Health-and-Nutrition/C2/Breast-conditions/Oriya

From Script | Spoken-Tutorial
Revision as of 23:15, 19 July 2019 by Indiantranslators2012 (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:00 ବନ୍ଧୁଗଣ, ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ସ୍ତନର ଅବସ୍ଥା ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲ୍‍ରେ ଆମେ ବ୍ରେଷ୍ଟ ଏନଗର୍ଗମେଣ୍ଟ ଓ ମାଷ୍ଟିଟିସ୍ ବିଷୟରେ ଶିଖିବା
00:13 ଚାଲନ୍ତୁ ବ୍ରେଷ୍ଟ ଏନଗର୍ଗମେଣ୍ଟରୁ ଆରମ୍ଭ କରିବା
00:17 ସାଧାରଣତଃ ଏନଗର୍ଗମେଣ୍ଟ ପ୍ରସବର 3 ରୁ 5 ଦିନ ମଧ୍ୟରେ ଦେଖାଦେଇଥାଏ
00:23 ଏହା ଏକା ସମୟରେ ଉଭୟ ସ୍ତନରେ ଦେଖାଦେଇଥାଏ
00:28 ମା’ ସ୍ତନର ଏନଗର୍ଗମେଣ୍ଟ ଓ ସ୍ତନର ପୂର୍ଣ୍ଣତା ମଧ୍ୟରେ ପାର୍ଥକ୍ୟ ଜାଣିବା ଉଚିତ୍
00:33 ତେଣୁ ବର୍ତ୍ତମାନ ଆମେ ସ୍ତନର ଏନଗର୍ଗମେଣ୍ଟ ଓ ସ୍ତନର ପୂର୍ଣ୍ଣତା ମଧ୍ୟରେ ଥିବା ପାର୍ଥକ୍ୟକୁ ଆଲୋଚନା କରିବା
00:40 ଏନଗର୍ଗମେଣ୍ଟ ଅବସ୍ଥାରେ ସ୍ତନ କଠିନ ହେବା ସହିତ, ଫୁଲି ଯାଇଥାଏ ଏବଂ ଯନ୍ତ୍ରଣାଦାୟକ ଭାବେ କ୍ଷୀର ଭର୍ତ୍ତି ହୋ‍ଇରହିଥାଏ
00:46 ଏହା ଚମକଦାର୍ ଦେଖାଯାଏ ଏବଂ ଉପରି ଭାଗରେ ଶିରାଗୁଡ଼ିକ ଦେଖାଯାଏ
00:52 ମା’ଙ୍କୁ 24 ଘଣ୍ଟାରୁ ଅଧିକ ସମୟ ଜର ହୋ‍ଇଥିଲେ ଶିଶୁ ପାଇଁ ଲାଚିଂ କରିବା କଷ୍ଟକର ହୋ‍ଇଥାଏ
01:01 ଯେତେବେଳେ କି ପୂର୍ଣ୍ଣ ସ୍ତନଗୁଡ଼ିକ ସାଧାରଣ ଅବସ୍ଥାରେ ଥାଏ
01:04 ପୂର୍ଣ୍ଣ ହୋ‍ଇଥିବା ସ୍ତନ ବଡ଼ ଦେଖାଯାଏ କିନ୍ତୁ ଚମକଦାର୍ ଦେଖାଯାଏ ନାହିଁ
01:10 ପୂର୍ଣ୍ଣ ହୋ‍ଇଥିବା ସ୍ତନ ଯନ୍ତ୍ରଣାଦାୟକ ହୁଏ ନାହିଁ ଏବଂ ସ୍ତନ ପୂର୍ଣ୍ଣ ଥିବା ଅବସ୍ଥାରେ ଜର ହୁଏ ନାହିଁ
01:17 ବର୍ତ୍ତମାନ ଚାଲନ୍ତୁ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ଠାରେ ଦେଖାଦେଉଥିବା ସ୍ତନ ଏନଗର୍ଗମେଣ୍ଟର କାରଣଗୁଡ଼ିକୁ ଆଲୋଚନା କରିବା
01:23 ସ୍ତନ ଏନଗର୍ଗମେଣ୍ଟ ନିମ୍ନଲିଖିତ ଅବସ୍ଥାରେ ଦେଖାଦେଇପାରେ -
01:27 ଯଦି ମା’ ପ୍ରସବର ଠିକ୍ ପରେ ଶିଶୁକୁ ସ୍ତନ୍ୟପାନ କରାଇ ନ ଥିବେ
01:32 ମା’ ଶିଶୁକୁ ବାରମ୍ବାର ସ୍ତନ୍ୟପାନ କରାଉ ନ ଥିବେ
01:36 ସ୍ତନ୍ୟପାନ କରାଇବା ସମୟରେ ଶିଶୁ ମା’ ସହିତ ସଠିକତାର ସହ ଲାଚ୍ ହୋ‍ଇ ନ ଥିବ ଏବଂ
01:42 ମା’ ହଠାତ୍ ସ୍ତନ୍ୟପାନ କରାଇବା ବନ୍ଦ କରିଦେଇଥିବେ
01:47 ବର୍ତ୍ତମାନ ଏନଗର୍ଗମେଣ୍ଟର କିପରି ଚିକିତ୍ସା କରାଯାଇପାରିବ, ଚାଲନ୍ତୁ ଆଲୋଚନା କରିବା
01:51 ପ୍ରଥମେ ମା’ଙ୍କୁ ସଫା ପାଣିରେ ନିଜର ହାତକୁ ଧୋ‍ଇବା ପାଇଁ କୁହନ୍ତୁ
01:56 ତା’ପରେ ଶିଶୁକୁ ମା’ଙ୍କ ନିକଟକୁ ଆଣନ୍ତୁ, ଯାହା ଦ୍ଵାରା ସେ ତା’କୁ ଶୁଙ୍ଘିବା ସହିତ ଛୁଇଁ ପାରିବେ
02:03 ଯଦି ଶିଶୁଟି ଅଧିକ ଚଞ୍ଚଳ ଥାଏ ତେବେ, ମା’ ତା’ର ଟାୱେଲ୍‍କୁ ଶୁଙ୍ଘି ପାରିବେ
02:08 ତାହା କରିସାରିବା ପରେ ମା’ ଗୋଟିଏ ଗ୍ଲାସ୍ ପାଣି ପିଇବା ଉଚିତ୍
02:12 ତା’ପରେ ନିଜର ସ୍ତନ ଉପରେ ଗୋଟିଏ ଉଷୁମ୍ କପଡ଼ା 5 ରୁ 10 ମିନିଟ୍ ପର୍ଯ୍ୟନ୍ତ ରଖିବେ କିମ୍ବା
02:18 ମା’ ଉଷୁମ୍ ପାଣିରେ ଗାଧୋ‍ଇ ମଧ୍ୟ ପାରିବେ
02:21 ଏହା ଦ୍ଵାରା କ୍ଷୀର ସ୍ତନରୁ ସହଜରେ ବାହାରି ଆସିପାରିବ
02:24 ତାହା କରିସାରିବା ପରେ ସ୍ଵାସ୍ଥ୍ୟକର୍ମୀ ମା’ଙ୍କୁ ଆରାମ କରିବା ପାଇଁ କହିବେ କାରଣ ଅତ୍ୟଧିକ ଚାପଗ୍ରସ୍ତ ରହିଲେ ଲେଟ୍-ଡାଉନ୍ ରିଫ୍ଲେକ୍ସ ପ୍ରଭାବିତ ହେବ ଏବଂ
02:33 କ୍ଷୀର ବାହାରିବ ନାହିଁ
02:36 ବର୍ତ୍ତମାନ, ସ୍ଵାସ୍ଥ୍ୟକର୍ମୀ କିମ୍ବା ପରିବାରର ଅନ୍ୟ କେହି ସଦସ୍ୟ ମା’ଙ୍କର ବେକ ଏବଂ ପିଠିର ଉପର ଅଂଶରେ ମାଲିସ୍ କରିବା ଆବଶ୍ୟକ
02:43 ଏହI ଦ୍ଵାରା ସ୍ତନର କ୍ଷୀର ବାହାରିବାରେ ସହଜ ହେବ
02:46 ଯେହେତୁ, ପିଠିର ଉପର ଭାଗ ଓ ସ୍ତନରେ ସମାନ ସ୍ନାୟୁ ରହିଛି
02:52 ତା’ପରେ ମା’ ନିଜର ସ୍ତନକୁ ଧୀରେ ଧୀରେ ବୃତ୍ତାକାର ଗତିରେ ମାଲିସ୍ କରିବା ଆବଶ୍ୟକ
02:57 ମାଲିସ୍ କରିବା ଦ୍ଵାରା ତା’ଙ୍କୁ ଆରାମ ମିଳିବ ଏବଂ ଲେଟ୍-ଡାଉନ୍ ରିଫ୍ଲେକ୍ସ ସକ୍ରିୟ ହେବ
03:03 ଏହି ସମସ୍ତ କାର୍ଯ୍ୟ ଅକ୍ସିଟୋସିନ୍ କ୍ଷରଣ ହେବାରେ ସାହଯ୍ୟ କରିବେ
03:07 ଏହାକୁ ଅକ୍ସିଟୋସିନ୍ ରିଫ୍ଲେକ୍ସ କିମ୍ବା ଲେଟ୍-ଡାଉନ୍ ରିଫ୍ଲେକ୍ସ କୁହାଯାଏ
03:12 ଅକ୍ସିଟୋସିନ୍ ଗୋଟିଏ ହର୍ମୋନ୍ ଅଟେ, ଯାହା କ୍ଷୀରକୁ ବାହାରକୁ ଆଣିବାରେ ସାହାଯ୍ୟ କରିଥାଏ
03:17 ତା’ପରେ ଆରିଓଲାକୁ ନରମ କରିବା ପାଇଁ ମା’ଙ୍କୁ କିଛି ପରିମାଣର କ୍ଷୀର ହାତରେ କାଢ଼ିଦେବା ଆବଶ୍ୟକ
03:23 ଏହା ଦ୍ଵାରା ଶିଶୁକୁ ସ୍ତନ ସହିତ ସଠିକତାର ସହ ଲାଚ୍ ହେବାରେ ସହଜ ହେବ
03:27 ସ୍ତନରୁ କ୍ଷୀର କାଢ଼ିବା ସମୟରେ, ମା’ ଆରିଓଲାର ଚାରିପଟେ ଚାପ ପକାଇବା ଆବଶ୍ୟକ
03:33 କ୍ଷୀର କାଢ଼ି ସାରିବା ପରେ ମା’ ଶିଶୁର ପାଟିରେ ଆରିଓଲାକୁ ଦେବା ଆବଶ୍ୟକ
03:43 ଉଭୟ ପଟରୁ ସ୍ତନ୍ୟପାନ କରାଇବା ପାଇଁ ଚେଷ୍ଟା କରନ୍ତୁ
03:46 ସ୍ତନ୍ୟପାନ କରିବା ମଧ୍ୟରେ ମା’ ସ୍ତନ ଉପରେ ଥଣ୍ଡା ଓ ଓଦା କପଡ଼ାକୁ 5- 10 ମିନିଟ ରଖିବା ଆବଶ୍ୟକ କିମ୍ବା,


03:54 ସ୍ତନ ଉପରେ ମା’ ଥଣ୍ଡା ବନ୍ଧାକୋବି ପତ୍ରକୁ ରଖିପାରିବେ
03:58 ସେ ଏହି ବନ୍ଧାକୋବି ପତ୍ରଗୁଡ଼ିକୁ ଫ୍ରୀଜ୍ କିମ୍ବା ମାଟି ପାତ୍ର ଭିତରେ ସାଇତି ରଖିପାରିବେ
04:04 ଏହା ସ୍ତନର କଠିନତା ଓ ଏଡେମାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ
04:09 ତା’ପରେ ମା’ ବାରମ୍ବାର ସ୍ତନ୍ୟପାନ କରାଇବା ଆବଶ୍ୟକ
04:13 ବର୍ତ୍ତମାନ, ଆମେ ସ୍ତନର ଏନ୍‍ଗର୍ଗମେଣ୍ଟକୁ କିପରି ରୋକିପାରିବା ତାହା ଚାଲନ୍ତୁ ଶିଖିବା
04:17 ପ୍ରଥମେ, ଶିଶୁ ଭୋକିଲା ଅଛି ବୋଲି ଦେଉଥିବା ସଙ୍କେତଗୁଡ଼ିକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ, ଯେପରି ଛାଟିପିଟି ହେବା,
04:25 ଯେଉଁଥିରେ ରୁଟିଙ୍ଗ ରିଫ୍ଲେକ୍ସ ବୃଦ୍ଧି ହୋ‍ଇଥାଏ-
04:28 ରୁଟିଙ୍ଗ ରିଫ୍ଲେକ୍ସରେ ଶିଶୁ ସେହି ବସ୍ତୁ ଆଡ଼କୁ ନିଜର ମୁଣ୍ଡକୁ ବୁଲାଇଥାଏ ଯାହା ତା’ର ଗାଲ କିମ୍ବା ପାଟିକୁ ଛୁଇଁଥାଏ
04:36 ଆଙ୍ଗୁଠିଗୁଡ଼ିକୁ ଚୁଚୁମିବା
04:39 ଶେଷରେ ଶିଶୁଟି କାନ୍ଦିବା ଆରମ୍ଭ କରିଥାଏ
04:43 ଯେତେବେଳେ ଶିଶୁର ଭୋକିଲା ହେବାର ସଂକେତ ଦେଖିବେ ତତକ୍ଷଣାତ୍ ସ୍ତନ୍ୟପାନ କରାନ୍ତୁ ଏବଂ ଶିଶୁଟି କାନ୍ଦିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ
04:50 ଶିଶୁଟି ଭଲ ଭାବରେ ଲାଚ୍ ହୋ‍ଇଥିବା ଏବଂ ଉତ୍ତମ ରୂପେ ସ୍ତନ୍ୟପାନ କରୁଛି ବୋଲି ସୁନିଶ୍ଚିତ ହୁଅନ୍ତୁ
04:55 ମନେରଖନ୍ତୁ, ଅନ୍ୟ ସ୍ତନକୁ ଯିବା ପୂର୍ବରୁ ସ୍ତନ୍ୟପାନ କରାଉଥିବା ସ୍ତନଟିକୁ ସମ୍ପୂର୍ଣ୍ଣ ରୂପେ ଖୋଲା ରଖନ୍ତୁ
05:02 ତା’ପରେ ମାଷ୍ଟିଟିସ୍ ନାମକ ଅନ୍ୟ ଏକ ସ୍ତନର ଅବସ୍ଥା ବିଷୟରେ ଚାଲନ୍ତୁ ଜାଣିବା
05:08 ଏହି ଅବସ୍ଥାରେ ସ୍ତନର ଗୋଟିଏ ଭାଗ ଲାଲ ହୋ‍ଇଯିବା ସହ ଫୁଲି ଯାଇଥାଏ ଓ ଟାଣ ହୋ‍ଇଯାଇଥାଏ
05:14 ମା’ ଅସହ୍ୟ ଯନ୍ତ୍ରଣା ଅନୁଭବ କରନ୍ତି ଏବଂ ଜର ହେବା ସହ ଅସୁସ୍ଥ ଅନୁଭବ କରନ୍ତି
05:18 ଅନେକ ମା’ ପ୍ରଥମ 6 ସପ୍ତାହ ମଧ୍ୟରେ ମାଷ୍ଟିଟିସ୍ ଦ୍ଵାରା ପୀଡ଼ିତ ହୋ‍ଇଥାନ୍ତି
05:22 କିନ୍ତୁ ଏହା ସ୍ତନ୍ୟପାନ ଅବଧି ମଧ୍ୟରେ ଯେତେବେଳେ ମଧ୍ୟ ଦେଖାଦେଇପାରେ
05:27 ବେଳେବେଳେ ସ୍ତନର ଏନ୍‍ଗର୍ଗମେଣ୍ଟ ଓ ଏହା ମଧ୍ୟରେ ଦ୍ଵନ୍ଦ୍ଵ ସୃଷ୍ଟି ହୋ‍ଇଥାଏ
05:31 ହେଲେ,ଏନ୍‍ଗର୍ଗମେଣ୍ଟ ସମ୍ପୂର୍ଣ୍ଣ ସ୍ତନକୁ ଏବଂ ବେଳେବେଳେ ଉଭୟ ସ୍ତନକୁ ଆକ୍ରାନ୍ତ କରିଥାଏ
05:37 ଯେତେବେଳେ କି ମାଷ୍ଟିଟିସ୍ ସ୍ତନର କିଛି ଅଂଶକୁ ଆକ୍ରାନ୍ତ କରିଥାଏ ଏବଂ ସାଧାରଣତଃ କେବଳ ଗୋଟିଏ ସ୍ତନରେ ଦେଖାଦେଇଥାଏ
05:44 ଏନ୍‍ଗର୍ଗ ହୋ‍ଇଥିବା ସ୍ତନ କିମ୍ବା ଧାରଗୁଡ଼ିକ ବନ୍ଦ ହେବା ଯୋଗୁଁ ମାଷ୍ଟିଟିସ୍ ଦେଖା ଦେ‍ଇପାରେ
05:51 ବର୍ତ୍ତମାନ, ଯଦି ବନ୍ଦ ହୋ‍ଇଥିବା ଧାରଗୁଡ଼ିକର ଚିକିତ୍ସା କରା ନ ଯାଏ ତେବେ, କିପରି ତାହା ମାଷ୍ଟିଟିସ୍‍ରେ ପରିଣତ ହୋ‍ଇଯାଏ, ଆମେ ଆଲୋଚନା କରିବା
05:59 ଧାର ବନ୍ଦ ହେବା ଗୋଟିଏ ଅବସ୍ଥା, ଯେଉଁଥିରେ ସ୍ତନର ସେହି ଭାଗରୁ କ୍ଷୀର କାଢ଼ି ହୋ‍ଇ ନ ଥାଏ
06:04 ସାଧାରଣତଃ ଏହି ଧାର ହେଉଛି ସ୍ତନର ସେହି ଭାଗ, ଯେଉଁଠାରେ ବହଳିଆ କ୍ଷୀର ଅଟକି ରହି ଯାଇଥାଏ
06:11 ଏହା ଦ୍ଵାରା ବିଣ୍ଡା ସୃଷ୍ଟି ହୋ‍ଇଥାଏ. ଏହି ବିଣ୍ଡା ଟାଣ ହୋ‍ଇଥାଏ ଏବଂ ଅନେକ ସମୟରେ ସେହି ବିଣ୍ଡା ଉପରର ଚମଡ଼ା ଲାଲ ହେବା ସହିତ ଦୃଶ୍ୟମାନ ହୋ‍ଇଥାଏ
06:20 ବନ୍ଦ ହୋ‍ଇଥିବା ଧାର ଓ ସ୍ତନର ଏନ୍‍ଗର୍ଗମେଣ୍ଟ ଦ୍ଵାରା କ୍ଷୀର କ୍ଷରଣ ହୋ‍ଇପାରେ ନାହିଁ
06:24 ସ୍ତନର କିଛି ଅଂଶରେ ଯେତେବେଳେ କ୍ଷୀର, ଅବରୋଧିତ ଧାର ଏବଂ ସ୍ତନ ଏନ୍‍ଗର୍ଗମେଣ୍ଟ କାରଣରୁ ରହିଯାଇଥାଏ, ଏହାକୁ ଷ୍ଟାସିସ୍ କୁହାଯାଏ
06:32 ଯଦି ଷ୍ଟାସିସ୍‍କୁ କଢ଼ା ନ ଯାଏ ତେବେ ଏହା ସ୍ତନ ଟିସ୍ୟୁଗୁଡ଼ିକରେ ଜ୍ଵଳନ ସୃଷ୍ଟି କରିପାରେ. ଏହାକୁ ନନ୍-ଇନ୍‍ଇଫେକ୍ଟିଭ୍ ମାଷ୍ଟିଟିସ୍ କୁହାଯାଏ
06:42 କିନ୍ତୁ ଯେତେବେଳେ ସ୍ତନ ବ୍ୟାକ୍ଟେରିଆ ଦ୍ଵାରା ସଂକ୍ରମିତ ହୋ‍ଇଯାଏ, ସେତେବେଳେ ଏହାକୁ ସଂକ୍ରମିତ ମାଷ୍ଟିଟିସ୍ କୁହାଯାଏ
06:51 ନିମ୍ନଲିଖିତ ଅବସ୍ଥାଗୁଡ଼ିକରେ ବ୍ୟାକ୍ଟେରିଆ ସହଜରେ ଫିସର୍ ମାଧ୍ୟମରେ ପ୍ରବେଶ କରିପାରନ୍ତି:
06:56 ଯଦି ସ୍ତନରେ ଫିସର୍ ଥାଏ ତେବେ, ମାଷ୍ଟିଟିସ୍‍ର ଚିକିତ୍ସା ନ ହୋ‍ଇ ରହିଯାଇଥାଏ ଏବଂ ଚିକିତ୍ସାରେ ବିଳମ୍ବ ହୁଏ
07:06 ଧ୍ୟାନ ଦିଅନ୍ତୁ ଯେ, ମାଷ୍ଟିଟିସ୍‍ର ଚିକିତ୍ସା କରା ନ ଗଲେ ତାହା ସ୍ତନ ଆବ୍‍ସେସ୍‍ରେ ପରିଣତ ହୋ‍ଇଯାଏ
07:11 ବର୍ତ୍ତମାନ ଚାଲନ୍ତୁ ମାଷ୍ଟିଟିସ୍‍ର କାରଣଗୁଡ଼ିକୁ ଆଲୋଚନା କରିବା
07:15 ମାଷ୍ଟିଟିସ୍ ହେବାର ପ୍ରଥମ ଓ ମୂଳ କାରଣ ହେଉଛି ବାରମ୍ବାର ସ୍ତନ୍ୟପାନ ନ କରାଇବା
07:21 ଯଦି ସ୍ତନ୍ୟପାନ କରାଉଥିବା ମା’ ଜଣେ କର୍ମଜୀବି ମହିଳା ହୋ‍ଇଥାନ୍ତି ତେବେ, ସ୍ତନ୍ୟପାନ କରାଇବା କଷ୍ଟକର ହୋ‍ଇପଡ଼େ
07:27 ମା’ କିମ୍ବା ଶିଶୁର ଅସୁସ୍ଥତା ବାରମ୍ବାର ସ୍ତନ୍ୟପାନ କରାଇବାରେ ବାଧକ ହେବାର ଅନ୍ୟ କାରଣ ହୋ‍ଇପାରେ
07:33 ଦ୍ଵିତୀୟ ହେଉଛି ନିପଲ୍ ଫିଡ଼ିଙ୍ଗ. ନିପଲ୍ ଫିଡିଙ୍ଗରେ ଶିଶୁଟି ସ୍ତନକୁ ସମ୍ପୂର୍ଣ୍ଣ ଖାଲି କରିପାରେ ନାହିଁ
07:40 ତୃତୀୟଟି ହେଉଛି ଅଧିକ କ୍ଷୀର ହେବା
07:43 ଚତୁର୍ଥଟି ହେଉଛି ଶୀଘ୍ର ସ୍ତନ୍ୟପାନ ଛଡ଼ାଇ ଦେବା ଏବଂ ଶିଶୁ ମା’ କ୍ଷୀର ବ୍ୟତିତ ଅନ୍ୟ ଖାଦ୍ୟ ଖାଇବା ଆରମ୍ଭ କରିଦେବା
07:50 ପଞ୍ଚମଟି ହେଉଛି ଟାଇଟ୍ କପଡ଼ା- ଯଦି ମା’ ଟାଇଟ୍ କପଡ଼ା ବ୍ୟବହାର କରନ୍ତି ବିଶେଷକରି ରାତିରେ ମା’ ଟାଇଟ୍ ବ୍ରା ପିନ୍ଧିବା ଦ୍ଵାରା ଏହା ସ୍ତନ ଉପରେ ଚାପ ପକାଇଥାଏ ଏବଂ କ୍ଷୀରର ଧାରଗୁଡ଼ିକୁ ଅବରୋଧ କରିପାରେ
08:03 ଷଷ୍ଠ ହେଉଛି ମାନସିକ ଚାପ – ଯଦି ମା’ ମାନସିକ ଚାପଗ୍ରସ୍ତ ହୁଅନ୍ତି ତେବେ, ଏହା ଲେଟ୍-ଡାଉନ୍ ରିଫ୍ଲେକ୍ସକୁ ପ୍ରଭାବିତ କରିବ
08:12 ସପ୍ତମ ହେଉଛି ନିପଲ୍ ଫିସର୍- ବ୍ୟକ୍ଟେରିଆକୁ ସ୍ତନ ଟିସ୍ୟୁରେ ପ୍ରବେଶ କରିବା ପାଇଁ ରାସ୍ତା ମିଳିଥାଏ ଏବଂ ମାଷ୍ଟିଟିସ୍ ହୋ‍ଇପାରେ
08:22 ଚାଲନ୍ତୁ ମାଷ୍ଟିଟିସ୍‍ର ଚିକିତ୍ସା ଉପରେ ଆଲୋଚନା କରିବା
08:26 ପ୍ରଥମେ କାରଣ ଖୋଜି ବାହାର କରନ୍ତୁ, ତା’ପରେ ଚିକିତ୍ସା ଆରମ୍ଭ କରନ୍ତୁ
08:31 ମା’ ସ୍ତନ୍ୟପାନ କରାଇବା ପୂର୍ବରୁ ଊଷୁମ୍ ସେକ ଦେବା ଆବଶ୍ୟକ
08:35 କିମ୍ବା ଉଷୁମ୍ ପାଣିରେ ଗାଧୋ‍ଇବା ଆବଶ୍ୟକ
08:37 ସେ ପ୍ରଥମେ ପ୍ରଭାବିତ ହୋ‍ଇଥିବା ସ୍ତନରୁ କ୍ଷୀର ଖୁଆଇବା ଆରମ୍ଭ କରିବା ଆବଶ୍ୟକ
08:42 ଯଦି ଏହା ଦ୍ଵାରା ଯନ୍ତ୍ରଣା ବଢ଼ିବାରେ ଲାଗେ କିମ୍ବା ଲେଟ୍-ଡାଉନ୍ ରିଫ୍ଲେକ୍ସକୁ ପ୍ରଭାବିତ କରିଥାଏ ତେବେ, ପ୍ରଭାବିତ ହୋ‍ଇ ନ ଥିବା ସ୍ତନରୁ ଆରମ୍ଭ କରିବା ଆବଶ୍ୟକ
08:50 ମନେରଖନ୍ତୁ, ବାରମ୍ବାର ସ୍ତନ୍ୟପାନ କରାଇବା ଅତ୍ୟନ୍ତ ଜରୁରୀ ଅଟେ
08:55 ଯଦି ନିପଲ୍ କିମ୍ବା ଆରିଓଲାର ଉପରଭାଗରେ ଘା ହୋ‍ଇ ନ ଥାଏ ତେବେ, ମା’ ପ୍ରଭାବିତ ସ୍ତନରୁ ସ୍ତନ୍ୟପାନ କରାଇପାରିବେ
09:04 ମନେରଖନ୍ତୁ, ଯେତେବେଳେ ମା’ ମାଷ୍ଟିଟିସ୍ ହୋ‍ଇଥିବା ସ୍ତନରୁ ଶିଶୁକୁ ସ୍ତନ୍ୟପାନ କରାଇବା ଆରମ୍ଭ କରନ୍ତି -
09:09 ସେତେବେଳେ ସେ ଶିଶୁଠାରେ ସଂକ୍ରମଣର ସଂକେତକୁ ନିରିକ୍ଷଣ କରିବା ଆବଶ୍ୟକ, ଯେହେତୁ ଶିଶୁ ସଂକ୍ରମଣ ହେବାର ବିପଦ ରହିଥାଏ
09:17 କାରଣ ସ୍ତନ୍ୟପାନ କରାଉଥିବା ସ୍ତନରେ ଅନେକ କ୍ଷତିକାରକ ବ୍ୟକ୍ଟେରିଆ ରହିଥିବାର ସମ୍ଭାବନା ରହିଥାଏ
09:24 ସ୍ତନକୁ ମାଲିସ୍ କରିବା ଦ୍ଵାରା ଭଲ କ୍ଷୀର କ୍ଷରଣ ହୋ‍ଇଥାଏ
09:28 ଏହା ହାଲୁକା ମାଲିସ୍ ହେବା ଦରକାର, ଯାହା ପ୍ରଭାବିତ କ୍ଷେତ୍ରରୁ ନିପଲ୍ ଆଡ଼କୁ ହେବା ଆବଶ୍ୟକ
09:34 ଏବଂ ମା’ ଯଥେଷ୍ଟ ଆରାମ କରିବା ଆବଶ୍ୟକ
09:37 ଯଦି ଲକ୍ଷଣ ଅଧିକ ଯନ୍ତ୍ରଣାଦାୟକ ହୁଏ ତେବେ, ଡାକ୍ତରଙ୍କର ପରାମର୍ଶ ନେବା ଆବଶ୍ୟକ
09:40 ବ୍ରେଷ୍ଟ ଆବ୍‌ସେସ୍‌ରେ, ଆବସେସ୍ ଓ ଆଣ୍ଟିବାୟୋଟିକ୍‌ଗୁଡ଼ିକୁ ଅପରେଶନ୍ ଦ୍ଵାରା କାଢ଼ିବାକୁ ପଡ଼ିଥାଏ
09:47 ଏଗୁଡ଼ିକ ବ୍ୟତିତ ମା’ ନିଜର ଶରୀରରକୁ ଆରାମ୍ ଦେବା ଏବଂ ଗଭୀର ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ ବିଶେଷ ଯତ୍ନଶୀଳ ହେବା ଆବଶ୍ୟକ
09:55 ମୃଦୁ ସଙ୍ଗୀତ ଶୁଣିବା ଏବଂ ନିଜର ଶିଶୁ ବିଷୟରେ ଚିନ୍ତା କରିବା, ଯାହା ଦ୍ଵାରା ଲେଟ୍-ଡାଉନ୍ ରିଫ୍ଲେକ୍ସ ଆରମ୍ଭ ହେବାରେ ସହଜ ହୋ‍ଇଥାଏ
10:04 ମନେରଖନ୍ତୁ, ମାଷ୍ଟିଟିସ୍‍କୁ ରୋକିବା ପାଇଁ ସଠିକ ଲାଚିଙ୍ଗ ହେବା ଜରୁରୀ ଅଟେ
10:09 ଏହା ଦ୍ଵାରା ଧାର ଅବରୋଧ ହେବ ନାହିଁ ଏବଂ ଶିଶୁ ଯଥେଷ୍ଟ କ୍ଷୀର ପାନ କରିପାରିବ
10:14 ସ୍ତନର ଏହି ସମସ୍ତ ଅବସ୍ଥାରୁ ରକ୍ଷା ପାଇବା ପାଇଁ, ଶିଶୁ ସଠିକ୍ ଭାବେ ସଂଯୁକ୍ତ ହେବା ଏବଂ ବାରମ୍ବାର ସ୍ତନ୍ୟପାନ କରାଇବା ଆବଶ୍ୟକ
10:24 ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ସ୍ତନର ଅବସ୍ଥା ଉପରେ ଥିବା ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆମେ ଆସିଯାଇଛେ
10:31 ଏହି ଟ୍ୟୁଟୋରିଆଲ୍‍ରେ ଆମେ ବ୍ରେଷ୍ଟ ଏନ୍‌ଗର୍ଗମେଣ୍ଟ ଓ ମାଷ୍ଟିଟିସ୍ ବିଷୟରେ ଶିଖିଲେ
10:37 ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି
10:43 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କର NMEICT, MHRD ଦ୍ଵାରା ଅନୁଦାନ ପ୍ରାପ୍ତ.

ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ

10:56 ଏହି ଟ୍ୟୁଟୋରିଆଲ୍ କୃତଜ୍ଞତା ପୂର୍ବକ WHEELS Global Foundation ଦ୍ଵାରା ଆଂଶିକ ରୂପେ ଅନୁଦାନ ପ୍ରାପ୍ତ
11:03 ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ ବିଶେଷ ଅଟେ
11:07 ଏହି ଟ୍ୟୁଟୋରିଆଲ୍‍ର ଡୋମେନ ସମୀକ୍ଷକ ଭାବେ Dr. Rupal Dalal, MD Pediatrics ଏବଂ Dr. Taru Jindal, MS Obstetrics and Gynecology ଉପସ୍ଥିତ ଅଛନ୍ତି
11:20 ଆଇଆଇଟି ବମ୍ବେ ତରଫରୁ ଆନିମେଟର୍ ଆରତି ଆନ୍‍ବାଲାଗନ୍ ଯୋଶୀଙ୍କ ସହିତ ମୁଁ ପୋଷଣ ବିଶେଷଜ୍ଞ ରଜନି ସାୱନ୍ତ, ଆପଣଙ୍କଠାରୁ ବିଦୟ ନେଉଛୁ. ଆମ ସହିତ ଜଡ଼ିତ ହୋ‍ଇଥିବାରୁ, ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep