Inkscape/C2/Layers-and-Boolean-operations/Oriya

From Script | Spoken-Tutorial
Revision as of 12:17, 31 May 2016 by Pradeep (Talk | contribs)

Jump to: navigation, search
Time Narration
00:00 Inkscape ବ୍ୟବହାର କରି Layers and Boolean operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: * ଲେୟାର୍ସ
00:11 * ଫିଲଟର୍ସ
00:12 * ବୁଲିଅନ ଅପରେସନ୍ସ
00:15 ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି
00:18 * Ubuntu Linux 12.04 OS
00:21 * Inkscape ଭର୍ସନ୍ 0.48.4
00:25 Inkscape ଖୋଲିବାପାଇଁ Dash Home ଯାଇ ଟାଇପ୍ କରନ୍ତୁ Inkscape
00:30 Inkscape ଲୋଗୋ ଉପରେ କ୍ଲିକ୍ କରନ୍ତୁ
00:32 ଆମେ ପୂର୍ବରୁ ତିଆରି କରିଥିବା Assignment_2.svg ଫାଇଲ୍ ଖୋଲିବା
00:38 ଏହାକୁ ମୁଁ Documents ଫୋଲ୍ଡର୍ ରେ ସେଭ୍ କରିଛି
00:41 ପ୍ରଥମେ ଆମେ Inkscapeର Layers ବିଷୟରେ ଶିଖିବା
00:45 Layer ମେନୁକୁ ଯାଇ Layers ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
00:50 ବର୍ତ୍ତମାନ, interface ର ଡାହାଣପଟେ Layer palette ଖୋଲିଲା
00:55 ଡିଫଲ୍ଟ ଭାବେ ସେଠାରେ ଏକ layer ଅଛି, ଯାହା Layer 1 ଭାବେ ନାମିତ ହୋଇଛି
01:01 ଏକ ନୂଆ layer ଆଡ୍ କିମ୍ବା କ୍ରିଏଟ କରିବା ପାଇଁ, Layer paletteର plus icon ଉପରେ କ୍ଲିକ କରନ୍ତୁ
01:07 Add layer ନାମକ ଏକ ଡାୟଲଗ୍ ବକ୍ସ ଖୋଲିଲା
01:10 Layer name ଟେକ୍ସଟ୍ ବକ୍ସରେ ଆମେ layerର ନାମକରଣ କରିପାରିବା
01:15 ମୁଁ ଏହି layerକୁ eye ନାମ ଦେବି
01:18 ଏବେ, ଆମେ Position ଡ୍ରପ ଡାଉନ୍ ଲିଷ୍ଟରେ କ୍ଲିକ୍ କରି layerର ପୋଜିସନ୍ ନିର୍ଦ୍ଧାରଣ କରିପାରିବା
01:25 ଏଠାରେ ତିନୋଟି ଅପ୍ସନ୍ ଅଛି
01:27 ଏହି ଲେୟାରକୁ Above current, ସାମ୍ପ୍ରତିକ ଲେୟାର ଉପରେ ରଖିବ
01:32 Below current ଏହି ଲେୟାରକୁ ସାମ୍ପ୍ରତିକ ଲେୟାର ତଳେ ରଖିବ
01:36 As sublayer of current ଦର୍ଶାଏ ଯେ, ଏହା ସାମ୍ପ୍ରତିକ ଲେୟାର୍ ର ଏକ ଅଂଶ ହେବ
01:41 ମୁଁ ଏହାକୁ Above current ପୋଜିସନରେ ରଖିବି ଏବଂ Add ବଟନରେ କ୍ଲିକ୍ କରିବି
01:47 ଦେଖନ୍ତୁ, eye ନାମରେ ଏକ ନୁଆ layer, ଏବେ Layer paletteରେ ଦେଖାଦେଲା
01:52 ସମାନ ଭାବରେ, bow ନାମରେ ଆଉ ଏକ ଲେୟାର ତିଆରି କରନ୍ତୁ
02:00 ବର୍ତ୍ତମାନ ଆମ Layer paletteରେ ତିନୋଟି ଲେୟାର ଅଛି
02:04 ଏହାପରେ ଆମେ ଏକ layerକୁ ରିନେମ କରିବା ବିଷୟରେ ଶିଖିବା
02:08 Layer 1 ଉପରେ ଡବଲ୍ କ୍ଲିକ୍ କରି ଏହାକୁ circle ବୋଲି ରିନେମ କରନ୍ତୁ ଓ Enter ଦାବନ୍ତୁ
02:16 ଆମ Canvasରେ ଏବେ ଦୁଇଟି eyes ଏବଂ ଏକ bow ଅଛି
02:20 ଆମେ ଏହି ଶେପଗୁଡିକୁ, ତିଆରି କରିଥିବା ଦୁଇଟି ଭିନ୍ନ ଲେୟାରରେ ରଖିବା
02:25 mouse ଡ୍ରାଗକରି ଉଭୟ eyes କୁ ସିଲେକ୍ଟ କରନ୍ତୁ
02:28 ବର୍ତ୍ତମାନ କିବୋର୍ଡରେ Ctrl + X ଦବାନ୍ତୁ. Eyes ଏବେ ଅଦୃଶ୍ୟ ହୋଇଗଲେ
02:34 ବର୍ତ୍ତମାନ Layer Paletteରେ eye ଲେୟାର ଉପରେ କ୍ଲିକ୍ କରନ୍ତୁ
02:38 Canvas କୁ ଫେରିଆସି Ctrl + Alt + V ଦବାନ୍ତୁ
02:44 Bow ଶେପ୍ ପାଇଁ ସମାନ୍ ପ୍ରଣାଳୀ ଦୋହରାନ୍ତୁ
02:52 ସମସ୍ତ ଅବଜେକ୍ଟକୁ ଡିସିଲେକ୍ଟ କରିବା ପାଇଁ Canvasର ଯେକୌଣସି ଖାଲି ସ୍ଥାନରେ କ୍ଲିକ୍ କରନ୍ତୁ
03:00 Eye ଓ lock ଆଇକନ୍ ଲେୟାରଗୁଡିକୁ ହାଇଡ୍ ଏବଂ ଲକ୍ କରିବାରେ ସାହାଯ୍ୟ କରିଥାଏ
03:04 ପରବର୍ତ୍ତୀ ତଳ ଲେୟର୍ ଗୁଡ଼ିକରେ ଥିବା ଅବଜେକ୍ଟଗୁଡ଼ିକୁ ସ୍ପଷ୍ଟ ଭାବେ ଦେଖିବା ପାଇଁ ଗୋଟିଏ ଲେୟର୍ କୁ ହାଇଡ୍ କରନ୍ତୁ
03:11 ଗୋଟିଏ ଲେୟରକୁ ଲକ୍ କରି ତାହାକୁ ଦୁର୍ଘଟଣାବଶତଃ ଏଡିଟରୁ ରକ୍ଷା କରିଯାଇପାରେ
03:18 ଏଗୁଡିକ, ବଡ଼ ଓ ଜଟିଳ graphic assignmentଗୁଡ଼ିକରେ କାମ କଲାବେଳେ ବିଶେଷଭାବେ ସାହାଯ୍ୟକାରୀ ହୋଇଥାନ୍ତି
03:25 ଦେଖନ୍ତୁ, eye ଏବଂ lock ନାମକ ଦୁଇଟି ଆଇକନ୍, ପ୍ରତ୍ୟେକ layerର ବାମ ପଟରେ ଅଛନ୍ତି
03:32 ବର୍ତ୍ତମାନ ଆମେ ଏଗୁଡିକର ବ୍ୟବହାର ଶିଖିବା
03:35 ଲେୟାରଗୁଡିକୁ lock ବା unlock କରିବା ପାଇଁ lock ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ ମୁଁ bow ଲେୟରକୁ ଲକ୍ କରିଛି
03:42 ଯଦି ଗୋଟିଏ layer ଲକ୍ ହୋଇଥିବ, ତେବେ ଆମେ ସେଥିରେ କୌଣସି ପରିବର୍ତ୍ତନ କରିପାରିବା ନାହିଁ
03:47 କାନଭାସ ଉପରେ ଥିବା bowକୁ ସିଲେକ୍ଟ କରିବା ପାଇଁ ଚେଷ୍ଟା କରନ୍ତୁ. ଆପଣ ଦେଖିବେ ଯେ, ଏହା କରିବା ସମ୍ଭବ ହେବନାହିଁ
03:58 ବର୍ତ୍ତମାନ ମୁଁ bow layerକୁ unlock କରିବି
04:01 ବର୍ତ୍ତମାନ ମୁଁ bow ଲେୟାରକୁ ସିଲେକ୍ଟ କରିପାରିବା ସହ ପ୍ରପର୍ଟିଗୁଡିକୁ ମଧ୍ୟ ବଦଳାଇ ପାରିବି
04:07 କାନଭାସ ଉପରେ ଏକ layerକୁ ଭିଜିବଲ୍ କିମ୍ୱା ଇନଭିଜିବଲ୍ କରିବା ପାଇଁ, ଲେୟାରର ବାମ ପଟେ ଥିବା eye ଆଇକନ୍ ଉପରେ କ୍ଲିକ୍ କରନ୍ତୁ
04:15 ମୁଁ bow layer ପାଇଁ eye ଆଇକନ୍ ଉପରେ କ୍ଲିକ୍ କରୁଛି
04:18 କାନଭାସ ଉପରେ କ’ଣ ସବୁ ଘଟୁଛି, ଦେଖନ୍ତୁ
04:23 ଏବେ ମୁଁ bow layerର ଡୁପ୍ଲିକେଟ୍ କରିବି
04:26 Layer menuକୁ ଯା’ନ୍ତୁ ଏବଂ Duplicate Current Layer ଅପ୍ସନ ଉପରେ କ୍ଲିକ୍ କରନ୍ତୁ
04:32 ଦେଖନ୍ତୁ, Layer Palette windowରେ bow copy ନାମକ ଏକ ନୂଆ ଲେୟାର୍ ତିଆରି ହୋଇଗଲା
04:41 କିନ୍ତୁ ନୂଆ bowକୁ ଆମେ କାନଭାସ ଉପରେ ଦେଖିପାରିବା ନାହିଁ. କାରଣ, ପୂର୍ବ ଲେୟର୍ ଉପରେ bow object ଓଭରଲାପ୍ ହୋଇଯାଇଛି
04:50 ଉଭୟ bowsକୁ ଦେଖିବା ପାଇଁ ଉପର layerରେ ଥିବା bowକୁ ସିଲେକ୍ଟ କରି ଗୋଟିଏ ପାଖକୁ ଘୁଞ୍ଚାନ୍ତୁ
04:56 circle layerକୁ ସିଲେକ୍ଟ କରନ୍ତୁ
04:58 Eyes ଏବଂ bowsକୁ କେନ୍ଦ୍ରକରି canvas ଉପରେଏକ ellipse ଆଙ୍କି ତାହାକୁ କମଳା ରଙ୍ଗ ଦିଅନ୍ତୁ
05:05 Ellipseଟି ବ୍ୟାକଗ୍ରାଉଣ୍ଡରେ ଦେଖାଦେବାବେଳେ, ଅନ୍ୟାନ୍ୟ ଅବଜେକ୍ଟଗୁଡିକ ତାହା ଉପରେ ଦୃଶ୍ୟମାନ ହେବ
05:10 Layers Paletteରେ ଥିବା plus ଆଇକନ୍ ପରର ଚାରୋଟି ଆଇକନ୍, ଚୟନିତ layerକୁ ପୋଜିସନରେ ରଖିବା ପାଇଁ ସାହାଯ୍ୟ କରନ୍ତି
05:17 ପ୍ରଥମ ଆଇକନଟି ଚୟନିତ layerକୁ ସର୍ବୋପରେ ରଖିବା ପାଇଁ ଉପରକୁ ଉଠାଇଥାଏ
05:23 Circle layerକୁ ବର୍ତ୍ତମାନ ଚୟନ କରାଯାଇଛି
05:25 Circle layer ଉପରେ କ୍ଲିକ କରିଦେଖନ୍ତୁ ଯେ, ଏହା ବର୍ତ୍ତମାନ ସର୍ବୋପରି layer ହୋଇଯାଇଛି
05:33 ଶେଷ ଆଇକନଟି ଚୟନିତ layerକୁ ଲେୟାର୍ ର ପୂରା ତଳକୁ ନେଇଯାଏ
05:38 ଏହି ଆଇକନ୍ ଉପରେ କ୍ଲିକ୍ କରି ଦେଖନ୍ତୁ ଯେ, circle layer ବର୍ତ୍ତମାନ ସବୁଠାରୁ ତଳ layer ହୋଇଗଲା
05:44 ଦ୍ୱିତୀୟ ଆଇକନଟି ଚୟନିତ layerକୁ ଗୋଟିଏ layer ଉପରକୁ ନେଇଥାଏ
05:48 ଏହି ଆଇକନ୍ ଉପରେ କ୍ଲିକ୍ କରନ୍ତୁ. Circle ଲେୟରଟି eye ଲେୟାର ଉପରକୁ ଆସିଯାଇଥିବାରୁ ଆଇଜ୍ ଦୃଶ୍ୟମାନ ହେଉନାହାନ୍ତି
05:57 ତୃତୀୟ ଆଇକନଟି ଚୟନିତ layerକୁ ଗୋଟିଏ layer ତଳକୁ ନେଇଥାଏ
06:01 ଏହି ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ circle ଲେୟର eye ଲେୟାର ତଳକୁ ଚାଲିଗଲା
06:07 ଏହିଭଳି ଭାବେ ଏହି ଚାରୋଟି ଆଇକନ୍ ବ୍ୟବହୃତ ହୋଇପାରେ
06:13 ଶେଷରେ ଥିବା ମାଇନସ୍ ଆଇକନ୍, ଚୟନିତ layerକୁ ଡିଲିଟ୍ କରେ. Bow copy ଲେୟାରକୁ ସିଲେକ୍ଟ କରି ଏହା ଉପରେ କ୍ଲିକ୍ କରନ୍ତୁ
06:21 ଦେଖନ୍ତୁ, bow copy ଲେୟାର୍ ଆଉ ଦେଖାଯାଉ ନାହିଁ
06:27 ସମଗ୍ର ଲେୟାର୍ ରେ Blend Filter ଲାଗୁ କରିବା ପାଇଁ ଶର୍ଟକଟ୍ ହେଉଛି Blend Mode
06:31 ଏହାର ଅର୍ଥ, ଯଦି ଚୟନିତ layer ଉପରେ ଅବଜେକ୍ଟଗୁଡିକ ଓଭରଲାପ କରନ୍ତି, ତେବେ Inkscape, ଦୁଇ ଅବଜେକ୍ଟର ପିକ୍ସେଲ୍ ବାଇ ପିକ୍ସେଲ୍ ବ୍ଲେଣ୍ଡ କରିଥାଏ
06:41 ତେଣୁ, ଫିଲ୍ଟରଗୁଡିକୁ ଦୃଶ୍ୟମାନ କରିବା ପାଇଁ circle ଲେୟାରକୁ ଉପରେ ରଖନ୍ତୁ
06:46 Blend modeର ଡ୍ରପ୍-ଡାଉନ୍ ତାଲିକା ଉପରେ କ୍ଲିକ୍ କରନ୍ତୁ. ସେଠାରେ ୫ଟି ଅପ୍ସନ୍ ଅଛି
06:52 Normalହେଉଛି ପ୍ରଥମ ଅପ୍ସନ୍, ଯାହା ଲେୟାରରେ କୌଣସି filter ଆଡ୍ କରେନାହିଁ
06:57 ମୁଁ ଏହା ଉପରେ କ୍ଲିକ୍ କରିବି. ଦେଖନ୍ତୁ, ଲେୟାରରେ କୌଣସି ଫିଲଟର୍ ଆଡ୍ ହୋଇନାହିଁ
07:03 ତା’ପରେ Multiplyରେ କ୍ଲିକ୍ କରନ୍ତୁ
07:06 ସର୍ବୋପର ଲେୟାର୍ ଉପରେ ଥିବା ଅବଜେକ୍ଟ, ଲାଇଟ୍ କୁ ଫିଲ୍ଟର୍ କରୁଛି, ଯେଉଁଥିରୁ ତଳ ଲେୟାର୍ ରେ ଥିବା ଅବଜେକ୍ଟଗୁଡ଼ିକ ଦେଖାଯିବ
07:14 ସମାନ ସମୟରେ ଏହା, ଓଭରଲାପ୍ କ୍ଷେତ୍ରରେ ଗାଢ ରଙ୍ଗ ଗଠନ କରିବା ପାଇଁ ରଙ୍ଗଗୁଡ଼ିକୁ ବ୍ଲେଣ୍ଡ କରୁଛି ବା ମିଶାଉଛି
07:21 ପରବର୍ତ୍ତୀ ଅପ୍ସନ୍ ହେଉଛି Screen
07:25 ଉପର ଅବଜେକ୍ଟଗୁଡିକୁ ଦେଖନ୍ତୁ; ତଳ ଅବଜେକ୍ଟଗୁଡିକର ରଙ୍ଗକୁ ସେମାନେ ହାଲୁକା କରନ୍ତି
07:30 ତେଣୁ ଏହା, ଓଭରଲାପ୍ କ୍ଷେତ୍ରରେ ହାଲୁକା ରଙ୍ଗ ଗଠନ କରିବା ପାଇଁ ରଙ୍ଗଗୁଡ଼ିକୁ ବ୍ଲେଣ୍ଡ କରିଥାଏ ବା ମିଶାଇଥାଏ
07:36 Darken ସିଲେକ୍ଟ୍ କରନ୍ତୁ. ଉପର ଲେୟାରରେ ଥିବା ଅବଜେକ୍ଟଗୁଡିକ, ତଳ ଲେୟାରର ଅବଜେକ୍ଟଗୁଡିକୁ ଗାଢ କରିଦିଅନ୍ତି
07:44 ବର୍ତ୍ତମାନ, ଶେଷ ଅପ୍ସନ୍ Lighten ସିଲେକ୍ଟ କରିବା. ଏଠାରେ ଉପର ଅବଜେକ୍ଟଗୁଡିକ ତଳ ଅବଜେକ୍ଟଗୁଡିକର ରଙ୍ଗ ହାଲୁକା କରିଦିଅନ୍ତି
07:53 କୌଣସି ସମୟରେ ଆପଣ ଯଦି Blend modeରୁ Normalକୁ ଫେରିଯାଆନ୍ତି, ଲାଗୁ ହୋଇଥିବା ବ୍ଲେଣ୍ଡ ଫିଲଟରଗୁଡିକ ଉଭାନ୍ ହୋଇଯିବ
08:00 Filters ମେନୁରେ ଆହୁରି ଅନେକ ଫିଲ୍ଟର୍ସ ଅଛି
08:04 କୌଣସି ଏକ ନିର୍ଦ୍ଦିଷ୍ଟ ଫିଲଟର ଲାଗୁ କରିବାକୁ, ପ୍ରଥମେ ଅବଜେକ୍ଟ ସିଲେକ୍ଟ କରି ପସନ୍ଦର ଫିଲଟରରେ କ୍ଲିକ୍ କରନ୍ତୁ
08:12 Circle ଲେୟାରକୁ ପୁଣିଥରେ ତଳକୁ ନିଅନ୍ତୁ
08:16 ମୁଁ ଏକ eye ସିଲେକ୍ଟ କରିବି. Filters ମେନୁକୁ ଯାଇ Blur ଓ Fancy blur ସିଲେକ୍ଟ କରନ୍ତୁ
08:26 Eyeରେ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ
08:29 ମୁଁ ଅନ୍ୟ eyeକୁ ସିଲେକ୍ଟ କରିବି. Filters ମେନୁକୁ ଯାଇ Bevel ଓ Smart jelly ସିଲେକ୍ଟ କରନ୍ତୁ
08:39 ପୁଣିଥରେ Eyeରେ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ
08:44 ଏବେ, bow ସିଲେକ୍ଟ କରନ୍ତୁ.Filters ମେନୁକୁ ଯାଆନ୍ତୁ. Scatter ଓ Air spray ସିଲେକ୍ଟ କରନ୍ତୁ
08:51 Bowଟିରେ ଏୟାର ସ୍ପ୍ରେ ହେଲାଭଳି ଦେଖାଦେବ
08:55 Blend modeର ଠିକ ତଳେ ଥିବା Opacity ଅପ୍ସନ୍, ଚୟନିତ ଲେୟାରର ପାରଦର୍ଶିତାକୁ କମ୍ କରିବାରେ ସାହାଯ୍ୟକରେ
09:01 Circle ଲେୟାର ସିଲେକ୍ଟ କରନ୍ତୁ
09:03 Opacity ଲେଭଲକୁ ଆଡଜଷ୍ଟ କରନ୍ତୁ ଏବଂ ଏଲିପ୍ସ ହେଉଥିବା ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ
09:10 ଏହାପରେ ଆମେ Boolean operations ଶିଖିବା
09:13 Path ମେନୁକୁ ଯାଆନ୍ତୁ. ଏଗୁଡିକ ହେଉଛି ଉପଲବ୍ଧ Boolean operations
09:21 ଉପଲବ୍ଧ ଶେପ୍ ଗୁଡିକୁ ଅଲଗା ରଖନ୍ତୁ
09:26 ସବୁଜ ରଂଗର ଏକ ବର୍ଗକ୍ଷେତ୍ର ଏବଂ ଲାଲ ରଂଗର ଏକ ବୃତ୍ତ ଆଙ୍କନ୍ତୁ. ବୃତ୍ତକୁ ବର୍ଗକ୍ଷେତ୍ରର ଉପରେ ଏକ କଡକୁ ରଖନ୍ତୁ
09:36 ଉଭୟକୁ ସିଲେକ୍ଟ କରନ୍ତୁ. Path ମେନୁକୁ ଯାଇ Union ଉପରେ କ୍ଲିକ କରନ୍ତୁ. ଦେଖନ୍ତୁ, ଦୁଇଟିଯାକ ଶେପ୍ସ ପରସ୍ପର ସହ ଯୋଡି ହୋଇଗଲେ
09:46 ବର୍ତ୍ତମାନ ଏହି କ୍ରିୟାକୁ undo କରିବା ପାଇଁ Ctrl + Z ଦାବନ୍ତୁ
09:51 ପୁଣିଥରେ ଉଭୟକୁ ସିଲେକ୍ଟ କରି Path ମେନୁକୁ ଯାଆନ୍ତୁ.
09:55 Difference ଉପରେ କ୍ଲିକ କରନ୍ତୁ ଏବଂ କ’ଣ ଘଟୁଛି ଲକ୍ଷ୍ୟ କରନ୍ତୁ
09:59 ଏହି କ୍ରିୟାକୁ undo କରିବାକୁ ପୁଣିଥରେ Ctrl + Z ଦାବନ୍ତୁ
10:03 ପୁଣିଥରେ ଦୁଇ ଅବଜେକ୍ଟକୁ ସିଲେକ୍ଟ କରନ୍ତୁ. Path ମେନୁକୁ ଯାଆନ୍ତୁ ଏବଂ Intersection ଉପରେ କ୍ଲିକ କରନ୍ତୁ ଏବଂ ଶେପରେ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ
10:11 ଏହି କ୍ରିୟାକୁ undo କରିବାପାଇଁ ପୁଣିଥରେ Ctrl + Z ଦାବନ୍ତୁ
10:16 ପୁଣିଥରେ ଦୁଇ ଅବଜେକ୍ଟକୁ ସିଲେକ୍ଟ କରନ୍ତୁ. Path ମେନୁକୁ ଯାଆନ୍ତୁ ଏବଂ Exclusion ଉପରେ କ୍ଲିକ କରନ୍ତୁ
10:22 ଶେପରେ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ
10:24 ପୁଣିଥରେ Ctrl + Z ଦାବନ୍ତୁ
10:27 ପୁଣିଥରେ ଉଭୟ ଅବଜେକ୍ଟକୁ ସିଲେକ୍ଟ କରନ୍ତୁ. Path ମେନୁକୁ ଯାଆନ୍ତୁ ଏବଂ Division ଉପରେ କ୍ଲିକ କରନ୍ତୁ
10:34 ବିଭାଜିତ ବୃତ୍ତ ଉପରେ କ୍ଲିକ କରନ୍ତୁ ଏବଂ ସେହି ଭାଗକୁ କଡକୁ ଘୁଞ୍ଚାଇ ଫଳାଫଳ ଦେଖନ୍ତୁ
10:39 ଏହି କ୍ରିୟାଗୁଡିକୁ undo କରିବା ପାଇଁ Ctrl + Zକୁ ଦୁଇଥର ଦାବନ୍ତୁ
10:44 ପୁଣିଥରେ ଉଭୟ ଅବଜେକ୍ଟକୁ ସିଲେକ୍ଟ କରନ୍ତୁ. Path ମେନୁକୁ ଯାଆନ୍ତୁ ଏବଂ Cut Path ଉପରେ କ୍ଲିକ କରନ୍ତୁ
10:50 ଶେପ୍ ରେ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ
10:53 ଯଦି ଅବଜେକ୍ଟରେ ଷ୍ଟ୍ରୋକ୍ ଥାଏ, ତା’ହେଲେ Cut Path ଅପ୍ସନ କାମ କରିଥାଏ. ପ୍ରଥମେ ଶେପଗୁଡିକୁ ଅନସିଲେକ୍ଟ କରନ୍ତୁ
10:59 କୌଣସି ଏକ strokesକୁ ସିଲେକ୍ଟ କରି cut pathକୁ ଦୃଶ୍ୟମାନ କରିବା ପାଇଁ କଡକୁ ଘୁଞ୍ଚାନ୍ତୁ
11:05 ସଂକ୍ଷିପ୍ତରେ ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ :
11:09 * ଲେୟାର୍ସ
11:10 * ଫିଲଟର୍ସ ଏବଂ ବୁଲିଆନ୍ ଅପରେସନ୍ସ
11:14 ଆପଣଙ୍କ ପାଇଁ ୪ଟି ଆସାଇନମେଣ୍ଟ
11:16 ଗୋଲାପୀ ରଙ୍ଗର ଏକ ଆୟତକ୍ଷେତ୍ର ଏବଂ ସବୁଜ ରଙ୍ଗର ଏକ ତ୍ରିଭୁଜ ଆଙ୍କନ୍ତୁ
11:21 ତ୍ରିଭୁଜକୁ ଆୟତକ୍ଷେତ୍ର ଉପରେ ରଖନ୍ତୁ
11:24 ଉଭୟକୁ ସିଲେକ୍ଟ କରି Union ବ୍ୟବହାର କରନ୍ତୁ. ଏହା ହୋମ୍ ଆଇକନ ଭଳି ଦେଖାଯିବା ଉଚିତ
11:30 ଲେୟାରକୁ home ନାମ ଦିଅନ୍ତୁ
11:32 ଦୁଇଟି ବୃତ୍ତ ଆଙ୍କନ୍ତୁ
11:34 ଗୋଟିଏକୁ ଅନ୍ୟଟି ଉପରେ ରଖନ୍ତୁ
11:36 ଉଭୟକୁ ସିଲେକ୍ଟ କରି Difference ବ୍ୟବହାର କରନ୍ତୁ
11:39 ଏହା ଏକ ଅର୍ଦ୍ଧଚନ୍ଦ୍ରାକାର ଭଳି ଦେଖାଯିବା ଉଚିତ
11:42 ଏକ ଏଲିପ୍ସ ଆଙ୍କନ୍ତୁ
11:44 10ଟି କୋଣଥିବା ଏକ ଷ୍ଟାର ଆଙ୍କନ୍ତୁ
11:46 ଏହାକୁ ଏଲିପ୍ସର କେନ୍ଦ୍ରରେ ରଖନ୍ତୁ
11:49 ଉଭୟକୁ ସିଲେକ୍ଟ କରି Exclusion ବ୍ୟବହାର କରନ୍ତୁ
11:52 ଦୁଇଟି ଲେୟାର କରି ଯଥାକ୍ରମେ crescent ଓ star ନାମ ଦିଅନ୍ତୁ
11:57 କ୍ରେସେଣ୍ଟ ଶେପକୁ Cut କରି କ୍ରେସେଣ୍ଟ ଲେୟାରରେ paste କରନ୍ତୁ
12:00 ସମାନ ଭାବେ ଷ୍ଟାର ଶେପ ପାଇଁ କରନ୍ତୁ
12:03 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
12:07 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହାସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
12:16 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
12:23 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
12:27 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
12:34 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

spoken-tutorial.org/NMEICT-Intro

12:39 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
12:42 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep