Java/C2/Getting-started-Eclipse/Oriya

From Script | Spoken-Tutorial
Revision as of 12:42, 17 August 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Getting Started With Eclipse ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:08 * ଏକ ପ୍ରୋଜେକ୍ଟ କିପରି କ୍ରିଏଟ୍ କରାଯାଏ ଓ Eclipseରେ ଏକ Class କିପରି ଆଡ୍ କରାଯାଏ
00:12 * Java ପ୍ରୋଗ୍ରାମ୍ କିପରି ଲେଖାଯାଏ
00:14 * Eclipseରେ ଏକ Java ପ୍ରୋଗ୍ରାମ୍ କିପରି ଚଲାଯାଏ
00:18 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:
  • ଉବୁଣ୍ଟୁ 11.10
  • Eclipse 3.7
00:25 ଏହି ଟ୍ୟୁଟୋରିଆଲ୍ ଅନୁପାଳନ କରିବା ପାଇଁ ଆପଣଙ୍କୁ ନିଶ୍ଚିତ ଭାବେ
00:28 ନିଜ ସିଷ୍ଟମ୍ ରେ Eclipse ଇନଷ୍ଟଲ୍ କରିବାକୁ ପଡ଼ିବ
00:30 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
00:39 Eclipse ହେଉଛି ଏକ Integrated Development Environment
00:42 ଏହା ଏପରି ଏକ ଟୂଲ୍, ଯେଉଁଥିରେ ଜଣେ ଲେଖିପାରିବ, Debug କରିପାରିବ ଓ Java Programsକୁ ସହଜରେ ଚଲାଇପାରିବ
00:50 ଏବେ, Eclipse ଖୋଲନ୍ତୁ
00:55 Alt F2 ଦାବନ୍ତୁ ଓ ଡାୟଲଗ୍ ବକ୍ସରେ Eclipse ଟାଇପ୍ କରି Enter ଦାବନ୍ତୁ
01:08 Workspace Launcher ଡାୟଲଗ୍ ବକ୍ସ ଦେଖାଦେଲା
01:11 ଗୋଟିଏ Workspace ହେଉଛି ଏପରି ଏକ ସ୍ଥାନ, ଯେଉଁଠାରେ ଆପଣ ନିଜର ସମସ୍ତ ପ୍ରୋଜେକ୍ଟ ସମ୍ପର୍କିତ ଡାଟା ଓ Eclipse ସମ୍ପର୍କିତ ଫାଇଲ୍ସ ଷ୍ଟୋର୍ ହୁଏ
01:19 ପୂର୍ବରୁ ଏକ ସ୍ଥାନ ଅଛି, ଯାହା ହେଉଛି ଡିଫଲ୍ଟ ସ୍ଥାନ
01:24 Browse ଫିଚର୍ ବ୍ୟବହାର କରି, ଏକ ଭିନ୍ନ ଡାଇରେକ୍ଟୋରୀ ମଧ୍ୟ ଚୟନ କରାଯାଇପାରେ
01:27 ଏବେ ପାଇଁ, ଚାଲନ୍ତୁ ଡିଫଲ୍ଟ ଡାଇରେକ୍ଟୋରୀ ସହିତ ଆଗକୁ ବଢ଼ିବା
01:30 ଆଗକୁ ବଢ଼ିବା ପାଇଁ OK କ୍ଲିକ୍ କରନ୍ତୁ
01:39 ଓ ଏହା ହେଉଛି Welcome To Eclipse ପେଜ୍
01:46 ପେଜ୍ ର ଉପର ଡାହାଣପଟ କୋଣରେ ଥିବା Workbench ଉପରେ କ୍ଲିକ୍ କରନ୍ତୁ
01:52 ଏହା ହେଉଛି Eclipse IDE. ଏବେ ଏକ ପ୍ରୋଜେକ୍ଟ ଆଡ୍ କରନ୍ତୁ
01:57 File > Newକୁ ଯାଇ Project ସିଲେକ୍ଟ କରନ୍ତୁ
02:05 ପ୍ରୋଜେକ୍ଟସ୍ ର ତାଲିକାରେ Java Project ସିଲେକ୍ଟ କରନ୍ତୁ
02:10 ଏହା ମଧ୍ୟ ଧ୍ୟାନଦିଅନ୍ତୁ ଯେ, ଆମର ଅଧିକାଂଶ ଟ୍ୟୁଟୋରିଆଲ୍ସ ପାଇଁ ଆମେ, Java Project ବ୍ୟବହାର କରିବୁ. Next କ୍ଲିକ୍ କରନ୍ତୁ
02:19 Project Nameରେ, ଟାଇପ୍ କରନ୍ତୁ EclipseDemo
02:30 Use Default Location ଅପ୍ସନ୍ କୁ ଦେଖନ୍ତୁ
02:34 ଯଦି ଅପ୍ସନ୍ ସିଲେକ୍ଟ ହୋଇଥିବ, ସମସ୍ତ EclipseDemo ପ୍ରୋଜେକ୍ଟ ଡାଟା, ଡିଫଲ୍ଟ Workspaceରେ ଷ୍ଟୋର୍ ହୋଇଯିବ
02:41 ଯଦି ସିଲେକ୍ଟ ହୋଇନଥିବ, ତେବେ Browse ଫିଚର୍ ବ୍ୟବହାର କରି, ଏକ ଭିନ୍ନ ଡାଇରେକ୍ଟୋରୀ ମଧ୍ୟ ଚୟନ କରାଯାଇପାରେ
02:47 ଏବେପାଇଁ ଆମେ, ଡିଫଲ୍ଟ ଲୋକେଶନ୍ ବ୍ୟବହାର କରିବା
02:52 Wizardର ତଳ ଡାହାଣପଟ କୋଣରେ ଥିବା Finish ଉପରେ କ୍ଲିକ୍ କରନ୍ତୁ
03:00 Open Associated Perspective ଡାୟଲଗ୍ ବକ୍ସ ଦେଖାଦେଲା
03:04 ଏକ Perspective, Eclipseରେ ଆଇଟମ୍ ଗୁଡ଼ିକର ବ୍ୟବସ୍ଥିତ ମାର୍ଗକୁ ବୁଝାଏ
03:09 ଡାୟଲଗ୍ ବକ୍ସ, ଏକ Perspective ପରାମର୍ଶ କରୁଛି, ଯାହା Java ଡେଭେଲପମେଣ୍ଟ ପାଇଁ ଉପଯୁକ୍ତ
03:20 Remember My Decision ସିଲେକ୍ଟ କରି Yesରେ କ୍ଲିକ୍ କରନ୍ତୁ
03:27 ଏଠାରେ, ଆମ ପାଖରେ, ପ୍ରୋଜେକ୍ଟ ସହିତ EclipseIDE ଅଛି. ଏବେ, ପ୍ରୋଜେକ୍ଟ ସହିତ ଏକ Class ଆଡ୍ କରନ୍ତୁ
03:37 ପ୍ରୋଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରି New ଓ Class ସିଲେକ୍ଟ କରନ୍ତୁ
03:46 Class Name ଭାବେ DemoClass ଟାଇପ୍ କରନ୍ତ୍ରୁ
03:55 ଧ୍ୟାନଦିଅନ୍ତୁ, Modifiersରେ ଆମ ପାଖରେ ଦୁଇଟି ଅପ୍ସନ୍ସ ଅଛି, ଯଥା Public ଓ Default
03:59 ଏବେପାଇଁ Publicକୁ ଛାଡ଼ିଦିଅନ୍ତୁ
04:01 ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଅନ୍ୟ ଅପ୍ସନ୍ସ ବିଷୟରେ ଆଲୋଚନା କରାଯିବ
04:06 Method Stubs ତାଲିକାରେ, Public Static Void Main କହୁଥିବା ଅପ୍ସନ୍ କୁ ସିଲେକ୍ଟ କରନ୍ତୁ
04:14 ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଅନ୍ୟ ଅପ୍ସନ୍ସ ବିଷୟରେ ଆଲୋଚନା କରାଯିବ
04:19 Wizardର ତଳ ଡାହାଣପଟ କୋଣରେ ଥିବା Finish ଉପରେ କ୍ଲିକ୍ କରନ୍ତୁ
04:30 ଆଉ ଏହା ହେଉଛି Class ଫାଇଲ୍
04:35 ଦେଖନ୍ତୁ, ଏଠାରେ ଅନେକ ପାର୍ଟିଶନ୍ସ ଅଛି. ଏହିଗୁଡ଼ିକୁ Portlets କୁହାଯାଏ
04:41 ଆମ ପାଖରେ Package Explorer ପୋର୍ଟଲେଟ୍ ଅଛି, ଯାହା File Browser ଭାବେ କାମ କରେ
04:46 ଆମ ପଖରେ Editor ପୋର୍ଟଲେଟ୍ ଅଛି, ଯେଉଁଥିରେ ଆମେ କୋଡ୍ ଲେଖିପାରିବା
04:50 ଏବଂ Outline ପୋର୍ଟଲେଟ୍ ଆମକୁ ପ୍ରୋଜେକ୍ଟର ପଦାନୁକ୍ରମ ଦେଇଥାଏ
04:56 ପ୍ରତ୍ୟେକ ପୋର୍ଟଲେଟ୍ କୁ ରିସାଇଜ୍ କରିହେବ
05:10 Minimize ବଟନ୍ ବ୍ୟବହାର କରି ସେଗୁଡ଼ିକୁ ମିନିମାଇଜ୍ ମଧ୍ୟ କରିହେବ
05:26 Restore ବଟନ୍ ବ୍ୟବହାର କରି ସେଗୁଡ଼ିକୁ ରିଷ୍ଟୋର୍ କରିହେବ
05:37 ଏବେ ଚାଲନ୍ତୁ ଅନ୍ୟ ପୋର୍ଟଲେଟଗୁଡ଼ିକୁ ମିନିମାଇଜ୍ କରି Editor ଉପରେ ଧ୍ୟାନକେନ୍ଦ୍ରିତ କରିବା
05:49 ଦେଖନ୍ତୁ, ଏଠାରେ ପୂର୍ବରୁ କିଛି କୋଡ୍ ରହିଛି, ଯାହାକୁ Eclipse ଆମପାଇଁ ଜେନେରେଟ୍ କରିଛି
05:54 ଏଠାରେ ଜେନେରେଟ୍ ହୋଇଥିବା କୋଡ୍, କ୍ଲାସ୍ କ୍ରିଏଟ୍ କରିବା ସମୟରେ ଆମେ ସିଲେକ୍ଟ କରିଥିବା ଅପ୍ସନ୍ସ ଉପରେ ନିର୍ଭର କରିଥାଏ
06:00 ଏବେ ଚାଲନ୍ତୁ, ଏଠାରେ ଏକ Print Statement ଆଡ୍ କରିବା
06:08 ଟାଇପ୍ କରନ୍ତୁ: System.out.println ପାରେନ୍ଥେସିସ୍ ରେ କ୍ୱୋଟ୍ସରେ (“Hello Eclipse”)
06:26 ଷ୍ଟେଟମେଣ୍ଟର ଶେଷରେ ଏକ ସେମିକଲନ୍ ଆଡ୍ କରନ୍ତୁ
06:31 Fileରେ କ୍ଲିକ୍ କରି ଓ Save ସିଲେକ୍ଟ କରି ଫାଇଲକୁ ସେଭ୍ କରନ୍ତୁ
06:37 ବିକଳ୍ପ ଭାବେ, ଆପଣ ଶର୍ଟକଟ୍ Ctrl S ମଧ୍ୟ ବ୍ୟବହାର କରିପାରିବେ
06:42 ଏହି ପ୍ରୋଗ୍ରାମ୍ ଚଲାଇବା ପାଇଁ, Editor ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Run Asକୁ ଯାଇ Java Application ସିଲେକ୍ଟ କରନ୍ତୁ
06:56 ଆମେ ଦେଖିପାରୁଛେ ଯେ, ଯଦି କିଛି ପ୍ରିଣ୍ଟ ହୁଏ, Output Consol ଆଉଟପୁଟ୍ ଦେଖାଉଛି
07:04 ଯଦି ଆମ କୋଡ୍ ରେ ସମସ୍ୟା ଥା’ନ୍ତା, ତେବେ ତାହା Problems ପୋର୍ଟଲେଟ୍ ରେ ଦେଖାଇଥା’ନ୍ତା
07:10 ଏହି ପ୍ରକାରେ ଆପଣ ଏକ Eclipseରେ Java ପ୍ରୋଗ୍ରାମ୍ ଲେଖି ଓ ଚଲାଇ ପାରିବେ
07:18 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
07:20 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: Eclipseରେ ଏକ ପ୍ରୋଜେକ୍ଟ କିପରି କ୍ରିଏଟ୍ କରିବେ ଓ ସେଥିରେ ଏକ Class କିପରି ଆଡ କରିବେ, Java Source Code କିପରି ଲେଖିବେ ଏବଂ Eclipseରେ ଏକ Java ପ୍ରୋଗ୍ରାମ୍ କିପରି ଚଲାଇବେ
07:33 ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ, Display ନାମରେ ଏକ Project କ୍ରିଏଟ୍ କରନ୍ତୁ
07:38 ଆଉ Welcome ନାମରେ Display ପ୍ରୋଜେକ୍ଟ ସହିତ ଏକ Class ଆଡ୍ କରନ୍ତୁ
07:44 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
07:50 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:53 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
07:59 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:02 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
08:05 ଅଧିକ ବିବରଣୀ ପାଇଁ ଦୟାକରି "କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial,org)କୁ ଲେଖନ୍ତୁ
08:12 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:17 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:23 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ:
08:27 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep