Inkscape/C2/Layers-and-Boolean-operations/Oriya
From Script | Spoken-Tutorial
| Time | Narration |
| 00:00 | Inkscape ବ୍ୟବହାର କରି Layers and Boolean operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ଲେୟାର୍ସ |
| 00:11 | ଫିଲଟର୍ସ,ବୁଲିଅନ ଅପରେସନ୍ସ |
| 00:15 | ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି |
| 00:18 | Ubuntu Linux 12.04 OS |
| 00:21 | Inkscape ଭର୍ସନ୍ 0.48.4 |
| 00:25 | Inkscape ଖୋଲିବାପାଇଁ Dash Home ଯାଇ ଟାଇପ୍ କରନ୍ତୁ Inkscape |
| 00:30 | Inkscape ଲୋଗୋ ଉପରେ କ୍ଲିକ୍ କରନ୍ତୁ |
| 00:32 | ଆମେ ପୂର୍ବରୁ ତିଆରି କରିଥିବା Assignment_2.svg ଫାଇଲ୍ ଖୋଲିବା |
| 00:38 | ଏହାକୁ ମୁଁ Documents ଫୋଲ୍ଡର୍ ରେ ସେଭ୍ କରିଛି |
| 00:41 | ପ୍ରଥମେ ଆମେ Inkscapeର Layers ବିଷୟରେ ଶିଖିବା |
| 00:45 | Layer ମେନୁକୁ ଯାଇ Layers ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
| 00:50 | ବର୍ତ୍ତମାନ, interface ର ଡାହାଣପଟେ Layer palette ଖୋଲିଲା |
| 00:55 | ଡିଫଲ୍ଟ ଭାବେ ସେଠାରେ ଏକ layer ଅଛି, ଯାହା Layer 1 ଭାବେ ନାମିତ ହୋଇଛି |
| 01:01 | ଏକ ନୂଆ layer ଆଡ୍ କିମ୍ବା କ୍ରିଏଟ କରିବା ପାଇଁ, Layer paletteର plus icon ଉପରେ କ୍ଲିକ କରନ୍ତୁ |
| 01:07 | Add layer ନାମକ ଏକ ଡାୟଲଗ୍ ବକ୍ସ ଖୋଲିଲା |
| 01:10 | Layer name ଟେକ୍ସଟ୍ ବକ୍ସରେ ଆମେ layerର ନାମକରଣ କରିପାରିବା |
| 01:15 | ମୁଁ ଏହି layerକୁ eye ନାମ ଦେବି |
| 01:18 | ଏବେ, ଆମେ Position ଡ୍ରପ ଡାଉନ୍ ଲିଷ୍ଟରେ କ୍ଲିକ୍ କରି layerର ପୋଜିସନ୍ ନିର୍ଦ୍ଧାରଣ କରିପାରିବା |
| 01:25 | ଏଠାରେ ତିନୋଟି ଅପ୍ସନ୍ ଅଛି |
| 01:27 | ଏହି ଲେୟାରକୁ Above current, ସାମ୍ପ୍ରତିକ ଲେୟାର ଉପରେ ରଖିବ |
| 01:32 | Below current ଏହି ଲେୟାରକୁ ସାମ୍ପ୍ରତିକ ଲେୟାର ତଳେ ରଖିବ |
| 01:36 | As sublayer of current ଦର୍ଶାଏ ଯେ, ଏହା ସାମ୍ପ୍ରତିକ ଲେୟାର୍ ର ଏକ ଅଂଶ ହେବ |
| 01:41 | ମୁଁ ଏହାକୁ Above current ପୋଜିସନରେ ରଖିବି ଏବଂ Add ବଟନରେ କ୍ଲିକ୍ କରିବି |
| 01:47 | ଦେଖନ୍ତୁ, eye ନାମରେ ଏକ ନୁଆ layer, ଏବେ Layer paletteରେ ଦେଖାଦେଲା |
| 01:52 | ସମାନ ଭାବରେ, bow ନାମରେ ଆଉ ଏକ ଲେୟାର ତିଆରି କରନ୍ତୁ |
| 02:00 | ବର୍ତ୍ତମାନ ଆମ Layer paletteରେ ତିନୋଟି ଲେୟାର ଅଛି |
| 02:04 | ଏହାପରେ ଆମେ ଏକ layerକୁ ରିନେମ କରିବା ବିଷୟରେ ଶିଖିବା |
| 02:08 | Layer 1 ଉପରେ ଡବଲ୍ କ୍ଲିକ୍ କରି ଏହାକୁ circle ବୋଲି ରିନେମ କରନ୍ତୁ ଓ Enter ଦାବନ୍ତୁ |
| 02:16 | ଆମ Canvasରେ ଏବେ ଦୁଇଟି eyes ଏବଂ ଏକ bow ଅଛି |
| 02:20 | ଆମେ ଏହି ଶେପଗୁଡିକୁ, ତିଆରି କରିଥିବା ଦୁଇଟି ଭିନ୍ନ ଲେୟାରରେ ରଖିବା |
| 02:25 | mouse ଡ୍ରାଗକରି ଉଭୟ eyes କୁ ସିଲେକ୍ଟ କରନ୍ତୁ |
| 02:28 | ବର୍ତ୍ତମାନ କିବୋର୍ଡରେ Ctrl + X ଦବାନ୍ତୁ. Eyes ଏବେ ଅଦୃଶ୍ୟ ହୋଇଗଲେ |
| 02:34 | ବର୍ତ୍ତମାନ Layer Paletteରେ eye ଲେୟାର ଉପରେ କ୍ଲିକ୍ କରନ୍ତୁ |
| 02:38 | Canvas କୁ ଫେରିଆସି Ctrl + Alt + V ଦବାନ୍ତୁ |
| 02:44 | Bow ଶେପ୍ ପାଇଁ ସମାନ୍ ପ୍ରଣାଳୀ ଦୋହରାନ୍ତୁ |
| 02:52 | ସମସ୍ତ ଅବଜେକ୍ଟକୁ ଡିସିଲେକ୍ଟ କରିବା ପାଇଁ Canvasର ଯେକୌଣସି ଖାଲି ସ୍ଥାନରେ କ୍ଲିକ୍ କରନ୍ତୁ |
| 03:00 | Eye ଓ lock ଆଇକନ୍ ଲେୟାରଗୁଡିକୁ ହାଇଡ୍ ଏବଂ ଲକ୍ କରିବାରେ ସାହାଯ୍ୟ କରିଥାଏ |
| 03:04 | ପରବର୍ତ୍ତୀ ତଳ ଲେୟର୍ ଗୁଡ଼ିକରେ ଥିବା ଅବଜେକ୍ଟଗୁଡ଼ିକୁ ସ୍ପଷ୍ଟ ଭାବେ ଦେଖିବା ପାଇଁ ଗୋଟିଏ ଲେୟର୍ କୁ ହାଇଡ୍ କରନ୍ତୁ |
| 03:11 | ଗୋଟିଏ ଲେୟରକୁ ଲକ୍ କରି ତାହାକୁ ଦୁର୍ଘଟଣାବଶତଃ ଏଡିଟରୁ ରକ୍ଷା କରିଯାଇପାରେ |
| 03:18 | ଏଗୁଡିକ, ବଡ଼ ଓ ଜଟିଳ graphic assignmentଗୁଡ଼ିକରେ କାମ କଲାବେଳେ ବିଶେଷଭାବେ ସାହାଯ୍ୟକାରୀ ହୋଇଥାନ୍ତି |
| 03:25 | ଦେଖନ୍ତୁ, eye ଏବଂ lock ନାମକ ଦୁଇଟି ଆଇକନ୍, ପ୍ରତ୍ୟେକ layerର ବାମ ପଟରେ ଅଛନ୍ତି |
| 03:32 | ବର୍ତ୍ତମାନ ଆମେ ଏଗୁଡିକର ବ୍ୟବହାର ଶିଖିବା |
| 03:35 | ଲେୟାରଗୁଡିକୁ lock ବା unlock କରିବା ପାଇଁ lock ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ ମୁଁ bow ଲେୟରକୁ ଲକ୍ କରିଛି |
| 03:42 | ଯଦି ଗୋଟିଏ layer ଲକ୍ ହୋଇଥିବ, ତେବେ ଆମେ ସେଥିରେ କୌଣସି ପରିବର୍ତ୍ତନ କରିପାରିବା ନାହିଁ |
| 03:47 | କାନଭାସ ଉପରେ ଥିବା bowକୁ ସିଲେକ୍ଟ କରିବା ପାଇଁ ଚେଷ୍ଟା କରନ୍ତୁ. ଆପଣ ଦେଖିବେ ଯେ, ଏହା କରିବା ସମ୍ଭବ ହେବନାହିଁ |
| 03:58 | ବର୍ତ୍ତମାନ ମୁଁ bow layerକୁ unlock କରିବି |
| 04:01 | ବର୍ତ୍ତମାନ ମୁଁ bow ଲେୟାରକୁ ସିଲେକ୍ଟ କରିପାରିବା ସହ ପ୍ରପର୍ଟିଗୁଡିକୁ ମଧ୍ୟ ବଦଳାଇ ପାରିବି |
| 04:07 | କାନଭାସ ଉପରେ ଏକ layerକୁ ଭିଜିବଲ୍ କିମ୍ୱା ଇନଭିଜିବଲ୍ କରିବା ପାଇଁ, ଲେୟାରର ବାମ ପଟେ ଥିବା eye ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 04:15 | ମୁଁ bow layer ପାଇଁ eye ଆଇକନ୍ ଉପରେ କ୍ଲିକ୍ କରୁଛି |
| 04:18 | କାନଭାସ ଉପରେ କ’ଣ ସବୁ ଘଟୁଛି, ଦେଖନ୍ତୁ |
| 04:23 | ଏବେ ମୁଁ bow layerର ଡୁପ୍ଲିକେଟ୍ କରିବି |
| 04:26 | Layer menuକୁ ଯା’ନ୍ତୁ ଏବଂ Duplicate Current Layer ଅପ୍ସନ ଉପରେ କ୍ଲିକ୍ କରନ୍ତୁ |
| 04:32 | ଦେଖନ୍ତୁ, Layer Palette windowରେ bow copy ନାମକ ଏକ ନୂଆ ଲେୟାର୍ ତିଆରି ହୋଇଗଲା |
| 04:41 | କିନ୍ତୁ ନୂଆ bowକୁ ଆମେ କାନଭାସ ଉପରେ ଦେଖିପାରିବା ନାହିଁ. କାରଣ, ପୂର୍ବ ଲେୟର୍ ଉପରେ bow object ଓଭରଲାପ୍ ହୋଇଯାଇଛି |
| 04:50 | ଉଭୟ bowsକୁ ଦେଖିବା ପାଇଁ ଉପର layerରେ ଥିବା bowକୁ ସିଲେକ୍ଟ କରି ଗୋଟିଏ ପାଖକୁ ଘୁଞ୍ଚାନ୍ତୁ |
| 04:56 | circle layerକୁ ସିଲେକ୍ଟ କରନ୍ତୁ |
| 04:58 | Eyes ଏବଂ bowsକୁ କେନ୍ଦ୍ରକରି canvas ଉପରେଏକ ellipse ଆଙ୍କି ତାହାକୁ କମଳା ରଙ୍ଗ ଦିଅନ୍ତୁ |
| 05:05 | Ellipseଟି ବ୍ୟାକଗ୍ରାଉଣ୍ଡରେ ଦେଖାଦେବାବେଳେ, ଅନ୍ୟାନ୍ୟ ଅବଜେକ୍ଟଗୁଡିକ ତାହା ଉପରେ ଦୃଶ୍ୟମାନ ହେବ |
| 05:10 | Layers Paletteରେ ଥିବା plus ଆଇକନ୍ ପରର ଚାରୋଟି ଆଇକନ୍, ଚୟନିତ layerକୁ ପୋଜିସନରେ ରଖିବା ପାଇଁ ସାହାଯ୍ୟ କରନ୍ତି |
| 05:17 | ପ୍ରଥମ ଆଇକନଟି ଚୟନିତ layerକୁ ସର୍ବୋପରେ ରଖିବା ପାଇଁ ଉପରକୁ ଉଠାଇଥାଏ |
| 05:23 | Circle layerକୁ ବର୍ତ୍ତମାନ ଚୟନ କରାଯାଇଛି |
| 05:25 | Circle layer ଉପରେ କ୍ଲିକ କରିଦେଖନ୍ତୁ ଯେ, ଏହା ବର୍ତ୍ତମାନ ସର୍ବୋପରି layer ହୋଇଯାଇଛି |
| 05:33 | ଶେଷ ଆଇକନଟି ଚୟନିତ layerକୁ ଲେୟାର୍ ର ପୂରା ତଳକୁ ନେଇଯାଏ |
| 05:38 | ଏହି ଆଇକନ୍ ଉପରେ କ୍ଲିକ୍ କରି ଦେଖନ୍ତୁ ଯେ, circle layer ବର୍ତ୍ତମାନ ସବୁଠାରୁ ତଳ layer ହୋଇଗଲା |
| 05:44 | ଦ୍ୱିତୀୟ ଆଇକନଟି ଚୟନିତ layerକୁ ଗୋଟିଏ layer ଉପରକୁ ନେଇଥାଏ |
| 05:48 | ଏହି ଆଇକନ୍ ଉପରେ କ୍ଲିକ୍ କରନ୍ତୁ. Circle ଲେୟରଟି eye ଲେୟାର ଉପରକୁ ଆସିଯାଇଥିବାରୁ ଆଇଜ୍ ଦୃଶ୍ୟମାନ ହେଉନାହାନ୍ତି |
| 05:57 | ତୃତୀୟ ଆଇକନଟି ଚୟନିତ layerକୁ ଗୋଟିଏ layer ତଳକୁ ନେଇଥାଏ |
| 06:01 | ଏହି ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ circle ଲେୟର eye ଲେୟାର ତଳକୁ ଚାଲିଗଲା |
| 06:07 | ଏହିଭଳି ଭାବେ ଏହି ଚାରୋଟି ଆଇକନ୍ ବ୍ୟବହୃତ ହୋଇପାରେ |
| 06:13 | ଶେଷରେ ଥିବା ମାଇନସ୍ ଆଇକନ୍, ଚୟନିତ layerକୁ ଡିଲିଟ୍ କରେ. Bow copy ଲେୟାରକୁ ସିଲେକ୍ଟ କରି ଏହା ଉପରେ କ୍ଲିକ୍ କରନ୍ତୁ |
| 06:21 | ଦେଖନ୍ତୁ, bow copy ଲେୟାର୍ ଆଉ ଦେଖାଯାଉ ନାହିଁ |
| 06:27 | ସମଗ୍ର ଲେୟାର୍ ରେ Blend Filter ଲାଗୁ କରିବା ପାଇଁ ଶର୍ଟକଟ୍ ହେଉଛି Blend Mode |
| 06:31 | ଏହାର ଅର୍ଥ, ଯଦି ଚୟନିତ layer ଉପରେ ଅବଜେକ୍ଟଗୁଡିକ ଓଭରଲାପ କରନ୍ତି, ତେବେ Inkscape, ଦୁଇ ଅବଜେକ୍ଟର ପିକ୍ସେଲ୍ ବାଇ ପିକ୍ସେଲ୍ ବ୍ଲେଣ୍ଡ କରିଥାଏ |
| 06:41 | ତେଣୁ, ଫିଲ୍ଟରଗୁଡିକୁ ଦୃଶ୍ୟମାନ କରିବା ପାଇଁ circle ଲେୟାରକୁ ଉପରେ ରଖନ୍ତୁ |
| 06:46 | Blend modeର ଡ୍ରପ୍-ଡାଉନ୍ ତାଲିକା ଉପରେ କ୍ଲିକ୍ କରନ୍ତୁ. ସେଠାରେ ୫ଟି ଅପ୍ସନ୍ ଅଛି |
| 06:52 | Normalହେଉଛି ପ୍ରଥମ ଅପ୍ସନ୍, ଯାହା ଲେୟାରରେ କୌଣସି filter ଆଡ୍ କରେନାହିଁ |
| 06:57 | ମୁଁ ଏହା ଉପରେ କ୍ଲିକ୍ କରିବି. ଦେଖନ୍ତୁ, ଲେୟାରରେ କୌଣସି ଫିଲଟର୍ ଆଡ୍ ହୋଇନାହିଁ |
| 07:03 | ତା’ପରେ Multiplyରେ କ୍ଲିକ୍ କରନ୍ତୁ |
| 07:06 | ସର୍ବୋପର ଲେୟାର୍ ଉପରେ ଥିବା ଅବଜେକ୍ଟ, ଲାଇଟ୍ କୁ ଫିଲ୍ଟର୍ କରୁଛି, ଯେଉଁଥିରୁ ତଳ ଲେୟାର୍ ରେ ଥିବା ଅବଜେକ୍ଟଗୁଡ଼ିକ ଦେଖାଯିବ |
| 07:14 | ସମାନ ସମୟରେ ଏହା, ଓଭରଲାପ୍ କ୍ଷେତ୍ରରେ ଗାଢ ରଙ୍ଗ ଗଠନ କରିବା ପାଇଁ ରଙ୍ଗଗୁଡ଼ିକୁ ବ୍ଲେଣ୍ଡ କରୁଛି ବା ମିଶାଉଛି |
| 07:21 | ପରବର୍ତ୍ତୀ ଅପ୍ସନ୍ ହେଉଛି Screen |
| 07:25 | ଉପର ଅବଜେକ୍ଟଗୁଡିକୁ ଦେଖନ୍ତୁ; ତଳ ଅବଜେକ୍ଟଗୁଡିକର ରଙ୍ଗକୁ ସେମାନେ ହାଲୁକା କରନ୍ତି |
| 07:30 | ତେଣୁ ଏହା, ଓଭରଲାପ୍ କ୍ଷେତ୍ରରେ ହାଲୁକା ରଙ୍ଗ ଗଠନ କରିବା ପାଇଁ ରଙ୍ଗଗୁଡ଼ିକୁ ବ୍ଲେଣ୍ଡ କରିଥାଏ ବା ମିଶାଇଥାଏ |
| 07:36 | Darken ସିଲେକ୍ଟ୍ କରନ୍ତୁ. ଉପର ଲେୟାରରେ ଥିବା ଅବଜେକ୍ଟଗୁଡିକ, ତଳ ଲେୟାରର ଅବଜେକ୍ଟଗୁଡିକୁ ଗାଢ କରିଦିଅନ୍ତି |
| 07:44 | ବର୍ତ୍ତମାନ, ଶେଷ ଅପ୍ସନ୍ Lighten ସିଲେକ୍ଟ କରିବା. ଏଠାରେ ଉପର ଅବଜେକ୍ଟଗୁଡିକ ତଳ ଅବଜେକ୍ଟଗୁଡିକର ରଙ୍ଗ ହାଲୁକା କରିଦିଅନ୍ତି |
| 07:53 | କୌଣସି ସମୟରେ ଆପଣ ଯଦି Blend modeରୁ Normalକୁ ଫେରିଯାଆନ୍ତି, ଲାଗୁ ହୋଇଥିବା ବ୍ଲେଣ୍ଡ ଫିଲଟରଗୁଡିକ ଉଭାନ୍ ହୋଇଯିବ |
| 08:00 | Filters ମେନୁରେ ଆହୁରି ଅନେକ ଫିଲ୍ଟର୍ସ ଅଛି |
| 08:04 | କୌଣସି ଏକ ନିର୍ଦ୍ଦିଷ୍ଟ ଫିଲଟର ଲାଗୁ କରିବାକୁ, ପ୍ରଥମେ ଅବଜେକ୍ଟ ସିଲେକ୍ଟ କରି ପସନ୍ଦର ଫିଲଟରରେ କ୍ଲିକ୍ କରନ୍ତୁ |
| 08:12 | Circle ଲେୟାରକୁ ପୁଣିଥରେ ତଳକୁ ନିଅନ୍ତୁ |
| 08:16 | ମୁଁ ଏକ eye ସିଲେକ୍ଟ କରିବି. Filters ମେନୁକୁ ଯାଇ Blur ଓ Fancy blur ସିଲେକ୍ଟ କରନ୍ତୁ |
| 08:26 | Eyeରେ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ |
| 08:29 | ମୁଁ ଅନ୍ୟ eyeକୁ ସିଲେକ୍ଟ କରିବି. Filters ମେନୁକୁ ଯାଇ Bevel ଓ Smart jelly ସିଲେକ୍ଟ କରନ୍ତୁ |
| 08:39 | ପୁଣିଥରେ Eyeରେ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ |
| 08:44 | ଏବେ, bow ସିଲେକ୍ଟ କରନ୍ତୁ.Filters ମେନୁକୁ ଯାଆନ୍ତୁ. Scatter ଓ Air spray ସିଲେକ୍ଟ କରନ୍ତୁ |
| 08:51 | Bowଟିରେ ଏୟାର ସ୍ପ୍ରେ ହେଲାଭଳି ଦେଖାଦେବ |
| 08:55 | Blend modeର ଠିକ ତଳେ ଥିବା Opacity ଅପ୍ସନ୍, ଚୟନିତ ଲେୟାରର ପାରଦର୍ଶିତାକୁ କମ୍ କରିବାରେ ସାହାଯ୍ୟକରେ |
| 09:01 | Circle ଲେୟାର ସିଲେକ୍ଟ କରନ୍ତୁ |
| 09:03 | Opacity ଲେଭଲକୁ ଆଡଜଷ୍ଟ କରନ୍ତୁ ଏବଂ ଏଲିପ୍ସ ହେଉଥିବା ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ |
| 09:10 | ଏହାପରେ ଆମେ Boolean operations ଶିଖିବା |
| 09:13 | Path ମେନୁକୁ ଯାଆନ୍ତୁ. ଏଗୁଡିକ ହେଉଛି ଉପଲବ୍ଧ Boolean operations |
| 09:21 | ଉପଲବ୍ଧ ଶେପ୍ ଗୁଡିକୁ ଅଲଗା ରଖନ୍ତୁ |
| 09:26 | ସବୁଜ ରଂଗର ଏକ ବର୍ଗକ୍ଷେତ୍ର ଏବଂ ଲାଲ ରଂଗର ଏକ ବୃତ୍ତ ଆଙ୍କନ୍ତୁ. ବୃତ୍ତକୁ ବର୍ଗକ୍ଷେତ୍ରର ଉପରେ ଏକ କଡକୁ ରଖନ୍ତୁ |
| 09:36 | ଉଭୟକୁ ସିଲେକ୍ଟ କରନ୍ତୁ. Path ମେନୁକୁ ଯାଇ Union ଉପରେ କ୍ଲିକ କରନ୍ତୁ. ଦେଖନ୍ତୁ, ଦୁଇଟିଯାକ ଶେପ୍ସ ପରସ୍ପର ସହ ଯୋଡି ହୋଇଗଲେ |
| 09:46 | ବର୍ତ୍ତମାନ ଏହି କ୍ରିୟାକୁ undo କରିବା ପାଇଁ Ctrl + Z ଦାବନ୍ତୁ |
| 09:51 | ପୁଣିଥରେ ଉଭୟକୁ ସିଲେକ୍ଟ କରି Path ମେନୁକୁ ଯାଆନ୍ତୁ. |
| 09:55 | Difference ଉପରେ କ୍ଲିକ କରନ୍ତୁ ଏବଂ କ’ଣ ଘଟୁଛି ଲକ୍ଷ୍ୟ କରନ୍ତୁ |
| 09:59 | ଏହି କ୍ରିୟାକୁ undo କରିବାକୁ ପୁଣିଥରେ Ctrl + Z ଦାବନ୍ତୁ |
| 10:03 | ପୁଣିଥରେ ଦୁଇ ଅବଜେକ୍ଟକୁ ସିଲେକ୍ଟ କରନ୍ତୁ. Path ମେନୁକୁ ଯାଆନ୍ତୁ ଏବଂ Intersection ଉପରେ କ୍ଲିକ କରନ୍ତୁ ଏବଂ ଶେପରେ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ |
| 10:11 | ଏହି କ୍ରିୟାକୁ undo କରିବାପାଇଁ ପୁଣିଥରେ Ctrl + Z ଦାବନ୍ତୁ |
| 10:16 | ପୁଣିଥରେ ଦୁଇ ଅବଜେକ୍ଟକୁ ସିଲେକ୍ଟ କରନ୍ତୁ. Path ମେନୁକୁ ଯାଆନ୍ତୁ ଏବଂ Exclusion ଉପରେ କ୍ଲିକ କରନ୍ତୁ |
| 10:22 | ଶେପରେ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ |
| 10:24 | ପୁଣିଥରେ Ctrl + Z ଦାବନ୍ତୁ |
| 10:27 | ପୁଣିଥରେ ଉଭୟ ଅବଜେକ୍ଟକୁ ସିଲେକ୍ଟ କରନ୍ତୁ. Path ମେନୁକୁ ଯାଆନ୍ତୁ ଏବଂ Division ଉପରେ କ୍ଲିକ କରନ୍ତୁ |
| 10:34 | ବିଭାଜିତ ବୃତ୍ତ ଉପରେ କ୍ଲିକ କରନ୍ତୁ ଏବଂ ସେହି ଭାଗକୁ କଡକୁ ଘୁଞ୍ଚାଇ ଫଳାଫଳ ଦେଖନ୍ତୁ |
| 10:39 | ଏହି କ୍ରିୟାଗୁଡିକୁ undo କରିବା ପାଇଁ Ctrl + Zକୁ ଦୁଇଥର ଦାବନ୍ତୁ |
| 10:44 | ପୁଣିଥରେ ଉଭୟ ଅବଜେକ୍ଟକୁ ସିଲେକ୍ଟ କରନ୍ତୁ. Path ମେନୁକୁ ଯାଆନ୍ତୁ ଏବଂ Cut Path ଉପରେ କ୍ଲିକ କରନ୍ତୁ |
| 10:50 | ଶେପ୍ ରେ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ |
| 10:53 | ଯଦି ଅବଜେକ୍ଟରେ ଷ୍ଟ୍ରୋକ୍ ଥାଏ, ତା’ହେଲେ Cut Path ଅପ୍ସନ କାମ କରିଥାଏ. ପ୍ରଥମେ ଶେପଗୁଡିକୁ ଅନସିଲେକ୍ଟ କରନ୍ତୁ |
| 10:59 | କୌଣସି ଏକ strokesକୁ ସିଲେକ୍ଟ କରି cut pathକୁ ଦୃଶ୍ୟମାନ କରିବା ପାଇଁ କଡକୁ ଘୁଞ୍ଚାନ୍ତୁ |
| 11:05 | ସଂକ୍ଷିପ୍ତରେ ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ : |
| 11:09 | ଲେୟାର୍ସ,ଫିଲଟର୍ସ ଏବଂ ବୁଲିଆନ୍ ଅପରେସନ୍ସ |
| 11:14 | ଆପଣଙ୍କ ପାଇଁ ୪ଟି ଆସାଇନମେଣ୍ଟ |
| 11:16 | ଗୋଲାପୀ ରଙ୍ଗର ଏକ ଆୟତକ୍ଷେତ୍ର ଏବଂ ସବୁଜ ରଙ୍ଗର ଏକ ତ୍ରିଭୁଜ ଆଙ୍କନ୍ତୁ |
| 11:21 | ତ୍ରିଭୁଜକୁ ଆୟତକ୍ଷେତ୍ର ଉପରେ ରଖନ୍ତୁ |
| 11:24 | ଉଭୟକୁ ସିଲେକ୍ଟ କରି Union ବ୍ୟବହାର କରନ୍ତୁ. ଏହା ହୋମ୍ ଆଇକନ ଭଳି ଦେଖାଯିବା ଉଚିତ |
| 11:30 | ଲେୟାରକୁ home ନାମ ଦିଅନ୍ତୁ |
| 11:32 | ଦୁଇଟି ବୃତ୍ତ ଆଙ୍କନ୍ତୁ |
| 11:34 | ଗୋଟିଏକୁ ଅନ୍ୟଟି ଉପରେ ରଖନ୍ତୁ |
| 11:36 | ଉଭୟକୁ ସିଲେକ୍ଟ କରି Difference ବ୍ୟବହାର କରନ୍ତୁ |
| 11:39 | ଏହା ଏକ ଅର୍ଦ୍ଧଚନ୍ଦ୍ରାକାର ଭଳି ଦେଖାଯିବା ଉଚିତ |
| 11:42 | ଏକ ଏଲିପ୍ସ ଆଙ୍କନ୍ତୁ |
| 11:44 | 10ଟି କୋଣଥିବା ଏକ ଷ୍ଟାର ଆଙ୍କନ୍ତୁ |
| 11:46 | ଏହାକୁ ଏଲିପ୍ସର କେନ୍ଦ୍ରରେ ରଖନ୍ତୁ |
| 11:49 | ଉଭୟକୁ ସିଲେକ୍ଟ କରି Exclusion ବ୍ୟବହାର କରନ୍ତୁ |
| 11:52 | ଦୁଇଟି ଲେୟାର କରି ଯଥାକ୍ରମେ crescent ଓ star ନାମ ଦିଅନ୍ତୁ |
| 11:57 | କ୍ରେସେଣ୍ଟ ଶେପକୁ Cut କରି କ୍ରେସେଣ୍ଟ ଲେୟାରରେ paste କରନ୍ତୁ |
| 12:00 | ସମାନ ଭାବେ ଷ୍ଟାର ଶେପ ପାଇଁ କରନ୍ତୁ |
| 12:03 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ |
| 12:07 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହାସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
| 12:16 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
| 12:23 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 12:27 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 12:34 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ spoken-tutorial.org/NMEICT-Intro |
| 12:39 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 12:42 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |