Health-and-Nutrition/C2/Laid-back-hold-for-breastfeeding/Oriya

From Script | Spoken-Tutorial
Jump to: navigation, search
Time
Narration
00:01 “ପିଠିପଟିଆ ଶୋଇ ସ୍ତନ୍ୟପାନ ପଦ୍ଧତି” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, ସ୍ତନ୍ୟପାନ କରାଇବା ପାଇଁ ଧରିବାର ସଠିକ୍ ପଦ୍ଧତି
00:15 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ ପିଠିପଟିଆ ଶୋଇ ଧରିବାର ପଦ୍ଧତି
00:22 ଚାଲନ୍ତୁ ଆରମ୍ଭ କରିବା
00:24 ସାରା ବିଶ୍ଵରେ ମା’ମାନେ ସେମାନଙ୍କ ଶିଶୁମାନଙ୍କୁ ବିଭିନ୍ନ ପ୍ରକାରରେ ଧରି ସ୍ତନ୍ୟପାନ କରାଇଥା’ନ୍ତି
00:31 ପୂର୍ବବର୍ତ୍ତୀ ଗୋଟିଏ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଥିବା ଭଳି ଜଣେ ମା’ ତାଙ୍କ ଶିଶୁକୁ ଧରିବା ପାଇଁ ସବୁଠାରୁ ଉତ୍ତମ ପଦ୍ଧତି ହେଉଛି, ଯେଉଁଥିରେ -
00:39 ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟ, ଉଭୟ ମା’ ଓ ଶିଶୁ ପାଇଁ ଆରାମଦାୟକ ହୋଇଥିବ
00:47 ଶିଶୁଟି ମା’ର ସ୍ତନ ସହିତ ନିବିଡ଼ ଭାବେ ଯୋଡ଼ି ହୋଇଥିବ ଏବଂ ଯଥେଷ୍ଟ କ୍ଷୀର ପିଉଥିବ
00:55 ପିଠିପଟିଆ ଶୋଇ ଶିଶୁକୁ ଧରିବା ପଦ୍ଧତି ବିଷୟରେ ଚାଲନ୍ତୁ ଜାଣିବା
01:00 ପିଠିପଟିଆ ଶୋଇ ସ୍ତନ୍ୟପାନ କରାଇବା ପାଇଁ ସେତେବେଳେ ପରାମର୍ଶ ଦିଆଯାଇଥାଏ, ଯେତେବେଳେ କ୍ରସ୍ କ୍ରେଡଲ୍ କିମ୍ବା କ୍ରେଡଲ୍ ପଦ୍ଧତିରେ ଶିଶୁକୁ ସ୍ତନ୍ୟପାନ କରାଇବାରେ କଷ୍ଟ ହୋଇଥାଏ
01:10 କିମ୍ବା ମା’ଙ୍କର ସ୍ତନର ଆକାର ବଡ଼ ହୋଇଥାଏ
01:13 କିମ୍ବା ମା’ଙ୍କ ପିଠିରେ ଯନ୍ତ୍ରଣା ହେଉଥାଏ
01:16 କିମ୍ବା ଯେତେବେଳେ ମା’ ହାଲିଆ ହୋଇଯାଇଥାଆନ୍ତି
01:19 ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ମା’ ନିଜ ହାତକୁ ସାବୁନ୍ ଓ ପାଣିରେ ଧୋଇ

ତାହାକୁ ଭଲ ଭାବେ ଶୁଖାଇବେ

01:27 ତା’ପରେ ସେ, ଫୁଟାଇ ଥଣ୍ଡା କରାଯାଇଥିବା ଗୋଟିଏ ଗ୍ଲାସ୍ ପାଣି ପିଇବେ
01:32 ସ୍ତନ୍ୟପାନ କରାଉଥିବା ମା’ଙ୍କଠାରେ ଗୋଟିଏ ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ.

ତେଣୁ, ସେମାନେ ଦୈନିକ ଅଧିକ ପାଣି ପିଇବା ଦରକାର

01:44 ତା’ପରେ, ମା’ ସ୍ତନ୍ୟପାନ କରାଇବାକୁ ଚାହୁଁଥିବା ସ୍ତନକୁ ଅନାବୃତ୍ତ କରିବେ
01:50 ନିଜର ସ୍ତନ ଉପରେ ଯେପରି ବ୍ରା କିମ୍ବା ବ୍ଲାଉଜ୍‌ର ଚାପ ନ ପଡ଼େ, ତାହାର ଧ୍ୟାନ ରଖିବେ
01:55 ଏବେ ସେ ଚଟାଣ କିମ୍ବା ଖଟ ଉପରେ ଆରାମ କରି ଚିତ୍ ହୋଇ ଶୋଇବେ
02:01 ତାଙ୍କର ବେକ, ମୁଣ୍ଡ ଓ ପିଠିର ଉପର ଅଂଶରେ ତକିଆ ରହିଥିବା ଉଚିତ
02:07 ବର୍ତ୍ତମାନ ମା’ ପ୍ରସ୍ତୁତ, ଶିଶୁକୁ ଠିକ ଭାବରେ କିପରି ଧରିବେ, ଚାଲନ୍ତୁ ଶିଖିବା
02:13 ଯେଉଁ ସ୍ତନରୁ ସ୍ତନ୍ୟପାନ କରାଇବାକୁ ଚାହାନ୍ତି, ସେହି ପଟ ହାତରେ ଶିଶୁକୁ ଧରନ୍ତୁ
02:20 ଶିଶୁର ମୁଣ୍ଡର ତଳ ଭାଗକୁ ଅନ୍ୟ ହାତର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ଧରନ୍ତୁ
02:27 ଏହି ଛବିରେ ଥିବା ମା’, ତାଙ୍କର ଡାହାଣପଟ ସ୍ତନରୁ ସ୍ତନ୍ୟପାନ କରାଉଛନ୍ତି
02:32 ସେଥିପାଇଁ, ସେ ନିଜର ଡାହାଣ ହାତରେ ପିଲାଟିକୁ ଧରିଛନ୍ତି
02:38 ସେ ନିଜ ବାମ ହାତର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ଶିଶୁର ମୁଣ୍ଡ ତଳର ଅଂଶକୁ ଧରିଛନ୍ତି
02:46 ଏବେ ଆମେ ଶିଶୁର ମୁଣ୍ଡକୁ ଧରିବା ପାଇଁ ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତିକୁ ଦେଖିବା
02:54 ମା’ଙ୍କର ବୁଢ଼ା ଆଙ୍ଗୁଠି ଗୋଟିଏ କାନ ପଛପଟେ ଏବଂ ବାକି ଆଙ୍ଗୁଠିଗୁଡ଼ିକ ଅନ୍ୟ କାନ ପଛପଟେ ରହିବା ଉଚିତ
03:02 ସେ ନିଜର ଆଙ୍ଗୁଠିଗୁଡ଼ିକୁ କିମ୍ବା ବୁଢ଼ା ଆଙ୍ଗୁଠିକୁ କାନ ତଳୁ ବେକ ଉପରକୁ ଆଣିବେ ନାହିଁ
03:08 ସେ ନିଜର ହାତରେ ଶିଶୁ ମୁଣ୍ଡ ପଛପଟେ ଚାପ ପକାଇବା ଉଚିତ ନୁହେଁ.

ଏଥିରୁ ଶିଶୁଟି ଆରାମରେ କ୍ଷୀର ଖାଇପାରିବ

03:20 ତା’ପରେ ଚାଲନ୍ତୁ ଶିଶୁର ଶରୀରକୁ ସଠିକ୍ ସ୍ଥିତିରେ ରଖିବା ବିଷୟରେ ଶିଖିବା
03:25 ଶିଶୁକୁ ମା’ଙ୍କର ଶରୀର ଉପରେ ଏପରି ରଖନ୍ତୁ, ଯେପରି ଶିଶୁର ପେଟ ମା’ଙ୍କର ପେଟ ଉପରେ ରହିବ
03:32 ଏବଂ ତା’ ମୁଣ୍ଡ ମା’ଙ୍କର ସ୍ତନ ନିକଟରେ ରହିବ
03:38 ଶିଶୁ ଓ ସ୍ତନ ମଧ୍ୟରେ ଦୂରତା କମ ରହିଲେ ତାକୁ ସ୍ତନ ନିକଟରେ ପହଞ୍ଚିବାରେ ସୁବିଧା ହେବ
03:44 ଏବଂ ଏହା ଦ୍ଵାରା ଶିଶୁ ନିବିଡ଼ ଭାବେ ଯୋଡ଼ି ହେବା ମଧ୍ୟ ସହଜ ହେବ
03:49 ଦ୍ଵିତୀୟ ଜରୁରୀ କଥା ହେଉଛି, ଶିଶୁର ଶରୀରକୁ କେଉଁ ଭଳି ଧରାଯାଇଛି
03:56 ଯେତେବେଳେ ଆମେ ଖାଦ୍ୟ ଖାଉ, ଆମର ମୁଣ୍ଡ, ବେକ ଓ ଶରୀର ଗୋଟିଏ ଦିଗରେ ରହିଥାଏ
04:05 ସେହିପରି, ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିବା ଉଚିତ
04:14 ଏହା ଦ୍ଵାରା ଶିଶୁକୁ କ୍ଷୀର ଢୋକିବାରେ ସହଜ ହେବ
04:19 ମନେରଖନ୍ତୁ, ଶିଶୁକୁ ମା’ଙ୍କ ଶରୀର ଉପରେ ଯେକୌଣସି ଦିଗରେ ରଖାଯାଇପାରିବ, କିନ୍ତୁ ଜରୁରୀ ଜିନିଷ ହେଉଛି, ତା’ ଶରୀରର ସମ୍ପୂର୍ଣ୍ଣ ସମ୍ମୁଖ ଭାଗ ମା’ଙ୍କ ଶରୀରର ସମ୍ମୁଖ ଭାଗରେ ରହିବା ଉଚିତ
04:32 ଏବଂ ସେ ସହଜରେ ସ୍ତନ ନିକଟରେ ପହଞ୍ଚିପାରିବ
04:38 ଏବେ, ଶିଶୁର ଶରୀରର ସ୍ଥିତି ବିଷୟକ ତୃତୀୟ ଜରୁରୀ ସୋପାନକୁ ଯିବା
04:42 ମା’ ତାଙ୍କ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ଧରିବା ଆବଶ୍ୟକ
04:47 ଅନ୍ୟଥା, ସ୍ତନ ସହିତ ଯୋଡ଼ି ହୋଇ ରହିବା ପାଇଁ ତାକୁ ଅନେକ କଷ୍ଟ କରିବାକୁ ପଡ଼ିବ
04:54 ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ସ୍ଥିତିକୁ ଦେଖିବା
04:59 ଶିଶୁର ନାକ ସର୍ବଦା ଚୁଚୁକ ସିଧାରେ
05:04 ଏବଂ ତା’ର ଥୋଡ଼ି ଆଗପଟକୁ ସ୍ତନର ଅତି ନିକଟରେ ରହିବା ଉଚିତ
05:09 ଏହା ଦ୍ଵାରା ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ଶିଶୁଟି ପାଟିରେ ନେଇପାରିବ
05:16 ଏବଂ ତଳ ମାଢ଼ିକୁ ବ୍ୟବହାର କରି ସେ ଭଲ ଭାବରେ କ୍ଷୀର ପିଇପାରିବ
05:21 ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ଚୁଚୁକ ଚାରିପଟେ ଥିବା ଗାଢ଼ କଳା ଅଂଶ
05:27 ଏବେ ଶିଶୁଟିକୁ ପିଠିପଟିଆ ଶୋଇବା ପଦ୍ଧତିରେ ଧରାଯାଇଛି ଏବଂ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ
05:34 ଏହି ପଦ୍ଧତିରେ, ଶିଶୁ ପ୍ରାକୃତିକ ଭାବେ ମା’ଙ୍କ ସ୍ତନ ସହିତ ନିବିଡ଼ ଭାବରେ ଯୋଡ଼ି ହୋଇଥାଏ
05:40 ଏହି ସିରିଜ୍‌ର ଅନ୍ୟ ଭିଡିଓରେ, ଶିଶୁ ସ୍ତନ ସହିତ ନିବିଡ଼ ଭାବେ ଯୋଡ଼ି ହେବା ପ୍ରକ୍ରିୟାକୁ ବର୍ଣ୍ଣନା କରାଯାଇଛି
05:49 ଶିଶୁଟି ସ୍ତନ ସହିତ ନିବିଡ଼ ଭାବେ ଯୋଡ଼ି ହେବା କ୍ଷଣି, ମା’ ତାଙ୍କର ହାତକୁ ଶିଶୁର ମୁଣ୍ଡରୁ କାଢ଼ିଦେଇ

ତାକୁ ନିଜର ଉଭୟ ହାତ ସାହାଯ୍ୟରେ ଧରିପାରିବେ

06:02 ଏହି ସ୍ଥିତିରେ ମା’ ଆରାମଦାୟକ ଅବସ୍ଥାରେ ଚିତ୍ ହୋଇ ଶୋଇ ସ୍ତନ୍ୟପାନ କରାଇପାରିବେ.


06:07 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep