Digital-Divide/C2/How-to-buy-the-train-ticket/Oriya

From Script | Spoken-Tutorial
Revision as of 13:59, 15 June 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Online Train booking ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହା, Kannan Moudgalya ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି
00:08 ଏହି ଟ୍ୟୁଟୋରିଆଲରେ, ଆମେ irctcରେ କିପରି ଗୋଟିଏ ଟିକେଟକୁ ଚୟନ କରାଯାଏ, ଶିଖିବା
00:13 ଭ୍ରମଣର ବିଭାଗକୁ ଚୟନ କରିବା
00:16 ଟ୍ରେନ୍ ଓ ଭ୍ରମଣର ଶ୍ରେଣୀକୁ ଚୟନ କରିବା
00:19 ୟୁଜର୍ ସୂଚନାକୁ ପ୍ରବେଶ କରିବା ଏବଂ e-ticket କିମ୍ବା i-ticket ଚୟନ କରିବା
00:24 ପ୍ରଥମଥର ପାଇଁ, ଗୋଟିଏ debit cardର ବ୍ୟବହାର ଏବଂ ଏହାକୁ online ଟିକେଟ୍ କିଣିବା ପାଇଁ କିପରି ବ୍ୟବହାର କରାଯାଏ, ପ୍ରଦର୍ଶନ କରାଯିବ
00:32 ଗୋଟିଏ ଟିକେଟ୍ କିଣିବା ପାଇଁ କ’ଣ ଆବଶ୍ୟକ? ପେମେଣ୍ଟ୍ ପାଇଁ ନିମ୍ନଲିଖିତ ମଧ୍ୟରୁ ଗୋଟିଏ ଆବଶ୍ୟକ-
00:36 ବ୍ୟାଙ୍କ୍ ଆକାଉଣ୍ଟ୍ ସହିତ ଗୋଟିଏ ATM କାର୍ଡ୍
00:39 Online କାରବାର ପାଇଁ ସକ୍ଷମ ଥିବା ବ୍ୟାଙ୍କ୍ ଆକାଉଣ୍ଟ୍
00:43 credit card. ଏବଂ ନିଶ୍ଚିତ ଭାବେ କମ୍ପ୍ୟୁଟର୍ ସହିତ ଇଣ୍ଟରନେଟ୍ ସଂଯୋଗ ଅବଶ୍ୟକ
00:48 ମୁଁ ନିମ୍ନଲିଖିତ ମାର୍ଗ ଚୟନ କରିବି-
00:50 ମୋ ପାଖରେ ଗୋଟିଏ ICICI ATM କାର୍ଡ୍ ଅଛି
00:53 ଏହା ଗୋଟିଏ visa debit କାର୍ଡ୍ ମଧ୍ୟ
00:56 ତେଣୁ, ଚାଲନ୍ତୁ ବର୍ତ୍ତମାନ ଗୋଟିଏ ଟିକେଟ୍ କିଣିବା
00:59 Usernameରେ ଟାଇପ୍ କରନ୍ତୁ, kannan ଅଣ୍ଡରସ୍କୋର୍ Mou, Password ମଧ୍ୟ... ଏଠାରେ login କରନ୍ତୁ
01:12 ଧରିନିଅନ୍ତୁ, ଆପଣ Mumbaiରୁ ଯାତ୍ରା କରିବେ. ତେଣୁ, ଚାରୋଟି ଅକ୍ଷର ଟାଇପ୍ କରିବା ପାଇଁ ଏଥିରେ ନିର୍ଦ୍ଦେଶ୍ ଅଛି. ମୁଁ Mumbai Central ଚୟନ କରିବାକୁ ଚାହୁଁଛି. ଚାରୋଟି ଅକ୍ଷର SURA ଟାଇପ୍ କରନ୍ତୁ ଏବଂ ଅପେକ୍ଷା କରନ୍ତୁ
01:26 ପ୍ରକୃତରେ ମୁଁ Surat ଯିବାକୁ ଚାହୁଁଛି
01:28 ଷ୍ଟେଶନ୍ କୋଡ୍ ଉପରେ ଧ୍ୟାନ ଦିଅନ୍ତୁ, Bombay Central ପାଇଁ BCT ଏବଂ Surat ପାଇଁ ST
01:35 ଭବିଷ୍ୟତରେ, ଆପଣ ସିଧା ସିଧା BCT ଓ ST ଟାଇପ୍ କରିପାରିବେ, ଉଦାହରଣ ପାଇଁ ଏହାକୁ ଡିଲିଟ୍ କରନ୍ତୁ ଏବଂ BCT ଟାଇପ୍ କରନ୍ତୁ; ଏହାକୁ ଏହିପରି ଛାଡିଦିଅନ୍ତୁ
01:47 Date..ରେ 23rd December ଚୟନ କରନ୍ତୁ. ବାକି ସବୁକୁ ଯାହା ଅଛି ସେହିପରି ଚୟନ କରନ୍ତୁ e-ticket ଓ General
01:55 ମୁଁ e-ticket କିମ୍ବା i-ticket ବିଷୟରେ କହିବି – ଅପ୍ସନ୍ କ’ଣ ସବୁ ଅଛି,
01:59 ପାର୍ଥକ୍ୟଗୁଡିକୁ ମୁଁ ପରେ ବର୍ଣ୍ଣନା କରିବି
02:02 ଚାଲନ୍ତୁ ଟ୍ରେନ୍ ଖୋଜିବା Train name...ପାଇଁ ଡାହାଣକୁ ସ୍ଲାଇଡ୍ କରନ୍ତୁ ଏବଂ ଦେଖନ୍ତୁ ଯେ
02:08 ଆପଣ ବହୁତଗୁଡିଏ ଟ୍ରେନ୍ ପାଇବେ. ଚାଲନ୍ତୁ fontକୁ ସାମାନ୍ୟ ଛୋଟ କରନ୍ତୁ
02:11 ଯଦ୍ଵାରା ଆପଣ ସବୁଗୁଡିକୁ ଦେଖିପାରିବେ
02:15 ଧରିନିଅନ୍ତୁ, ଆପଣ 12935 ସଂଖ୍ୟା ଥିବା ଟ୍ରେନରେ ଯିବାକୁ ଚାହାଁନ୍ତି
02:19 ତେଣୁ, two S... ଦ୍ଵିତୀୟ ଶ୍ରେଣୀରେ ଆପଣଙ୍କ ପାଇଁ ଟିକେଟ୍ ଉପଲବ୍ଧ ଅଛି କି ନାହିଁ ଯାଞ୍ଚ କରନ୍ତୁ
02:24 ଏବେ ଟିକେ ତଳକୁ ସ୍କ୍ରୋଲ୍ କରନ୍ତୁ. ଏହା wait ତାଲିକାରେ ଅଛି ବୋଲି ତତକ୍ଷଣାତ୍ ପ୍ରଦର୍ଶନ କରିବ
02:29 wait ତାଲିକାରେ ଥିଲେ ମଧ୍ୟ ମୋ ପାଇଁ କିଛି ଅସୁବିଧା ନାହିଁ. ମୁଁ ଏହାକୁ ବୂକ୍ କରିବାକୁ ଚାହେଁ
02:34 ତେଣୁ, ଏହାକୁ କ୍ଲିକ୍ କରନ୍ତୁ; The 'From' station that I have selected does not exist on the route choose one of these....ବାର୍ତ୍ତା ପ୍ରଦର୍ଶିତ ହେବ
02:44 ଧରିନିଅନ୍ତୁ, ଆପଣ Bandra Terminusକୁ ଚୟନ କରିବାକୁ ଚାହାଁନ୍ତି, ଏହାକୁ ବୂକ୍ କରନ୍ତୁ
02:57 ଠିକ ଅଛି, ତାହେଲେ ଟାଇପ୍ କରିବି, ନାମ Kannan Moudgalya, Age-53, Male, Berth preferenceରେ ଧରିନିଅନ୍ତୁ, ମୂଁ Window seat ଚୟନ କଲି
03:12 ତେଣୁ, ଏହା Senior Citizen ପାଇଁ ଗୋଟିଏ ବଟନ୍ ଦେବ ଏବଂ ଗୋଟିଏ ବାର୍ତ୍ତା ପ୍ରାପ୍ତ ହେବ ଯେ, passenger's age should be 60 years or more. OK ଦାବନ୍ତୁ
03:22 ଏବଂ ଯଦି ଆପଣ female senior citizen ହୋଇଥିବେ, ତେବେ ଏହା passenger's age should be 58 years or more ବୋଲି ଦର୍ଶାଇବ
03:31 ତେଣୁ, senior citizen ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳାଙ୍କୁ 58 ବର୍ଷ ଏବଂ ପୁରୁଷଙ୍କୁ 60 ବର୍ଷ ବୟସ ହେବା ଆବଶ୍ୟକ
03:39 ସିନିଅର୍ ସିଟିଜେନଙ୍କ ପାଇଁ ରିହାତି ଅଛି
03:41 Male, Window Seatକୁ ଫେରି ଆସନ୍ତୁ
03:45 ଏହି ସବୁ ପାଇଁ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ; ଆପଣଙ୍କୁ କେବଳ ଏହି E37745A ଇମେଜଟିକୁ, ପ୍ରବେଶ କରିବାକୁ ହେବ
03:58 Go ଦାବନ୍ତୁ
04:03 ଏହା ସମସ୍ତ ବିବରଣୀ ଦେବ, ଏବଂ ସମସ୍ତ ରାଶି 99 ବୋଲି କହିବ
04:11 ବର୍ତ୍ତମାନ ଆପଣଙ୍କୁ ପେମେଣ୍ଟ୍ କରିବାକୁ ହେବ. ଏହାକୁ କ୍ଲିକ୍ କରନ୍ତୁ
04:20 ଏହି କାର୍ଡଗୁଡିକ ମଧ୍ୟରୁ, କୌଣସିଟିକୁ ବ୍ୟବହାର କରି ପାରିବେ
04:22 ଆପଣ Credit card, Net Bankingର ସୁବିଧାକୁ, Debit Card, cash card ଏବଂ ଅନ୍ୟ ସବୁ ବ୍ୟବହାର କରିପାରିବେ
04:29 ଅଧିକାଂଶ ଲୋକଙ୍କୁ ଯେପରି ସୁବିଧା ହେବ ସେଥି ପାଇଁ, ମୁଁ debit cardର ବ୍ୟବହାର ବିଷୟରେ ବର୍ଣ୍ଣନା କରିବି
04:38 ଏଗୁଡିକ ମଧ୍ୟରୁ ମୁଁ ଗୋଟିଏ ଚୟନ କରିବି, ଦୁର୍ଭାଗ୍ୟବଶତଃ ଯେଉଁ ICICI ବ୍ୟାଙ୍କ୍ କାର୍ଡ୍ ମୋ ପାଖରେ ଥାଏ, ବର୍ତ୍ତମାନ ନାହିଁ
04:46 କିନ୍ତୁ ଏହା, ଏଠାରେ ଅନ୍ୟ କୌଣସି କାର୍ଡ୍ ତାଲିକାଭୁକ୍ତ ହୋଇନାହିଁ ବୋଲି ପ୍ରଦର୍ଶନ କରିବ, ଯଦି ଏହା visa or master debit card ହୋଇଥାଏ, ଏଠାରେ କ୍ଲିକ୍ କରନ୍ତୁ
04:55 ତେଣୁ ମୁଁ ଏଠାରେ କ୍ଲିକ୍ କଲି ଏବଂ ଏହି ବାର୍ତ୍ତା ପ୍ରାପ୍ତ ହେଲା ଯେ, the following banks visa / master debit cards can be used to make online transaction as on date
05:09 ତେଣୁ, ICICI ବ୍ୟାଙ୍କ୍ ତାଲିକାଭୁକ୍ତ ହେଲା. ଏହାକୁ ବନ୍ଦ କରନ୍ତୁ ଏବଂ ଏଥି ମଧ୍ୟରୁ ଗୋଟିଏ ଚୟନ କରନ୍ତୁ
05:16 ମୁଁ visa master ଚୟନ କରିବି. ତେଣୁ, Card Type ହେଉଛି Visa
05:23 ମୋ ପାଖରେ ଥିବା ATM କାର୍ଡର ସଂଖ୍ୟାକୁ ପ୍ରଦର୍ଶନ କରିବାର ଆବଶ୍ୟକତା ନାହିଁ
05:27 ଆପଣଙ୍କ debit କାର୍ଡ୍ ଉପରେ ଥିବା ଷୋହଳ ଅଂକ ବିଶିଷ୍ଟ ସଂଖ୍ୟାକୁ ପ୍ରବେଶ କରାନ୍ତୁ ଏବଂ ତା’ପରେ Credit Card Expiry ତାରିଖ ଏବଂ CVV ସଂଖ୍ୟା
05:39 ଯାହା ତିନି ଅଂକ ବିଶିଷ୍ଟ ସଂଖ୍ୟା ଅଟେ, ଆପଣଙ୍କ କାର୍ଡ୍ ପଛପଟେ ଥିବା ଶେଷ ତିନୋଟି ସଂଖ୍ୟା
05:44 ତା’ପରେ ଆପଣଙ୍କ signature. ଏହି ସବୁ ସୂଚନା ପ୍ରବେଶ କଲା ପରେ, Buy ବଟନ୍ ଉପରେ କ୍ଲିକ୍ କରନ୍ତୁ
05:52 ବର୍ତ୍ତମାନ ତାହାକୁ କରନ୍ତୁ. ICICI ବ୍ୟାଙ୍କରୁ ନିମ୍ନଲିଖିତ ବାର୍ତ୍ତା ପ୍ରାପ୍ତ ହେବ
05:57 online କାରବାର ସକାଶେ ଏହି କାର୍ଡକୁ register କରିବା ପାଇଁ validity date , Date Of Birth ଏବଂ
06:04 ତା’ପରେ ଆପଣଙ୍କର ATM pin number ପ୍ରବେଶ କରିବା ଆବଶ୍ୟକ ଅଟେ
06:09 ଉପରୋକ୍ତ କାର୍ଯ୍ୟ ଆପଣ ଦେଖିବା ପାଇଁ, ଏହାକୁ ସାମାନ୍ୟ ବଡ କରନ୍ତୁ
06:14 ଏହି ସମସ୍ତକୁ ପ୍ରବେଶ କରନ୍ତୁ କିନ୍ତୁ ମୁଁ ଏହାକୁ ଆପଣଙ୍କୁ ଦେଖାଇବାକୁ ଚାହେଁ
06:21 ଯେଉଁ ମୁହୁର୍ତ୍ତରେ ମୁଁ ତାହା କରିବି ଏଠାରେ ନିମ୍ନଲିଖିତ ବାର୍ତ୍ତା ପ୍ରାପ୍ତ ହେବ
06:26 ବର୍ତ୍ତମାନ ମୁଁ ଛଅ ଅଂକ ବିଶିଷ୍ଟ ସଂଖ୍ୟା ପ୍ରବେଶ କରୁଛି, ମୋତେ ଏହାକୁ ସଠିକ୍ ଭାବେ ଚୟନ କରିବାକୁ ହେବ. ଏହାକୁ ମନେରଖିବା ମୋ ପାଇଁ ସହଜ ଅଟେ କିନ୍ତୁ ଅନ୍ୟମନଙ୍କ ପାଇଁ ସହଜ ନୁହେଁ
06:36 ଏହାକୁ ଦୁଇଥର ଟାଇପ୍ କରନ୍ତୁ. ଆପଣ ଠିକ୍ ଭାବେ ପାସୱର୍ଡ୍ ସୃଷ୍ଟି କରିଛନ୍ତି ବୋଲି ଏହା ସୁନିଶ୍ଚିତ କରିବ. ଏହା ଟାଇପ୍ ଦ୍ଵାରା ହୋଇଥିବା ଭୁଲକୁ ପ୍ରତିରୋଧ କରେ
06:45 ମନେରଖନ୍ତୁ, ଆପଣଙ୍କୁ ଏହି ପାସୱର୍ଡ୍ କେବଳ ଥରେମାତ୍ର ସୃଷ୍ଟି କରିବାକୁ ହେବ
06:48 ବର୍ତ୍ତମାନ ଠାରୁ, ଆପଣଙ୍କ ଡେବିଟ୍ କାର୍ଡ୍ ସହିତ ଏହି ପାସୱର୍ଡକୁ ବ୍ୟବହାର କରିବେ. ସୁନିଶ୍ଚିତ କରିବା ପାଇଁ submit ଦାବନ୍ତୁ
07:00 Congratulations! The ticket has been booked...., ବାର୍ତ୍ତା ପ୍ରଦର୍ଶିତ ହେବ
07:06 ଧ୍ୟାନ ଦିଅନ୍ତୁ, ଟିକେଟ୍ ସମ୍ବନ୍ଧିୟ ସମସ୍ତ ସୂଚନା, PNR ନମ୍ବର୍ ସହ ପ୍ରାପ୍ତ ହେବ
07:13 ଯାହାଦ୍ଵାରା ଯାତ୍ରା ଆରମ୍ଭ କରିବା ପୂର୍ବରୁ, ଆପଣଙ୍କ wait ତାଲିକାଭୁକ୍ତ ଟିକେଟ୍ ସୁନିଶ୍ଚିତ ହୋଇଛି କି ନାହିଁ ଦେଖିବା ପାଇଁ follow up କରିପାରିବେ
07:21 ବର୍ତ୍ତମାନ ଆମେ IRCTC ଦ୍ଵାରା ପଠାଯାଇଥିବା ଅଟୋମେଟେଡ୍ ଇମେଲକୁ ଦେଖିବା. ଟିକେଟର ସମସ୍ତ ବିବରଣୀ ଏଠାରେ ଅଛି
07:29 ଯଦି ଚାହାଁନ୍ତି, ଆପଣ ଏହାର ଗୋଟିଏ print out ବାହାର କରିପାରିବେ, ସ୍ଲାଇଡକୁ ଫେରିଆସନ୍ତୁ
07:36 ସ୍ଲାଇଡକୁ ଫେରିଆସିଲେ, ତା’ପରେ କ’ଣ କରିବା?
07:39 ଆପଣ ଟିକେଟର ଗୋଟିଏ print out ବାହାର କରିପାରିବେ
07:42 ଆପଣଙ୍କ ଯାତ୍ରା ପୂର୍ବରୁ wait ତାଲିକାଭୁକ୍ତ ଟିକେଟ୍ ସୁନିଶ୍ଚିତ ହୋଇଥାଏ
07:47 wait ତାଲିକାଭୁକ୍ତ ସମୟରେ print out ବାହାର କରିବା ଉତ୍ତମ ଅଟେ
07:51 ଆପଣଙ୍କୁ ଏହାକୁ ପୁନର୍ବାର print କରିବାକୁ ପଡିବ ନାହିଁ
07:53 ଯଦି ଟିକେଟ୍ ସୁନିଶ୍ଚିତ ଅଛି ତେବେ କୌଣସି ଅସୁବିଧା ନାହିଁ
07:58 ଏହି ଟ୍ୟୁଟୋରିଆଲରେ ମୁଁ ପ୍ରଦର୍ଶିତ କରି ଥିବା ପ୍ରକ୍ରିୟା କେତେ ସରଳ ଅଟେ?
08:03 ବିଭିନ୍ନ ATM କାର୍ଡଗୁଡିକରେ ଅତି ନଗନ୍ୟ ଭିନ୍ନତା ଥାଇପାରେ
08:07 credit cards ପାଇଁ ସମାନ ମେଥଡ୍ ଅଟେ; online bank transaction ସମାନ ଅଟେ
08:14 କିନ୍ତୁ ସମସ୍ତ ମେଥଡଗୁଡିକରେ, card କିମ୍ବା accountର ସୂଚନା ପ୍ରବେଶ କରିବା
08:20 ସାମଗ୍ରିକ ପ୍ରକ୍ରିୟା ପ୍ରାୟ ସମାନ ଅଟେ
08:23 ପାସୱର୍ଡ୍ ପ୍ରବେଶ କରିବା ପାଇଁ, କେତେକ ଆପଣଙ୍କ ମୋବାଇଲ୍ ଫୋନକୁ ପଠାଯାଇଥିବା ଅସ୍ଥାୟି କୋଡ୍ ଆବଶ୍ୟକ କରନ୍ତି
08:31 ପରବର୍ତ୍ତି ପ୍ରଶ୍ନ ହେଉଛି: ଜଣେ e-ticket ନା i-ticket କିଣିବ?
08:36 ପ୍ରଥମେ ଚାଲନ୍ତୁ e-ticketରୁ ଆରମ୍ଭ କରିବା. ଜଣେ ଏହାକୁ ଶେଷ ମୁହୁର୍ତ୍ତରେ ମଧ୍ୟ କିଣିପାରିବ
08:41 ଗୋଟିଏ printer କିମ୍ବା smart phoneର ଆବଶ୍ୟକତା ଅଛି. ଯାହା ବି ହେଉ, ଏହାକୁ ହରାଇବାର ଚିନ୍ତା କରନ୍ତୁ ନାହିଁ
08:48 ଯଦି ଆପଣ ଏହାକୁ ହରାଇବେ, ଅନ୍ୟ ଏକ ପ୍ରିଣ୍ଟ୍ ଆଉଟ୍ ବାହାର କରିପାରିବେ
08:51 ଯାତ୍ରା ସମୟରେ, ଆପଣଙ୍କର କେବଳ identity proofର ଆବଶ୍ୟକ ପଡିଥାଏ
08:55 i-Ticket କ୍ଷେତ୍ରରେ, ଏହାକୁ ଗୋଟିଏ courier ସାହାଯ୍ୟରେ ପଠାଯାଇଥାଏ. ଏଥି ପାଇଁ ଆପଣଙ୍କୁ ପାଖାପାଖି 50 ରୁପୀ ଦେବାକୁ ପଡିଥାଏ
09:03 ଡାକ ଦ୍ଵାରା ପାଇବା ପାଇଁ ଆପଣଙ୍କର 2 ରୁ 3 ଦିନ ସମୟ ଥିବା ଦରକାର
09:07 ଏହି ସେବା ସମସ୍ତ ସହର କିମ୍ବା ଗାଁରେ ଉପଲବ୍ଧ ନଥାଏ
09:11 କ୍ୟାନସେଲଶନ୍ କେବଳ ଟିକେଟ୍ କାଉଣ୍ଟରରେ କରାଯାଇପାରିବ
09:15 ଯଦି ଆପଣ i-ticket ସହିତ ଯାତ୍ରା କରନ୍ତି, ତେବେ କୌଣସି identity proofର ଆବଶ୍ୟକତା ନଥାଏ
09:21 ଗୋଟିଏ identity proof କ’ଣ? ସରକାରଙ୍କ ଦ୍ଵାରା ପ୍ରଦାନ ହୋଇଥିବା ଫୋଟୋ ସହିତ କୌଣସି କାର୍ଡ୍ ହୋଇପାରେ:
09:26 PAN କାର୍ଡ୍, Election କାର୍ଡ୍
09:28 Driving license କିମ୍ବା ଗୋଟିଏ Passport. ଏଗୁଡିକ ମଧ୍ୟରୁ କୌଣସି ଗୋଟିଏ ହୋଇପାରେ.
09:33 ବର୍ତ୍ତମାନ ମୁଁ ଗୋଟିଏ ୱେବସାଇଟ୍ ଖୋଲିଛି ଯାହା ଏହାକୁ ବର୍ଣ୍ଣନା କରେ. ଫୋଟୋଗ୍ରାଫ୍ ସହିତ ଏଗୁଡିକ ମଧ୍ୟରୁ କୌଣସି ଗୋଟିଏକୁ ସାଥିରେ ନେବାକୁ ପଡିଥାଏ
09:41 ସ୍ଲାଇଡ୍ସକୁ ଫେରିଆସନ୍ତୁ
09:43 ଏଠାରେ ରିହାତି ମୂଲ୍ୟଗୁଡିକ ଉପଲବ୍ଧ ଅଛି
09:46 ଏଠାରେ ଗୋଟିଏ ଦରକାରି ସାଇଟ୍ ପ୍ରଦତ୍ତ ଅଛି. ବର୍ତ୍ତମାନ ଚାଲନ୍ତୁ ଏହି ସାଇଟକୁ ଦେଖିବା
09:55 ସ୍ଲାଇଡ୍ସକୁ ଫେରିଆସନ୍ତୁ. ବରିଷ୍ଠ ନାଗରିକ 40% ପର୍ଯ୍ୟନ୍ତ ରିହାତି ପାଇପାରିବେ
10:01 ବରିଷ୍ଠ ନାଗରିକ କିଏ? ପୁରୁଷଙ୍କ କ୍ଷେତ୍ରରେ 60 ବର୍ଷରୁ ଊର୍ଦ୍ଧ୍ଵ, ମହିଳାଙ୍କ କ୍ଷେତ୍ରରେ 58 ବର୍ଷରୁ ଊର୍ଦ୍ଧ୍ଵ
10:09 ଯାତ୍ରା ସମୟରେ କୌଣସି ରିହାତି ପାଇଁ, ପ୍ରମାଣ ଆବଶ୍ୟକ ଅଟେ
10:15 ଯାତ୍ରା ସମୟରେ କ’ଣ ସାଥିରେ ନେବେ? ଯଦି ଆପଣ ଗୋଟିଏ e-ticket ବୂକ୍ କରିଥାନ୍ତି, ଟିକେଟର କୌଣସି ପ୍ରମାଣ-ଯେପରି ଆପଣଙ୍କ smart phoneରେ ଗୋଟିଏ e-copy କିମ୍ବା ଟିକେଟର ଗୋଟିଏ ପ୍ରିଣ୍ଟ୍ ଆଉଟ୍ ଏବଂ ଗୋଟିଏ identity card
10:29 କିମ୍ବା i-ticket ନିଅନ୍ତୁ
10:32 ପୂର୍ବରୁ କୁହାଯାଇଛି, i-Ticket କ୍ଷେତ୍ରରେ, identity proofର ଆବଶ୍ୟକତା ନାହିଁ
10:37 ମୋ ପାଖରେ ଆପଣଙ୍କ ପାଇଁ ନିମ୍ନଲିଖିତ ଉପଯୋଗୀ ଟିପ୍ସ ଅଛି
10:40 ଦୟାକରି ପୂର୍ବରୁ ବୂକ୍ କରନ୍ତୁ
10:42 ଯାତ୍ରାକରିବାର ସୁଯୋଗ କମ୍ ଥିଲେ ମଧ୍ୟ ବୂକ୍ କରନ୍ତୁ
10:46 ଆପଣ ସବୁ ସମୟରେ ଟିକେଟ୍ କ୍ୟାନସଲ୍ କରିପାରିବେ; ଯଦି କ୍ୟାନସଲ୍ କରିବେ ଆପଣ କିଛି ଅର୍ଥ ହାରାଇବେ
10:51 ଯାହାହେଉ, ଟିକେଟ୍ ନଥିବା ଅପେକ୍ଷା ଏହା ଭଲ ମାର୍ଗ ଅଟେ
10:55 ଆପଣ ଶେଷ ସମୟରେ ଟିକେଟ୍ କିଣି ପାରିବେ ନାହିଁ
10:57 ଯେତେବେଳେ IRCTC ୱେବସାଇଟ୍ ଦୃତ ଥିବ, ସେହି ସମୟରେ ବୂକ୍ କରନ୍ତୁ-
11:01 ବିଶେଷକରି, ମଧ୍ୟାହ୍ନ କିମ୍ବା ବିଳମ୍ବିତ ରାତିରେ ଦୃତ ରହେ
11:06 ଯଦି ପାରୁଚନ୍ତି 8 ରୁ 10AM ସମୟକୁ ବାଦ୍ ଦିଅନ୍ତୁ
11:10 ପରବର୍ତ୍ତି ଟ୍ୟୁଟୋରିଆଲରେ, ଆମେ IRCTC ମାଧ୍ୟମରେ କିପରି ବୂକ୍ ହୋଇଥିବା ଟିକେଟକୁ ପରିଚାଳିତ କରିବା ବିଷୟରେ ଆଲୋଚନା କରିବା
11:18 ପୂର୍ବ ବୂକିଙ୍ଗକୁ କିପରି ଦେଖିପାରିବା
11:20 PNRର ଅବସ୍ଥିତିକୁ କିପରି ଯାଞ୍ଚ୍ କରିବା
11:23 ଏବଂ ଟିକେଟକୁ କିପରି କ୍ୟାନସଲ୍ କରିବା
11:25 ବର୍ତ୍ତମାନ ମୁଁ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ କହିବି.
11:28 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
11:35 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:38 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
11:43 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
11:45 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:48 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
11:51 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ସମ୍ପର୍କ କରନ୍ତୁ
11:54 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
11:58 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
12:03 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
12:12 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
12:15 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep