Inkscape/C3/Design-a-visiting-card/Oriya
From Script | Spoken-Tutorial
| Time | Narration |
| 00:00 | Inkscape ବ୍ୟବହାର କରି Design a Visiting Card ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:05 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
| 00:08 | ଏକ ଭିଜିଟିଙ୍ଗ୍ କାର୍ଡ ପାଇଁ ସେଟିଙ୍ଗ୍ସ |
| 00:10 | ଏକ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ କରିବା |
| 00:12 | ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିବା ପାଇଁ ସେଟିଙ୍ଗ୍ସ |
| 00:16 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
ଉବୁଣ୍ଟୁ ଲିନକ୍ସ 12.04 OS Inkscape ଭର୍ସନ୍ 0.48.4 |
| 00:26 | Inkscape ଖୋଲନ୍ତୁ |
| 00:28 | Fileକୁ ଯାଆନ୍ତୁ, Document Properties ଉପରେ କ୍ଲିକ୍ କରନ୍ତୁ |
| 00:34 | Default Unitsକୁ Inchesରେ ଏବଂ Orientationକୁ Landscapeରେ ବଦଳାନ୍ତୁ |
| 00:41 | ଚାଲନ୍ତୁ, ଏବେ ଗୋଟିଏ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ ଆରମ୍ଭ କରିବା |
| 00:45 | Rectangle Tool ବ୍ୟବହାର କରି ଏକ ଆୟତ କ୍ଷେତ୍ର ବନାନ୍ତୁ. |
| 00:49 | Selector Tool ଟୂଲ୍ ଉପରେ କ୍ଲିକ୍ କରନ୍ତୁ |
| 00:51 | Tool Controls Barରେ Widthକୁ 3.5ରେ ଓ Hightକୁ 2ରେ ବଦଳାନ୍ତୁ |
| 01:00 | ତାହାକୁ କାନଭାସ୍ ର ଉପର ବାମପଟ କୋଣକୁ ଘୁଞ୍ଚାନ୍ତୁ |
| 01:05 | ରଙ୍ଗକୁ ଗାଢ ସବୁଜ କରନ୍ତୁ |
| 01:08 | ଏବେ ଗୋଟିଏ ପ୍ୟାଟର୍ନ ଡିଜାଇନ୍ କରନ୍ତୁ |
| 01:10 | Bezier Tool ଚୟନ କରି ଗୋଟିଏ ଢେଉ ପରି ରେଖା ଆଙ୍କନ୍ତୁ |
| 01:14 | Object ମେନୁକୁ ଯାଆନ୍ତୁ. Fill and Stroke ଖୋଲନ୍ତୁ |
| 01:19 | Stroke ରଙ୍ଗକୁ ହଳଦିଆ କରନ୍ତୁ |
| 01:23 | ଏବେ, ଢେଉ ରେଖା ତଳେ ଗୋଟିଏ ସିଧା ରେଖା ଆଙ୍କନ୍ତୁ |
| 01:26 | ଉଭୟ ରେଖାକୁ ସିଲେକ୍ଟ କରନ୍ତୁ Extensions ମେନୁକୁ ଯାଆନ୍ତୁ. |
| 01:30 | Generate From Path ଉପରେ କ୍ଲିକ୍ କରି Interpolateରେ କ୍ଲିକ୍ କରନ୍ତୁ |
| 01:35 | Exponent, 0 ଅଛି କି ନାହିଁ ଦେଖନ୍ତୁ |
| 01:38 | Interpolation Stepsର ଭାଲ୍ୟୁକୁ 30 କରନ୍ତୁ |
| 01:42 | Apply ଉପରେ କ୍ଲିକ୍ କରିବା ପରେ Close ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 01:46 | ଦେଖନ୍ତୁ, Interpolation ଇଫେକ୍ଟ ଏବେ ଲାଗୁ ହୋଇଗଲା |
| 01:50 | ଚାଲନ୍ତୁ, Interpolate ଡିଜାଇନ୍ କୁ କିଛି ଗ୍ଲୋ ଇଫେକ୍ଟ ଦେବା. ଡିଜାଇନ୍ ସିଲେକ୍ଟ କରନ୍ତୁ |
| 01:55 | Filter ମେନୁକୁ ଯାଆନ୍ତୁ. Shadows and Glows ଉପରେ କ୍ଲିକ୍ କରି Glow ଉପରେ କ୍ଲିକ୍ କରନ୍ତୁ |
| 02:02 | ଡିଜାଇନ୍ ରେ ଗ୍ଲୋ ଇଫେକ୍ଟ ଲାଗୁ ହୋଇଗଲା |
| 02:06 | ଏବେ Spoken Tutorial Logo ଇମ୍ପୋର୍ଟ କରନ୍ତୁ |
| 02:10 | ତାହାକୁ ମୁଁ ମୋର Document ଫୋଲ୍ଡର୍ ରେ ସେଭ୍ କରିଛି |
| 02:13 | ଏହି ଲୋଗୋ, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯାଇଛି |
| 02:17 | Fileକୁ ଯାଇ Import ଉପରେ କ୍ଲିକ୍ କରନ୍ତୁ |
| 02:23 | ଲୋଗୋକୁ ରିସାଇଜ୍ କରି ଉପର ବାମ କୋଣରେ ତାହାକୁ ରଖନ୍ତୁ |
| 02:27 | ମୁଁ ପୂର୍ବରୁ ସେଭ୍ କରିସାରିଥିବା LibreOffice Writer ଫାଇଲ୍ ରୁ ଭିଜିଟିଙ୍ଗ୍ କାର୍ଡ ବିବରଣୀ କପୀ କରିବି |
| 02:34 | ଏହି ଫାଇଲ୍, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯାଇଛି |
| 02:38 | ଫଣ୍ଟ ସାଇଜ୍ 12 ଓ ଟେକ୍ସଟ୍ କଲର୍ ଧଳାରେ ବଦଳାନ୍ତୁ |
| 02:43 | Spoken Tutorial ଶବ୍ଦକୁ ସିଲେକ୍ଟ କରନ୍ତୁ |
| 02:45 | ଫଣ୍ଟ ସାଇଜ୍ କୁ 16 କରି ତାହାକୁ Bold କରନ୍ତୁ |
| 02:50 | ଏବେ, Spoken Tutorial ପାଇଁ ଆମର ଭିଜିଟିଙ୍ଗ୍ କାର୍ଡ ପ୍ରସ୍ତୁତ |
| 02:55 | ଏହାପରେ ଆମେ, ଭିଜିଟିଙ୍ଗ୍ କାର୍ଡର ଏକାଧିକ କପୀ କରିବା ବିଷୟରେ ଶିଖିବା |
| 02:59 | ଏହାକୁ ଆମେ, Cloning Method ଦ୍ୱାରା କରିବା |
| 03:03 | ଏହା କରିବା ପାଇଁ, ପ୍ରଥମେ ସମସ୍ତ ଏଲେମେଣ୍ଟକୁ ଆମେ ଗ୍ରୁପ୍ କରିବା |
| 03:06 | ସମସ୍ତ ଏଲେମେଣ୍ଟକୁ ସିଲେକ୍ଟ କରିବା ପାଇଁ Ctrl + A ଏବଂ ସେଗୁଡ଼ିକୁ ଗ୍ରୁପ୍ କରିବା ପାଇଁ Ctrl + G ଦବାନ୍ତୁ |
| 03:13 | ଏବେ, Edit ମେନୁକୁ ଯାଇ, |
| 03:15 | Clone ଉପରେ କ୍ଲିକ୍ କରି Create Tiled Clones ଉପରେ କ୍ଲିକ୍ କରନ୍ତୁ |
| 03:20 | Create Tiled Clones ଡାୟଲଗ୍ ବକ୍ସ ଖୋଲିଲା |
| 03:23 | Symmetry ଟାବ୍ ରେ, Rowକୁ 4ରେ ଓ Columnsକୁ 3ରେ ବଦଳାନ୍ତୁ |
| 03:30 | ଏବେ Create ବଟନ୍ କ୍ଲିକ୍ କରି |
| 03:33 | ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ |
| 03:35 | ଦେଖନ୍ତୁ, କାନଭାସ୍ ଉପରେ ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ଦେଖାଦେଲା |
| 03:40 | ଏହିପରି ଭାବେ ଆମେ, ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିପାରିବା |
| 03:44 | ଉପର ବାମପଟେ ଥିବା ଭିଜିଟିଙ୍ଗ୍ କାର୍ଡକୁ ଦେଖନ୍ତୁ |
| 03:48 | ତାହା ଉପରେ କ୍ଲିକ୍ କରି ତାହାକୁ ସେହି ସ୍ଥାନରୁ ଘୁଞ୍ଚାନ୍ତୁ |
| 03:50 | ଏହା ଏକ ଅତିରିକ୍ତ କପୀ ହୋଇଥିବାରୁ ଏହାକୁ ଡିଲିଟ୍ କରିଦିଅନ୍ତୁ |
| 03:54 | ଯଦି କିଛି ପରିବର୍ତ୍ତନ ମିଶାଇବାକୁ ହୁଏ, ତେବେ କ’ଣ କରିବେ? |
| 03:59 | ଆମକୁ ଭିଜିଟିଙ୍ଗ୍ କାର୍ଡର ପ୍ରତ୍ୟେକ କପୀକୁ ବଦଳାଇବାକୁ ପଡ଼ିବ କି? |
| 04:02 | ଆଦୌ ନୁହେଁ. ଆମକୁ କେବଳ ମୂଳ ଭିଜିଟିଙ୍ଗ୍ କାର୍ଡରେ ହିଁ ସଂଶୋଧନ କରିବାକୁ ହେବ |
| 04:07 | ତାହା ସମସ୍ତ କପୀରେ ପ୍ରତିଫଳିତ ହେବ |
| 04:10 | ଚାଲନ୍ତୁ ଏହା ଦେଖିବା. ମୂଳ କାର୍ଡରେ Spoken Tutorial ଶବ୍ଦ ଉପରେ ଡବଲ୍ କ୍ଲିକ୍ କରି, ତାହାର ରଙ୍ଗକୁ ମାଟିଆ କରନ୍ତୁ |
| 04:18 | ଭିଜିଟିଙ୍ଗ୍ କାର୍ଡର ସମସ୍ତ କପୀରେ ପ୍ରତିଫଳିତ ପରିବର୍ତ୍ତନକୁ ଦେଖନ୍ତୁ |
| 04:24 | ଏବେ, ଫାଇଲ୍ କୁ ସେଭ୍ କରନ୍ତୁ |
| 04:26 | ଆମର SVG ଫାଇଲ୍ ସେଭ୍ କରିବାକୁ Ctrl + S ଦବାନ୍ତୁ. ମୁଁ, ଫାଇଲ୍ ସେଭ୍ କରିବାକୁ Desktop ଚୟନ କରିବି |
| 04:35 | ଆଉ ଏହାକୁ ST-Visiting-Card ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି |
| 04:43 | ଏହାପରେ ଆମେ ଫାଇଲ୍ କୁ PDF ଫର୍ମାଟ୍ ରେ ସେଭ୍ କରିବା |
| 04:48 | ପୁଣିଥରେ Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ |
| 04:53 | Extensionକୁ PDFରେ ବଦଳାଇ ସେଭ୍ କ୍ଲିକ୍ କରନ୍ତୁ |
| 04:57 | Resolutionକୁ 300 କରି OK କ୍ଲିକ୍ କରନ୍ତୁ |
| 05:01 | ଡେସ୍କଟପ୍ କୁ ଯାଆନ୍ତୁ |
| 05:03 | ଆମେ ସେଭ୍ କରିଥିବା ଫାଇଲ୍ ଏଠାରେ ଅଛି. ତାକୁ ଖୋଲନ୍ତୁ |
| 05:08 | ଏହିଗୁଡ଼ିକ ହେଉଛି ଆମେ ତିଆରି କରିଥିବା ଭିଜିଟିଙ୍ଗ୍ କାର୍ଡସ୍ |
| 05:11 | ସଂକ୍ଷିପ୍ତରେ |
| 05:13 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
ଏକ ଭିଜିଟିଙ୍ଗ୍ କାର୍ଡ ପାଇଁ ସେଟିଙ୍ଗ୍ସ ଏକ ଭିଜିଟିଙ୍ଗ୍ କାର୍ଡ ଡିଜାଇନ୍ କରିବା ଭିଜିଟିଙ୍ଗ୍ କାର୍ଡର ଅନେକ କପୀ ପ୍ରିଣ୍ଟ କରିବା ପାଇଁ ସେଟିଙ୍ଗ୍ସ |
| 05:23 | ଏକ ଆସାଇନମେଣ୍ଟ ଭାବେ |
| 05:26 | ନିମ୍ନ ବିବରଣୀ ସହ ଏକ ଭିଜିଟିଙ୍ଗ୍ କାର୍ଡ ତିଆରି କରନ୍ତୁ
ଆପଣଙ୍କ ନାମ ଆପଣଙ୍କ ଅନୁଷ୍ଠାନ/ସଂସ୍ଥାର ନାମ ଆପଣଙ୍କ ଅନୁଷ୍ଠାନ/ସଂସ୍ଥାର ଲୋଗୋ ଆପଣଙ୍କ ଅନୁଷ୍ଠାନ/ସଂସ୍ଥାର ୱେବ୍ ସାଇଟ୍ ଆଡ୍ରେସ୍ |
| 05:38 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ |
| 05:44 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
| 05:51 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 05:54 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 05:59 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 06:03 | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |