GIMP/C2/Selecting-Sections-Part-1/Oriya

From Script | Spoken-Tutorial
Revision as of 16:05, 26 July 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:23 Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:25 ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି
00:31 ଚାଲନ୍ତୁ, ଆଜିର ଟ୍ୟୁଟୋରିଆଲ୍ ଏହି ଇମେଜ୍ ସହିତ ଆରମ୍ଭ କରିବା
00:34 ଆଜି ମୁଁ ଏହି ଇମେଜ୍ ସହିତ କାମ କରିବି, କେବଳ ଏହାକୁ ଏକ ଉଦାହରଣ ଭାବେ ବ୍ୟବହାର କରିବା ପାଇଁ
00:44 ସିଲେକ୍ସନ୍ ସହିତ କାମ ଆରମ୍ଭ କରିବା ପୂର୍ବରୁ, Selections ପ୍ରକୃତରେ କ’ଣ, ତାହା ଆପଣ ବୁଝିବା ଦରକାର ବୋଲି ମୁଁ ଭାବୁଛି
00:57 ଏହି ବର୍ଗଟି ହେଉଛି ଏକ Selection ଓ ଏହି ଭାଗ ସିଲେକ୍ସନ୍ ବାହାରେ ଅଛି
01:06 ଏଠାରେ ଥିବା ଗତିଶୀଳ ଲାଇନଗୁଡ଼ିକ ହେଉଛି Selectionର ବର୍ଡର୍
01:15 GIMP ଲୋକମାନେ ଏକ Selectionକୁ Channel ବୋଲି କୁହନ୍ତି ;
01:19 ଏକ ଚାନେଲ୍, ଯେପରି Red, Green କିମ୍ୱା Blue କିମ୍ୱା Alpha Channel, ଯାହା ପାରଦର୍ଶିତାକୁ ନିୟନ୍ତ୍ରଣ କରେ
01:28 ସିଲେକ୍ସନ୍ ବାହାରେ, ଏହି Channelର ଭାଲ୍ୟୁ ହେଉଛି ଜିରୋ
01:33 ଆଉ ଭିତରେ ଏହା ହେଉଛି 255 ଏବଂ ସେଗୁଡ଼ିକ ମଧ୍ୟରେ ବର୍ଡର୍ ଅଛି ତଥା ସେଗୁଡ଼ିକ ମଧ୍ୟରେ ଥିବା ଭାଲ୍ୟୁ 255ରୁ କମ୍ ଓ ଜିରୋରୁ ଅଧିକ ହୋଇପାରେ
01:48 ତେଣୁ, Changing a Selection କିମ୍ୱା Making a Selection ହେଉଛି କିଛି ସଂଖ୍ୟା ବଦଳାଇବା
01:55 ଆଉ ଏବେ, ଏକ Selection କିପରି କରାଯାଏ, ଚାଲନ୍ତୁ ଦେଖିବା
02:01 ଏକ ସିଲେକ୍ସନ୍ କୁ ଡି-ସିଲେକ୍ଟ କରିବା ପାଇଁ ଦୁଇଟି ମାର୍ଗ ଅଛି
02:05 ପ୍ରଥମଟି ହେଉଛି, Select ଓ Noneକୁ ଯାଆନ୍ତୁ
02:11 ଏକ ସିଲେକ୍ସନ୍ କୁ କାଢିବା ପାଇଁ ଆପଣ Shift + Ctrl + A କୀ କମ୍ୱିନେଶନ୍ ମଧ୍ୟ ବ୍ୟବହାର କରିପାରିବେ
02:22 ଏବେ, Rectangle Select Tool ଚୟନ କରି ଅପ୍ସନ୍ସ ଡାୟଲଗ୍ ଭିତରେ ଦେଖନ୍ତୁ
02:33 ଉପରେ ଚାରୋଟି ପସନ୍ଦ ଅଛି
02:36 ପ୍ରଥମଟି ହେଉଛି Replace the Current Selection
02:40 ତେଣୁ, ମୁଁ ଏଠାରେ ଭିନ୍ନ ଏରିଆମାନ ସିଲେକ୍ଟ କରିବି ଏବଂ ଦେଖନ୍ତୁ, ମୁଁ ଯେତେବେଳେ ଏକ ନୂଆ ଏରିଆ ସିଲେକ୍ଟ କରେ, ପୁରୁଣା ସିଲେକ୍ସନ୍ ଡିଲିଟ୍ ହୋଇଯାଏ
02:52 ଦ୍ୱିତୀୟ ଅପ୍ସନ୍ ଟି ହେଉଛି Add to the Current Selection
02:58 ଏହି ଅପ୍ସନ୍ ସିଲେକ୍ଟ କରି ମୁଁ, ଇମେଜରେ ବିଭିନ୍ନ ଏରିଆ ସିଲେକ୍ଟ କରିପାରିବି ଏବଂ ବହୁତ ଜଟିଳ ସିଲେକ୍ସନ୍ ପାଇପାରିବି
03:17 ଆଉ ଯଦି ମୁଁ ମୋର Color Tabକୁ ଯାଇ Selection ଉପରକୁ କଲର୍ କୁ ଟାଣେ, ଦେଖନ୍ତୁ, ସମସ୍ତ ଚୟନିତ ଏରିଆ ସେହି କଲର୍ ରେ ପୂରଣ ହୋଇଗଲା ଏବଂ ଚୟନିତ ହୋଇଥିବା ଓ କନେକ୍ଟ ହୋଇନଥିବା ମଧ୍ୟ ପୂରଣ ହୋଇଗଲା
03:44 ତେଣୁ, ସିଲେକ୍ସନ୍ ସହିତ କିଛି ଆଡ୍ କରିବା, ପ୍ରତ୍ୟେକ ସିଲେକ୍ସନ୍ କୁ ଗୋଟିଏ ଭାବରେ ଧରିରଖେ, ଏପରିକି ସିଲେକ୍ସନ୍ ର ଭାଗ ମଧ୍ୟରେ କୌଣସି ସମ୍ପର୍କ ନଥିଲେ ମଧ୍ୟ
03:57 ଏହା ଟିକିଏ ଜଟିଳ
03:59 ଫିଲିଙ୍ଗ୍ କୁ Undo କରିବା ପାଇଁ Ctrl + Z ଦାବନ୍ତୁ ତଥା ସବୁଯାକ ଡି-ସିଲେକ୍ଟ କରିବା ପାଇଁ Shift + Ctrl +A ଦାବନ୍ତୁ ଏବଂ ମୋର ଅପ୍ସନ୍ସ ଡାୟଲଗ୍ କୁ ଫେରିଚାଲନ୍ତୁ
04:11 ଏବେ, ଏଠାରେ ଥିବା ବର୍ଗକୁ ସିଲେକ୍ଟ କରନ୍ତୁ ଏବଂ Subtract from the Current Selection ଚୟନ କରନ୍ତୁ
04:21 ମୁଁ ଏହି ଏରିଆ ସିଲେକ୍ଟ କଲି, ହେଲେ କିଛି ହେଲା ନାହିଁ
04:27 କିନ୍ତୁ, ମୁଁ ଯେତେବେଳେ ଏହି ଏରିଆଗୁଡ଼ିକ ସିଲେକ୍ଟ କଲି, ଦେଖନ୍ତୁ, ଧାରଗୁଡ଼ିକ କଟିଗଲା
04:36 ଆପଣ ଦେଖିପାରୁଥିବେ ଯେ, ସିଲେକ୍ସନ୍ ର ଫ୍ରେମ୍ ସେଠାରେ ରହିଲା ଏବଂ ଯେତେବେଳେ ମୁଁ ତାହାକୁ ଘୁଞ୍ଚାଏ, ପରିବର୍ତ୍ତନ କରିହେବ
04:47 ତେଣୁ, ଆପଣ କରିଥିବା ଶେଷ ସିଲେକ୍ସନ୍ କୁ ବଦଳାଇହେବ, ଯେପର୍ଯ୍ୟନ୍ତ ନୂଆ ସିଲେକ୍ସନ୍ ପାଇବା ପାଇଁ ଆପଣ ଅନ୍ୟ ସ୍ଥାନରେ କ୍ଲିକ୍ କରିନାହାଁନ୍ତି. ଆପଣ ସବୁ ସମୟରେ ନିଜ କାମ ବଦଳାଇପାରିବେ
05:07 ଏବେ, ଶେଷ ଅପ୍ସନ୍ ଟି ହେଉଛି Intersect With the Current Selection
05:14 ଚାଲନ୍ତୁ ତାକୁ ଦେଖିବା
05:17 ମୁଁ ଏଠାରେ ଆୟତକ୍ଷେତ୍ର ଚୟନ କରିବି ଏବଂ ତାହା ବାହାରେ ଥିବା ଏରିଆକୁ ଚୟନ କରାଯାଇନାହିଁ ତଥା ପୂର୍ବରୁ କରାଯାଇଥିବା ସିଲେକ୍ସନଗୁଡ଼ିକୁ ଡିଲିଟ୍ କରିଦିଆଯାଇଛି
05:32 ଆଉ କେବଳ ଗୋଟିଏ ସିଲେକ୍ସନ୍ ଏହି ଆୟତକ୍ଷେତ୍ରରେ ରଖାଯାଇଛି
05:38 ଯେପର୍ଯ୍ୟନ୍ତ ମୋ ପାଖରେ, ମୁଁ ଚାହୁଁଥିବା ଏରିଆ ଚୟନ ହୋଇନାହିଁ, ସେପର୍ଯ୍ୟନ୍ତ ମୁଁ ଏହି ଆୟତକ୍ଷେତ୍ରକୁ ସଂଶୋଧନ ମଧ୍ୟ କରିପାରିବି
05:49 ଆମେ ଚାରୋଟି ମୋଡ୍ସ କଭର୍ କରିସାରିଲେ, ଯଥା Replace, Add, Subtract ଓ Intersect
06:06 କେବଳ କ୍ଲିକ୍ କରି ଆପଣ ଏକ ସିଲେକ୍ସନ୍ କୁ ବଦଳାଇପାରିବେ
06:11 Click ଓ Shift ଦ୍ୱାରା ଆଡିଙ୍ଗ୍ କରିହେବ
06:17 ତେଣୁ, ଚାଲନ୍ତୁ ତାକୁ ଦେଖିବା. ମୁଁ Shift କୀ ଦାବିଲି ଓ ତା’ପରେ କ୍ଲିକ୍ କରି ନୂଆ ସିଲେକ୍ସନ୍ ଆଡ୍ କରିବା ଆରମ୍ଭ କଲି
06:29 ଆଉ ଯେତେବେଳେ ମୁଁ Shift କୀ ଓ ମାଉସ୍ କୀ ଦାବେ, ଏକ Plus ଚିହ୍ନ ଦେଖାଦିଏ
06:39 ଯଦି ମୁଁ ସିଲେକ୍ସନ୍ କୁ ହ୍ରାସ କରିବାକୁ ଚାହେଁ, ତେବେ Ctrl କୀ ଦାବିପାରିବି ଏବଂ ମାଊସ୍ କୀ ଦାବି ଚଲାଇବା ଆରମ୍ଭ କରିବି; ଆପଣ ଏକ ମାଇନସ୍ ଚିହ୍ନ ଦେଖିପାରୁଥିବେ
06:57 ତେଣୁ, ଏବେ ମୁଁ, ସିଲେକ୍ସନ୍ ହ୍ରାସ୍ କରିପାରିବି
07:02 ଏବଂ ପ୍ରତିଚ୍ଛେଦନ ପାଇଁ, Shift + Ctrl ଏକାସହିତ ଦବାଯିବା ଉଚିତ ଓ ତା’ପରେ ପ୍ରତିଚ୍ଛେଦନ ପାଇଁ ଏକ ଏରିଆ ଚୟନ କରନ୍ତୁ
07:26 ଯଦି ଆପଣ ଏହି କମ୍ୱିନେଶନ୍ ମନେରଖିପାରିବେ, ତେବେ ଏରିଆ ଶୀଘ୍ର ସିଲେକ୍ଟ କରିପାରିବେ
07:33 ଆଉ ସେହି କୀଗୁଡ଼ିକ ଅନ୍ୟ ସିଲେକ୍ସନ୍ ଟୂଲ୍ ଦ୍ୱାରା ବ୍ୟବହୃତ ହୋଇଥାଏ
07:38 ତେଣୁ, ଆପଣ ତାହାକୁ କେବଳ ଥରେ ହିଁ ଶିଖିବାକୁ ପଡ଼ିବ
07:44 Shift + Ctrl +A ସମସ୍ତ ସିଲେକ୍ସନ୍ କୁ ଡିସାବଲ୍ କରିଦେଇ ନର୍ମାଲ୍ ମୋଡ୍ କୁ ନେଇଆସେ. ଏବେ, ଅନ୍ୟ ଜିନିଷ ସହିତ ଚାଲନ୍ତୁ ଆରମ୍ଭ କରିବା
07:56 ପରବର୍ତ୍ତୀ ଅପ୍ସନ୍ ହେଉଛି Feather Edges. ଯେତେବେଳେ ମୁଁ ତାକୁ ସିଲେକ୍ଟ କରେ Radius Count ଭାବରେ ଏଠାରେ ଆଉ ଗୋଟିଏ ଅପ୍ସନ୍ ଦେଖାଦିଏ
08:09 ମୁଁ ଏହାକୁ ଟିକିଏ ବଢ଼ାଇ ଗୋଟିଏ ଏରିଆ ସିଲେକ୍ଟ କରିବି
08:15 ଏବେ ଆପଣ, ଏଠାରେ ଗୋଟିଏ ଗୋଲ କୋଣ ଦେଖିପାରୁଥିବେ
08:21 ମୁଁ ଏଠାରେ ଗୋଲ କୋଣ ଚାହୁଁନାହିଁ
08:25 କ’ଣ ଘଟିଲା ତାହା ଦେଖାଇବା ପାଇଁ, ମୁଁ ଏହାକୁ କଳାରେ ଭର୍ତ୍ତି କରିବି ଓ ଇମେଜ୍ ଉପରେ ଯୂମ୍ କରିବି
08:37 ଆପଣ ଦେଖିପାରୁଥିବେ, ଏଠାରେ ମଝିରେ କଳା ରଙ୍ଗ ଅଛି ଓ ଏହା ବର୍ଡର୍ ପାଖକୁ ହାଲୁକା ହୋଇଯାଇଛି ଏବଂ ପ୍ରକୃତ କଳା ଓ ମୂଳ ଇମେଜ୍ ମଝିରେ ଏହି ମାର୍ଜିନ୍ ଶେଷଗୁଡ଼ିକ ଚାଲିଛି, ଆଉ ଏଠାରେ ସିଲେକ୍ସନ୍ ର ଭାଲ୍ୟୁ ହେଉଛି 128
09:09 ତେଣୁ, ଅଧା କଳା ରଙ୍ଗ ସିଲେକ୍ସନ୍ ଭିତରେ ହାଲୁକା ହୋଇଯାଇଛି ଓ ଅଧା ବାହାରେ
09:19 ମାର୍ଜିନ୍ ଶେଷ ହିଁ ହେଉଛି ଆପଣଙ୍କ ସିଲେକ୍ସନ୍ ର ପ୍ରକୃତ ବର୍ଡର୍, ଯେତେବେଳେ ଆପଣଙ୍କ ପାଖରେ ଏକ କଠିନ ସିଲେକ୍ସନ୍ ଥିବ
09:29 ସ୍ମୁଥ୍ ସିଲେକ୍ସନ୍ ପାଇବା ପାଇଁ Feather Edges ହେଉଛି ଏକ ବଢିଆ ଅପ୍ସନ୍
09:35 Feather Selection ସହିତ ଆପଣ, କମ୍ ଶାର୍ପ ସିନ୍ ପାଇପାରିବେ ଏବଂ ସେହି ମାର୍ଗରେ ଏହା ବହୁତ ସହଜ
09:45 ବୈଷୟିକ ଜ୍ଞାନ ଥିବା ଲୋକମାନେ Feather Selectionକୁ Gaussian Blur କୁହନ୍ତି ଏବଂ ମୁଁ ଏଠାରେ ଚୟନ କରିଥିବା Radius ହେଉଛି Gaussian Blurର Radius
10:04 ପରବର୍ତ୍ତୀ ଅପ୍ସନ୍ ହେଉଛି Rounded Corners
10:09 ଗୋଲ କୋଣ ସହିତ ଏହା ହେଉଛି ଏକ ଆୟତକ୍ଷେତ୍ର ଏବଂ ଆପଣ ଗୋଲ କୋଣଗୁଡ଼ିକର ରେଡିଅସ୍ ସେଟ୍ କରିପାରିବେ
10:20 ଏହା ହେଉଛି ଗୋଲ ଭାଗ ଏବଂ ଏହି ମାର୍ଜିନଗୁଡ଼ିକ ସିଧା ଭାଗ ଅଟେ
10:28 ଏହା ହେଉଛି ପରବର୍ତ୍ତୀ ଅପ୍ସନ୍ Antialiasing
10:34 ଏହି ଅପ୍ସନ୍ କୋଣ ପେଣ୍ଟିଙ୍ଗ୍ ସେଟ୍ କରେ
10:40 ମୁଁ ଏହି ସିଲେକ୍ସନ୍ ରେ କଳା ଭର୍ତ୍ତି କଲି ଏବଂ ଏବେ ମୁଁ, ମୋର ସିଲେକ୍ସନ୍ ଟୂଲ୍ କୁ ଯିବି ଓ Antialiasingକୁ ଡି-ସିଲେକ୍ଟ କରି ଆଉ ଗୋଟିଏ ସିଲେକ୍ସନ୍ କରିବି ଓ ସେଥିରେ ମଧ୍ୟ କଳା ଭର୍ତ୍ତି କରିବି
11:09 Zoom Tool ସିଲେକ୍ଟ କରନ୍ତୁ ଓ Shift + Ctrl + A ଦାବି ସମସ୍ତ ସିଲେକ୍ସନ୍ କୁ ଡି-ସିଲେକ୍ଟ କରନ୍ତୁ ଏବଂ ଏହି ଏରିଆ ଉପରେ ଯୂମ୍ କରନ୍ତୁ
11:24 ଆଉ ଏଠାରେ, ଧାରରେ Antialiasing ନାହିଁ ଏବଂ ଏହା କଳାରେ ଭର୍ତ୍ତି ହୋଇଛି କିମ୍ୱା କଳାରେ ଭର୍ତ୍ତି ହୋଇନାହିଁ
11:37 ଆଉ ଏଠାରେ ଆପଣ, ଗ୍ରେ ସିଢି ଦେଖିପାରିବେ
11:42 ଜାଗିସ୍ ବିନା ଆପଣ ଏଠାରେ ସ୍ମୁଥ୍ କୋଣ ଦେଖିପାରିବେ ଏବଂ ତାହାକୁ Antialiasing କୁହାଯାଏ
11:53 ଏହି ସିଲେକ୍ସନ୍ ରେ ଗୋଲ କୋଣ ନାହିଁ, କିନ୍ତୁ ସିଢିର ଏକ ଶୃଙ୍ଖଳା ଅଛି
12:04 ଏବଂ ମୁଁ ଯେତେବେଳେ 100% ଯୂମ୍ କୁ ଫେରେ, ମୁଁ ଏଠାରେ ଜାଗିସ୍ ଦେଖେ ଏବଂ ଏହା ସ୍ମୁଥ୍ ନୁହେଁ, କିନ୍ତୁ ଏଠାରେ ସ୍ମୁଥ୍ କୋଣ ଅଛି ତଥା ଆପଣ ନିଜେ ଏହାକୁ ସହଜରେ ଚେଷ୍ଟା କରିପାରିବେ
12:32 ତେଣୁ, ଯଦି ଆପଣ ସ୍ମୁଥ୍ କୋଣ ଚାହାଁନ୍ତି, ତେବେ Antialiasing ସିଲେକ୍ଟ କରନ୍ତୁ
12:42 ଆଉ ଯଦି ଆପଣ ଏଠାରେ ଏହି ଗ୍ରେ ଟୋନ୍ସ ଚାହାଁନ୍ତି, ତେବେ ସେହି ଅପ୍ସନ୍ କୁ ଡି-ସିଲେକ୍ଟ କରିଦିଅନ୍ତୁ
12:55 ମୁଁ ସେହି ଅପ୍ସନ୍ ସିଲେକ୍ଟ କଲି ଓ ଏଠାରେ Expand From Center ନାମକ ଅପ୍ସନ୍ ଅଛି
13:04 ମୁଁ ଏହାକୁ ସିଲେକ୍ଟ କରି କାମ କରିବା ଆରମ୍ଭ କଲି
13:13 ଏଠାରେ ଏକ ପଏଣ୍ଟ ରଖି, ଏଠାରେ ମୋ ସିଲେକ୍ସନ୍ କୁ ଟାଣିବା ଆରମ୍ଭ କଲି
13:21 ଦେଖନ୍ତୁ, ଏହା ସେହି ପଏଣ୍ଟରୁ ବୃଦ୍ଧି ପାଇଲା ଏବଂ ଏହି ପଏଣ୍ଟ ସବୁବେଳେ ସିଲେକ୍ସନ୍ ର ମଝିରେ ଥାଏ
13:31 ମୁଁ ଯେତେବେଳେ ସେହି ଅପ୍ସନ୍ କୁ ଡି-ସିଲେକ୍ଟ କରେ, ଏଠାକୁ ସିଲେକ୍ସନ୍ ଟାଣିପାରେ ଏବଂ ସେହି କୋଣର ପୋଜିଶନ୍, ମୋ ସିଲେକ୍ସନ୍ ଅନୁସାରେ ବଦଳେ
13:46 ଏହାପାଇଁ ଏକ କୀ କୋଡ୍ ଅଛି
13:51 ଯେତେବେଳେ ମୁଁ ଏହି ପଏଣ୍ଟ ଉପରେ କ୍ଲିକ୍ କରି Ctrl ଦାବେ, ମଝିରୁ ଏକ ସିଲେକ୍ସନ୍ ପାଏ ଏବଂ ସିଲେକ୍ସନଟି ମଝିରୁ ପ୍ରସାରିତ ହୁଏ
14:06 ଆଉ ଯେତେବେଳେ ମୁଁ Ctrl କୀ ଛାଡ଼େ, ସିଲେକ୍ସନ୍ ଉଭାନ୍ ହୋଇଯାଏ
14:16 ଯେତେବେଳେ ମୁଁ ମାଉସ୍ ବଟନ୍ ଦାବିବା ପୂର୍ବରୁ Ctrl କୀ ଦାବେ, ମୁଁ ଏକ ସିଲେକ୍ସନ୍ ହ୍ରାସ କରିପାରେ, କିନ୍ତୁ ଯେତେବେଳେ ମୁଁ ପ୍ରଥମେ ମାଉସ୍ କୀ ଦାବିବା ପରେ Ctrl କୀ ଦାବେ, ମଝିରୁ ସିଲେକ୍ସନ୍ ପାଏ
14:42 ଏଠାରେ ପରବର୍ତ୍ତୀ ଅପ୍ସନ୍ ହେଉଛି Fixed Aspect Ratio ଏବଂ ମୁଁ, 1 by 1 ଭାବରେ ପୂର୍ବରୁ ସିଲେକ୍ଟ ହୋଇଥିବା Aspect Ratioକୁ ଏଠାରେ ରଖିପାରେ, ଆଉ ଯେତେବେଳେ ମୁଁ ଆଙ୍କେ, ଏହା ସବୁବେଳେ ଏକ ବର୍ଗ ହେବ
15:08 ମୁଁ ଏଠାରେ 2 by 3 (2:3) ସିଲେକ୍ଟ କରିପାରେ ଏବଂ ମୁଁ ସବୁବେଳେ 2 by 3 ଅନୁପାତ ପାଇବି, ଆଉ 3 by 2 (3:2)କୁ ବଦଳାଇଲେ, ତାହା ମୋତେ ଲ୍ୟାଣ୍ଡସ୍କେପ୍ ମୋଡ୍ ରେ ସିଲେକ୍ସନ୍ ଦିଏ
15:31 ସଠିକ୍ ବର୍ଗ କ୍ରିଏଟ୍ କରିବାର ଆଉ ଏକ ମାର୍ଗ ଅଛି
15:36 ମୁଁ ଏହିଠାରୁ ସିଲେକ୍ସନ୍ ଆରମ୍ଭ କରିବା ପରେ Shift ଦାବିଲି
15:46 ପୂର୍ବରୁ ସିଲେକ୍ଟ ହୋଇଥିବା ଭାଲ୍ୟୁ ସହିତ ଏଠାରେ ଏବେ Fixed Aspect Ratio ସିଲେକ୍ଟ ହେଲା
15:54 ଓ ଏହା ହେଉଛି ଏକ ଦ୍ରୁତ ମାର୍ଗ. ତେଣୁ ମୁଁ, କେବଳ Shift ଦାବି, ଚାହୁଁଥିବା Aspect Ratio ସହିତ ଏରିଆମାନ ସିଲେକ୍ଟ କରିପାରିବି
16:08 ପରବର୍ତ୍ତୀ ଅପ୍ସନ୍ ହେଉଛି Highlight ଓ ଯେତେବେଳେ ମୁଁ ତାକୁ ବ୍ୟବହାର କରେ, ସିଲେକ୍ଟ ହୋଇନଥିବା ଏରିଆ ଗ୍ରେ ଓ ସିଲେକ୍ଟ ହୋଇଥିବା ଏରିଆ ଧଳା ହୁଏ
16:24 ଏହା କେବଳ ସାମ୍ପ୍ରତିକ ସିଲେକ୍ସନ୍ ସହିତ ସମ୍ୱନ୍ଧିତ ଅଟେ. ତେଣୁ ଏହାକୁ ଡି-ସିଲେକ୍ଟ କରି ଅନ୍ୟ ଅପ୍ସନ୍ସ ଦେଖିବା
16:35 ଏଠାରେ ଆପଣ, ହାତରେ ଏହି ଭାଲ୍ୟୁଗୁଡ଼ିକୁ ସେଟ୍ କରିପାରିବେ, ଆଉ ଯଦି ଆପଣ Fix ଉପରେ କ୍ଲିକ୍ କରୁଛନ୍ତି, ତେବେ ସିଲେକ୍ସନ୍ ର ଆକାର ବଦଳାଇହେବନାହିଁ
16:47 କିନ୍ତୁ, ଯଦି ମୁଁ ଓସାରକୁ 2 ପିକ୍ସେଲ୍ କମ୍ ଓ ଉଚ୍ଚତାକୁ 1 ପିକ୍ସେଲ୍ ଅଧିକରେ ସେଟ୍ କରିବାକୁ ଚାହିଁବି, ତେବେ ଏହା ସିଲେକ୍ସନ୍ କୁ ଫାଇନ୍ ଟ୍ୟୁନ୍ କରେ
16:59 ଭାଲ୍ୟୁ X, ଯାହା ହେଉଛି ମୂଳ ବିନ୍ଦୁ, କୁ ବୃଦ୍ଧିକରି ମୁଁ, ସିଲେକ୍ସନ୍ କୁ ଟିକିଏ ଡାହାଣକୁ ଘୁଞ୍ଚାଇପାରିବି
17:10 ଆଉ ଯଦି ମୁଁ Fix ଉପରେ କ୍ଲିକ୍ କରେ, ସମଗ୍ର ସିଲେକ୍ସନ୍ କୁ ଘୁଞ୍ଚାଇପାରିବି
17:17 ତେଣୁ, ବାମ ଉପର ପଏଣ୍ଟର ମୂଳ ବିନ୍ଦୁ ହେଉଛି X ଓ Yର ଭାଲ୍ୟୁଜ୍ ଏବଂ Fix ବଟନ୍ ସହିତ ମୁଁ, ଚଳନ ବନ୍ଦ କରିପାରିବି
17:30 ପରବର୍ତ୍ତୀ ଅପ୍ସନ୍ ହେଉଛି Guides
17:34 ମୁଁ ଏକ Center Line ସିଲେକ୍ଟ କରିପାରିବି, ଯାହା ସିଲେକ୍ସନ୍ ର ମଝି ପଏଣ୍ଟ କେଉଁଠି ଅଛି, ତାହା ମୋତେ ଦେଖାଏ
17:44 ମୁଁ, Rule of Thirds ରଖିପାରିବି, ଯାହା ଗ୍ରାଫିକ୍ କାମ ପାଇଁ ବ୍ୟବହୃତ ହୋଇଥାଏ କିମ୍ୱା Golden Sections ରଖିପାରିବି, ଯାହା Rule of Thirds ସହ ସମାନ
18:00 ତଳେ Auto Shrink Selection ଓ Shrink Merged ଅଛି
18:08 Auto Shrink Selection ବେଶୀ ଉପଯୋଗୀ ନୁହେଁ
18:14 କିନ୍ତୁ, ଯଦି Shrink Merged ଅପ୍ସନ୍ ସିଲେକ୍ଟ ହୋଇଥାଏ, ତେବେ Algorithm ସମସ୍ତ Layersକୁ ଦେଖିଥାଏ, ଆଉ ଯଦି ଡି-ସିଲେକ୍ଟ ହୁଏ, ତେବେ କେବଳ ଆପଣ କାମ କରୁଥିବା Layerକୁ ହିଁ ବିଚାରକୁ ନିଆଯାଏ
18:34 ଏହି ଅପ୍ସନଗୁଡ଼ିକୁ ପୁଣି ମନେପକାଇବା ପୂର୍ବରୁ, ଆମେ, Ellipse ସିଲେକ୍ସନ୍ ବିଷୟରେ କଥା ହେବା
18:42 Shift + Ctrl + A ଦାବି ସମସ୍ତ ସିଲେକ୍ସନ୍ କୁ ଡି-ସିଲେକ୍ଟ କରନ୍ତୁ
18:49 ଉପରେ ଆପଣ, କ୍ଲିକ୍ କରିବା ପୂର୍ବରୁ Shift କୀ ସହିତ Replace Current Selection, Add to the Selection ଓ କ୍ଲିକ୍ କରିବା ପୂର୍ବରୁ Ctrl କୀ ସହିତ Subtract ଓ କ୍ଲିକ୍ କରିବା ପୂର୍ବରୁ Shift ଓ Ctrl କୀ ସହିତ Intersect ପରି ସମାନ ଅପ୍ସନ୍ସ ପାଇବେ
19:12 ପୁଣିଥରେ Antialiasing ହେଉଛି ସ୍ମୁଥ୍ ଏଡଜେସ୍ ପାଇଁ
19:17 ଆୟତକ୍ଷେତ୍ର ଅପେକ୍ଷା ଏଲିପ୍ସ ସହିତ ଏହା ଅଧିକ ମହତ୍ୱପୂର୍ଣ୍ଣ, କାରଣ ଏଲିପ୍ସ ସର୍ବଦା ଗୋଲ ହୋଇଥାଏ
19:26 Feather Edges ହେଉଛି ଆୟତକ୍ଷେତ୍ରରେ ଥିବା ପରି ସମାନ ଅପ୍ସନ୍
19:32 ମୁଁ ଯେତେବେଳେ କଳା ପୂରଣ କରେ, ଦେଖନ୍ତୁ, କଳା ଓ ଧଳା ମଧ୍ୟରେ ଏକ ସ୍ମୁଥ୍ ଗ୍ରେଡିଏଣ୍ଟ ଏବଂ କଳା ଓ ଧଳା ମଧ୍ୟରେ ଏହି ମାର୍ଜିନ୍ ଶେଷଗୁଡ଼ିକ ଅଛି
19:54 ମାଉସ୍ ବଟନ୍ କ୍ଲିକ୍ କରିବା ପରେ Ctrl କୀ ସହିତ Expand from Center ମଧ୍ୟ ସମାନ ଭାବରେ କାମ କରେ
20:05 Fixed Aspect Ratio ମଧ୍ୟ ସମାନ. ମାଉସ୍ ବଟନ୍ କ୍ଲିକ୍ କରିବା ପରେ, Aspect Ratio 1 by 1 (1:1) ସହିତ ଆପଣ ଏକ ପୂର୍ଣ୍ଣ ବୃତ୍ତ ପାଇବେ
20:19 ଏବେ ଚାଲନ୍ତୁ, ଆଜି ପାଇଁ ମୁଁ ଆପଣଙ୍କୁ ଦେଖାଇବାକୁ ଚାହୁଁଥିବା ଶେଷ ଟୂଲ୍ ଦେଖିବା ଓ ତାହା ହେଉଛି Free Select ଟୂଲ୍
20:29 ମୁଁ ଯେତେବେଳେ ସେହି ଟୂଲ୍ ସିଲେକ୍ଟ କରେ, ଏଠାରେ ସମାନ ଅପ୍ସନ୍ ଦେଖେ ଏବଂ କୀଗୁଡ଼ିକ Add, Replace, Subtract ଓ Intersect ପାଇଁ ସମାନ ଭାବରେ କାମ କରେ
20:44 ଏଥିରେ, ସମାନ କାର୍ଯ୍ୟ ସହିତ ଆଉ ମାତ୍ର ଦୁଇଟି ଅପ୍ସନ୍ ଅଛି, ଯଥା Antialiasing ଓ Feather Edges
20:54 ଏଠାରେ ମୁଁ, ବୃତ୍ତର Radius ପାଇଲି ଓ ତାକୁ ଏବେ ମୁଁ ଡି-ସିଲେକ୍ଟ କରିବି
21:00 ଏକ ଉଦାହରଣ ଭାବେ ଆପଣଙ୍କୁ ଦେଖାଇବା ପାଇଁ ମୁଁ ପତ୍ରର ଏହି ତଳ ଭାଗକୁ ସିଲେକ୍ଟ କରିବି
21:08 ଓ ଇମେଜ ଉପରେ କ୍ଲିକ୍ କରି, ଯେଉଁଠାରୁ ମୁଁ ସିଲେକ୍ସନ୍ ଆରମ୍ଭ କରିବାକୁ ଚାହୁଁଛି ଏବଂ ପତ୍ରର ବର୍ଡର୍ କୁ ଫଲୋ କରି ଏକ ଲାଇନ୍ ଟାଣିବି
21:33 ମୁଁ ଏବେ ଏହି ଏରିଆ ସିଲେକ୍ଟ କରିଦେଲି
21:38 ଫାଇନ୍ ଟ୍ୟୁନିଙ୍ଗ୍ କରିବା ପାଇଁ ମୁଁ ଇମେଜ୍ ଉପରେ ଯୂମ୍ କରିବି
21:43 ଆଉ, ମୋର ସିଲେକ୍ସନ୍ ଡାୟଲଗ୍ ରେ ମୁଁ, Add to the Current Selection ସିଲେକ୍ଟ କରିବି ଓ ତାକୁ ଆଡଜଷ୍ଟ କରିବା ଆରମ୍ଭ କରିବି
22:10 ପଏଣ୍ଟ ଆଡକୁ ସବୁଠାରୁ ଛୋଟ ମାର୍ଗକୁ Algorithm ଦେଖେ, ଯେଉଁଠାରୁ ଆପଣ ସିଲେକ୍ସନ୍ ଆରମ୍ଭ କରିଥିଲେ
22:19 ସିଲେକ୍ସନ୍ କୁ ସହଜ କରିବା ପାଇଁ, ମୁଁ Quick Mask ବ୍ୟବହାର କରିପାରିବି
22:26 ତଳ ବାମପଟ କୋଣରେ Toggle Quick Mask ଅପ୍ସନ୍ ଅଛି ଏବଂ ମୁଁ ତାକୁ Toggle କଲେ, ମୋର ସମଗ୍ର ଇମେଜଟି ନାଲି ହୋଇଯିବାର ଆପଣ ଦେଖିବାକୁ ପାଇବେ
22:38 ଏହା ସାମାନ୍ୟ ଭ୍ରାନ୍ତିକର ଅପ୍ସନ୍, କାରଣ ମୁଁ ସିଲେକ୍ଟ କରିଥିବା ଏରିଆ ଓ ସିଲେକ୍ଟ କରିନଥିବା ଏରିଆ ନାଲିରେ ଦେଖାଦେଉଛି
22:51 ତେଣୁ ମୁଁ, Toggleକୁ ଯିବି ଓ ତା’ଉପରେ ରାଇଟ୍ କ୍ଲିକ୍ କଲେ ତାହା ମୋତେ Configure Color and Opacity ଦିଏ ଏବଂ ଏଠାରେ ମୁଁ, କଲର୍ ସେଟ୍ କରିପାରିବି. ତେଣୁ, ମୁଁ ତାକୁ ନୀଳ ସେଟ୍ କଲି
23:07 ଏବେ, ସିଲେକ୍ଟ ହୋଇଥିବା ଏରିଆ ନାଲିରେ ଥିବାବେଳେ ଅନ୍ୟ ସମସ୍ତ ଏରିଆ ନୀଳରେ ଅଛି
23:19 ଆଉ ବର୍ତ୍ତମାନ, ମୁଁ Pen ସିଲେକ୍ଟ କରିବି ଓ ସିଲେକ୍ଟ ହୋଇଥିବା ଏରିଆ ପେଣ୍ଟ କରିବା ଆରମ୍ଭ କରିବି, କିନ୍ତୁ ତାହା ପୂର୍ବରୁ ମୁଁ, X କୀ ସହିତ Foreground Color ଓ Background Color ବଦଳାଇବି
23:38 ଓ ଏବେ ମୁଁ ପେଣ୍ଟ କରିବା ଆରମ୍ଭ କରିବି
23:48 ଆଉ ଯେତେବେଳେ ମୁଁ ବର୍ଡର୍ କୁ ଅଧିକ ପେଣ୍ଟ କରିଦିଏ, ମୁଁ Background Color ସହିତ ପେଣ୍ଟ କରିପାରେ
24:00 ପେଣ୍ଟିଙ୍ଗ୍ ପାଇଁ, ମୋତେ ସଠିକ୍ ଆକାରର ବ୍ରଶ୍ ଚୟନ କରିବା ଉଚିତ
24:23 ମୁଁ ଯେତେବେଳେ ମାସ୍କକୁ Untoggle କରେ, ଦେଖନ୍ତୁ, ସିଲେକ୍ସନ୍ ରେ ଓ ଏଠାରେ ଏହା ହେଉଛି ଭୁଲ୍
24:35 ତେଣୁ, ମୁଁ Toggle ସିଲେକ୍ଟ କରି ତ୍ରୁଟି ସଂଶୋଧନ କରିବି
24:44 ଫିକ୍ସ ହୋଇଗଲା
24:50 ତେଣୁ, Quick Mask ହେଉଛି ଜଟିଳ ସିଲେକ୍ସନ୍ କୁ ଠିକ୍ କରିବାର ଏକ ସହଜ ମାର୍ଗ
24:59 ଆପଣ, Quick Mask Selectionକୁ ଏକ ଟୂଲ୍ ଭାବରେ ବ୍ୟବହାର କରିପାରିବେ
25:05 ଆପଣ, ମାସ୍କର Opacity ବଦଳାଇପାରିବେ ଏବଂ ଏବେ, ସିଲେକ୍ଟ ହୋଇନଥିବା ଭାଗଗୁଡ଼ିକୁ ବହୁତ କମ୍ ଦେଖିପାରୁଥିବେ
25:19 ଅଧିକାଂଶ ମାମଲାରେ 50% ଓପାସିଟୀ ହେଉଛି ସଠିକ୍ ପରିମାଣ
25:28 ସିଲେକ୍ଟ ହୋଇନଥିବା ଏରିଆଗୁଡ଼ିକ ପାଇଁ ଆପଣ, ନିଜ ପସନ୍ଦର ରଙ୍ଗ ଚୟନ କରିପାରିବେ
25:36 ଏଠାରେ, Mask Selected Areas ନାମକ ଆଉଏକ ଅପ୍ସନ୍ ଅଛି
25:43 ଏହା, Quick Maskର ଠିକ୍ ବିପରୀତ ଇଫେକ୍ଟ ଅଟେ
25:48 ତେଣୁ ଏବେ, ଚୟନିତ ଏରିଆ ନୀଳରେ ରଙ୍ଗ ହେଲା ଏବଂ ଏହା, ଏଠାରେ ଥିବାଠାରୁ ଭଲ ଦେଖାଯାଉଛି
25:59 ଆପଣ Quick Maskକୁ ଡି-ସିଲେକ୍ଟ କଲେ ନିଜର ସିଲେକ୍ସନ୍ ଦେଖିପାରିବେ
26:08 ଏବେ ଚାଲନ୍ତୁ, ମାନିନେବା ଯେ, ଆମେ ଏଠାରେ ଏକ ଉପଯୁକ୍ତ ସିଲେକ୍ସନ୍ କରିଛେ ଏବଂ ମୁଁ, ପରବର୍ତ୍ତୀ ସମୟରେ କାମ କରିବା ପାଇଁ ସେହି ସିଲେକ୍ସନ୍ କୁ ସେଭ୍ କରିବାକୁ ଚାହୁଁଛି, ହରାଇବାକୁ ଚାହୁଁନାହିଁ
26:29 Selectକୁ ଯାଇ Save to Channel ଚୟନ କରନ୍ତୁ, କାରଣ ସିଲେକ୍ସନଗୁଡ଼ିକ ସାଧାରଣତଃ ଚାନେଲ୍ସ ହୋଇଥାଏ
26:45 ମୁଁ ଏହାକୁ Mask1 ଭାବେ ସେଭ୍ କଲି ଓ ଏହା XCF ଫାଇଲ୍ ରେ ଷ୍ଟୋର୍ ହେଲା
26:55 ତେଣୁ ଏବେ ମୁଁ, Shift + Ctrl + A ଦାବି ସମସ୍ତକୁ ଡି-ସିଲେକ୍ଟ କରିପାରିବି
27:02 ଅନ୍ୟ ଏକ ଭାଗ ସିଲେକ୍ଟ କରନ୍ତୁ ଓ ମୁଁ ଯେତେବେଳେ ଏଠାରେ ମୋ ସିଲେକ୍ସନ୍ କୁ ଫେରେ, ସିଲେକ୍ସନ୍ ସହିତ ଆଡ୍ କରିପାରିବି କିମ୍ୱା ସିଲେକ୍ସନ୍ ରୁ ହ୍ରାସ କରିପାରିବି କିମ୍ୱା ଏପରିକି ସିଲେକ୍ସନ୍ ସହିତ ପ୍ରତିଚ୍ଛେଦନ କରିପାରିବି ଓ ମୋ ସିଲେକ୍ସନ୍ ଏଠାକୁ ଫେରିଆସିଲା
27:23 ତେଣୁ, ଯଦି ଆପଣ ତାକୁ ସେଭ୍ କରିବାକୁ ଚାହୁଁଛନ୍ତି, ତେବେ Select ଓ Save to Channelsକୁ ଯାଆନ୍ତୁ. ବିଦାୟ
27:34 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ

Contributors and Content Editors

PoojaMoolya, Pradeep