Java/C2/Getting-started-java-Installation/Oriya
From Script | Spoken-Tutorial
| Time | Narration |
| 00:01 | Getting Started With Java Installation ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
| 00:09 | Synaptic Package Manager ବ୍ୟବହାର କରି JDK ଇନଷ୍ଟଲ୍ କରିବା |
| 00:13 | Java କାହିକି? ,Javaର ପ୍ରକାର ଓ ଆପ୍ଲିକେଶନ୍ସ |
| 00:17 | ଏଠାରେ ଆମେ ବ୍ୟବହାର କରୁଛୁ |
| 00:19 | ଉବୁଣ୍ଟୁ ଭର୍ସନ୍ 11.10 |
| 00:21 | ଏବଂ Java Development Environment JDK 1.6 |
| 00:26 | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣ ଇଣ୍ଟରନେଟ୍ ସହିତ ସଂଯୋଗ ହୋଇଥିବା ନିହାତି ଦରକାର |
| 00:31 | ଆପଣଙ୍କ ସିଷ୍ଟମରେ Synaptic Package Manager ନିଶ୍ଚିତ ଇନଷ୍ତଲ୍ ହୋଇଥିବା ଦରକାର |
| 00:35 | Linuxରେ Terminal, Text Editor ଓ Synaptic Package Manager ବ୍ୟବହାର ଉପରେ ଆପଣଙ୍କ ଜ୍ଞାନ ମଧ୍ୟ ଥିବା ଉଚିତ |
| 00:43 | ଯଦି ନାହିଁ, ତେବେ ଦୟାକରି Spoken-Tutorial.orgରେ ଥିବା Linux ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ |
| 00:51 | ଜାଭା ପ୍ରୋଗ୍ରାମ୍ ଚଲାଇବା ପାଇଁ ଆପଣଙ୍କୁ Java Development Kit ବା JDK ଇନଷ୍ଟଲ୍ କରିବାକୁ ପଡ଼ିବ |
| 00:57 | JDK ବିଷୟରେ ଅଧିକ ଜାଣିବା ପାଇଁ ଆପଣ ନିମ୍ନ ଲିଙ୍କ୍ କୁ ଯାଇପାରନ୍ତି |
| 01:02 | ଏବେ ଆମେ, Synaptic Package Manager ବ୍ୟବହାର କରି JDK ଇନଷ୍ଟଲ୍ କରିବା |
| 01:07 | ଏଥିପାଇଁ ଆପଣଙ୍କୁ Root Permissions ଦରକାର |
| 01:10 | ଆପଣଙ୍କୁ ଏକ Repository ଚୟନ କରିବା ବିଷୟରେ ମଧ୍ୟ ଜାଣିବାକୁ ପଡ଼ିବ |
| 01:14 | ଏହିସବୁ, Linuxର ପ୍ରାକ୍ ଆବଶ୍ୟକତା ଟ୍ୟୁଟୋରିଆଲ୍ ରେ ପୂର୍ବରୁ ବର୍ଣ୍ଣନା କରାଯାଇସାରିଛି |
| 01:19 | ଏବେ, ଆପଣଙ୍କ Desktopର ବାମପଟେ Taskbar ଅଛି |
| 01:25 | ଊପରେ DashHome ଅଛି |
| 01:28 | DashHome ଉପରେ କ୍ଲିକ୍ କରନ୍ତୁ |
| 01:31 | ସର୍ଚ ବାର୍ ରେ Synaptic ଟାଇପ୍ କରନ୍ତୁ |
| 01:35 | Synaptic Package Manager ଏଠାରେ ଦେଖାଦେବ |
| 01:38 | Synaptic Package Manager ଉପରେ କ୍ଲିକ୍ କରନ୍ତୁ |
| 01:42 | Authentication ପାଇଁ ଆପଣଙ୍କ ପାସୱର୍ଡ ଟାଇପ୍ କରିବାକୁ କୁହାଯିବ |
| 01:47 | ଆପଣ, ପାସୱର୍ଡ ଟାଇପ୍ କରି Authenticate ଉପରେ କ୍ଲିକ୍ କରନ୍ତୁ |
| 01:56 | ଏହା Synaptic Package Manager ଖୋଲିବ |
| 02:03 | ଏବେ Quick Filter ବକ୍ସରେ jdk ଟାଇପ୍ କରନ୍ତୁ |
| 02:08 | openjdk-6-jdk ନାମରେ ଆମେ ଏକ Package ଦେଖିବା |
| 02:13 | ତାହା ଉପରେ ରାଇଟ୍ କ୍ଲିକ୍ କରି Mark For Installation ଉପରେ କ୍ଲିକ୍ କରନ୍ତୁ |
| 02:17 | ତା’ପରେ Apply ଉପରେ କ୍ଲିକ୍ କରନ୍ତୁ |
| 02:20 | ଚିହ୍ନିତ ପରିବର୍ତ୍ତନଗୁଡ଼ିକର ତାଲିକା ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ କୁହଯିବ |
| 02:24 | ତେଣୁ, To Be Installed ଉପରେ କ୍ଲିକ୍ କରି Apply ଉପରେ କ୍ଲିକ୍ କରନ୍ତୁ |
| 02:30 | ଇନଷ୍ଟଲେଶନ୍ କିଛି ସମୟ ନେବ |
| 02:38 | ଏବେ ଦେଖନ୍ତୁ, openjdk-6-jdk ଅପ୍ସନ୍ ସବୁଜ ରଙ୍ଗ ହୋଇଗଲା |
| 02:48 | ଏହିପରି ଆମର ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେଲା |
| 02:52 | ଏବେ, ଇନଷ୍ଟଲେଶନ୍ ଯାଞ୍ଚ କରିବା. ଏଥିପାଇଁ, ଏକାସାଙ୍ଗରେ Ctrl, Alt ଓ T କୀ ଦାବି ଟର୍ମିନାଲ୍ ଖୋଲନ୍ତୁ |
| 03:03 | ମୁଁ, ମୋର ଟର୍ମିନାଲ୍ ଏଠାରେ ଖୋଲିସାରିଛି |
| 03:06 | Command Promptରେ ଟାଇପ୍ କରନ୍ତୁ: java ସ୍ପେସ୍ ହାଇଫେନ୍ version ଓ Enter ଦାବନ୍ତୁ |
| 03:15 | jdkର ଭର୍ସନ୍ ନମ୍ୱର୍ ଏଠାରେ ପ୍ରଦର୍ଶିତ ହେଲା |
| 03:20 | ଆପଣ ବ୍ୟବହାର କରୁଥିବା ଡିଷ୍ଟ୍ରିବ୍ୟୁଶନ୍ ଉପରେ ନିର୍ଭର କରି ଆପଣଙ୍କ Version ନମ୍ୱର୍ ଭିନ୍ନ ହୋଇପାରେ |
| 03:26 | ଆମେ ସଫଳତାପୂର୍ବକ jdk ଇନଷ୍ଟଲ୍ କରିଦେଲେ |
| 03:30 | ଏବେ ଆମେ ଏକ ସରଳ Java ପ୍ରୋଗ୍ରାମ୍ ଚଲାଇ ତାହା କାମ କରୁଛି କି ନାହିଁ ଦେଖିବା |
| 03:35 | TestProgram dot java ନାମକ ଫାଇଲରେ ମୁଁ ନିମ୍ନ କୋଡ୍ ଆଗରୁ ସେଭ୍ କରିସାରିଛି |
| 03:42 | ମୁଁ ଏବେ ଏହି କୋଡ୍ କୁ କମ୍ପାଇଲ୍ ଓ ରନ୍ କରୁଛି |
| 03:45 | ଟର୍ମିନାଲ୍ ରେ ଏହି କୋଡ୍, We have successfully run a Java Program ପ୍ରଦର୍ଶିତ କରେ |
| 03:53 | Terminalକୁ ଫେରିଯାଆନ୍ତୁ |
| 03:57 | ମନେରଖନ୍ତୁ ଯେ, ମୁଁ TestProgram dot java ଫାଇଲ୍ କୁ Home Directoryରେ ସେଭ୍ କରିଛି |
| 04:03 | ଏବଂ ବର୍ତ୍ତମାନ ମୁଁ Home Directoryରେ ଅଛି |
| 04:07 | ତେବେ, Command Promptରେ ଟାଇପ୍ କରନ୍ତୁ: javac ସ୍ପେସ୍ TestProgram dot java |
| 04:19 | ଏହା କୋଡ୍ କୁ କମ୍ପାଇଲ୍ କରିବ |
| 04:21 | ଏଣ୍ଟର୍ ଦାବନ୍ତୁ |
| 04:25 | ମୁଁ ଏବେ କୋଡ୍ ରନ୍ କରୁଛି |
| 04:27 | ଟାଇପ୍ କରନ୍ତୁ: java ସ୍ପେସ୍ TestProgram ଓ Enter ଦାବନ୍ତୁ |
| 04:35 | We have successfully run a java program ଭାବେ ଆମକୁ ଆଉଟପୁଟ୍ ମିଳିଲା |
| 04:44 | ଏହିପରି ଆମର ଇନଷ୍ଟଲେଶନ୍ ସଠିକ୍ ହେଲା |
| 04:48 | ଏବେ ସ୍ଲାଇଡ୍ସକୁ ଫେରିଯାଆନ୍ତୁ |
| 04:51 | Java କାହିକି ଉପଯୋଗୀ, ତାହା ମୁଁ ଏବେ ବୁଝାଇବି |
| 04:55 | Java ହେଉଛି ସରଳ |
| 04:57 | Java ହେଉଛୀ Object Oriented |
| 04:59 | ଏହା Platform ସ୍ୱତନ୍ତ୍ର |
| 05:01 | ଏହା ସୁରକ୍ଷିତ ,Javaର ପ୍ରଦର୍ଶନ ଉଚ୍ଚ |
| 05:04 | Java ହେଉଛି Multi Treaded |
| 05:07 | ଏବେ ଆମେ, Javaର କେତେକ ପ୍ରକାର ଓ ଆପ୍ଲିକେଶନ୍ସ ଦେଖିବା |
| 05:11 | JSP ବା JAVA Server Pages: ସାଧାରଣ HTML ଟାଗ୍ସ ସହିତ ଏହା କୋଡ୍ ଉପରେ ଆଧାରିତ |
| 05:18 | ଡାଇନାମିକ୍ ୱେବ୍ ପେଜେସ୍ ତିଆରି କରିବାରେ JSP ସାହାଯ୍ୟ କରେ |
| 05:22 | JAVA Applets: ଏହା ୱେବ୍ ଆପ୍ଲିକେଶନ୍ସକୁ ଇଣ୍ଟରାକ୍ଟିଭ୍ ଫିଚର୍ସ ପ୍ରଦାନ କରେ |
| 05:28 | J2EE ବା Java Enterprise Edition: କମ୍ପାନିମାନେ J2EE ବ୍ୟବହାର କରନ୍ତି |
| 05:33 | XML ନିର୍ମିତ ଡକ୍ୟୁମେଣ୍ଟଗୁଡ଼ିକର ସ୍ଥାନାନ୍ତର ପାଇଁ ଏହା ଉପଯୋଗୀ ଅଟେ |
| 05:38 | Java Beans: Java Beans ହେଉଛି ପୁନଃ ବ୍ୟବହାରଯୋଗ୍ୟ ସଫ୍ଟୱେର୍ କମ୍ପୋନେଣ୍ଟ |
| 05:43 | ଏହାକୁ, ନୂଆ ଓ ଆଡଭାନ୍ସଡ୍ ଆପ୍ଲୋକେଶନ୍ସ ଗଠନ ପାଇଁ ବ୍ୟବହାର କରାଯାଇପାରେ |
| 05:47 | Mobile Java: ଏହା, ବହୁବିଧ ମନୋରଞ୍ଜକ ଡିଭାସ୍ ପାଇଁ ବ୍ୟବହାର କରାଯାଏ, ଯେପରି ମୋବାଇଲ୍ ଫୋନ୍ |
| 05:53 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: |
| 05:56 | Synaptic Package Manager ବ୍ୟବହାର କରି JDK ଇନଷ୍ଟଲ୍ କରିବା |
| 05:59 | Java ପ୍ରୋଗ୍ରାମ୍ କୁ କମ୍ପାଇଲ୍ ଓ ରନ୍ କରିବା |
| 06:02 | Java ବ୍ୟବହାରର ଲାଭ |
| 06:04 | Javaର ପ୍ରକାର ଓ ଆପ୍ଲିକେଶନ୍ସ |
| 06:08 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
| 06:14 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 06:17 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 06:22 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 06:24 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 06:27 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 06:30 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 06:36 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 06:41 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 06:47 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: |
| 06:52 | http://spoken-tutorial.org/NMEICT-Intro |
| 06:58 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
| 07:01 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
| 07:04 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |