Java/C2/Primitive-type-conversions/Oriya
From Script | Spoken-Tutorial
| Time | Narration |
| 00:01 | Javaରେ Type Conversion ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
| 00:08 | ଗୋଟିଏ ଡାଟା ଟାଇପ୍ ରୁ ଅନ୍ୟଏକ ଡାଟାକୁ କିପରି ବଦଳାଇବେ |
| 00:13 | Implicit ଓ Explicit Conversion ନାମକ ଦୁଇ ପ୍ରକାରର କନଭର୍ସନ୍ ଏବଂ |
| 00:18 | Strings କୁ Numbersରେ କିପରି ବଦଳାଇବେ |
| 00:23 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ:
Ubuntu 11.10 JDK 1.6 ଓ Eclipse 3.7 |
| 00:33 | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର, Javaରେ Data Typesର ଜ୍ଞାନ ଥିବା ଦରକାର |
| 00:38 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00:47 | Type Conversionର ଅର୍ଥ ହେଉଛି, ଗୋଟିଏ ଡାଟା ଟାଇପ୍ ରୁ ଅନ୍ୟଏକକୁ ଡାଟା ବଦଳାଇବା |
| 00:53 | ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା |
| 00:55 | Eclipseକୁ ଯାଆନ୍ତୁ |
| 01:02 | ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି |
| 01:07 | ମୁଁ ଏକ TypeConversionର Class କ୍ରିଏଟ୍ କରି ସେଥିରେ Main Method ଆଡ୍ କରିଛି |
| 01:13 | ଏବେ, କିଛି ଭେରିଏବଲ୍ସ କ୍ରିଏଟ୍ କରିବା |
| 01:19 | int a equal to 5.
float b; b equal to a |
| 01:33 | ମୁଁ ଦୁଇଟି ଭେରିଏବଲ୍ସ କ୍ରିଏଟ୍ କରିଛି. a ହେଉଛି ଏକ ଇଣ୍ଟେଜର୍ ଓ b ହେଉଛି ଏକ float |
| 01:39 | ମୁଁ, ଇଣ୍ଟେଜର୍ ଭାଲ୍ୟୁକୁ float variableରେ ଷ୍ଟୋର୍ କରୁଛି |
| 01:43 | ଚାଲନ୍ତୁ ଦେଖିବା, ଏବେ float variable କ’ଣ ରଖିଛି |
| 01:48 | System ଡଟ୍ Out ଡଟ୍ Println(b); |
| 01:58 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
| 02:07 | ଆମେ ଦେଖିପାରୁଛେ ଯେ, Integer 5, float 5.0ରେ ବଦଳିଯାଇଛି |
| 02:13 | ଏହି ପ୍ରକାର କନଭର୍ସନ୍ କୁ Implicit Conversion କୁହାଯାଏ |
| 02:17 | ନାମ ଅନୁସାରେ, ଡାଟା ଟାଇପ୍ କୁ ସୁହାଇଲା ଭଳି ଭାଲ୍ୟୁ ଅଟୋମେଟିକାଲୀ ବଦଳିଯାଏ |
| 02:24 | ଏବେ ଆମେ, ସମାନ ପଦ୍ଧତି ବ୍ୟବହାର କରି float କୁ ଏକ intରେ ବଦଳାଇବା |
| 02:30 | 5କୁ କାଢିଦିଅନ୍ତୁ, float b equal to 2.5f ଏବଂ bକୁ aରେ ଷ୍ଟୋର୍ କରି aର ଭାଲ୍ୟୁକୁ ପ୍ରିଣ୍ଟ କରନ୍ତୁ |
| 02:50 | ଫାଇଲ୍ ସେଭ୍ କରନ୍ତୁ |
| 02:56 | ଦେଖନ୍ତୁ, ଏଥିରେ ଏକ ଏରର୍ ଅଛି |
| 03:00 | ଏରର୍ ମେସେଜ୍ କୁହେ - Type mismatch: cannot convert from float to int |
| 03:06 | ଏହାର ଅର୍ଥ, Implicit Conversion କେବଳ ଏକ intରୁ ଏକ float ପର୍ଯ୍ୟନ୍ତ ହିଁ ସମ୍ଭବ, କିନ୍ତୁ ଅନ୍ୟ ମାର୍ଗରେ ନୁହେଁ |
| 03:13 | ଗୋଟିଏ floatକୁ intରେ ବଦଳାଇବା ପାଇଁ ଆମକୁ Explicit Conversion ବ୍ୟବହାର କରିବାକୁ ପଡ଼ିବ |
| 03:17 | ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା |
| 03:23 | ଭେରିଏବଲ୍ ପୂର୍ବରୁ ପାରେନ୍ଥେସେସ୍ ରେ int ବ୍ୟବହାର କରି ତାହାକୁ କରାଯାଏ |
| 03:34 | ଏହି ଷ୍ଟେଟମେଣ୍ଟ କୁହେ ଯେ, ଭେରିଏବଲ୍ bରେ ଥିବା ଡାଟାକୁ int ଡାଟା ଟାଇପ୍ ରେ ବଦଳାଇ aରେ ଷ୍ଟୋର୍ କରିବାକୁ ହେବ |
| 03:43 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
| 03:51 | ଆମେ ଦେଖିପାରୁଛେ ଯେ, float ଭାଲ୍ୟୁ intରେ ବଦଳିଯାଇଛି |
| 03:56 | କିନ୍ତୁ, ଡାଟା ଟାଇପ୍ କୁ ସୁହାଇଲା ପରି, ସେହିଅନୁସାରେ ଡାଟା ବଦଳିଯାଇଛି |
| 04:01 | intରୁ floatକୁ ଡାଟା ବଦଳାଇବା ପାଇଁ ମଧ୍ୟ Explicit Conversion ବ୍ୟବହାର କରାଯାଇପାରେ |
| 04:07 | ପୂର୍ବ ଉଦାହରଣକୁ ନେବା |
| 04:10 | int a =5; float b; b = (float) a; |
| 04:32 | System.out.println(b); |
| 04:36 | integerକୁ floatରେ ବଦଳାଇବା ପାଇଁ ଆମେ explicit Conversion ବ୍ୟବହାର କରୁଛେ |
| 04:42 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
| 04:51 | ଦେଖନ୍ତୁ, int ଭାଲ୍ୟୁ ଏକ float ଭାଲ୍ୟୁରେ ବଦଳିଯାଇଛି |
| 04:58 | ଗୋଟିଏ Characterକୁ ଏକ integerରେ ବଦଳାଇଲେ କ’ଣ ହୁଏ, ଚାଲନ୍ତୁ ଦେଖିବା |
| 05:06 | int a; char c equal to ସିଙ୍ଗଲ୍ କ୍ୱୋଟ୍ସରେ 'm'; |
| 05:24 | a equal to (int) c |
| 05:32 | System ଡଟ୍ Out ଡଟ୍ Println(a); |
| 05:36 | ଆମେ, କ୍ୟାରେକ୍ଟର୍ mକୁ ଏକ integerରେ ବଦଳାଉଛେ ଓ ଭାଲ୍ୟୁ ପ୍ରିଣ୍ଟ କରୁଛେ |
| 05:43 | ଏହାକୁ ସେଭ୍ କରି ରନ୍ କରନ୍ତୁ |
| 05:53 | ଆମେ ଯେପରି ଦେଖିପାରୁଛେ, ଆଉଟପୁଟ୍ ହେଉଛି 109, ଯାହା mର ascii ଭାଲ୍ୟୁ ଅଟେ |
| 05:58 | ଏହାର ଅର୍ଥ, ଯେତେବେଳେ charକୁ intରେ ବଦଳାଯାଏ, ତାହାର ascii ଭାଲ୍ୟୁ ଷ୍ଟୋର୍ ହୁଏ |
| 06:03 | ଚାଲନ୍ତୁ, ଏହାକୁ ଡିଜିଟ୍ ସହିତ ଦେଖିବା |
| 06:06 | char c = ଡିଜିଟ୍ 5; |
| 06:11 | ତାହାକୁ ସେଭ୍ କରି Run କରନ୍ତୁ |
| 06:18 | ଆମେ ଯେପରି ଦେଖିପାରୁଛେ, ଆଉଟପୁଟ୍ ହେଉଛି 53, ଯାହା 5ର ascii ଭାଲ୍ୟୁ ଅଟେ |
| 06:24 | ଏହା 5 ସଂଖ୍ୟା ନୁହେଁ |
| 06:26 | ସଂଖ୍ୟାକୁ ପାଇବା ପାଇଁ ଆମକୁ, ଏକ String ବ୍ୟବହାର କରିବାକୁ ହେବ ଓ ତାକୁ integerରେ ବଦଳାଇବାକୁ ହେବ |
| 06:31 | ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା |
| 06:33 | main ଫଙ୍କସନ୍ କୁ କାଢିଦିଅନ୍ତୁ |
| 06:38 | ଟାଇପ୍ କରନ୍ତୁ: |
| 06:40 | String sHeight Heightର String ଫର୍ମ equal to ଡବଲ୍ କ୍ୱୋଟ୍ସରେ 6 |
| 06:58 | int h equal to explicit conversion int of sHeight ଏବଂ |
| 07:11 | System dot out dot println(h) . ଫାଇଲ୍ କୁ ସେଭ୍ କରନ୍ତୁ |
| 07:27 | ମୁଁ ଭାଲ୍ୟୁ 6 ସହିତ ଏକ ଷ୍ଟ୍ରିଙ୍ଗ୍ ଭେରିଏବଲ୍ କ୍ରିଏଟ୍ କଲି ଏବଂ ତାହାକୁ ଏକ ଇଣ୍ଟିଜର୍ ରେ ବଦଳାଇବାକୁ ଚେଷ୍ଟା କରୁଛି, କିନ୍ତୁ ସେଥିରେ ଏକ ତ୍ରୁଟି ଅଛି |
| 07:37 | ଏବଂ ଏରର୍ ମେସେଜ୍ କୁହେ: Cannot cast from String to int. |
| 07:42 | ଏହାର ଅର୍ଥ ହେଉଛି, ଷ୍ଟ୍ରିଙ୍ଗ୍ସ କନଭର୍ଟ କରିବା ପାଇଁ ଆମେ, Implicit କିମ୍ୱା Explicit Conversion ବ୍ୟବହାର କରିପାରିବା ନାହିଁ |
| 07:48 | ଏହାକୁ ଅନ୍ୟ ପଦ୍ଧତିରେ କରିବାକୁ ହେବ. ଚାଲନ୍ତୁ ସେଗୁଡିକ ବ୍ୟବହାର କରିବା |
| 07:58 | int sHeightକୁ କାଢ଼ି ଟାଇପ୍ କରନ୍ତୁ Integer dot parselnt sHeight: |
| 08:21 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
| 08:29 | ଦେଖନ୍ତୁ, ଭାଲ୍ୟୁଟି ସଫଳତାପୂର୍ବକ ଏକ ଇଣ୍ଟିଜର୍ ରେ ବଦଳିଗଲା |
| 08:35 | ଏହା କରିବାକୁ ଆମେ, Integer ମଡ୍ୟୁଲର parselnt ପଦ୍ଧତି ବ୍ୟବହାର କଲେ |
| 08:41 | ଏବେ ଚାଲନ୍ତୁ ଦେଖିବା, ଏକାଧିକ ଅଙ୍କ, ଯେପରି 6543 ଥିଲେ କ’ଣ ହୁଏ |
| 08:49 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
| 08:55 | ଆମେ ପୁଣିଥରେ ଦେଖୁଛେ ଯେ, ସଂଖ୍ୟା ରହିଥିବା stringଟି ସଫଳତାପୂର୍ବକ ଏକ ଇଣ୍ଟିଜର୍ ରେ ବଦଳିଗଲା |
| 09:03 | ଏବେ ଚାଲନ୍ତୁ ଦେଖିବା, ଯଦି string ଏକ floating ପଏଣ୍ଟ ନମ୍ୱର୍ ହୋଇଥିବ, ତେବେ କ’ଣ ହେଉଛି |
| 09:10 | 6543କୁ 65.43ରେ ବଦଳାନ୍ତୁ. ତେବେ, ଆମ ପାଖରେ stringରେ ଏକ floating ପଏଣ୍ଟ ନମ୍ୱର୍ ଅଛି ଏବଂ ଆମେ ତାକୁ ଏକ ଇଣ୍ଟିଜର୍ ରେ ବଦଳାଉଛେ |
| 09:22 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
| 09:31 | ଦେଖନ୍ତୁ, ଏଥିରେ ଏକ ଏରର୍ ଅଛି. ଏହାର କାରଣ ହେଉଛି, ଆମେ ଏକ string ବଦଳାଇପାରିବା ନାହିଁ, ଯେଉଁଥିରେ ଏକ integer ଭିତରେ floating point number ଥିବ |
| 09:41 | ଆମକୁ ଏହାକୁ ଏକ floatରେ ବଦଳାଇବାକୁ ହେବ. ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା |
| 09:45 | ପ୍ରଥମେ, ଡାଟା ଟାଇପ୍ float ହେବା ଉଚିତ, |
| 09:51 | ଦ୍ୱିତୀୟରେ, ଆମେ Float.parseFloat ବ୍ୟବହାର କରିବା |
| 10:07 | ଏକ ଫ୍ଲୋଟିଙ୍ଗ୍ ପଏଣ୍ଟ ନମ୍ୱର୍ ଥିବା Stringକୁ ଏକ ପ୍ରକୃତ floating point numberରେ ବଦଳାଇବା ପାଇଁ ଆମେ float classର parseFloat method ବ୍ୟବହାର କରୁଛେ |
| 10:18 | ଫାଇଲ୍ କୁ ସେଭ୍ କରି Run କରନ୍ତୁ. ଆମେ ଦେଖିପାରୁଛେ ଯେ, floating point number ଥିବା stringଟି ସଫଳତାପୂର୍ବକ ଏକ floating point numberରେ ବଦଳିଗଲା |
| 10:33 | ଆଉ ଏହିପରି ଭାବେ ଆମେ Implicit ଓ Explicit Conversion କରେ ଏବଂ Stringsକୁ Numbersରେ ବଦଳାଏ |
| 10:45 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 10:48 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, ଗୋଟିଏ ଡାଟା ଟାଇପ୍ ରୁ ଅନ୍ୟଏକ ଡାଟାକୁ କିପରି ବଦଳାଯାଏ |
| 10:54 | Implicit ଓ Explicit Conversionର ଅର୍ଥ କ’ଣ |
| 10:57 | ଓ Strings କୁ Numbersରେ କିପରି ବଦଳାଯାଏ |
| 11:01 | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ, integer.toString ଓ float.toString methods ବିଷୟରେ ପଢ଼ନ୍ତୁ |
| 11:07 | ଓ ସେଗୁଡ଼ିକ କ’ଣ କରନ୍ତି ଜାଣନ୍ତୁ |
| 11:14 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. |
| 11:20 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 11:23 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 11:27 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 11:31 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 11:34 | ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
| 11:40 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 11:44 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 11:50 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 11:55 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |