Introduction-to-Computers/C2/Introduction-to-Gmail/Oriya
From Script | Spoken-Tutorial
| Time | Narration |
| 00:01 | ଜିମେଲ୍ ର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
| 00:09 | ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବା |
| 00:12 | ଗୁଗଲ୍ ଆକାଉଣ୍ଟ ବ୍ୟବହାର କରି ଜିମେଲ୍ ରେ ଲଗ୍ ଇନ୍ କରିବା |
| 00:16 | ଏକ ଇମେଲ୍ ଲେଖିବା |
| 00:18 | ଏକ ଇମେଲ୍ ପଠାଇବା |
| 00:20 | ଏକ ଇମେଲ୍ ଦେଖିବା ଓ |
| 00:22 | ଜିମେଲ୍ ରୁ ଲଗ୍ ଆଉଟ୍ କରିବା |
| 00:24 | ଇନବକ୍ସ ପରି କିଛି ମହତ୍ୱପୂର୍ଣ୍ଣ ମେଲ୍ ବକ୍ସଗୁଡ଼ିକ ବିଷୟରେ ମଧ୍ୟ ଆମେ ଶିଖିବା |
| 00:30 | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍ |
| 00:35 | ଓ ଏକ ୱେବ୍ ବ୍ରାଉଜର୍ ଦରକାର |
| 00:37 | ପ୍ରଦର୍ଶନ ପାଇଁ ମୁଁ Firefox Web Browser ବ୍ୟବହାର କରିବି |
| 00:42 | ପରେ, ଗୁଗଲ୍, ସମସ୍ତ ଗୁଗଲ୍ ପ୍ରଡକ୍ଟସ୍ ପାଇଁ ଏକ ସିଙ୍ଗଲ୍ ଆକାଉଣ୍ଟ ପ୍ରଦାନ କଲା, ଯେପରି: |
| 00:48 | Gmail,YouTube |
| 00:50 | Google Play,Google Docs/Drive |
| 00:53 | Google Calendar.... ଓ ଆହୁରି ଅନେକ |
| 00:57 | ସମାନ ଲଗ୍ ଇନ୍ ସହିତ ଆପଣ, ଏହିସବୁ ମଧ୍ୟରୁ ଯେକୌଣସିଟି ଅପରେଟ୍ କରିପାରିବେ |
| 01:02 | ଚାଲନ୍ତୁ, ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବାରୁ ଆରମ୍ଭ କରିବା |
| 01:06 | ଆପଣଙ୍କ ୱେବ୍ ବ୍ରାଉଜର୍ ଖୋଲି http କଲନ୍ ସ୍ଲାସ୍ ସ୍ଲାସ୍ gmail ଡଟ୍ କମ୍ ଟାଇପ୍ କରନ୍ତୁ (http://gmail.com) |
| 01:16 | ଏହା ଆମକୁ, ଉପର ଡାହାଣପଟେ 2ଟି ଅପ୍ସନ୍ସ ଥିବା ପେଜ୍ କୁ ନେଇଯିବ |
| 01:22 | Creat an Account ଓ Sign In |
| 01:25 | ଯଦି ପ୍ରଥମ ଥର ପାଇଁ ଆପଣଙ୍କ ମେଶିନରୁ ଏହି ପେଜ୍ ଆକ୍ସେସ୍ କରାଯାଉଥାଏ, ତେବେ ତାହା ଏହି ପ୍ରକାରର ଦେଖାଯିବ |
| 01:32 | ଯଦି ଆପଣଙ୍କ ମେଶିନରୁ ଏହି ପେଜ୍ ପୂର୍ବରୁ ଆକ୍ସେସ୍ କରାଯାଇସାରିଥାଏ, ତେବେ ତାହା ଏହି ପ୍ରକାରର ଦେଖାଯିବ |
| 01:39 | ତେଣୁ, ଆପଣ ନିଜର Email Username ଓ Password ଏଣ୍ଟର୍ କରିବାକୁ ଟେକ୍ସଟ୍ ବକ୍ସମାନ ଦେଖିବେ |
| 01:46 | ଆଉ ଗୋଟିଏ ବଡ଼ ବଟନ୍ କୁହେ Sign In |
| 01:50 | ଏହା ତଳେ ଆପଣ, Creat an Account କହୁଥିବା ଏକ ଲିଙ୍କ ଦେଖିବାକୁ ପାଇବେ |
| 01:55 | Creat an Account ଲିଙ୍କ ଉପରେ କ୍ଲିକ୍ କରନ୍ତୁ |
| 01:59 | ଏବେ ଆମେ, ଗୁଗଲ୍ ଆକାଉଣ୍ଟର କ୍ରିଏଶନ୍ ପେଜ୍ ରେ ଅଛେ |
| 02:03 | ଡାହାଣପଟେ ଆମେ ଏକ ଫର୍ମ ଦେଖୁ, ଯାହା ଭିତରେ ଆମକୁ ନିଜ ଆକାଉଣ୍ଟ ଓ ବ୍ୟକ୍ତିଗତ ବିବରଣୀ ପୂରଣ କରିବାକୁ ହେବ |
| 02:11 | ଟେକ୍ସଟ୍ ବକ୍ସଗୁଡ଼ିକରେ ଚାଲନ୍ତୁ ନିଜର ପ୍ରଥମ ଓ ଶେଷ ନାମ ଏଣ୍ଟର କରିବା |
| 02:17 | ମୁଁ ମୋ ନାଁ ଭାବେ Rebecca Raymond ଦେବି |
| 02:23 | ତାହାପରେ ଆମକୁ ଆମର Username ଚୟନ କରିବାକୁ ହେବ |
| 02:27 | Username ବିଶିଷ୍ଟ ହେବା ଦରକାର ଏବଂ ଅକ୍ଷର କିମ୍ୱା ଅକ୍ଷର ଓ ସଂଖ୍ୟାକୁ ମିଶାଇ ତିଆରି କରିହେବ |
| 02:37 | ଚାଲନ୍ତୁ Username ଭାବରେ becky0808 ଦେବା |
| 02:43 | ଯଦି Username ଆଗରୁ ନିଆଯାଇସାରିଥିବ, ତେବେ ଆମେ ନିମ୍ନ ବାର୍ତ୍ତା ଦେଖିବା: |
| 02:49 | Someone already has that user name, Try another |
| 02:54 | ଆମେ ଦେଇଥିବା ପ୍ରଥମ ଓ ଶେଷ ନାମକୁ ଆଧାର କରି ଗୁଗଲ୍ କିଛି Username ମଧ୍ୟ ସଜେଷ୍ଟ କରିବ |
| 03:01 | ଆମେ, ନିଜ ପସନ୍ଦର ଯେକୌଣସି Username ଦେଇ ତାହାର ଉପଲବ୍ଧତା ଯାଞ୍ଚ କରିପାରିବା |
| 03:07 | ଏବେ ମୁଁ, Username ଭାବରେ ray.becky.0808 ଦେବି |
| 03:18 | ଏହା ଗ୍ରହଣ କରାଗଲା, ଯାହାର ଅର୍ଥ ହେଉଛି ଏହି Username ଉପଲବ୍ଧ ଅଛି |
| 03:24 | ବର୍ତ୍ତମାନ ଆମକୁ ଏହି ଆକାଉଣ୍ଟ ପାଇଁ ଗୋଟିଏ Password କ୍ରିଏଟ୍ କରିବାକୁ ହେବ |
| 03:30 | Password କେତେ ଲମ୍ୱା ହେବା ଉଚିତ, ବାମପଟେ ଥିବା ସୂଚନା ବକ୍ସ ଆମକୁ କହିଥାଏ |
| 03:36 | ନିଜ ପସନ୍ଦର ଉପଯୁକ୍ତ Password ଟାଇପ୍ କରନ୍ତୁ |
| 03:41 | ସୁନିଶ୍ଚିତ କରିବା ପାଇଁ Passwordକୁ ରିଟାଇପ୍ କରନ୍ତୁ |
| 03:44 | ଏହାପରେ Birthday ଆସେ |
| 03:48 | ଡ୍ରପ୍ ଡାଉନରୁ ମାସ ଚୟନ କରନ୍ତୁ |
| 03:51 | ତାହାପରେ, କ୍ରମାଗତ ଟେକ୍ସଟ୍ ବକ୍ସଗୁଡ଼ିକରେ ଦିନ ଓ ବର୍ଷ ଟାଇପ୍ କରନ୍ତୁ |
| 03:57 | ଏବେ, ନିଜର ଲିଙ୍ଗ ଚୟନ କରନ୍ତୁ |
| 04:00 | ମୁଁ Female ଚୟନ କରୁଛି |
| 04:03 | ପରବର୍ତ୍ତୀ ଫିଲ୍ଡ ହେଉଛି Mobile Phone |
| 04:06 | ବର୍ତ୍ତମାନ ପାଇଁ ମୁଁ ଏହାକୁ ଛାଡ଼ିଦେବି |
| 04:08 | ଏହାପରେ ଆସେ, ଆମର Current Email Address ପଚାରୁଥିବା ଟେକ୍ସଟ୍ ବକ୍ସ |
| 04:14 | ଏବେ କ୍ରିଏଟ୍ କରୁଥିବା ବ୍ୟତୀତ, ଯଦି ଆପଣଙ୍କ କୌଣସି ବିକଳ୍ପ Email Address ଥାଏ, ଏଠାରେ ଟାଇପ୍ କରନ୍ତୁ |
| 04:21 | ଯଦି ନାହିଁ, ତେବେ ଏହାକୁ ଖାଲି ଛାଡ଼ିଦିଅନ୍ତୁ |
| 04:23 | ଚାଲନ୍ତୁ ଏବେ ବଳକା ବିବରଣୀ ପୂରଣ କରିବା |
| 04:26 | ପରବର୍ତ୍ତୀ ସେଗମେଣ୍ଟ Prove You're Not a Robotରେ 2ଟି ଭେରିଫିକେଶନ୍ ପଦାଙ୍କ ରହିଛି |
| 04:32 | Phone verification |
| 04:34 | Puzzle verification |
| 04:36 | ଏହି 2ଟି ଅପ୍ସନ୍ସ ମଧ୍ୟରୁ ଯେକୌଣସି ସହିତ ଆମେ ଆଗକୁ ବଢ଼ିପାରିବା |
| 04:40 | ମୁଁ Puzzle Verification ସହିତ ଯିବି |
| 04:43 | Type the Text ଟେକ୍ସଟ୍ ବକ୍ସରେ, ଛବିରେ ଦେଖାଯାଇଥିବା ଟେକ୍ସଟ୍/ସଂଖ୍ୟା ଟାଇପ୍ କରନ୍ତୁ |
| 04:49 | Location ଡ୍ରପ୍ ଡାଉନ୍ ରେ, ଡିଫଲ୍ଟ ଭାବରେ ଆପଣ ବାସ କରୁଥିବା ଦେଶ ପ୍ରଦର୍ଶିତ ହୋଇଥାଏ |
| 04:55 | ମୁଁ Indiaରେ ବାସ କରେ ତେଣୁ, ମୋ Location ଡ୍ରପ୍ ଡାଉନ୍ ରେ India ପ୍ରଦର୍ଶିତ ହେଉଛି |
| 05:02 | ଶେଷରେ, I agree to the Google Terms of Service and Privacy Policy ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ |
| 05:10 | ଥରେ, ଫର୍ମରେ ସମସ୍ତ ବିବରଣୀ ପୂରଣ ହୋଇଯିବା ପରେ, ଆମକୁ Next Step ବଟନ୍ କ୍ଲିକ୍ କରିବାକୁ ହେବ |
| 05:17 | ବର୍ତ୍ତମାନ, ଆମେ ଏପରି କରିବା ନାହିଁ |
| 05:20 | Phone Verification ଚୟନ କଲେ କ’ଣ କରିବାକୁ ହେବ, ଚାଲନ୍ତୁ ଦେଖିବା |
| 05:25 | Skip this verification (Phone Verification may be required) ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ |
| 05:32 | India (भारत) ଭାବରେ Location ଚୟନ କରନ୍ତୁ |
| 05:35 | ତାହାପରେ, I agree to the Google Terms of Service and Privacy Policy ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ |
| 05:41 | ଓ ଶେଷରେ Next Step ଉପରେ କ୍ଲିକ୍ କରନ୍ତୁ |
| 05:45 | ଏହା Phone Verification ପେଜ୍ ଆଡ଼କୁ ଡାଇଭର୍ଟ କରିବ |
| 05:50 | ଡ୍ରପ୍ ଡାଉନରୁ ଦେଶର ପତାକା ଚୟନ କରନ୍ତୁ, ମୁଁ India ଚୟନ କରିବି |
| 05:55 | ପ୍ରଦତ୍ତ ଟେକ୍ସଟ୍ ବକ୍ସରେ ନିଜ Mobile Number ଏଣ୍ଟର୍ କରନ୍ତୁ |
| 06:00 | Text message (SMS) ଅପ୍ସନ୍ ଚୟନ କରନ୍ତୁ ସାଧାରଣତଃ, ଏହା ଡିଫଲ୍ଟ ଭାବରେ ଚୟନ ହୋଇଥାଏ |
| 06:07 | ତାହାପରେ Continue ବଟନ୍ କ୍ଲିକ୍ କରନ୍ତୁ |
| 06:10 | ଆପଣ, ନିଜ ଫୋନ୍ ରେ SMS ଗ୍ରହଣ କରିବେ |
| 06:13 | ଏହା ଆପଣଙ୍କୁ ଏବେ, ଭେରିଫେକେଶନ୍ ର ପରବର୍ତ୍ତୀ ପଦାଙ୍କକୁ ନେଇଯିବ |
| 06:17 | SMS ମାଧ୍ୟମରେ ଗୁଗଲ୍ ଠାରୁ ପାଇଥିବା ଭେରିଫିକେଶନ୍ କୋଡ୍ କୁ ପ୍ରଦତ୍ତ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ |
| 06:24 | Continue ଉପରେ କ୍ଲିକ୍ କରନ୍ତୁ |
| 06:27 | ଆମେ ଏବେ Create your public Google+ profile ପେଜ୍ ରେ ଅଛେ |
| 06:32 | ଏଠାରେ ଆପଣ ନିଜ ନାମ ଦେଖିପାରିବେ |
| 06:35 | ଏହା ତଳେ, Add a Photo ଅପ୍ସନ୍ ଅଛି |
| 06:39 | ନିଜ Google Profile ପାଇଁ ଫୋଟୋ ଆଡ୍ କରିବାକୁ ଆପଣ ଏହାକୁ କ୍ଲିକ୍ କରିପାରିବେ |
| 06:44 | ଏଠାରେ Creat Your Profile ନାମକ ବଟନ୍ ମଧ୍ୟ ଅଛି |
| 06:48 | ବର୍ତ୍ତମାନ, ମୁଁ ଏହିସବୁ ପଦାଙ୍କ ଛାଡ଼ିଦେଉଛି |
| 06:51 | ଏହା ବଦଳରେ ମୁଁ, ମୋ ଇମେଲ୍ ଆକାଉଣ୍ଟକୁ ଯିବାପାଇଁ No Thanks ଉପରେ କ୍ଲିକ୍ କରିବି |
| 06:58 | ଏବେ ଆମେ Welcome Pageରେ ଅଛେ |
| 07:02 | ଓ ମୋ ମାମଲାରେ ଏହା Wecome Rebecca କୁହେ |
| 07:06 | ମୋ ନୂଆ Email Address, ray.becky.0808@gamil.com ମଧ୍ୟ ପ୍ରଦର୍ଶିତ ହେଉଛି |
| 07:16 | Continue to Gmail ବଟନ୍ କ୍ଲିକ୍ କରନ୍ତୁ |
| 07:22 | ଏହା ଆପଣଙ୍କର ମେଲ୍ ଆକାଉଣ୍ଟ ଲୋଡ୍ କରିବା ଆରମ୍ଭ କରିବ |
| 07:24 | ଆପଣଙ୍କର ଇଣ୍ଟରନେଟ୍ ସ୍ପୀଡ୍ କୁ ଭିତ୍ତିକରି ଏହା କିଛି ସମୟ ନେଇପାରେ |
| 07:28 | ଯଦି ଆମ ଇଣ୍ଟରନେଟ୍ ସ୍ଲୋ ଥିବ, ଆମେ Load Basic HTML କ୍ଲିକ୍ କରିପାରିବା |
| 07:33 | ଏହା, ଡାହାଣପଟ ତଳେ ଅଛି |
| 07:37 | Gmailକୁ ଏହା କୌଣସି ଗ୍ରାଫିକାଲ୍ ଲୂକ୍ ବିନା ଲୋଡ୍ କରିବ |
| 07:41 | କିଛି ସୂଚନା ବକ୍ସମାନ ସ୍କ୍ରୀନ୍ ଉପରେ ପପ୍-ଅପ୍ ହେବ |
| 07:46 | ସେଗୁଡ଼ିକୁ ପଢ଼ନ୍ତୁ କିମ୍ୱା Next ବଟନ୍ ଦାବି ଆହୁରି ଏକ୍ସପ୍ଲୋର୍ କରନ୍ତୁ ଓ ତାହାପରେ ସେଗୁଡ଼ିକୁ ବନ୍ଦ କରନ୍ତୁ |
| 07:53 | ଏହା ହେଉଛି ଆପଣଙ୍କ Gmail ଆକାଉଣ୍ଟର ଡିଫଲ୍ଟ ବା ଷ୍ଟାଣ୍ଡାର୍ଡ ଭ୍ୟୁ |
| 07:58 | ସେଣ୍ଟର୍ ଡିସପ୍ଲେ ହେଉଛି, ଯେଉଁଠାରେ ଆମେ ଆମର ସମସ୍ତ ମେଲ୍ସ ଦେଖିପାରିବା |
| 08:04 | ଦେଖନ୍ତୁ, ଏଠାରେ ତିନୋଟି ଟ୍ୟାବ୍ସ ଅଛି ଆମେ ସେଗୁଡ଼ିକ ବିଷୟରେ ଭବିଷ୍ୟତ ଟ୍ୟୁଟୋରିଆଲ୍ସରେ ସବିଶେଷ ଶିଖିବା |
| 08:12 | ବାମପଟେ ଆମେ, କିଛି ଲେବଲ୍ ହୋଇଥିବା Menu Items ଦେଖିପାରୁଛେ |
| 08:16 | Inbox, Starred, Sent Mail, Drafts ଓ More ହେଉଛି Gmailର କିଛି ପ୍ରୋମିନେଣ୍ଟ ମେଲ୍ ବକ୍ସେସ୍ |
| 08:29 | ଡିଫଲ୍ଟ ଭାବରେ, Inbox ସିଲେକ୍ଟ ହୋଇଛି ଓ ତାହାର କଣ୍ଟେଣ୍ଟଗୁଡ଼ିକ ଡିସପ୍ଲେ ଏରିଆରେ ପ୍ରଦର୍ଶିତ ହୋଇଛି |
| 08:36 | ଦେଖନ୍ତୁ, Inboxରେ ସଂଖ୍ୟା 3 ବ୍ରାକେଟ୍ ରେ ଅଛି |
| 08:41 | ଏହା, କେତେ ସଂଖ୍ୟକ ମେଲ୍ ଆପଣ ଗ୍ରହଣ କରିଛନ୍ତି, ତାହା ସୂଚିତ କରେ |
| 08:46 | ଯେତେବେଳେ ଆମେ ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରୁ, Gmail Team ତରଫରୁ ଆମେ କିଛି ମେଲ୍ସ ଗ୍ରହଣ କରିଥାଉ |
| 08:52 | Gmail Features ବ୍ୟବହାର ଉପରେ ଅଧିକ ସୂଚନା ପାଇଁ ଆପଣ ସେଗୁଡ଼ିକ ପଢ଼ିପାରନ୍ତି |
| 08:58 | ଏବେ ଚାଲନ୍ତୁ, ଏକ Email କିପରି ଲେଖାଯାଏ, ଶିଖିବା |
| 09:02 | ବାମପଟେ ଥିବା Compose ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 09:06 | New Message ନାମ ସହିତ ଏକ ୱିଣ୍ଡୋ ଖୋଲିବ |
| 09:10 | ଏଥିରେ ଚାରୋଟି ସେଗମେଣ୍ଟସ୍ ଅଛି |
| 09:13 | To - ହେଉଛି ସେହି ସ୍ଥାନ, ଯେଉଁଠାରେ ଆମେ ସେହି ଲୋକର ଇମେଲ୍ ଆଡ୍ରେସ୍ ଲେଖିବା, ଯାହା ପାଖକୁ ଆମେ ଇମେଲ୍ ପଠାଇବାକୁ ଚାହୁଁଛେ |
| 09:21 | ଏଠାରେ ମୁଁ, କିଛି ସମୟ ପୂର୍ବରୁ କ୍ରିଏଟ୍ କରିଥିବା ମେଲ୍ ID ଟାଇପ୍ କରିବି, ଯାହା ହେଉଛି ray.becky.0808@gmail.com |
| 09:35 | ଏହାର ଅର୍ଥ ହେଉଛି ମୁଁ ନିଜକୁ ହିଁ ଗୋଟିଏ ମେଲ୍ ପଠାଉଛି |
| 09:39 | ପରବର୍ତ୍ତୀ ସେଗମେଣ୍ଟ ହେଉଛି Subject |
| 09:42 | ଏଠାରେ ଆମେ, ମେଲ୍ ବିଷୟକ ସଂକ୍ଷିପ୍ତ ବିବରଣୀ ଟାଇପ୍ କରିପାରିବା |
| 09:46 | ଯେପରି Welcome Mail |
| 09:50 | ପରବର୍ତ୍ତୀ ହେଉଛି Content ଏରିଆ |
| 09:53 | ଏଠାରେ ଆମକୁ, ପଠାଇବାକୁ ଚାହୁଁଥିବା ବାର୍ତ୍ତା ଲେଖିବାଖୁ ହେବ |
| 09:57 | ଟାଇପ୍ କରନ୍ତୁ, Greetings to all from the Spoken Tutorial Project |
| 10:03 | ଶେଷ ସେଗମେଣ୍ଟରେ, Send ନାମକ ଗୋଟିଏ ନୀଳ ବଟନ୍ ଅଛି |
| 10:08 | ମେଲ୍ ପଠାଇବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ |
| 10:11 | ଦେଖନ୍ତୁ, Inboxରେ ମେଲ୍ସର ସଂଖ୍ୟା ଏବେ 4 ହୋଇଗଲା |
| 10:16 | ଗୋଟିଏ ନିର୍ଦ୍ଦିଷ୍ଟ ମେଲ୍ ପଢ଼ିବା ପାଇଁ, କେବଳ ତା’ଉପରେ କ୍ଲିକ୍ କରିଦିଅନ୍ତୁ |
| 10:20 | ଏହା ହେଉଛି ମୁଁ ନିଜକୁ ପଠାଇଥିବା ମେଲ୍ |
| 10:23 | ଚାଲନ୍ତୁ ତାହାକୁ ଦେଖିବା |
| 10:26 | Show Details ଆରୋ ଉପରେ କ୍ଲିକ୍ କରନ୍ତୁ |
| 10:29 | ଏହା ହେଉଛି ସେଣ୍ଡର୍ ଓ ରିସିଭର୍ ଙ୍କ ଇମେଲ୍ ଆଡ୍ରେସଗୁଡ଼ିକ |
| 10:34 | ଏହା ହେଉଛି ଇମେଲ୍ ପଠାଯାଇଥିବା ତାରିଖ ଓ ସମୟ |
| 10:39 | ଏହା ହେଉଛି ଇମେଲ୍ ର Subject Line |
| 10:43 | ଆଉ କଣ୍ଟେଣ୍ଟ ଏଠାରେ ରହିଛି |
| 10:47 | ଦେଖନ୍ତୁ, Inboxରେ ଅନରିଡ୍ ଇମେଲ୍ସର ସଂଖ୍ୟା ହେଉଛି 3 |
| 10:54 | ଏବେ ଚାଲନ୍ତୁ Gmailରୁ Sign Out ବିଷୟରେ ଶିଖିବା |
| 10:58 | ଉପର ଡାହାଣପଟେ ଆପଣ ନିଜ Email ID ଦେଖିପାରିବେ |
| 11:03 | ଯଦି ଆପଣ, ଆକାଉଣ୍ଟ କ୍ରିଏଶନ୍ ସମୟରେ ଗୋଟିଏ ଫୋଟୋ ଅପଲେଡ୍ କରିଥିବେ, ତେବେ ତାହାକୁ ଏଠାରେ ଦେଖିବେ |
| 11:08 | ତାହାକୁ କ୍ଲିକ୍ କରନ୍ତୁ |
| 11:10 | ଏଠାରେ Sign Out ବଟନ୍ ଅଛି କେବଳ ତାହା ଉପରେ କ୍ଲିକ୍ କରନ୍ତୁ |
| 11:17 | ଆପଣ ସଫଳତାପୂର୍ବକ Gmailରୁ Sign Out କରିଗଲେ |
| 11:21 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 11:25 | ସଂକ୍ଷିପ୍ତରେ ଆମେ ଶିଖିଲେ |
| 11:28 | ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବା |
| 11:31 | ଗୁଗଲ୍ ଆକାଉଣ୍ଟ ବ୍ୟବହାର କରି ଜିମେଲ୍ ରେ ଲଗ୍ ଇନ୍ କରିବା |
| 11:34 | ଏକ ଇମେଲ୍ ଲେଖିବା |
| 11:36 | ଏକ ଇମେଲ୍ ପଠାଇବା,ଏକ ଇମେଲ୍ ଦେଖିବା ଓ |
| 11:39 | ଜିମେଲ୍ ରୁ ଲଗ୍ ଆଉଟ୍ କରିବା |
| 11:41 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 11:45 | ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
| 11:49 | ଆମେ କର୍ମଶାଳାମାନର ଆୟୋଜନ କରିଥାଉ ଏବଂ ଆମ ଅନଲାଇନ୍ ଟେଷ୍ଟରେ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦେଇଥାଉ |
| 11:55 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 11:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ |
| 12:05 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ |
| 12:10 | ଆଇଆଇଟି ବମ୍ୱେ ତରଫରୁ ମୁଁ |
| 12:12 | ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |