Digital-Divide/C2/How-to-buy-the-train-ticket/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Online Train booking ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:05 | ଏହା, Kannan Moudgalya ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି |
00:08 | ଏହି ଟ୍ୟୁଟୋରିଆଲରେ, ଆମେ irctcରେ କିପରି ଗୋଟିଏ ଟିକେଟକୁ ଚୟନ କରାଯାଏ, ଶିଖିବା |
00:13 | ଭ୍ରମଣର ବିଭାଗକୁ ଚୟନ କରିବା |
00:16 | ଟ୍ରେନ୍ ଓ ଭ୍ରମଣର ଶ୍ରେଣୀକୁ ଚୟନ କରିବା |
00:19 | ୟୁଜର୍ ସୂଚନାକୁ ପ୍ରବେଶ କରିବା ଏବଂ e-ticket କିମ୍ବା i-ticket ଚୟନ କରିବା |
00:24 | ପ୍ରଥମଥର ପାଇଁ, ଗୋଟିଏ debit cardର ବ୍ୟବହାର ଏବଂ ଏହାକୁ online ଟିକେଟ୍ କିଣିବା ପାଇଁ କିପରି ବ୍ୟବହାର କରାଯାଏ, ପ୍ରଦର୍ଶନ କରାଯିବ |
00:32 | ଗୋଟିଏ ଟିକେଟ୍ କିଣିବା ପାଇଁ କ’ଣ ଆବଶ୍ୟକ? ପେମେଣ୍ଟ୍ ପାଇଁ ନିମ୍ନଲିଖିତ ମଧ୍ୟରୁ ଗୋଟିଏ ଆବଶ୍ୟକ- |
00:36 | ବ୍ୟାଙ୍କ୍ ଆକାଉଣ୍ଟ୍ ସହିତ ଗୋଟିଏ ATM କାର୍ଡ୍ |
00:39 | Online କାରବାର ପାଇଁ ସକ୍ଷମ ଥିବା ବ୍ୟାଙ୍କ୍ ଆକାଉଣ୍ଟ୍ |
00:43 | credit card. ଏବଂ ନିଶ୍ଚିତ ଭାବେ କମ୍ପ୍ୟୁଟର୍ ସହିତ ଇଣ୍ଟରନେଟ୍ ସଂଯୋଗ ଅବଶ୍ୟକ |
00:48 | ମୁଁ ନିମ୍ନଲିଖିତ ମାର୍ଗ ଚୟନ କରିବି- |
00:50 | ମୋ ପାଖରେ ଗୋଟିଏ ICICI ATM କାର୍ଡ୍ ଅଛି |
00:53 | ଏହା ଗୋଟିଏ visa debit କାର୍ଡ୍ ମଧ୍ୟ |
00:56 | ତେଣୁ, ଚାଲନ୍ତୁ ବର୍ତ୍ତମାନ ଗୋଟିଏ ଟିକେଟ୍ କିଣିବା |
00:59 | Usernameରେ ଟାଇପ୍ କରନ୍ତୁ, kannan ଅଣ୍ଡରସ୍କୋର୍ Mou, Password ମଧ୍ୟ... ଏଠାରେ login କରନ୍ତୁ |
01:12 | ଧରିନିଅନ୍ତୁ, ଆପଣ Mumbaiରୁ ଯାତ୍ରା କରିବେ. ତେଣୁ, ଚାରୋଟି ଅକ୍ଷର ଟାଇପ୍ କରିବା ପାଇଁ ଏଥିରେ ନିର୍ଦ୍ଦେଶ୍ ଅଛି. ମୁଁ Mumbai Central ଚୟନ କରିବାକୁ ଚାହୁଁଛି. ଚାରୋଟି ଅକ୍ଷର SURA ଟାଇପ୍ କରନ୍ତୁ ଏବଂ ଅପେକ୍ଷା କରନ୍ତୁ |
01:26 | ପ୍ରକୃତରେ ମୁଁ Surat ଯିବାକୁ ଚାହୁଁଛି |
01:28 | ଷ୍ଟେଶନ୍ କୋଡ୍ ଉପରେ ଧ୍ୟାନ ଦିଅନ୍ତୁ, Bombay Central ପାଇଁ BCT ଏବଂ Surat ପାଇଁ ST |
01:35 | ଭବିଷ୍ୟତରେ, ଆପଣ ସିଧା ସିଧା BCT ଓ ST ଟାଇପ୍ କରିପାରିବେ, ଉଦାହରଣ ପାଇଁ ଏହାକୁ ଡିଲିଟ୍ କରନ୍ତୁ ଏବଂ BCT ଟାଇପ୍ କରନ୍ତୁ; ଏହାକୁ ଏହିପରି ଛାଡିଦିଅନ୍ତୁ |
01:47 | Date..ରେ 23rd December ଚୟନ କରନ୍ତୁ. ବାକି ସବୁକୁ ଯାହା ଅଛି ସେହିପରି ଚୟନ କରନ୍ତୁ e-ticket ଓ General |
01:55 | ମୁଁ e-ticket କିମ୍ବା i-ticket ବିଷୟରେ କହିବି – ଅପ୍ସନ୍ କ’ଣ ସବୁ ଅଛି, |
01:59 | ପାର୍ଥକ୍ୟଗୁଡିକୁ ମୁଁ ପରେ ବର୍ଣ୍ଣନା କରିବି |
02:02 | ଚାଲନ୍ତୁ ଟ୍ରେନ୍ ଖୋଜିବା Train name...ପାଇଁ ଡାହାଣକୁ ସ୍ଲାଇଡ୍ କରନ୍ତୁ ଏବଂ ଦେଖନ୍ତୁ ଯେ |
02:08 | ଆପଣ ବହୁତଗୁଡିଏ ଟ୍ରେନ୍ ପାଇବେ. ଚାଲନ୍ତୁ fontକୁ ସାମାନ୍ୟ ଛୋଟ କରନ୍ତୁ |
02:11 | ଯଦ୍ଵାରା ଆପଣ ସବୁଗୁଡିକୁ ଦେଖିପାରିବେ |
02:15 | ଧରିନିଅନ୍ତୁ, ଆପଣ 12935 ସଂଖ୍ୟା ଥିବା ଟ୍ରେନରେ ଯିବାକୁ ଚାହାଁନ୍ତି |
02:19 | ତେଣୁ, two S... ଦ୍ଵିତୀୟ ଶ୍ରେଣୀରେ ଆପଣଙ୍କ ପାଇଁ ଟିକେଟ୍ ଉପଲବ୍ଧ ଅଛି କି ନାହିଁ ଯାଞ୍ଚ କରନ୍ତୁ |
02:24 | ଏବେ ଟିକେ ତଳକୁ ସ୍କ୍ରୋଲ୍ କରନ୍ତୁ. ଏହା wait ତାଲିକାରେ ଅଛି ବୋଲି ତତକ୍ଷଣାତ୍ ପ୍ରଦର୍ଶନ କରିବ |
02:29 | wait ତାଲିକାରେ ଥିଲେ ମଧ୍ୟ ମୋ ପାଇଁ କିଛି ଅସୁବିଧା ନାହିଁ. ମୁଁ ଏହାକୁ ବୂକ୍ କରିବାକୁ ଚାହେଁ |
02:34 | ତେଣୁ, ଏହାକୁ କ୍ଲିକ୍ କରନ୍ତୁ; The 'From' station that I have selected does not exist on the route choose one of these....ବାର୍ତ୍ତା ପ୍ରଦର୍ଶିତ ହେବ |
02:44 | ଧରିନିଅନ୍ତୁ, ଆପଣ Bandra Terminusକୁ ଚୟନ କରିବାକୁ ଚାହାଁନ୍ତି, ଏହାକୁ ବୂକ୍ କରନ୍ତୁ |
02:57 | ଠିକ ଅଛି, ତାହେଲେ ଟାଇପ୍ କରିବି, ନାମ Kannan Moudgalya, Age-53, Male, Berth preferenceରେ ଧରିନିଅନ୍ତୁ, ମୂଁ Window seat ଚୟନ କଲି |
03:12 | ତେଣୁ, ଏହା Senior Citizen ପାଇଁ ଗୋଟିଏ ବଟନ୍ ଦେବ ଏବଂ ଗୋଟିଏ ବାର୍ତ୍ତା ପ୍ରାପ୍ତ ହେବ ଯେ, passenger's age should be 60 years or more. OK ଦାବନ୍ତୁ |
03:22 | ଏବଂ ଯଦି ଆପଣ female senior citizen ହୋଇଥିବେ, ତେବେ ଏହା passenger's age should be 58 years or more ବୋଲି ଦର୍ଶାଇବ |
03:31 | ତେଣୁ, senior citizen ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳାଙ୍କୁ 58 ବର୍ଷ ଏବଂ ପୁରୁଷଙ୍କୁ 60 ବର୍ଷ ବୟସ ହେବା ଆବଶ୍ୟକ |
03:39 | ସିନିଅର୍ ସିଟିଜେନଙ୍କ ପାଇଁ ରିହାତି ଅଛି |
03:41 | Male, Window Seatକୁ ଫେରି ଆସନ୍ତୁ |
03:45 | ଏହି ସବୁ ପାଇଁ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ; ଆପଣଙ୍କୁ କେବଳ ଏହି E37745A ଇମେଜଟିକୁ, ପ୍ରବେଶ କରିବାକୁ ହେବ |
03:58 | Go ଦାବନ୍ତୁ |
04:03 | ଏହା ସମସ୍ତ ବିବରଣୀ ଦେବ, ଏବଂ ସମସ୍ତ ରାଶି 99 ବୋଲି କହିବ |
04:11 | ବର୍ତ୍ତମାନ ଆପଣଙ୍କୁ ପେମେଣ୍ଟ୍ କରିବାକୁ ହେବ. ଏହାକୁ କ୍ଲିକ୍ କରନ୍ତୁ |
04:20 | ଏହି କାର୍ଡଗୁଡିକ ମଧ୍ୟରୁ, କୌଣସିଟିକୁ ବ୍ୟବହାର କରି ପାରିବେ |
04:22 | ଆପଣ Credit card, Net Bankingର ସୁବିଧାକୁ, Debit Card, cash card ଏବଂ ଅନ୍ୟ ସବୁ ବ୍ୟବହାର କରିପାରିବେ |
04:29 | ଅଧିକାଂଶ ଲୋକଙ୍କୁ ଯେପରି ସୁବିଧା ହେବ ସେଥି ପାଇଁ, ମୁଁ debit cardର ବ୍ୟବହାର ବିଷୟରେ ବର୍ଣ୍ଣନା କରିବି |
04:38 | ଏଗୁଡିକ ମଧ୍ୟରୁ ମୁଁ ଗୋଟିଏ ଚୟନ କରିବି, ଦୁର୍ଭାଗ୍ୟବଶତଃ ଯେଉଁ ICICI ବ୍ୟାଙ୍କ୍ କାର୍ଡ୍ ମୋ ପାଖରେ ଥାଏ, ବର୍ତ୍ତମାନ ନାହିଁ |
04:46 | କିନ୍ତୁ ଏହା, ଏଠାରେ ଅନ୍ୟ କୌଣସି କାର୍ଡ୍ ତାଲିକାଭୁକ୍ତ ହୋଇନାହିଁ ବୋଲି ପ୍ରଦର୍ଶନ କରିବ, ଯଦି ଏହା visa or master debit card ହୋଇଥାଏ, ଏଠାରେ କ୍ଲିକ୍ କରନ୍ତୁ |
04:55 | ତେଣୁ ମୁଁ ଏଠାରେ କ୍ଲିକ୍ କଲି ଏବଂ ଏହି ବାର୍ତ୍ତା ପ୍ରାପ୍ତ ହେଲା ଯେ, the following banks visa / master debit cards can be used to make online transaction as on date |
05:09 | ତେଣୁ, ICICI ବ୍ୟାଙ୍କ୍ ତାଲିକାଭୁକ୍ତ ହେଲା. ଏହାକୁ ବନ୍ଦ କରନ୍ତୁ ଏବଂ ଏଥି ମଧ୍ୟରୁ ଗୋଟିଏ ଚୟନ କରନ୍ତୁ |
05:16 | ମୁଁ visa master ଚୟନ କରିବି. ତେଣୁ, Card Type ହେଉଛି Visa |
05:23 | ମୋ ପାଖରେ ଥିବା ATM କାର୍ଡର ସଂଖ୍ୟାକୁ ପ୍ରଦର୍ଶନ କରିବାର ଆବଶ୍ୟକତା ନାହିଁ |
05:27 | ଆପଣଙ୍କ debit କାର୍ଡ୍ ଉପରେ ଥିବା ଷୋହଳ ଅଂକ ବିଶିଷ୍ଟ ସଂଖ୍ୟାକୁ ପ୍ରବେଶ କରାନ୍ତୁ ଏବଂ ତା’ପରେ Credit Card Expiry ତାରିଖ ଏବଂ CVV ସଂଖ୍ୟା |
05:39 | ଯାହା ତିନି ଅଂକ ବିଶିଷ୍ଟ ସଂଖ୍ୟା ଅଟେ, ଆପଣଙ୍କ କାର୍ଡ୍ ପଛପଟେ ଥିବା ଶେଷ ତିନୋଟି ସଂଖ୍ୟା |
05:44 | ତା’ପରେ ଆପଣଙ୍କ signature. ଏହି ସବୁ ସୂଚନା ପ୍ରବେଶ କଲା ପରେ, Buy ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:52 | ବର୍ତ୍ତମାନ ତାହାକୁ କରନ୍ତୁ. ICICI ବ୍ୟାଙ୍କରୁ ନିମ୍ନଲିଖିତ ବାର୍ତ୍ତା ପ୍ରାପ୍ତ ହେବ |
05:57 | online କାରବାର ସକାଶେ ଏହି କାର୍ଡକୁ register କରିବା ପାଇଁ validity date , Date Of Birth ଏବଂ |
06:04 | ତା’ପରେ ଆପଣଙ୍କର ATM pin number ପ୍ରବେଶ କରିବା ଆବଶ୍ୟକ ଅଟେ |
06:09 | ଉପରୋକ୍ତ କାର୍ଯ୍ୟ ଆପଣ ଦେଖିବା ପାଇଁ, ଏହାକୁ ସାମାନ୍ୟ ବଡ କରନ୍ତୁ |
06:14 | ଏହି ସମସ୍ତକୁ ପ୍ରବେଶ କରନ୍ତୁ କିନ୍ତୁ ମୁଁ ଏହାକୁ ଆପଣଙ୍କୁ ଦେଖାଇବାକୁ ଚାହେଁ |
06:21 | ଯେଉଁ ମୁହୁର୍ତ୍ତରେ ମୁଁ ତାହା କରିବି ଏଠାରେ ନିମ୍ନଲିଖିତ ବାର୍ତ୍ତା ପ୍ରାପ୍ତ ହେବ |
06:26 | ବର୍ତ୍ତମାନ ମୁଁ ଛଅ ଅଂକ ବିଶିଷ୍ଟ ସଂଖ୍ୟା ପ୍ରବେଶ କରୁଛି, ମୋତେ ଏହାକୁ ସଠିକ୍ ଭାବେ ଚୟନ କରିବାକୁ ହେବ. ଏହାକୁ ମନେରଖିବା ମୋ ପାଇଁ ସହଜ ଅଟେ କିନ୍ତୁ ଅନ୍ୟମନଙ୍କ ପାଇଁ ସହଜ ନୁହେଁ |
06:36 | ଏହାକୁ ଦୁଇଥର ଟାଇପ୍ କରନ୍ତୁ. ଆପଣ ଠିକ୍ ଭାବେ ପାସୱର୍ଡ୍ ସୃଷ୍ଟି କରିଛନ୍ତି ବୋଲି ଏହା ସୁନିଶ୍ଚିତ କରିବ. ଏହା ଟାଇପ୍ ଦ୍ଵାରା ହୋଇଥିବା ଭୁଲକୁ ପ୍ରତିରୋଧ କରେ |
06:45 | ମନେରଖନ୍ତୁ, ଆପଣଙ୍କୁ ଏହି ପାସୱର୍ଡ୍ କେବଳ ଥରେମାତ୍ର ସୃଷ୍ଟି କରିବାକୁ ହେବ |
06:48 | ବର୍ତ୍ତମାନ ଠାରୁ, ଆପଣଙ୍କ ଡେବିଟ୍ କାର୍ଡ୍ ସହିତ ଏହି ପାସୱର୍ଡକୁ ବ୍ୟବହାର କରିବେ. ସୁନିଶ୍ଚିତ କରିବା ପାଇଁ submit ଦାବନ୍ତୁ |
07:00 | Congratulations! The ticket has been booked...., ବାର୍ତ୍ତା ପ୍ରଦର୍ଶିତ ହେବ |
07:06 | ଧ୍ୟାନ ଦିଅନ୍ତୁ, ଟିକେଟ୍ ସମ୍ବନ୍ଧିୟ ସମସ୍ତ ସୂଚନା, PNR ନମ୍ବର୍ ସହ ପ୍ରାପ୍ତ ହେବ |
07:13 | ଯାହାଦ୍ଵାରା ଯାତ୍ରା ଆରମ୍ଭ କରିବା ପୂର୍ବରୁ, ଆପଣଙ୍କ wait ତାଲିକାଭୁକ୍ତ ଟିକେଟ୍ ସୁନିଶ୍ଚିତ ହୋଇଛି କି ନାହିଁ ଦେଖିବା ପାଇଁ follow up କରିପାରିବେ |
07:21 | ବର୍ତ୍ତମାନ ଆମେ IRCTC ଦ୍ଵାରା ପଠାଯାଇଥିବା ଅଟୋମେଟେଡ୍ ଇମେଲକୁ ଦେଖିବା. ଟିକେଟର ସମସ୍ତ ବିବରଣୀ ଏଠାରେ ଅଛି |
07:29 | ଯଦି ଚାହାଁନ୍ତି, ଆପଣ ଏହାର ଗୋଟିଏ print out ବାହାର କରିପାରିବେ, ସ୍ଲାଇଡକୁ ଫେରିଆସନ୍ତୁ |
07:36 | ସ୍ଲାଇଡକୁ ଫେରିଆସିଲେ, ତା’ପରେ କ’ଣ କରିବା? |
07:39 | ଆପଣ ଟିକେଟର ଗୋଟିଏ print out ବାହାର କରିପାରିବେ |
07:42 | ଆପଣଙ୍କ ଯାତ୍ରା ପୂର୍ବରୁ wait ତାଲିକାଭୁକ୍ତ ଟିକେଟ୍ ସୁନିଶ୍ଚିତ ହୋଇଥାଏ |
07:47 | wait ତାଲିକାଭୁକ୍ତ ସମୟରେ print out ବାହାର କରିବା ଉତ୍ତମ ଅଟେ |
07:51 | ଆପଣଙ୍କୁ ଏହାକୁ ପୁନର୍ବାର print କରିବାକୁ ପଡିବ ନାହିଁ |
07:53 | ଯଦି ଟିକେଟ୍ ସୁନିଶ୍ଚିତ ଅଛି ତେବେ କୌଣସି ଅସୁବିଧା ନାହିଁ |
07:58 | ଏହି ଟ୍ୟୁଟୋରିଆଲରେ ମୁଁ ପ୍ରଦର୍ଶିତ କରି ଥିବା ପ୍ରକ୍ରିୟା କେତେ ସରଳ ଅଟେ? |
08:03 | ବିଭିନ୍ନ ATM କାର୍ଡଗୁଡିକରେ ଅତି ନଗନ୍ୟ ଭିନ୍ନତା ଥାଇପାରେ |
08:07 | credit cards ପାଇଁ ସମାନ ମେଥଡ୍ ଅଟେ; online bank transaction ସମାନ ଅଟେ |
08:14 | କିନ୍ତୁ ସମସ୍ତ ମେଥଡଗୁଡିକରେ, card କିମ୍ବା accountର ସୂଚନା ପ୍ରବେଶ କରିବା |
08:20 | ସାମଗ୍ରିକ ପ୍ରକ୍ରିୟା ପ୍ରାୟ ସମାନ ଅଟେ |
08:23 | ପାସୱର୍ଡ୍ ପ୍ରବେଶ କରିବା ପାଇଁ, କେତେକ ଆପଣଙ୍କ ମୋବାଇଲ୍ ଫୋନକୁ ପଠାଯାଇଥିବା ଅସ୍ଥାୟି କୋଡ୍ ଆବଶ୍ୟକ କରନ୍ତି |
08:31 | ପରବର୍ତ୍ତି ପ୍ରଶ୍ନ ହେଉଛି: ଜଣେ e-ticket ନା i-ticket କିଣିବ? |
08:36 | ପ୍ରଥମେ ଚାଲନ୍ତୁ e-ticketରୁ ଆରମ୍ଭ କରିବା. ଜଣେ ଏହାକୁ ଶେଷ ମୁହୁର୍ତ୍ତରେ ମଧ୍ୟ କିଣିପାରିବ |
08:41 | ଗୋଟିଏ printer କିମ୍ବା smart phoneର ଆବଶ୍ୟକତା ଅଛି. ଯାହା ବି ହେଉ, ଏହାକୁ ହରାଇବାର ଚିନ୍ତା କରନ୍ତୁ ନାହିଁ |
08:48 | ଯଦି ଆପଣ ଏହାକୁ ହରାଇବେ, ଅନ୍ୟ ଏକ ପ୍ରିଣ୍ଟ୍ ଆଉଟ୍ ବାହାର କରିପାରିବେ |
08:51 | ଯାତ୍ରା ସମୟରେ, ଆପଣଙ୍କର କେବଳ identity proofର ଆବଶ୍ୟକ ପଡିଥାଏ |
08:55 | i-Ticket କ୍ଷେତ୍ରରେ, ଏହାକୁ ଗୋଟିଏ courier ସାହାଯ୍ୟରେ ପଠାଯାଇଥାଏ. ଏଥି ପାଇଁ ଆପଣଙ୍କୁ ପାଖାପାଖି 50 ରୁପୀ ଦେବାକୁ ପଡିଥାଏ |
09:03 | ଡାକ ଦ୍ଵାରା ପାଇବା ପାଇଁ ଆପଣଙ୍କର 2 ରୁ 3 ଦିନ ସମୟ ଥିବା ଦରକାର |
09:07 | ଏହି ସେବା ସମସ୍ତ ସହର କିମ୍ବା ଗାଁରେ ଉପଲବ୍ଧ ନଥାଏ |
09:11 | କ୍ୟାନସେଲଶନ୍ କେବଳ ଟିକେଟ୍ କାଉଣ୍ଟରରେ କରାଯାଇପାରିବ |
09:15 | ଯଦି ଆପଣ i-ticket ସହିତ ଯାତ୍ରା କରନ୍ତି, ତେବେ କୌଣସି identity proofର ଆବଶ୍ୟକତା ନଥାଏ |
09:21 | ଗୋଟିଏ identity proof କ’ଣ? ସରକାରଙ୍କ ଦ୍ଵାରା ପ୍ରଦାନ ହୋଇଥିବା ଫୋଟୋ ସହିତ କୌଣସି କାର୍ଡ୍ ହୋଇପାରେ: |
09:26 | PAN କାର୍ଡ୍, Election କାର୍ଡ୍ |
09:28 | Driving license କିମ୍ବା ଗୋଟିଏ Passport. ଏଗୁଡିକ ମଧ୍ୟରୁ କୌଣସି ଗୋଟିଏ ହୋଇପାରେ. |
09:33 | ବର୍ତ୍ତମାନ ମୁଁ ଗୋଟିଏ ୱେବସାଇଟ୍ ଖୋଲିଛି ଯାହା ଏହାକୁ ବର୍ଣ୍ଣନା କରେ. ଫୋଟୋଗ୍ରାଫ୍ ସହିତ ଏଗୁଡିକ ମଧ୍ୟରୁ କୌଣସି ଗୋଟିଏକୁ ସାଥିରେ ନେବାକୁ ପଡିଥାଏ |
09:41 | ସ୍ଲାଇଡ୍ସକୁ ଫେରିଆସନ୍ତୁ |
09:43 | ଏଠାରେ ରିହାତି ମୂଲ୍ୟଗୁଡିକ ଉପଲବ୍ଧ ଅଛି |
09:46 | ଏଠାରେ ଗୋଟିଏ ଦରକାରି ସାଇଟ୍ ପ୍ରଦତ୍ତ ଅଛି. ବର୍ତ୍ତମାନ ଚାଲନ୍ତୁ ଏହି ସାଇଟକୁ ଦେଖିବା |
09:55 | ସ୍ଲାଇଡ୍ସକୁ ଫେରିଆସନ୍ତୁ. ବରିଷ୍ଠ ନାଗରିକ 40% ପର୍ଯ୍ୟନ୍ତ ରିହାତି ପାଇପାରିବେ |
10:01 | ବରିଷ୍ଠ ନାଗରିକ କିଏ? ପୁରୁଷଙ୍କ କ୍ଷେତ୍ରରେ 60 ବର୍ଷରୁ ଊର୍ଦ୍ଧ୍ଵ, ମହିଳାଙ୍କ କ୍ଷେତ୍ରରେ 58 ବର୍ଷରୁ ଊର୍ଦ୍ଧ୍ଵ |
10:09 | ଯାତ୍ରା ସମୟରେ କୌଣସି ରିହାତି ପାଇଁ, ପ୍ରମାଣ ଆବଶ୍ୟକ ଅଟେ |
10:15 | ଯାତ୍ରା ସମୟରେ କ’ଣ ସାଥିରେ ନେବେ? ଯଦି ଆପଣ ଗୋଟିଏ e-ticket ବୂକ୍ କରିଥାନ୍ତି, ଟିକେଟର କୌଣସି ପ୍ରମାଣ-ଯେପରି ଆପଣଙ୍କ smart phoneରେ ଗୋଟିଏ e-copy କିମ୍ବା ଟିକେଟର ଗୋଟିଏ ପ୍ରିଣ୍ଟ୍ ଆଉଟ୍ ଏବଂ ଗୋଟିଏ identity card |
10:29 | କିମ୍ବା i-ticket ନିଅନ୍ତୁ |
10:32 | ପୂର୍ବରୁ କୁହାଯାଇଛି, i-Ticket କ୍ଷେତ୍ରରେ, identity proofର ଆବଶ୍ୟକତା ନାହିଁ |
10:37 | ମୋ ପାଖରେ ଆପଣଙ୍କ ପାଇଁ ନିମ୍ନଲିଖିତ ଉପଯୋଗୀ ଟିପ୍ସ ଅଛି |
10:40 | ଦୟାକରି ପୂର୍ବରୁ ବୂକ୍ କରନ୍ତୁ |
10:42 | ଯାତ୍ରାକରିବାର ସୁଯୋଗ କମ୍ ଥିଲେ ମଧ୍ୟ ବୂକ୍ କରନ୍ତୁ |
10:46 | ଆପଣ ସବୁ ସମୟରେ ଟିକେଟ୍ କ୍ୟାନସଲ୍ କରିପାରିବେ; ଯଦି କ୍ୟାନସଲ୍ କରିବେ ଆପଣ କିଛି ଅର୍ଥ ହାରାଇବେ |
10:51 | ଯାହାହେଉ, ଟିକେଟ୍ ନଥିବା ଅପେକ୍ଷା ଏହା ଭଲ ମାର୍ଗ ଅଟେ |
10:55 | ଆପଣ ଶେଷ ସମୟରେ ଟିକେଟ୍ କିଣି ପାରିବେ ନାହିଁ |
10:57 | ଯେତେବେଳେ IRCTC ୱେବସାଇଟ୍ ଦୃତ ଥିବ, ସେହି ସମୟରେ ବୂକ୍ କରନ୍ତୁ- |
11:01 | ବିଶେଷକରି, ମଧ୍ୟାହ୍ନ କିମ୍ବା ବିଳମ୍ବିତ ରାତିରେ ଦୃତ ରହେ |
11:06 | ଯଦି ପାରୁଚନ୍ତି 8 ରୁ 10AM ସମୟକୁ ବାଦ୍ ଦିଅନ୍ତୁ |
11:10 | ପରବର୍ତ୍ତି ଟ୍ୟୁଟୋରିଆଲରେ, ଆମେ IRCTC ମାଧ୍ୟମରେ କିପରି ବୂକ୍ ହୋଇଥିବା ଟିକେଟକୁ ପରିଚାଳିତ କରିବା ବିଷୟରେ ଆଲୋଚନା କରିବା |
11:18 | ପୂର୍ବ ବୂକିଙ୍ଗକୁ କିପରି ଦେଖିପାରିବା |
11:20 | PNRର ଅବସ୍ଥିତିକୁ କିପରି ଯାଞ୍ଚ୍ କରିବା |
11:23 | ଏବଂ ଟିକେଟକୁ କିପରି କ୍ୟାନସଲ୍ କରିବା |
11:25 | ବର୍ତ୍ତମାନ ମୁଁ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ କହିବି. |
11:28 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
11:35 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
11:38 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
11:43 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
11:45 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
11:48 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
11:51 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ସମ୍ପର୍କ କରନ୍ତୁ |
11:54 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
11:58 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
12:03 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
12:12 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
12:15 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |