Health-and-Nutrition/C2/Laid-back-hold-for-breastfeeding/Oriya

From Script | Spoken-Tutorial
Revision as of 23:34, 19 July 2019 by Indiantranslators2012 (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 ବନ୍ଧୁଗଣ, ସ୍ତନ୍ୟପାନ ପାଇଁ ପିଠିପଟେ ଶୋ‍ଇ ଧରିବା ପଦ୍ଧତି ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲ୍‍ରେ ଆମେ ଶିଖିବା, ଜଣେ ମା’ ତା’ର ଶିଶୁକୁ ସ୍ତନ୍ୟପାନ କରାଇବା ସକାଶେ ସଠିକ ଧରିବା ପଦ୍ଧତିକୁ ଚୟନ କରିବା
00:15 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ ପିଠିପଟେ ଶୋ‍ଇ ଧରିବା ପଦ୍ଧତିକୁ କିପରି ଅନୁସରଣ କରିବେ
00:22 ଚାଲନ୍ତୁ ଆରମ୍ଭ କରିବା
00:24 ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ବିଭିନ୍ନ ପ୍ରକାରର ଧରିବା ପଦ୍ଧତି ବ୍ୟବହାର କରନ୍ତି
00:31 ପୂର୍ବବର୍ତ୍ତି ଗୋଟିଏ ଟ୍ୟୁଟୋରିଆଲ୍‍ରେ ବର୍ଣ୍ଣନା କରାଯାଇଥିବା ଭଳି ଜଣେ ମା’ ଓ ତାଙ୍କର ଶିଶୁକୁ ଧରିବା ପାଇଁ ସବୁଠାରୁ ଉତ୍ତମ ପଦ୍ଧତି ହେଉଛି ଗୋଟିଏ ଯେଉଁଥିରେ -
00:39 ସ୍ତନ୍ୟପାନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ସମୟ ମା’ ଓ ଶିଶୁ ଉଭୟଙ୍କ ପାଇଁ ଆରାମଦାୟକ ହୋ‍ଇଥାଏ
00:47 ଶିଶୁଟି ମା’ର ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସକ୍ଷମ ହୋ‍ଇଥାଏ ଏବଂ ଯଥେଷ୍ଟ କ୍ଷୀର ପ୍ରାପ୍ତ କରିଥାଏ
00:55 ଧାରଣ କରିବାର ପଦ୍ଧତିଗୁଡ଼ିକ ମଧ୍ୟରୁ ପିଠିପଟେ ଶୋ‍ଇ ଧରିବା ପଦ୍ଧତି ବିଷୟରେ ଚାଲନ୍ତୁ ଜାଣିବା
01:00 ପିଠିପଟେ ଶୋ‍ଇ ଧରିବା ପଦ୍ଧତିକୁ ସେତେବେଳେ ଅନୁସରଣ କରିବା ପାଇଁ ପରାମର୍ଶ ଦିଆଯାଏ, ଯେତେବେଳେ କ୍ରସ୍ କ୍ରାଡଲ୍ କିମ୍ବା କ୍ରାଡଲ୍ ପଦ୍ଧତିରେ ଧରି ଶିଶୁକୁ ସ୍ତନ୍ୟପାନ କରାଇବାରେ ଅସୁବିଧା ହୋ‍ଇଥାଏ
01:10 କିମ୍ବା ମା’ଙ୍କର ସ୍ତନର ଆକାର ବଡ଼ ହୋ‍ଇଥାଏ
01:13 କିମ୍ବା ମା’ଙ୍କ ପିଠିରେ ଯନ୍ତ୍ରଣା ହେଉଥାଏ
01:16 କିମ୍ବା ଯେତେବେଳେ ମା’ ହାଲିଆ ହୋ‍ଇଯାଇଥାଆନ୍ତି
01:19 ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ମା’ ନିଶ୍ଚିତ ରୂପେ ନିଜର ହାତକୁ ସାବୁନ୍ ଓ ପାଣିରେ ଧୋ‍ଇବା ଉଚିତ୍.

ଏବଂ ହାତକୁ ଭଲ ଭାବେ ଶୁଖାଇବା ଉଚିତ୍

01:27 ତା’ପରେ ସେ, ଫୁଟାଇ ଥଣ୍ଡା କରାଯାଇଥିବା ଗୋଟିଏ ଗ୍ଲାସ୍ ପାଣି ପିଇବା ଉଚିତ୍
01:32 ସ୍ତନ୍ୟପାନ କରାଉଥିବା ମା’ଙ୍କଠାରେ ଗୋଟିଏ ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋ‍ଇଥାଏ.

ତେଣୁ ସେମାନେ ପ୍ରତିଦିନ ପିଉଥିବା ପାଣିର ପରିମାଣକୁ ବୃଦ୍ଧି କରିବା ଆବଶ୍ୟକ

01:44 ତା’ପରେ ମା’ ଯେଉଁ ସ୍ତନରୁ ସ୍ତନ୍ୟପାନ କରାଇବାକୁ ଚାହାନ୍ତି, ତା’କୁ ଅନାବୃତ୍ତ କରିବା ଉଚିତ୍
01:50 ସେ ନିଜର ସ୍ତନ ଉପରେ ଯେପରି ବ୍ରା କିମ୍ବା ବ୍ଲାଉଜ୍‍ର ଚାପ ନ ପଡ଼େ ତାହା ସୁନିଶ୍ଚିତ କରିବା ଆବଶ୍ୟକ
01:55 ତା’ପରେ ମା’ ଚଟାନ କିମ୍ବା ଖଟ ଉପରେ ଆରାମ କରି ଚିତ୍ ହୋ‍ଇ ଶୋ‍ଇପଡ଼ିବା ଉଚିତ୍
02:01 ତାଙ୍କର ବେକ, ମୁଣ୍ଡ ଓ ପିଠିର ଉପର ଅଂଶକୁ ତକିଆ ଦ୍ଵାରା ଭଲ ଭାବେ ସପୋର୍ଟ ପ୍ରଦାନ କରିବା ଆବଶ୍ୟକ
02:07 ବର୍ତ୍ତମାନ ମା’ ପ୍ରସ୍ତୁତ ଅଟନ୍ତି, ଶିଶୁକୁ ସଠିକତାର ଧରିବା ପଦ୍ଧତି ବିଷୟରେ ଚାଲନ୍ତୁ ଶିଖିବା
02:13 ମା’ ଯେଉଁ ସ୍ତନରୁ ଶିଶୁକୁ ସ୍ତନ୍ୟପାନ କରାଇବାକୁ ଚାହାନ୍ତି, ସେହି ପାର୍ଶ୍ଵର ହାତ ସାହାଯ୍ୟରେ ଶିଶୁର ଶରୀରକୁ ଧରିବା ଉଚିତ୍
02:20 ସେ ଶିଶୁ ମୁଣ୍ଡର ନିମ୍ନ ଅଂଶକୁ ଅନ୍ୟ ହାତର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ଧରିବା ଉଚିତ୍
02:27 ଏହି ଛବିରେ ଥିବା ମା’ ତାଙ୍କର ଡାହାଣପଟ ସ୍ତନରୁ ନିଜର ଶିଶୁକୁ ସ୍ତନ୍ୟପାନ କରାଉଛନ୍ତି
02:32 ତେଣୁ ସେ ଶିଶୁର ଶରୀରକୁ ଧରିବା ପାଇଁ ନିଜର ଡାହାଣ ହାତକୁ ବ୍ୟବହାର କରୁଛନ୍ତି
02:38 ସେ ଶିଶୁ ମୁଣ୍ଡର ନିମ୍ନ ଅଂଶକୁ ଧାରଣ କରିବା ପାଇଁ ନିଜ ବାମ ହାତର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରୁଛନ୍ତି
02:46 ତା’ପରେ ଶିଶୁର ମୁଣ୍ଡକୁ ଧରିବା ପାଇଁ ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ପୋଜିଶନ୍‍କୁ ଚାଲନ୍ତୁ ଦେଖିବା
02:54 ମା’ଙ୍କର ବୁଢ଼ା ଆଙ୍ଗୁଠି ଗୋଟିଏ କାନ ପଛପଟେ ଏବଂ ବାକି ଆଙ୍ଗୁଠିଗୁଡ଼ିକୁ ଅନ୍ୟ କାନର ପଛପଟେ ରହିବା ଆବଶ୍ୟକ
03:02 ସେ ନିଜର ଆଙ୍ଗୁଠିଗୁଡ଼ିକୁ କିମ୍ବା ବୁଢ଼ା ଆଙ୍ଗୁଠିକୁ କାନ ତଳୁ ବେକ ଆଡ଼କୁ ସ୍ଥାନାନ୍ତର କରିବା ଉଚିତ୍ ନୁହେଁ
03:08 ସେ ନିଜର ହାତ ସାହାଯ୍ୟରେ ଶିଶୁ ମୁଣ୍ଡର ପଛପଟେ ନିଜ ହାତ ଦ୍ଵାରା ଚାପ ପ୍ରୟୋଗ କରିବା ଉଚିତ୍ ନୁହେଁ.

ଏହା ଦ୍ଵାରା ଶିଶୁଟି କ୍ଷୀର ଖାଇବା ସମୟରେ ଆରାମଦାୟକ ଅବସ୍ଥାରେ ରହିବ

03:20 ତା’ପରେ ଚାଲନ୍ତୁ ଶିଶୁର ଶରୀରକୁ କିପରି ସଠିକ୍ ପୋଜିଶନ୍‍ରେ ରଖିବେ, ତାହା ଶିଖିବା
03:25 ଶିଶୁକୁ ମା’ଙ୍କର ଶରୀର ଉପରେ ଏପରି ରଖିବା ଉଚିତ୍, ଯେପରି ଶିଶୁର ପେଟ ମାଙ୍କର ପେଟ ଉପରେ ରହିବ
03:32 ଏବଂ ଶିଶୁର ମୁଣ୍ଡ ମାଙ୍କର ସ୍ତନ ନିକଟରେ ରହିବ
03:38 ଶିଶୁ ଓ ମା’ଙ୍କ ମଧ୍ୟରେ କମ୍ ଦୂରତା ରହିବା ଦ୍ଵାରା ଶିଶୁକୁ ମାଙ୍କର ସ୍ତନ ନିକଟରେ ପହଞ୍ଚିବାରେ ସୁବିଧା ହେବ
03:44 ଏବଂ ଏହା ଦ୍ଵାରା ଶିଶୁ ନିବିଡ଼ ଭାବେ ସଂଯୁକ୍ତ ହେବା ମଧ୍ୟ ସହଜ ହେବ
03:49 ତା’ପରେ ଦ୍ଵିତୀୟ ଜରୁରୀ କଥା ହେଉଛି, କେଉଁ ଦିଗରେ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ଧରିବେ
03:56 ଆପଣ ନିସ୍ଚିତ ରୂପେ ଲକ୍ଷ୍ୟ କରିଥିବେ ଯେ, ଯେତେବେଳେ ଆମେ ଖାଦ୍ୟ ଖାଉ, ସେତେବେଳେ ଆମର ମୁଣ୍ଡ, ବେକ ଓ ଶରୀର ଗୋଟିଏ ଦିଗରେ ରହିଥାଆନ୍ତି
04:05 ସେହିପରି, ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିବା ଉଚିତ୍
04:14 ଏହା ଦ୍ଵାରା ଶିଶୁକୁ କ୍ଷୀର ଢୋକିବାରେ ସହଜ ହେବ
04:19 ମନେରଖନ୍ତୁ, ମା’ଙ୍କ ଶରୀର ଉପରେ ଶିଶୁକୁ ଯେକୌଣସି ଦିଗରେ ରଖାଯାଇପାରିବ, ଯେ ପର୍ଯ୍ୟନ୍ତ ଶିଶୁ ଶରୀର ସମ୍ପୂର୍ଣ୍ଣ ସମ୍ମୁଖ ଅଂଶ ମା’ଙ୍କ ଶରୀରର ସମ୍ମୁଖ ଅଂଶରେ ରହିଥିବ
04:32 ଏବଂ ଶିଶୁଟି ସହଜରେ ସ୍ତନ ନିକଟରେ ପହଞ୍ଚି ପାରିବ
04:38 ବର୍ତ୍ତମାନ ଶିଶୁ ଶରୀରକୁ ପୋଜିଶନ୍ କରିବା ପାଇଁ ଥିବା ତୃତୀୟ ସୋପାନକୁ ଯିବା
04:42 ମା’ ତାଙ୍କ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସପୋର୍ଟ ଦେବା ଆବଶ୍ୟକ
04:47 ଅନ୍ୟଥା, ସ୍ତନ ସହିତ ଯୋଡ଼ି ହୋ‍ଇ ରହିବା ପାଇଁ ଶିଶୁଟିକୁ ଅନେକ କଷ୍ଟ କରିବାକୁ ପଡ଼ିବ
04:54 ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ପୋଜିଶନ୍‌କୁ ଦେଖିବା
04:59 ଶିଶୁର ନାକ ସ୍ତନର ନିପଲ୍ ସହିତ ଗୋଟିଏ ଲାଇନ୍‍ରେ ରହିବା ଆବଶ୍ୟକ
05:04 ଏବଂ ତା’ର ଥୋଡ଼ି ଆଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବା ଆବଶ୍ୟକ
05:09 ଏହା ଦ୍ଵାରା ଲାଚିଙ୍ଗ ସମୟରେ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ଶିଶୁଟି ନେଇ ପାରୁଥିବା ସୁନିଶ୍ଚିତ ହୋ‍ଇଥାଏ
05:16 ଏବଂ ସେ ଭଲ ଭାବରେ ଅଧିକ କ୍ଷୀର ପିଇବା ପାଇଁ ତଳ ମାଢ଼ିକୁ ବ୍ୟବହାର କରିବ
05:21 ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ନିପଲ୍‍ର ଚାରିପଟେ ଥିବା ଗାଢ଼ କଳା ଅଂଶ
05:27 ବର୍ତ୍ତମାନ ଶିଶୁଟିକୁ ପିଠିପଟେ ଶୋ‍ଇବା ପଦ୍ଧତିରେ ଧାରଣ କରାଯାଇଛି ଏବଂ ସ୍ତନ୍ୟପାନ କରିବା ପାଇଁ ଲାଚ୍ ହେବା ସକାଶେ ପ୍ରସ୍ତୁତ ଅଟେ
05:34 ଏହି ଧାରଣ କରିବା ପଦ୍ଧତିରେ, ଶିଶୁ ମା’ଙ୍କର ସ୍ତନ ସହିତ ମନକୁ ମନ ନିବିଡ଼ ଭାବେ ସଂଯୁକ୍ତ ହୋ‍ଇପାରେ
05:40 ସମାନ ସିରିଜ୍‍ର ଅନ୍ୟ ଭିଡିଓରେ, ଶିଶୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପ୍ରକ୍ରିୟାକୁ ବର୍ଣ୍ଣନା କରାଯାଇଛି
05:49 ଶିଶୁଟି ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା କ୍ଷଣି, ମା’ ତାଙ୍କର ହାତକୁ ଶିଶୁର ମୁଣ୍ଡରୁ କାଢ଼ିଦେଇପାରିବେ

ଏବଂ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସପୋର୍ଟ କରିବା ପାଇଁ ସେ ନିଜର ଉଭୟ ହାତକୁ ବ୍ୟବହାର କରିପାରିବେ

06:02 ଏହି ପୋଜିଶନ୍‍ରେ ମା’ ଚିତ୍ ହୋ‍ଇ ଶୋ‍ଇବେ, ଆରାମଦାୟକ ଭାବେ ସ୍ତନ୍ୟପାନ କରାଇବେ.

ଏହା ସହିତ ଆମେ ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଯାଇଛେ

06:11 ଏହି ଟ୍ୟୁଟୋରିଆଲ୍‍ରେ ଆମେ, ମା’ ଓ ତାଙ୍କର ଶିଶୁ ପାଇଁ ସଠିକ୍ ସ୍ତନ୍ୟପାନ କରାଇବାର ପଦ୍ଧତିକୁ ଚୟନ କରିବା
06:18 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ ପିଠିପଟେ ଶୋ‍ଇ ଧରିବା ପଦ୍ଧତିକୁ କିପରି କରାଯାଏ, ସେ ବିଷୟରେ ଶିଖିଲେ
06:25 ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି
06:31 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କର NMEICT, MHRD ଦ୍ଵାରା ଅନୁଦାନ ପ୍ରାପ୍ତ.

ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ

06:44 ଏହି ଟ୍ୟୁଟୋରିଆଲ୍ କୃତଜ୍ଞତା ପୂର୍ବକ WHEELS Global Foundation ଦ୍ଵାରା ଆଂଶିକ ରୂପେ ଅନୁଦାନ ପ୍ରାପ୍ତ
06:51 ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ ଅଟେ.

ଏହି ଟ୍ୟୁଟୋରିଆଲ୍‍ର ଡୋମେନ୍ ସମୀକ୍ଷକ ଭାବେ Dr. Rupal Dalal, MD Pediatrics ଉପସ୍ଥିତ ଅଛନ୍ତି

07:03 ଆଇଆଇଟି ବମ୍ବେ ତରଫରୁ ଆନିମେଟର୍ ଶୀତଲ୍ ଯୋଶୀଙ୍କ ସହିତ ମୁଁ ପୋଷଣ ବିଶେଷଜ୍ଞ ତସ୍ନୀମ୍ ଶେଖ୍, ଆପଣଙ୍କଠାରୁ ବିଦୟ ନେଉଛୁ. ଆମ ସହିତ ଜଡ଼ିତ ହୋ‍ଇଥିବାରୁ, ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep