Java/C2/Getting-started-java-Installation/Oriya

From Script | Spoken-Tutorial
Revision as of 12:09, 17 August 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Getting Started With Java Installation ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:09 * Synaptic Package Manager ବ୍ୟବହାର କରି JDK ଇନଷ୍ଟଲ୍ କରିବା
00:13 * Java କାହିକି?
00:14 * Javaର ପ୍ରକାର ଓ ଆପ୍ଲିକେଶନ୍ସ
00:17 ଏଠାରେ ଆମେ ବ୍ୟବହାର କରୁଛୁ
00:19 ଉବୁଣ୍ଟୁ ଭର୍ସନ୍ 11.10
00:21 ଏବଂ Java Development Environment JDK 1.6
00:26 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣ ଇଣ୍ଟରନେଟ୍ ସହିତ ସଂଯୋଗ ହୋଇଥିବା ନିହାତି ଦରକାର
00:31 ଆପଣଙ୍କ ସିଷ୍ଟମରେ Synaptic Package Manager ନିଶ୍ଚିତ ଇନଷ୍ତଲ୍ ହୋଇଥିବା ଦରକାର
00:35 Linuxରେ Terminal, Text Editor ଓ Synaptic Package Manager ବ୍ୟବହାର ଉପରେ ଆପଣଙ୍କ ଜ୍ଞାନ ମଧ୍ୟ ଥିବା ଉଚିତ
00:43 ଯଦି ନାହିଁ, ତେବେ ଦୟାକରି Spoken-Tutorial.orgରେ ଥିବା Linux ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ
00:51 ଜାଭା ପ୍ରୋଗ୍ରାମ୍ ଚଲାଇବା ପାଇଁ ଆପଣଙ୍କୁ Java Development Kit ବା JDK ଇନଷ୍ଟଲ୍ କରିବାକୁ ପଡ଼ିବ
00:57 JDK ବିଷୟରେ ଅଧିକ ଜାଣିବା ପାଇଁ ଆପଣ ନିମ୍ନ ଲିଙ୍କ୍ କୁ ଯାଇପାରନ୍ତି
01:02 ଏବେ ଆମେ, Synaptic Package Manager ବ୍ୟବହାର କରି JDK ଇନଷ୍ଟଲ୍ କରିବା
01:07 ଏଥିପାଇଁ ଆପଣଙ୍କୁ Root Permissions ଦରକାର
01:10 ଆପଣଙ୍କୁ ଏକ Repository ଚୟନ କରିବା ବିଷୟରେ ମଧ୍ୟ ଜାଣିବାକୁ ପଡ଼ିବ
01:14 ଏହିସବୁ, Linuxର ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲ୍ ରେ ପୂର୍ବରୁ ବର୍ଣ୍ଣନା କରାଯାଇସାରିଛି
01:19 ଏବେ, ଆପଣଙ୍କ Desktopର ବାମପଟେ Taskbar ଅଛି
01:25 ଊପରେ DashHome ଅଛି
01:28 DashHome ଉପରେ କ୍ଲିକ୍‍ କରନ୍ତୁ
01:31 ସର୍ଚ ବାର୍‍ ରେ Synaptic ଟାଇପ୍‍ କରନ୍ତୁ
01:35 Synaptic Package Manager ଏଠାରେ ଦେଖାଦେବ
01:38 Synaptic Package Manager ଉପରେ କ୍ଲିକ୍ କରନ୍ତୁ
01:42 Authentication ପାଇଁ ଆପଣଙ୍କ ପାସୱର୍ଡ ଟାଇପ୍ କରିବାକୁ କୁହାଯିବ
01:47 ଆପଣ, ପାସୱର୍ଡ ଟାଇପ୍ କରି Authenticate ଉପରେ କ୍ଲିକ୍ କରନ୍ତୁ
01:56 ଏହା Synaptic Package Manager ଖୋଲିବ
02:03 ଏବେ Quick Filter ବକ୍ସରେ jdk ଟାଇପ୍ କରନ୍ତୁ
02:08 openjdk-6-jdk ନାମରେ ଆମେ ଏକ Package ଦେଖିବା
02:13 ତାହା ଉପରେ ରାଇଟ୍ କ୍ଲିକ୍ କରି Mark For Installation ଉପରେ କ୍ଲିକ୍ କରନ୍ତୁ
02:17 ତା’ପରେ Apply ଉପରେ କ୍ଲିକ୍‍ କରନ୍ତୁ
02:20 ଚିହ୍ନିତ ପରିବର୍ତ୍ତନଗୁଡ଼ିକର ତାଲିକା ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ କୁହଯିବ
02:24 ତେଣୁ, To Be Installed ଉପରେ କ୍ଲିକ୍ କରି Apply ଉପରେ କ୍ଲିକ୍ କରନ୍ତୁ
02:30 ଇନଷ୍ଟଲେଶନ୍ କିଛି ସମୟ ନେବ
02:38 ଏବେ ଦେଖନ୍ତୁ, openjdk-6-jdk ଅପ୍ସନ୍ ସବୁଜ ରଙ୍ଗ ହୋଇଗଲା
02:48 ଏହିପରି ଆମର ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେଲା
02:52 ଏବେ, ଇନଷ୍ଟଲେଶନ୍ ଯାଞ୍ଚ କରିବା. ଏଥିପାଇଁ, ଏକାସାଙ୍ଗରେ Ctrl, Alt ଓ T କୀ ଦାବି ଟର୍ମିନାଲ୍ ଖୋଲନ୍ତୁ
03:03 ମୁଁ, ମୋର ଟର୍ମିନାଲ୍ ଏଠାରେ ଖୋଲିସାରିଛି
03:06 Command Promptରେ ଟାଇପ୍ କରନ୍ତୁ: java ସ୍ପେସ୍ ହାଇଫେନ୍ version ଓ Enter ଦାବନ୍ତୁ
03:15 jdkର ଭର୍ସନ୍ ନମ୍ୱର୍ ଏଠାରେ ପ୍ରଦର୍ଶିତ ହେଲା
03:20 ଆପଣ ବ୍ୟବହାର କରୁଥିବା ଡିଷ୍ଟ୍ରିବ୍ୟୁଶନ୍ ଉପରେ ନିର୍ଭର କରି ଆପଣଙ୍କ Version ନମ୍ୱର୍ ଭିନ୍ନ ହୋଇପାରେ
03:26 ଆମେ ସଫଳତାପୂର୍ବକ jdk ଇନଷ୍ଟଲ୍ କରିଦେଲେ
03:30 ଏବେ ଆମେ ଏକ ସରଳ Java ପ୍ରୋଗ୍ରାମ୍ ଚଲାଇ ତାହା କାମ କରୁଛି କି ନାହିଁ ଦେଖିବା
03:35 TestProgram dot java ନାମକ ଫାଇଲରେ ମୁଁ ନିମ୍ନ କୋଡ୍ ଆଗରୁ ସେଭ୍ କରିସାରିଛି
03:42 ମୁଁ ଏବେ ଏହି କୋଡ୍ କୁ କମ୍ପାଇଲ୍ ଓ ରନ୍ କରୁଛି
03:45 ଟର୍ମିନାଲ୍ ରେ ଏହି କୋଡ୍, We have successfully run a Java Program ପ୍ରଦର୍ଶିତ କରେ
03:53 Terminalକୁ ଫେରିଯାଆନ୍ତୁ
03:57 ମନେରଖନ୍ତୁ ଯେ, ମୁଁ TestProgram dot java ଫାଇଲ୍ କୁ Home Directoryରେ ସେଭ୍ କରିଛି
04:03 ଏବଂ ବର୍ତ୍ତମାନ ମୁଁ Home Directoryରେ ଅଛି
04:07 ତେବେ, Command Promptରେ ଟାଇପ୍ କରନ୍ତୁ: javac ସ୍ପେସ୍ TestProgram dot java
04:19 ଏହା କୋଡ୍ କୁ କମ୍ପାଇଲ୍ କରିବ
04:21 ଏଣ୍ଟର୍‍ ଦାବନ୍ତୁ
04:25 ମୁଁ ଏବେ କୋଡ୍‍ ରନ୍ କରୁଛି
04:27 ଟାଇପ୍ କରନ୍ତୁ: java ସ୍ପେସ୍ TestProgram ଓ Enter ଦାବନ୍ତୁ
04:35 We have successfully run a java program ଭାବେ ଆମକୁ ଆଉଟପୁଟ୍ ମିଳିଲା
04:44 ଏହିପରି ଆମର ଇନଷ୍ଟଲେଶନ୍ ସଠିକ୍ ହେଲା
04:48 ଏବେ ସ୍ଲାଇଡ୍ସକୁ ଫେରିଯାଆନ୍ତୁ
04:51 Java କାହିକି ଉପଯୋଗୀ, ତାହା ମୁଁ ଏବେ ବୁଝାଇବି
04:55 * Java ହେଉଛି ସରଳ
04:57 * Java ହେଉଛୀ Object Oriented
04:59 * ଏହା Platform ସ୍ୱତନ୍ତ୍ର
05:01 * ଏହା ସୁରକ୍ଷିତ
05:02 * Javaର ପ୍ରଦର୍ଶନ ଉଚ୍ଚ
05:04 * Java ହେଉଛି Multi Treaded
05:07 ଏବେ ଆମେ, Javaର କେତେକ ପ୍ରକାର ଓ ଆପ୍ଲିକେଶନ୍ସ ଦେଖିବା
05:11 * JSP ବା JAVA Server Pages: ସାଧାରଣ HTML ଟାଗ୍ସ ସହିତ ଏହା କୋଡ୍ ଉପରେ ଆଧାରିତ
05:18 ଡାଇନାମିକ୍ ୱେବ୍ ପେଜେସ୍ ତିଆରି କରିବାରେ JSP ସାହାଯ୍ୟ କରେ
05:22 * JAVA Applets: ଏହା ୱେବ୍ ଆପ୍ଲିକେଶନ୍ସକୁ ଇଣ୍ଟରାକ୍ଟିଭ୍ ଫିଚର୍ସ ପ୍ରଦାନ କରେ
05:28 * J2EE ବା Java Enterprise Edition: କମ୍ପାନିମାନେ J2EE ବ୍ୟବହାର କରନ୍ତି
05:33 XML ନିର୍ମିତ ଡକ୍ୟୁମେଣ୍ଟଗୁଡ଼ିକର ‍ସ୍ଥାନାନ୍ତର ପାଇଁ ଏହା ଉପଯୋଗୀ ଅଟେ
05:38 * Java Beans: Java Beans ହେଉଛି ପୁନଃ ବ୍ୟବହାରଯୋଗ୍ୟ ସଫ୍ଟୱେର୍ କମ୍ପୋନେଣ୍ଟ
05:43 ଏହାକୁ, ନୂଆ ଓ ଆଡଭାନ୍ସଡ୍ ଆପ୍ଲୋକେଶନ୍ସ ଗଠନ ପାଇଁ ବ୍ୟବହାର କରାଯାଇପାରେ
05:47 * Mobile Java: ଏହା, ବହୁବିଧ ମନୋରଞ୍ଜକ ଡିଭାସ୍ ପାଇଁ ବ୍ୟବହାର କରାଯାଏ, ଯେପରି ମୋବାଇଲ୍ ଫୋନ୍
05:53 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:
05:56 * Synaptic Package Manager ବ୍ୟବହାର କରି JDK ଇନଷ୍ଟଲ୍ କରିବା
05:59 * Java ପ୍ରୋଗ୍ରାମ୍ କୁ କମ୍ପାଇଲ୍ ଓ ରନ୍ କରିବା
06:02 * Java ବ୍ୟବହାରର ଲାଭ
06:04 * Javaର ପ୍ରକାର ଓ ଆପ୍ଲିକେଶନ୍ସ
06:08 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
06:14 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:17 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
06:22 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
06:24 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
06:27 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
06:30 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
06:36 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
06:41 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:47 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ:
06:52 http://spoken-tutorial.org/NMEICT-Intro
06:58 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
07:01 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
07:04 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep