Inkscape/C3/Create-a-3-fold-brochure/Oriya
From Script | Spoken-Tutorial
| Time | Narration |
| 00:01 | Inkscape ବ୍ୟବହାର କରି Creat a 3-fold Brochure ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
| 00:08 | Guidelinesର ବ୍ୟବହାର ଓ ସେଟ୍ କରିବା |
| 00:10 | 3-Fold ବ୍ରୋଶର୍ ପାଇଁ ସେଟିଙ୍ଗ୍ସ |
| 00:12 | 3-Fold ବ୍ରୋଶର୍ ଡିଜାଇନ୍ କରିବା |
| 00:15 | ଆମେ, Layers ବ୍ୟବହାରର ମହତ୍ୱ ବିଷୟରେ ମଧ୍ୟ ଶିଖିବା |
| 00:18 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
| 00:21 | ଉବୁଣ୍ଟୁ ଲିନକ୍ସ 12.04 OS |
| 00:24 | Inkscape ଭର୍ସନ୍ 0.48.4 |
| 00:28 | ଏହା ହେଉଛି ଗୋଟିଏ ନମୁନା 3-Fold Brochure. ଆମେ ଏହାକୁ ଖୋଲିଲେ, ଏହାର 3-foldsକୁ ଦେଖିପାରିବା |
| 00:34 | ଏଥିରେ ସମୁଦାୟ 6ଟି ଭାଗ ଅଛି |
| 00:37 | ବାହାର ପଟେ 1, 5 ଓ 6 ରହିଥିବାବେଳେ |
| 00:42 | ଭିତର ପଟେ 2, 3 ଓ 4 ରହିଛି |
| 00:46 | ଏହିପରି ଏକ ବ୍ରୋଶର୍ କିପରି ତିଆରି କରାଯାଏ, ଚାଲନ୍ତୁ ଶିଖିବା |
| 00:51 | Inkscape ଖୋଲନ୍ତୁ |
| 00:53 | File ଉପରେ କ୍ଲିକ୍ କରି Document Propertiesକୁ ଯାଆନ୍ତୁ |
| 00:56 | ପ୍ରଥମେ କିଛି ବେସିକ୍ ସେଟିଙ୍ଗ୍ସ କରିବା |
| 00:59 | ବଦଳାନ୍ତୁ:,Default Unitsକୁ mmରେ |
| 01:03 | Page Sizeକୁ A4ରେ |
| 01:05 | Orientationକୁ Landscapeରେ |
| 01:07 | Custom Size Unitsକୁ mmରେ |
| 01:11 | ଆମେ, କାନଭାସ୍ କୁ 3ଟି ଭାଗରେ ବିଭାଜିତ କରିବା |
| 01:14 | ଦେଖନ୍ତୁ, କାନଭାସ୍ ର ଓସାର ହେଉଛି 297 |
| 01:18 | ତେଣୁ ଆମକୁ, 99 କରି, 297କୁ 3ଟି ଭାଗରେ ବିଭକ୍ତ କରିବାକୁ ହେବ |
| 01:27 | ଏବେ, Document Properties ଡାୟଲଗ୍ ବକ୍ସ ବନ୍ଦ କରିଦିଅନ୍ତୁ |
| 01:30 | ବାମପଟୁ କ୍ଲିକ୍ କରି, କାନଭାସ୍ ଉପରକୁ ଗୋଟିଏ Guideline ଟାଣନ୍ତୁ |
| 01:35 | ଏହି Guideline ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 01:37 | ଏକ ଡାୟଲଗ୍ ବକ୍ସ ଖୋଲିଥାଏ |
| 01:41 | Xର ଭାଲ୍ୟୁକୁ 99ରେ ବଦଳାଇ OK କ୍ଲିକ୍ କରନ୍ତୁ |
| 01:45 | ବାମପଟୁ କ୍ଲିକ୍ କରି, କାନଭାସ୍ ଉପରକୁ ଆଉ ଗୋଟିଏ Guideline ଟାଣନ୍ତୁ |
| 01:50 | ଡାୟଲଗ୍ ବକ୍ସ ଖୋଲିବା ପାଇଁ ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 01:53 | ଏଠାରେ Xର ଭାଲ୍ୟୁକୁ 198 କରନ୍ତୁ |
| 01:56 | ଏବେ ଆମ କାନଭାସ୍ 3ଟି ସମାନ ଭାଗରେ ବିଭକ୍ତ ହୋଇଗଲା |
| 02:01 | ପ୍ରତ୍ୟେକ ଫୋଲ୍ଡ କେଉଁଠାରୁ ଆରମ୍ଭ ହୋଇ କେଉଁଠାରେ ଶେଷ ହେବ, ଏହିସବୁ Guidelines ଆମକୁ କୁହେ |
| 02:06 | ଏହି ଫାଇଲ୍ କୁ ଦୁଇଥର ସେଭ୍ କରନ୍ତୁ: |
| 02:08 | ଭିତର ପଟ ବ୍ରୋଶର୍ ପାଇଁ ଥରେ |
| 02:11 | ଓ ବାହାର ପଟ ବ୍ରୋଶର୍ ପାଇଁ ଆଉଥରେ |
| 02:13 | Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ |
| 02:16 | Brochure-OUT.svg ନାମ ଦେଇ ମୁଁ ଫାଇଲଟିକୁ ମୋ Desktopରେ ସେଭ୍ କରିବି |
| 02:22 | ପୁଣିଥରେ Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ |
| 02:26 | ଏଥରକ ମୁଁ, Brochure-IN.svg ନାମ ଦେଇ Saveରେ କ୍ଲିକ୍ କରିବି |
| 02:33 | ଏବେ, ଆମ ପାଖରେ ଦୁଇଟି ଫାଇଲ୍ ଅଛି, ଗୋଟିଏ ଭିତର ଭାଗ ପାଇଁ ଏବଂ ଆଉ ଗୋଟିଏ ବାହାର ଭାଗ ପାଇଁ |
| 02:39 | Brochure-IN.svgରୁ ଆରମ୍ଭ କରିବା |
| 02:43 | ଯେହେତୁ ଆମେ ଏହି ବ୍ରୋଶର୍ କୁ ତିଆରି କରିବାକୁ ଯାଉଛେ, ଆମକୁ ବିଭିନ୍ନ ଏଲେମେଣ୍ଟସ୍ ପାଇଁ ବିଭିନ୍ନ ଲେୟର୍ସ ବ୍ୟବହାର କରିବାକୁ ପଡ଼ିବ |
| 02:50 | ଏପରି କରିବାର ଲାଭ ବିଷୟରେ ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷରେ ଜାଣିବା |
| 02:54 | ଚାଲନ୍ତୁ ପ୍ରଥମେ ବ୍ରୋଶର୍ ର ଭିତର ଭାଗ - 2, 3 ଓ 4 ଡିଜାଇନ୍ କରିବା |
| 03:00 | Bezier Tool ବ୍ୟବହାର କରି, କାନଭାସ୍ ର ମଝିରେ ଏକ ରେଖାଚିତ୍ର ଆଙ୍କନ୍ତୁ ତାହାକୁ ନୀଳ ରଙ୍ଗ ଦିଅନ୍ତୁ |
| 03:09 | Stroke କାଢ଼ିଦିଅନ୍ତୁ |
| 03:14 | ଏକ ନୂଆ ଲେୟର୍ ତିଆରି କରି ନିଜ ପସନ୍ଦାନୁସାରେ ନାମ ଦିଅନ୍ତୁ |
| 03:19 | 150X150 pixelsର ଏକ ବୃତ୍ତ ବନାନ୍ତୁ |
| 03:26 | ତାହାକୁ ସବୁଜ ରଙ୍ଗ ଦିଅନ୍ତୁ |
| 03:28 | ବୃତ୍ତର ନକଲ କରି ପ୍ରଦର୍ଶିତ ଅନୁସାରେ ବିଭିନ୍ନ ଆକାରର ଆଉ 5ଟି ବୃତ୍ତ ତିଆରି କରନ୍ତୁ |
| 03:36 | ପ୍ରଦର୍ଶିତ ହୋଇଥିବା ପରି ସେଗୁଡ଼ିକୁ ରେଖାଚିତ୍ରର ଚାରିପଟେ ରଖନ୍ତୁ |
| 03:40 | ଏହି ବୃତ୍ତଗୁଡ଼ିକ ଭିତରେ ଆମେ କିଛି Images ରଖିବା |
| 03:44 | ମୁଁ ପୂର୍ବରୁ, ଇମେଜ୍ ଗୁଡ଼ିକୁ ବୃତ୍ତାକାରରେ ଏଡିଟ୍ କରି ମୋ Document ଫୋଲ୍ଡର୍ ରେ ସେଭ୍ କରିସାରିଛି |
| 03:50 | ଆପଣଙ୍କର ସୁବିଧା ନିମନ୍ତେ ଏହି ଇମେଜ୍ ଗୁଡ଼ିକ, Code Files ଲିଙ୍କ୍ ରେ ଆପଣଙ୍କୁ ପ୍ରଦାନ କରାଯାଇଛି |
| 03:56 | ଟ୍ୟୁଟୋରିଆଲ୍ କୁ ରୋକି, ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ଓ ନିଜ ପସନ୍ଦର ସ୍ଥାନରେ ଇମେଜ୍ ଗୁଡ଼ିକୁ ସେଭ୍ କରନ୍ତୁ |
| 04:02 | ଏହାପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ |
| 04:04 | Fileକୁ ଯାଇ Import ଓ ତା’ପରେ Image1 ଉପରେ କ୍ଲିକ୍ କରନ୍ତୁ |
| 04:09 | ଏହାକୁ ପ୍ରଥମ ବୃତ୍ତର ଉପରେ ରଖନ୍ତୁ |
| 04:12 | ସମାନ ଭାବରେ ଅନ୍ୟ 5ଟି ଇମେଜ୍ ପାଇଁ ପଦାଙ୍କଗୁଡ଼ିକୁ ରିପିଟ୍ କରନ୍ତୁ |
| 04:17 | Align And Distribute ଅପ୍ସନ୍ ବ୍ୟବହାର କରି ସେଗୁଡ଼ିକୁ ଆଲାଇନ୍ କରନ୍ତୁ |
| 04:20 | ଆପଣଙ୍କର କାନଭାସ୍ ଏହିପରି ଦେଖାଯିବା ଉଚିତ |
| 04:25 | ଏବେ, ଏକ ନୂଆ ଲେୟର୍ କ୍ରିଏଟ୍ କରନ୍ତୁ |
| 04:28 | Bezier Tool ଚୟନ କରି ଗୋଟିଏ ତୀର ଆଙ୍କନ୍ତୁ |
| 04:34 | ତାହାକୁ ପାଉଁଶିଆ ରଙ୍ଗ ଦିଅନ୍ତୁ |
| 04:38 | Stroke କାଢ଼ିଦିଅନ୍ତୁ |
| 04:41 | Filter ମେନୁକୁ ଯାଆନ୍ତୁ. Shadow And Glows ଚୟନ କରି Drop Shadow ଉପରେ କ୍ଲିକ୍ କରନ୍ତୁ |
| 04:47 | ଏହାର ଇଫେକ୍ଟ ଆପଣ Preview ବକ୍ସରେ ଦେଖିପାରିବେ |
| 04:50 | ଏବେ Apply ଉପରେ କ୍ଲିକ୍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ |
| 04:55 | ପ୍ରଦର୍ଶିତ ଅନୁସାରେ ଏହାକୁ ଓଭରଲାପିଙ୍ଗ୍ ଶୈଳୀରେ ପ୍ରଥମ ବୃତ୍ତ ଉପରେ ରଖନ୍ତୁ |
| 05:01 | ଏହି ଆରୋକୁ ଦୁଇଥର ନକଲ କରି ଆହୁରି 2ଟି ଆରୋ ବନାନ୍ତୁ |
| 05:05 | ଯେପରି ଦେଖାଯାଇଛି, ସେଗୁଡ଼ିକୁ କ୍ରମଶଃ 2ୟ ଓ 3ୟ ବୃତ୍ତ ଉପରେ ରଖନ୍ତୁ |
| 05:10 | ଏବେ, ସମସ୍ତ ଗ୍ରାଫିକ୍ ଏଲେମେଣ୍ଟଗୁଡ଼ିକ ହୋଇଗଲା |
| 05:13 | ଆମେ ବର୍ତ୍ତମାନ ପ୍ରାସଙ୍ଗିକ ଟେକ୍ସଟ୍ ପ୍ରବେଶ କରାଇବା |
| 05:15 | ନୂଆ ଲେୟର୍ ଉପରେ, ପ୍ରଥମ ଆରୋରେ ଟାଇପ୍ କରନ୍ତୁ Introduction |
| 05:20 | ଦ୍ୱିତୀୟ ଆରୋରେ ଟାଇପ୍ କରନ୍ତୁ Features |
| 05:24 | ତୃତୀୟ ଆରୋରେ ଟାଇପ୍ କରନ୍ତୁ Usage |
| 05:28 | ଏହି ବିଭାଗଗୁଡ଼ିକର ପ୍ରତ୍ୟେକଟିରେ ଆମେ ଏବେ ଟେକ୍ସଟ୍ ଇନ୍ସର୍ଟ କରିବା |
| 05:33 | ମୁଁ ପୂର୍ବରୁ ସେଭ୍ କରିସାରିଥିବା LibreOffice Writer ଫାଇଲ୍ ରୁ ଟେକ୍ସଟ୍ Copy କରି Paste କରିବି |
| 05:40 | ଆପଣ ସେଭ୍ କରିଥିବା ଫୋଲ୍ଡର୍ ରେ ଏହି ଫାଇଲ୍ ଉପଲବ୍ଧ ଅଛି |
| 05:43 | ତାହାକୁ କାଢି, ସେଥିରୁ ଟେକ୍ସଟ୍ Copy କରନ୍ତୁ |
| 05:47 | ତା’ପରେ, ପ୍ରଦର୍ଶିତ ଅନୁସାରେ ଲେୟର୍ ଉପରେ ତାକୁ Paste କରନ୍ତୁ |
| 05:50 | ଫଣ୍ଟ ସାଇଜ୍ କୁ 15କୁ ହ୍ରାସ କରି Text and Font ଅପ୍ସନ୍ ବ୍ୟବହାର କରି ସେଗୁଡ଼ିକ ଆଲାଇନ୍ କରନ୍ତୁ |
| 05:55 | Ellipse ଟୂଲ୍ ବ୍ୟବହାର କରି ସବୁଜ ରଙ୍ଗର ଏକ Bullet ତିଆରି କରନ୍ତୁ |
| 05:59 | ତାହାକୁ ପ୍ରଥମ ବାକ୍ୟର ଡାହାଣପଟେ ରଖନ୍ତୁ |
| 06:02 | ସମସ୍ତ ବାକ୍ୟ ପାଇଁ ସମାନ ପ୍ରକ୍ରିୟା ରିପିଟ୍ କରନ୍ତୁ |
| 06:05 | ଏବେ, ବ୍ରୋଶର୍ ର ଭିତର ଭାଗ ପ୍ରସ୍ତୁତ |
| 06:08 | ଆମର SVG ଫାଇଲ୍ ସେଭ୍ କରିବାକୁ Ctrl + S ଦବାନ୍ତୁ |
| 06:12 | ଫାଇନାଲ୍ ବ୍ରୋଶର୍ ରେ ଚାହୁଁଥିବା ଲେୟର୍ସକୁ ଏବେ ଆପଣ ଲୁଚାଇ କିମ୍ୱା ଦେଖାଇପାରିବେ |
| 06:18 | ବର୍ତ୍ତମାନ ସେହି ଫାଇଲ୍ କୁ PDFରେ ସେଭ୍ କରନ୍ତୁ |
| 06:21 | Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ |
| 06:24 | ଫାଇଲ୍ ଏକ୍ସଟେନ୍ସନ୍ କୁ PDFରେ ବଦଳାନ୍ତୁ |
| 06:29 | Save ଉପରେ କ୍ଲିକ୍ କରନ୍ତୁ |
| 06:31 | ଏକ ନୂଆ ଡାୟଲଗ୍ ବକ୍ସ ଦେଖାଦେଲା |
| 06:34 | ପ୍ରିଣ୍ଟିଙ୍ଗ୍ ପାଇଁ ରିଜୋଲ୍ୟୁଶନ୍ 300 ହେବା ଦରକାର |
| 06:37 | ୱେବ୍ ପାଇଁ ଏହା 72 ହୋଇପାରେ |
| 06:40 | ମୁଁ ଏହାକୁ 300 ରଖୁଛି |
| 06:42 | OK ଉପରେ କ୍ଲିକ୍ କରନ୍ତୁ |
| 06:44 | ଏବେ, ଆରୋଗୁଡ଼ିକର Opacity ବଦଳାନ୍ତୁ |
| 06:47 | Arrow ଲେୟର୍ କୁ ଯାଇ ଲେୟର୍ ର ପାରଦର୍ଶିତାକୁ 70 କରନ୍ତୁ |
| 06:52 | Ink Blot ସହିତ ମୁଁ ଏକ ନୂଆ ଲେୟର୍ ମଧ୍ୟ ଆଡ୍ କରିଛି |
| 06:58 | ଇମେଜଟିକୁ SVG ଓ PDF ଫର୍ମାଟରେ ସେଭ୍ କରିବା |
| 07:04 | ଭିନ୍ନତା ବୁଝିବା ପାଇଁ 2ଟି PDFକୁ ତୁଳନା କରନ୍ତୁ |
| 07:08 | ଏବେ ଚାଲନ୍ତୁ, ବ୍ରୋଶର୍ ର ବାହାର ଭାଗ ତିଆରି କରିବା |
| 07:12 | Fileକୁ ଯାଆନ୍ତୁ, Open ଉପରେ କ୍ଲିକ୍ କରନ୍ତୁ |
| 07:14 | Brochure-OUT.svg ସିଲେକ୍ଟ କରନ୍ତୁ |
| 07:18 | ଏବେ ଆମକୁ 1, 5 ଓ 6 ଭାଗ ଡିଜାଇନ୍ କରିବାକୁ ହେବ |
| 07:22 | ପୁଣିଥରେ, ବିଭିନ୍ନ ଏଲେମେଣ୍ଟସ୍ ପାଇଁ ବିଭିନ୍ନ ଲେୟର୍ସ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ |
| 07:28 | ପ୍ରଦର୍ଶିତ ଅନୁସାରେ Bezier Tool ବ୍ୟବହାର କରି ଉପର ବାମପଟେ ଏକ ରେଖାଚିତ୍ର ଆଙ୍କନ୍ତୁ |
| 07:33 | ତାହାକୁ ନୀଳ ରଙ୍ଗ ଦିଅନ୍ତୁ. Stroke କାଢ଼ିଦିଅନ୍ତୁ |
| 07:36 | ସେଭ୍ କରିଥିବା Spoken Tutorial ଲୋଗୋକୁ ଇମ୍ପୋର୍ଟ କରନ୍ତୁ |
| 07:40 | ତାହାର ସାଇଜ୍ ହ୍ରାସ କରି ତାକୁ ପ୍ରଥମ ଭାଗର ଉପର ବାମ କୋଣରେ ରଖନ୍ତୁ |
| 07:46 | Spoken Tutorial ଟାଇପ୍ କରି ଲୋଗୋର ଡାହାଣ ପଟକୁ ତାହାକୁ ଆଲାଇନ୍ କରନ୍ତୁ |
| 07:51 | ଫଣ୍ଟ ସାଇଜ୍ କୁ 25 କରନ୍ତୁ |
| 07:54 | ଟେକ୍ସଟ୍ ତଳକୁ ଏକ ବୃତ୍ତ ଆଙ୍କି ତାହାକୁ ହଳଦିଆ ରଙ୍ଗ ଦିଅନ୍ତୁ |
| 07:58 | Inkscape ଲୋଗୋ ଇମ୍ପୋର୍ଟ କରନ୍ତୁ |
| 08:00 | ଏହାକୁ ହଳଦିଆ ବୃତ୍ତ ଉପରେ ରଖନ୍ତୁ |
| 08:03 | ଲୋଗୋ ତଳକୁ Inkscape ଟାଇପ୍ କରନ୍ତୁ ଫଣ୍ଟ ସାଇଜ୍ କୁ 45 କରନ୍ତୁ |
| 08:09 | ମୁଁ Spoken Tutorial ପ୍ରୋଜେକ୍ଟ ବିଷୟରେ ବିବରଣୀ ଆଡ୍ କରି ପ୍ରାସଙ୍ଗିକ ଲୋଗୋଗୁଡ଼ିକରେ ଇନ୍ସର୍ଟ କରିଛି |
| 08:15 | ଦୟାକରି ସେହିପରି କରନ୍ତୁ |
| 08:17 | ମୁଁ ନିମ୍ନ ଅପ୍ସନ୍ସ ବ୍ୟବହାର କରି ସମସ୍ତ ଏଲେମେଣ୍ଟ ଗୁଡ଼ିକୁ ଆଲାଇନ୍ କରିଛି |
| 08:19 | Text and font |
| 08:21 | ଓ Align and Distribute |
| 08:24 | ଏବେ, ବ୍ରୋଶର୍ ର ବାହାର ଭାଗ ପ୍ରସ୍ତୁତ |
| 08:28 | Fileକୁ ଯାଆନ୍ତୁ, ,Save Asରେ କ୍ଲିକ୍ କରନ୍ତୁ |
| 08:31 | ଫର୍ମାଟ୍ କୁ SVGରେ ବଦଳାଇ ସେଭ୍ କ୍ଲିକ୍ କରନ୍ତୁ |
| 08:37 | ସମାନ ପ୍ରକ୍ରିୟା ଦୋହରାନ୍ତୁ |
| 08:39 | ଏକ୍ସଟେନ୍ସନ୍ କୁ PDFରେ ବଦଳାନ୍ତୁ |
| 08:41 | Save ଉପରେ କ୍ଲିକ୍ କରନ୍ତୁ |
| 08:43 | ଏହା ହେଉଛି ଆମର ସମ୍ପୂର୍ଣ୍ଣ ବ୍ରୋଶର୍ |
| 08:46 | ଯଦି ଆପଣ ବିଭିନ୍ନ ଏଲେମେଣ୍ଟସ୍ ପାଇଁ ଲେୟର୍ସ ବ୍ୟବହାର କରିଛନ୍ତି, ତେବେ ଆପଣ ସୁବିଧାଜନକ ଭାବେ ଓପାସିଟୀ ଓ ରଙ୍ଗ ବଦଳାଇପାରିବେ |
| 08:54 | ଏହା ହେଉଛି 2ଟି ଅନ୍ୟ କଲର୍ ସ୍କିମ୍, ଯାହାକୁ ମୁଁ ସେହି ବ୍ରୋଶର୍ ପାଇଁ ତିଆରି କରିଛି |
| 09:00 | ସଂକ୍ଷିପ୍ତରେ |
| 09:02 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
| 09:04 | Guidelinesର ବ୍ୟବହାର ଓ ସେଟ୍ କରିବା |
| 09:07 | 3-Fold ବ୍ରୋଶର୍ ପାଇଁ ସେଟିଙ୍ଗ୍ସ |
| 09:09 | 3-Fold ବ୍ରୋଶର୍ ଡିଜାଇନ୍ କରିବା |
| 09:11 | ଆମେ ଆହୁରି ମଧ୍ୟ ଶିଖିଲେ -,Layers ବ୍ୟବହାର କରିବାର ମହତ୍ୱତା |
| 09:14 | ଏବଂ ବିଭିନ୍ନ କଲର୍ ସ୍କିମ୍ସରେ ସମାନ ବ୍ରୋଶର୍ ପ୍ରାପ୍ତ କରିବା |
| 09:18 | ଏକ ଆସାଇନମେଣ୍ଟ ଭାବେ |
| 09:20 | Spoken Tutorial ପ୍ରୋଜେକ୍ଟ ପାଇଁ 3-Fold Brochure ତିଆରି କରନ୍ତୁ |
| 09:24 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ |
| 09:29 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ |
| 09:35 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
| 09:42 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 09:45 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 09:50 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 09:54 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
| 09:57 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |