Java/C2/Getting-started-Eclipse/Oriya
From Script | Spoken-Tutorial
| Time | Narration |
| 00:01 | Getting Started With Eclipse ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
| 00:08 | ଏକ ପ୍ରୋଜେକ୍ଟ କିପରି କ୍ରିଏଟ୍ କରାଯାଏ ଓ Eclipseରେ ଏକ Class କିପରି ଆଡ୍ କରାଯାଏ |
| 00:12 | Java ପ୍ରୋଗ୍ରାମ୍ କିପରି ଲେଖାଯାଏ |
| 00:14 | Eclipseରେ ଏକ Java ପ୍ରୋଗ୍ରାମ୍ କିପରି ଚଲାଯାଏ |
| 00:18 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:
ଉବୁଣ୍ଟୁ 11.10 Eclipse 3.7 |
| 00:25 | ଏହି ଟ୍ୟୁଟୋରିଆଲ୍ ଅନୁପାଳନ କରିବା ପାଇଁ ଆପଣଙ୍କୁ ନିଶ୍ଚିତ ଭାବେ |
| 00:28 | ନିଜ ସିଷ୍ଟମ୍ ରେ Eclipse ଇନଷ୍ଟଲ୍ କରିବାକୁ ପଡ଼ିବ |
| 00:30 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org |
| 00:39 | Eclipse ହେଉଛି ଏକ Integrated Development Environment |
| 00:42 | ଏହା ଏପରି ଏକ ଟୂଲ୍, ଯେଉଁଥିରେ ଜଣେ ଲେଖିପାରିବ, Debug କରିପାରିବ ଓ Java Programsକୁ ସହଜରେ ଚଲାଇପାରିବ |
| 00:50 | ଏବେ, Eclipse ଖୋଲନ୍ତୁ |
| 00:55 | Alt F2 ଦାବନ୍ତୁ ଓ ଡାୟଲଗ୍ ବକ୍ସରେ Eclipse ଟାଇପ୍ କରି Enter ଦାବନ୍ତୁ |
| 01:08 | Workspace Launcher ଡାୟଲଗ୍ ବକ୍ସ ଦେଖାଦେଲା |
| 01:11 | ଗୋଟିଏ Workspace ହେଉଛି ଏପରି ଏକ ସ୍ଥାନ, ଯେଉଁଠାରେ ଆପଣ ନିଜର ସମସ୍ତ ପ୍ରୋଜେକ୍ଟ ସମ୍ପର୍କିତ ଡାଟା ଓ Eclipse ସମ୍ପର୍କିତ ଫାଇଲ୍ସ ଷ୍ଟୋର୍ ହୁଏ |
| 01:19 | ପୂର୍ବରୁ ଏକ ସ୍ଥାନ ଅଛି, ଯାହା ହେଉଛି ଡିଫଲ୍ଟ ସ୍ଥାନ |
| 01:24 | Browse ଫିଚର୍ ବ୍ୟବହାର କରି, ଏକ ଭିନ୍ନ ଡାଇରେକ୍ଟୋରୀ ମଧ୍ୟ ଚୟନ କରାଯାଇପାରେ |
| 01:27 | ଏବେ ପାଇଁ, ଚାଲନ୍ତୁ ଡିଫଲ୍ଟ ଡାଇରେକ୍ଟୋରୀ ସହିତ ଆଗକୁ ବଢ଼ିବା |
| 01:30 | ଆଗକୁ ବଢ଼ିବା ପାଇଁ OK କ୍ଲିକ୍ କରନ୍ତୁ |
| 01:39 | ଓ ଏହା ହେଉଛି Welcome To Eclipse ପେଜ୍ |
| 01:46 | ପେଜ୍ ର ଉପର ଡାହାଣପଟ କୋଣରେ ଥିବା Workbench ଉପରେ କ୍ଲିକ୍ କରନ୍ତୁ |
| 01:52 | ଏହା ହେଉଛି Eclipse IDE. ଏବେ ଏକ ପ୍ରୋଜେକ୍ଟ ଆଡ୍ କରନ୍ତୁ |
| 01:57 | File > Newକୁ ଯାଇ Project ସିଲେକ୍ଟ କରନ୍ତୁ |
| 02:05 | ପ୍ରୋଜେକ୍ଟସ୍ ର ତାଲିକାରେ Java Project ସିଲେକ୍ଟ କରନ୍ତୁ |
| 02:10 | ଏହା ମଧ୍ୟ ଧ୍ୟାନଦିଅନ୍ତୁ ଯେ, ଆମର ଅଧିକାଂଶ ଟ୍ୟୁଟୋରିଆଲ୍ସ ପାଇଁ ଆମେ, Java Project ବ୍ୟବହାର କରିବୁ. Next କ୍ଲିକ୍ କରନ୍ତୁ |
| 02:19 | Project Nameରେ, ଟାଇପ୍ କରନ୍ତୁ EclipseDemo |
| 02:30 | Use Default Location ଅପ୍ସନ୍ କୁ ଦେଖନ୍ତୁ |
| 02:34 | ଯଦି ଅପ୍ସନ୍ ସିଲେକ୍ଟ ହୋଇଥିବ, ସମସ୍ତ EclipseDemo ପ୍ରୋଜେକ୍ଟ ଡାଟା, ଡିଫଲ୍ଟ Workspaceରେ ଷ୍ଟୋର୍ ହୋଇଯିବ |
| 02:41 | ଯଦି ସିଲେକ୍ଟ ହୋଇନଥିବ, ତେବେ Browse ଫିଚର୍ ବ୍ୟବହାର କରି, ଏକ ଭିନ୍ନ ଡାଇରେକ୍ଟୋରୀ ମଧ୍ୟ ଚୟନ କରାଯାଇପାରେ |
| 02:47 | ଏବେପାଇଁ ଆମେ, ଡିଫଲ୍ଟ ଲୋକେଶନ୍ ବ୍ୟବହାର କରିବା |
| 02:52 | Wizardର ତଳ ଡାହାଣପଟ କୋଣରେ ଥିବା Finish ଉପରେ କ୍ଲିକ୍ କରନ୍ତୁ |
| 03:00 | Open Associated Perspective ଡାୟଲଗ୍ ବକ୍ସ ଦେଖାଦେଲା |
| 03:04 | ଏକ Perspective, Eclipseରେ ଆଇଟମ୍ ଗୁଡ଼ିକର ବ୍ୟବସ୍ଥିତ ମାର୍ଗକୁ ବୁଝାଏ |
| 03:09 | ଡାୟଲଗ୍ ବକ୍ସ, ଏକ Perspective ପରାମର୍ଶ କରୁଛି, ଯାହା Java ଡେଭେଲପମେଣ୍ଟ ପାଇଁ ଉପଯୁକ୍ତ |
| 03:20 | Remember My Decision ସିଲେକ୍ଟ କରି Yesରେ କ୍ଲିକ୍ କରନ୍ତୁ |
| 03:27 | ଏଠାରେ, ଆମ ପାଖରେ, ପ୍ରୋଜେକ୍ଟ ସହିତ EclipseIDE ଅଛି. ଏବେ, ପ୍ରୋଜେକ୍ଟ ସହିତ ଏକ Class ଆଡ୍ କରନ୍ତୁ |
| 03:37 | ପ୍ରୋଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରି New ଓ Class ସିଲେକ୍ଟ କରନ୍ତୁ |
| 03:46 | Class Name ଭାବେ DemoClass ଟାଇପ୍ କରନ୍ତ୍ରୁ |
| 03:55 | ଧ୍ୟାନଦିଅନ୍ତୁ, Modifiersରେ ଆମ ପାଖରେ ଦୁଇଟି ଅପ୍ସନ୍ସ ଅଛି, ଯଥା Public ଓ Default |
| 03:59 | ଏବେପାଇଁ Publicକୁ ଛାଡ଼ିଦିଅନ୍ତୁ |
| 04:01 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଅନ୍ୟ ଅପ୍ସନ୍ସ ବିଷୟରେ ଆଲୋଚନା କରାଯିବ |
| 04:06 | Method Stubs ତାଲିକାରେ, Public Static Void Main କହୁଥିବା ଅପ୍ସନ୍ କୁ ସିଲେକ୍ଟ କରନ୍ତୁ |
| 04:14 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଅନ୍ୟ ଅପ୍ସନ୍ସ ବିଷୟରେ ଆଲୋଚନା କରାଯିବ |
| 04:19 | Wizardର ତଳ ଡାହାଣପଟ କୋଣରେ ଥିବା Finish ଉପରେ କ୍ଲିକ୍ କରନ୍ତୁ |
| 04:30 | ଆଉ ଏହା ହେଉଛି Class ଫାଇଲ୍ |
| 04:35 | ଦେଖନ୍ତୁ, ଏଠାରେ ଅନେକ ପାର୍ଟିଶନ୍ସ ଅଛି. ଏହିଗୁଡ଼ିକୁ Portlets କୁହାଯାଏ |
| 04:41 | ଆମ ପାଖରେ Package Explorer ପୋର୍ଟଲେଟ୍ ଅଛି, ଯାହା File Browser ଭାବେ କାମ କରେ |
| 04:46 | ଆମ ପଖରେ Editor ପୋର୍ଟଲେଟ୍ ଅଛି, ଯେଉଁଥିରେ ଆମେ କୋଡ୍ ଲେଖିପାରିବା |
| 04:50 | ଏବଂ Outline ପୋର୍ଟଲେଟ୍ ଆମକୁ ପ୍ରୋଜେକ୍ଟର ପଦାନୁକ୍ରମ ଦେଇଥାଏ |
| 04:56 | ପ୍ରତ୍ୟେକ ପୋର୍ଟଲେଟ୍ କୁ ରିସାଇଜ୍ କରିହେବ |
| 05:10 | Minimize ବଟନ୍ ବ୍ୟବହାର କରି ସେଗୁଡ଼ିକୁ ମିନିମାଇଜ୍ ମଧ୍ୟ କରିହେବ |
| 05:26 | Restore ବଟନ୍ ବ୍ୟବହାର କରି ସେଗୁଡ଼ିକୁ ରିଷ୍ଟୋର୍ କରିହେବ |
| 05:37 | ଏବେ ଚାଲନ୍ତୁ ଅନ୍ୟ ପୋର୍ଟଲେଟଗୁଡ଼ିକୁ ମିନିମାଇଜ୍ କରି Editor ଉପରେ ଧ୍ୟାନକେନ୍ଦ୍ରିତ କରିବା |
| 05:49 | ଦେଖନ୍ତୁ, ଏଠାରେ ପୂର୍ବରୁ କିଛି କୋଡ୍ ରହିଛି, ଯାହାକୁ Eclipse ଆମପାଇଁ ଜେନେରେଟ୍ କରିଛି |
| 05:54 | ଏଠାରେ ଜେନେରେଟ୍ ହୋଇଥିବା କୋଡ୍, କ୍ଲାସ୍ କ୍ରିଏଟ୍ କରିବା ସମୟରେ ଆମେ ସିଲେକ୍ଟ କରିଥିବା ଅପ୍ସନ୍ସ ଉପରେ ନିର୍ଭର କରିଥାଏ |
| 06:00 | ଏବେ ଚାଲନ୍ତୁ, ଏଠାରେ ଏକ Print Statement ଆଡ୍ କରିବା |
| 06:08 | ଟାଇପ୍ କରନ୍ତୁ: System.out.println ପାରେନ୍ଥେସିସ୍ ରେ କ୍ୱୋଟ୍ସରେ (“Hello Eclipse”) |
| 06:26 | ଷ୍ଟେଟମେଣ୍ଟର ଶେଷରେ ଏକ ସେମିକଲନ୍ ଆଡ୍ କରନ୍ତୁ |
| 06:31 | Fileରେ କ୍ଲିକ୍ କରି ଓ Save ସିଲେକ୍ଟ କରି ଫାଇଲକୁ ସେଭ୍ କରନ୍ତୁ |
| 06:37 | ବିକଳ୍ପ ଭାବେ, ଆପଣ ଶର୍ଟକଟ୍ Ctrl S ମଧ୍ୟ ବ୍ୟବହାର କରିପାରିବେ |
| 06:42 | ଏହି ପ୍ରୋଗ୍ରାମ୍ ଚଲାଇବା ପାଇଁ, Editor ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Run Asକୁ ଯାଇ Java Application ସିଲେକ୍ଟ କରନ୍ତୁ |
| 06:56 | ଆମେ ଦେଖିପାରୁଛେ ଯେ, ଯଦି କିଛି ପ୍ରିଣ୍ଟ ହୁଏ, Output Consol ଆଉଟପୁଟ୍ ଦେଖାଉଛି |
| 07:04 | ଯଦି ଆମ କୋଡ୍ ରେ ସମସ୍ୟା ଥା’ନ୍ତା, ତେବେ ତାହା Problems ପୋର୍ଟଲେଟ୍ ରେ ଦେଖାଇଥା’ନ୍ତା |
| 07:10 | ଏହି ପ୍ରକାରେ ଆପଣ ଏକ Eclipseରେ Java ପ୍ରୋଗ୍ରାମ୍ ଲେଖି ଓ ଚଲାଇ ପାରିବେ |
| 07:18 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 07:20 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: Eclipseରେ ଏକ ପ୍ରୋଜେକ୍ଟ କିପରି କ୍ରିଏଟ୍ କରିବେ ଓ ସେଥିରେ ଏକ Class କିପରି ଆଡ କରିବେ, Java Source Code କିପରି ଲେଖିବେ ଏବଂ Eclipseରେ ଏକ Java ପ୍ରୋଗ୍ରାମ୍ କିପରି ଚଲାଇବେ |
| 07:33 | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ, Display ନାମରେ ଏକ Project କ୍ରିଏଟ୍ କରନ୍ତୁ |
| 07:38 | ଆଉ Welcome ନାମରେ Display ପ୍ରୋଜେକ୍ଟ ସହିତ ଏକ Class ଆଡ୍ କରନ୍ତୁ |
| 07:44 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
| 07:50 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 07:53 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 07:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 08:02 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 08:05 | ଅଧିକ ବିବରଣୀ ପାଇଁ ଦୟାକରି "କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial,org)କୁ ଲେଖନ୍ତୁ |
| 08:12 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 08:17 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 08:23 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: |
| 08:27 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |