Health-and-Nutrition/C2/Breast-conditions/Oriya

From Script | Spoken-Tutorial
Jump to: navigation, search
Time
Narration
00:00 ବନ୍ଧୁଗଣ, ସ୍ତନ୍ୟପାନ କରାଉଥିବା ମା’ମାନଙ୍କର “ସ୍ତନର ଅବସ୍ଥା” ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ସ୍ତନ କଠିନତା ଓ ସ୍ତନ ପ୍ରଦାହ ବିଷୟରେ ଶିଖିବା
00:13 ଚାଲନ୍ତୁ ସ୍ତନ କଠିନତାରୁ ଆରମ୍ଭ କରିବା
00:17 ସ୍ତନ କଠିନତା ସାଧାରଣତଃ ପ୍ରସବର 3 ରୁ 5 ଦିନ ମଧ୍ୟରେ ଦେଖାଦେଇଥାଏ
00:23 ଏହା ଏକା ସମୟରେ ଉଭୟ ସ୍ତନରେ ଦେଖାଦେଇଥାଏ
00:28 ମା’ ସ୍ତନର କଠିନତା ଓ ପୂର୍ଣ୍ଣତା ମଧ୍ୟରେ ପାର୍ଥକ୍ୟ ଜାଣିବା ଉଚିତ
00:33 ତେଣୁ, ବର୍ତ୍ତମାନ ଆମେ ସ୍ତନର କଠିନତା ଓ ପୂର୍ଣ୍ଣତା ମଧ୍ୟର ପାର୍ଥକ୍ୟକୁ ଆଲୋଚନା କରିବା
00:40 ସ୍ତନ କଠିନତା ଅବସ୍ଥାରେ ସ୍ତନ କଠିନ ହେବା ସହିତ ଫୁଲି ଯାଇଥାଏ ଏବଂ ଯନ୍ତ୍ରଣାଦାୟକ ଭାବେ କ୍ଷୀର ଭର୍ତ୍ତି ହୋଇରହିଥାଏ
00:46 ଏହା ଚମକଦାର୍ ଦେଖାଯିବା ସହ ଉପରି ଭାଗରେ ଶିରାଗୁଡ଼ିକ ଦେଖାଯାଏ
00:52 ମା’ଙ୍କୁ 24 ଘଣ୍ଟାରୁ ଅଧିକ ସମୟ ଜର ହୋଇଥିଲେ ଶିଶୁ ପାଇଁ ସ୍ତନ୍ୟପାନ କଷ୍ଟକର ହୋଇଥାଏ
01:01 ଯେତେବେଳେ କି ପୂର୍ଣ୍ଣ ସ୍ତନଗୁଡ଼ିକ ସାଧାରଣ ଅବସ୍ଥାରେ ଥାଏ
01:04 ପୂର୍ଣ୍ଣ ହୋଇଥିବା ସ୍ତନ ବଡ଼ ଦେଖାଯାଏ, କିନ୍ତୁ ଚମକଦାର୍ ଦେଖାଯାଏ ନାହିଁ
01:10 ପରିପୂର୍ଣ୍ଣ ଅବସ୍ଥାରେ ସ୍ତନ ଯନ୍ତ୍ରଣାଦାୟକ ହୁଏ ନାହିଁ କିମ୍ୱା ଜର ହୁଏ ନାହିଁ
01:17 ଏବେ ଚାଲନ୍ତୁ, ସ୍ତନ୍ୟପାନ କରାଉଥିବା ମା’ମାନଙ୍କଠାରେ ସ୍ତନ କଠିନତାର କାରଣଗୁଡ଼ିକୁ ଆଲୋଚନା କରିବା
01:23 ସ୍ତନ କଠିନତା ନିମ୍ନଲିଖିତ ଅବସ୍ଥାରେ ଦେଖାଦେଇପାରେ -
01:27 ଯଦି ମା’ ପ୍ରସବର ଠିକ୍ ପରେ ଶିଶୁକୁ ସ୍ତନ୍ୟପାନ କରାଇନଥିବେ
01:32 ଶିଶୁକୁ ବାରମ୍ବାର ସ୍ତନ୍ୟପାନ କରାଉନଥିବେ
01:36 ସ୍ତନ୍ୟପାନ କରାଇବା ସମୟରେ ଶିଶୁ ଠିକ ଭାବେ ସ୍ତନରେ ମୁହଁ ଲଗାଇନଥିବ ଏବଂ
01:42 ମା’ ହଠାତ୍ ସ୍ତନ୍ୟପାନ କରାଇବା ବନ୍ଦ କରିଦେଇଥିବେ
01:47 ସ୍ତନ କଠିନତାର ଚିକିତ୍ସା ବିଷୟରେ ଚାଲନ୍ତୁ ଏବେ ଆଲୋଚନା କରିବା
01:51 ପ୍ରଥମେ ମା’ ସଫା ପାଣିରେ ନିଜ ହାତ ଧୋଇବେ
01:56 ତା’ପରେ ଶିଶୁକୁ ମା’ଙ୍କ ନିକଟକୁ ଆଣନ୍ତୁ, ଯଦ୍ଵାରା ସେ ତା’କୁ ଦେଖିପାରିବେ, ଶୁଙ୍ଘିପାରିବେ ଓ ଛୁଇଁପାରିବେ
02:03 ଯଦି ଶିଶୁଟି ଅଧିକ ଚଞ୍ଚଳ ଥାଏ, ତେବେ ମା’ ତା’ର ଟାୱେଲ୍‌କୁ ଶୁଙ୍ଘିପାରିବେ
02:08 ଏହାପରେ, ମା’ ଗୋଟିଏ ଗ୍ଲାସ୍ ପାଣି ପିଇବେ
02:12 ତା’ପରେ ମା’, 5 ରୁ 10 ମିନିଟ୍ ପର୍ଯ୍ୟନ୍ତ ନିଜର ସ୍ତନ ଉପରେ ଗୋଟିଏ ଉଷୁମ୍ କପଡ଼ା ରଖିବେ କିମ୍ବା
02:18 ଉଷୁମ୍ ପାଣିରେ ଗାଧୋଇ ମଧ୍ୟ ପାରିବେ
02:21 ଏହା ଦ୍ଵାରା ସ୍ତନରୁ କ୍ଷୀର ସହଜରେ ବାହାରିପାରିବ
02:24 ତାହାପରେ, ସ୍ଵାସ୍ଥ୍ୟକର୍ମୀ ମା’ଙ୍କୁ ଆରାମ କରିବା ପାଇଁ କହିବେ, କାରଣ ଅତ୍ୟଧିକ ଚାପଗ୍ରସ୍ତ ରହିଲେ କ୍ଷୀର ବାହାରିବା ପ୍ରଭାବିତ ହେବ ଏବଂ
02:33 କ୍ଷୀର ସହଜରେ ବାହାରିବ ନାହିଁ
02:36 ଏବେ, ସ୍ଵାସ୍ଥ୍ୟକର୍ମୀ କିମ୍ବା ପରିବାରର ଅନ୍ୟ କୌଣସି ସଦସ୍ୟ ମା’ଙ୍କର ବେକ ଏବଂ ପିଠି ମାଲିସ୍ କରିବା ଉଚିତ
02:43 ଯଦ୍ଵାରା କ୍ଷୀର ସହଜରେ ବାହାରିପାରିବ
02:46 କାରଣ, ପିଠିର ଉପର ଭାଗ ଓ ସ୍ତନରେ ସମାନ ସ୍ନାୟୁ ରହିଥାଏ
02:52 ତା’ପରେ ମା’ ନିଜର ସ୍ତନକୁ ଧୀରେଧୀରେ ବୃତ୍ତାକାର ଗତିରେ ମାଲିସ୍ କରିବେ
02:57 ମାଲିସ୍ କରିବା ଦ୍ଵାରା ତା’ଙ୍କୁ ଆରାମ ମିଳିବ ଏବଂ କ୍ଷୀର ନିର୍ଗମନ ସକ୍ରିୟ ହେବ
03:03 ଏହି ସମସ୍ତ କାର୍ଯ୍ୟ ଅକ୍ସିଟୋସିନ୍ କ୍ଷରଣ ହେବାରେ ସାହଯ୍ୟ କରିବ
03:07 ଏହାକୁ ଅକ୍ସିଟୋସିନ୍ ରିଫ୍ଲେକ୍ସ ବା ଲେଟ୍-ଡାଉନ୍ ରିଫ୍ଲେକ୍ସ କୁହାଯାଏ
03:12 ଅକ୍ସିଟୋସିନ୍ ଏକ ହର୍ମୋନ୍ ଅଟେ, ଯାହା କ୍ଷୀର ବାହାରକୁ ଆଣିବାରେ ସାହାଯ୍ୟ କରିଥାଏ
03:17 “ଚୁଚୁକ ବଳୟ”କୁ ନରମ କରିବା ପାଇଁ ମା’ଙ୍କୁ କିଛି କ୍ଷୀର ହାତ ସାହାଯ୍ୟରେ କାଢ଼ିଦେବା ଉଚିତ
03:23 ଏହା ଦ୍ଵାରା ଶିଶୁ ପାଇଁ ଚୁଚୁକକୁ ମୁହଁରେ ପୂରାଇବା ସହଜ ହେବ
03:27 ସ୍ତନରୁ କ୍ଷୀର କାଢ଼ିବା ସମୟରେ, ମା’ଙ୍କୁ ଚୁଚୁକ ବଳୟର ଚାରିପଟେ ଚାପ ପକାଇବାକୁ ପଡ଼ିବ
03:33 କ୍ଷୀର କାଢ଼ି ସାରିବାପରେ ମା’, ଶିଶୁର ପାଟିରେ ଚୁଚୁକ ଦେବାକୁ ହେବ
03:43 ଉଭୟ ପଟରୁ ସ୍ତନ୍ୟପାନ କରାଇବା ପାଇଁ ଚେଷ୍ଟା କରନ୍ତୁ
03:46 ସ୍ତନ୍ୟପାନ କରାଇବା ମଧ୍ୟରେ ମା’ ସ୍ତନ ଉପରେ ଓଦା ଥଣ୍ଡା କପଡ଼ାକୁ 5- 10 ମିନିଟ ପର୍ଯ୍ୟନ୍ତ ରଖିବେ କିମ୍ବା
03:54 ସ୍ତନ ଉପରେ ଥଣ୍ଡା ବନ୍ଧାକୋବି ପତ୍ରକୁ ରଖିପାରିବେ
03:58 ସେ ଏହି ବନ୍ଧାକୋବି ପତ୍ରଗୁଡ଼ିକୁ ଫ୍ରୀଜ୍ କିମ୍ବା ମାଟି ପାତ୍ର ଭିତରେ ସାଇତି ରଖିପାରିବେ
04:04 ଏହା ସ୍ତନର କଠିନତା ଓ ସ୍ଫୀତି ହ୍ରାସ କରିବାରେ ସାହାଯ୍ୟ କରିଥାଏ
04:09 ତା’ପରେ, ମା’ ବାରମ୍ବାର ସ୍ତନ୍ୟପାନ କରାଇବା ଆବଶ୍ୟକ
04:13 ଏବେ ଆମେ, ସ୍ତନର କଠିନତାକୁ କିପରି ରୋକିପାରିବା, ଚାଲନ୍ତୁ ଶିଖିବା
04:17 ପ୍ରଥମେ, ଶିଶୁର କ୍ଷୁଧା ସଙ୍କେତଗୁଡ଼ିକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ, ଯେପରି ଛାଟିପିଟି ହେବା,
04:25 ରୁଟିଙ୍ଗ ରିଫ୍ଲେକ୍ସ ବୃଦ୍ଧି ହେବା-
04:28 ରୁଟିଙ୍ଗ ରିଫ୍ଲେକ୍ସରେ ଶିଶୁ ସେହି ଜିନିଷ ଆଡ଼କୁ ମୁଣ୍ଡକୁ ବୁଲାଇଥାଏ, ଯାହା ତା’ର ଗାଲ କିମ୍ବା ପାଟିକୁ ଛୁଇଁଥାଏ
04:36 ଆଙ୍ଗୁଠିଗୁଡ଼ିକୁ ଚୁଚୁମିବା
04:39 ଶେଷରେ ଶିଶୁଟି କାନ୍ଦିବା ଆରମ୍ଭ କରିଥାଏ
04:43 ଶିଶୁର ଭୋକିଲା ହେବାର ସଂକେତ ଦେଖିବା କ୍ଷଣି ସ୍ତନ୍ୟପାନ କରାନ୍ତୁ, କାନ୍ଦିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ
04:50 ଶିଶୁଟି ଭଲ ଭାବରେ ଚୁଚୁକକୁ ମୁହଁରେ ପୂରାଇଥିବା ଓ ସ୍ତନ୍ୟପାନ କରୁଥିବାର ସୁନିଶ୍ଚିତ ହୁଅନ୍ତୁ
04:55 ମନେରଖନ୍ତୁ, ଅନ୍ୟ ପଟକୁ ଯିବା ପୂର୍ବରୁ ପ୍ରଥମ ସ୍ତନରୁ ସମ୍ପୂର୍ଣ୍ଣ ରୂପେ କ୍ଷୀର ପାନ କରାନ୍ତୁ
05:02 ତା’ପରେ, “ସ୍ତନ ପ୍ରଦାହ” ନାମକ ଅନ୍ୟ ଏକ ସ୍ତନର ଅବସ୍ଥା ବିଷୟରେ ଚାଲନ୍ତୁ ଜାଣିବା
05:08 ଏହି ଅବସ୍ଥାରେ ସ୍ତନର ଗୋଟିଏ ଭାଗ ଲାଲ ହୋଇଯିବା ସହ ଫୁଲିଯାଇଥାଏ ଓ ଟାଣ ହୋଇଯାଇଥାଏ
05:14 ମା’ଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ ଏବଂ ସେ ଜର ହେବା ସହ ଅସୁସ୍ଥ ଅନୁଭବ କରନ୍ତି
05:18 ଅନେକ ମା’ ପ୍ରଥମ 6 ସପ୍ତାହ ମଧ୍ୟରେ ସ୍ତନ ପ୍ରଦାହ ଦ୍ଵାରା ପୀଡ଼ିତ ହୋଇଥା’ନ୍ତି
05:22 କିନ୍ତୁ, ଏହା ସ୍ତନ୍ୟପାନର ଯେକୌଣସି ଅବଧି ମଧ୍ୟରେ ଦେଖାଦେଇପାରେ
05:27 ବେଳେବେଳେ ସ୍ତନ ପ୍ରଦାହ ଓ କଠିନତା ମଧ୍ୟରେ ଭ୍ରମ ସୃଷ୍ଟି ହୋଇଥାଏ
05:31 ହେଲେ, ସ୍ତନର କଠିନତା ସମ୍ପୂର୍ଣ୍ଣ ସ୍ତନକୁ ଏବଂ ବେଳେବେଳେ ଉଭୟ ସ୍ତନକୁ ଆକ୍ରାନ୍ତ କରିଥାଏ
05:37 ଯେତେବେଳେ କି “ସ୍ତନ ପ୍ରଦାହ”, ସ୍ତନର ଗୋଟିଏ ଅଂଶକୁ ଏବଂ ସାଧାରଣତଃ କେବଳ ଗୋଟିଏ ସ୍ତନକୁ ପ୍ରଭାବିତ କରିଥାଏ
05:44 କଠିନ ସ୍ତନ କିମ୍ବା ଅବରୁଦ୍ଧ ନାଳୀ କାରଣରୁ ସ୍ତନ ପ୍ରଦାହ ଦେଖାଦେଇପାରେ
05:51 ଏବେ, ଅନୁପଚାରିତ ଅବରୁଦ୍ଧ ନାଳୀ କିପରି ଭାବେ “ସ୍ତନ ପ୍ରଦାହ”ରେ ପରିଣତ ହୋଇଥାଏ, ଆମେ ଆଲୋଚନା କରିବା
05:59 ଅବରୁଦ୍ଧ ନାଳୀ ଏପରି ଏକ ସ୍ଥିତି ଅଟେ, ଯେଉଁଥିରେ ସ୍ତନରୁ କ୍ଷୀର କଢ଼ାନଯାଏ
06:04 ସାଧାରଣତଃ, ଏହି ନାଳୀ ବହଳିଆ କ୍ଷୀର ଦ୍ୱାରା ଅବରୁଦ୍ଧ ସ୍ତନର ଗୋଟିଏ ଅଂଶରେ ଥାଏ
06:11 ଏଥିରୁ ଟେଳା ସୃଷ୍ଟି ହେବା ସହ ନରମ ହୋଇଥାଏ, କିନ୍ତୁ ଅଧିକାଂଶ ସମୟରେ ତା’ ଉପର ଚମଡ଼ା ଲାଲ ଦେଖାଦେଇଥାଏ
06:20 ଅବରୁଦ୍ଧ ନାଳୀ ଓ ସ୍ତନ କଠିନତା, କ୍ଷୀର ପ୍ରବାହ ଅବରୋଧର କାରଣ ହୋଇଥାଏ
06:24 ଯେତେବେଳେ, ଗୋଟିଏ ସ୍ତନର ଏକ ଭାଗରେ ଅବରୁଦ୍ଧ ନାଳୀରେ କ୍ଷୀର ଅଟକିଯାଏ ଏବଂ ସ୍ତନ କଠିନ ହୋଇଯାଏ, ଏହାକୁ "ଷ୍ଟାଇସିସ୍" କୁହାଯାଏ
06:32 ଯଦି ଏହି ଷ୍ଟାଇସିସ୍‌କୁ କଢ଼ାନଯାଏ, ତେବେ ଏହା ସ୍ତନ ଟିସୁଗୁଡ଼ିକରେ ଜ୍ଵଳନ ସୃଷ୍ଟି କରିପାରେ. ଏହାକୁ ଅଣ-ସଂକ୍ରାମକ ସ୍ତନ ପ୍ରଦାହ କୁହାଯାଏ
06:42 କିନ୍ତୁ ବ୍ୟାକ୍ଟେରିଆ ଦ୍ଵାରା ସ୍ତନ ସଂକ୍ରମିତ ହେଲେ, ତାହାକୁ ସଂକ୍ରମିତ ସ୍ତନ ପ୍ରଦାହ କୁହାଯାଏ
06:51 ନିମ୍ନଲିଖିତ ଅବସ୍ଥାଗୁଡ଼ିକରେ ବ୍ୟାକ୍ଟେରିଆ ସହଜରେ ଫାଟ ମାଧ୍ୟମରେ ପ୍ରବେଶ କରିପାରନ୍ତି:
06:56 ଯଦି ସ୍ତନରେ ଫାଟ ଥାଏ, ତେବେ ସ୍ତନ ପ୍ରଦାହ ଅନୁପଚାରିତ ରହିଯାଏ ଏବଂ ଚିକିତ୍ସାରେ ବିଳମ୍ବ ହୁଏ
07:06 ଧ୍ୟାନ ଦିଅନ୍ତୁ ଯେ, ସ୍ତନ ପ୍ରଦାହର ଚିକିତ୍ସା କରାନଗଲେ, ତାହା ବଥରେ ପରିଣତ ହୋଇଯାଏ
07:11 ବର୍ତ୍ତମାନ ଚାଲନ୍ତୁ ସ୍ତନ ପ୍ରଦାହର କାରଣଗୁଡ଼ିକୁ ଆଲୋଚନା କରିବା
07:15 ସ୍ତନ ପ୍ରଦାହ ହେବାର ପ୍ରଥମ ଓ ମୂଳ କାରଣ ହେଉଛି ବାରମ୍ବାର ସ୍ତନ୍ୟପାନ ନ କରାଇବା
07:21 ସ୍ତନ୍ୟପାନ କରାଉଥିବା ମା’ ଜଣେ କର୍ମଜୀବୀ ମହିଳା ହୋଇଥିଲେ, ବାରମ୍ୱାର ସ୍ତନ୍ୟପାନ କରାଇବା କଷ୍ଟକର ହୋଇପଡ଼େ
07:27 ମା’ କିମ୍ବା ଶିଶୁର ଅସୁସ୍ଥତା, ବାରମ୍ବାର ସ୍ତନ୍ୟପାନ ନ କରାଇବାର ଅନ୍ୟ କାରଣ ହୋଇପାରେ
07:33 ଦ୍ଵିତୀୟ ହେଉଛି ନିପଲ୍ ଫିଡ଼ିଙ୍ଗ. ଏଥିରେ ଶିଶୁଟି ସ୍ତନକୁ ସମ୍ପୂର୍ଣ୍ଣ ଖାଲି କରିପାରେନାହିଁ
07:40 ତୃତୀୟଟି ହେଉଛି ଅଧିକ କ୍ଷୀର ହେବା
07:43 ଚତୁର୍ଥଟି ହେଉଛି ଶୀଘ୍ର ସ୍ତନ୍ୟପାନ ଛଡ଼ାଇ ଅନ୍ୟ ଖାଦ୍ୟ ଖୁଆଇବା ଆରମ୍ଭ କରିଦେବା
07:50 ପଞ୍ଚମଟି ହେଉଛି ଟାଇଟ୍ କପଡ଼ା- ଯଦି ମା’ ବିଶେଷକରି ରାତିରେ ଟାଇଟ୍ ବ୍ରା ପିନ୍ଧନ୍ତି, ତେବେ ଏହା ସ୍ତନ ଉପରେ ଚାପ ପକାଇଥାଏ ଏବଂ କ୍ଷୀର ନାଳୀଗୁଡ଼ିକୁ ଅବରୋଧ କରିପାରେ
08:03 ଷଷ୍ଠ ହେଉଛି ମାତୃତ୍ୱ ଚାପ – ଯଦି ମା’ କୌଣସି ପ୍ରକାରର ମାନସିକ ଚାପଗ୍ରସ୍ତ ଥିବେ, ତେବେ କ୍ଷୀର ବାହାରିବା ପ୍ରଭାବିତ ହେବ
08:12 ସପ୍ତମ ହେଉଛି ନିପଲ୍‌ରେ ଫାଟ ହେବା – ଯେଉଁଥିରୁ ବ୍ୟାକ୍ଟେରିଆ ସ୍ତନ ଟିସ୍ୟୁରେ ପ୍ରବେଶ କରିଥାଏ ଏବଂ ସ୍ତନ ପ୍ରଦାହ ହୋଇପାରେ
08:22 ଚାଲନ୍ତୁ ସ୍ତନ ପ୍ରଦାହ ଚିକିତ୍ସା ଉପରେ ଆଲୋଚନା କରିବା
08:26 ପ୍ରଥମେ, କାରଣ ଖୋଜି ବାହାର କରିବା ପରେ ଚିକିତ୍ସା ଆରମ୍ଭ କରନ୍ତୁ
08:31 ମା’, ସ୍ତନ୍ୟପାନ କରାଇବା ପୂର୍ବରୁ ଉଷୁମ ସେକ ନେବା ଆବଶ୍ୟକ
08:35 କିମ୍ବା ଉଷୁମ୍ ପାଣିରେ ଗାଧୋଇବା ଉଚିତ
08:37 ସେ ପ୍ରଥମେ ପ୍ରଭାବିତ ସ୍ତନରୁ କ୍ଷୀର ଖୁଆଇବା ଦରକାର
08:42 ଯଦି ଏହା ଦ୍ଵାରା ଯନ୍ତ୍ରଣା ବଢ଼େ କିମ୍ବା କ୍ଷୀର ବାହାରିବା ପ୍ରଭାବିତ ହୁଏ, ତେବେ ଅପ୍ରଭାବିତ ସ୍ତନରୁ ଆରମ୍ଭ କରିବେ
08:50 ମନେରଖନ୍ତୁ, ବାରମ୍ବାର ସ୍ତନ୍ୟପାନ କରାଇବା ଅତ୍ୟନ୍ତ ଜରୁରୀ ଅଟେ
08:55 ଯଦି ଚୁଚୁକ କିମ୍ବା ଚୁଚୁକ ବଳୟରେ କ୍ଷତ ହୋଇନଥାଏ, ତେବେ ମା’ ସେହି ସ୍ତନରୁ ସ୍ତନ୍ୟପାନ କରାଇପାରିବେ
09:04 ମନେରଖନ୍ତୁ, ସ୍ତନ ପ୍ରଦାହ ହୋଇଥିବା ସ୍ତନରୁ ମା’ ଶିଶୁକୁ ସ୍ତନ୍ୟପାନ କରାଇବା ଆରମ୍ଭ କରିବା ସମୟରେ -
09:09 ଶିଶୁଠାରେ ସଂକ୍ରମଣର ସଂକେତକୁ ଦେଖିବା ଦରକାର, ଯେହେତୁ ଶିଶୁ ସଂକ୍ରମିତ ହେବାର ବିପଦ ଥାଏ
09:17 କାରଣ ପ୍ରଭାବିତ ସ୍ତନର କ୍ଷୀରରେ କ୍ଷତିକାରକ ବ୍ୟକ୍ଟେରିଆ ଥାଇପାରେ
09:24 ସ୍ତନକୁ ମାଲିସ୍ କଲେ କ୍ଷୀର ଭଲ ଭାବେ କ୍ଷରଣ ହୋଇଥାଏ
09:28 ହାଲୁକା ଭାବରେ ପ୍ରଭାବିତ ସ୍ଥାନରୁ ଚୁଚୁକ ଆଡ଼କୁ ମାଲିସ କରନ୍ତୁ
09:34 ଏବଂ ମା’ଙ୍କୁ ଯଥେଷ୍ଟ ଆରାମ କରିବା ଆବଶ୍ୟକ
09:37 ଲକ୍ଷଣ ଅଧିକ ଯନ୍ତ୍ରଣାଦାୟକ ହେଲେ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ
09:40 ଅସ୍ତ୍ରୋପଚାର ଦ୍ୱାରା ସ୍ତନ ବଥକୁ କାଢ଼ିବାକୁ ହେବ ଏବଂ ମା’ଙ୍କୁ ଔଷଧ ଖାଇବାକୁ ପଡ଼ିବ
09:47 ଏହା ବ୍ୟତୀତ ମା’ଙ୍କୁ ଆରାମ କରିବା ସହ ଗଭୀର ନିଶ୍ଵାସ ପ୍ରଶ୍ଵାସ ନେବାକୁ ହେବ
09:55 ମୃଦୁ ସଙ୍ଗୀତ ଶୁଣିଲେ ଏବଂ ନିଜ ଶିଶୁ ବିଷୟରେ ଚିନ୍ତା କଲେ, କ୍ଷୀର ନିର୍ଗମନ ସହଜ ହୋଇଥାଏ
10:04 ମନେରଖନ୍ତୁ, ସ୍ତନ ପ୍ରଦାହକୁ ରୋକିବା ପାଇଁ ପାଟିରେ ଠିକ ଭାବେ ଧରିବା ଜରୁରୀ ଅଟେ
10:09 ଏହାଦ୍ଵାରା ନାଳୀ ଅବରୋଧ ହେବ ନାହିଁ ଏବଂ ଶିଶୁ ଯଥେଷ୍ଟ କ୍ଷୀର ପାନ କରିପାରିବ
10:14 ସ୍ତନର ଏହି ସମସ୍ତ ଅବସ୍ଥାରୁ ରକ୍ଷା ପାଇବା ପାଇଁ, ଶିଶୁ ସଠିକ୍ ଭାବେ ସଂଯୁକ୍ତ ହେବା ଏବଂ ବାରମ୍ବାର ସ୍ତନ୍ୟପାନ କରାଇବା ଆବଶ୍ୟକ
10:24 ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ସ୍ତନର ଅବସ୍ଥା ଉପରେ ଥିବା ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆମେ ଆସିଯାଇଛେ
10:31 ଏହି ଟ୍ୟୁଟୋରିଆଲରେ ଆମେ ସ୍ତନ କଠିନତା ଓ ସ୍ତନ ପ୍ରଦାହ ବିଷୟରେ ଶିଖିଲେ
10:37 ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି
10:43 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

10:56 ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ
11:03 ଏହି ଟ୍ୟୁଟୋରିଆଲ୍, “ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟ”ର ଏକ ଅଂଶ
11:07 ଏହି ଟ୍ୟୁଟୋରିଆଲର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଏବଂ ଡାକ୍ତର ତରୁଣ ଜିନ୍ଦଲ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଉପସ୍ଥିତ ଅଛନ୍ତି
11:20 ଆଇଆଇଟି ବମ୍ବେ ତରଫରୁ ମୁଁ ରଶ୍ମିତା ମହାପାତ୍ର, ଆପଣଙ୍କଠାରୁ ବିଦୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Indiantranslators2012, Pradeep