Digital-Divide/C2/How-to-apply-for-a-PAN-Card/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, How to apply for a PAN card ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ୍ |
| 00:06 | ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ PAN କାର୍ଡ୍ ଆବେଦନର ପ୍ରକ୍ରିୟା ବିଷୟରେ ଶିଖିବା |
| 00:12 | ବ୍ୟକ୍ତିଗତ ପ୍ରମାଣପତ୍ର |
| 00:15 | ଦରଖାସ୍ତର ଷ୍ଟାଟସକୁ ଟ୍ରାକ୍ କରିବା |
| 00:18 | Pan ଆବେଦନ ଫର୍ମକୁ Form 49A କୁହାଯାଏ |
| 00:24 | ଏହି ଫର୍ମକୁ ନିମ୍ନରେ ଦିଆଯାଇଥିବା ଲିଙ୍କରୁ ଡାଉନଲୋଡ୍ କରିପାରିବେ |
| 00:28 | ଡାଉନଲୋଡ୍ କରିସାରିଲା ପରେ, ସେହି ଫର୍ମର ଗୋଟିଏ ପ୍ରିଣ୍ଟ୍ ଆଉଟ୍ ବାହାର କରନ୍ତୁ |
| 00:35 | ପରବର୍ତ୍ତୀ ସୋପାନ ହେଉଛି ଫର୍ମ୍ ପୂରଣ କରିବା |
| 00:38 | ଫର୍ମକୁ ପଢିହେବା ଭଳି BLOCK LETTERSରେ, କେବଳ ଇଙ୍ଗଲିଶରେ ପୂରଣ କରିବାକୁ ହେବ |
| 00:45 | ଫର୍ମ୍ ପୂରଣ ପାଇଁ କଳା ଇଙ୍କ୍ ଥିବା ପେନର ବ୍ୟବହାର ଗ୍ରହଣୀୟ ଅଟେ |
| 00:49 | ପ୍ରତ୍ୟେକ କୋଠରୀରେ କେବଳ ଗୋଟିଏ ଅକ୍ଷର ଭର୍ତ୍ତି ହେବ, ଯେପରି ଅକ୍ଷର/ସଂଖ୍ୟା/ପଙ୍କଚୁୟେଶନ୍ ଚିହ୍ନ |
| 00:58 | ପ୍ରତ୍ୟେକ ଶବ୍ଦ ପରେ ଗୋଟିଏ ଶୂନ୍ୟ କୋଠରୀ ଛାଡିବା ଜରୁରୀ ଅଟେ |
| 01:03 | ଏକକ ଆବେଦନକାରୀଙ୍କର ଧଳା ବ୍ୟାକଗ୍ରାଉଣ୍ଡ ସହିତ ଗୋଟିଏ ସଦ୍ୟ ରଙ୍ଗିନ୍ ଫୋଟୋଗ୍ରାଫ୍ ଆବଶ୍ୟକ |
| 01:09 | ଏହି ଫୋଟୋଗୁଡିକୁ, ଫର୍ମରେ ଯଥା ସ୍ଥାନରେ ପେଷ୍ଟ୍ କରିବାକୁ ହେବ |
| 01:14 | ଫୋଟୋର ଆକାର 3.5cm x 2.5cm ହେବା ଆବଶ୍ୟକ |
| 01:21 | ଫୋଟୋଗୁଡିକୁ ଫର୍ମରେ, ଷ୍ଟାପଲ୍ କିମ୍ବା କ୍ଲିପ୍ କରିବେ ନାହିଁ |
| 01:26 | ବାମପଟରେ ଥିବା ଫୋଟୋ ଉପରେ ଗୋଟିଏ ହସ୍ତାକ୍ଷର କିମ୍ବା ବୃଦ୍ଧାଙ୍ଗୁଳି ଚିହ୍ନ ରହିବା ଜରୁରୀ ଅଟେ |
| 01:32 | ଡାହାଣପଟ ଫୋଟୋର ତଳେ ହସ୍ତାକ୍ଷର କିମ୍ବା ବୃଦ୍ଧାଙ୍ଗୁଳି ଚିହ୍ନ ରହିବା ଜରୁରୀ ଅଟେ |
| 01:39 | ବୃଦ୍ଧାଙ୍ଗୁଳି ଚିହ୍ନ ଗୋଟିଏ Notary Public କିମ୍ବା ଜଣେ କ୍ଷମତାଶୀନ ସରକାରୀ କର୍ମଚାରୀଙ୍କ ସରକାରୀ ସିଲ୍ ଓ ଷ୍ଟାମ୍ପ୍ ସହିତ ଆଟେଷ୍ଟ୍ ହେବା ଆବଶ୍ୟକ |
| 01:48 | ବର୍ତ୍ତମାନ ଫର୍ମ୍ ପୂରଣ କରିବା ଆରମ୍ଭ କରନ୍ତୁ |
| 01:51 | ପ୍ରଥମେ, Assessing officerଙ୍କ ବିବରଣୀକୁ ପୂରଣ କରନ୍ତୁ |
| 01:58 | Assessing officerଙ୍କ ବିବରଣୀ ନିମ୍ନଲିଖିତ ୱେବପେଜଗୁଡିକରେ ପାଇପାରିବେ– |
| 02:08 | Item 1 ବିଭାଗରେ, ନିଜର ବ୍ୟକ୍ତିଗତ ବିବରଣୀକୁ ପୂରଣ କରନ୍ତୁ |
| 02:13 | ଏଠାରେ ଟାଇଟଲ୍ Shri, Smt ପ୍ରଭୃତି ଚୟନ କରନ୍ତୁ |
| 02:19 | ଆପଣଙ୍କର surname, first name ଓ middle nameକୁ ସଂପୁର୍ଣ୍ଣଭାବେ ଲେଖନ୍ତୁ |
| 02:25 | ଏଗୁଡିକ ବିନା କୌଣସି ଆରମ୍ଭ ଅକ୍ଷରରେ ପୁରଣ କରନ୍ତୁ |
| 02:29 | ଆପଣଙ୍କ ନାମ ଆଗରେ M/s, Dr., Kumari, ପ୍ରଭୃତି କୌଣସି ଟାଇଟଲ୍ ଲେଖିବେ ନାହିଁ |
| 02:37 | Non-Individuals ପାଇଁ, ଦିଆଯାଇଥିବା ସ୍ଥାନଠାରୁ ଯଦି ନାମ ଲମ୍ବା ହୁଏ କ’ଣ କରିବେ? |
| 02:42 | ଏହି କ୍ଷେତ୍ରରେ, ଏହାକୁ First Name ଓ Middle Name ପାଇଁ ଥିବା ସ୍ଥାନରେ ଲେଖିପାରିବେ |
| 02:50 | ଗୋଟିଏ Company କ୍ଷେତ୍ରରେ, ନାମରେ କୌଣସି ସାଙ୍କେତିକ ଅକ୍ଷର ଲେଖିବେ ନାହିଁ |
| 02:55 | ଉଦାହରଣସ୍ଵରୂପ, Private Limitedକୁ ପୂର୍ଣ୍ଣଭାବେ ଲେଖିବେ |
| 03:00 | ପରିବର୍ତ୍ତନ ଯେପରି, Pvt Ltd, Private Ltd, P.Ltd ପ୍ରଭୃତି ଗ୍ରହଣଯୋଗ୍ୟ ନୁହେଁ |
| 03:10 | ସୋଲ୍ proprietorship କ୍ଷେତ୍ରରେ, proprietorଙ୍କ ନିଜ ନାମରେ PAN ଆବେଦନ ହେବା ଆବଶ୍ୟକ |
| 03:16 | ଏହା PAN କାର୍ଡ୍ ଉପରେ ପ୍ରିଣ୍ଟ୍ ହେବ |
| 03:19 | ଧ୍ୟାନଦିଅନ୍ତୁ ଯେ last name ସମ୍ପୁର୍ଣ୍ଣ ଭାବେ ଲେଖିବା ଜରୁରୀ ଅଟେ |
| 03:24 | ପରବର୍ତ୍ତୀ ବିଭାଗରେ ଆବେଦନକାରିଙ୍କୁ ଜାଣିଥିବା କେତେକଙ୍କ ନାମକୁ ପୂରଣକରିବା ପାଇଁ ଅଛି |
| 03:30 | yes ଚୟନ କଲେ ଆବେଦନକାରିଙ୍କୁ ଏହାକୁ ପୂରଣ କରିବାକୁ ହେବ, item 1 ପାଇଁ ପ୍ରଜୁଯ୍ୟ ନିୟମାବଳୀ ସହିତ |
| 03:38 | Item 4, Gender ସ୍ଥାନକୁ ବ୍ୟକ୍ତିଗତ ଆବେଦନକାରୀ ପୂରଣ କରିବେ |
| 03:44 | item 5 ବିଭାଗ, date of birth ପାଇଁ ଉଦ୍ଦିଷ୍ଟ |
| 03:48 | ବିଭିନ୍ନ ଶ୍ରେଣୀର ଆବେଦନକାରୀଙ୍କ ପାଇଁ ସମ୍ଭାବ୍ୟ ତାରିଖ, ଫର୍ମରେ ନିର୍ଦ୍ଧାରିତ କରାଯାଇଛି |
| 03:54 | ଉଦାହରଣସ୍ଵରୂପ, ଗୋଟିଏ Company ଏହାର Date-of-Incorporationକୁ ପୂରଣ କରିବେ |
| 04:00 | ତା’ପରେ, ବ୍ୟକ୍ତିଗତ ଆବେଦନକାରୀମାନେ ସେମାନଙ୍କର ବାପାଙ୍କ ନାମ ଦେବାକୁ ପଡିଥାଏ |
| 04:05 | Name ସହିତ item 1 ପାଇଁ ଥିବା ନିର୍ଦ୍ଦେଶାବଳୀ, ଏଠାରେ ଲାଗୁହେବ |
| 04:10 | ଧ୍ୟାନଦିଅନ୍ତୁ ଯେ, ବିବାହିତ ମହିଳାମାନେ ସେମାନଙ୍କ ସ୍ଵାମୀଙ୍କ ନାମ ପରିବର୍ତ୍ତେ, ବାପାଙ୍କ ନାମ ଦେବା ଜରୁରୀ ଅଟେ |
| 04:17 | Item-7 ଠିକଣା ଆବଶ୍ୟକ କରେ |
| 04:20 | ଘରର ଠିକଣା, କେବଳ ବ୍ୟକ୍ତିବିଶେଷଙ୍କ ଦ୍ଵାରା ପୂରଣ ହେବ, HUF, AOP, BOI କିମ୍ବା AJP |
| 04:29 | ବ୍ୟକ୍ତିବିଶେଷ, ସେମାନଙ୍କର Office ଠିକଣା ଏଠାରେ ପୂରଣ କରିବେ, ଯଦି ତାହା ରୋଜଗାରର ପନ୍ଥା ହୋଇଥାଏ, ଉଦାହରଣ ବ୍ୟବସାୟ କିମ୍ବା ଚାକିରି କରିବା ସ୍ଥାନ |
| 04:38 | ଗୋଟିଏ Firm, LLP, Company, Local Authority କିମ୍ବା ଗୋଟିଏ Trust କ୍ଷେତ୍ରରେ, ସମ୍ପୁର୍ଣ୍ଣ office ଠିକଣା ଦେବା ବାଧ୍ୟତାମୂଳକ ଅଟେ |
| 04:49 | ସମସ୍ତ ଆବେଦନକାରୀଙ୍କ ଦ୍ଵାରା ପ୍ରଦତ୍ତ ଠିକଣାରେ ନିମ୍ନଲିଖିତ ବିବରଣୀ ସବୁ ସ୍ଥାନ ପାଇଥାଏ- |
| 04:54 | Town/City/District |
| 04:57 | State/Union Territory ଏବଂ |
| 05:00 | PINCODE . |
| 05:02 | ବିଦେଶ ଠିକଣାଗୁଡିକରେ, ଦେଶର ନାମ ସହିତ ଏହାର ZIPକୋଡ୍ ରହିବା ବାଧ୍ୟତାମୂଳକ ଅଟେ |
| 05:07 | Item-8 ଯାହା Address for Communication ପାଇଁ ଉଦ୍ଦିଷ୍ଟ- |
| 05:11 | Individuals/HUFs/AOP/BOI/AJP, Residence କିମ୍ବା Office ଆଡ୍ରେସ୍ ଉପରେ ଟିକ୍ କରନ୍ତୁ |
| 05:21 | ଅନ୍ୟ ଆବେଦନକାରୀ ସେମାନଙ୍କର Office ଠିକଣା ଲେଖିବା ଜରୁରୀ ଅଟେ |
| 05:25 | ଏଠାରେ ଲେଖାଥିବା ଠିକଣାରେ ସମସ୍ତ ଖବର ପ୍ରେରଣ ହେବ |
| 05:30 | Telephone ନମ୍ବର୍ ଏବଂ Email IDର ବିବରଣୀ, item-9ରେ ପୂରଣ କରନ୍ତୁ |
| 05:37 | Telephone ବିବରଣୀରେ, Country କୋଡ୍ ଯେପରି, ISD କୋଡ୍ ଓ Area/STD କୋଡକୁ ଦେବାକୁ ପଡିଥାଏ |
| 05:46 | ଉଦାହରଣସ୍ଵରୂପ, Delhiର ଗୋଟିଏ telephone ନମ୍ବର, 23557505ର ବିବରଣୀ ନିମ୍ନଲିଖିତ ଭାବେ ପୂରଣ ହେବ |
| 05:54 | 9 1 ହେଉଛି Country କୋଡ୍ |
| 05:56 | 1 1 ହେଉଛି STD କୋଡ୍ |
| 06:00 | ଦରଖାସ୍ତରେ କୌଣସି ଅସମାଞ୍ଜସ୍ୟ ଦେଖାଦେବା କ୍ଷେତ୍ରରେ ଆବେଦନକାରୀଙ୍କୁ ଯୋଗାଯୋଗ କରିବା ପାଇଁ |
| 06:04 | ଏହି ନମ୍ବର ଓ e-mail id ଜରୁରୀ ଅଟେ |
| 06:09 | e-mail ଜରିଆରେ PAN କାର୍ଡ୍ ପ୍ରେରଣ ହୁଏ |
| 06:12 | SMS ଦ୍ଵାରା ଷ୍ଟାଟସର ଅପଡେଟ୍ ପ୍ରାପ୍ତ ହୁଏ |
| 06:16 | Item-10ରେ, ଯଥାର୍ଥ ଶ୍ରେଣୀର ଷ୍ଟାଟସକୁ ଚୟନ କରନ୍ତୁ |
| 06:21 | Limited Liability Partnership କ୍ଷେତ୍ରରେ, PANକୁ ଗୋଟିଏ Firmର ଷ୍ଟାଟସ୍ ମିଳିବ |
| 06:28 | Item-11ରେ Registrar of Companies ଦ୍ଵାରା ପ୍ରଚଳିତ ପଞ୍ଜିକୃତ କମ୍ପାନୀଗୁଡିକର ତଥ୍ୟ ଦେବାକୁ ପଡେ |
| 06:35 | ଅନ୍ୟ ଆବେଦନକାରୀମାନେ ରାଜ୍ୟ କିମ୍ବା କେନ୍ଦ୍ରୀୟ ସରକାରଙ୍କ ଦ୍ଵାରା ପ୍ରଚଳିତ ପଞ୍ଜିକରଣ ସଂଖ୍ୟାକୁ ଉଲ୍ଲେଖ କରିପାରନ୍ତି |
| 06:42 | Item 12 – ଭାରତୀୟ ନାଗରିକ ସେମାନ AADHAAR ସଂଖ୍ୟା ଦେବା ବାଧ୍ୟତାମୂଳକ, ଯଦି ମିଳିଥାଏ |
| 06:48 | ଏହା ସହିତ ଗୋଟିଏ AADHAAR କାର୍ଡର ନକଲ ସଂଯୁକ୍ତ ହେବା ଆବଶ୍ୟକ |
| 06:53 | Item-13ରେ, ଆବେଦନକାରୀ ବିଜିନେସ୍/ପ୍ରଫେସନ୍ କୋଡ୍ ବ୍ୟବହାର କରି ସେମନଙ୍କ ରୋଜଗାରର ଉତ୍ସର ସୂଚନା ଦେବା ବାଧ୍ୟତାମୂଳକ |
| 07:01 | ଏହି କୋଡଗୁଡିକ ଫର୍ମର ପେଜ-3ରେ ଉପଲବ୍ଧ ଅଛି |
| 07:05 | ଉଦାହରଣସ୍ଵରୁପ, Medical ପ୍ରଫେସନ୍ ଓ ବିଜିନେସର କୋଡ୍ ହେଉଛି 01, |
| 07:10 | ଇଞ୍ଜିନିୟରିଙ୍ଗ୍ ପାଇଁ 02 |
| 07:13 | Item-14ରେ Representative Assesseeଙ୍କର ବ୍ୟକ୍ତିଗତ ବିବରଣୀ ଦରକାର ହୁଏ |
| 07:19 | କେବଳ Income-tax Act, 1961ର Section 160ରେ ନିର୍ଦ୍ଧାରିତ ବ୍ୟକ୍ତି ବିଶେଷମାନେ representative assessees ହେବାକୁ ସକ୍ଷମ ହେବେ |
| 07:29 | ସେମାନେ ହେଲେ- |
| 07:31 | ଅଣନିବାସୀଙ୍କ ଗୋଟିଏ ପ୍ରତିନିଧି, |
| 07:33 | ଅପ୍ରାପ୍ତ ବୟସ୍କ, ପାଗଳ କିମ୍ବା ନିର୍ବୋଧଙ୍କର ଗୋଟିଏ ଅଭିଭାବକ କିମ୍ବା ପରିଚାଳକ, Court of Wards ପ୍ରଭୃତି |
| 07:41 | ଅପ୍ରାପ୍ତ ବୟସ୍କ, ମାନସିକ ବିକୃତି, ମୃତକ, ପାଗଳ କିମ୍ବା ନିର୍ବୋଧ ଆବେଦନକାରୀଙ୍କ ପାଇଁ Representative assessees ବାଧ୍ୟତାମୂଳକ ଅଟେ |
| 07:54 | ଏଠାରେ Representative Assesseeଙ୍କ ବ୍ୟକ୍ତିଗତ ବିବରଣୀ ପୂରଣ କରିବାକୁ ହେବ |
| 08:00 | Item-15 ହେଉଛି, Pan କାର୍ଡ୍ ଆବେଦନ ପାଇଁ ଜମା ହେବାକୁ ଥିବା ଦଲିଲ୍ ବିଷୟରେ |
| 08:06 | ଗୋଟିଏ PAN ଦରଖାସ୍ତ ସହିତ ବ୍ୟକ୍ତିଗତ ପ୍ରମାଣ ପତ୍ର ଓ ଠିକଣାର ପ୍ରମାଣକୁ ସଂଯୋଗ କରିବା ବାଧ୍ୟତାମୂଳକ ଅଟେ |
| 08:13 | ଏହି ଦଲିଲଗୁଡିକ ଆବେଦନକାରୀଙ୍କ ନାମରେ ଥିବା ଆବଶ୍ୟକ |
| 08:18 | Representative assessees ମଧ୍ୟ ଏହି ଦଲିଲଗୁଡିକୁ ସଂଯୋଗ କରିବେ |
| 08:24 | Pan ଆବେଦନ ଫର୍ମର ପେଜ୍ 4ରେ ବ୍ୟକ୍ତିଗତ ଓ ଠିକଣାର ପ୍ରମାଣ ଭାବେ କାମ କରୁଥିବା ଦଲିଲର ତାଲିକା ପ୍ରଦତ୍ତ ଅଛି |
| 08:33 | ଆବେଦନକାରୀ formରେ ଥିବା ତାଲିକାରୁ କୌଣସି ଗୋଟିଏ ଦଲିଲର ଅପଶନକୁ ଚୟନ କରିବେ |
| 08:39 | ଉଦାହରଣସ୍ଵରୂପ-individual ଆବେଦନକାରୀ ଏବଂ HUFମାନଙ୍କର ବ୍ୟକ୍ତିଗତ ପ୍ରମାଣ ହେଉଛି- |
| 08:45 | ସ୍କୁଲ୍ ଲିଭିଙ୍ଗ୍ ସର୍ଟିଫିକେଟ୍ |
| 08:47 | ରାଶନ୍ କାର୍ଡ |
| 08:49 | Driver's license ପ୍ରଭୃତି |
| 08:53 | ଠିକଣାର ପ୍ରମାଣ ପାଇଁ ଦଲିଲଗୁଡିକ ହେଉଛି- |
| 08:56 | ଇଲେକ୍ଟ୍ରିସିଟୀ ବିଲ୍, ଟେଲିଫୋନ୍ ବିଲ୍ |
| 08:59 | ପାସପୋର୍ଟ୍ ପ୍ରଭୃତି |
| 09:01 | ବର୍ତ୍ତମାନ ଆମେ ଦରଖାସ୍ତ ସମ୍ବନ୍ଧିତ କିଛି ସାଧାରଣ ସୁଚନା ବିଷୟରେ ଆଲୋଚନା କରିବା |
| 09:06 | PAN ଆବେଦନର ପ୍ରୋସେସିଙ୍ଗ୍ ଫି ହେଉଛି 96.00 ରୁପୀ ଯାହା Rs 85.00 + 12.36% ସର୍ଭିସ୍ ଟାକ୍ସ |
| 09:18 | Demand Draft କିମ୍ବା Cheque ଦ୍ଵାରା ପେମେଣ୍ଟ୍ କରିପାରିବେ |
| 09:23 | ଭାରତ ବାହାରେ ରହୁଥିବାମାନଙ୍କ ପାଇଁ, ପ୍ରୋସେସିଙ୍ଗ୍ ଫି ହେଉଛି 962.00 ରୁପୀ |
| 09:28 | ଯାହା[ (ଆବେଦନ ଫି 85.00 + Dispatch Charges 771.00) + 12.36% ସର୍ଭିସ୍ ଟାକ୍ସ] |
| 09:40 | ବିଦେଶ ଠିକଣା ପାଇଁ, କେବଳ Demand Draftରେ ପେମେଣ୍ଟ ହେବ ଯାହା Mumbaiରୁ ପ୍ରାପ୍ତ ହେବ |
| 09:48 | ଫର୍ମର ଶେଷରେ ଥିବା କୋଠରୀରେ ଆବେଦନକାରୀ ନିଜର ହସ୍ତାକ୍ଷର କିମ୍ବା ବୃଦ୍ଧାଙ୍ଗୁଳି ଚିହ୍ନ ଦେବା ପାଇଁ ଅଛି |
| 09:54 | ଅଳ୍ପ ବୟସ୍କ, ମୃତକ, ପାଗଳ ଓ ମାନସିକ ବିକୃତିଙ୍କର Representative Assesseeଙ୍କର ହସ୍ତାକ୍ଷର କିମ୍ବା ବୃଦ୍ଧାଙ୍ଗୁଳି ଚିହ୍ନ ଆବଶ୍ୟକ ଅଟେ |
| 10:04 | ହସ୍ତାକ୍ଷର କିମ୍ବା ବୃଦ୍ଧାଙ୍ଗୁଳି ଚିହ୍ନ ନ’ଥିବା ଦରଖାସ୍ତକୁ ନାକଚ କରିଦିଆଯିବ |
| 10:09 | ଆବେଦନକାରୀ ଫର୍ମ୍ ଗ୍ରହଣ ହେତୁ ଗୋଟିଏ ସ୍ଵୀକୃତିପତ୍ର ପ୍ରାପ୍ତ କରିବେ |
| 10:14 | ଏହା ଗୋଟିଏ ଅଦ୍ଵିତୀୟ Identification number ଧାରଣ କରିଥାଏ |
| 10:18 | ଏହି ସଂଖ୍ୟାଟିକୁ ଦରଖାସ୍ତର ଷ୍ଟାଟସକୁ ଟ୍ରାକ୍ କରିବା ପାଇଁ ବ୍ୟବହାର କରିପାରିବେ |
| 10:23 | ଆପଣ ଏହାର ଷ୍ଟାଟସକୁ Income-tax Department ୱେବସାଇଟ୍ କିମ୍ବା ଏହି ୱେବସାଇଟଗୁଡିକ ସାହାଯ୍ୟରେ ଟ୍ରାକ୍ କରିପାରିବେ |
| 10:32 | ଏହି ୱେବସାଇଟରେ ଥିବା Status Track ସର୍ଚ, ଏହି କାମ କରିବ |
| 10:38 | ଏହି ସର୍ଚ ଆପଣଙ୍କର |
| 10:40 | acknowledgement ସଂଖ୍ୟା କିମ୍ବା |
| 10:42 | ବିବରଣୀ ଯେପରି name ଏବଂ date of birth ଆବଶ୍ୟକ କରେ |
| 10:46 | ଜଣେ SMS ମାଧ୍ୟମରେ PAN ଷ୍ଟାଟସର ବିବରଣୀ ପାଇପାରିବ |
| 10:50 | SMS ପାଇଁ ଟାଇପ୍ କରନ୍ତୁ- NSDLPAN <ସ୍ପେସ୍>15-digit Acknowledgement No. ଏବଂ 57575କୁ ପଠାନ୍ତୁ |
| 11:01 | ପୋଷ୍ଟାଲ୍ ଆଡ୍ରେସ୍ ଯାହା ଦିଆଯାଇଅଛି |
| 11:05 | ଆଶାକରୁଛୁ ଏହି ସୂଚନା ସାହାଯ୍ୟକାରୀ ହେବ |
| 11:08 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ- |
| 11:13 | PAN କାର୍ଡ୍ ଆବେଦନ କରିବା ପାଇଁ ପ୍ରକ୍ରିୟା |
| 11:15 | ବ୍ୟକ୍ତିଗତ ପ୍ରମାଣ ପତ୍ର ଏବଂ |
| 11:19 | PANର ଷ୍ଟାଟସକୁ ଟ୍ରାକ୍ କରିବା |
| 11:22 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 11:25 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 11:28 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 11:33 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 11:35 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 11:38 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 11:42 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgରେ ସମ୍ପର୍କ କରନ୍ତୁ |
| 11:49 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
| 11:53 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
| 12:01 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 12:11 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 12:13 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |