Java/C2/Primitive-type-conversions/Oriya

From Script | Spoken-Tutorial
Revision as of 16:47, 29 September 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Javaରେ Type Conversion ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:08 * ଗୋଟିଏ ଡାଟା ଟାଇପ୍ ରୁ ଅନ୍ୟଏକ ଡାଟାକୁ କିପରି ବଦଳାଇବେ
00:13 * Implicit ଓ Explicit Conversion ନାମକ ଦୁଇ ପ୍ରକାରର କନଭର୍ସନ୍ ଏବଂ
00:18 * Strings କୁ Numbersରେ କିପରି ବଦଳାଇବେ
00:23 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ:
  • Ubuntu 11.10
  • JDK 1.6 ଓ
  • Eclipse 3.7
00:33 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର, Javaରେ Data Typesର ଜ୍ଞାନ ଥିବା ଦରକାର
00:38 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:47 Type Conversionର ଅର୍ଥ ହେଉଛି, ଗୋଟିଏ ଡାଟା ଟାଇପ୍ ରୁ ଅନ୍ୟଏକକୁ ଡାଟା ବଦଳାଇବା
00:53 ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା
00:55 Eclipseକୁ ଯାଆନ୍ତୁ
01:02 ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି
01:07 ମୁଁ ଏକ TypeConversionର Class କ୍ରିଏଟ୍ କରି ସେଥିରେ Main Method ଆଡ୍ କରିଛି
01:13 ଏବେ, କିଛି ଭେରିଏବଲ୍ସ କ୍ରିଏଟ୍ କରିବା
01:19 int a equal to 5.

float b; b equal to a

01:33 ମୁଁ ଦୁଇଟି ଭେରିଏବଲ୍ସ କ୍ରିଏଟ୍ କରିଛି. a ହେଉଛି ଏକ ଇଣ୍ଟେଜର୍ ଓ b ହେଉଛି ଏକ float
01:39 ମୁଁ, ଇଣ୍ଟେଜର୍ ଭାଲ୍ୟୁକୁ float variableରେ ଷ୍ଟୋର୍ କରୁଛି
01:43 ଚାଲନ୍ତୁ ଦେଖିବା, ଏବେ float variable କ’ଣ ରଖିଛି
01:48 System ଡଟ୍ Out ଡଟ୍ Println(b);
01:58 ଫାଇଲ୍ କୁ ସେଭ୍ କରି Run କରନ୍ତୁ
02:07 ଆମେ ଦେଖିପାରୁଛେ ଯେ, Integer 5, float 5.0ରେ ବଦଳିଯାଇଛି
02:13 ଏହି ପ୍ରକାର କନଭର୍ସନ୍ କୁ Implicit Conversion କୁହାଯାଏ
02:17 ନାମ ଅନୁସାରେ, ଡାଟା ଟାଇପ୍ କୁ ସୁହାଇଲା ଭଳି ଭାଲ୍ୟୁ ଅଟୋମେଟିକାଲୀ ବଦଳିଯାଏ
02:24 ଏବେ ଆମେ, ସମାନ ପଦ୍ଧତି ବ୍ୟବହାର କରି float କୁ ଏକ intରେ ବଦଳାଇବା
02:30 5କୁ କାଢିଦିଅନ୍ତୁ, float b equal to 2.5f ଏବଂ bକୁ aରେ ଷ୍ଟୋର୍ କରି aର ଭାଲ୍ୟୁକୁ ପ୍ରିଣ୍ଟ କରନ୍ତୁ
02:50 ଫାଇଲ୍ ସେଭ୍ କରନ୍ତୁ
02:56 ଦେଖନ୍ତୁ, ଏଥିରେ ଏକ ଏରର୍ ଅଛି
03:00 ଏରର୍ ମେସେଜ୍ କୁହେ - Type mismatch: cannot convert from float to int
03:06 ଏହାର ଅର୍ଥ, Implicit Conversion କେବଳ ଏକ intରୁ ଏକ float ପର୍ଯ୍ୟନ୍ତ ହିଁ ସମ୍ଭବ, କିନ୍ତୁ ଅନ୍ୟ ମାର୍ଗରେ ନୁହେଁ
03:13 ଗୋଟିଏ floatକୁ intରେ ବଦଳାଇବା ପାଇଁ ଆମକୁ Explicit Conversion ବ୍ୟବହାର କରିବାକୁ ପଡ଼ିବ
03:17 ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା
03:23 ଭେରିଏବଲ୍ ପୂର୍ବରୁ ପାରେନ୍ଥେସେସ୍ ରେ int ବ୍ୟବହାର କରି ତାହାକୁ କରାଯାଏ
03:34 ଏହି ଷ୍ଟେଟମେଣ୍ଟ କୁହେ ଯେ, ଭେରିଏବଲ୍ bରେ ଥିବା ଡାଟାକୁ int ଡାଟା ଟାଇପ୍ ରେ ବଦଳାଇ aରେ ଷ୍ଟୋର୍ କରିବାକୁ ହେବ
03:43 ଫାଇଲ୍ କୁ ସେଭ୍ କରି Run କରନ୍ତୁ
03:51 ଆମେ ଦେଖିପାରୁଛେ ଯେ, float ଭାଲ୍ୟୁ intରେ ବଦଳିଯାଇଛି
03:56 କିନ୍ତୁ, ଡାଟା ଟାଇପ୍ କୁ ସୁହାଇଲା ପରି, ସେହିଅନୁସାରେ ଡାଟା ବଦଳିଯାଇଛି
04:01 intରୁ floatକୁ ଡାଟା ବଦଳାଇବା ପାଇଁ ମଧ୍ୟ Explicit Conversion ବ୍ୟବହାର କରାଯାଇପାରେ
04:07 ପୂର୍ବ ଉଦାହରଣକୁ ନେବା
04:10 int a =5; float b; b = (float) a;
04:32 System.out.println(b);
04:36 integerକୁ floatରେ ବଦଳାଇବା ପାଇଁ ଆମେ explicit Conversion ବ୍ୟବହାର କରୁଛେ
04:42 ଫାଇଲ୍ କୁ ସେଭ୍ କରି Run କରନ୍ତୁ
04:51 ଦେଖନ୍ତୁ, int ଭାଲ୍ୟୁ ଏକ float ଭାଲ୍ୟୁରେ ବଦଳିଯାଇଛି
04:58 ଗୋଟିଏ Characterକୁ ଏକ integerରେ ବଦଳାଇଲେ କ’ଣ ହୁଏ, ଚାଲନ୍ତୁ ଦେଖିବା
05:06 int a; char c equal to ସିଙ୍ଗଲ୍ କ୍ୱୋଟ୍ସରେ 'm';
05:24 a equal to (int) c
05:32 System ଡଟ୍ Out ଡଟ୍ Println(a);
05:36 ଆମେ, କ୍ୟାରେକ୍ଟର୍ mକୁ ଏକ integerରେ ବଦଳାଉଛେ ଓ ଭାଲ୍ୟୁ ପ୍ରିଣ୍ଟ କରୁଛେ
05:43 ଏହାକୁ ସେଭ୍ କରି ରନ୍ କରନ୍ତୁ
05:53 ଆମେ ଯେପରି ଦେଖିପାରୁଛେ, ଆଉଟପୁଟ୍ ହେଉଛି 109, ଯାହା mର ascii ଭାଲ୍ୟୁ ଅଟେ
05:58 ଏହାର ଅର୍ଥ, ଯେତେବେଳେ charକୁ intରେ ବଦଳାଯାଏ, ତାହାର ascii ଭାଲ୍ୟୁ ଷ୍ଟୋର୍ ହୁଏ
06:03 ଚାଲନ୍ତୁ, ଏହାକୁ ଡିଜିଟ୍ ସହିତ ଦେଖିବା
06:06 char c = ଡିଜିଟ୍ 5;
06:11 ତାହାକୁ ସେଭ୍ କରି Run କରନ୍ତୁ
06:18 ଆମେ ଯେପରି ଦେଖିପାରୁଛେ, ଆଉଟପୁଟ୍ ହେଉଛି 53, ଯାହା 5ର ascii ଭାଲ୍ୟୁ ଅଟେ
06:24 ଏହା 5 ସଂଖ୍ୟା ନୁହେଁ
06:26 ସଂଖ୍ୟାକୁ ପାଇବା ପାଇଁ ଆମକୁ, ଏକ String ବ୍ୟବହାର କରିବାକୁ ହେବ ଓ ତାକୁ integerରେ ବଦଳାଇବାକୁ ହେବ
06:31 ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା
06:33 main ଫଙ୍କସନ୍ କୁ କାଢିଦିଅନ୍ତୁ
06:38 ଟାଇପ୍ କରନ୍ତୁ:
06:40 String sHeight Heightର String ଫର୍ମ equal to ଡବଲ୍ କ୍ୱୋଟ୍ସରେ 6
06:58 int h equal to explicit conversion int of sHeight ଏବଂ
07:11 System dot out dot println(h) . ଫାଇଲ୍ କୁ ସେଭ୍ କରନ୍ତୁ
07:27 ମୁଁ ଭାଲ୍ୟୁ 6 ସହିତ ଏକ ଷ୍ଟ୍ରିଙ୍ଗ୍ ଭେରିଏବଲ୍ କ୍ରିଏଟ୍ କଲି ଏବଂ ତାହାକୁ ଏକ ଇଣ୍ଟିଜର୍ ରେ ବଦଳାଇବାକୁ ଚେଷ୍ଟା କରୁଛି, କିନ୍ତୁ ସେଥିରେ ଏକ ତ୍ରୁଟି ଅଛି
07:37 ଏବଂ ଏରର୍ ମେସେଜ୍ କୁହେ: Cannot cast from String to int.
07:42 ଏହାର ଅର୍ଥ ହେଉଛି, ଷ୍ଟ୍ରିଙ୍ଗ୍ସ କନଭର୍ଟ କରିବା ପାଇଁ ଆମେ, Implicit କିମ୍ୱା Explicit Conversion ବ୍ୟବହାର କରିପାରିବା ନାହିଁ
07:48 ଏହାକୁ ଅନ୍ୟ ପଦ୍ଧତିରେ କରିବାକୁ ହେବ. ଚାଲନ୍ତୁ ସେଗୁଡିକ ବ୍ୟବହାର କରିବା
07:58 int sHeightକୁ କାଢ଼ି ଟାଇପ୍ କରନ୍ତୁ Integer dot parselnt sHeight:
08:21 ଫାଇଲ୍ କୁ ସେଭ୍ କରି Run କରନ୍ତୁ
08:29 ଦେଖନ୍ତୁ, ଭାଲ୍ୟୁଟି ସଫଳତାପୂର୍ବକ ଏକ ଇଣ୍ଟିଜର୍ ରେ ବଦଳିଗଲା
08:35 ଏହା କରିବାକୁ ଆମେ, Integer ମଡ୍ୟୁଲର parselnt ପଦ୍ଧତି ବ୍ୟବହାର କଲେ
08:41 ଏବେ ଚାଲନ୍ତୁ ଦେଖିବା, ଏକାଧିକ ଅଙ୍କ, ଯେପରି 6543 ଥିଲେ କ’ଣ ହୁଏ
08:49 ଫାଇଲ୍ କୁ ସେଭ୍ କରି Run କରନ୍ତୁ
08:55 ଆମେ ପୁଣିଥରେ ଦେଖୁଛେ ଯେ, ସଂଖ୍ୟା ରହିଥିବା stringଟି ସଫଳତାପୂର୍ବକ ଏକ ଇଣ୍ଟିଜର୍ ରେ ବଦଳିଗଲା
09:03 ଏବେ ଚାଲନ୍ତୁ ଦେଖିବା, ଯଦି string ଏକ floating ପଏଣ୍ଟ ନମ୍ୱର୍ ହୋଇଥିବ, ତେବେ କ’ଣ ହେଉଛି
09:10 6543କୁ 65.43ରେ ବଦଳାନ୍ତୁ. ତେବେ, ଆମ ପାଖରେ stringରେ ଏକ floating ପଏଣ୍ଟ ନମ୍ୱର୍ ଅଛି ଏବଂ ଆମେ ତାକୁ ଏକ ଇଣ୍ଟିଜର୍ ରେ ବଦଳାଉଛେ
09:22 ଫାଇଲ୍ କୁ ସେଭ୍ କରି Run କରନ୍ତୁ
09:31 ଦେଖନ୍ତୁ, ଏଥିରେ ଏକ ଏରର୍ ଅଛି. ଏହାର କାରଣ ହେଉଛି, ଆମେ ଏକ string ବଦଳାଇପାରିବା ନାହିଁ, ଯେଉଁଥିରେ ଏକ integer ଭିତରେ floating point number ଥିବ
09:41 ଆମକୁ ଏହାକୁ ଏକ floatରେ ବଦଳାଇବାକୁ ହେବ. ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା
09:45 ପ୍ରଥମେ, ଡାଟା ଟାଇପ୍ float ହେବା ଉଚିତ,
09:51 ଦ୍ୱିତୀୟରେ, ଆମେ Float.parseFloat ବ୍ୟବହାର କରିବା
10:07 ଏକ ଫ୍ଲୋଟିଙ୍ଗ୍ ପଏଣ୍ଟ ନମ୍ୱର୍ ଥିବା Stringକୁ ଏକ ପ୍ରକୃତ floating point numberରେ ବଦଳାଇବା ପାଇଁ ଆମେ float classର parseFloat method ବ୍ୟବହାର କରୁଛେ
10:18 ଫାଇଲ୍ କୁ ସେଭ୍ କରି Run କରନ୍ତୁ. ଆମେ ଦେଖିପାରୁଛେ ଯେ, floating point number ଥିବା stringଟି ସଫଳତାପୂର୍ବକ ଏକ floating pont numberରେ ବଦଳିଗଲା
10:33 ଆଉ ଏହିପରି ଭାବେ ଆମେ Implicit ଓ Explicit Conversion କରେ ଏବଂ Stringsକୁ Numbersରେ ବଦଳାଏ
10:45 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
10:48 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, ଗୋଟିଏ ଡାଟା ଟାଇପ୍ ରୁ ଅନ୍ୟଏକ ଡାଟାକୁ କିପରି ବଦଳାଯାଏ
10:54 Implicit ଓ Explicit Conversionର ଅର୍ଥ କ’ଣ
10:57 ଓ Strings କୁ Numbersରେ କିପରି ବଦଳାଯାଏ
11:01 ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ, integer.toString ଓ float.toString methods ବିଷୟରେ ପଢ଼ନ୍ତୁ
11:07 ଓ ସେଗୁଡ଼ିକ କ’ଣ କରନ୍ତି ଜାଣନ୍ତୁ
11:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
11:20 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:23 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
11:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:31 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
11:34 ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
11:40 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:44 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:50 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
11:55 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep