GIMP/C2/Selecting-Sections-Part-1/Oriya
From Script | Spoken-Tutorial
| Time | Narration |
| 00:23 | Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
| 00:25 | ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି |
| 00:31 | ଚାଲନ୍ତୁ, ଆଜିର ଟ୍ୟୁଟୋରିଆଲ୍ ଏହି ଇମେଜ୍ ସହିତ ଆରମ୍ଭ କରିବା |
| 00:34 | ଆଜି ମୁଁ ଏହି ଇମେଜ୍ ସହିତ କାମ କରିବି, କେବଳ ଏହାକୁ ଏକ ଉଦାହରଣ ଭାବେ ବ୍ୟବହାର କରିବା ପାଇଁ |
| 00:44 | ସିଲେକ୍ସନ୍ ସହିତ କାମ ଆରମ୍ଭ କରିବା ପୂର୍ବରୁ, Selections ପ୍ରକୃତରେ କ’ଣ, ତାହା ଆପଣ ବୁଝିବା ଦରକାର ବୋଲି ମୁଁ ଭାବୁଛି |
| 00:57 | ଏହି ବର୍ଗଟି ହେଉଛି ଏକ Selection ଓ ଏହି ଭାଗ ସିଲେକ୍ସନ୍ ବାହାରେ ଅଛି |
| 01:06 | ଏଠାରେ ଥିବା ଗତିଶୀଳ ଲାଇନଗୁଡ଼ିକ ହେଉଛି Selectionର ବର୍ଡର୍ |
| 01:15 | GIMP ଲୋକମାନେ ଏକ Selectionକୁ Channel ବୋଲି କୁହନ୍ତି ; |
| 01:19 | ଏକ ଚାନେଲ୍, ଯେପରି Red, Green କିମ୍ୱା Blue କିମ୍ୱା Alpha Channel, ଯାହା ପାରଦର୍ଶିତାକୁ ନିୟନ୍ତ୍ରଣ କରେ |
| 01:28 | ସିଲେକ୍ସନ୍ ବାହାରେ, ଏହି Channelର ଭାଲ୍ୟୁ ହେଉଛି ଜିରୋ |
| 01:33 | ଆଉ ଭିତରେ ଏହା ହେଉଛି 255 ଏବଂ ସେଗୁଡ଼ିକ ମଧ୍ୟରେ ବର୍ଡର୍ ଅଛି ତଥା ସେଗୁଡ଼ିକ ମଧ୍ୟରେ ଥିବା ଭାଲ୍ୟୁ 255ରୁ କମ୍ ଓ ଜିରୋରୁ ଅଧିକ ହୋଇପାରେ |
| 01:48 | ତେଣୁ, Changing a Selection କିମ୍ୱା Making a Selection ହେଉଛି କିଛି ସଂଖ୍ୟା ବଦଳାଇବା |
| 01:55 | ଆଉ ଏବେ, ଏକ Selection କିପରି କରାଯାଏ, ଚାଲନ୍ତୁ ଦେଖିବା |
| 02:01 | ଏକ ସିଲେକ୍ସନ୍ କୁ ଡି-ସିଲେକ୍ଟ କରିବା ପାଇଁ ଦୁଇଟି ମାର୍ଗ ଅଛି |
| 02:05 | ପ୍ରଥମଟି ହେଉଛି, Select ଓ Noneକୁ ଯାଆନ୍ତୁ |
| 02:11 | ଏକ ସିଲେକ୍ସନ୍ କୁ କାଢିବା ପାଇଁ ଆପଣ Shift + Ctrl + A କୀ କମ୍ୱିନେଶନ୍ ମଧ୍ୟ ବ୍ୟବହାର କରିପାରିବେ |
| 02:22 | ଏବେ, Rectangle Select Tool ଚୟନ କରି ଅପ୍ସନ୍ସ ଡାୟଲଗ୍ ଭିତରେ ଦେଖନ୍ତୁ |
| 02:33 | ଉପରେ ଚାରୋଟି ପସନ୍ଦ ଅଛି |
| 02:36 | ପ୍ରଥମଟି ହେଉଛି Replace the Current Selection |
| 02:40 | ତେଣୁ, ମୁଁ ଏଠାରେ ଭିନ୍ନ ଏରିଆମାନ ସିଲେକ୍ଟ କରିବି ଏବଂ ଦେଖନ୍ତୁ, ମୁଁ ଯେତେବେଳେ ଏକ ନୂଆ ଏରିଆ ସିଲେକ୍ଟ କରେ, ପୁରୁଣା ସିଲେକ୍ସନ୍ ଡିଲିଟ୍ ହୋଇଯାଏ |
| 02:52 | ଦ୍ୱିତୀୟ ଅପ୍ସନ୍ ଟି ହେଉଛି Add to the Current Selection |
| 02:58 | ଏହି ଅପ୍ସନ୍ ସିଲେକ୍ଟ କରି ମୁଁ, ଇମେଜରେ ବିଭିନ୍ନ ଏରିଆ ସିଲେକ୍ଟ କରିପାରିବି ଏବଂ ବହୁତ ଜଟିଳ ସିଲେକ୍ସନ୍ ପାଇପାରିବି |
| 03:17 | ଆଉ ଯଦି ମୁଁ ମୋର Color Tabକୁ ଯାଇ Selection ଉପରକୁ କଲର୍ କୁ ଟାଣେ, ଦେଖନ୍ତୁ, ସମସ୍ତ ଚୟନିତ ଏରିଆ ସେହି କଲର୍ ରେ ପୂରଣ ହୋଇଗଲା ଏବଂ ଚୟନିତ ହୋଇଥିବା ଓ କନେକ୍ଟ ହୋଇନଥିବା ମଧ୍ୟ ପୂରଣ ହୋଇଗଲା |
| 03:44 | ତେଣୁ, ସିଲେକ୍ସନ୍ ସହିତ କିଛି ଆଡ୍ କରିବା, ପ୍ରତ୍ୟେକ ସିଲେକ୍ସନ୍ କୁ ଗୋଟିଏ ଭାବରେ ଧରିରଖେ, ଏପରିକି ସିଲେକ୍ସନ୍ ର ଭାଗ ମଧ୍ୟରେ କୌଣସି ସମ୍ପର୍କ ନଥିଲେ ମଧ୍ୟ |
| 03:57 | ଏହା ଟିକିଏ ଜଟିଳ |
| 03:59 | ଫିଲିଙ୍ଗ୍ କୁ Undo କରିବା ପାଇଁ Ctrl + Z ଦାବନ୍ତୁ ତଥା ସବୁଯାକ ଡି-ସିଲେକ୍ଟ କରିବା ପାଇଁ Shift + Ctrl +A ଦାବନ୍ତୁ ଏବଂ ମୋର ଅପ୍ସନ୍ସ ଡାୟଲଗ୍ କୁ ଫେରିଚାଲନ୍ତୁ |
| 04:11 | ଏବେ, ଏଠାରେ ଥିବା ବର୍ଗକୁ ସିଲେକ୍ଟ କରନ୍ତୁ ଏବଂ Subtract from the Current Selection ଚୟନ କରନ୍ତୁ |
| 04:21 | ମୁଁ ଏହି ଏରିଆ ସିଲେକ୍ଟ କଲି, ହେଲେ କିଛି ହେଲା ନାହିଁ |
| 04:27 | କିନ୍ତୁ, ମୁଁ ଯେତେବେଳେ ଏହି ଏରିଆଗୁଡ଼ିକ ସିଲେକ୍ଟ କଲି, ଦେଖନ୍ତୁ, ଧାରଗୁଡ଼ିକ କଟିଗଲା |
| 04:36 | ଆପଣ ଦେଖିପାରୁଥିବେ ଯେ, ସିଲେକ୍ସନ୍ ର ଫ୍ରେମ୍ ସେଠାରେ ରହିଲା ଏବଂ ଯେତେବେଳେ ମୁଁ ତାହାକୁ ଘୁଞ୍ଚାଏ, ପରିବର୍ତ୍ତନ କରିହେବ |
| 04:47 | ତେଣୁ, ଆପଣ କରିଥିବା ଶେଷ ସିଲେକ୍ସନ୍ କୁ ବଦଳାଇହେବ, ଯେପର୍ଯ୍ୟନ୍ତ ନୂଆ ସିଲେକ୍ସନ୍ ପାଇବା ପାଇଁ ଆପଣ ଅନ୍ୟ ସ୍ଥାନରେ କ୍ଲିକ୍ କରିନାହାଁନ୍ତି. ଆପଣ ସବୁ ସମୟରେ ନିଜ କାମ ବଦଳାଇପାରିବେ |
| 05:07 | ଏବେ, ଶେଷ ଅପ୍ସନ୍ ଟି ହେଉଛି Intersect With the Current Selection |
| 05:14 | ଚାଲନ୍ତୁ ତାକୁ ଦେଖିବା |
| 05:17 | ମୁଁ ଏଠାରେ ଆୟତକ୍ଷେତ୍ର ଚୟନ କରିବି ଏବଂ ତାହା ବାହାରେ ଥିବା ଏରିଆକୁ ଚୟନ କରାଯାଇନାହିଁ ତଥା ପୂର୍ବରୁ କରାଯାଇଥିବା ସିଲେକ୍ସନଗୁଡ଼ିକୁ ଡିଲିଟ୍ କରିଦିଆଯାଇଛି |
| 05:32 | ଆଉ କେବଳ ଗୋଟିଏ ସିଲେକ୍ସନ୍ ଏହି ଆୟତକ୍ଷେତ୍ରରେ ରଖାଯାଇଛି |
| 05:38 | ଯେପର୍ଯ୍ୟନ୍ତ ମୋ ପାଖରେ, ମୁଁ ଚାହୁଁଥିବା ଏରିଆ ଚୟନ ହୋଇନାହିଁ, ସେପର୍ଯ୍ୟନ୍ତ ମୁଁ ଏହି ଆୟତକ୍ଷେତ୍ରକୁ ସଂଶୋଧନ ମଧ୍ୟ କରିପାରିବି |
| 05:49 | ଆମେ ଚାରୋଟି ମୋଡ୍ସ କଭର୍ କରିସାରିଲେ, ଯଥା Replace, Add, Subtract ଓ Intersect |
| 06:06 | କେବଳ କ୍ଲିକ୍ କରି ଆପଣ ଏକ ସିଲେକ୍ସନ୍ କୁ ବଦଳାଇପାରିବେ |
| 06:11 | Click ଓ Shift ଦ୍ୱାରା ଆଡିଙ୍ଗ୍ କରିହେବ |
| 06:17 | ତେଣୁ, ଚାଲନ୍ତୁ ତାକୁ ଦେଖିବା. ମୁଁ Shift କୀ ଦାବିଲି ଓ ତା’ପରେ କ୍ଲିକ୍ କରି ନୂଆ ସିଲେକ୍ସନ୍ ଆଡ୍ କରିବା ଆରମ୍ଭ କଲି |
| 06:29 | ଆଉ ଯେତେବେଳେ ମୁଁ Shift କୀ ଓ ମାଉସ୍ କୀ ଦାବେ, ଏକ Plus ଚିହ୍ନ ଦେଖାଦିଏ |
| 06:39 | ଯଦି ମୁଁ ସିଲେକ୍ସନ୍ କୁ ହ୍ରାସ କରିବାକୁ ଚାହେଁ, ତେବେ Ctrl କୀ ଦାବିପାରିବି ଏବଂ ମାଊସ୍ କୀ ଦାବି ଚଲାଇବା ଆରମ୍ଭ କରିବି; ଆପଣ ଏକ ମାଇନସ୍ ଚିହ୍ନ ଦେଖିପାରୁଥିବେ |
| 06:57 | ତେଣୁ, ଏବେ ମୁଁ, ସିଲେକ୍ସନ୍ ହ୍ରାସ୍ କରିପାରିବି |
| 07:02 | ଏବଂ ପ୍ରତିଚ୍ଛେଦନ ପାଇଁ, Shift + Ctrl ଏକାସହିତ ଦବାଯିବା ଉଚିତ ଓ ତା’ପରେ ପ୍ରତିଚ୍ଛେଦନ ପାଇଁ ଏକ ଏରିଆ ଚୟନ କରନ୍ତୁ |
| 07:26 | ଯଦି ଆପଣ ଏହି କମ୍ୱିନେଶନ୍ ମନେରଖିପାରିବେ, ତେବେ ଏରିଆ ଶୀଘ୍ର ସିଲେକ୍ଟ କରିପାରିବେ |
| 07:33 | ଆଉ ସେହି କୀଗୁଡ଼ିକ ଅନ୍ୟ ସିଲେକ୍ସନ୍ ଟୂଲ୍ ଦ୍ୱାରା ବ୍ୟବହୃତ ହୋଇଥାଏ |
| 07:38 | ତେଣୁ, ଆପଣ ତାହାକୁ କେବଳ ଥରେ ହିଁ ଶିଖିବାକୁ ପଡ଼ିବ |
| 07:44 | Shift + Ctrl +A ସମସ୍ତ ସିଲେକ୍ସନ୍ କୁ ଡିସାବଲ୍ କରିଦେଇ ନର୍ମାଲ୍ ମୋଡ୍ କୁ ନେଇଆସେ. ଏବେ, ଅନ୍ୟ ଜିନିଷ ସହିତ ଚାଲନ୍ତୁ ଆରମ୍ଭ କରିବା |
| 07:56 | ପରବର୍ତ୍ତୀ ଅପ୍ସନ୍ ହେଉଛି Feather Edges. ଯେତେବେଳେ ମୁଁ ତାକୁ ସିଲେକ୍ଟ କରେ Radius Count ଭାବରେ ଏଠାରେ ଆଉ ଗୋଟିଏ ଅପ୍ସନ୍ ଦେଖାଦିଏ |
| 08:09 | ମୁଁ ଏହାକୁ ଟିକିଏ ବଢ଼ାଇ ଗୋଟିଏ ଏରିଆ ସିଲେକ୍ଟ କରିବି |
| 08:15 | ଏବେ ଆପଣ, ଏଠାରେ ଗୋଟିଏ ଗୋଲ କୋଣ ଦେଖିପାରୁଥିବେ |
| 08:21 | ମୁଁ ଏଠାରେ ଗୋଲ କୋଣ ଚାହୁଁନାହିଁ |
| 08:25 | କ’ଣ ଘଟିଲା ତାହା ଦେଖାଇବା ପାଇଁ, ମୁଁ ଏହାକୁ କଳାରେ ଭର୍ତ୍ତି କରିବି ଓ ଇମେଜ୍ ଉପରେ ଯୂମ୍ କରିବି |
| 08:37 | ଆପଣ ଦେଖିପାରୁଥିବେ, ଏଠାରେ ମଝିରେ କଳା ରଙ୍ଗ ଅଛି ଓ ଏହା ବର୍ଡର୍ ପାଖକୁ ହାଲୁକା ହୋଇଯାଇଛି ଏବଂ ପ୍ରକୃତ କଳା ଓ ମୂଳ ଇମେଜ୍ ମଝିରେ ଏହି ମାର୍ଜିନ୍ ଶେଷଗୁଡ଼ିକ ଚାଲିଛି, ଆଉ ଏଠାରେ ସିଲେକ୍ସନ୍ ର ଭାଲ୍ୟୁ ହେଉଛି 128 |
| 09:09 | ତେଣୁ, ଅଧା କଳା ରଙ୍ଗ ସିଲେକ୍ସନ୍ ଭିତରେ ହାଲୁକା ହୋଇଯାଇଛି ଓ ଅଧା ବାହାରେ |
| 09:19 | ମାର୍ଜିନ୍ ଶେଷ ହିଁ ହେଉଛି ଆପଣଙ୍କ ସିଲେକ୍ସନ୍ ର ପ୍ରକୃତ ବର୍ଡର୍, ଯେତେବେଳେ ଆପଣଙ୍କ ପାଖରେ ଏକ କଠିନ ସିଲେକ୍ସନ୍ ଥିବ |
| 09:29 | ସ୍ମୁଥ୍ ସିଲେକ୍ସନ୍ ପାଇବା ପାଇଁ Feather Edges ହେଉଛି ଏକ ବଢିଆ ଅପ୍ସନ୍ |
| 09:35 | Feather Selection ସହିତ ଆପଣ, କମ୍ ଶାର୍ପ ସିନ୍ ପାଇପାରିବେ ଏବଂ ସେହି ମାର୍ଗରେ ଏହା ବହୁତ ସହଜ |
| 09:45 | ବୈଷୟିକ ଜ୍ଞାନ ଥିବା ଲୋକମାନେ Feather Selectionକୁ Gaussian Blur କୁହନ୍ତି ଏବଂ ମୁଁ ଏଠାରେ ଚୟନ କରିଥିବା Radius ହେଉଛି Gaussian Blurର Radius |
| 10:04 | ପରବର୍ତ୍ତୀ ଅପ୍ସନ୍ ହେଉଛି Rounded Corners |
| 10:09 | ଗୋଲ କୋଣ ସହିତ ଏହା ହେଉଛି ଏକ ଆୟତକ୍ଷେତ୍ର ଏବଂ ଆପଣ ଗୋଲ କୋଣଗୁଡ଼ିକର ରେଡିଅସ୍ ସେଟ୍ କରିପାରିବେ |
| 10:20 | ଏହା ହେଉଛି ଗୋଲ ଭାଗ ଏବଂ ଏହି ମାର୍ଜିନଗୁଡ଼ିକ ସିଧା ଭାଗ ଅଟେ |
| 10:28 | ଏହା ହେଉଛି ପରବର୍ତ୍ତୀ ଅପ୍ସନ୍ Antialiasing |
| 10:34 | ଏହି ଅପ୍ସନ୍ କୋଣ ପେଣ୍ଟିଙ୍ଗ୍ ସେଟ୍ କରେ |
| 10:40 | ମୁଁ ଏହି ସିଲେକ୍ସନ୍ ରେ କଳା ଭର୍ତ୍ତି କଲି ଏବଂ ଏବେ ମୁଁ, ମୋର ସିଲେକ୍ସନ୍ ଟୂଲ୍ କୁ ଯିବି ଓ Antialiasingକୁ ଡି-ସିଲେକ୍ଟ କରି ଆଉ ଗୋଟିଏ ସିଲେକ୍ସନ୍ କରିବି ଓ ସେଥିରେ ମଧ୍ୟ କଳା ଭର୍ତ୍ତି କରିବି |
| 11:09 | Zoom Tool ସିଲେକ୍ଟ କରନ୍ତୁ ଓ Shift + Ctrl + A ଦାବି ସମସ୍ତ ସିଲେକ୍ସନ୍ କୁ ଡି-ସିଲେକ୍ଟ କରନ୍ତୁ ଏବଂ ଏହି ଏରିଆ ଉପରେ ଯୂମ୍ କରନ୍ତୁ |
| 11:24 | ଆଉ ଏଠାରେ, ଧାରରେ Antialiasing ନାହିଁ ଏବଂ ଏହା କଳାରେ ଭର୍ତ୍ତି ହୋଇଛି କିମ୍ୱା କଳାରେ ଭର୍ତ୍ତି ହୋଇନାହିଁ |
| 11:37 | ଆଉ ଏଠାରେ ଆପଣ, ଗ୍ରେ ସିଢି ଦେଖିପାରିବେ |
| 11:42 | ଜାଗିସ୍ ବିନା ଆପଣ ଏଠାରେ ସ୍ମୁଥ୍ କୋଣ ଦେଖିପାରିବେ ଏବଂ ତାହାକୁ Antialiasing କୁହାଯାଏ |
| 11:53 | ଏହି ସିଲେକ୍ସନ୍ ରେ ଗୋଲ କୋଣ ନାହିଁ, କିନ୍ତୁ ସିଢିର ଏକ ଶୃଙ୍ଖଳା ଅଛି |
| 12:04 | ଏବଂ ମୁଁ ଯେତେବେଳେ 100% ଯୂମ୍ କୁ ଫେରେ, ମୁଁ ଏଠାରେ ଜାଗିସ୍ ଦେଖେ ଏବଂ ଏହା ସ୍ମୁଥ୍ ନୁହେଁ, କିନ୍ତୁ ଏଠାରେ ସ୍ମୁଥ୍ କୋଣ ଅଛି ତଥା ଆପଣ ନିଜେ ଏହାକୁ ସହଜରେ ଚେଷ୍ଟା କରିପାରିବେ |
| 12:32 | ତେଣୁ, ଯଦି ଆପଣ ସ୍ମୁଥ୍ କୋଣ ଚାହାଁନ୍ତି, ତେବେ Antialiasing ସିଲେକ୍ଟ କରନ୍ତୁ |
| 12:42 | ଆଉ ଯଦି ଆପଣ ଏଠାରେ ଏହି ଗ୍ରେ ଟୋନ୍ସ ଚାହାଁନ୍ତି, ତେବେ ସେହି ଅପ୍ସନ୍ କୁ ଡି-ସିଲେକ୍ଟ କରିଦିଅନ୍ତୁ |
| 12:55 | ମୁଁ ସେହି ଅପ୍ସନ୍ ସିଲେକ୍ଟ କଲି ଓ ଏଠାରେ Expand From Center ନାମକ ଅପ୍ସନ୍ ଅଛି |
| 13:04 | ମୁଁ ଏହାକୁ ସିଲେକ୍ଟ କରି କାମ କରିବା ଆରମ୍ଭ କଲି |
| 13:13 | ଏଠାରେ ଏକ ପଏଣ୍ଟ ରଖି, ଏଠାରେ ମୋ ସିଲେକ୍ସନ୍ କୁ ଟାଣିବା ଆରମ୍ଭ କଲି |
| 13:21 | ଦେଖନ୍ତୁ, ଏହା ସେହି ପଏଣ୍ଟରୁ ବୃଦ୍ଧି ପାଇଲା ଏବଂ ଏହି ପଏଣ୍ଟ ସବୁବେଳେ ସିଲେକ୍ସନ୍ ର ମଝିରେ ଥାଏ |
| 13:31 | ମୁଁ ଯେତେବେଳେ ସେହି ଅପ୍ସନ୍ କୁ ଡି-ସିଲେକ୍ଟ କରେ, ଏଠାକୁ ସିଲେକ୍ସନ୍ ଟାଣିପାରେ ଏବଂ ସେହି କୋଣର ପୋଜିଶନ୍, ମୋ ସିଲେକ୍ସନ୍ ଅନୁସାରେ ବଦଳେ |
| 13:46 | ଏହାପାଇଁ ଏକ କୀ କୋଡ୍ ଅଛି |
| 13:51 | ଯେତେବେଳେ ମୁଁ ଏହି ପଏଣ୍ଟ ଉପରେ କ୍ଲିକ୍ କରି Ctrl ଦାବେ, ମଝିରୁ ଏକ ସିଲେକ୍ସନ୍ ପାଏ ଏବଂ ସିଲେକ୍ସନଟି ମଝିରୁ ପ୍ରସାରିତ ହୁଏ |
| 14:06 | ଆଉ ଯେତେବେଳେ ମୁଁ Ctrl କୀ ଛାଡ଼େ, ସିଲେକ୍ସନ୍ ଉଭାନ୍ ହୋଇଯାଏ |
| 14:16 | ଯେତେବେଳେ ମୁଁ ମାଉସ୍ ବଟନ୍ ଦାବିବା ପୂର୍ବରୁ Ctrl କୀ ଦାବେ, ମୁଁ ଏକ ସିଲେକ୍ସନ୍ ହ୍ରାସ କରିପାରେ, କିନ୍ତୁ ଯେତେବେଳେ ମୁଁ ପ୍ରଥମେ ମାଉସ୍ କୀ ଦାବିବା ପରେ Ctrl କୀ ଦାବେ, ମଝିରୁ ସିଲେକ୍ସନ୍ ପାଏ |
| 14:42 | ଏଠାରେ ପରବର୍ତ୍ତୀ ଅପ୍ସନ୍ ହେଉଛି Fixed Aspect Ratio ଏବଂ ମୁଁ, 1 by 1 ଭାବରେ ପୂର୍ବରୁ ସିଲେକ୍ଟ ହୋଇଥିବା Aspect Ratioକୁ ଏଠାରେ ରଖିପାରେ, ଆଉ ଯେତେବେଳେ ମୁଁ ଆଙ୍କେ, ଏହା ସବୁବେଳେ ଏକ ବର୍ଗ ହେବ |
| 15:08 | ମୁଁ ଏଠାରେ 2 by 3 (2:3) ସିଲେକ୍ଟ କରିପାରେ ଏବଂ ମୁଁ ସବୁବେଳେ 2 by 3 ଅନୁପାତ ପାଇବି, ଆଉ 3 by 2 (3:2)କୁ ବଦଳାଇଲେ, ତାହା ମୋତେ ଲ୍ୟାଣ୍ଡସ୍କେପ୍ ମୋଡ୍ ରେ ସିଲେକ୍ସନ୍ ଦିଏ |
| 15:31 | ସଠିକ୍ ବର୍ଗ କ୍ରିଏଟ୍ କରିବାର ଆଉ ଏକ ମାର୍ଗ ଅଛି |
| 15:36 | ମୁଁ ଏହିଠାରୁ ସିଲେକ୍ସନ୍ ଆରମ୍ଭ କରିବା ପରେ Shift ଦାବିଲି |
| 15:46 | ପୂର୍ବରୁ ସିଲେକ୍ଟ ହୋଇଥିବା ଭାଲ୍ୟୁ ସହିତ ଏଠାରେ ଏବେ Fixed Aspect Ratio ସିଲେକ୍ଟ ହେଲା |
| 15:54 | ଓ ଏହା ହେଉଛି ଏକ ଦ୍ରୁତ ମାର୍ଗ. ତେଣୁ ମୁଁ, କେବଳ Shift ଦାବି, ଚାହୁଁଥିବା Aspect Ratio ସହିତ ଏରିଆମାନ ସିଲେକ୍ଟ କରିପାରିବି |
| 16:08 | ପରବର୍ତ୍ତୀ ଅପ୍ସନ୍ ହେଉଛି Highlight ଓ ଯେତେବେଳେ ମୁଁ ତାକୁ ବ୍ୟବହାର କରେ, ସିଲେକ୍ଟ ହୋଇନଥିବା ଏରିଆ ଗ୍ରେ ଓ ସିଲେକ୍ଟ ହୋଇଥିବା ଏରିଆ ଧଳା ହୁଏ |
| 16:24 | ଏହା କେବଳ ସାମ୍ପ୍ରତିକ ସିଲେକ୍ସନ୍ ସହିତ ସମ୍ୱନ୍ଧିତ ଅଟେ. ତେଣୁ ଏହାକୁ ଡି-ସିଲେକ୍ଟ କରି ଅନ୍ୟ ଅପ୍ସନ୍ସ ଦେଖିବା |
| 16:35 | ଏଠାରେ ଆପଣ, ହାତରେ ଏହି ଭାଲ୍ୟୁଗୁଡ଼ିକୁ ସେଟ୍ କରିପାରିବେ, ଆଉ ଯଦି ଆପଣ Fix ଉପରେ କ୍ଲିକ୍ କରୁଛନ୍ତି, ତେବେ ସିଲେକ୍ସନ୍ ର ଆକାର ବଦଳାଇହେବନାହିଁ |
| 16:47 | କିନ୍ତୁ, ଯଦି ମୁଁ ଓସାରକୁ 2 ପିକ୍ସେଲ୍ କମ୍ ଓ ଉଚ୍ଚତାକୁ 1 ପିକ୍ସେଲ୍ ଅଧିକରେ ସେଟ୍ କରିବାକୁ ଚାହିଁବି, ତେବେ ଏହା ସିଲେକ୍ସନ୍ କୁ ଫାଇନ୍ ଟ୍ୟୁନ୍ କରେ |
| 16:59 | ଭାଲ୍ୟୁ X, ଯାହା ହେଉଛି ମୂଳ ବିନ୍ଦୁ, କୁ ବୃଦ୍ଧିକରି ମୁଁ, ସିଲେକ୍ସନ୍ କୁ ଟିକିଏ ଡାହାଣକୁ ଘୁଞ୍ଚାଇପାରିବି |
| 17:10 | ଆଉ ଯଦି ମୁଁ Fix ଉପରେ କ୍ଲିକ୍ କରେ, ସମଗ୍ର ସିଲେକ୍ସନ୍ କୁ ଘୁଞ୍ଚାଇପାରିବି |
| 17:17 | ତେଣୁ, ବାମ ଉପର ପଏଣ୍ଟର ମୂଳ ବିନ୍ଦୁ ହେଉଛି X ଓ Yର ଭାଲ୍ୟୁଜ୍ ଏବଂ Fix ବଟନ୍ ସହିତ ମୁଁ, ଚଳନ ବନ୍ଦ କରିପାରିବି |
| 17:30 | ପରବର୍ତ୍ତୀ ଅପ୍ସନ୍ ହେଉଛି Guides |
| 17:34 | ମୁଁ ଏକ Center Line ସିଲେକ୍ଟ କରିପାରିବି, ଯାହା ସିଲେକ୍ସନ୍ ର ମଝି ପଏଣ୍ଟ କେଉଁଠି ଅଛି, ତାହା ମୋତେ ଦେଖାଏ |
| 17:44 | ମୁଁ, Rule of Thirds ରଖିପାରିବି, ଯାହା ଗ୍ରାଫିକ୍ କାମ ପାଇଁ ବ୍ୟବହୃତ ହୋଇଥାଏ କିମ୍ୱା Golden Sections ରଖିପାରିବି, ଯାହା Rule of Thirds ସହ ସମାନ |
| 18:00 | ତଳେ Auto Shrink Selection ଓ Shrink Merged ଅଛି |
| 18:08 | Auto Shrink Selection ବେଶୀ ଉପଯୋଗୀ ନୁହେଁ |
| 18:14 | କିନ୍ତୁ, ଯଦି Shrink Merged ଅପ୍ସନ୍ ସିଲେକ୍ଟ ହୋଇଥାଏ, ତେବେ Algorithm ସମସ୍ତ Layersକୁ ଦେଖିଥାଏ, ଆଉ ଯଦି ଡି-ସିଲେକ୍ଟ ହୁଏ, ତେବେ କେବଳ ଆପଣ କାମ କରୁଥିବା Layerକୁ ହିଁ ବିଚାରକୁ ନିଆଯାଏ |
| 18:34 | ଏହି ଅପ୍ସନଗୁଡ଼ିକୁ ପୁଣି ମନେପକାଇବା ପୂର୍ବରୁ, ଆମେ, Ellipse ସିଲେକ୍ସନ୍ ବିଷୟରେ କଥା ହେବା |
| 18:42 | Shift + Ctrl + A ଦାବି ସମସ୍ତ ସିଲେକ୍ସନ୍ କୁ ଡି-ସିଲେକ୍ଟ କରନ୍ତୁ |
| 18:49 | ଉପରେ ଆପଣ, କ୍ଲିକ୍ କରିବା ପୂର୍ବରୁ Shift କୀ ସହିତ Replace Current Selection, Add to the Selection ଓ କ୍ଲିକ୍ କରିବା ପୂର୍ବରୁ Ctrl କୀ ସହିତ Subtract ଓ କ୍ଲିକ୍ କରିବା ପୂର୍ବରୁ Shift ଓ Ctrl କୀ ସହିତ Intersect ପରି
ସମାନ ଅପ୍ସନ୍ସ ପାଇବେ |
| 19:12 | ପୁଣିଥରେ Antialiasing ହେଉଛି ସ୍ମୁଥ୍ ଏଡଜେସ୍ ପାଇଁ |
| 19:17 | ଆୟତକ୍ଷେତ୍ର ଅପେକ୍ଷା ଏଲିପ୍ସ ସହିତ ଏହା ଅଧିକ ମହତ୍ୱପୂର୍ଣ୍ଣ, କାରଣ ଏଲିପ୍ସ ସର୍ବଦା ଗୋଲ ହୋଇଥାଏ |
| 19:26 | Feather Edges ହେଉଛି ଆୟତକ୍ଷେତ୍ରରେ ଥିବା ପରି ସମାନ ଅପ୍ସନ୍ |
| 19:32 | ମୁଁ ଯେତେବେଳେ କଳା ପୂରଣ କରେ, ଦେଖନ୍ତୁ, କଳା ଓ ଧଳା ମଧ୍ୟରେ ଏକ ସ୍ମୁଥ୍ ଗ୍ରେଡିଏଣ୍ଟ ଏବଂ କଳା ଓ ଧଳା ମଧ୍ୟରେ ଏହି ମାର୍ଜିନ୍ ଶେଷଗୁଡ଼ିକ ଅଛି |
| 19:54 | ମାଉସ୍ ବଟନ୍ କ୍ଲିକ୍ କରିବା ପରେ Ctrl କୀ ସହିତ Expand from Center ମଧ୍ୟ ସମାନ ଭାବରେ କାମ କରେ |
| 20:05 | Fixed Aspect Ratio ମଧ୍ୟ ସମାନ. ମାଉସ୍ ବଟନ୍ କ୍ଲିକ୍ କରିବା ପରେ, Aspect Ratio 1 by 1 (1:1) ସହିତ ଆପଣ ଏକ ପୂର୍ଣ୍ଣ ବୃତ୍ତ ପାଇବେ |
| 20:19 | ଏବେ ଚାଲନ୍ତୁ, ଆଜି ପାଇଁ ମୁଁ ଆପଣଙ୍କୁ ଦେଖାଇବାକୁ ଚାହୁଁଥିବା ଶେଷ ଟୂଲ୍ ଦେଖିବା ଓ ତାହା ହେଉଛି Free Select ଟୂଲ୍ |
| 20:29 | ମୁଁ ଯେତେବେଳେ ସେହି ଟୂଲ୍ ସିଲେକ୍ଟ କରେ, ଏଠାରେ ସମାନ ଅପ୍ସନ୍ ଦେଖେ ଏବଂ କୀଗୁଡ଼ିକ Add, Replace, Subtract ଓ Intersect ପାଇଁ ସମାନ ଭାବରେ କାମ କରେ |
| 20:44 | ଏଥିରେ, ସମାନ କାର୍ଯ୍ୟ ସହିତ ଆଉ ମାତ୍ର ଦୁଇଟି ଅପ୍ସନ୍ ଅଛି, ଯଥା Antialiasing ଓ Feather Edges |
| 20:54 | ଏଠାରେ ମୁଁ, ବୃତ୍ତର Radius ପାଇଲି ଓ ତାକୁ ଏବେ ମୁଁ ଡି-ସିଲେକ୍ଟ କରିବି |
| 21:00 | ଏକ ଉଦାହରଣ ଭାବେ ଆପଣଙ୍କୁ ଦେଖାଇବା ପାଇଁ ମୁଁ ପତ୍ରର ଏହି ତଳ ଭାଗକୁ ସିଲେକ୍ଟ କରିବି |
| 21:08 | ଓ ଇମେଜ ଉପରେ କ୍ଲିକ୍ କରି, ଯେଉଁଠାରୁ ମୁଁ ସିଲେକ୍ସନ୍ ଆରମ୍ଭ କରିବାକୁ ଚାହୁଁଛି ଏବଂ ପତ୍ରର ବର୍ଡର୍ କୁ ଫଲୋ କରି ଏକ ଲାଇନ୍ ଟାଣିବି |
| 21:33 | ମୁଁ ଏବେ ଏହି ଏରିଆ ସିଲେକ୍ଟ କରିଦେଲି |
| 21:38 | ଫାଇନ୍ ଟ୍ୟୁନିଙ୍ଗ୍ କରିବା ପାଇଁ ମୁଁ ଇମେଜ୍ ଉପରେ ଯୂମ୍ କରିବି |
| 21:43 | ଆଉ, ମୋର ସିଲେକ୍ସନ୍ ଡାୟଲଗ୍ ରେ ମୁଁ, Add to the Current Selection ସିଲେକ୍ଟ କରିବି ଓ ତାକୁ ଆଡଜଷ୍ଟ କରିବା ଆରମ୍ଭ କରିବି |
| 22:10 | ପଏଣ୍ଟ ଆଡକୁ ସବୁଠାରୁ ଛୋଟ ମାର୍ଗକୁ Algorithm ଦେଖେ, ଯେଉଁଠାରୁ ଆପଣ ସିଲେକ୍ସନ୍ ଆରମ୍ଭ କରିଥିଲେ |
| 22:19 | ସିଲେକ୍ସନ୍ କୁ ସହଜ କରିବା ପାଇଁ, ମୁଁ Quick Mask ବ୍ୟବହାର କରିପାରିବି |
| 22:26 | ତଳ ବାମପଟ କୋଣରେ Toggle Quick Mask ଅପ୍ସନ୍ ଅଛି ଏବଂ ମୁଁ ତାକୁ Toggle କଲେ, ମୋର ସମଗ୍ର ଇମେଜଟି ନାଲି ହୋଇଯିବାର ଆପଣ ଦେଖିବାକୁ ପାଇବେ |
| 22:38 | ଏହା ସାମାନ୍ୟ ଭ୍ରାନ୍ତିକର ଅପ୍ସନ୍, କାରଣ ମୁଁ ସିଲେକ୍ଟ କରିଥିବା ଏରିଆ ଓ ସିଲେକ୍ଟ କରିନଥିବା ଏରିଆ ନାଲିରେ ଦେଖାଦେଉଛି |
| 22:51 | ତେଣୁ ମୁଁ, Toggleକୁ ଯିବି ଓ ତା’ଉପରେ ରାଇଟ୍ କ୍ଲିକ୍ କଲେ ତାହା ମୋତେ Configure Color and Opacity ଦିଏ ଏବଂ ଏଠାରେ ମୁଁ, କଲର୍ ସେଟ୍ କରିପାରିବି. ତେଣୁ, ମୁଁ ତାକୁ ନୀଳ ସେଟ୍ କଲି |
| 23:07 | ଏବେ, ସିଲେକ୍ଟ ହୋଇଥିବା ଏରିଆ ନାଲିରେ ଥିବାବେଳେ ଅନ୍ୟ ସମସ୍ତ ଏରିଆ ନୀଳରେ ଅଛି |
| 23:19 | ଆଉ ବର୍ତ୍ତମାନ, ମୁଁ Pen ସିଲେକ୍ଟ କରିବି ଓ ସିଲେକ୍ଟ ହୋଇଥିବା ଏରିଆ ପେଣ୍ଟ କରିବା ଆରମ୍ଭ କରିବି, କିନ୍ତୁ ତାହା ପୂର୍ବରୁ ମୁଁ, X କୀ ସହିତ Foreground Color ଓ Background Color ବଦଳାଇବି |
| 23:38 | ଓ ଏବେ ମୁଁ ପେଣ୍ଟ କରିବା ଆରମ୍ଭ କରିବି |
| 23:48 | ଆଉ ଯେତେବେଳେ ମୁଁ ବର୍ଡର୍ କୁ ଅଧିକ ପେଣ୍ଟ କରିଦିଏ, ମୁଁ Background Color ସହିତ ପେଣ୍ଟ କରିପାରେ |
| 24:00 | ପେଣ୍ଟିଙ୍ଗ୍ ପାଇଁ, ମୋତେ ସଠିକ୍ ଆକାରର ବ୍ରଶ୍ ଚୟନ କରିବା ଉଚିତ |
| 24:23 | ମୁଁ ଯେତେବେଳେ ମାସ୍କକୁ Untoggle କରେ, ଦେଖନ୍ତୁ, ସିଲେକ୍ସନ୍ ରେ ଓ ଏଠାରେ ଏହା ହେଉଛି ଭୁଲ୍ |
| 24:35 | ତେଣୁ, ମୁଁ Toggle ସିଲେକ୍ଟ କରି ତ୍ରୁଟି ସଂଶୋଧନ କରିବି |
| 24:44 | ଫିକ୍ସ ହୋଇଗଲା |
| 24:50 | ତେଣୁ, Quick Mask ହେଉଛି ଜଟିଳ ସିଲେକ୍ସନ୍ କୁ ଠିକ୍ କରିବାର ଏକ ସହଜ ମାର୍ଗ |
| 24:59 | ଆପଣ, Quick Mask Selectionକୁ ଏକ ଟୂଲ୍ ଭାବରେ ବ୍ୟବହାର କରିପାରିବେ |
| 25:05 | ଆପଣ, ମାସ୍କର Opacity ବଦଳାଇପାରିବେ ଏବଂ ଏବେ, ସିଲେକ୍ଟ ହୋଇନଥିବା ଭାଗଗୁଡ଼ିକୁ ବହୁତ କମ୍ ଦେଖିପାରୁଥିବେ |
| 25:19 | ଅଧିକାଂଶ ମାମଲାରେ 50% ଓପାସିଟୀ ହେଉଛି ସଠିକ୍ ପରିମାଣ |
| 25:28 | ସିଲେକ୍ଟ ହୋଇନଥିବା ଏରିଆଗୁଡ଼ିକ ପାଇଁ ଆପଣ, ନିଜ ପସନ୍ଦର ରଙ୍ଗ ଚୟନ କରିପାରିବେ |
| 25:36 | ଏଠାରେ, Mask Selected Areas ନାମକ ଆଉଏକ ଅପ୍ସନ୍ ଅଛି |
| 25:43 | ଏହା, Quick Maskର ଠିକ୍ ବିପରୀତ ଇଫେକ୍ଟ ଅଟେ |
| 25:48 | ତେଣୁ ଏବେ, ଚୟନିତ ଏରିଆ ନୀଳରେ ରଙ୍ଗ ହେଲା ଏବଂ ଏହା, ଏଠାରେ ଥିବାଠାରୁ ଭଲ ଦେଖାଯାଉଛି |
| 25:59 | ଆପଣ Quick Maskକୁ ଡି-ସିଲେକ୍ଟ କଲେ ନିଜର ସିଲେକ୍ସନ୍ ଦେଖିପାରିବେ |
| 26:08 | ଏବେ ଚାଲନ୍ତୁ, ମାନିନେବା ଯେ, ଆମେ ଏଠାରେ ଏକ ଉପଯୁକ୍ତ ସିଲେକ୍ସନ୍ କରିଛେ ଏବଂ ମୁଁ, ପରବର୍ତ୍ତୀ ସମୟରେ କାମ କରିବା ପାଇଁ ସେହି ସିଲେକ୍ସନ୍ କୁ ସେଭ୍ କରିବାକୁ ଚାହୁଁଛି, ହରାଇବାକୁ ଚାହୁଁନାହିଁ |
| 26:29 | Selectକୁ ଯାଇ Save to Channel ଚୟନ କରନ୍ତୁ, କାରଣ ସିଲେକ୍ସନଗୁଡ଼ିକ ସାଧାରଣତଃ ଚାନେଲ୍ସ ହୋଇଥାଏ |
| 26:45 | ମୁଁ ଏହାକୁ Mask1 ଭାବେ ସେଭ୍ କଲି ଓ ଏହା XCF ଫାଇଲ୍ ରେ ଷ୍ଟୋର୍ ହେଲା |
| 26:55 | ତେଣୁ ଏବେ ମୁଁ, Shift + Ctrl + A ଦାବି ସମସ୍ତକୁ ଡି-ସିଲେକ୍ଟ କରିପାରିବି |
| 27:02 | ଅନ୍ୟ ଏକ ଭାଗ ସିଲେକ୍ଟ କରନ୍ତୁ ଓ ମୁଁ ଯେତେବେଳେ ଏଠାରେ ମୋ ସିଲେକ୍ସନ୍ କୁ ଫେରେ, ସିଲେକ୍ସନ୍ ସହିତ ଆଡ୍ କରିପାରିବି କିମ୍ୱା ସିଲେକ୍ସନ୍ ରୁ ହ୍ରାସ କରିପାରିବି କିମ୍ୱା ଏପରିକି ସିଲେକ୍ସନ୍ ସହିତ ପ୍ରତିଚ୍ଛେଦନ କରିପାରିବି ଓ ମୋ ସିଲେକ୍ସନ୍ ଏଠାକୁ
ଫେରିଆସିଲା |
| 27:23 | ତେଣୁ, ଯଦି ଆପଣ ତାକୁ ସେଭ୍ କରିବାକୁ ଚାହୁଁଛନ୍ତି, ତେବେ Select ଓ Save to Channelsକୁ ଯାଆନ୍ତୁ. ବିଦାୟ |
| 27:34 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ |