Digital-Divide/C2/How-to-apply-for-a-PAN-Card/Oriya

From Script | Spoken-Tutorial
Revision as of 17:04, 15 June 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, How to apply for a PAN card ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ୍
00:06 ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ PAN କାର୍ଡ୍ ଆବେଦନର ପ୍ରକ୍ରିୟା ବିଷୟରେ ଶିଖିବା
00:12 ବ୍ୟକ୍ତିଗତ ପ୍ରମାଣପତ୍ର
00:15 ଦରଖାସ୍ତର ଷ୍ଟାଟସକୁ ଟ୍ରାକ୍ କରିବା
00:18 Pan ଆବେଦନ ଫର୍ମକୁ Form 49A କୁହାଯାଏ
00:24 ଏହି ଫର୍ମକୁ ନିମ୍ନରେ ଦିଆଯାଇଥିବା ଲିଙ୍କରୁ ଡାଉନଲୋଡ୍ କରିପାରିବେ
00:28 ଡାଉନଲୋଡ୍ କରିସାରିଲା ପରେ, ସେହି ଫର୍ମର ଗୋଟିଏ ପ୍ରିଣ୍ଟ୍ ଆଉଟ୍ ବାହାର କରନ୍ତୁ
00:35 ପରବର୍ତ୍ତୀ ସୋପାନ ହେଉଛି ଫର୍ମ୍ ପୂରଣ କରିବା
00:38 ଫର୍ମକୁ ପଢିହେବା ଭଳି BLOCK LETTERSରେ, କେବଳ ଇଙ୍ଗଲିଶରେ ପୂରଣ କରିବାକୁ ହେବ
00:45 ଫର୍ମ୍ ପୂରଣ ପାଇଁ କଳା ଇଙ୍କ୍ ଥିବା ପେନର ବ୍ୟବହାର ଗ୍ରହଣୀୟ ଅଟେ
00:49 ପ୍ରତ୍ୟେକ କୋଠରୀରେ କେବଳ ଗୋଟିଏ ଅକ୍ଷର ଭର୍ତ୍ତି ହେବ, ଯେପରି ଅକ୍ଷର/ସଂଖ୍ୟା/ପଙ୍କଚୁୟେଶନ୍ ଚିହ୍ନ
00:58 ପ୍ରତ୍ୟେକ ଶବ୍ଦ ପରେ ଗୋଟିଏ ଶୂନ୍ୟ କୋଠରୀ ଛାଡିବା ଜରୁରୀ ଅଟେ
01:03 ଏକକ ଆବେଦନକାରୀଙ୍କର ଧଳା ବ୍ୟାକଗ୍ରାଉଣ୍ଡ ସହିତ ଗୋଟିଏ ସଦ୍ୟ ରଙ୍ଗିନ୍ ଫୋଟୋଗ୍ରାଫ୍ ଆବଶ୍ୟକ
01:09 ଏହି ଫୋଟୋଗୁଡିକୁ, ଫର୍ମରେ ଯଥା ସ୍ଥାନରେ ପେଷ୍ଟ୍ କରିବାକୁ ହେବ
01:14 ଫୋଟୋର ଆକାର 3.5cm x 2.5cm ହେବା ଆବଶ୍ୟକ
01:21 ଫୋଟୋଗୁଡିକୁ ଫର୍ମରେ, ଷ୍ଟାପଲ୍ କିମ୍ବା କ୍ଲିପ୍ କରିବେ ନାହିଁ
01:26 ବାମପଟରେ ଥିବା ଫୋଟୋ ଉପରେ ଗୋଟିଏ ହସ୍ତାକ୍ଷର କିମ୍ବା ବୃଦ୍ଧାଙ୍ଗୁଳି ଚିହ୍ନ ରହିବା ଜରୁରୀ ଅଟେ
01:32 ଡାହାଣପଟ ଫୋଟୋର ତଳେ ହସ୍ତାକ୍ଷର କିମ୍ବା ବୃଦ୍ଧାଙ୍ଗୁଳି ଚିହ୍ନ ରହିବା ଜରୁରୀ ଅଟେ
01:39 ବୃଦ୍ଧାଙ୍ଗୁଳି ଚିହ୍ନ ଗୋଟିଏ Notary Public କିମ୍ବା ଜଣେ କ୍ଷମତାଶୀନ ସରକାରୀ କର୍ମଚାରୀଙ୍କ ସରକାରୀ ସିଲ୍ ଓ ଷ୍ଟାମ୍ପ୍ ସହିତ ଆଟେଷ୍ଟ୍ ହେବା ଆବଶ୍ୟକ
01:48 ବର୍ତ୍ତମାନ ଫର୍ମ୍ ପୂରଣ କରିବା ଆରମ୍ଭ କରନ୍ତୁ
01:51 ପ୍ରଥମେ, Assessing officerଙ୍କ ବିବରଣୀକୁ ପୂରଣ କରନ୍ତୁ
01:58 Assessing officerଙ୍କ ବିବରଣୀ ନିମ୍ନଲିଖିତ ୱେବପେଜଗୁଡିକରେ ପାଇପାରିବେ–
02:08 Item 1 ବିଭାଗରେ, ନିଜର ବ୍ୟକ୍ତିଗତ ବିବରଣୀକୁ ପୂରଣ କରନ୍ତୁ
02:13 ଏଠାରେ ଟାଇଟଲ୍ Shri, Smt ପ୍ରଭୃତି ଚୟନ କରନ୍ତୁ
02:19 ଆପଣଙ୍କର surname, first name ଓ middle nameକୁ ସଂପୁର୍ଣ୍ଣଭାବେ ଲେଖନ୍ତୁ
02:25 ଏଗୁଡିକ ବିନା କୌଣସି ଆରମ୍ଭ ଅକ୍ଷରରେ ପୁରଣ କରନ୍ତୁ
02:29 ଆପଣଙ୍କ ନାମ ଆଗରେ M/s, Dr., Kumari, ପ୍ରଭୃତି କୌଣସି ଟାଇଟଲ୍ ଲେଖିବେ ନାହିଁ
02:37 Non-Individuals ପାଇଁ, ଦିଆଯାଇଥିବା ସ୍ଥାନଠାରୁ ଯଦି ନାମ ଲମ୍ବା ହୁଏ କ’ଣ କରିବେ?
02:42 ଏହି କ୍ଷେତ୍ରରେ, ଏହାକୁ First Name ଓ Middle Name ପାଇଁ ଥିବା ସ୍ଥାନରେ ଲେଖିପାରିବେ
02:50 ଗୋଟିଏ Company କ୍ଷେତ୍ରରେ, ନାମରେ କୌଣସି ସାଙ୍କେତିକ ଅକ୍ଷର ଲେଖିବେ ନାହିଁ
02:55 ଉଦାହରଣସ୍ଵରୂପ, Private Limitedକୁ ପୂର୍ଣ୍ଣଭାବେ ଲେଖିବେ
03:00 ପରିବର୍ତ୍ତନ ଯେପରି, Pvt Ltd, Private Ltd, P.Ltd ପ୍ରଭୃତି ଗ୍ରହଣଯୋଗ୍ୟ ନୁହେଁ
03:10 ସୋଲ୍ proprietorship କ୍ଷେତ୍ରରେ, proprietorଙ୍କ ନିଜ ନାମରେ PAN ଆବେଦନ ହେବା ଆବଶ୍ୟକ
03:16 ଏହା PAN କାର୍ଡ୍ ଉପରେ ପ୍ରିଣ୍ଟ୍ ହେବ
03:19 ଧ୍ୟାନଦିଅନ୍ତୁ ଯେ last name ସମ୍ପୁର୍ଣ୍ଣ ଭାବେ ଲେଖିବା ଜରୁରୀ ଅଟେ
03:24 ପରବର୍ତ୍ତୀ ବିଭାଗରେ ଆବେଦନକାରିଙ୍କୁ ଜାଣିଥିବା କେତେକଙ୍କ ନାମକୁ ପୂରଣକରିବା ପାଇଁ ଅଛି
03:30 yes ଚୟନ କଲେ ଆବେଦନକାରିଙ୍କୁ ଏହାକୁ ପୂରଣ କରିବାକୁ ହେବ, item 1 ପାଇଁ ପ୍ରଜୁଯ୍ୟ ନିୟମାବଳୀ ସହିତ
03:38 Item 4, Gender ସ୍ଥାନକୁ ବ୍ୟକ୍ତିଗତ ଆବେଦନକାରୀ ପୂରଣ କରିବେ
03:44 item 5 ବିଭାଗ, date of birth ପାଇଁ ଉଦ୍ଦିଷ୍ଟ
03:48 ବିଭିନ୍ନ ଶ୍ରେଣୀର ଆବେଦନକାରୀଙ୍କ ପାଇଁ ସମ୍ଭାବ୍ୟ ତାରିଖ, ଫର୍ମରେ ନିର୍ଦ୍ଧାରିତ କରାଯାଇଛି
03:54 ଉଦାହରଣସ୍ଵରୂପ, ଗୋଟିଏ Company ଏହାର Date-of-Incorporationକୁ ପୂରଣ କରିବେ
04:00 ତା’ପରେ, ବ୍ୟକ୍ତିଗତ ଆବେଦନକାରୀମାନେ ସେମାନଙ୍କର ବାପାଙ୍କ ନାମ ଦେବାକୁ ପଡିଥାଏ
04:05 Name ସହିତ item 1 ପାଇଁ ଥିବା ନିର୍ଦ୍ଦେଶାବଳୀ, ଏଠାରେ ଲାଗୁହେବ
04:10 ଧ୍ୟାନଦିଅନ୍ତୁ ଯେ, ବିବାହିତ ମହିଳାମାନେ ସେମାନଙ୍କ ସ୍ଵାମୀଙ୍କ ନାମ ପରିବର୍ତ୍ତେ, ବାପାଙ୍କ ନାମ ଦେବା ଜରୁରୀ ଅଟେ
04:17 Item-7 ଠିକଣା ଆବଶ୍ୟକ କରେ
04:20 ଘରର ଠିକଣା, କେବଳ ବ୍ୟକ୍ତିବିଶେଷଙ୍କ ଦ୍ଵାରା ପୂରଣ ହେବ, HUF, AOP, BOI କିମ୍ବା AJP
04:29 ବ୍ୟକ୍ତିବିଶେଷ, ସେମାନଙ୍କର Office ଠିକଣା ଏଠାରେ ପୂରଣ କରିବେ, ଯଦି ତାହା ରୋଜଗାରର ପନ୍ଥା ହୋଇଥାଏ, ଉଦାହରଣ ବ୍ୟବସାୟ କିମ୍ବା ଚାକିରି କରିବା ସ୍ଥାନ
04:38 ଗୋଟିଏ Firm, LLP, Company, Local Authority କିମ୍ବା ଗୋଟିଏ Trust କ୍ଷେତ୍ରରେ, ସମ୍ପୁର୍ଣ୍ଣ office ଠିକଣା ଦେବା ବାଧ୍ୟତାମୂଳକ ଅଟେ
04:49 ସମସ୍ତ ଆବେଦନକାରୀଙ୍କ ଦ୍ଵାରା ପ୍ରଦତ୍ତ ଠିକଣାରେ ନିମ୍ନଲିଖିତ ବିବରଣୀ ସବୁ ସ୍ଥାନ ପାଇଥାଏ-
04:54 Town/City/District
04:57 State/Union Territory ଏବଂ
05:00 PINCODE .
05:02 ବିଦେଶ ଠିକଣାଗୁଡିକରେ, ଦେଶର ନାମ ସହିତ ଏହାର ZIPକୋଡ୍ ରହିବା ବାଧ୍ୟତାମୂଳକ ଅଟେ
05:07 Item-8 ଯାହା Address for Communication ପାଇଁ ଉଦ୍ଦିଷ୍ଟ-
05:11 Individuals/HUFs/AOP/BOI/AJP, Residence କିମ୍ବା Office ଆଡ୍ରେସ୍ ଉପରେ ଟିକ୍ କରନ୍ତୁ
05:21 ଅନ୍ୟ ଆବେଦନକାରୀ ସେମାନଙ୍କର Office ଠିକଣା ଲେଖିବା ଜରୁରୀ ଅଟେ
05:25 ଏଠାରେ ଲେଖାଥିବା ଠିକଣାରେ ସମସ୍ତ ଖବର ପ୍ରେରଣ ହେବ
05:30 Telephone ନମ୍ବର୍ ଏବଂ Email IDର ବିବରଣୀ, item-9ରେ ପୂରଣ କରନ୍ତୁ
05:37 Telephone ବିବରଣୀରେ, Country କୋଡ୍ ଯେପରି, ISD କୋଡ୍ ଓ Area/STD କୋଡକୁ ଦେବାକୁ ପଡିଥାଏ
05:46 ଉଦାହରଣସ୍ଵରୂପ, Delhiର ଗୋଟିଏ telephone ନମ୍ବର, 23557505ର ବିବରଣୀ ନିମ୍ନଲିଖିତ ଭାବେ ପୂରଣ ହେବ
05:54 9 1 ହେଉଛି Country କୋଡ୍
05:56 1 1 ହେଉଛି STD କୋଡ୍
06:00 ଦରଖାସ୍ତରେ କୌଣସି ଅସମାଞ୍ଜସ୍ୟ ଦେଖାଦେବା କ୍ଷେତ୍ରରେ ଆବେଦନକାରୀଙ୍କୁ ଯୋଗାଯୋଗ କରିବା ପାଇଁ
06:04 ଏହି ନମ୍ବର ଓ e-mail id ଜରୁରୀ ଅଟେ
06:09 e-mail ଜରିଆରେ PAN କାର୍ଡ୍ ପ୍ରେରଣ ହୁଏ
06:12 SMS ଦ୍ଵାରା ଷ୍ଟାଟସର ଅପଡେଟ୍ ପ୍ରାପ୍ତ ହୁଏ
06:16 Item-10ରେ, ଯଥାର୍ଥ ଶ୍ରେଣୀର ଷ୍ଟାଟସକୁ ଚୟନ କରନ୍ତୁ
06:21 Limited Liability Partnership କ୍ଷେତ୍ରରେ, PANକୁ ଗୋଟିଏ Firmର ଷ୍ଟାଟସ୍ ମିଳିବ
06:28 Item-11ରେ Registrar of Companies ଦ୍ଵାରା ପ୍ରଚଳିତ ପଞ୍ଜିକୃତ କମ୍ପାନୀଗୁଡିକର ତଥ୍ୟ ଦେବାକୁ ପଡେ
06:35 ଅନ୍ୟ ଆବେଦନକାରୀମାନେ ରାଜ୍ୟ କିମ୍ବା କେନ୍ଦ୍ରୀୟ ସରକାରଙ୍କ ଦ୍ଵାରା ପ୍ରଚଳିତ ପଞ୍ଜିକରଣ ସଂଖ୍ୟାକୁ ଉଲ୍ଲେଖ କରିପାରନ୍ତି
06:42 Item 12 – ଭାରତୀୟ ନାଗରିକ ସେମାନ AADHAAR ସଂଖ୍ୟା ଦେବା ବାଧ୍ୟତାମୂଳକ, ଯଦି ମିଳିଥାଏ
06:48 ଏହା ସହିତ ଗୋଟିଏ AADHAAR କାର୍ଡର ନକଲ ସଂଯୁକ୍ତ ହେବା ଆବଶ୍ୟକ
06:53 Item-13ରେ, ଆବେଦନକାରୀ ବିଜିନେସ୍/ପ୍ରଫେସନ୍ କୋଡ୍ ବ୍ୟବହାର କରି ସେମନଙ୍କ ରୋଜଗାରର ଉତ୍ସର ସୂଚନା ଦେବା ବାଧ୍ୟତାମୂଳକ
07:01 ଏହି କୋଡଗୁଡିକ ଫର୍ମର ପେଜ-3ରେ ଉପଲବ୍ଧ ଅଛି
07:05 ଉଦାହରଣସ୍ଵରୁପ, Medical ପ୍ରଫେସନ୍ ଓ ବିଜିନେସର କୋଡ୍ ହେଉଛି 01,
07:10 ଇଞ୍ଜିନିୟରିଙ୍ଗ୍ ପାଇଁ 02
07:13 Item-14ରେ Representative Assesseeଙ୍କର ବ୍ୟକ୍ତିଗତ ବିବରଣୀ ଦରକାର ହୁଏ
07:19 କେବଳ Income-tax Act, 1961ର Section 160ରେ ନିର୍ଦ୍ଧାରିତ ବ୍ୟକ୍ତି ବିଶେଷମାନେ representative assessees ହେବାକୁ ସକ୍ଷମ ହେବେ
07:29 ସେମାନେ ହେଲେ-
07:31 ଅଣନିବାସୀଙ୍କ ଗୋଟିଏ ପ୍ରତିନିଧି,
07:33 ଅପ୍ରାପ୍ତ ବୟସ୍କ, ପାଗଳ କିମ୍ବା ନିର୍ବୋଧଙ୍କର ଗୋଟିଏ ଅଭିଭାବକ କିମ୍ବା ପରିଚାଳକ, Court of Wards ପ୍ରଭୃତି
07:41 ଅପ୍ରାପ୍ତ ବୟସ୍କ, ମାନସିକ ବିକୃତି, ମୃତକ, ପାଗଳ କିମ୍ବା ନିର୍ବୋଧ ଆବେଦନକାରୀଙ୍କ ପାଇଁ Representative assessees ବାଧ୍ୟତାମୂଳକ ଅଟେ
07:54 ଏଠାରେ Representative Assesseeଙ୍କ ବ୍ୟକ୍ତିଗତ ବିବରଣୀ ପୂରଣ କରିବାକୁ ହେବ
08:00 Item-15 ହେଉଛି, Pan କାର୍ଡ୍ ଆବେଦନ ପାଇଁ ଜମା ହେବାକୁ ଥିବା ଦଲିଲ୍ ବିଷୟରେ
08:06 ଗୋଟିଏ PAN ଦରଖାସ୍ତ ସହିତ ବ୍ୟକ୍ତିଗତ ପ୍ରମାଣ ପତ୍ର ଓ ଠିକଣାର ପ୍ରମାଣକୁ ସଂଯୋଗ କରିବା ବାଧ୍ୟତାମୂଳକ ଅଟେ
08:13 ଏହି ଦଲିଲଗୁଡିକ ଆବେଦନକାରୀଙ୍କ ନାମରେ ଥିବା ଆବଶ୍ୟକ
08:18 Representative assessees ମଧ୍ୟ ଏହି ଦଲିଲଗୁଡିକୁ ସଂଯୋଗ କରିବେ
08:24 Pan ଆବେଦନ ଫର୍ମର ପେଜ୍ 4ରେ ବ୍ୟକ୍ତିଗତ ଓ ଠିକଣାର ପ୍ରମାଣ ଭାବେ କାମ କରୁଥିବା ଦଲିଲର ତାଲିକା ପ୍ରଦତ୍ତ ଅଛି
08:33 ଆବେଦନକାରୀ formରେ ଥିବା ତାଲିକାରୁ କୌଣସି ଗୋଟିଏ ଦଲିଲର ଅପଶନକୁ ଚୟନ କରିବେ
08:39 ଉଦାହରଣସ୍ଵରୂପ-individual ଆବେଦନକାରୀ ଏବଂ HUFମାନଙ୍କର ବ୍ୟକ୍ତିଗତ ପ୍ରମାଣ ହେଉଛି-
08:45 ସ୍କୁଲ୍ ଲିଭିଙ୍ଗ୍ ସର୍ଟିଫିକେଟ୍
08:47 ରାଶନ୍ କାର୍ଡ
08:49 Driver's license ପ୍ରଭୃତି
08:53 ଠିକଣାର ପ୍ରମାଣ ପାଇଁ ଦଲିଲଗୁଡିକ ହେଉଛି-
08:56 ଇଲେକ୍ଟ୍ରିସିଟୀ ବିଲ୍, ଟେଲିଫୋନ୍ ବିଲ୍
08:59 ପାସପୋର୍ଟ୍ ପ୍ରଭୃତି
09:01 ବର୍ତ୍ତମାନ ଆମେ ଦରଖାସ୍ତ ସମ୍ବନ୍ଧିତ କିଛି ସାଧାରଣ ସୁଚନା ବିଷୟରେ ଆଲୋଚନା କରିବା
09:06 PAN ଆବେଦନର ପ୍ରୋସେସିଙ୍ଗ୍ ଫି ହେଉଛି 96.00 ରୁପୀ ଯାହା Rs 85.00 + 12.36% ସର୍ଭିସ୍ ଟାକ୍ସ
09:18 Demand Draft କିମ୍ବା Cheque ଦ୍ଵାରା ପେମେଣ୍ଟ୍ କରିପାରିବେ
09:23 ଭାରତ ବାହାରେ ରହୁଥିବାମାନଙ୍କ ପାଇଁ, ପ୍ରୋସେସିଙ୍ଗ୍ ଫି ହେଉଛି 962.00 ରୁପୀ
09:28 ଯାହା[ (ଆବେଦନ ଫି 85.00 + Dispatch Charges 771.00) + 12.36% ସର୍ଭିସ୍ ଟାକ୍ସ]
09:40 ବିଦେଶ ଠିକଣା ପାଇଁ, କେବଳ Demand Draftରେ ପେମେଣ୍ଟ ହେବ ଯାହା Mumbaiରୁ ପ୍ରାପ୍ତ ହେବ
09:48 ଫର୍ମର ଶେଷରେ ଥିବା କୋଠରୀରେ ଆବେଦନକାରୀ ନିଜର ହସ୍ତାକ୍ଷର କିମ୍ବା ବୃଦ୍ଧାଙ୍ଗୁଳି ଚିହ୍ନ ଦେବା ପାଇଁ ଅଛି
09:54 ଅଳ୍ପ ବୟସ୍କ, ମୃତକ, ପାଗଳ ଓ ମାନସିକ ବିକୃତିଙ୍କର Representative Assesseeଙ୍କର ହସ୍ତାକ୍ଷର କିମ୍ବା ବୃଦ୍ଧାଙ୍ଗୁଳି ଚିହ୍ନ ଆବଶ୍ୟକ ଅଟେ
10:04 ହସ୍ତାକ୍ଷର କିମ୍ବା ବୃଦ୍ଧାଙ୍ଗୁଳି ଚିହ୍ନ ନ’ଥିବା ଦରଖାସ୍ତକୁ ନାକଚ କରିଦିଆଯିବ
10:09 ଆବେଦନକାରୀ ଫର୍ମ୍ ଗ୍ରହଣ ହେତୁ ଗୋଟିଏ ସ୍ଵୀକୃତିପତ୍ର ପ୍ରାପ୍ତ କରିବେ
10:14 ଏହା ଗୋଟିଏ ଅଦ୍ଵିତୀୟ Identification number ଧାରଣ କରିଥାଏ
10:18 ଏହି ସଂଖ୍ୟାଟିକୁ ଦରଖାସ୍ତର ଷ୍ଟାଟସକୁ ଟ୍ରାକ୍ କରିବା ପାଇଁ ବ୍ୟବହାର କରିପାରିବେ
10:23 ଆପଣ ଏହାର ଷ୍ଟାଟସକୁ Income-tax Department ୱେବସାଇଟ୍ କିମ୍ବା ଏହି ୱେବସାଇଟଗୁଡିକ ସାହାଯ୍ୟରେ ଟ୍ରାକ୍ କରିପାରିବେ
10:32 ଏହି ୱେବସାଇଟରେ ଥିବା Status Track ସର୍ଚ, ଏହି କାମ କରିବ
10:38 ଏହି ସର୍ଚ ଆପଣଙ୍କର
10:40 acknowledgement ସଂଖ୍ୟା କିମ୍ବା
10:42 ବିବରଣୀ ଯେପରି name ଏବଂ date of birth ଆବଶ୍ୟକ କରେ
10:46 ଜଣେ SMS ମାଧ୍ୟମରେ PAN ଷ୍ଟାଟସର ବିବରଣୀ ପାଇପାରିବ
10:50 SMS ପାଇଁ ଟାଇପ୍ କରନ୍ତୁ- NSDLPAN <ସ୍ପେସ୍>15-digit Acknowledgement No. ଏବଂ 57575କୁ ପଠାନ୍ତୁ
11:01 ପୋଷ୍ଟାଲ୍ ଆଡ୍ରେସ୍ ଯାହା ଦିଆଯାଇଅଛି
11:05 ଆଶାକରୁଛୁ ଏହି ସୂଚନା ସାହାଯ୍ୟକାରୀ ହେବ
11:08 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ-
11:13 PAN କାର୍ଡ୍ ଆବେଦନ କରିବା ପାଇଁ ପ୍ରକ୍ରିୟା
11:15 ବ୍ୟକ୍ତିଗତ ପ୍ରମାଣ ପତ୍ର ଏବଂ
11:19 PANର ଷ୍ଟାଟସକୁ ଟ୍ରାକ୍ କରିବା
11:22 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
11:25 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:28 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
11:33 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
11:35 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:38 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
11:42 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgରେ ସମ୍ପର୍କ କରନ୍ତୁ
11:49 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
11:53 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
12:01 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
12:11 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
12:13 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep