Health-and-Nutrition/C2/Physical-methods-to-increase-the-amount-of-breastmilk/Oriya

From Script | Spoken-Tutorial
Revision as of 23:38, 19 July 2019 by Indiantranslators2012 (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:02 ବନ୍ଧୁଗଣ, ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବା ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲ୍‍ରେ, ବିଭିନ୍ନ ଶାରୀରିକ ଉପାୟଗୁଡ଼ିକୁ ବ୍ୟବହାର କରି କିପରି ସ୍ତନରେ କ୍ଷୀରର ପରିମାନକୁ ବୃଦ୍ଧି କରାଯାଇପାରିବ ଆମେ ଶିଖିବା
00:17 ଚାଲନ୍ତୁ ପ୍ରଥମେ କଙ୍ଗାରୁ ମଦର୍ କେଆର୍ ଉପାୟରୁ ଆରମ୍ଭ କରିବା
00:20 ଏହି ଉପାୟରେ ଶିଶୁ ଯେତେ ସମୟ ସମ୍ଭବ ହେବ ସେତେବେଳ ପର୍ଯ୍ୟନ୍ତ ମା’ଙ୍କ ସହିତ ସମ୍ପୂର୍ଣ୍ଣ ରୂପେ ଲାଗିକରି ରହିବ
00:27 ଧ୍ୟାନ ଦିଅନ୍ତୁ ଯେ, କଙ୍ଗାରୁ ମଦର୍ କେଆର୍ ପଦ୍ଧତିକୁ ସମାନ ସିରିଜ୍‍ର ଅନ୍ୟ ଗୋଟିଏ ଟ୍ୟୁଟୋରିଆଲ୍‍ରେ ବର୍ଣ୍ଣନା କରାଯାଇଛି
00:34 ତା’ପରେ ଆମେ ଲେଟ୍ ଡାଉନ୍ ରିଫ୍ଲେକ୍ସ କିମ୍ବା କ୍ସିଟୋସିନ୍ ରିଫ୍ଲେକ୍ସକୁ କିପରି ଉନ୍ନତ କରାଯିବ ସେ ବିଷୟରେ ଶିଖିବା.

ଏହା ପୂର୍ବରୁ, ଅକ୍ସିଟୋସିନ୍ କ’ଣ ଜାଣିବା ଆବଶ୍ୟକ?

00:44 ଅକ୍ସିଟୋସିନ୍ ହେଉଛି ଗୋଟିଏ ହର୍ମୋନ୍ ଯାହା, ଲେଟ୍ ଡାଉନ୍ ରିଫ୍ଲେକ୍ସକୁ ଷ୍ଟିମୁଲେଟ୍ କରିଥାଏ ଯାହା ଦ୍ଵାରା ଶିଶୁ ବିଷୟରେ ଚିନ୍ତା କରିବା କ୍ଷଣି କ୍ଷୀର ବାହାରକୁ ଠେଲି ହୋ‍ଇ ଆସିଥାଏ
00:54 ତେଣୁ କ୍ଷୀରକୁ ବାହାରକୁ ଆଣିବା ପାଇଁ ପ୍ରଥମେ ମା’ ଶାନ୍ତ ହୋ‍ଇ ବସିବେ ଏବଂ ତା’ପରେ ନିଜର ଶାନ୍ତ ଶିଶୁକୁ ଦେଖିବେ
01:01 ସେ ନିଜ ଶିଶୁର ଅଧୁଆ କପଡ଼ାଗୁଡ଼ିକୁ ଶୁଙ୍ଘି ପାରିବେ ଏବଂ ଆଶ୍ଵସ୍ତିକର ସଙ୍ଗୀତ ମଧ୍ୟ ଶୁଣିବେ
01:09 କ୍ଷୀରକୁ ବାହରକୁ ଆଣିବାର ଅନ୍ୟ ଉପାୟଗୁଡ଼ିକ ହେଉଛି – ଉଷୁମ୍ ପାଣି ସେକ,
01:16 ପିଠିର ଉପର ଅଂଶରେ ଏବଂ ସ୍ତନର ମାଲିସ୍ କରିବା
01:20 ଉଷୁମ୍ ପାଣି ସେକ କିପରି କାର୍ଯ୍ୟ କରେ ଚାଲନ୍ତୁ ଦେଖିବା
01:24 ମା’ ଉଷୁମ୍ ପାଣିରେ ଗାଧୋ‍ଇବା ଉଚିତ୍ କିମ୍ବା ନିଜର ସ୍ତନ ଉପରେ ଗୋଟିଏ ଉଷୁମ୍ କପଡ଼ା ରଖିବା ଉଚିତ୍
01:30 ଏହି ଉଭୟ ଉପାୟ, ସ୍ତନରେ କ୍ଷୀରର କ୍ଷରଣ ଏବଂ କ୍ଷୀରକୁ ବାହାରକୁ ଆଣିବାରେ ସାହାଯ୍ୟ କରିବ
01:36 ତା’ପରେ ଚାଲନ୍ତୁ ମାଲିସ୍ ବିଷୟରେ ଜାଣିବା
01:40 ପିଠିର ଉପର ଅଂଶ ଓ ବେକରେ ମାଲିସ୍ କରିବା ଦ୍ଵାରା କ୍ଷୀର ସହଜରେ କ୍ଷରଣ ହୋ‍ଇଥାଏ, ଯେହେତୁ ସମାନ ସ୍ନାୟୁ ପିଠିର ଉପର ଅଂଶ ଓ ସ୍ତନ ସହିତ ସଂଯୁକ୍ତ ରହିଥାଏ
01:49 ସ୍ତନ୍ୟପାନ କରାଇବା ପୂର୍ବରୁ ସ୍ତନକୁ ମାଲିସ୍ କରିବା ଦ୍ଵାରା କ୍ଷୀରର ଧାରଗୁଡ଼ିକ ଖୋଲିଯାଇଥାଏ
01:53 କ୍ଷୀର ସହଜରେ କ୍ଷରଣ ହେବା ଏବଂ ସ୍ତନ ସମ୍ପୂର୍ଣ୍ଣ ରୂପେ ଖାଲି ହୋ‍ଇଯିବା ଦ୍ଵାରା କ୍ଷୀର ଅଧିକ ଉତ୍ପାଦନ ହୋ‍ଇଥାଏ
02:01 ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବାର ଅନ୍ୟ ଏକ ଉପାୟ ହେଉଛି, ଶିଶୁକୁ ସଠିକତାର ସହ ଲାଚ୍ କରିବା
02:09 ଏହାକୁ କିପରି କରାଯାଏ ଚାଲନ୍ତୁ ଦେଖିବା
02:12 ଶିଶୁର ଉପର ଓଠରେ ନିପଲ୍‍କୁ ଘଷିବା.

ଏହା ଶିଶୁର ପାଟିକୁ ପୂରା ଖୋଲିବାରେ ସାହାଯ୍ୟ କରିବ ଏବଂ ସଠିକ୍ ଲାଚ୍ ହେବା ସହିତ ଶିଶୁ ଯଥେଷ୍ଟ କ୍ଷୀର ପାଇପାରିବ

02:24 ସ୍ତନ୍ୟପାନ କରିବା ସମୟରେ ଏହା ସୁନିଶ୍ଚିତ କରନ୍ତୁ-
02:27 ମା’ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସପୋର୍ଟ କରୁଛନ୍ତି,
02:30 ଶିଶୁର ପେଟ ମା’ଙ୍କର ପେଟକୁ ସ୍ପର୍ଶ କରୁଥିବା ଆବଶ୍ୟକ,
02:34 ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବ,
02:39 ଶିଶୁର ନାକ ମାଙ୍କର ନିପଲ୍ ସହିତ ଗୋଟିଏ ସରଳରେଖାରେ ରହିଥିବ,
02:43 ଥୋଡ଼ି ଆଗକୁ ରହିବା ସହିତ ମାଙ୍କର ସ୍ତନ ସହିତ ଚାପି ହୋ‍ଇ ରହିବା ଆବଶ୍ୟକ ଏବଂ ନିମ୍ନ ଓଠ ମୋଡ଼ି ହୋ‍ଇ ବାହାରକୁ ରହିଥିବ
02:50 ସୁନିଶ୍ଚିତ କରନ୍ତୁ ଯେ, ଲାଚିଂ ସମୟରେ ଶିଶୁ ନିମ୍ନ ଆରିଓଲାର ଅଧିକ ଭାଗ ପାଟିରେ ରହିଥିବ, ଉପର ଆରିଓଲା, ନିମ୍ନ ଆରିଓଲା ଅପେକ୍ଷା ଅଧିକ ଦୃଶ୍ୟମାନ ହେବ
03:01 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆରିଓଲା ହେଉଛି ନିପଲ୍ ଚାରିପଟେ ଥିବା ଗାଢ଼ କଳା ଅଂଶ
03:05 ତା’ପରେ ଚାଲନ୍ତୁ ଅନ୍ୟ ଗୋଟିଏ ଶାରୀରିକ ଉପାୟକୁ ଦେଖିବା, ଯେଉଁଥିରେ ସ୍ତନ ଉପରେ ସାମାନ୍ୟ ଚାପ ପ୍ରଦାନ କରାଯାଇଥାଏ
03:12 ଏହା କରିବା ପାଇଁ, ସ୍ତନ୍ୟପାନ କରିବା ସମୟରେ ସ୍ତନକୁ ସାଧାରଣ ଭାବେ ଧରି ସାମାନ୍ୟ ଚାପ ପ୍ରଦାନ କରନ୍ତୁ
03:17 କ୍ଷୀର ଗ୍ରନ୍ଥିଗୁଡ଼ିକ ଉପରେ ସାମାନ୍ୟ ଚାପ ଦେବା ଦ୍ଵାରା ଅଧିକ କ୍ଷୀର କ୍ଷରଣ ହେବାରେ ସାହାଯ୍ୟ ମିଳିଥାଏ
03:22 ଶିଶୁ ପ୍ରତ୍ୟେକ ଥର ଶୋଶିବା ସମୟରେ ଏହା ଅଧିକ କ୍ଷୀର କ୍ଷରଣ କରିବାରେ ସାହାଯ୍ୟ କରିଥାଏ
03:27 ସମାନ ସିରିଜ୍‍ର ଅନ୍ୟ ଏକ ଟ୍ୟୁଟୋରିଆଲ୍‍ରେ ସ୍ତନ ଉପରେ ସାମାନ୍ୟ ଚାପ ଦେବା ଉପାୟକୁ ବର୍ଣ୍ଣନା କରାଯାଇଛି
03:33 ଗୋଟିଏ ଚମତ୍କାର କଥା ହେଉଛି ଯେ, ରାତି ସମୟରେ ସ୍ତନ୍ୟପାନ କରାଇବା ଅତ୍ୟନ୍ତ ଜରୁରୀ ଅଟେ. କାହିଁକି ଚାଲନ୍ତୁ ବୁଝିବା?
03:41 ରାତି ସମୟରେ କ୍ଷୀରରେ ପ୍ରୋଲାକ୍‌ଟିନ୍ ହର୍ମୋନ୍‍ର ପରିମାଣ ଅଧିକ ହୋ‍ଇଥାଏ
03:46 ରାତି ସମୟରେ ଶିଶୁ ଅଧିକ ସ୍ତନ୍ୟପାନ କରିବା ଦ୍ଵାରା ସ୍ତନ୍ୟପାନ କରିବା ସମୟରେ ଏହା କ୍ଷୀରର ପରିମାଣ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ, ଯାହା ଶିଶୁର ଶାରୀରିକ ବୃଦ୍ଧିରେ ସହାୟକ ହୋ‍ଇଥାଏ
03:56 ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବାର ଅନ୍ୟ ଏକ କାରଣ ହେଉଛି, ବାରମ୍ବାର ସ୍ତନ୍ୟପାନ କରାଇବାର ଅବଧି
04:04 24 ଘଣ୍ଟା ମଧ୍ୟରେ ଶିଶୁକୁ ଅତିକମ୍‍ରେ 10-12 ଥର ସ୍ତନ୍ୟପାନ କରାଇବା ଉଚିତ୍.

ଏବଂ ରାତି ସମୟରେ ଶିଶୁକୁ ଅତିକମ୍‍ରେ 2-3 ଥର ସ୍ତନ୍ୟପାନ କରାଇବା ଜରୁରୀ ଅଟେ

04:15 ଶିଶୁକୁ ଭୋକିଲା ରଖନ୍ତୁ ନାହିଁ
04:17 ଭୋକିଲା ହେବାର ପୂର୍ବ ସଂକେତଗୁଡ଼ିକୁ ଦେଖନ୍ତୁ, ଯେପରି ଶିଶୁ ନିଜର ହାତ ଓ ଗୋଡ଼କୁ ଚାଳନା କରିବା.
04:24 ଶିଶୁଟି ସେହି ବସ୍ତୁ ଆଡ଼କୁ ମୁହଁ ବୁଲାଇବା ସହିତ ପାଟିକୁ ଖୋଲିଥାଏ, ଯାହା ତା’ର ଗାଲକୁ ଛୁଇଁଥାଏ
04:30 ମନେରଖନ୍ତୁ, ଶିଶୁ କାନ୍ଦିବା ହେଉଛି ସ୍ତନ୍ୟପାନରେ ବିଳମ୍ବ ହେବାର ସଂକେତ. ତେଣୁ ପୂର୍ବ ସଂକେତ ଆଧାରରେ ଶିଶୁକୁ ସ୍ତନ୍ୟପାନ କରାନ୍ତୁ
04:39 ଲୁକାୟିତ ଥିବା କ୍ଷୀରର ନିଷ୍କାସନ ହେବା ମଧ୍ୟ ଜରୁରୀ ଅଟେ.

ଲୁକ୍କାୟିତ କ୍ଷୀର ହେଉଛି, ସ୍ତନର ପଛ ଭାଗରେ ଥିବା କ୍ଷୀର

04:49 ଏହା ଫ୍ୟାଟ୍‍ରୁ ତିଆରି ହୋ‍ଇଥାଏ. ଏହା ବହଳିଆ ହୋ‍ଇଥାଏ
04:53 ତେଣୁ ମା’ ଗୋଟିଏ ସ୍ତନ ସମ୍ପୂର୍ଣ୍ଣ ଖାଲି ହେବା ସୁନିଶ୍ଚିତ ହେବା ପରେ ଅନ୍ୟ ସ୍ତନରୁ କ୍ଷୀର ପ୍ରଦାନ କରିବା ଉଚିତ୍
05:00 ବର୍ତ୍ତମାନ, ଶିଶୁକୁ ସ୍ତନ୍ୟପାନ କରାଇବା ପରେ ସ୍ତନରୁ କ୍ଷୀର ନିଷ୍କାସନ କରିବା ବିଷୟରେ ଚାଲନ୍ତୁ ଆଲୋଚନା କରିବା
05:06 ନିଶ୍କାସନ ହେଉଛି, ମା’ ନିଜ ହାତରେ କ୍ଷୀର କାଢ଼ିବା
05:11 ଏହା କରିବା ପାଇଁ, ମା’ ନିଜର ଆଙ୍ଗୁଠି ଓ ବୁଢ଼ା ଆଙ୍ଗୁଠିକୁ ଆରିଓଲାର ଧାରରେ ଏବଂ ସ୍ତନର ଚର୍ମ ଉପରେ ରଖିବେ
05:19 ତା’ପରେ ଆରିଓଲାକୁ ଭିତର ଆଡ଼କୁ ଛାତି ପର୍ଯ୍ୟନ୍ତ ଚାପ ପ୍ରଦାନ କରନ୍ତୁ, ଚାପ ଦେବେ ଏବଂ ଛାଡ଼ିଦେବେ
05:26 ଶିଶୁ ସମ୍ପୂର୍ଣ୍ଣ କ୍ଷୀର ଚୁସିପାରୁଥିଲେ ମଧ୍ୟ ଏହାକୁ କରାଯାଇଥାଏ
05:31 ଦୁଇଥର ସ୍ତନ୍ୟପାନ କରାଇବା ମଧ୍ୟରେ ମା’ କ୍ଷୀରକୁ କାଢ଼ିଦେବା ଆବଶ୍ୟକ
05:35 ବାରମ୍ବାର କ୍ଷୀରକୁ କାଢ଼ିଦେବା ଦ୍ଵାରା ସ୍ତନରେ କ୍ଷୀରର ପରିମାଣରେ ବୃଦ୍ଧି ହେବ
05:40 ସର୍ବଦା ନିମ୍ନଲିଖିତ କଥାକୁ ମନେରଖନ୍ତୁ: ଅପ୍ରାକୃତିକ ନିପଲ୍ ଏବଂ ଫର୍ମୁଲା କ୍ଷୀର ବ୍ୟବହାର କରନ୍ତୁ ନାହିଁ, ଏହା ମା’ର କ୍ଷୀରର ପରିମାଣକୁ ହ୍ରାସ କରିଥାଏ
05:50 ଶିଶୁକୁ ଗାଈ କିମ୍ବା ଛେଳି କିମ୍ବା ଫର୍ମୁଲା କ୍ଷୀର ପ୍ରଦାନ କରନ୍ତୁ ନାହିଁ
05:54 ବିପଲ୍ ଶିଲ୍ଡ ବ୍ୟବହାର କରନ୍ତୁ ନାହିଁ, ଯେହେତୁ ଶିଶୁ ପାଇଁ ଏହା ଦ୍ଵନ୍ଦ୍ଵର କାରଣ ହୋ‍ଇଥାଏ
05:59 ମନେରଖନ୍ତୁ, ଶିଶୁର ଭୋକିଲା ହେବାର ସଂକେତ ଦେଖିବା କ୍ଷଣି ତା’କୁ ସ୍ତନ୍ୟପାନ କରାଇବା ଉଚିତ୍
06:06 ସ୍ଵସ୍ଥ୍ୟ କର୍ମୀମାନେ ସଠିକ୍ ଲାଚିଂ ବିଷୟରେ ମା’ଙ୍କୁ ସାହାଯ୍ୟ କରିବା ସହିତ ତାଙ୍କର ଆତ୍ମବିଶ୍ଵାସ ବଢ଼ାଇବା ଉଚିତ୍
06:12 ପ୍ରତ୍ୟେକ ଦିନ ଶିଶୁର ଓଜନ 25 ରୁ 30 ଗ୍ରାମ୍ ବୃଦ୍ଧି ହେଉଛି କି ନାହିଁ ସୁନିଶ୍ଚିତ କରିବା ପାଇଁ ଦୈନିକ ଶିଶୁର ଓଜନକୁ ମନିଟର୍ କରନ୍ତୁ
06:21 ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବା ଉପରେ ଥିବା ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆମେ ଆସିଯାଇଛେ.

ଆମ ସହିତ ଜଡ଼ିତ ହୋ‍ଇଥିବାରୁ ଧନ୍ୟବାଦ

Contributors and Content Editors

Indiantranslators2012, Pradeep