିକ୍ କରିବା ସହିତ -> Generate Constructor using Fieldsକୁ ଚୟନ କରନ୍ତୁ
02:27 ସୃଷ୍ଟି ହୋଇଥିବା କୋଡରୁ କୀୱର୍ଡ superକୁ ଡିଲିଟ୍ କରନ୍ତୁ
02:32 constructor ମଧ୍ୟରେ ଟାଇପ୍ କରନ୍ତୁ, count ++ semicolon
02:36 ତେଣୁ ପ୍ରତ୍ୟେକ ଥର ଗୋଟିଏ object ସୃଷ୍ଟି ହେବା ସହିତ countର ଭେଲ୍ୟୁରେ ବୃଦ୍ଧି ହେବ
02:42 ବର୍ତ୍ତମାନ ଭେରିଏବଲଗୁଡିକର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ ଏହି କ୍ଲାସରେ showData( ) ନାମକ ଗୋଟିଏ ମେଥଡକୁ ସଂଯୁକ୍ତ କରନ୍ତୁ
02:48 ତେଣୁ ଟାଇପ୍ କରନ୍ତୁ, public void showData( )
02:51 id, name ଓ organisation nameର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ ବ୍ରାକେଟ୍ ମଧ୍ୟରେ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ
02:58 ବର୍ତ୍ତମାନ ଷ୍ଟାଟିକ୍ ମେଥଡ୍ setOrgNameକୁ ସଂଯୁକ୍ତ କରନ୍ତୁ
03:03 ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ
03:05 ଏଠାରେ ଉପସ୍ଥାପିତ ହୋଇଥିବା setOrgName method ଗୋଟିଏ ଷ୍ଟାଟିକ୍ ମେଥଡ୍ ଅଟେ ଯାହା orgnameର ଭେଲ୍ୟୁକୁ ରୂପାନ୍ତରିତ କରିପାରିବ
03:13 କୌଣସି method ଯାହା static variableଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହୃତ ହୋଇଥାଏ ତାହାକୁ ଗୋଟିଏ static method ଭାବେ ପରିଭାଷିତ କରାଯାଇପାରିବ
03:19 ବର୍ତ୍ତମାନ instance method ଓ static method ମଧ୍ୟରେ ଥିବା ପାର୍ଥକ୍ୟକୁ ଆବିଷ୍କାର କରନ୍ତୁ
03:25 Instance methods, static variablesକୁ ଆକ୍ସେସ୍ କରିପାରିବ
03:29 ଯେତେବେଳେ କି ଗୋଟିଏ static method କେବଳ static variablesକୁ ସିଧାସଳଖ ଆକ୍ସେସ୍ ଓ ରୂପାନ୍ତର କରିପାରିବ
03:35 Instance methodଗୁଡିକ କେବଳ ଗୋଟିଏ object ଦ୍ଵାରା ପ୍ରୟୋଗ କରାଯାଇପାରିବ
03:39 ଯେତେବେଳେ କି ଗୋଟିଏ static methodକୁ, ଏକ object ସୃଷ୍ଟି ନକରି ସିଧାସଳଖ ପ୍ରୟୋଗ କରାଯାଇପାରିବ
03:45 ଆମେ ଗୋଟିଏ static method ମଧ୍ୟରେ କୀୱର୍ଡ this ଓ superକୁ ବ୍ୟବହାର କରିପାରିବା ନାହିଁ
03:50 ଏହାର କାରଣ ହେଉଛି ଏହି keywordଗୁଡିକ ଗୋଟିଏ ନିର୍ଦ୍ଦିଷ୍ଟ କ୍ଲାସର ଇନଷ୍ଟାନ୍ସକୁ ରେଫର୍ କରିଥାଏ
03:56 ଗୋଟିଏ ଷ୍ଟାଟିକ୍ କଣ୍ଟେକ୍ସଟରେ ଆମେ ଗୋଟିଏ କ୍ଲାସର ଇନଷ୍ଟାନ୍ସଗୁଡିକୁ ରେଫର୍ କରିପାରିବା ନାହିଁ
04:01 ଏହି static method ମଧ୍ୟରେ ସିଧାସଳଖ ଗୋଟିଏ instance variableକୁ ଆକ୍ସେସ୍ କରିବା ପାଇଁ ଚେଷ୍ଟା କରିବା ଦ୍ଵାରା କ’ଣ ହେବ ଚାଲନ୍ତୁ ଦେଖିବା
04:09 ଟାଇପ୍ କରନ୍ତୁ, id= “newid” semicolon
04:13 ବର୍ତ୍ତମାନ Eclipseରେ ଗୋଟିଏ ଏରର୍ ଦେଖାଦେବ
04:17 ଏହା ସୂଚିତ କରୁଛି ଯେ ଗୋଟିଏ static method ମଧ୍ୟରେ ଏକ instance variableକୁ ସିଧାସଳଖ ଆକ୍ସେସ୍ କରାଯାଇପାରିବ ନାହିଁ
04:23 ତେଣୁ ଏହି ଲାଇନକୁ କମେଣ୍ଟ କରିବା ସହିତ ଆଗକୁ ବଢନ୍ତୁ
04:27 ବର୍ତ୍ତମାନ ଆଉ ଏକ static method showOrgDataକୁ ସଂଯୁକ୍ତ କରନ୍ତୁ
04:31 ଏହି ଷ୍ଟେଟମେଣ୍ଟଗୁଡିକ orgname ଓ countର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବ
04:36 ବର୍ତ୍ତମାନ default package ଉପରେ ରାଇଟ୍ କ୍ଲିକ୍ କରିବା ସହିତ New-> Classରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ନାମକୁ Demo ଭାବେ ଟାଇପ୍ କରନ୍ତୁ
04:44 ଏହି class ମଧ୍ୟରେ main method ପ୍ରାପ୍ତ ହେବ
04:48 ତେଣୁ main ଟାଇପ୍ କରନ୍ତୁ ଏବଂ ତା’ପରେ main method ସୃଷ୍ଟି କରିବା ପାଇଁ Ctrl+spaceକୁ ଦାବନ୍ତୁ
04:54 ଷ୍ଟୁଡେଣ୍ଟ ନାମାଙ୍କନଗୁଡିକୁ ଉପସ୍ଥାପନ କରିବା ପାଇଁ StudentEnroll କ୍ଲାସର କିଛି ଅବଜେକ୍ଟ ସୃଷ୍ଟି କରନ୍ତୁ
05:01 ତେଣୁ ତିନୋଟି ଅବଜେକ୍ଟ s1, s2 ଓ s3କୁ ସୃଷ୍ଟି କରିବା ପାଇଁ ନିମ୍ନକିଖିତ କୋଡ୍ ଟାଇପ୍ କରନ୍ତୁ
05:08 ବର୍ତ୍ତମାନ ନାମାଙ୍କନର ବିବରଣୀକୁ ପ୍ରିଣ୍ଟ କରିବା ପାଇଁ showData ମେଥଡକୁ ପ୍ରୟୋଗ କରନ୍ତୁ
05:12 s1, s2 ଓ s3 ଉପରେ showData ମେଥଡକୁ ପ୍ରୟୋଗ କରିବା ପାଇଁ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ
05:19 orgname ଓ countର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ method showOrgDataକୁ ମଧ୍ୟ ପ୍ରୟୋଗ କରନ୍ତୁ
05:27 ଯେହେତୁ ଏହା ଗୋଟିଏ static method ଅଟେ, ଏହାର class ନେମକୁ ବ୍ୟବହାର କରି ଆମେ ଏହାକୁ ସିଧାସଳଖ ପ୍ରୟୋଗ କରିପାରିବା
05:31 ଏହା କରିବା ପାଇଁ ଏହି କୋଡକୁ ଟାଇପ୍ କରନ୍ତୁ
05:34 ବର୍ତ୍ତମାନ Demo ପ୍ରୋଗ୍ରାମକୁ ରନ୍ କରନ୍ତୁ
05:37 s1ର ଅନୁରୂପ ଭେରିଏବଲଗୁଡିକର ଭେଲ୍ୟୁଗୁଡିକ ଯାହା IT101, ADIL ଓ IIT BOMBAY, ପ୍ରିଣ୍ଟ ହୋଇଯାଇଥିବା ଆପଣ ଲକ୍ଷ୍ୟ କରନ୍ତୁ
05:47 ସେହିପରି s2 ଓ s3ର ଅନୁରୂପ ଭେଲ୍ୟୁଗୁଡିକ ମଧ୍ୟ ପ୍ରିଣ୍ଟ ହୋଇଯିବେ
05:53 ଧ୍ୟାନଦିଅନ୍ତୁ ଯେ orgname ଯାହା IIT BOMBAYର ଭେଲ୍ୟୁ, s1, s2 ଓ s3 ପାଇଁ ସାଧାରଣ ଅଟେ
06:02 orgname ଓ count, static method showOrgData ଦ୍ଵାରା ଭିନ୍ନ ଭାବେ ପ୍ରିଣ୍ଟ ହୋଇଛନ୍ତି
06:08 ଧ୍ୟାନଦିଅନ୍ତୁ ଯେ ସଂସ୍ଥାର ନାମ IIT Bombay ଭାବେ ପ୍ରିଣ୍ଟ ହୋଇଛି
06:13 ଷ୍ଟୁଡେଣ୍ଟ ନାମାଙ୍କନ ସଂଖ୍ୟାର ଭେଲ୍ୟୁ 3 ଭାବେ ପ୍ରିଣ୍ଟ ହୋଇଛି, ଯେହେତୁ ଆମେ ତିନୋଟି ଅବଜେକ୍ଟ ସୃଷ୍ଟି କରିଛନ୍ତି
06:21 ଗୋଟିଏ static methodକୁ ସିଧାସଳଖ ଏହାର class ନେମ୍ ଦ୍ଵାରା ପ୍ରୟୋଗ କରାଯାଇପାରିବ
06:26 ବର୍ତ୍ତମାନ static method setOrgNameକୁ ପ୍ରୟୋଗ କରନ୍ତୁ
06:30 ସଂସ୍ଥାର ନାମ IIT Bombayରୁ IIT Mumbaiକୁ ପରିବର୍ତ୍ତନ କରନ୍ତୁ
06:36 ତେଣୁ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ
06:38 ବର୍ତ୍ତମାନ ନାମାଙ୍କନ ବିବରଣୀକୁ କରିବା ପାଇଁ ପୁନର୍ବାର s1, s2 ଓ s3 ଉପରେ showData ମେଥଡକୁ ପ୍ରୟୋଗ କରନ୍ତୁ
06:47 ଏଥି ପାଇଁ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ
06:50 ପୁନର୍ବାର orgname ଓ countର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ method showOrgDataକୁ ପ୍ରୟୋଗ କରନ୍ତୁ
06:58 ଏଥି ପାଇଁ ଏହି କୋଡକୁ ଟାଇପ୍ କରନ୍ତୁ
07:00 ବର୍ତ୍ତମାନ ପୁନର୍ବାର Demo ପ୍ରୋଗ୍ରାମକୁ ରନ୍ କରନ୍ତୁ
07:03 ସଂସ୍ଥାର ନାମ IIT Mumbaiକୁ ପରିବର୍ତ୍ତନ ହୋଇଯାଇଥିବା ଆପଣ ଦେଖିପାରିବେ
07:08 ସ୍ଲାଇଡକୁ ଫେରିଆସନ୍ତୁ
07:11 Object referencesକୁ ଗୋଟିଏ static methodରେ ପାସ୍ କରାଯାଇପାରିବ
07:15 ଏହିପରି ଗୋଟିଏ static method, ସେହି ନିର୍ଦ୍ଦିଷ୍ଟ objectର instance variableଗୁଡିକୁ ଆକ୍ସେସ୍ କରିପାରିବ
07:22 ଏହାକୁ ଆମ କୋଡରେ ଚେଷ୍ଟା କରନ୍ତୁ. Eclipseକୁ ଫେରିଆସିବା ସହିତ StudentEnroll classକୁ ଯା’ନ୍ତୁ
07:30 ବର୍ତ୍ତମାନ setOrgName methodରେ StudentEnroll classର ଅନ୍ୟ argumentକୁ ଏକ object ଭାବେ ପାସ୍ କରନ୍ତୁ
07:38 ତେଣୁ String org ପରେ କମା StudentEnroll s, ଟାଇପ୍ କରନ୍ତୁ
07:45 ବର୍ତ୍ତମାନ ଏହି method ମଧ୍ୟରେ, id = "newidକୁ ଅନକମେଣ୍ଟ କରନ୍ତୁ
07:50 ଏବଂ id ବ୍ୟତିତ, s.id ଟାଇପ୍ କରନ୍ତୁ
07:54 ବର୍ତ୍ତମାନ Demo classକୁ ଯା’ନ୍ତୁ
07:56 StudentEnroll object s1 ପାସ୍ କରିବା ଦ୍ଵାରା function callକୁ, setOrgName methodରେ ରୂପାନ୍ତର କରନ୍ତୁ
08:05 ତେଣୁ ଏଠାରେ IIT Mumbai ପରେ କମା s1, ଟାଇପ୍ କରନ୍ତୁ
08:10 ବର୍ତ୍ତମାନ ପୁନର୍ବାର Demo ପ୍ରୋଗ୍ରାମକୁ ରନ୍ କରନ୍ତୁ
08:12 s1 ପାଇଁ ଥିବା idର ଭେଲ୍ୟୁ newidରେ ପରିବର୍ତ୍ତନ ହୋଇଯାଇଥିବା ଆପଣ ଦେଖିପାରିବେ
08:19 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ
08:24 ଗୋଟିଏ static method କ’ଣ ଏବଂ ଏହା କେତେବେଳେ ବ୍ୟବହୃତ ହୁଏ
08:28 static methods ଓ instance methods ମଧ୍ୟରେ ଥିବା ପାର୍ଥକ୍ୟ କିପରି ଜାଣିବା ଏବଂ
08:33 static methodଗୁଡିକୁ କିପରି ସୃଷ୍ଟି ଓ ପ୍ରୟୋଗ କରିବା
08:37 ଏହି ଆସାଇନମେଣ୍ଟ, Static variable ଆସାଇନମେଣ୍ଟର କ୍ରମାନୁବୃତ୍ତି ଅଟେ
08:42 Static variable ଉପରେ ଥିବା ଆସାଇନମେଣ୍ଟ ସମ୍ପୂର୍ଣ୍ଣ କରିଛନ୍ତି ବୋଲି ସୁନିଶ୍ଚିତ କରନ୍ତୁ
08:47 ଏଠାରେ ଆମେ କେବଳ ରୂପାନ୍ତରଗୁଡିକୁ ହାଇଲାଇଟ୍ କରିବୁ
08:50 ଏଠାରେ statusକୁ ଉପସ୍ଥାପନ କରିବା ପାଇଁ ଗୋଟିଏ ଭେରିଏବଲ୍ ଅଛି
08:55 କାର୍ ସର୍ଭିସ୍ ପାଇଁ in କିମ୍ବା ସର୍ଭିସ୍ ପରେ out ହେବାକୁ ଏହା ସୂଚିତ କରିବା ପାଇଁ ଏହା ବ୍ୟବହାର କରାଯାଇଛି
09:01 No of cars out after Serviceକୁ ଉପସ୍ଥାପନ କରିବା ପାଇଁ ଅନ୍ୟ ଏକ ଭେରିଏବଲ୍ ମଧ୍ୟ ଅଛି
09:08 ଗୋଟିଏ method service( Car c)କୁ ପରିଭାଷିତ କରନ୍ତୁ ଯାହା ଷ୍ଟେଟସକୁ out ଭାବେ ଅଦ୍ୟତନ କରିଛି
09:13 ସର୍ଭିସ୍ ପାଇଁ ଥିବା, No of Cars in, ସର୍ଭିସ୍ ପରେ, No of Cars out ପାଇଁ
09:17 ଅନୁରୂପ ଭେଲ୍ୟୁଗୁଡିକୁ ଏହା ରୂପାନ୍ତର କରିବ
09:21 କାରର ବିବରଣୀଗୁଡିକୁ ପ୍ରିଣ୍ଟ କରିବା ପାଇଁ ଗୋଟିଏ ମେଥଡ୍ show( )କୁ ମଧ୍ୟ ପରିଭାଷିତ କରନ୍ତୁ
09:26 ପୂର୍ବ ଭଳି ତାଲିକାନୁସାରେ ନିମ୍ନଲିଖିତକୁ କାର୍ଯ୍ୟକାରୀ କରନ୍ତୁ
09:30 ଧ୍ୟାନଦିଅନ୍ତୁ ଯେ ଆମର ଆବଶ୍ୟକ ଥିବା static methodକୁ ଚିହ୍ନଟ ଓ ପରିଭାଷିତ କରିବାକୁ ହେବ
09:35 ଗୋଟିଏ Demo class ମଧ୍ୟ ସୃଷ୍ଟି କରନ୍ତୁ
09:38 main method ମଧ୍ୟରେ CarServiceର କିଛି ଅବଜେକ୍ଟଗୁଡିକୁ ସୃଷ୍ଟି କରନ୍ତୁ
09:43 କେତେକଙ୍କ ଉପରେ service( ) methodକୁ ପ୍ରୟୋଗ କରନ୍ତୁ
09:47 ସମସ୍ତ ଅବଜେକ୍ଟଗୁଡିକୁ ବ୍ୟବହାର କରି show( ) methodକୁ ପ୍ରୟୋଗ କରିବା ସହିତ ପରିଣାମଗୁଡିକୁ ଯାଞ୍ଚ କରନ୍ତୁ
09:52 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:57 ଦୟାକରି ଏହାକୁ ଡାଉନଲୋଡ୍ କରିବା ସହିତ ଦେଖନ୍ତୁ
09:59 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
  • ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ
  • ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
10:08 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
10:18 ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
10:22 ଏହି ସ୍କ୍ରିପ୍ଟ Department of Information Technology, Amal Jyothi College of Engineering ଦ୍ଵାରା ପ୍ରଦାନ କରାଯାଇଛି
10:30 ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep