GIMP/C2/Drawing-Simple-Figures/Oriya
From Script | Spoken-Tutorial
| Time | Narration |
| 00:18 | Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
| 00:21 | ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି |
| 00:27 | ମୁଁ ପାଇଥିବା ଗୋଟିଏ ଇ-ମେଲ୍ ରୁ ଚାଲନ୍ତୁ ଆରମ୍ଭ କରିବା |
| 00:33 | ଡେଭିଡ୍ ଭାନ୍ସାଲନ୍ ଏହି ଇ-ମେଲ୍ ପଠାଇଛନ୍ତି ଓ ମୋତେ GIMPରେ ଜ୍ୟାମିତି ବ୍ୟବହାର କରି ସରଳ ଆକୃତି ଆଙ୍କିବାକୁ କହିଛନ୍ତି |
| 00:45 | ତେଣୁ, ଚାଲନ୍ତୁ ସବୁଠାରୁ ସହଜ ମାର୍ଗରୁ ଆରମ୍ଭ କରିବା, ଯାହା ହେଉଛି ସରଳ ରେଖା |
| 00:55 | ଗୋଟିଏ ସରଳ ରେଖା ଟାଣିବା କଷ୍ଟକର ହୋଇପାରେ, କିନ୍ତୁ ଯଦି ଆପଣ ଏଠାରେ ଗୋଟିଏ ବିନ୍ଦୁ କରି, Shift କୀ ଧରି ଆଉ ଗୋଟିଏ ବିନ୍ଦୁ କରିବେ, ତେବେ ବହୁତ ସହଜରେ ଏକ ସରଳ ରେଖା ଟାଣିପାରିବେ |
| 01:14 | ତେବେ, ଏହିଗୁଡ଼ିକ ହେଉଛି ସରଳ ରେଖା |
| 01:19 | ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ |
| 01:24 | ଗୋଟିଏ ବର୍ଗ କ୍ଷେତ୍ର ଟିକିଏ ଜଟିଳ |
| 01:28 | ଟୂଲ୍ ବକ୍ସକୁ ଯାଇ Rectangle Tool ଚୟନ କରନ୍ତୁ |
| 01:36 | ଆଉ Aspect Ratioକୁ 3 by 3 ରଖନ୍ତୁ |
| 01:41 | ଏହା ଏକ ବର୍ଗ କ୍ଷେତ୍ର ହେବା ଉଚିତ |
| 01:44 | ଏବେ ମୋ ପାଖରେ ବର୍ଗ କ୍ଷେତ୍ର ସିଲେକ୍ସନ୍ ଅଛି. Edit >> Stroke Selectionକୁ ଯାଆନ୍ତୁ |
| 01:52 | ମୁଁ ଏଠାରେ କିଛି ପରିବର୍ତ୍ତନ କରିପାରିବି |
| 01:55 | ମୁଁ Line Width ଫିକ୍ସ କରିପାରିବି କିମ୍ୱା Paint Tool ବ୍ୟବହାର କରିପାରିବି. Paint Toolରେ ଥିବା Paintbrushକୁ ମୁଁ ସିଲେକ୍ଟ କରି Stroke ଉପରେ କ୍ଲିକ୍ କଲି |
| 02:10 | ଆଉ ଏଠାରେ ଆମ ବର୍ଗ କ୍ଷେତ୍ର ଆଙ୍କି ହୋଇଗଲା |
| 02:14 | ଏହି ବର୍ଗ କ୍ଷେତ୍ରକୁ ଫିଲ୍ କରିବା ସହଜ. କେବଳ ଏଠାରେ ଥିବା My Color Palletକୁ ଯାଆନ୍ତୁ ଓ କଳା ରଙ୍ଗକୁ ବର୍ଗ କ୍ଷେତ୍ର ଭିତରକୁ ଟାଣି ଆଣନ୍ତୁ |
| 02:25 | ଏହି ସମାନ ପ୍ରଣାଳୀ Ellipse ସିଲେକ୍ସନ୍ ସହିତ ମଧ୍ୟ କରିହେବ |
| 02:30 | Ellipse ସିଲେକ୍ଟ କରନ୍ତୁ, Editକୁ ଯାଇ Stroke Selection ଚୟନ କରନ୍ତୁ |
| 02:40 | ଅଧିକ ଜଟିଳ ଆକୃତିଗୁଡ଼ିକ ପାଇଁ Path Tool ଚୟନ କରନ୍ତୁ |
| 02:46 | ମୁଁ ବିନ୍ଦୁ ତିଆରି କରି ଏକ Path କ୍ରିଏଟ୍ କରିପାରିବି ଏବଂ ମୁଁ ଯେତେବେଳେ ଶେଷ ବିନ୍ଦୁରେ କ୍ଲିକ୍ କରେ, ମୋ Path ସମାପ୍ତ ହୁଏ |
| 02:56 | ତା’ପରେ ମୁଁ ଏଠାରେ ଥିବା Editକୁ ଯାଇ ମୋ ଇଚ୍ଛାନୁସାରେ ଏହି ହ୍ୟାଣ୍ଡଲଗୁଡ଼ିକୁ ସଂଶୋଧିତ କରିପାରିବି |
| 03:06 | ଆପଣ ଏହାକୁ ଅଭ୍ୟାସ କରି ବୁଝିପାରିବେ |
| 03:10 | ଏହା ବହୁତ ସହଜ |
| 03:17 | ଶେଷ ଜିନିଷ ମୁଁ ଯାହା କରିବାକୁ ଚାହୁଁଛି, ତାହା ହେଉଛି Pathକୁ Stroke କରିବା |
| 03:22 | ଆଉ ମୋତେ ସେହି ସମାନ ବିକଳ୍ପ ଏଠାରେ ମିଳେ ଏବଂ ମୁଁ ଯେତେବେଳେ Stroke ଉପରେ କ୍ଲିକ୍ କରେ, ମୋତେ ଏକ ସଠିକ୍ ରେଖା ମିଳେ |
| 03:29 | ଏହା ଏକ ସରଳ ରେଖା ନୁହେଁ, କିନ୍ତୁ ଏହା ସଠିକ୍ ରେଖା |
| 03:34 | ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି |
| 03:37 | ଅଧିକ ବିବରଣୀ ପାଇଁ http://meetthegimp.orgକୁ ଯାଆନ୍ତୁ ଏବଂ ଯଦି ଆପଣ କିଛି ମତାମତ ପଠାଇବାକୁ ଚାହାନ୍ତି, ତେବେ ଦୟାକରି info@meetthegimp.orgକୁ ଲେଖନ୍ତୁ. ବିଦାୟ |
| 03:54 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |