Git/C2/Basic-commands-of-Git/Oriya

From Script | Spoken-Tutorial
Revision as of 13:01, 18 September 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 ବନ୍ଧୁଗଣ, Basic commands of Git ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ Git repository ଏବଂ Gitର କିଛି ମୌଳିକ କମାଣ୍ଡଗୁଡିକୁ ଶିଖିବା
00:13 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:

Ubuntu Linux 14.04, Git 2.3.2. ଓ Gedit ଟେକ୍ସଟ ଏଡିଟର୍

00:23 ଆପଣ ନିଜ ପସନ୍ଦର ଯେକୌଣସି editorକୁ ବ୍ୟବହାର କରିପାରିବେ
00:27 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ନିଶ୍ଚିତରୂପେ ଟର୍ମିନଲରେ Linux କମାଣ୍ଡଗୁଡିକୁ ରନ୍ କରିବା ଉପରେ ଆପଣଙ୍କର ଜ୍ଞାନ ଥିବା ଆବଶ୍ୟକ
00:34 ଯଦି ନାହିଁ, ସମ୍ପର୍କୀତ Linux ଟ୍ୟୁଟୋରିଆଲଗୁଡିକ ପାଇଁ, ଆମ ୱେବସାଇଟକୁ ଯା’ନ୍ତୁ
00:40 ବର୍ତ୍ତମାନ, Git repository କ’ଣ ଦେଖିବା
00:44 Git repository ଗୋଟିଏ ଫୋଲ୍ଡର୍ ଯେଉଁଠି ପ୍ରୋଜେକ୍ଟର ସମଗ୍ର ଡେଟା ଷ୍ଟୋର ହୋଇଥାଏ
00:50 ଏହାକୁ ସ୍ଥାନୀୟ ମେସିନ୍ କିମ୍ବା ଦୂରବର୍ତ୍ତୀ ମେସିନରେ ସ୍ଥାପିତ କରାଯାଇପାରିବ
00:55 ସାଧାରଣ ଫୋଲ୍ଡର୍ ଓ ଗୋଟିଏ Git repository ମଧ୍ୟରେ ଥିବା ପାର୍ଥକ୍ୟ ହେଉଛି-
01:00 ସାଧାରଣ ଫୋଲ୍ଡର୍ କେବଳ ଫାଇଲ୍ ଓ ଡାଇରେକ୍ଟୋରୀଗୁଡିକୁ ଧାରଣ କରିଥାଏ
01:04 କିନ୍ତୁ Git repository, ଫାଇଲ୍ ଓ ଡାଇରେକ୍ଟୋରୀଗୁଡିକର ସେଟ୍ ସହିତ ସେମାନଙ୍କର ସମ୍ପୂର୍ଣ୍ଣ ହିଷ୍ଟୋରୀକୁ ଧାରଣ କରିଥାଏ
01:11 ବର୍ତ୍ତମାନ, ଚାଲନ୍ତୁ ସ୍ଥାନୀୟ ମେସିନରେ ଗୋଟିଏ Git repository ସୃଷ୍ଟି କରିଶିଖିବା
01:17 Ctrl+Alt+T କୀକୁ ଦାବି ଟର୍ମିନଲକୁ ଖୋଲନ୍ତୁ
01:22 ମେସିନର Home ଡାଇରେକ୍ଟୋରୀରେ Git repository ପାଇଁ ଗୋଟିଏ directory ସୃଷ୍ଟି କରନ୍ତୁ
01:28 ଆପଣ ଆପଣଙ୍କ ମେସିନରେ ଚାହୁଁଥିବା ଯେକୌଣସି ସ୍ଥାନରେ ଡାଇରେକ୍ଟୋରୀକୁ ସୃଷ୍ଟି କରିପାରିବେ
01:33 ଡିଫଲ୍ଟ ଭାବେ, ଆମେ Home ଡାଇରେକ୍ଟୋରୀରେ ଅଛନ୍ତି
01:37 ଟାଇପ୍ କରନ୍ତୁ: mkdir ସ୍ପେସ୍ mywebpage ଏବଂ Enter ଦାବନ୍ତୁ
01:44 ତେଣୁ, ବର୍ତ୍ତମାନ Home ଡାଇରେକ୍ଟୋରୀରେ mywebpage ନାମକ ଗୋଟିଏ ଡାଇରେକ୍ଟୋରୀକୁ ସୃଷ୍ଟି କରାଯାଇଛି
01:49 ଏହି directory ମଧ୍ୟକୁ ଯିବା ପାଇଁ ଟାଇପ୍ କରନ୍ତୁ: cd ସ୍ପେସ୍ mywebpage ଏବଂ Enter ଦାବନ୍ତୁ
02:00 mywebpage ଡାଇରେକ୍ଟୋରୀକୁ Git repository ଭାବେ ବ୍ୟବହାର କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ init ଏବଂ Enter ଦାବନ୍ତୁ
02:08 Initialized empty Git repository ନାମକ ବାର୍ତ୍ତାକୁ ଦେଖିପାରିବେ
02:13 ଏହା ସୂଚିତ କରେ ଯେ Git ସଫଳତାର ସହ ଇନିଶିଆଲାଇଜ୍ ହୋଇଛି
02:17 ଏବଂ ଏହା ହେଉଛି ପାଥ୍ ଯେଉଁଠି ସିଷ୍ଟମରେ Git repository ସୃଷ୍ଟି ହୋଇଛି
02:24 ଇନିଶିଆଲାଇଯେଶନ୍ ପରେ, mywebpage ଫୋଲ୍ଡର୍ ମଧ୍ୟରେ dot git ନାମକ ଗୋଟିଏ ଲୁକ୍କାୟିତ ଫୋଲ୍ଡର୍ ସୃଷ୍ଟି ହେବ
02:32 ଲୁକ୍କାୟିତ ଫୋଲ୍ଡରକୁ ଦେଖିବା ପାଇଁ ଟାଇପ୍ କରନ୍ତୁ: ls ସ୍ପେସ୍ ହାଇଫେନ୍ a ଏବଂ Enter ଦାବନ୍ତୁ
02:39 ଏହା ଡଟ୍ git ଫୋଲ୍ଡରକୁ ପ୍ରଦର୍ଶନ କରିବ. ଏହି dot git ଫୋଲ୍ଡରକୁ ଡିଲିଟ୍ କରିବା ଦ୍ଵାରା ସମଗ୍ର repository ଡିଲିଟ୍ ହୋଇଯିବ
02:47 ତେଣୁ, ଆପଣ ନିଶ୍ଚିତରୂପେ ଏହି dot git ଫୋଲ୍ଡର୍ ପ୍ରତି ସତର୍କ ରୁହନ୍ତୁ
02:51 ବର୍ତ୍ତମାନ, Git ପ୍ରତି ଆମ ପରିଚୟକୁ ସେଟ୍ କରିବାକୁ ପଡିବ
02:55 ଇମେଲ୍ ଆଡ୍ରେସକୁ ସେଟ୍ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ କନଫିଗ୍ ସ୍ପେସ୍ ହାଇଫେନ୍ ହାଇଫେନ୍ global ସ୍ପେସ୍ user ଡଟ୍ ଇମେଲ୍ ସ୍ପେସ୍ priya[dot]spoken@gmail.com ଏବଂ Enter ଦାବନ୍ତୁ
03:12 ଏଠାରେ, priya[dot]spoken[at]gmail[dot]comକୁ ବ୍ୟବହାର କରାଯାଇଛି
03:18 ଆପଣ ନିଜର ବୈଧ ଇମେଲ୍ ଆଡ୍ରେସକୁ ବ୍ୟବହାର କରିପାରିବେ
03:21 ୟୁଜର ନେମକୁ ସେଟ୍ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ କନଫିଗ୍ ସ୍ପେସ୍ ହାଇଫେନ୍ ହାଇଫେନ୍ global ସ୍ପେସ୍ user ଡଟ୍ name ସ୍ପେସ୍ Priya ଏବଂ Enter ଦାବନ୍ତୁ
03:36 Priyaକୁ ଗୋଟିଏ ୟୁଜରନେମ୍ ଭାବେ ବ୍ୟବହାର କରାଯାଇଛି. ଦୟାକରି Priya ବ୍ୟତିତ ନିଜ ନାମକୁ ବ୍ୟବହାର କରନ୍ତୁ
03:43 Git ଉପରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କର ନେମ୍ ଓ ଇମେଲ୍ ଆଡ୍ରେସକୁ ପରିଚୟ ଭାବେ ସେଟ୍ କରନ୍ତୁ
03:51 ତା’ପରେ, commit ବାର୍ତ୍ତାକୁ ପ୍ରଦାନ କରିବା ପାଇଁ gedit text editorକୁ କନଫିଗର୍ କରନ୍ତୁ
03:57 ଟାଇପ୍ କରନ୍ତୁ: git ସ୍ପେସ୍ config ସ୍ପେସ୍ ହାଇଫେନ୍ ହାଇଫେନ୍ global ସ୍ପେସ୍ core ଡଟ୍ editor ସ୍ପେସ୍ gedit ଏବଂ Enter ଦାବନ୍ତୁ
04:09 ବର୍ତ୍ତମାନ, gedit, Gitକୁ କନଫିଗର୍ ହୋଇଯିବ
04:14 ଏଠାରେ, global flag ବାଧ୍ୟତାମୁଳକ ନୁହେଁ
04:17 global ଫ୍ଲାଗ୍ ବିଷୟରେ ଅଧିକ ଜାଣିବା ପାଇଁ ସ୍ଲାଇଡକୁ ଫେରିଆସନ୍ତୁ
04:22 ମଲ୍ଟିପଲ୍ ରିପୋଜିଟୋରୀଗୁଡିକ ଗୋଟିଏ ସିଙ୍ଗଲ୍ ମେସିନରେ ସୃଷ୍ଟି କରାଯାଇପାରିବ
04:26 ଯଦି ଆପଣ hyphen hyphen global ଫ୍ଲାଗକୁ ବ୍ୟବହାର କରନ୍ତି ତେବେ ସେଟିଙ୍ଗ, ମେସିନରେ ଥିବା ସମଗ୍ର ରିପୋଜିଟୋରୀଗୁଡିକରେ ପ୍ରୟୋଗ ହୋଇଯିବ
04:34 ତେଣୁ, ଯେତେବେଳେ ଗୋଟିଏ ନୁତନ Git repositoryର ସୃଷ୍ଟି ହେବ, ଏହି ସେଟିଙ୍ଗ ଡିଫଲ୍ଟ ଭାବେ ପ୍ରୟୋଗ ହେବ
04:42 ଯଦି ଆପଣ ଗୋଟିଏ ନିର୍ଦ୍ଦିଷ୍ଟ ରିପୋଜିଟୋରୀର ପରିଚୟ ଜାଣିବାକୁ ଚାହାଁନ୍ତି ତେବେ hyphen hyphen global ଫ୍ଲାଗକୁ ବ୍ୟବହାର କରନ୍ତୁ ନାହିଁ
04:49 terminalକୁ ଫେରିଆସନ୍ତୁ
04:51 ବର୍ତ୍ତମାନ, ପୂର୍ବେ ସେଟ୍ କରାଯାଇଥିବା ପରିଚୟର କନଫିଗୁରେଶନର ସମ୍ପୂର୍ଣ୍ଣ ବିବରଣୀକୁ ଯାଞ୍ଚ କରନ୍ତୁ
04:57 ଟାଇପ୍ କରନ୍ତୁ: git ସ୍ପେସ୍ config ସ୍ପେସ୍ ହାଇଫେନ୍ ହାଇଫେନ୍ list ଏବଂ Enter ଦାବନ୍ତୁ
05:04 ବର୍ତ୍ତମାନ, ଆପଣ editor name, email address ଓ usernameକୁ ଦେଖିପାରିବେ
05:10 ପ୍ରଦର୍ଶନ ପାଇଁ html ଫାଇଲଗୁଡିକୁ ବ୍ୟବହାର କରାଯାଉଛି
05:14 ଆପଣ ଆପଣଙ୍କ ପସନ୍ଦର ଯେକୌଣସି ଫାଇଲର ପ୍ରକାରକୁ ବ୍ୟବହାର କରିପାରିବେ. ଉଦାହରଣସ୍ଵରୂପ ଟେକ୍ସଟ ଫାଇଲସ କିମ୍ବା ଡକ୍ ଫାଇଲସ
05:22 terminalକୁ ଫେରିଆସନ୍ତୁ. promptକୁ କ୍ଲିୟର୍ କରନ୍ତୁ
05:26 ବର୍ତ୍ତମାନ ଟାଇପ୍ କରନ୍ତୁ: gedit ସ୍ପେସ୍ mypage.html ସ୍ପେସ୍ ଆମ୍ପରସାଣ୍ଡ
05:34 ଯଦି ଅନ୍ୟ ଫାଇଲ୍ ବ୍ୟବହାର କରାଯାଉଛି ତେବେ mypage.html ବ୍ୟତିତ ସେହି ଫାଇଲନେମକୁ ପ୍ରଦାନ କରନ୍ତୁ
05:41 ପ୍ରମ୍ପ୍ଟକୁ ମୁକ୍ତ କରିବା ପାଇଁ &(ଆମ୍ପର୍ସାଣ୍ଡ) ବ୍ୟବହାର କରାଯାଉଛି. ବର୍ତ୍ତମାନ Enter ଦାବନ୍ତୁ
05:47 ପୂର୍ବରୁ ସେଭ୍ ହୋଇଥିବା Writer ଡକୁମେଣ୍ଟରୁ କିଛି କୋଡକୁ ଏହି ଫାଇଲ୍ ମଧ୍ୟରେ copy ଓ paste କରନ୍ତୁ
05:54 ସେହିପରି, ଫାଇଲ୍ ମଧ୍ୟରେ କିଛି କଣ୍ଟେଣ୍ଟକୁ ସଂଯୁକ୍ତ କରନ୍ତୁ
05:58 ବର୍ତ୍ତମାନ, ଫାଇଲକୁ save କରନ୍ତୁ
06:00 ତେଣୁ, କିଛି କୋଡ୍ ସହିତ ଗୋଟିଏ html ଫାଇଲ୍ ଅଛି
06:05 ଧ୍ୟାନଦିଅନ୍ତୁ: mypage.htmlକୁ ଯେଉଁଠାରେ ବ୍ୟବହାର କରିବେ, ଆପଣଙ୍କ ଫାଇଲନେମ୍ ସହିତ ଏହାକୁ ପ୍ରତିସ୍ଥାପନ କରିବାକୁ ହେବ
06:13 ତା’ପରେ, mypage.htmlକୁ ଅନୁସରଣ କରିବା ପାଇଁ Gitକୁ ନିର୍ଦ୍ଦେଶ ଦିଅନ୍ତୁ
06:18 ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ: git ସ୍ପେସ୍ add ସ୍ପେସ୍ mypage.html ଏବଂ Enter ଦାବନ୍ତୁ
06:27 ବର୍ତ୍ତମାନ, Gitର ସାମ୍ପ୍ରତିକ ଷ୍ଟାଟସକୁ ଯାଞ୍ଚ କରନ୍ତୁ. ତେଣୁ ଟାଇପ୍ କରନ୍ତୁ: git ସ୍ପେସ୍ status ଏବଂ Enter ଦାବନ୍ତୁ
06:36 ଆପଣ new file: mypage.htmlକୁ ଦେଖିପାରିବେ. ଏହାର ଅର୍ଥ ହେଉଛି ଏହି mypage.html ଫାଇଲରେ କରାଯାଇଥିବା ପରିବର୍ତ୍ତନକୁ Git ଅନୁସରଣ କରିବା ଆରମ୍ଭ କରିଛି
06:48 ଏହାକୁ tracking କୁହାଯାଏ
06:51 mypage.html ଫାଇଲକୁ ଫେରିଆସନ୍ତୁ
06:55 ଏବଂ ଏହି ଫାଇଲରେ କିଛି ଅଧିକ କୋଡକୁ ସଂଯୁକ୍ତ କରନ୍ତୁ
06:58 ପୂର୍ବ ଭଳି, Writer ଫାଇଲରୁ କପୀ-ପେଷ୍ଟ କରନ୍ତୁ
07:06 Save କରିବା ସହ ଫାଇଲକୁ ବନ୍ଦ କରନ୍ତୁ
07:10 ତା’ପରେ ଟର୍ମିନଲକୁ ଫେରିଆସନ୍ତୁ. ପୂର୍ବ ଭଳି, Gitର ସାମ୍ପ୍ରତିକ ଷ୍ଟାଟସକୁ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ status ଏବଂ Enter ଦାବନ୍ତୁ
07:21 ଏହା Changes not staged for commit: ଏବଂ modified: mypage.htmlକୁ ପ୍ରଦର୍ଶନ କରିବ
07:28 ଏହାର ଅର୍ଥ ହେଉଛି କରାଯାଇଥିବା ପରିବର୍ତ୍ତନ staging areaରେ ସଂଯୁକ୍ତ ହୋଇନାହିଁ
07:34 Staging area ବିଷୟରେ ଅଧିକ ଜାଣିବା ପାଇଁ slideକୁ ଫେରିଆସନ୍ତୁ
07:39 Staging area ଗୋଟିଏ ଫାଇଲ୍ ଯାହା କରିବାକୁ ଥିବା ଆବଶ୍ୟକୀୟ ପରିବର୍ତ୍ତନର ତଥ୍ୟକୁ ଷ୍ଟୋର୍ କରିଥାଏ
07:46 ସେଗୁଡିକୁ କରିବା ପୂର୍ବରୁ staging areaରେ ଫାଇଲ୍ କଣ୍ଟେଣ୍ଟଗୁଡିକୁ ସଂଯୁକ୍ତ କରନ୍ତୁ
07:51 ଆସନ୍ତା ଟ୍ୟୁଟୋରିଆଲଗୁଡିରେ commit ବିଷୟରେ ଅଧିକ ଆଲୋଚନା କରିବା
07:56 Gitର ପୁରାତନ ଭର୍ସନଗୁଡିକରେ staging area ବ୍ୟତିତ ଟର୍ମ indexକୁ ବ୍ୟବହାର କରାଯାଇଛି
08:01 ବର୍ତ୍ତମାନ, staging areaରେ ଥିବା ଫାଇଲରେ ନୁତନ ପରିବର୍ତ୍ତନଗୁଡିକୁ କିପରି ସଂଯୁକ୍ତ କରାଯାଏ ଚାଲନ୍ତୁ ଦେଖିବା
08:07 terminalକୁ ଫେରିଆସନ୍ତୁ. promptକୁ କ୍ଲିୟର୍ କରନ୍ତୁ
08:11 ଟାଇପ୍ କରନ୍ତୁ: git ସ୍ପେସ୍ add ସ୍ପେସ୍ mypage ଡଟ୍ html ଏବଂ Enter ଦାବନ୍ତୁ
08:19 Git ଷ୍ଟାଟସକୁ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ status ଏବଂ Enter ଦାବନ୍ତୁ
08:26 ବର୍ତ୍ତମାନ ଆପଣ ବାର୍ତ୍ତାକୁ ଦେଖିପାରିବେ: Changes to be committed:
08:30 ଏହାର ଅର୍ଥ ହେଉଛି ଫାଇଲ୍ staging areaରେ ସଂଯୁକ୍ତ ହୋଇସାରିଛି ଏବଂ କାର୍ଯ୍ୟକାରୀ ହେବା ପାଇଁ ପ୍ରସ୍ତୁତ
08:37 ବର୍ତ୍ତମାନ, ଏହି ବିନ୍ଦୁରେ କୋଡକୁ freeze କରନ୍ତୁ
08:40 ଯେତେବେଳେ ଆମେ କାମର ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁରେ ପହଞ୍ଚିବା, ସେଗୁଡିକୁ repositoryରେ save କରିପାରିବା. ଏହାକୁ commit କୁହାଯାଏ
08:49 ପ୍ରତ୍ୟେକ commit, username, email-id, date, time ଓ commit messageର ତଥ୍ୟ ସହିତ ସେଭ୍ ହୋଇଛି
08:57 ବର୍ତ୍ତମାନ, ଚାଲନ୍ତୁ commit କିପରି କରାଯାଏ ଦେଖିବା. ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ: git ସ୍ପେସ୍ commit ଏବଂ Enter ଦାବନ୍ତୁ
09:07 commit ବାର୍ତ୍ତା ପ୍ରାପ୍ତ କରିବା ପାଇଁ gedit text editor ଅଟୋମାଟିକଲୀ ଖୋଲିଯିବ
09:13 ପ୍ରଥମ ଲାଇନରେ Initial commit ଭାବେ commit message ଟାଇପ୍ କରନ୍ତୁ
09:18 ଆପଣ ଚାହୁଁଥିବା ଯେକୌଣସି ସୂଚନାତ୍ମକ ବାର୍ତ୍ତାକୁ ଟାଇପ୍ କରିପାରିବେ
09:22 ଏଠାରେ, କିଛି ଲାଇନ୍ hash ଦ୍ଵାରା ଆରମ୍ଭ ହୋଇଥିବାର ଆପଣ ଦେଖିପାରିବେ. ସେଗୁଡିକୁ ସେହିପରି ଛାଡିଦିଅନ୍ତୁ କିମ୍ବା ଡିଲିଟ୍ କରିପାରିବେ
09:30 ଦୟାକରି hash ଲାଇନ୍ ପୂର୍ବରୁ କିମ୍ବା ପରେ commit messageକୁ ଲେଖନ୍ତୁ
09:35 ଭବିଷ୍ୟତରେ, ଏହି commit message ସହିତ, ଏହି ସୋପାନ ପର୍ଯ୍ୟନ୍ତ କରିଥିବା କର୍ଯ୍ୟକୁ ଚିହ୍ନଟ କରିପାରିବେ
09:41 save କରିବା ସହିତ ଏଡିଟରକୁ ବନ୍ଦ କରନ୍ତୁ
09:44 କିଛି ବିବରଣୀକୁ ଦେଖିବେ, ଯେପରି:

commit message, ଆମେ ପରିବର୍ତ୍ତନ କରିଥିବା କେତୋଟି ଫାଇଲ୍, ଆମେ କରିଥିବା କେତୋଟି ଇନସର୍ଶନ୍ ଏବଂ ଫାଇଲର ନାମ

09:56 ବର୍ତ୍ତମାନ, git log କମାଣ୍ଡକୁ ବ୍ୟବହାର କରି commitର ସମ୍ପୂର୍ଣ୍ଣ ବିବରଣୀକୁ ଚାଲନ୍ତୁ ଦେଖିବା
10:00 ଟାଇପ୍ କରନ୍ତୁ: git ସ୍ପେସ୍ log ଏବଂ Enter ଦାବନ୍ତୁ
10:06 ଆମ ରିପୋଜିଟୋରୀରେ କେବଳ ଗୋଟିଏ commit ଅଛି
10:09 ଏହା ଏକ ବିଶିଷ୍ଟ IDକୁ ପ୍ରଦର୍ଶନ କରିବ ଯାହାକୁ commit hash କିମ୍ବା SHA-1 hash କୁହାଯାଏ
10:16 SHA-1 hash ବିଷୟରେ ଅଧିକ ଜାଣିବା ପାଇଁ ସ୍ଲାଇଡକୁ ଫେରିଆସନ୍ତୁ
10:20 40 ଆଲ୍ଫା-ନ୍ୟୁମେରିକ୍ ଅକ୍ଷର ବିଶିଷ୍ଟ SHA-1 hash ଗୋଟିଏ ବିଶିଷ୍ଟ ଆଇଡି ଅଟେ
10:25 hash value ଦ୍ଵାରା Git ଏହାର ଡେଟାବେସରେ ସମଗ୍ର ତଥ୍ୟକୁ ଷ୍ଟୋର୍ କରିଥାଏ
10:31 Git commitଗୁଡିକ SHA-1 hash ଦ୍ଵାରା ଚିହ୍ନଟ ହୋଇଥା’ନ୍ତି
10:35 ଆଗତ ଟ୍ୟୁଟୋରିଆଲଗୁଡିକରେ ଆପଣ SHA-1 hashର ଗୁରୁତ୍ଵକୁ ବୁଝିପାରିବେ
10:41 ଟର୍ମିନଲକୁ ଫେରିଆସନ୍ତୁ
10:43 ପୂର୍ବେ ପ୍ରଦାନ କରାଯାଇଥିବା commitର ସମ୍ପୂର୍ଣ୍ଣ ବିବରଣୀ ଯେପରି author name, email address, date, time ଓ commit messageକୁ ପ୍ରଦର୍ଶନ କରିବ
10:56 ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
11:00 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Git repository ଏବଂ Gitର କିଛି ମୌଳିକ କମାଣ୍ଡଗୁଡିକ ଯେପରି, git init, status, commit ଓ log
11:14 ଗୋଟିଏ ଆସାଇନମେଣ୍ଟ ଭାବେ- ଆପଣଙ୍କ ମେସିନରେ ଗୋଟିଏ directory ସୃଷ୍ଟି କରନ୍ତୁ ଏବଂ ଏହାକୁ ଗୋଟିଏ repository ଭାବେ ନିର୍ମାଣ କରନ୍ତୁ
11:20 ଗୋଟିଏ ଟେକ୍ସଟ ଫାଇଲ୍ ସୃଷ୍ଟି କରିବା ସହ ଏଥିରେ କିଛି କଣ୍ଟେଣ୍ଟକୁ ସଂଯୁକ୍ତ କରନ୍ତୁ
11:25 Git repositoryର staging areaରେ ଫାଇଲକୁ ସଂଯୁକ୍ତ କରନ୍ତୁ
11:29 repositoryରେ ଫାଇଲକୁ Commit କରନ୍ତୁ ଏବଂ
11:32 git log କମାଣ୍ଡକୁ ବ୍ୟବହାର କରି Commitର ସମ୍ପୂର୍ଣ୍ଣ ବିବରଣୀକୁ ଦେଖନ୍ତୁ
11:35 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହ ଦେଖନ୍ତୁ
11:43 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:55 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
12:02 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
12:08 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep