Git/C2/Basic-commands-of-Git/Oriya
From Script | Spoken-Tutorial
00:01 | ବନ୍ଧୁଗଣ, Basic commands of Git ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:05 | ଏହି ଟ୍ୟୁଟୋରିଆଲରେ ଆମେ Git repository ଏବଂ Gitର କିଛି ମୌଳିକ କମାଣ୍ଡଗୁଡିକୁ ଶିଖିବା |
00:13 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:
Ubuntu Linux 14.04, Git 2.3.2. ଓ Gedit ଟେକ୍ସଟ ଏଡିଟର୍ |
00:23 | ଆପଣ ନିଜ ପସନ୍ଦର ଯେକୌଣସି editorକୁ ବ୍ୟବହାର କରିପାରିବେ |
00:27 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ନିଶ୍ଚିତରୂପେ ଟର୍ମିନଲରେ Linux କମାଣ୍ଡଗୁଡିକୁ ରନ୍ କରିବା ଉପରେ ଆପଣଙ୍କର ଜ୍ଞାନ ଥିବା ଆବଶ୍ୟକ |
00:34 | ଯଦି ନାହିଁ, ସମ୍ପର୍କୀତ Linux ଟ୍ୟୁଟୋରିଆଲଗୁଡିକ ପାଇଁ, ଆମ ୱେବସାଇଟକୁ ଯା’ନ୍ତୁ |
00:40 | ବର୍ତ୍ତମାନ, Git repository କ’ଣ ଦେଖିବା |
00:44 | Git repository ଗୋଟିଏ ଫୋଲ୍ଡର୍ ଯେଉଁଠି ପ୍ରୋଜେକ୍ଟର ସମଗ୍ର ଡେଟା ଷ୍ଟୋର ହୋଇଥାଏ |
00:50 | ଏହାକୁ ସ୍ଥାନୀୟ ମେସିନ୍ କିମ୍ବା ଦୂରବର୍ତ୍ତୀ ମେସିନରେ ସ୍ଥାପିତ କରାଯାଇପାରିବ |
00:55 | ସାଧାରଣ ଫୋଲ୍ଡର୍ ଓ ଗୋଟିଏ Git repository ମଧ୍ୟରେ ଥିବା ପାର୍ଥକ୍ୟ ହେଉଛି- |
01:00 | ସାଧାରଣ ଫୋଲ୍ଡର୍ କେବଳ ଫାଇଲ୍ ଓ ଡାଇରେକ୍ଟୋରୀଗୁଡିକୁ ଧାରଣ କରିଥାଏ |
01:04 | କିନ୍ତୁ Git repository, ଫାଇଲ୍ ଓ ଡାଇରେକ୍ଟୋରୀଗୁଡିକର ସେଟ୍ ସହିତ ସେମାନଙ୍କର ସମ୍ପୂର୍ଣ୍ଣ ହିଷ୍ଟୋରୀକୁ ଧାରଣ କରିଥାଏ |
01:11 | ବର୍ତ୍ତମାନ, ଚାଲନ୍ତୁ ସ୍ଥାନୀୟ ମେସିନରେ ଗୋଟିଏ Git repository ସୃଷ୍ଟି କରିଶିଖିବା |
01:17 | Ctrl+Alt+T କୀକୁ ଦାବି ଟର୍ମିନଲକୁ ଖୋଲନ୍ତୁ |
01:22 | ମେସିନର Home ଡାଇରେକ୍ଟୋରୀରେ Git repository ପାଇଁ ଗୋଟିଏ directory ସୃଷ୍ଟି କରନ୍ତୁ |
01:28 | ଆପଣ ଆପଣଙ୍କ ମେସିନରେ ଚାହୁଁଥିବା ଯେକୌଣସି ସ୍ଥାନରେ ଡାଇରେକ୍ଟୋରୀକୁ ସୃଷ୍ଟି କରିପାରିବେ |
01:33 | ଡିଫଲ୍ଟ ଭାବେ, ଆମେ Home ଡାଇରେକ୍ଟୋରୀରେ ଅଛନ୍ତି |
01:37 | ଟାଇପ୍ କରନ୍ତୁ: mkdir ସ୍ପେସ୍ mywebpage ଏବଂ Enter ଦାବନ୍ତୁ |
01:44 | ତେଣୁ, ବର୍ତ୍ତମାନ Home ଡାଇରେକ୍ଟୋରୀରେ mywebpage ନାମକ ଗୋଟିଏ ଡାଇରେକ୍ଟୋରୀକୁ ସୃଷ୍ଟି କରାଯାଇଛି |
01:49 | ଏହି directory ମଧ୍ୟକୁ ଯିବା ପାଇଁ ଟାଇପ୍ କରନ୍ତୁ: cd ସ୍ପେସ୍ mywebpage ଏବଂ Enter ଦାବନ୍ତୁ |
02:00 | mywebpage ଡାଇରେକ୍ଟୋରୀକୁ Git repository ଭାବେ ବ୍ୟବହାର କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ init ଏବଂ Enter ଦାବନ୍ତୁ |
02:08 | Initialized empty Git repository ନାମକ ବାର୍ତ୍ତାକୁ ଦେଖିପାରିବେ |
02:13 | ଏହା ସୂଚିତ କରେ ଯେ Git ସଫଳତାର ସହ ଇନିଶିଆଲାଇଜ୍ ହୋଇଛି |
02:17 | ଏବଂ ଏହା ହେଉଛି ପାଥ୍ ଯେଉଁଠି ସିଷ୍ଟମରେ Git repository ସୃଷ୍ଟି ହୋଇଛି |
02:24 | ଇନିଶିଆଲାଇଯେଶନ୍ ପରେ, mywebpage ଫୋଲ୍ଡର୍ ମଧ୍ୟରେ dot git ନାମକ ଗୋଟିଏ ଲୁକ୍କାୟିତ ଫୋଲ୍ଡର୍ ସୃଷ୍ଟି ହେବ |
02:32 | ଲୁକ୍କାୟିତ ଫୋଲ୍ଡରକୁ ଦେଖିବା ପାଇଁ ଟାଇପ୍ କରନ୍ତୁ: ls ସ୍ପେସ୍ ହାଇଫେନ୍ a ଏବଂ Enter ଦାବନ୍ତୁ |
02:39 | ଏହା ଡଟ୍ git ଫୋଲ୍ଡରକୁ ପ୍ରଦର୍ଶନ କରିବ. ଏହି dot git ଫୋଲ୍ଡରକୁ ଡିଲିଟ୍ କରିବା ଦ୍ଵାରା ସମଗ୍ର repository ଡିଲିଟ୍ ହୋଇଯିବ |
02:47 | ତେଣୁ, ଆପଣ ନିଶ୍ଚିତରୂପେ ଏହି dot git ଫୋଲ୍ଡର୍ ପ୍ରତି ସତର୍କ ରୁହନ୍ତୁ |
02:51 | ବର୍ତ୍ତମାନ, Git ପ୍ରତି ଆମ ପରିଚୟକୁ ସେଟ୍ କରିବାକୁ ପଡିବ |
02:55 | ଇମେଲ୍ ଆଡ୍ରେସକୁ ସେଟ୍ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ କନଫିଗ୍ ସ୍ପେସ୍ ହାଇଫେନ୍ ହାଇଫେନ୍ global ସ୍ପେସ୍ user ଡଟ୍ ଇମେଲ୍ ସ୍ପେସ୍ priya[dot]spoken@gmail.com ଏବଂ Enter ଦାବନ୍ତୁ |
03:12 | ଏଠାରେ, priya[dot]spoken[at]gmail[dot]comକୁ ବ୍ୟବହାର କରାଯାଇଛି |
03:18 | ଆପଣ ନିଜର ବୈଧ ଇମେଲ୍ ଆଡ୍ରେସକୁ ବ୍ୟବହାର କରିପାରିବେ |
03:21 | ୟୁଜର ନେମକୁ ସେଟ୍ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ କନଫିଗ୍ ସ୍ପେସ୍ ହାଇଫେନ୍ ହାଇଫେନ୍ global ସ୍ପେସ୍ user ଡଟ୍ name ସ୍ପେସ୍ Priya ଏବଂ Enter ଦାବନ୍ତୁ |
03:36 | Priyaକୁ ଗୋଟିଏ ୟୁଜରନେମ୍ ଭାବେ ବ୍ୟବହାର କରାଯାଇଛି. ଦୟାକରି Priya ବ୍ୟତିତ ନିଜ ନାମକୁ ବ୍ୟବହାର କରନ୍ତୁ |
03:43 | Git ଉପରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କର ନେମ୍ ଓ ଇମେଲ୍ ଆଡ୍ରେସକୁ ପରିଚୟ ଭାବେ ସେଟ୍ କରନ୍ତୁ |
03:51 | ତା’ପରେ, commit ବାର୍ତ୍ତାକୁ ପ୍ରଦାନ କରିବା ପାଇଁ gedit text editorକୁ କନଫିଗର୍ କରନ୍ତୁ |
03:57 | ଟାଇପ୍ କରନ୍ତୁ: git ସ୍ପେସ୍ config ସ୍ପେସ୍ ହାଇଫେନ୍ ହାଇଫେନ୍ global ସ୍ପେସ୍ core ଡଟ୍ editor ସ୍ପେସ୍ gedit ଏବଂ Enter ଦାବନ୍ତୁ |
04:09 | ବର୍ତ୍ତମାନ, gedit, Gitକୁ କନଫିଗର୍ ହୋଇଯିବ |
04:14 | ଏଠାରେ, global flag ବାଧ୍ୟତାମୁଳକ ନୁହେଁ |
04:17 | global ଫ୍ଲାଗ୍ ବିଷୟରେ ଅଧିକ ଜାଣିବା ପାଇଁ ସ୍ଲାଇଡକୁ ଫେରିଆସନ୍ତୁ |
04:22 | ମଲ୍ଟିପଲ୍ ରିପୋଜିଟୋରୀଗୁଡିକ ଗୋଟିଏ ସିଙ୍ଗଲ୍ ମେସିନରେ ସୃଷ୍ଟି କରାଯାଇପାରିବ |
04:26 | ଯଦି ଆପଣ hyphen hyphen global ଫ୍ଲାଗକୁ ବ୍ୟବହାର କରନ୍ତି ତେବେ ସେଟିଙ୍ଗ, ମେସିନରେ ଥିବା ସମଗ୍ର ରିପୋଜିଟୋରୀଗୁଡିକରେ ପ୍ରୟୋଗ ହୋଇଯିବ |
04:34 | ତେଣୁ, ଯେତେବେଳେ ଗୋଟିଏ ନୁତନ Git repositoryର ସୃଷ୍ଟି ହେବ, ଏହି ସେଟିଙ୍ଗ ଡିଫଲ୍ଟ ଭାବେ ପ୍ରୟୋଗ ହେବ |
04:42 | ଯଦି ଆପଣ ଗୋଟିଏ ନିର୍ଦ୍ଦିଷ୍ଟ ରିପୋଜିଟୋରୀର ପରିଚୟ ଜାଣିବାକୁ ଚାହାଁନ୍ତି ତେବେ hyphen hyphen global ଫ୍ଲାଗକୁ ବ୍ୟବହାର କରନ୍ତୁ ନାହିଁ |
04:49 | terminalକୁ ଫେରିଆସନ୍ତୁ |
04:51 | ବର୍ତ୍ତମାନ, ପୂର୍ବେ ସେଟ୍ କରାଯାଇଥିବା ପରିଚୟର କନଫିଗୁରେଶନର ସମ୍ପୂର୍ଣ୍ଣ ବିବରଣୀକୁ ଯାଞ୍ଚ କରନ୍ତୁ |
04:57 | ଟାଇପ୍ କରନ୍ତୁ: git ସ୍ପେସ୍ config ସ୍ପେସ୍ ହାଇଫେନ୍ ହାଇଫେନ୍ list ଏବଂ Enter ଦାବନ୍ତୁ |
05:04 | ବର୍ତ୍ତମାନ, ଆପଣ editor name, email address ଓ usernameକୁ ଦେଖିପାରିବେ |
05:10 | ପ୍ରଦର୍ଶନ ପାଇଁ html ଫାଇଲଗୁଡିକୁ ବ୍ୟବହାର କରାଯାଉଛି |
05:14 | ଆପଣ ଆପଣଙ୍କ ପସନ୍ଦର ଯେକୌଣସି ଫାଇଲର ପ୍ରକାରକୁ ବ୍ୟବହାର କରିପାରିବେ. ଉଦାହରଣସ୍ଵରୂପ ଟେକ୍ସଟ ଫାଇଲସ କିମ୍ବା ଡକ୍ ଫାଇଲସ |
05:22 | terminalକୁ ଫେରିଆସନ୍ତୁ. promptକୁ କ୍ଲିୟର୍ କରନ୍ତୁ |
05:26 | ବର୍ତ୍ତମାନ ଟାଇପ୍ କରନ୍ତୁ: gedit ସ୍ପେସ୍ mypage.html ସ୍ପେସ୍ ଆମ୍ପରସାଣ୍ଡ |
05:34 | ଯଦି ଅନ୍ୟ ଫାଇଲ୍ ବ୍ୟବହାର କରାଯାଉଛି ତେବେ mypage.html ବ୍ୟତିତ ସେହି ଫାଇଲନେମକୁ ପ୍ରଦାନ କରନ୍ତୁ |
05:41 | ପ୍ରମ୍ପ୍ଟକୁ ମୁକ୍ତ କରିବା ପାଇଁ &(ଆମ୍ପର୍ସାଣ୍ଡ) ବ୍ୟବହାର କରାଯାଉଛି. ବର୍ତ୍ତମାନ Enter ଦାବନ୍ତୁ |
05:47 | ପୂର୍ବରୁ ସେଭ୍ ହୋଇଥିବା Writer ଡକୁମେଣ୍ଟରୁ କିଛି କୋଡକୁ ଏହି ଫାଇଲ୍ ମଧ୍ୟରେ copy ଓ paste କରନ୍ତୁ |
05:54 | ସେହିପରି, ଫାଇଲ୍ ମଧ୍ୟରେ କିଛି କଣ୍ଟେଣ୍ଟକୁ ସଂଯୁକ୍ତ କରନ୍ତୁ |
05:58 | ବର୍ତ୍ତମାନ, ଫାଇଲକୁ save କରନ୍ତୁ |
06:00 | ତେଣୁ, କିଛି କୋଡ୍ ସହିତ ଗୋଟିଏ html ଫାଇଲ୍ ଅଛି |
06:05 | ଧ୍ୟାନଦିଅନ୍ତୁ: mypage.htmlକୁ ଯେଉଁଠାରେ ବ୍ୟବହାର କରିବେ, ଆପଣଙ୍କ ଫାଇଲନେମ୍ ସହିତ ଏହାକୁ ପ୍ରତିସ୍ଥାପନ କରିବାକୁ ହେବ |
06:13 | ତା’ପରେ, mypage.htmlକୁ ଅନୁସରଣ କରିବା ପାଇଁ Gitକୁ ନିର୍ଦ୍ଦେଶ ଦିଅନ୍ତୁ |
06:18 | ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ: git ସ୍ପେସ୍ add ସ୍ପେସ୍ mypage.html ଏବଂ Enter ଦାବନ୍ତୁ |
06:27 | ବର୍ତ୍ତମାନ, Gitର ସାମ୍ପ୍ରତିକ ଷ୍ଟାଟସକୁ ଯାଞ୍ଚ କରନ୍ତୁ. ତେଣୁ ଟାଇପ୍ କରନ୍ତୁ: git ସ୍ପେସ୍ status ଏବଂ Enter ଦାବନ୍ତୁ |
06:36 | ଆପଣ new file: mypage.htmlକୁ ଦେଖିପାରିବେ. ଏହାର ଅର୍ଥ ହେଉଛି ଏହି mypage.html ଫାଇଲରେ କରାଯାଇଥିବା ପରିବର୍ତ୍ତନକୁ Git ଅନୁସରଣ କରିବା ଆରମ୍ଭ କରିଛି |
06:48 | ଏହାକୁ tracking କୁହାଯାଏ |
06:51 | mypage.html ଫାଇଲକୁ ଫେରିଆସନ୍ତୁ |
06:55 | ଏବଂ ଏହି ଫାଇଲରେ କିଛି ଅଧିକ କୋଡକୁ ସଂଯୁକ୍ତ କରନ୍ତୁ |
06:58 | ପୂର୍ବ ଭଳି, Writer ଫାଇଲରୁ କପୀ-ପେଷ୍ଟ କରନ୍ତୁ |
07:06 | Save କରିବା ସହ ଫାଇଲକୁ ବନ୍ଦ କରନ୍ତୁ |
07:10 | ତା’ପରେ ଟର୍ମିନଲକୁ ଫେରିଆସନ୍ତୁ. ପୂର୍ବ ଭଳି, Gitର ସାମ୍ପ୍ରତିକ ଷ୍ଟାଟସକୁ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ status ଏବଂ Enter ଦାବନ୍ତୁ |
07:21 | ଏହା Changes not staged for commit: ଏବଂ modified: mypage.htmlକୁ ପ୍ରଦର୍ଶନ କରିବ |
07:28 | ଏହାର ଅର୍ଥ ହେଉଛି କରାଯାଇଥିବା ପରିବର୍ତ୍ତନ staging areaରେ ସଂଯୁକ୍ତ ହୋଇନାହିଁ |
07:34 | Staging area ବିଷୟରେ ଅଧିକ ଜାଣିବା ପାଇଁ slideକୁ ଫେରିଆସନ୍ତୁ |
07:39 | Staging area ଗୋଟିଏ ଫାଇଲ୍ ଯାହା କରିବାକୁ ଥିବା ଆବଶ୍ୟକୀୟ ପରିବର୍ତ୍ତନର ତଥ୍ୟକୁ ଷ୍ଟୋର୍ କରିଥାଏ |
07:46 | ସେଗୁଡିକୁ କରିବା ପୂର୍ବରୁ staging areaରେ ଫାଇଲ୍ କଣ୍ଟେଣ୍ଟଗୁଡିକୁ ସଂଯୁକ୍ତ କରନ୍ତୁ |
07:51 | ଆସନ୍ତା ଟ୍ୟୁଟୋରିଆଲଗୁଡିରେ commit ବିଷୟରେ ଅଧିକ ଆଲୋଚନା କରିବା |
07:56 | Gitର ପୁରାତନ ଭର୍ସନଗୁଡିକରେ staging area ବ୍ୟତିତ ଟର୍ମ indexକୁ ବ୍ୟବହାର କରାଯାଇଛି |
08:01 | ବର୍ତ୍ତମାନ, staging areaରେ ଥିବା ଫାଇଲରେ ନୁତନ ପରିବର୍ତ୍ତନଗୁଡିକୁ କିପରି ସଂଯୁକ୍ତ କରାଯାଏ ଚାଲନ୍ତୁ ଦେଖିବା |
08:07 | terminalକୁ ଫେରିଆସନ୍ତୁ. promptକୁ କ୍ଲିୟର୍ କରନ୍ତୁ |
08:11 | ଟାଇପ୍ କରନ୍ତୁ: git ସ୍ପେସ୍ add ସ୍ପେସ୍ mypage ଡଟ୍ html ଏବଂ Enter ଦାବନ୍ତୁ |
08:19 | Git ଷ୍ଟାଟସକୁ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ status ଏବଂ Enter ଦାବନ୍ତୁ |
08:26 | ବର୍ତ୍ତମାନ ଆପଣ ବାର୍ତ୍ତାକୁ ଦେଖିପାରିବେ: Changes to be committed: |
08:30 | ଏହାର ଅର୍ଥ ହେଉଛି ଫାଇଲ୍ staging areaରେ ସଂଯୁକ୍ତ ହୋଇସାରିଛି ଏବଂ କାର୍ଯ୍ୟକାରୀ ହେବା ପାଇଁ ପ୍ରସ୍ତୁତ |
08:37 | ବର୍ତ୍ତମାନ, ଏହି ବିନ୍ଦୁରେ କୋଡକୁ freeze କରନ୍ତୁ |
08:40 | ଯେତେବେଳେ ଆମେ କାମର ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁରେ ପହଞ୍ଚିବା, ସେଗୁଡିକୁ repositoryରେ save କରିପାରିବା. ଏହାକୁ commit କୁହାଯାଏ |
08:49 | ପ୍ରତ୍ୟେକ commit, username, email-id, date, time ଓ commit messageର ତଥ୍ୟ ସହିତ ସେଭ୍ ହୋଇଛି |
08:57 | ବର୍ତ୍ତମାନ, ଚାଲନ୍ତୁ commit କିପରି କରାଯାଏ ଦେଖିବା. ଟର୍ମିନଲକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ: git ସ୍ପେସ୍ commit ଏବଂ Enter ଦାବନ୍ତୁ |
09:07 | commit ବାର୍ତ୍ତା ପ୍ରାପ୍ତ କରିବା ପାଇଁ gedit text editor ଅଟୋମାଟିକଲୀ ଖୋଲିଯିବ |
09:13 | ପ୍ରଥମ ଲାଇନରେ Initial commit ଭାବେ commit message ଟାଇପ୍ କରନ୍ତୁ |
09:18 | ଆପଣ ଚାହୁଁଥିବା ଯେକୌଣସି ସୂଚନାତ୍ମକ ବାର୍ତ୍ତାକୁ ଟାଇପ୍ କରିପାରିବେ |
09:22 | ଏଠାରେ, କିଛି ଲାଇନ୍ hash ଦ୍ଵାରା ଆରମ୍ଭ ହୋଇଥିବାର ଆପଣ ଦେଖିପାରିବେ. ସେଗୁଡିକୁ ସେହିପରି ଛାଡିଦିଅନ୍ତୁ କିମ୍ବା ଡିଲିଟ୍ କରିପାରିବେ |
09:30 | ଦୟାକରି hash ଲାଇନ୍ ପୂର୍ବରୁ କିମ୍ବା ପରେ commit messageକୁ ଲେଖନ୍ତୁ |
09:35 | ଭବିଷ୍ୟତରେ, ଏହି commit message ସହିତ, ଏହି ସୋପାନ ପର୍ଯ୍ୟନ୍ତ କରିଥିବା କର୍ଯ୍ୟକୁ ଚିହ୍ନଟ କରିପାରିବେ |
09:41 | save କରିବା ସହିତ ଏଡିଟରକୁ ବନ୍ଦ କରନ୍ତୁ |
09:44 | କିଛି ବିବରଣୀକୁ ଦେଖିବେ, ଯେପରି:
commit message, ଆମେ ପରିବର୍ତ୍ତନ କରିଥିବା କେତୋଟି ଫାଇଲ୍, ଆମେ କରିଥିବା କେତୋଟି ଇନସର୍ଶନ୍ ଏବଂ ଫାଇଲର ନାମ |
09:56 | ବର୍ତ୍ତମାନ, git log କମାଣ୍ଡକୁ ବ୍ୟବହାର କରି commitର ସମ୍ପୂର୍ଣ୍ଣ ବିବରଣୀକୁ ଚାଲନ୍ତୁ ଦେଖିବା |
10:00 | ଟାଇପ୍ କରନ୍ତୁ: git ସ୍ପେସ୍ log ଏବଂ Enter ଦାବନ୍ତୁ |
10:06 | ଆମ ରିପୋଜିଟୋରୀରେ କେବଳ ଗୋଟିଏ commit ଅଛି |
10:09 | ଏହା ଏକ ବିଶିଷ୍ଟ IDକୁ ପ୍ରଦର୍ଶନ କରିବ ଯାହାକୁ commit hash କିମ୍ବା SHA-1 hash କୁହାଯାଏ |
10:16 | SHA-1 hash ବିଷୟରେ ଅଧିକ ଜାଣିବା ପାଇଁ ସ୍ଲାଇଡକୁ ଫେରିଆସନ୍ତୁ |
10:20 | 40 ଆଲ୍ଫା-ନ୍ୟୁମେରିକ୍ ଅକ୍ଷର ବିଶିଷ୍ଟ SHA-1 hash ଗୋଟିଏ ବିଶିଷ୍ଟ ଆଇଡି ଅଟେ |
10:25 | hash value ଦ୍ଵାରା Git ଏହାର ଡେଟାବେସରେ ସମଗ୍ର ତଥ୍ୟକୁ ଷ୍ଟୋର୍ କରିଥାଏ |
10:31 | Git commitଗୁଡିକ SHA-1 hash ଦ୍ଵାରା ଚିହ୍ନଟ ହୋଇଥା’ନ୍ତି |
10:35 | ଆଗତ ଟ୍ୟୁଟୋରିଆଲଗୁଡିକରେ ଆପଣ SHA-1 hashର ଗୁରୁତ୍ଵକୁ ବୁଝିପାରିବେ |
10:41 | ଟର୍ମିନଲକୁ ଫେରିଆସନ୍ତୁ |
10:43 | ପୂର୍ବେ ପ୍ରଦାନ କରାଯାଇଥିବା commitର ସମ୍ପୂର୍ଣ୍ଣ ବିବରଣୀ ଯେପରି author name, email address, date, time ଓ commit messageକୁ ପ୍ରଦର୍ଶନ କରିବ |
10:56 | ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ |
11:00 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Git repository ଏବଂ Gitର କିଛି ମୌଳିକ କମାଣ୍ଡଗୁଡିକ ଯେପରି, git init, status, commit ଓ log |
11:14 | ଗୋଟିଏ ଆସାଇନମେଣ୍ଟ ଭାବେ- ଆପଣଙ୍କ ମେସିନରେ ଗୋଟିଏ directory ସୃଷ୍ଟି କରନ୍ତୁ ଏବଂ ଏହାକୁ ଗୋଟିଏ repository ଭାବେ ନିର୍ମାଣ କରନ୍ତୁ |
11:20 | ଗୋଟିଏ ଟେକ୍ସଟ ଫାଇଲ୍ ସୃଷ୍ଟି କରିବା ସହ ଏଥିରେ କିଛି କଣ୍ଟେଣ୍ଟକୁ ସଂଯୁକ୍ତ କରନ୍ତୁ |
11:25 | Git repositoryର staging areaରେ ଫାଇଲକୁ ସଂଯୁକ୍ତ କରନ୍ତୁ |
11:29 | repositoryରେ ଫାଇଲକୁ Commit କରନ୍ତୁ ଏବଂ |
11:32 | git log କମାଣ୍ଡକୁ ବ୍ୟବହାର କରି Commitର ସମ୍ପୂର୍ଣ୍ଣ ବିବରଣୀକୁ ଦେଖନ୍ତୁ |
11:35 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହ ଦେଖନ୍ତୁ |
11:43 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:55 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ |
12:02 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
12:08 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |