Inkscape/C3/Design-a-visiting-card/Oriya

From Script | Spoken-Tutorial
Revision as of 12:31, 7 June 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 Inkscape ବ୍ୟବହାର କରି Design a Visiting Card ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:08 * ଏକ ଭିଜିଟିଙ୍ଗ୍ କାର୍ଡ ପାଇଁ ସେଟିଙ୍ଗ୍ସ
00:10 * ଏକ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ କରିବା
00:12 * ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିବା ପାଇଁ ସେଟିଙ୍ଗ୍ସ
00:16 ଏହି ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
  • ଉବୁଣ୍ଟୁ ଲିନକ୍ସ 12.04 OS
  • Inkscape ଭର୍ସନ୍ 0.48.4
00:26 Inkscape ଖୋଲନ୍ତୁ
00:28 Fileକୁ ଯାଆନ୍ତୁ, Document Properties ଉପରେ କ୍ଲିକ୍ କରନ୍ତୁ
00:34 Default Unitsକୁ Inchesରେ ଏବଂ Orientationକୁ Landscapeରେ ବଦଳାନ୍ତୁ
00:41 ଚାଲନ୍ତୁ, ଏବେ ଗୋଟିଏ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ ଆରମ୍ଭ କରିବା
00:45 Rectangle Tool ବ୍ୟବହାର କରି ଏକ ଆୟତ କ୍ଷେତ୍ର ବନାନ୍ତୁ.
00:49 Selector Tool ଟୂଲ୍ ଉପରେ କ୍ଲିକ୍‍ କରନ୍ତୁ
00:51 Tool Controls Barରେ Widthକୁ 3.5ରେ ଓ Hightକୁ 2ରେ ବଦଳାନ୍ତୁ
01:00 ତାହାକୁ କାନଭାସ୍ ର ଉପର ବାମପଟ କୋଣକୁ ଘୁଞ୍ଚାନ୍ତୁ
01:05 ରଙ୍ଗକୁ ଗାଢ ସବୁଜ କରନ୍ତୁ
01:08 ଏବେ ଗୋଟିଏ ପ୍ୟାଟର୍ନ ଡିଜାଇନ୍ କରନ୍ତୁ
01:10 Bezier Tool ଚୟନ କରି ଗୋଟିଏ ଢେଉ ପରି ରେଖା ଆଙ୍କନ୍ତୁ
01:14 Object ମେନୁକୁ ଯାଆନ୍ତୁ. Fill and Stroke ଖୋଲନ୍ତୁ
01:19 Stroke ରଙ୍ଗକୁ ହଳଦିଆ କରନ୍ତୁ
01:23 ଏବେ, ଢେଉ ରେଖା ତଳେ ଗୋଟିଏ ସିଧା ରେଖା ଆଙ୍କନ୍ତୁ
01:26 ଉଭୟ ରେଖାକୁ ସିଲେକ୍ଟ କରନ୍ତୁ Extensions ମେନୁକୁ ଯାଆନ୍ତୁ.
01:30 Generate From Path ଉପରେ କ୍ଲିକ୍ କରି Interpolateରେ କ୍ଲିକ୍ କରନ୍ତୁ
01:35 Exponent, 0 ଅଛି କି ନାହିଁ ଦେଖନ୍ତୁ
01:38 Interpolation Stepsର ଭାଲ୍ୟୁକୁ 30 କରନ୍ତୁ
01:42 Apply ଉପରେ କ୍ଲିକ୍ କରିବା ପରେ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
01:46 ଦେଖନ୍ତୁ, Interpolation ଇଫେକ୍ଟ ଏବେ ଲାଗୁ ହୋଇଗଲା
01:50 ଚାଲନ୍ତୁ, Interpolate ଡିଜାଇନ୍ କୁ କିଛି ଗ୍ଲୋ ଇଫେକ୍ଟ ଦେବା. ଡିଜାଇନ୍ ସିଲେକ୍ଟ କରନ୍ତୁ
01:55 Filter ମେନୁକୁ ଯାଆନ୍ତୁ. Shadows and Glows ଉପରେ କ୍ଲିକ୍ କରି Glow ଉପରେ କ୍ଲିକ୍ କରନ୍ତୁ
02:02 ଡିଜାଇନ୍ ରେ ଗ୍ଲୋ ଇଫେକ୍ଟ ଲାଗୁ ହୋଇଗଲା
02:06 ଏବେ Spoken Tutorial Logo ଇମ୍ପୋର୍ଟ କରନ୍ତୁ
02:10 ତାହାକୁ ମୁଁ ମୋର Document ଫୋଲ୍ଡର୍ ରେ ସେଭ୍ କରିଛି
02:13 ଏହି ଲୋଗୋ, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯାଇଛି
02:17 Fileକୁ ଯାଇ Import ଉପରେ କ୍ଲିକ୍ କରନ୍ତୁ
02:23 ଲୋଗୋକୁ ରିସାଇଜ୍ କରି ଉପର ବାମ କୋଣରେ ତାହାକୁ ରଖନ୍ତୁ
02:27 ମୁଁ ପୂର୍ବରୁ ସେଭ୍ କରିସାରିଥିବା LebreOffice Writer ଫାଇଲ୍ ରୁ ଭିଜିଟିଙ୍ଗ୍ କାର୍ଡ ବିବରଣୀ କପୀ କରିବି
02:34 ଏହି ଫାଇଲ୍, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯାଇଛି
02:38 ଫଣ୍ଟ ସାଇଜ୍ 12 ଓ ଟେକ୍ସଟ୍ କଲର୍ ଧଳାରେ ବଦଳାନ୍ତୁ
02:43 Spoken Tutorial ଶବ୍ଦକୁ ସିଲେକ୍ଟ କରନ୍ତୁ
02:45 ଫଣ୍ଟ ସାଇଜ୍ କୁ 16 କରି ତାହାକୁ Bold କରନ୍ତୁ
02:50 ଏବେ, Spoken Tutorial ପାଇଁ ଆମର ଭିଜିଟିଙ୍ଗ୍ କାର୍ଡ ପ୍ରସ୍ତୁତ
02:55 ଏହାପରେ ଆମେ, ଭିଜିଟିଙ୍ଗ୍ କାର୍ଡର ଏକାଧିକ କପୀ କରିବା ବିଷୟରେ ଶିଖିବା
02:59 ଏହାକୁ ଆମେ, Cloning Method ଦ୍ୱାରା କରିବା
03:03 ଏହା କରିବା ପାଇଁ, ପ୍ରଥମେ ସମସ୍ତ ଏଲେମେଣ୍ଟକୁ ଆମେ ଗ୍ରୁପ୍ କରିବା
03:06 ସମସ୍ତ ଏଲେମେଣ୍ଟକୁ ସିଲେକ୍ଟ କରିବା ପାଇଁ Ctrl + A ଏବଂ ସେଗୁଡ଼ିକୁ ଗ୍ରୁପ୍ କରିବା ପାଇଁ Ctrl + G ଦବାନ୍ତୁ
03:13 ଏବେ, Edit ମେନୁକୁ ଯାଇ,
03:15 Clone ଉପରେ କ୍ଲିକ୍ କରି Create Tiled Clones ଉପରେ କ୍ଲିକ୍ କରନ୍ତୁ
03:20 Create Tiled Clones ଡାୟଲଗ୍ ବକ୍ସ ଖୋଲିଲା
03:23 Symmetry ଟାବ୍ ରେ, Rowକୁ 4ରେ ଓ Columnsକୁ 3ରେ ବଦଳାନ୍ତୁ
03:30 ଏବେ Create ବଟନ୍ କ୍ଲିକ୍ କରି
03:33 ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
03:35 ଦେଖନ୍ତୁ, କାନଭାସ୍ ଉପରେ ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ଦେଖାଦେଲା
03:40 ଏହିପରି ଭାବେ ଆମେ, ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିପାରିବା
03:44 ଉପର ବାମପଟେ ଥିବା ଭିଜିଟିଙ୍ଗ୍ କାର୍ଡକୁ ଦେଖନ୍ତୁ
03:48 ତାହା ଉପରେ କ୍ଲିକ୍ କରି ତାହାକୁ ସେହି ‍ସ୍ଥାନରୁ ଘୁଞ୍ଚାନ୍ତୁ
03:50 ଏହା ଏକ ଅତିରିକ୍ତ କପୀ ହୋଇଥିବାରୁ ଏହାକୁ ଡିଲିଟ୍ କରିଦିଅନ୍ତୁ
03:54 ଯଦି କିଛି ପରିବର୍ତ୍ତନ ମିଶାଇବାକୁ ହୁଏ, ତେବେ କ’ଣ କରିବେ?
03:59 ଆମକୁ ଭିଜିଟିଙ୍ଗ୍ କାର୍ଡର ପ୍ରତ୍ୟେକ କପୀକୁ ବଦଳାଇବାକୁ ପଡ଼ିବ କି?
04:02 ଆଦୌ ନୁହେଁ. ଆମକୁ କେବଳ ମୂଳ ଭିଜିଟିଙ୍ଗ୍ କାର୍ଡରେ ହିଁ ସଂଶୋଧନ କରିବାକୁ ହେବ
04:07 ତାହା ସମସ୍ତ କପୀରେ ପ୍ରତିଫଳିତ ହେବ
04:10 ଚାଲନ୍ତୁ ଏହା ଦେଖିବା. ମୂଳ କାର୍ଡରେ Spoken Tutorial ଶବ୍ଦ ଉପରେ ଡବଲ୍ କ୍ଲିକ୍ କରି, ତାହାର ରଙ୍ଗକୁ ମାଟିଆ କରନ୍ତୁ
04:18 ଭିଜିଟିଙ୍ଗ୍ କାର୍ଡର ସମସ୍ତ କପୀରେ ପ୍ରତିଫଳିତ ପରିବର୍ତ୍ତନକୁ ଦେଖନ୍ତୁ
04:24 ଏବେ, ଫାଇଲ୍ କୁ ସେଭ୍ କରନ୍ତୁ
04:26 ଆମର SVG ଫାଇଲ୍ ସେଭ୍ କରିବାକୁ Ctrl + S ଦବାନ୍ତୁ. ମୁଁ, ଫାଇଲ୍ ସେଭ୍ କରିବାକୁ Desktop ଚୟନ କରିବି
04:35 ଆଉ ଏହାକୁ ST-Visiting-Card ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି
04:43 ଏହାପରେ ଆମେ ଫାଇଲ୍ କୁ PDF ଫର୍ମାଟ୍ ରେ ସେଭ୍ କରିବା
04:48 ପୁଣିଥରେ Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
04:53 Extensionକୁ PDFରେ ବଦଳାଇ ସେଭ୍ କ୍ଲିକ୍ କରନ୍ତୁ
04:57 Resolutionକୁ 300 କରି OK କ୍ଲିକ୍ କରନ୍ତୁ
05:01 ଡେସ୍କଟପ୍‍ କୁ ଯାଆନ୍ତୁ
05:03 ଆମେ ସେଭ୍ କରିଥିବା ଫାଇଲ୍ ଏଠାରେ ଅଛି. ତାକୁ ଖୋଲନ୍ତୁ
05:08 ଏହିଗୁଡ଼ିକ ହେଉଛି ଆମେ ତିଆରି କରିଥିବା ଭିଜିଟିଙ୍ଗ୍ କାର୍ଡସ୍
05:11 ସଂ‍କ୍ଷିପ୍ତରେ
05:13 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,
  • ଏକ ଭିଜିଟିଙ୍ଗ୍ କାର୍ଡ ପାଇଁ ସେଟିଙ୍ଗ୍ସ
  • ଏକ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ କରିବା
  • ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିବା ପାଇଁ ସେଟିଙ୍ଗ୍ସ
05:23 ଏକ ଆସାଇନମେଣ୍ଟ ଭାବେ
05:26 ନିମ୍ନ ବିବରଣୀ ସହ ଏକ ଭିଜିଟିଙ୍ଗ୍ କାର୍ଡ ତିଆରି କରନ୍ତୁ
  • ଆପଣଙ୍କ ନାମ
  • ଆପଣଙ୍କ ଅନୁଷ୍ଠାନ/ସଂ‍ସ୍ଥାର ନାମ
  • ଆପଣଙ୍କ ଅନୁଷ୍ଠାନ/ସଂ‍ସ୍ଥାର ଲୋଗୋ
  • ଆପଣଙ୍କ ଅନୁ‍ଷ୍ଠାନ/ସଂ‍ସ୍ଥାର ୱେବ୍ ସାଇଟ୍ ଆଡ୍ରେସ୍
05:38 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ
05:44 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
05:51 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
05:54 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
05:59 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ
06:03 ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ

ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep