Java/C3/Static-Methods/Oriya
From Script | Spoken-Tutorial
| Time | Narration |
| 00:01 | Static Methods ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ, static methods କ’ଣ, static methodsକୁ ପରିଭାଷିତ କରିବା |
| 00:12 | instance methods ଓ static methods ମଧ୍ୟରେ ଥିବା ପାର୍ଥକ୍ୟ ଏବଂ static methodଗୁଡିକୁ କିପରି ବ୍ୟବହାର କରାଯାଏ ଶିଖିବା |
| 00:20 | ଏଠାରେ ଆମେ ବ୍ୟବହାର କରୁଛୁ:
ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 14.04 JDK 1.7 Eclipse 4.3.1 |
| 00:31 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Java ଓ Eclipse IDE ଉପରେ ମୌଳିକ ଜ୍ଞାନ ଥିବା ଦରକାର |
| 00:38 | ଆପଣଙ୍କର ନିଶ୍ଚିତରୂପେ ଜାଭାରେ ଥିବା instance variables, methods ଓ static variables ଉପରେ ଜ୍ଞାନ ଥିବା ଆବଶ୍ୟକ |
| 00:45 | ଯଦି ନାହିଁ, ତେବେ ସମ୍ପର୍କିତ Java ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00:50 | static method, ଗୋଟିଏ ମେଥଡ୍ ଅଟେ ଯାହାର ସମଗ୍ର class ସହିତ ସହଯୋଗିତା ଥାଏ |
| 00:56 | ଏହାକୁ ଗୋଟିଏ class method ମଧ୍ୟ କୁହାଯାଏ ଏବଂ static keyword ବ୍ୟବହାର କରାଯାଇ ଘୋଷିତ କରାଯାଇଥାଏ |
| 01:02 | ସାଧାରଣତଃ Static methodଗୁଡିକ static variableଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହୃତ ହୋଇଥାଏ |
| 01:07 | ବର୍ତ୍ତମାନ Eclipseକୁ ଫେରିଆସିବା ସହିତ StaticMethodDemo ନାମକ ଗୋଟିଏ ନୂତନ ପ୍ରୋଜେକ୍ଟ ସୃଷ୍ଟି କରନ୍ତୁ |
| 01:14 | ଏହି ପ୍ରୋଜେକ୍ଟ ମଧ୍ୟରେ Static methodଗୁଡିକର ବ୍ୟବହାରକୁ ପ୍ରଦର୍ଶନ କରିବା ପାଇଁ ଦରକାରୀ classଗୁଡିକୁ ସୃଷ୍ଟି କରନ୍ତୁ |
| 01:21 | ଗୋଟିଏ ନୂତନ କ୍ଲାସ୍ StudentEnroll ସୃଷ୍ଟି କରନ୍ତୁ |
| 01:25 | static methodକୁ କିପରି ବ୍ୟବହାର କରାଯାଏ ଗୋଟିଏ ଉଦାହରଣ ସହିତ ଚାଲନ୍ତୁ ଦେଖିବା |
| 01:30 | ଏହି ଉଦାହରଣ Static Variable ଟ୍ୟୁଟୋରିଆଲରେ ବ୍ୟବହାର ହୋଇଥିବା ଭଳି ପାଖାପାଖି ସମାନ ଅଟେ |
| 01:37 | ପୁନର୍ବାର ଏଠାରେ StudentEnroll classକୁ ଉପସ୍ଥାପନ କରନ୍ତୁ |
| 01:42 | ମନେପକାନ୍ତୁ ଯେ name ଓ id ଭେରିଏବଲଗୁଡିକ instance variable ଭାବେ ନିୟନ୍ତ୍ରିତ ହୋଇଛନ୍ତି |
| 01:48 | ଏଠାରେ organization ଓ total count ଭେରିଏବଲଗୁଡିକ ସମଗ୍ର class ପାଇଁ ସାଧାରଣ ଅଟେ |
| 01:54 | ତେଣୁ ସେଗୁଡିକୁ static variables ଭାବେ ବ୍ୟବହାର କରାଯାଇପାରିବ |
| 01:58 | ବର୍ତ୍ତମାନ StudentEnroll classକୁ ଉପସ୍ଥାପିତ କରିବା ପାଇଁ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ |
| 02:03 | ଧ୍ୟାନଦିଅନ୍ତୁ ଯେ ଏଠାରେ ଦୁଇଟି static variables count ଓ orgname ଅଛି |
| 02:08 | ଏହା ମଧ୍ୟ ଧ୍ୟାନଦିଅନ୍ତୁ ଯେ orgname ଗୋଟିଏ static constant ନୁହେଁ ବରଂ ଏହା ଗୋଟିଏ ସାଧାରଣ static variable ଅଟେ |
| 02:15 | static variable orgname, IIT Bombay ଭାବେ ଇନିଶିଆଲାଇଜ୍ ହୋଇଛି |
| 02:21 | ବର୍ତ୍ତମାନ Source ଉପରେ କ୍ଲିକ୍ କରିବା ସହିତ -> Generate Constructor using Fieldsକୁ ଚୟନ କରନ୍ତୁ |
| 02:27 | ସୃଷ୍ଟି ହୋଇଥିବା କୋଡରୁ କୀୱର୍ଡ superକୁ ଡିଲିଟ୍ କରନ୍ତୁ |
| 02:32 | constructor ମଧ୍ୟରେ ଟାଇପ୍ କରନ୍ତୁ, count ++ semicolon |
| 02:36 | ତେଣୁ ପ୍ରତ୍ୟେକ ଥର ଗୋଟିଏ object ସୃଷ୍ଟି ହେବା ସହିତ countର ଭେଲ୍ୟୁରେ ବୃଦ୍ଧି ହେବ |
| 02:42 | ବର୍ତ୍ତମାନ ଭେରିଏବଲଗୁଡିକର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ ଏହି କ୍ଲାସରେ showData( ) ନାମକ ଗୋଟିଏ ମେଥଡକୁ ସଂଯୁକ୍ତ କରନ୍ତୁ |
| 02:48 | ତେଣୁ ଟାଇପ୍ କରନ୍ତୁ, public void showData( ) |
| 02:51 | id, name ଓ organisation nameର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ ବ୍ରାକେଟ୍ ମଧ୍ୟରେ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ |
| 02:58 | ବର୍ତ୍ତମାନ ଷ୍ଟାଟିକ୍ ମେଥଡ୍ setOrgNameକୁ ସଂଯୁକ୍ତ କରନ୍ତୁ |
| 03:03 | ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ |
| 03:05 | ଏଠାରେ ଉପସ୍ଥାପିତ ହୋଇଥିବା setOrgName method ଗୋଟିଏ ଷ୍ଟାଟିକ୍ ମେଥଡ୍ ଅଟେ ଯାହା orgnameର ଭେଲ୍ୟୁକୁ ରୂପାନ୍ତରିତ କରିପାରିବ |
| 03:13 | କୌଣସି method ଯାହା static variableଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହୃତ ହୋଇଥାଏ ତାହାକୁ ଗୋଟିଏ static method ଭାବେ ପରିଭାଷିତ କରାଯାଇପାରିବ |
| 03:19 | ବର୍ତ୍ତମାନ instance method ଓ static method ମଧ୍ୟରେ ଥିବା ପାର୍ଥକ୍ୟକୁ ଆବିଷ୍କାର କରନ୍ତୁ |
| 03:25 | Instance methods, static variablesକୁ ଆକ୍ସେସ୍ କରିପାରିବ |
| 03:29 | ଯେତେବେଳେ କି ଗୋଟିଏ static method କେବଳ static variablesକୁ ସିଧାସଳଖ ଆକ୍ସେସ୍ ଓ ରୂପାନ୍ତର କରିପାରିବ |
| 03:35 | Instance methodଗୁଡିକ କେବଳ ଗୋଟିଏ object ଦ୍ଵାରା ପ୍ରୟୋଗ କରାଯାଇପାରିବ |
| 03:39 | ଯେତେବେଳେ କି ଗୋଟିଏ static methodକୁ, ଏକ object ସୃଷ୍ଟି ନକରି ସିଧାସଳଖ ପ୍ରୟୋଗ କରାଯାଇପାରିବ |
| 03:45 | ଆମେ ଗୋଟିଏ static method ମଧ୍ୟରେ କୀୱର୍ଡ this ଓ superକୁ ବ୍ୟବହାର କରିପାରିବା ନାହିଁ |
| 03:50 | ଏହାର କାରଣ ହେଉଛି ଏହି keywordଗୁଡିକ ଗୋଟିଏ ନିର୍ଦ୍ଦିଷ୍ଟ କ୍ଲାସର ଇନଷ୍ଟାନ୍ସକୁ ରେଫର୍ କରିଥାଏ |
| 03:56 | ଗୋଟିଏ ଷ୍ଟାଟିକ୍ କଣ୍ଟେକ୍ସଟରେ ଆମେ ଗୋଟିଏ କ୍ଲାସର ଇନଷ୍ଟାନ୍ସଗୁଡିକୁ ରେଫର୍ କରିପାରିବା ନାହିଁ |
| 04:01 | ଏହି static method ମଧ୍ୟରେ ସିଧାସଳଖ ଗୋଟିଏ instance variableକୁ ଆକ୍ସେସ୍ କରିବା ପାଇଁ ଚେଷ୍ଟା କରିବା ଦ୍ଵାରା କ’ଣ ହେବ ଚାଲନ୍ତୁ ଦେଖିବା |
| 04:09 | ଟାଇପ୍ କରନ୍ତୁ, id= “newid” semicolon |
| 04:13 | ବର୍ତ୍ତମାନ Eclipseରେ ଗୋଟିଏ ଏରର୍ ଦେଖାଦେବ |
| 04:17 | ଏହା ସୂଚିତ କରୁଛି ଯେ ଗୋଟିଏ static method ମଧ୍ୟରେ ଏକ instance variableକୁ ସିଧାସଳଖ ଆକ୍ସେସ୍ କରାଯାଇପାରିବ ନାହିଁ |
| 04:23 | ତେଣୁ ଏହି ଲାଇନକୁ କମେଣ୍ଟ କରିବା ସହିତ ଆଗକୁ ବଢନ୍ତୁ |
| 04:27 | ବର୍ତ୍ତମାନ ଆଉ ଏକ static method showOrgDataକୁ ସଂଯୁକ୍ତ କରନ୍ତୁ |
| 04:31 | ଏହି ଷ୍ଟେଟମେଣ୍ଟଗୁଡିକ orgname ଓ countର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବ |
| 04:36 | ବର୍ତ୍ତମାନ default package ଉପରେ ରାଇଟ୍ କ୍ଲିକ୍ କରିବା ସହିତ New-> Classରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ନାମକୁ Demo ଭାବେ ଟାଇପ୍ କରନ୍ତୁ |
| 04:44 | ଏହି class ମଧ୍ୟରେ main method ପ୍ରାପ୍ତ ହେବ |
| 04:48 | ତେଣୁ main ଟାଇପ୍ କରନ୍ତୁ ଏବଂ ତା’ପରେ main method ସୃଷ୍ଟି କରିବା ପାଇଁ Ctrl+spaceକୁ ଦାବନ୍ତୁ |
| 04:54 | ଷ୍ଟୁଡେଣ୍ଟ ନାମାଙ୍କନଗୁଡିକୁ ଉପସ୍ଥାପନ କରିବା ପାଇଁ StudentEnroll କ୍ଲାସର କିଛି ଅବଜେକ୍ଟ ସୃଷ୍ଟି କରନ୍ତୁ |
| 05:01 | ତେଣୁ ତିନୋଟି ଅବଜେକ୍ଟ s1, s2 ଓ s3କୁ ସୃଷ୍ଟି କରିବା ପାଇଁ ନିମ୍ନକିଖିତ କୋଡ୍ ଟାଇପ୍ କରନ୍ତୁ |
| 05:08 | ବର୍ତ୍ତମାନ ନାମାଙ୍କନର ବିବରଣୀକୁ ପ୍ରିଣ୍ଟ କରିବା ପାଇଁ showData ମେଥଡକୁ ପ୍ରୟୋଗ କରନ୍ତୁ |
| 05:12 | s1, s2 ଓ s3 ଉପରେ showData ମେଥଡକୁ ପ୍ରୟୋଗ କରିବା ପାଇଁ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ |
| 05:19 | orgname ଓ countର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ method showOrgDataକୁ ମଧ୍ୟ ପ୍ରୟୋଗ କରନ୍ତୁ |
| 05:27 | ଯେହେତୁ ଏହା ଗୋଟିଏ static method ଅଟେ, ଏହାର class ନେମକୁ ବ୍ୟବହାର କରି ଆମେ ଏହାକୁ ସିଧାସଳଖ ପ୍ରୟୋଗ କରିପାରିବା |
| 05:31 | ଏହା କରିବା ପାଇଁ ଏହି କୋଡକୁ ଟାଇପ୍ କରନ୍ତୁ |
| 05:34 | ବର୍ତ୍ତମାନ Demo ପ୍ରୋଗ୍ରାମକୁ ରନ୍ କରନ୍ତୁ |
| 05:37 | s1ର ଅନୁରୂପ ଭେରିଏବଲଗୁଡିକର ଭେଲ୍ୟୁଗୁଡିକ ଯାହା IT101, ADIL ଓ IIT BOMBAY, ପ୍ରିଣ୍ଟ ହୋଇଯାଇଥିବା ଆପଣ ଲକ୍ଷ୍ୟ କରନ୍ତୁ |
| 05:47 | ସେହିପରି s2 ଓ s3ର ଅନୁରୂପ ଭେଲ୍ୟୁଗୁଡିକ ମଧ୍ୟ ପ୍ରିଣ୍ଟ ହୋଇଯିବେ |
| 05:53 | ଧ୍ୟାନଦିଅନ୍ତୁ ଯେ orgname ଯାହା IIT BOMBAYର ଭେଲ୍ୟୁ, s1, s2 ଓ s3 ପାଇଁ ସାଧାରଣ ଅଟେ |
| 06:02 | orgname ଓ count, static method showOrgData ଦ୍ଵାରା ଭିନ୍ନ ଭାବେ ପ୍ରିଣ୍ଟ ହୋଇଛନ୍ତି |
| 06:08 | ଧ୍ୟାନଦିଅନ୍ତୁ ଯେ ସଂସ୍ଥାର ନାମ IIT Bombay ଭାବେ ପ୍ରିଣ୍ଟ ହୋଇଛି |
| 06:13 | ଷ୍ଟୁଡେଣ୍ଟ ନାମାଙ୍କନ ସଂଖ୍ୟାର ଭେଲ୍ୟୁ 3 ଭାବେ ପ୍ରିଣ୍ଟ ହୋଇଛି, ଯେହେତୁ ଆମେ ତିନୋଟି ଅବଜେକ୍ଟ ସୃଷ୍ଟି କରିଛନ୍ତି |
| 06:21 | ଗୋଟିଏ static methodକୁ ସିଧାସଳଖ ଏହାର class ନେମ୍ ଦ୍ଵାରା ପ୍ରୟୋଗ କରାଯାଇପାରିବ |
| 06:26 | ବର୍ତ୍ତମାନ static method setOrgNameକୁ ପ୍ରୟୋଗ କରନ୍ତୁ |
| 06:30 | ସଂସ୍ଥାର ନାମ IIT Bombayରୁ IIT Mumbaiକୁ ପରିବର୍ତ୍ତନ କରନ୍ତୁ |
| 06:36 | ତେଣୁ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ |
| 06:38 | ବର୍ତ୍ତମାନ ନାମାଙ୍କନ ବିବରଣୀକୁ କରିବା ପାଇଁ ପୁନର୍ବାର s1, s2 ଓ s3 ଉପରେ showData ମେଥଡକୁ ପ୍ରୟୋଗ କରନ୍ତୁ |
| 06:47 | ଏଥି ପାଇଁ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ |
| 06:50 | ପୁନର୍ବାର orgname ଓ countର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ method showOrgDataକୁ ପ୍ରୟୋଗ କରନ୍ତୁ |
| 06:58 | ଏଥି ପାଇଁ ଏହି କୋଡକୁ ଟାଇପ୍ କରନ୍ତୁ |
| 07:00 | ବର୍ତ୍ତମାନ ପୁନର୍ବାର Demo ପ୍ରୋଗ୍ରାମକୁ ରନ୍ କରନ୍ତୁ |
| 07:03 | ସଂସ୍ଥାର ନାମ IIT Mumbaiକୁ ପରିବର୍ତ୍ତନ ହୋଇଯାଇଥିବା ଆପଣ ଦେଖିପାରିବେ |
| 07:08 | ସ୍ଲାଇଡକୁ ଫେରିଆସନ୍ତୁ |
| 07:11 | Object referencesକୁ ଗୋଟିଏ static methodରେ ପାସ୍ କରାଯାଇପାରିବ |
| 07:15 | ଏହିପରି ଗୋଟିଏ static method, ସେହି ନିର୍ଦ୍ଦିଷ୍ଟ objectର instance variableଗୁଡିକୁ ଆକ୍ସେସ୍ କରିପାରିବ |
| 07:22 | ଏହାକୁ ଆମ କୋଡରେ ଚେଷ୍ଟା କରନ୍ତୁ. Eclipseକୁ ଫେରିଆସିବା ସହିତ StudentEnroll classକୁ ଯା’ନ୍ତୁ |
| 07:30 | ବର୍ତ୍ତମାନ setOrgName methodରେ StudentEnroll classର ଅନ୍ୟ argumentକୁ ଏକ object ଭାବେ ପାସ୍ କରନ୍ତୁ |
| 07:38 | ତେଣୁ String org ପରେ କମା StudentEnroll s, ଟାଇପ୍ କରନ୍ତୁ |
| 07:45 | ବର୍ତ୍ତମାନ ଏହି method ମଧ୍ୟରେ, id = "newidକୁ ଅନକମେଣ୍ଟ କରନ୍ତୁ |
| 07:50 | ଏବଂ id ବ୍ୟତିତ, s.id ଟାଇପ୍ କରନ୍ତୁ |
| 07:54 | ବର୍ତ୍ତମାନ Demo classକୁ ଯା’ନ୍ତୁ |
| 07:56 | StudentEnroll object s1 ପାସ୍ କରିବା ଦ୍ଵାରା function callକୁ, setOrgName methodରେ ରୂପାନ୍ତର କରନ୍ତୁ |
| 08:05 | ତେଣୁ ଏଠାରେ IIT Mumbai ପରେ କମା s1, ଟାଇପ୍ କରନ୍ତୁ |
| 08:10 | ବର୍ତ୍ତମାନ ପୁନର୍ବାର Demo ପ୍ରୋଗ୍ରାମକୁ ରନ୍ କରନ୍ତୁ |
| 08:12 | s1 ପାଇଁ ଥିବା idର ଭେଲ୍ୟୁ newidରେ ପରିବର୍ତ୍ତନ ହୋଇଯାଇଥିବା ଆପଣ ଦେଖିପାରିବେ |
| 08:19 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ |
| 08:24 | ଗୋଟିଏ static method କ’ଣ ଏବଂ ଏହା କେତେବେଳେ ବ୍ୟବହୃତ ହୁଏ |
| 08:28 | static methods ଓ instance methods ମଧ୍ୟରେ ଥିବା ପାର୍ଥକ୍ୟ କିପରି ଜାଣିବା ଏବଂ |
| 08:33 | static methodଗୁଡିକୁ କିପରି ସୃଷ୍ଟି ଓ ପ୍ରୟୋଗ କରିବା |
| 08:37 | ଏହି ଆସାଇନମେଣ୍ଟ, Static variable ଆସାଇନମେଣ୍ଟର କ୍ରମାନୁବୃତ୍ତି ଅଟେ |
| 08:42 | Static variable ଉପରେ ଥିବା ଆସାଇନମେଣ୍ଟ ସମ୍ପୂର୍ଣ୍ଣ କରିଛନ୍ତି ବୋଲି ସୁନିଶ୍ଚିତ କରନ୍ତୁ |
| 08:47 | ଏଠାରେ ଆମେ କେବଳ ରୂପାନ୍ତରଗୁଡିକୁ ହାଇଲାଇଟ୍ କରିବୁ |
| 08:50 | ଏଠାରେ statusକୁ ଉପସ୍ଥାପନ କରିବା ପାଇଁ ଗୋଟିଏ ଭେରିଏବଲ୍ ଅଛି |
| 08:55 | କାର୍ ସର୍ଭିସ୍ ପାଇଁ in କିମ୍ବା ସର୍ଭିସ୍ ପରେ out ହେବାକୁ ଏହା ସୂଚିତ କରିବା ପାଇଁ ଏହା ବ୍ୟବହାର କରାଯାଇଛି |
| 09:01 | No of cars out after Serviceକୁ ଉପସ୍ଥାପନ କରିବା ପାଇଁ ଅନ୍ୟ ଏକ ଭେରିଏବଲ୍ ମଧ୍ୟ ଅଛି |
| 09:08 | ଗୋଟିଏ method service( Car c)କୁ ପରିଭାଷିତ କରନ୍ତୁ ଯାହା ଷ୍ଟେଟସକୁ out ଭାବେ ଅଦ୍ୟତନ କରିଛି |
| 09:13 | ସର୍ଭିସ୍ ପାଇଁ ଥିବା, No of Cars in, ସର୍ଭିସ୍ ପରେ, No of Cars out ପାଇଁ |
| 09:17 | ଅନୁରୂପ ଭେଲ୍ୟୁଗୁଡିକୁ ଏହା ରୂପାନ୍ତର କରିବ |
| 09:21 | କାରର ବିବରଣୀଗୁଡିକୁ ପ୍ରିଣ୍ଟ କରିବା ପାଇଁ ଗୋଟିଏ ମେଥଡ୍ show( )କୁ ମଧ୍ୟ ପରିଭାଷିତ କରନ୍ତୁ |
| 09:26 | ପୂର୍ବ ଭଳି ତାଲିକାନୁସାରେ ନିମ୍ନଲିଖିତକୁ କାର୍ଯ୍ୟକାରୀ କରନ୍ତୁ |
| 09:30 | ଧ୍ୟାନଦିଅନ୍ତୁ ଯେ ଆମର ଆବଶ୍ୟକ ଥିବା static methodକୁ ଚିହ୍ନଟ ଓ ପରିଭାଷିତ କରିବାକୁ ହେବ |
| 09:35 | ଗୋଟିଏ Demo class ମଧ୍ୟ ସୃଷ୍ଟି କରନ୍ତୁ |
| 09:38 | main method ମଧ୍ୟରେ CarServiceର କିଛି ଅବଜେକ୍ଟଗୁଡିକୁ ସୃଷ୍ଟି କରନ୍ତୁ |
| 09:43 | କେତେକଙ୍କ ଉପରେ service( ) methodକୁ ପ୍ରୟୋଗ କରନ୍ତୁ |
| 09:47 | ସମସ୍ତ ଅବଜେକ୍ଟଗୁଡିକୁ ବ୍ୟବହାର କରି show( ) methodକୁ ପ୍ରୟୋଗ କରିବା ସହିତ ପରିଣାମଗୁଡିକୁ ଯାଞ୍ଚ କରନ୍ତୁ |
| 09:52 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 09:57 | ଦୟାକରି ଏହାକୁ ଡାଉନଲୋଡ୍ କରିବା ସହିତ ଦେଖନ୍ତୁ |
| 09:59 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 10:08 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 10:11 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ |
| 10:18 | ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
| 10:22 | ଏହି ସ୍କ୍ରିପ୍ଟ Department of Information Technology, Amal Jyothi College of Engineering ଦ୍ଵାରା ପ୍ରଦାନ କରାଯାଇଛି |
| 10:30 | ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |