Health-and-Nutrition/C2/Physical-methods-to-increase-the-amount-of-breastmilk/Oriya
From Script | Spoken-Tutorial
Time | Narration |
00:02 | ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ମାତ୍ରା ବଢ଼ାଇବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:08 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ମାତ୍ରାକୁ ବଢ଼ାଇବାର ଭିନ୍ନ ଭିନ୍ନ କୌଶଳ |
00:17 | ପ୍ରଥମେ କଙ୍ଗାରୁ ମଦର୍ କେଆର୍ରୁ ଆରମ୍ଭ କରିବା |
00:20 | ଏଥିରେ ଶିଶୁକୁ ମା’ଙ୍କ ନଗ୍ନ ଶରୀର ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖାଯାଇଥାଏ |
00:27 | ଧ୍ୟାନ ଦିଅନ୍ତୁ ଯେ, କଙ୍ଗାରୁ ମଦର୍ କେଆର୍ ପଦ୍ଧତିକୁ ଏହି ସିରିଜ୍ର ଅନ୍ୟ ଏକ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି |
00:34 | ତା’ପରେ ଆମେ, ଲେଟ୍ ଡାଉନ୍ ରିଫ୍ଲେକ୍ସ ବା ଅକ୍ସିଟୋସିନ୍ ରିଫ୍ଲେକ୍ସକୁ କିପରି ଉନ୍ନତ କରାଯିବ, ତାହା ଶିଖିବା.
ପ୍ରଥମେ ଆସନ୍ତୁ, ଅକ୍ସିଟୋସିନ୍ କ’ଣ ଜାଣିବା |
00:44 | ଅକ୍ସିଟୋସିନ୍ ହେଉଛି ଗୋଟିଏ ହର୍ମୋନ୍, ଯାହା ଲେଟ୍ ଡାଉନ୍ ରିଫ୍ଲେକ୍ସକୁ ଉତ୍ତେଜିତ କରିଥାଏ, ଯାହାଦ୍ଵାରା ଶିଶୁ ବିଷୟରେ ଚିନ୍ତା କରିବା କ୍ଷଣି କ୍ଷୀର ବାହାରକୁ ଠେଲି ହୋଇ ଆସିଥାଏ |
00:54 | ତେଣୁ, କ୍ଷୀରକୁ ବାହାରକୁ ଆଣିବା ପାଇଁ ପ୍ରଥମେ ମା’ ଆରାମ କରିବେ ଏବଂ ତା’ପରେ ନିଜର ଶାନ୍ତ ଶିଶୁକୁ ଦେଖିବେ |
01:01 | ସେ ନିଜ ଶିଶୁର ଅଧୁଆ କପଡ଼ାଗୁଡ଼ିକୁ ଶୁଙ୍ଘିପାରିବେ ଏବଂ ଆନନ୍ଦଦାୟକ ଗୀତ ମଧ୍ୟ ଶୁଣିପାରିବେ |
01:09 | କ୍ଷୀରକୁ ବାହରକୁ ଆଣିବାର ଅନ୍ୟ ଉପାୟଗୁଡ଼ିକ ହେଉଛି – ଉଷୁମ୍ ପାଣି ସେକ, |
01:16 | ପିଠିର ଉପର ଅଂଶ ଏବଂ ସ୍ତନ ମାଲିସ୍ କରିବା |
01:20 | ଉଷୁମ୍ ପାଣି ସେକ ବିଷୟରେ ଚାଲନ୍ତୁ ଜାଣିବା |
01:24 | ମା’ ଉଷୁମ୍ ପାଣିରେ ଗାଧୋଇବେ, ନଚେତ୍ ନିଜର ସ୍ତନ ଉପରେ ଗୋଟିଏ ଉଷୁମ୍ କପଡ଼ା ରଖିବେ |
01:30 | ଉଭୟ ଉପାୟରେ, ସ୍ତନରେ କ୍ଷୀର ସଂଚାର ହେବ ଏବଂ କ୍ଷୀର ବାହାରକୁ ବାହାରିବ |
01:36 | ଏବେ ମାଲିସ୍ ବିଷୟରେ ଜାଣିବା |
01:40 | ପିଠିର ଉପର ଅଂଶ ଓ ବେକରେ ମାଲିସ୍ କଲେ କ୍ଷୀର ସହଜରେ ବାହାରିଥାଏ, କାରଣ ପିଠିର ଉପର ଅଂଶ ଓ ସ୍ତନରେ ସମାନ ସ୍ନାୟୁ ରହିଥାଏ |
01:49 | ସ୍ତନ୍ୟପାନ କରାଇବା ପୂର୍ବରୁ ସ୍ତନକୁ ମାଲିସ୍ କଲେ କ୍ଷୀରର ସ୍ନାୟୁଗୁଡ଼ିକ ଖୋଲିଯାଇଥାଏ |
01:53 | ଏଥିରୁ କ୍ଷୀର ସହଜରେ ବାହାରିବ ଏବଂ ସ୍ତନ ସମ୍ପୂର୍ଣ୍ଣ ରୂପେ ଖାଲି ହେବ ତଥା କ୍ଷୀର ଅଧିକ ମାତ୍ରାରେ ଉତ୍ପନ୍ନ ହେବ |
02:01 | ସ୍ତନରେ କ୍ଷୀରର ମାତ୍ରା ବଢ଼ାଇବାର ଅନ୍ୟ ଏକ ଉପାୟ ହେଉଛି, ଶିଶୁକୁ ସଠିକତାର ସହ ଲାଚ୍ କରିବା |
02:09 | ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା |
02:12 | ଶିଶୁର ଉପର ଓଠରେ ନିପ୍ପଲ୍କୁ ସ୍ପର୍ଶ କରାନ୍ତୁ, ଯେଉଁଥିରୁ ଶିଶୁ ପାଟିକୁ ପୂରା ଖୋଲିବ ଏବଂ ସଠିକ୍ ଲାଚ୍ ହେବା ସହିତ ଶିଶୁ ଯଥେଷ୍ଟ କ୍ଷୀର ପାଇପାରିବ |
02:24 | ସ୍ତନ୍ୟପାନ କରିବା ସମୟରେ ଧ୍ୟାନ ଦିଅନ୍ତୁ- |
02:27 | ମା’ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ଧରିଛନ୍ତି, |
02:30 | ଶିଶୁର ପେଟ ମା’ଙ୍କର ପେଟକୁ ସ୍ପର୍ଶ କରୁଛି, |
02:34 | ଶିଶୁର ମୁଣ୍ଡ, ବେକ ଓ ଶରୀର ଗୋଟିଏ ସରଳରେଖାରେ ରହିଛି, |
02:39 | ଶିଶୁର ନାକ ମା’ଙ୍କର ନିପ୍ପଲ୍ ସିଧାରେ ରହିଛି, |
02:43 | ଥୋଡ଼ି ଆଗକୁ ରହିବା ସହିତ ମା’ଙ୍କର ସ୍ତନ ସହିତ ଚାପି ହୋଇ ରହିଛି ଏବଂ ତଳ ଓଠ ମୋଡ଼ି ହୋଇ ବାହାରକୁ ରହିଛି |
02:50 | ସୁନିଶ୍ଚିତ କରନ୍ତୁ ଯେ, ଲାଚିଂ ସମୟରେ ଆରିଓଲାର ତଳ ଭାଗର ଅଧିକାଂଶ ଶିଶୁ ପାଟିରେ ରହିଥିବ, ଆରିଓଲାର ଉପରଭାଗ, ତଳ ଭାଗ ଅପେକ୍ଷା ଅଧିକ ଦେଖାଦେଉଥିବ |
03:01 | ଆରିଓଲା ହେଉଛି ନିପ୍ପଲ୍ ଚାରିପଟେ ଥିବା ଗାଢ଼ କଳା ଅଂଶ |
03:05 | ଅନ୍ୟ ଗୋଟିଏ ଉପାୟ ହେଉଛି, ସ୍ତନ ଉପରେ ହାଲୁକା ଚାପ ପକାଇବା |
03:12 | ସ୍ତନ୍ୟପାନ ସମୟରେ ସ୍ତନକୁ ଉପରେ ହାଲୁକା ଚାପ ପକାନ୍ତୁ |
03:17 | କ୍ଷୀର ଗ୍ରନ୍ଥିଗୁଡ଼ିକ ଉପରେ ସାମାନ୍ୟ ଚାପ ଦେଲେ ଅଧିକ କ୍ଷୀର ବାହାରିଥାଏ |
03:22 | ଯେବେବି ଶିଶୁ ଶୋଷିବ ଅଧିକ କ୍ଷୀର ମିଳିବ |
03:27 | ଏହି ସିରିଜ୍ର ଅନ୍ୟ ଏକ ଟ୍ୟୁଟୋରିଆଲରେ ସ୍ତନକୁ ହାଲୁକା ଚାପିବା ବିଷୟରେ ବର୍ଣ୍ଣନା କରାଯାଇଛି |
03:33 | ଗୋଟିଏ ଚମତ୍କାର କଥା ହେଉଛି ଯେ, ରାତିରେ ସ୍ତନ୍ୟପାନ କରାଇବା ଅତ୍ୟନ୍ତ ଜରୁରୀ ଅଟେ.
କାହିଁକି ଚାଲନ୍ତୁ ବୁଝିବା |
03:41 | ରାତିରେ ସ୍ତନର କ୍ଷୀରରେ ପ୍ରୋଲେକ୍ଟିନ୍ ହର୍ମୋନ୍ର ପରିମାଣ ଅଧିକ ଥାଏ |
03:46 | ରାତିରେ ଅଧିକ ସ୍ତନ୍ୟପାନ କରାଇଲେ କ୍ଷୀରର ମାତ୍ରା ବଢ଼ିଥାଏ ଏବଂ ଏହା ଶିଶୁର ବିକାଶରେ ସହାୟକ ହୋଇଥାଏ |
03:56 | ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବାର ଅନ୍ୟ ଏକ ଉପାୟ ହେଉଛି, ବାରମ୍ବାର ସ୍ତନ୍ୟପାନ କରାଇବା |
04:04 | 24 ଘଣ୍ଟା ମଧ୍ୟରେ ଶିଶୁକୁ ଅତିକମରେ 10-12 ଥର ସ୍ତନ୍ୟପାନ କରାଇବା ଉଚିତ
ଏବଂ ରାତିରେ ଶିଶୁକୁ ଅତିକମରେ 2-3 ଥର ସ୍ତନ୍ୟପାନ କରାଇବା ଜରୁରୀ ଅଟେ |
04:15 | ଶିଶୁକୁ ଭୋକିଲା ରଖନ୍ତୁ ନାହିଁ |
04:17 | ଶିଶୁ ଭୋକିଲା ହେବାର ସଂକେତଗୁଡ଼ିକୁ ବୁଝନ୍ତୁ, ଯେପରି ହାତ ଓ ଗୋଡ଼କୁ ହଲାଇବା. |
04:24 | ତା’ ଗାଲକୁ ଛୁଉଁଥିବା ପ୍ରତ୍ୟେକ ବସ୍ତୁ ଆଡ଼କୁ ମୁହଁ ବୁଲାଇବା ସହିତ ପାଟିକୁ ଖୋଲିବା |
04:30 | ମନେରଖନ୍ତୁ, କାନ୍ଦୁଥିବା ଶିଶୁ ବହୁତ ଭୋକିଲା ଥାଏ, ତେଣୁ ଭୋକିଲା ହେବାର ସଂକେତ ଦେଖିବା କ୍ଷଣି ତାକୁ ସ୍ତନ୍ୟପାନ କରାନ୍ତୁ |
04:39 | ପଶ୍ଚାତ୍ କ୍ଷୀର ବାହାରିବା ମଧ୍ୟ ଜରୁରୀ ଅଟେ.
ପଶ୍ଚାତ୍ କ୍ଷୀର ହେଉଛି, ସ୍ତନର ପଛ ଭାଗରେ ଥିବା କ୍ଷୀର |
04:49 | ଏହା ଫ୍ୟାଟ୍ରୁ ତିଆରି ହେବା ସହ ବହୁତ ବହଳିଆ ହୋଇଥାଏ |
04:53 | ତେଣୁ ମା’, ପ୍ରଥମ ସ୍ତନକୁ ସମ୍ପୂର୍ଣ୍ଣ ଖାଲି କରିବା ପରେ ହିଁ ଅନ୍ୟ ସ୍ତନରୁ କ୍ଷୀର ଖୁଆଇବା ଉଚିତ |
05:00 | ଏବେ ଆମେ, ଶିଶୁକୁ ସ୍ତନ୍ୟପାନ କରାଇବା ପରେ କ୍ଷୀର ବାହାର କରିବା ବିଷୟରେ ଚାଲନ୍ତୁ ଆଲୋଚନା କରିବା |
05:06 | ଏଥିରେ, ମା’ ନିଜ ହାତରେ କ୍ଷୀର କାଢ଼ନ୍ତି |
05:11 | ଏହା କରିବା ପାଇଁ, ଆରିଓଲା ଓ ତାହାର ବାହାର ଭାଗରେ ମା’ ନିଜର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକୁ ରଖିବେ |
05:19 | ତା’ପରେ, ଆରିଓଲାକୁ ଛାତି ଭିତର ଆଡ଼କୁ ଚାପିବେ ଓ ଛାଡ଼ିଦେବେ |
05:26 | ଶିଶୁକୁ ସମ୍ପୂର୍ଣ୍ଣ କ୍ଷୀର ଖୁଆଇସାରିବା ପରେ ମଧ୍ୟ ଏହାକୁ କରିବା ଉଚିତ |
05:31 | ଦୁଇଥର ସ୍ତନ୍ୟପାନ କରାଇବା ମଧ୍ୟରେ ମା’ କ୍ଷୀରକୁ କାଢ଼ିଦେବା ଆବଶ୍ୟକ |
05:35 | ହାତରେ କ୍ଷୀରକୁ କାଢ଼ିଲେ କ୍ଷୀରର ମାତ୍ରାରେ ବୃଦ୍ଧି ହୋଇଥାଏ |
05:40 | ମନେରଖନ୍ତୁ: ପ୍ଲାଷ୍ଟିକ୍ ନିପଲ୍ ଏବଂ ବୋତଲ କ୍ଷୀର ବ୍ୟବହାର କରନ୍ତୁ ନାହିଁ, ଏହା ମା’ଙ୍କ କ୍ଷୀରର ପରିମାଣକୁ ହ୍ରାସ କରିଥାଏ |
05:50 | ଗାଈ କିମ୍ବା ଛେଳି କିମ୍ବା ବୋତଲ କ୍ଷୀର ଦିଅନ୍ତୁ ନାହିଁ |
05:54 | ପ୍ଲାଷ୍ଟିକ୍ ନିପ୍ପଲ୍ ର ବ୍ୟବହାର କରନ୍ତୁ ନାହିଁ, ଏଥିରୁ ଶିଶୁ ଭ୍ରମିତ ହୋଇଥାଏ |
05:59 | ମନେରଖନ୍ତୁ, ଶିଶୁ ଭୋକିଲା ହେବାର ସଂକେତ ଦେଖିବା କ୍ଷଣି ତା’କୁ ସ୍ତନ୍ୟପାନ କରାନ୍ତୁ |
06:06 | ସଠିକ୍ ଲାଚିଂ ବିଷୟରେ ମା’ଙ୍କୁ ଜଣାଇ ସ୍ୱାସ୍ଥ୍ୟ କର୍ମୀମାନେ ତାଙ୍କର ଆତ୍ମବିଶ୍ଵାସ ବଢ଼ାଇବା ଉଚିତ |
06:12 | ପ୍ରତ୍ୟେକ ଦିନ ଶିଶୁର ଓଜନ 25 ରୁ 30 ଗ୍ରାମ୍ ବୃଦ୍ଧି ହେବା ଉଚିତ, ସେଥିପାଇଁ ଦୈନିକ ଶିଶୁର ଓଜନ ମାପନ୍ତୁ |
06:21 | ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବା ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆମେ ଆସିଯାଇଛେ.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |