Introduction-to-Computers/C2/Introduction-to-Gmail/Oriya

From Script | Spoken-Tutorial
Revision as of 12:42, 28 December 2015 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 ଜିମେଲ୍ ର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:09 * ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବା
00:12 * ଗୁଗଲ୍ ଆକାଉଣ୍ଟ ବ୍ୟବହାର କରି ଜିମେଲ୍ ରେ ଲଗ୍ ଇନ୍ କରିବା
00:16 * ଏକ ଇମେଲ୍ ଲେଖିବା
00:18 * ଏକ ଇମେଲ୍ ପଠାଇବା
00:20 * ଏକ ଇମେଲ୍ ଦେଖିବା ଓ
00:22 * ଜିମେଲ୍ ରୁ ଲଗ୍ ଆଉଟ୍ କରିବା
00:24 ଇନବକ୍ସ ପରି କିଛି ମହତ୍ୱପୂର୍ଣ୍ଣ ମେଲ୍ ବକ୍ସଗୁଡ଼ିକ ବିଷୟରେ ମଧ୍ୟ ଆମେ ଶିଖିବା
00:30 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍
00:35 ଓ ଏକ ୱେବ୍ ବ୍ରାଉଜର୍ ଦରକାର
00:37 ପ୍ରଦର୍ଶନ ପାଇଁ ମୁଁ Firefox Web Browser ବ୍ୟବହାର କରିବି
00:42 ପରେ, ଗୁଗଲ୍, ସମସ୍ତ ଗୁଗଲ୍ ପ୍ରଡକ୍ଟସ୍ ପାଇଁ ଏକ ସିଙ୍ଗଲ୍ ଆକାଉଣ୍ଟ ପ୍ରଦାନ କଲା, ଯେପରି:
00:48 * Gmail
00:49 * YouTube
00:50 * Google Play
00:51 * Google Docs/Drive
00:53 * Google Calendar.... ଓ ଆହୁରି ଅନେକ
00:57 ସମାନ ଲଗ୍ ଇନ୍ ସହିତ ଆପଣ, ଏହିସବୁ ମଧ୍ୟରୁ ଯେକୌଣସିଟି ଅପରେଟ୍ କରିପାରିବେ
01:02 ଚାଲନ୍ତୁ, ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବାରୁ ଆରମ୍ଭ କରିବା
01:06 ଆପଣଙ୍କ ୱେବ୍ ବ୍ରାଉଜର୍ ଖୋଲି http କଲନ୍ ସ୍ଲାସ୍ ସ୍ଲାସ୍ gmail ଡଟ୍ କମ୍ ଟାଇପ୍ କରନ୍ତୁ (http://gmail.com)
01:16 ଏହା ଆମକୁ, ଉପର ଡାହାଣପଟେ 2ଟି ଅପ୍ସନ୍ସ ଥିବା ପେଜ୍ କୁ ନେଇଯିବ
01:22 Creat an Account ଓ Sign In
01:25 ଯଦି ପ୍ରଥମ ଥର ପାଇଁ ଆପଣଙ୍କ ମେଶିନରୁ ଏହି ପେଜ୍ ଆକ୍ସେସ୍ କରାଯାଉଥାଏ, ତେବେ ତାହା ଏହି ପ୍ରକାରର ଦେଖାଯିବ
01:32 ଯଦି ଆପଣଙ୍କ ମେଶିନରୁ ଏହି ପେଜ୍ ପୂର୍ବରୁ ଆକ୍ସେସ୍ କରାଯାଇସାରିଥାଏ, ତେବେ ତାହା ଏହି ପ୍ରକାରର ଦେଖାଯିବ
01:39 ତେଣୁ, ଆପଣ ନିଜର Email Username ଓ Password ଏଣ୍ଟର୍ କରିବାକୁ ଟେକ୍ସଟ୍ ବକ୍ସମାନ ଦେଖିବେ
01:46 ଆଉ ଗୋଟିଏ ବଡ଼ ବଟନ୍ କୁହେ Sign In
01:50 ଏହା ତଳେ ଆପଣ, Creat an Account କହୁଥିବା ଏକ ଲିଙ୍କ ଦେଖିବାକୁ ପାଇବେ
01:55 Creat an Account ଲିଙ୍କ ଉପରେ କ୍ଲିକ୍ କରନ୍ତୁ
01:59 ଏବେ ଆମେ, ଗୁଗଲ୍ ଆକାଉଣ୍ଟର କ୍ରିଏଶନ୍ ପେଜ୍ ରେ ଅଛେ
02:03 ଡାହାଣପଟେ ଆମେ ଏକ ଫର୍ମ ଦେଖୁ, ଯାହା ଭିତରେ ଆମକୁ ନିଜ ଆକାଉଣ୍ଟ ଓ ବ୍ୟକ୍ତିଗତ ବିବରଣୀ ପୂରଣ କରିବାକୁ ହେବ
02:11 ଟେକ୍ସଟ୍ ବକ୍ସଗୁଡ଼ିକରେ ଚାଲନ୍ତୁ ନିଜର ପ୍ରଥମ ଓ ଶେଷ ନାମ ଏଣ୍ଟର କରିବା
02:17 ମୁଁ ମୋ ନାଁ ଭାବେ Rebecca Raymond ଦେବି
02:23 ତାହାପରେ ଆମକୁ ଆମର Username ଚୟନ କରିବାକୁ ହେବ
02:27 Username ବିଶିଷ୍ଟ ହେବା ଦରକାର ଏବଂ ଅକ୍ଷର କିମ୍ୱା ଅକ୍ଷର ଓ ସଂଖ୍ୟାକୁ ମିଶାଇ ତିଆରି କରିହେବ
02:37 ଚାଲନ୍ତୁ Username ଭାବରେ becky0808 ଦେବା
02:43 ଯଦି Username ଆଗରୁ ନିଆଯାଇସାରିଥିବ, ତେବେ ଆମେ ନିମ୍ନ ବାର୍ତ୍ତା ଦେଖିବା:
02:49 Someone already has that user name, Try another
02:54 ଆମେ ଦେଇଥିବା ପ୍ରଥମ ଓ ଶେଷ ନାମକୁ ଆଧାର କରି ଗୁଗଲ୍ କିଛି Username ମଧ୍ୟ ସଜେଷ୍ଟ କରିବ
03:01 ଆମେ, ନିଜ ପସନ୍ଦର ଯେକୌଣସି Username ଦେଇ ତାହାର ଉପଲବ୍ଧତା ଯାଞ୍ଚ କରିପାରିବା
03:07 ଏବେ ମୁଁ, Username ଭାବରେ ray.becky.0808 ଦେବି
03:18 ଏହା ଗ୍ରହଣ କରାଗଲା, ଯାହାର ଅର୍ଥ ହେଉଛି ଏହି Username ଉପଲବ୍ଧ ଅଛି
03:24 ବର୍ତ୍ତମାନ ଆମକୁ ଏହି ଆକାଉଣ୍ଟ ପାଇଁ ଗୋଟିଏ Password କ୍ରିଏଟ୍ କରିବାକୁ ହେବ
03:30 Password କେତେ ଲମ୍ୱା ହେବା ଉଚିତ, ବାମପଟେ ଥିବା ସୂଚନା ବକ୍ସ ଆମକୁ କହିଥାଏ
03:36 ନିଜ ପସନ୍ଦର ଉପଯୁକ୍ତ Password ଟାଇପ୍ କରନ୍ତୁ
03:41 ସୁନିଶ୍ଚିତ କରିବା ପାଇଁ Passwordକୁ ରିଟାଇପ୍ କରନ୍ତୁ
03:44 ଏହାପରେ Birthday ଆସେ
03:48 ଡ୍ରପ୍ ଡାଉନରୁ ମାସ ଚୟନ କରନ୍ତୁ
03:51 ତାହାପରେ, କ୍ରମାଗତ ଟେକ୍ସଟ୍ ବକ୍ସଗୁଡ଼ିକରେ ଦିନ ଓ ବର୍ଷ ଟାଇପ୍ କରନ୍ତୁ
03:57 ଏବେ, ନିଜର ଲିଙ୍ଗ ଚୟନ କରନ୍ତୁ
04:00 ମୁଁ Female ଚୟନ କରୁଛି
04:03 ପରବର୍ତ୍ତୀ ଫିଲ୍ଡ ହେଉଛି Mobile Phone
04:06 ବର୍ତ୍ତମାନ ପାଇଁ ମୁଁ ଏହାକୁ ଛାଡ଼ିଦେବି
04:08 ଏହାପରେ ଆସେ, ଆମର Current Email Address ପଚାରୁଥିବା ଟେକ୍ସଟ୍ ବକ୍ସ
04:14 ଏବେ କ୍ରିଏଟ୍ କରୁଥିବା ବ୍ୟତୀତ, ଯଦି ଆପଣଙ୍କ କୌଣସି ବିକଳ୍ପ Email Address ଥାଏ, ଏଠାରେ ଟାଇପ୍ କରନ୍ତୁ
04:21 ଯଦି ନାହିଁ, ତେବେ ଏହାକୁ ଖାଲି ଛାଡ଼ିଦିଅନ୍ତୁ
04:23 ଚାଲନ୍ତୁ ଏବେ ବଳକା ବିବରଣୀ ପୂରଣ କରିବା
04:26 ପରବର୍ତ୍ତୀ ସେଗମେଣ୍ଟ Prove You're Not a Robotରେ 2ଟି ଭେରିଫିକେଶନ୍ ପଦାଙ୍କ ରହିଛି
04:32 * Phone verification
04:34 * Puzzle verification
04:36 ଏହି 2ଟି ଅପ୍ସନ୍ସ ମଧ୍ୟରୁ ଯେକୌଣସି ସହିତ ଆମେ ଆଗକୁ ବଢ଼ିପାରିବା
04:40 ମୁଁ Puzzle Verification ସହିତ ଯିବି
04:43 Type the Text ଟେକ୍ସଟ୍ ବକ୍ସରେ, ଛବିରେ ଦେଖାଯାଇଥିବା ଟେକ୍ସଟ୍/ସଂଖ୍ୟା ଟାଇପ୍ କରନ୍ତୁ
04:49 Location ଡ୍ରପ୍ ଡାଉନ୍ ରେ, ଡିଫଲ୍ଟ ଭାବରେ ଆପଣ ବାସ କରୁଥିବା ଦେଶ ପ୍ରଦର୍ଶିତ ହୋଇଥାଏ
04:55 ମୁଁ Indiaରେ ବାସ କରେ ତେଣୁ, ମୋ Location ଡ୍ରପ୍ ଡାଉନ୍ ରେ India ପ୍ରଦର୍ଶିତ ହେଉଛି
05:02 ଶେଷରେ, I agree to the Google Terms of Service and Privacy Policy ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
05:10 ଥରେ, ଫର୍ମରେ ସମସ୍ତ ବିବରଣୀ ପୂରଣ ହୋଇଯିବା ପରେ, ଆମକୁ Next Step ବଟନ୍ କ୍ଲିକ୍ କରିବାକୁ ହେବ
05:17 ବର୍ତ୍ତମାନ, ଆମେ ଏପରି କରିବା ନାହିଁ
05:20 Phone Verification ଚୟନ କଲେ କ’ଣ କରିବାକୁ ହେବ, ଚାଲନ୍ତୁ ଦେଖିବା
05:25 Skip this verification (Phone Verification may be required) ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
05:32 India (भारत) ଭାବରେ Location ଚୟନ କରନ୍ତୁ
05:35 ତାହାପରେ, I agree to the Google Terms of Service and Privacy Policy ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
05:41 ଓ ଶେଷରେ Next Step ଉପରେ କ୍ଲିକ୍ କରନ୍ତୁ
05:45 ଏହା Phone Verification ପେଜ୍ ଆଡ଼କୁ ଡାଇଭର୍ଟ କରିବ
05:50 ଡ୍ରପ୍ ଡାଉନରୁ ଦେଶର ପତାକା ଚୟନ କରନ୍ତୁ, ମୁଁ India ଚୟନ କରିବି
05:55 ପ୍ରଦତ୍ତ ଟେକ୍ସଟ୍ ବକ୍ସରେ ନିଜ Mobile Number ଏଣ୍ଟର୍ କରନ୍ତୁ
06:00 Text message (SMS) ଅପ୍ସନ୍ ଚୟନ କରନ୍ତୁ ସାଧାରଣତଃ, ଏହା ଡିଫଲ୍ଟ ଭାବରେ ଚୟନ ହୋଇଥାଏ
06:07 ତାହାପରେ Continue ବଟନ୍ କ୍ଲିକ୍ କରନ୍ତୁ
06:10 ଆପଣ, ନିଜ ଫୋନ୍ ରେ SMS ଗ୍ରହଣ କରିବେ
06:13 ଏହା ଆପଣଙ୍କୁ ଏବେ, ଭେରିଫେକେଶନ୍ ର ପରବର୍ତ୍ତୀ ପଦାଙ୍କକୁ ନେଇଯିବ
06:17 SMS ମାଧ୍ୟମରେ ଗୁଗଲ୍ ଠାରୁ ପାଇଥିବା ଭେରିଫିକେଶନ୍ କୋଡ୍ କୁ ପ୍ରଦତ୍ତ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ
06:24 Continue ଉପରେ କ୍ଲିକ୍ କରନ୍ତୁ
06:27 ଆମେ ଏବେ Create your public Google+ profile ପେଜ୍ ରେ ଅଛେ
06:32 ଏଠାରେ ଆପଣ ନିଜ ନାମ ଦେଖିପାରିବେ
06:35 ଏହା ତଳେ, Add a Photo ଅପ୍ସନ୍ ଅଛି
06:39 ନିଜ Google Profile ପାଇଁ ଫୋଟୋ ଆଡ୍ କରିବାକୁ ଆପଣ ଏହାକୁ କ୍ଲିକ୍ କରିପାରିବେ
06:44 ଏଠାରେ Creat Your Profile ନାମକ ବଟନ୍ ମଧ୍ୟ ଅଛି
06:48 ବର୍ତ୍ତମାନ, ମୁଁ ଏହିସବୁ ପଦାଙ୍କ ଛାଡ଼ିଦେଉଛି
06:51 ଏହା ବଦଳରେ ମୁଁ, ମୋ ଇମେଲ୍ ଆକାଉଣ୍ଟକୁ ଯିବାପାଇଁ No Thanks ଉପରେ କ୍ଲିକ୍ କରିବି
06:58 ଏବେ ଆମେ Welcome Pageରେ ଅଛେ
07:02 ଓ ମୋ ମାମଲାରେ ଏହା Wecome Rebecca କୁହେ
07:06 ମୋ ନୂଆ Email Address, ray.becky.0808@gamil.com ମଧ୍ୟ ପ୍ରଦର୍ଶିତ ହେଉଛି
07:16 Continue to Gmail ବଟନ୍ କ୍ଲିକ୍ କରନ୍ତୁ
07:22 ଏହା ଆପଣଙ୍କର ମେଲ୍ ଆକାଉଣ୍ଟ ଲୋଡ୍ କରିବା ଆରମ୍ଭ କରିବ
07:24 ଆପଣଙ୍କର ଇଣ୍ଟରନେଟ୍ ସ୍ପୀଡ୍ କୁ ଭିତ୍ତିକରି ଏହା କିଛି ସମୟ ନେଇପାରେ
07:28 ଯଦି ଆମ ଇଣ୍ଟରନେଟ୍ ସ୍ଲୋ ଥିବ, ଆମେ Load Basic HTML କ୍ଲିକ୍ କରିପାରିବା
07:33 ଏହା, ଡାହାଣପଟ ତଳେ ଅଛି
07:37 Gmailକୁ ଏହା କୌଣସି ଗ୍ରାଫିକାଲ୍ ଲୂକ୍ ବିନା ଲୋଡ୍ କରିବ
07:41 କିଛି ସୂଚନା ବକ୍ସମାନ ସ୍କ୍ରୀନ୍ ଉପରେ ପପ୍-ଅପ୍ ହେବ
07:46 ସେଗୁଡ଼ିକୁ ପଢ଼ନ୍ତୁ କିମ୍ୱା Next ବଟନ୍ ଦାବି ଆହୁରି ଏକ୍ସପ୍ଲୋର୍ କରନ୍ତୁ ଓ ତାହାପରେ ସେଗୁଡ଼ିକୁ ବନ୍ଦ କରନ୍ତୁ
07:53 ଏହା ହେଉଛି ଆପଣଙ୍କ Gmail ଆକାଉଣ୍ଟର ଡିଫଲ୍ଟ ବା ଷ୍ଟାଣ୍ଡାର୍ଡ ଭ୍ୟୁ
07:58 ସେଣ୍ଟର୍ ଡିସପ୍ଲେ ହେଉଛି, ଯେଉଁଠାରେ ଆମେ ଆମର ସମସ୍ତ ମେଲ୍ସ ଦେଖିପାରିବା
08:04 ଦେଖନ୍ତୁ, ଏଠାରେ ତିନୋଟି ଟ୍ୟାବ୍ସ ଅଛି ଆମେ ସେଗୁଡ଼ିକ ବିଷୟରେ ଭବିଷ୍ୟତ ଟ୍ୟୁଟୋରିଆଲ୍ସରେ ସବିଶେଷ ଶିଖିବା
08:12 ବାମପଟେ ଆମେ, କିଛି ଲେବଲ୍ ହୋଇଥିବା Menu Items ଦେଖିପାରୁଛେ
08:16 Inbox, Starred, Sent Mail, Drafts ଓ More ହେଉଛି Gmailର କିଛି ପ୍ରୋମିନେଣ୍ଟ ମେଲ୍ ବକ୍ସେସ୍
08:29 ଡିଫଲ୍ଟ ଭାବରେ, Inbox ସିଲେକ୍ଟ ହୋଇଛି ଓ ତାହାର କଣ୍ଟେଣ୍ଟଗୁଡ଼ିକ ଡିସପ୍ଲେ ଏରିଆରେ ପ୍ରଦର୍ଶିତ ହୋଇଛି
08:36 ଦେଖନ୍ତୁ, Inboxରେ ସଂଖ୍ୟା 3 ବ୍ରାକେଟ୍ ରେ ଅଛି
08:41 ଏହା, କେତେ ସଂଖ୍ୟକ ମେଲ୍ ଆପଣ ଗ୍ରହଣ କରିଛନ୍ତି, ତାହା ସୂଚିତ କରେ
08:46 ଯେତେବେଳେ ଆମେ ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରୁ, Gmail Team ତରଫରୁ ଆମେ କିଛି ମେଲ୍ସ ଗ୍ରହଣ କରିଥାଉ
08:52 Gmail Features ବ୍ୟବହାର ଉପରେ ଅଧିକ ସୂଚନା ପାଇଁ ଆପଣ ସେଗୁଡ଼ିକ ପଢ଼ିପାରନ୍ତି
08:58 ଏବେ ଚାଲନ୍ତୁ, ଏକ Email କିପରି ଲେଖାଯାଏ, ଶିଖିବା
09:02 ବାମପଟେ ଥିବା Compose ବଟନ୍ ଉପରେ କ୍ଲିକ୍ କରନ୍ତୁ
09:06 New Message ନାମ ସହିତ ଏକ ୱିଣ୍ଡୋ ଖୋଲିବ
09:10 ଏଥିରେ ଚାରୋଟି ସେଗମେଣ୍ଟସ୍ ଅଛି
09:13 To - ହେଉଛି ସେହି ସ୍ଥାନ, ଯେଉଁଠାରେ ଆମେ ସେହି ଲୋକର ଇମେଲ୍ ଆଡ୍ରେସ୍ ଲେଖିବା, ଯାହା ପାଖକୁ ଆମେ ଇମେଲ୍ ପଠାଇବାକୁ ଚାହୁଁଛେ
09:21 ଏଠାରେ ମୁଁ, କିଛି ସମୟ ପୂର୍ବରୁ କ୍ରିଏଟ୍ କରିଥିବା ମେଲ୍ ID ଟାଇପ୍ କରିବି, ଯାହା ହେଉଛି ray.becky.0808@gmail.com
09:35 ଏହାର ଅର୍ଥ ହେଉଛି ମୁଁ ନିଜକୁ ହିଁ ଗୋଟିଏ ମେଲ୍ ପଠାଉଛି
09:39 ପରବର୍ତ୍ତୀ ସେଗମେଣ୍ଟ ହେଉଛି Subject
09:42 ଏଠାରେ ଆମେ, ମେଲ୍ ବିଷୟକ ସଂକ୍ଷିପ୍ତ ବିବରଣୀ ଟାଇପ୍ କରିପାରିବା
09:46 ଯେପରି Welcome Mail
09:50 ପରବର୍ତ୍ତୀ ହେଉଛି Content ଏରିଆ
09:53 ଏଠାରେ ଆମକୁ, ପଠାଇବାକୁ ଚାହୁଁଥିବା ବାର୍ତ୍ତା ଲେଖିବାଖୁ ହେବ
09:57 ଟାଇପ୍ କରନ୍ତୁ, Greetings to all from the Spoken Tutorial Project
10:03 ଶେଷ ସେଗମେଣ୍ଟରେ, Send ନାମକ ଗୋଟିଏ ନୀଳ ବଟନ୍ ଅଛି
10:08 ମେଲ୍ ପଠାଇବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ
10:11 ଦେଖନ୍ତୁ, Inboxରେ ମେଲ୍ସର ସଂଖ୍ୟା ଏବେ 4 ହୋଇଗଲା
10:16 ଗୋଟିଏ ନିର୍ଦ୍ଦିଷ୍ଟ ମେଲ୍ ପଢ଼ିବା ପାଇଁ, କେବଳ ତା’ଉପରେ କ୍ଲିକ୍ କରିଦିଅନ୍ତୁ
10:20 ଏହା ହେଉଛି ମୁଁ ନିଜକୁ ପଠାଇଥିବା ମେଲ୍
10:23 ଚାଲନ୍ତୁ ତାହାକୁ ଦେଖିବା
10:26 Show Details ଆରୋ ଉପରେ କ୍ଲିକ୍ କରନ୍ତୁ
10:29 ଏହା ହେଉଛି ସେଣ୍ଡର୍ ଓ ରିସିଭର୍ ଙ୍କ ଇମେଲ୍ ଆଡ୍ରେସଗୁଡ଼ିକ
10:34 ଏହା ହେଉଛି ଇମେଲ୍ ପଠାଯାଇଥିବା ତାରିଖ ଓ ସମୟ
10:39 ଏହା ହେଉଛି ଇମେଲ୍ ର Subject Line
10:43 ଆଉ କଣ୍ଟେଣ୍ଟ ଏଠାରେ ରହିଛି
10:47 ଦେଖନ୍ତୁ, Inboxରେ ଅନରିଡ୍ ଇମେଲ୍ସର ସଂଖ୍ୟା ହେଉଛି 3
10:54 ଏବେ ଚାଲନ୍ତୁ Gmailରୁ Sign Out ବିଷୟରେ ଶିଖିବା
10:58 ଉପର ଡାହାଣପଟେ ଆପଣ ନିଜ Email ID ଦେଖିପାରିବେ
11:03 ଯଦି ଆପଣ, ଆକାଉଣ୍ଟ କ୍ରିଏଶନ୍ ସମୟରେ ଗୋଟିଏ ଫୋଟୋ ଅପଲେଡ୍ କରିଥିବେ, ତେବେ ତାହାକୁ ଏଠାରେ ଦେଖିବେ
11:08 ତାହାକୁ କ୍ଲିକ୍ କରନ୍ତୁ
11:10 ଏଠାରେ Sign Out ବଟନ୍ ଅଛି କେବଳ ତାହା ଉପରେ କ୍ଲିକ୍ କରନ୍ତୁ
11:17 ଆପଣ ସଫଳତାପୂର୍ବକ Gmailରୁ Sign Out କରିଗଲେ
11:21 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
11:25 ସଂକ୍ଷିପ୍ତରେ ଆମେ ଶିଖିଲେ
11:28 * ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବା
11:31 * ଗୁଗଲ୍ ଆକାଉଣ୍ଟ ବ୍ୟବହାର କରି ଜିମେଲ୍ ରେ ଲଗ୍ ଇନ୍ କରିବା
11:34 * ଏକ ଇମେଲ୍ ଲେଖିବା
11:36 * ଏକ ଇମେଲ୍ ପଠାଇବା
11:37 * ଏକ ଇମେଲ୍ ଦେଖିବା ଓ
11:39 * ଜିମେଲ୍ ରୁ ଲଗ୍ ଆଉଟ୍ କରିବା
11:41 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:45 ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
11:49 ଆମେ କର୍ମଶାଳାମାନର ଆୟୋଜନ କରିଥାଉ ଏବଂ ଆମ ଅନଲାଇନ୍ ଟେଷ୍ଟରେ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦେଇଥାଉ
11:55 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
12:05 ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
12:10 ଆଇଆଇଟି ବମ୍ୱେ ତରଫରୁ ମୁଁ
12:12 ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep