Inkscape/C3/Create-a-3-fold-brochure/Oriya

From Script | Spoken-Tutorial
Revision as of 12:23, 7 June 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Inkscape ବ୍ୟବହାର କରି Creat a 3-fold Brochure ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା,
00.08 * Guidelinesର ବ୍ୟବହାର ଓ ସେଟ୍ କରିବା
00:10 * 3-Fold ବ୍ରୋଶର୍ ପାଇଁ ସେଟିଙ୍ଗ୍ସ
00:12 * 3-Fold ବ୍ରୋଶର୍ ଡିଜାଇନ୍ କରିବା
00:15 ଆମେ, Layers ବ୍ୟବହାରର ମହତ୍ୱ ବିଷୟରେ ମଧ୍ୟ ଶିଖିବା
00:18 ଏହି ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:21 * ଉବୁଣ୍ଟୁ ଲିନକ୍ସ 12.04 OS
00:24 * Inkscape ଭର୍ସନ୍ 0.48.4
00:28 ଏହା ହେଉଛି ଗୋଟିଏ ନମୁନା 3-Fold Brochure. ଆମେ ଏହାକୁ ଖୋଲିଲେ, ଏହାର 3-foldsକୁ ଦେଖିପାରିବା
00:34 ଏଥିରେ ସମୁଦାୟ 6ଟି ଭାଗ ଅଛି
00:37 ବାହାର ପଟେ 1, 5 ଓ 6 ରହିଥିବାବେଳେ
00:42 ଭିତର ପଟେ 2, 3 ଓ 4 ରହିଛି


00:46 ଏହିପରି ଏକ ବ୍ରୋଶର୍ କିପରି ତିଆରି କରାଯାଏ, ଚାଲନ୍ତୁ ଶିଖିବା
00:51 Inkscape ଖୋଲନ୍ତୁ
00:53 File ଉପରେ କ୍ଲିକ୍ କରି Document Propertiesକୁ ଯାଆନ୍ତୁ
00:56 ପ୍ରଥମେ କିଛି ବେସିକ୍ ସେଟିଙ୍ଗ୍ସ କରିବା
00:59 ବଦଳାନ୍ତୁ:
01.00 * Default Unitsକୁ mmରେ
01.03 * Page Sizeକୁ A4ରେ
01.05 * Orientationକୁ Landscapeରେ
01.07 * Custom Size Unitsକୁ mmରେ
01.11 ଆମେ, କାନଭାସ୍ କୁ 3ଟି ଭାଗରେ ବିଭାଜିତ କରିବା
01.14 ଦେଖନ୍ତୁ, କାନଭାସ୍ ର ଓସାର ହେଉଛି 297
01.18 ତେଣୁ ଆମକୁ, 99 କରି, 297କୁ 3ଟି ଭାଗରେ ବିଭକ୍ତ କରିବାକୁ ହେବ
01.27 ଏବେ, Document Properties ଡାୟଲଗ୍ ବକ୍ସ ବନ୍ଦ କରିଦିଅନ୍ତୁ
01.30 ବାମପଟୁ କ୍ଲିକ୍ କରି, କାନଭାସ୍ ଉପରକୁ ଗୋଟିଏ Guideline ଟାଣନ୍ତୁ
01.35 ଏହି Guideline ଉପରେ ଡବଲ୍ କ୍ଲିକ୍ କରନ୍ତୁ
01.37 ଏକ ଡାୟଲଗ୍‍ ବକ୍ସ ଖୋଲିଥାଏ
01.41 Xର ଭାଲ୍ୟୁକୁ 99ରେ ବଦଳାଇ OK କ୍ଲିକ୍ କରନ୍ତୁ
01.45 ବାମପଟୁ କ୍ଲିକ୍ କରି, କାନଭାସ୍ ଉପରକୁ ଆଉ ଗୋଟିଏ Guideline ଟାଣନ୍ତୁ
01.50 ଡାୟଲଗ୍ ବକ୍ସ ଖୋଲିବା ପାଇଁ ଏହା ଉପରେ ଡବଲ୍‍ କ୍ଲିକ୍‍ କରନ୍ତୁ
01.53 ଏଠାରେ Xର ଭାଲ୍ୟୁକୁ 198 କରନ୍ତୁ
01.56 ଏବେ ଆମ କାନଭାସ୍ 3ଟି ସମାନ ଭାଗରେ ବିଭକ୍ତ ହୋଇଗଲା
02.01 ପ୍ରତ୍ୟେକ ଫୋଲ୍ଡ କେଉଁଠାରୁ ଆରମ୍ଭ ହୋଇ କେଉଁଠାରେ ଶେଷ ହେବ, ଏହିସବୁ Guidelines ଆମକୁ କୁହେ
02.06 ଏହି ଫାଇଲ୍ କୁ ଦୁଇଥର ସେଭ୍ କରନ୍ତୁ:
02.08 ଭିତର ପଟ ବ୍ରୋଶର୍ ପାଇଁ ଥରେ
02.11 ଓ ବାହାର ପଟ ବ୍ରୋଶର୍ ପାଇଁ ଆଉଥରେ
02.13 Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
02.16 Brochure-OUT.svg ନାମ ଦେଇ ମୁଁ ଫାଇଲଟିକୁ ମୋ Desktopରେ ସେଭ୍ କରିବି
02.22 ପୁଣିଥରେ Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
02.26 ଏଥରକ ମୁଁ, Brochure-IN.svg ନାମ ଦେଇ Saveରେ କ୍ଲିକ୍ କରିବି
02.33 ଏବେ, ଆମ ପାଖରେ ଦୁଇଟି ଫାଇଲ୍ ଅଛି, ଗୋଟିଏ ଭିତର ଭାଗ ପାଇଁ ଏବଂ ଆଉ ଗୋଟିଏ ବାହାର ଭାଗ ପାଇଁ
02.39 Brochure-IN.svgରୁ ଆରମ୍ଭ କରିବା
02.43 ଯେହେତୁ ଆମେ ଏହି ବ୍ରୋଶର୍ କୁ ତିଆରି କରିବାକୁ ଯାଉଛେ, ଆମକୁ ବିଭିନ୍ନ ଏଲେମେଣ୍ଟସ୍ ପାଇଁ ବିଭିନ୍ନ ଲେୟର୍ସ ବ୍ୟବହାର କରିବାକୁ ପଡ଼ିବ
02.50 ଏପରି କରିବାର ଲାଭ ବିଷୟରେ ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷରେ ଜାଣିବା
02.54 ଚାଲନ୍ତୁ ପ୍ରଥମେ ବ୍ରୋଶର୍ ର ଭିତର ଭାଗ - 2, 3 ଓ 4 ଡିଜାଇନ୍ କରିବା
03.00 Bezier Tool ବ୍ୟବହାର କରି, କାନଭାସ୍ ର ମଝିରେ ଏକ ରେଖାଚିତ୍ର ଆଙ୍କନ୍ତୁ ତାହାକୁ ନୀଳ ରଙ୍ଗ ଦିଅନ୍ତୁ


03.09 Stroke କାଢ଼ିଦିଅନ୍ତୁ
03.14 ଏକ ନୂଆ ଲେୟର୍ ତିଆରି କରି ନିଜ ପସନ୍ଦାନୁସାରେ ନାମ ଦିଅନ୍ତୁ
03.19 150X150 pixelsର ଏକ ବୃତ୍ତ ବନାନ୍ତୁ
03.26 ତାହାକୁ ସବୁଜ ରଙ୍ଗ ଦିଅନ୍ତୁ
03.28 ବୃତ୍ତର ନକଲ କରି ପ୍ରଦର୍ଶିତ ଅନୁସାରେ ବିଭିନ୍ନ ଆକାରର ଆଉ 5ଟି ବୃତ୍ତ ତିଆରି କରନ୍ତୁ
03.36 ପ୍ରଦର୍ଶିତ ହୋଇଥିବା ପରି ସେଗୁଡ଼ିକୁ ରେଖାଚିତ୍ରର ଚାରିପଟେ ରଖନ୍ତୁ
03.40 ଏହି ବୃତ୍ତଗୁଡ଼ିକ ଭିତରେ ଆମେ କିଛି Images ରଖିବା
03.44 ମୁଁ ପୂର୍ବରୁ, ଇମେଜ୍ ଗୁଡ଼ିକୁ ବୃତ୍ତାକାରରେ ଏଡିଟ୍ କରି ମୋ Document ଫୋଲ୍ଡର୍ ରେ ସେଭ୍ କରିସାରିଛି
03.50 ଆପଣଙ୍କର ସୁବିଧା ନିମନ୍ତେ ଏହି ଇମେଜ୍ ଗୁଡ଼ିକ, Code Files ଲିଙ୍କ୍ ରେ ଆପଣଙ୍କୁ ପ୍ରଦାନ କରାଯାଇଛି
03.56 ଟ୍ୟୁଟୋରିଆଲ୍ କୁ ରୋକି, ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ଓ ନିଜ ପସନ୍ଦର ‍ସ୍ଥାନରେ ଇମେଜ୍ ଗୁଡ଼ିକୁ ସେଭ୍ କରନ୍ତୁ
04.02 ଏହାପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
04.04 Fileକୁ ଯାଇ Import ଓ ତା’ପରେ Image1 ଉପରେ କ୍ଲିକ୍ କରନ୍ତୁ
04.09 ଏହାକୁ ପ୍ରଥମ ବୃତ୍ତର ଉପରେ ରଖନ୍ତୁ
04.12 ସମାନ ଭାବରେ ଅନ୍ୟ 5ଟି ଇମେଜ୍ ପାଇଁ ପଦାଙ୍କଗୁଡ଼ିକୁ ରିପିଟ୍ କରନ୍ତୁ
04.17 Align And Distribute ଅପ୍ସନ୍ ବ୍ୟବହାର କରି ସେଗୁଡ଼ିକୁ ଆଲାଇନ୍ କରନ୍ତୁ
04.20 ଆପଣଙ୍କର କାନଭାସ୍ ଏହିପରି ଦେଖାଯିବା ଉଚିତ
04.25 ଏବେ, ଏକ ନୂଆ ଲେୟର୍ କ୍ରିଏଟ୍ କରନ୍ତୁ
04.28 Bezier Tool ଚୟନ କରି ଗୋଟିଏ ତୀର ଆଙ୍କନ୍ତୁ
04.34 ତାହାକୁ ପାଉଁଶିଆ ରଙ୍ଗ ଦିଅନ୍ତୁ
04.38 Stroke କାଢ଼ିଦିଅନ୍ତୁ
04.41 Filter ମେନୁକୁ ଯାଆନ୍ତୁ. Shadow And Glows ଚୟନ କରି Drop Shadow ଉପରେ କ୍ଲିକ୍ କରନ୍ତୁ
04.47 ଏହାର ଇଫେକ୍ଟ ଆପଣ Preview ବକ୍ସରେ ଦେଖିପାରିବେ
04.50 ଏବେ Apply ଉପରେ କ୍ଲିକ୍‍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
04.55 ପ୍ରଦର୍ଶିତ ଅନୁସାରେ ଏହାକୁ ଓଭରଲାପିଙ୍ଗ୍ ଶୈଳୀରେ ପ୍ରଥମ ବୃତ୍ତ ଉପରେ ରଖନ୍ତୁ
05.01 ଏହି ଆରୋକୁ ଦୁଇଥର ନକଲ କରି ଆହୁରି 2ଟି ଆରୋ ବନାନ୍ତୁ
05.05 ଯେପରି ଦେଖାଯାଇଛି, ସେଗୁଡ଼ିକୁ କ୍ରମଶଃ 2ୟ ଓ 3ୟ ବୃତ୍ତ ଉପରେ ରଖନ୍ତୁ
05.10 ଏବେ, ସମସ୍ତ ଗ୍ରାଫିକ୍ ଏଲେମେଣ୍ଟଗୁଡ଼ିକ ହୋଇଗଲା
05.13 ଆମେ ବର୍ତ୍ତମାନ ପ୍ରାସଙ୍ଗିକ ଟେକ୍ସଟ୍ ପ୍ରବେଶ କରାଇବା
05.15 ନୂଆ ଲେୟର୍ ଉପରେ, ପ୍ରଥମ ଆରୋରେ ଟାଇପ୍ କରନ୍ତୁ Introduction
05.20 ଦ୍ୱିତୀୟ ଆରୋରେ ଟାଇପ୍ କରନ୍ତୁ Features
05.24 ତୃତୀୟ ଆରୋରେ ଟାଇପ୍ କରନ୍ତୁ Usage
05.28 ଏହି ବିଭାଗଗୁଡ଼ିକର ପ୍ରତ୍ୟେକଟିରେ ଆମେ ଏବେ ଟେକ୍ସଟ୍ ଇନ୍ସର୍ଟ କରିବା
05.33 ମୁଁ ପୂର୍ବରୁ ସେଭ୍ କରିସାରିଥିବା LibreOffice Writer ଫାଇଲ୍ ରୁ ଟେକ୍ସଟ୍ Copy କରି Paste କରିବି
05.40 ଆପଣ ସେଭ୍ କରିଥିବା ଫୋଲ୍ଡର୍ ରେ ଏହି ଫାଇଲ୍ ଉପଲବ୍ଧ ଅଛି
05.43 ତାହାକୁ କାଢି, ସେଥିରୁ ଟେକ୍ସଟ୍ Copy କରନ୍ତୁ
05.47 ତା’ପରେ, ପ୍ରଦର୍ଶିତ ଅନୁସାରେ ଲେୟର୍ ଉପରେ ତାକୁ Paste କରନ୍ତୁ
05.50 ଫଣ୍ଟ ସାଇଜ୍ କୁ 15କୁ ହ୍ରାସ କରି Text and Font ଅପ୍ସନ୍ ବ୍ୟବହାର କରି ସେଗୁଡ଼ିକ ଆଲାଇନ୍ କରନ୍ତୁ
05.55 Ellipse ଟୂଲ୍ ବ୍ୟବହାର କରି ସବୁଜ ରଙ୍ଗର ଏକ Bullet ତିଆରି କରନ୍ତୁ
05.59 ତାହାକୁ ପ୍ରଥମ ବାକ୍ୟର ଡାହାଣପଟେ ରଖନ୍ତୁ
06.02 ସମସ୍ତ ବାକ୍ୟ ପାଇଁ ସମାନ ପ୍ରକ୍ରିୟା ରିପିଟ୍ କରନ୍ତୁ
06.05 ଏବେ, ବ୍ରୋଶର୍ ର ଭିତର ଭାଗ ପ୍ରସ୍ତୁତ
06.08 ଆମର SVG ଫାଇଲ୍ ସେଭ୍ କରିବାକୁ Ctrl + S ଦବାନ୍ତୁ
06.12 ଫାଇନାଲ୍ ବ୍ରୋଶର୍ ରେ ଚାହୁଁଥିବା ଲେୟର୍ସକୁ ଏବେ ଆପଣ ଲୁଚାଇ କିମ୍ୱା ଦେଖାଇପାରିବେ
06.18 ବର୍ତ୍ତମାନ ସେହି ଫାଇଲ୍‍ କୁ PDFରେ ସେଭ୍‍ କରନ୍ତୁ
06.21 Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
06.24 ଫାଇଲ୍ ଏକ୍ସଟେନ୍ସନ୍ କୁ PDFରେ ବଦଳାନ୍ତୁ
06.29 Save ଉପରେ କ୍ଲିକ୍‍ କରନ୍ତୁ
06.31 ଏକ ନୂଆ ଡାୟଲଗ୍‍ ବକ୍ସ ଦେଖାଦେଲା
06.34 ପ୍ରିଣ୍ଟିଙ୍ଗ୍ ପାଇଁ ରିଜୋଲ୍ୟୁଶନ୍ 300 ହେବା ଦରକାର
06.37 ୱେବ୍ ପାଇଁ ଏହା 72 ହୋଇପାରେ
06.40 ମୁଁ ଏହାକୁ 300 ରଖୁଛି
06.42 OK ଉପରେ କ୍ଲିକ୍‍ କରନ୍ତୁ
06.44 ଏବେ, ଆରୋଗୁଡ଼ିକର Opacity ବଦଳାନ୍ତୁ
06.47 Arrow ଲେୟର୍ କୁ ଯାଇ ଲେୟର୍ ର ପାରଦର୍ଶିତାକୁ 70 କରନ୍ତୁ
06.52 Ink Blot ସହିତ ମୁଁ ଏକ ନୂଆ ଲେୟର୍ ମଧ୍ୟ ଆଡ୍ କରିଛି
06.58 ଇମେଜଟିକୁ SVG ଓ PDF ଫର୍ମାଟରେ ସେଭ୍ କରିବା
07.04 ଭିନ୍ନତା ବୁଝିବା ପାଇଁ 2ଟି PDFକୁ ତୁଳନା କରନ୍ତୁ
07.08 ଏବେ ଚାଲନ୍ତୁ, ବ୍ରୋଶର୍ ର ବାହାର ଭାଗ ତିଆରି କରିବା
07.12 Fileକୁ ଯାଆନ୍ତୁ, Open ଉପରେ କ୍ଲିକ୍‍ କରନ୍ତୁ
07.14 Brochure-OUT.svg ସିଲେକ୍ଟ କରନ୍ତୁ
07.18 ଏବେ ଆମକୁ 1, 5 ଓ 6 ଭାଗ ଡିଜାଇନ୍ କରିବାକୁ ହେବ
07.22 ପୁଣିଥରେ, ବିଭିନ୍ନ ଏଲେମେଣ୍ଟସ୍ ପାଇଁ ବିଭିନ୍ନ ଲେୟର୍ସ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ
07.28 ପ୍ରଦର୍ଶିତ ଅନୁସାରେ Bezier Tool ବ୍ୟବହାର କରି ଉପର ବାମପଟେ ଏକ ରେଖାଚିତ୍ର ଆଙ୍କନ୍ତୁ
07.33 ତାହାକୁ ନୀଳ ରଙ୍ଗ ଦିଅନ୍ତୁ. Stroke କାଢ଼ିଦିଅନ୍ତୁ
07.36 ସେଭ୍ କରିଥିବା Spoken Tutorial ଲୋଗୋକୁ ଇମ୍ପୋର୍ଟ କରନ୍ତୁ
07.40 ତାହାର ସାଇଜ୍ ହ୍ରାସ କରି ତାକୁ ପ୍ରଥମ ଭାଗର ଉପର ବାମ କୋଣରେ ରଖନ୍ତୁ
07.46 Spoken Tutorial ଟାଇପ୍ କରି ଲୋଗୋର ଡାହାଣ ପଟକୁ ତାହାକୁ ଆଲାଇନ୍ କରନ୍ତୁ
07.51 ଫଣ୍ଟ ସାଇଜ୍ କୁ 25 କରନ୍ତୁ
07.54 ଟେକ୍ସଟ୍ ତଳକୁ ଏକ ବୃତ୍ତ ଆଙ୍କି ତାହାକୁ ହଳଦିଆ ରଙ୍ଗ ଦିଅନ୍ତୁ
07.58 Inkscape ଲୋଗୋ ଇମ୍ପୋର୍ଟ କରନ୍ତୁ


08.00 ଏହାକୁ ହଳଦିଆ ବୃତ୍ତ ଉପରେ ରଖନ୍ତୁ
08.03 ଲୋଗୋ ତଳକୁ Inkscape ଟାଇପ୍ କରନ୍ତୁ ଫଣ୍ଟ ସାଇଜ୍ କୁ 45 କରନ୍ତୁ
08.09 ମୁଁ Spoken Tutorial ପ୍ରୋଜେକ୍ଟ ବିଷୟରେ ବିବରଣୀ ଆଡ୍ କରି ପ୍ରାସଙ୍ଗିକ ଲୋଗୋଗୁଡ଼ିକରେ ଇନ୍ସର୍ଟ କରିଛି
08.15 ଦୟାକରି ସେହିପରି କରନ୍ତୁ
08.17 ମୁଁ ନିମ୍ନ ଅପ୍ସନ୍ସ ବ୍ୟବହାର କରି ସମସ୍ତ ଏଲେମେଣ୍ଟ ଗୁଡ଼ିକୁ ଆଲାଇନ୍ କରିଛି
08.19 Text and font
08.21 ଓ Align and Distribute
08.24 ଏବେ, ବ୍ରୋଶର୍ ର ବାହାର ଭାଗ ପ୍ରସ୍ତୁତ
08.28 Fileକୁ ଯାଆନ୍ତୁ,
08.29 Save Asରେ କ୍ଲିକ୍ କରନ୍ତୁ
08.31 ଫର୍ମାଟ୍ କୁ SVGରେ ବଦଳାଇ ସେଭ୍ କ୍ଲିକ୍ କରନ୍ତୁ
08.37 ସମାନ ପ୍ରକ୍ରିୟା ଦୋହରାନ୍ତୁ
08.39 ଏକ୍ସଟେନ୍ସନ୍ କୁ PDFରେ ବଦଳାନ୍ତୁ
08.41 Save ଉପରେ କ୍ଲିକ୍‍ କରନ୍ତୁ
08.43 ଏହା ହେଉଛି ଆମର ସମ୍ପୂର୍ଣ୍ଣ ବ୍ରୋଶର୍
08.46 ଯଦି ଆପଣ ବିଭିନ୍ନ ଏଲେମେଣ୍ଟସ୍ ପାଇଁ ଲେୟର୍ସ ବ୍ୟବହାର କରିଛନ୍ତି, ତେବେ ଆପଣ ସୁବିଧାଜନକ ଭାବେ ଓପାସିଟୀ ଓ ରଙ୍ଗ ବଦଳାଇପାରିବେ
08.54 ଏହା ହେଉଛି 2ଟି ଅନ୍ୟ କଲର୍ ସ୍କିମ୍, ଯାହାକୁ ମୁଁ ସେହି ବ୍ରୋଶର୍ ପାଇଁ ତିଆରି କରିଛି
09.00 ସଂ‍କ୍ଷିପ୍ତରେ
09.02 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,
09.04 * Guidelinesର ବ୍ୟବହାର ଓ ସେଟ୍ କରିବା
09.07 * 3-Fold ବ୍ରୋଶର୍ ପାଇଁ ସେଟିଙ୍ଗ୍ସ
09.09 * 3-Fold ବ୍ରୋଶର୍ ଡିଜାଇନ୍ କରିବା
09.11 ଆମେ ଆହୁରି ମଧ୍ୟ ଶିଖିଲେ -
09.12 Layers ବ୍ୟବହାର କରିବାର ମହତ୍ୱତା
09.14 ଏବଂ ବିଭିନ୍ନ କଲର୍ ସ୍କିମ୍ସରେ ସମାନ ବ୍ରୋଶର୍ ପ୍ରାପ୍ତ କରିବା
09.18 ଏକ ଆସାଇନମେଣ୍ଟ ଭାବେ
09.20 Spoken Tutorial ପ୍ରୋଜେକ୍ଟ ପାଇଁ 3-Fold Brochure ତିଆରି କରନ୍ତୁ
09.24 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
09.29 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ
09.35 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
09.42 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09.45 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09.50 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ
09.54 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
09.57 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep