GIMP/C2/Drawing-Simple-Figures/Oriya

From Script | Spoken-Tutorial
Revision as of 13:11, 3 December 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:18 Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:21 ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି
00:27 ମୁଁ ପାଇଥିବା ଗୋଟିଏ ଇ-ମେଲ୍ ରୁ ଚାଲନ୍ତୁ ଆରମ୍ଭ କରିବା
00:33 ଡେଭିଡ୍ ଭାନ୍ସାଲନ୍ ଏହି ଇ-ମେଲ୍ ପଠାଇଛନ୍ତି ଓ ମୋତେ GIMPରେ ଜ୍ୟାମିତି ବ୍ୟବହାର କରି ସରଳ ଆକୃତି ଆଙ୍କିବାକୁ କହିଛନ୍ତି
00:45 ତେଣୁ, ଚାଲନ୍ତୁ ସବୁଠାରୁ ସହଜ ମାର୍ଗରୁ ଆରମ୍ଭ କରିବା, ଯାହା ହେଉଛି ସରଳ ରେଖା
00:55 ଗୋଟିଏ ସରଳ ରେଖା ଟାଣିବା କଷ୍ଟକର ହୋଇପାରେ, କିନ୍ତୁ ଯଦି ଆପଣ ଏଠାରେ ଗୋଟିଏ ବିନ୍ଦୁ କରି, Shift କୀ ଧରି ଆଉ ଗୋଟିଏ ବିନ୍ଦୁ କରିବେ, ତେବେ ବହୁତ ସହଜରେ ଏକ ସରଳ ରେଖା ଟାଣିପାରିବେ
01:14 ତେବେ, ଏହିଗୁଡ଼ିକ ହେଉଛି ସରଳ ରେଖା
01:19 ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ
01:24 ଗୋଟିଏ ବର୍ଗ କ୍ଷେତ୍ର ଟିକିଏ ଜଟିଳ
01:28 ଟୂଲ୍ ବକ୍ସକୁ ଯାଇ Rectangle Tool ଚୟନ କରନ୍ତୁ
01:36 ଆଉ Aspect Ratioକୁ 3 by 3 ରଖନ୍ତୁ
01:41 ଏହା ଏକ ବର୍ଗ କ୍ଷେତ୍ର ହେବା ଉଚିତ
01:44 ଏବେ ମୋ ପାଖରେ ବର୍ଗ କ୍ଷେତ୍ର ସିଲେକ୍ସନ୍ ଅଛି. Edit >> Stroke Selectionକୁ ଯାଆନ୍ତୁ
01:52 ମୁଁ ଏଠାରେ କିଛି ପରିବର୍ତ୍ତନ କରିପାରିବି
01:55 ମୁଁ Line Width ଫିକ୍ସ କରିପାରିବି କିମ୍ୱା Paint Tool ବ୍ୟବହାର କରିପାରିବି. Paint Toolରେ ଥିବା Paintbrushକୁ ମୁଁ ସିଲେକ୍ଟ କରି Stroke ଉପରେ କ୍ଲିକ୍ କଲି
02:10 ଆଉ ଏଠାରେ ଆମ ବର୍ଗ କ୍ଷେତ୍ର ଆଙ୍କି ହୋଇଗଲା
02:14 ଏହି ବର୍ଗ କ୍ଷେତ୍ରକୁ ଫିଲ୍ କରିବା ସହଜ. କେବଳ ଏଠାରେ ଥିବା My Color Palletକୁ ଯାଆନ୍ତୁ ଓ କଳା ରଙ୍ଗକୁ ବର୍ଗ କ୍ଷେତ୍ର ଭିତରକୁ ଟାଣି ଆଣନ୍ତୁ
02:25 ଏହି ସମାନ ପ୍ରଣାଳୀ Ellipse ସିଲେକ୍ସନ୍ ସହିତ ମଧ୍ୟ କରିହେବ
02:30 Ellipse ସିଲେକ୍ଟ କରନ୍ତୁ, Editକୁ ଯାଇ Stroke Selection ଚୟନ କରନ୍ତୁ
02:40 ଅଧିକ ଜଟିଳ ଆକୃତିଗୁଡ଼ିକ ପାଇଁ Path Tool ଚୟନ କରନ୍ତୁ
02:46 ମୁଁ ବିନ୍ଦୁ ତିଆରି କରି ଏକ Path କ୍ରିଏଟ୍ କରିପାରିବି ଏବଂ ମୁଁ ଯେତେବେଳେ ଶେଷ ବିନ୍ଦୁରେ କ୍ଲିକ୍ କରେ, ମୋ Path ସମାପ୍ତ ହୁଏ
02:56 ତା’ପରେ ମୁଁ ଏଠାରେ ଥିବା Editକୁ ଯାଇ ମୋ ଇଚ୍ଛାନୁସାରେ ଏହି ହ୍ୟାଣ୍ଡଲଗୁଡ଼ିକୁ ସଂଶୋଧିତ କରିପାରିବି
03:06 ଆପଣ ଏହାକୁ ଅଭ୍ୟାସ କରି ବୁଝିପାରିବେ
03:10 ଏହା ବହୁତ ସହଜ
03:17 ଶେଷ ଜିନିଷ ମୁଁ ଯାହା କରିବାକୁ ଚାହୁଁଛି, ତାହା ହେଉଛି Pathକୁ Stroke କରିବା
03:22 ଆଉ ମୋତେ ସେହି ସମାନ ବିକଳ୍ପ ଏଠାରେ ମିଳେ ଏବଂ ମୁଁ ଯେତେବେଳେ Stroke ଉପରେ କ୍ଲିକ୍ କରେ, ମୋତେ ଏକ ସଠିକ୍ ରେଖା ମିଳେ
03:29 ଏହା ଏକ ସରଳ ରେଖା ନୁହେଁ, କିନ୍ତୁ ଏହା ସଠିକ୍ ରେଖା
03:34 ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି
03:37 ଅଧିକ ବିବରଣୀ ପାଇଁ http://meetthegimp.orgକୁ ଯାଆନ୍ତୁ ଏବଂ ଯଦି ଆପଣ କିଛି ମତାମତ ପଠାଇବାକୁ ଚାହାନ୍ତି, ତେବେ ଦୟାକରି info@meetthegimp.orgକୁ ଲେଖନ୍ତୁ. ବିଦାୟ
03:54 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

Contributors and Content Editors

PoojaMoolya, Pradeep