Digital-Divide/C2/First-Aid-on-Snake-Bite/Oriya

From Script | Spoken-Tutorial
Revision as of 14:23, 15 June 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ଆପଣମାନଙ୍କ ମଧ୍ୟରୁ ଅନେକ, ଗ୍ରାମରେ ପିଲାମାନେ ଖୋଲା ପଡିଆରେ ଖେଳୁଥିବା ଦୃଶ୍ୟ ସହିତ ପରିଚିତ ଥିବେ
00:09 ବଲ୍ ପଛେ ପଛେ ଯାଉଥିବା ଏହି ପିଲାଟିକୁ ଦେଖନ୍ତୁ
00:12 ସେ ପାଖରେ ଥିବା ବୁଦା ଭିତରେ ପ୍ରବେଶ କରିଛି
00:16 ସେ ଗୋଟିଏ ସାପକୁ ଦେଖିଛି
00:18 କିଛି କ୍ଷଣରେ, ଏହା ଲୁଚିଥିବା ଜାଗାରୁ ଧୀରେଧୀରେ ବାହାରି ଆସିଛି
00:21 ଭୟଭୀତ ପିଲାଟି ଗୋଟିଏ ଟେକା ଫିଙ୍ଗି ସାପଟିକୁ ଘଉଡାଇବାକୁ ଚେଷ୍ଟା କରୁଛି
00:26 ସାପଟି ଜମା ଯାଉନାହିଁ
00:29 ଏହା ପରିବର୍ତ୍ତେ, ସେ ପିଲାଟି ଆଡକୁ ଫେରି ଆସିଲା ଏବଂ ତା’ର ପାଦରେ କାମୁଡିଦେଲା
00:34 ପିଲାଟି ଖୁବ୍ ଜୋରରେ ସାହାଯ୍ୟ ପାଇଁ ପାଟିକଲା
00:36 ସାଙ୍ଗମାନେ ସାହାଯ୍ୟ କରିବା ପାଇଁ ତା’ପାଖରେ ପହଞ୍ଚିଲେ
00:39 ସେମାନେ ପାଦରେ ଦୁଇଟି ନାଲି ଦାଗ ଦେଖିଲେ
00:42 ସେମାନେ ପିଲାଟିକୁ ବୁଦା ବାହାରକୁ ଧରିଆସିଲେ
00:45 ସେଠାରେ କୋଳାହଳ ଆରମ୍ଭ ହେଲା
00:47 ସବୁ ପିଲାମାନେ ପ୍ରାଥମିକ ଚିକିତ୍ସା ଉପରେ ବିଭିନ୍ନ ମତାମତ ଦେବାକୁ ଲାଗିଲେ
00:52 ଏହି କ୍ଷେତ୍ରରେ, ସାପ କାମୁଡା ପାଇଁ ପ୍ରାଥମିକ ଚିକିତ୍ସାର ଗୁରୁତ୍ଵକୁ ବୁଝିବାର ଆବଶ୍ୟକତା ରହିଛି
00:57 ବନ୍ଧୁଗଣ, First Aid on Snake Bites ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
01:02 ଏହି ଟ୍ୟୁଟୋରିଆଲରେ, ଆମେ ଦେଖିବା:
01:04 ପ୍ରାଥମିକ ଚିକିତ୍ସା କେତେ ଗୁରୁତ୍ଵପୁର୍ଣ୍ଣ ଏବଂ
01:07 ସାପ କାମୁଡାରେ କିପରି ଯଥାର୍ଥ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବେ
01:11 ପ୍ରାଥମିକ ଚିକିତ୍ସାର ନିର୍ଦ୍ଦେଶାବଳୀକୁ ଯିବା ପୂର୍ବରୁ,
01:15 ପିଲାମାନେ ସେମାନଙ୍କ ସାଙ୍ଗକୁ ବଞ୍ଚାଇବା ପାଇଁ କରିଥିବା କାର୍ଯ୍ୟର ସମୀକ୍ଷା କରନ୍ତୁ
01:20 ସେମାନେ ପିଲାଟିକୁ ତଳେ ଶୁଆଇଦେଲେ
01:22 ଏବଂ ତା’ପରେ ସେମାନେ, ତା’କୁ ଡାକ୍ତରଖାନା ନେବା ପାଇଁ ଗୁରୁଜନମାନଙ୍କ ସାହାଯ୍ୟ ଲୋଡିଲେ
01:28 ତା’ପରେ ସେମାନେ କ୍ଷତର ଠିକ୍ ଉପରେ ଗୋଟିଏ କପଡା ବାନ୍ଧିଦେଲେ
01:32 ଏହା ଯଥାର୍ଥ ପ୍ରାଥମିକ ଚିକିତ୍ସା ଥିଲା କି?
01:35 ହଁ! ଏହା ଏକ ଯଥାର୍ଥ ମାର୍ଗ ଅଟେ
01:39 ଏହି କ୍ଷେତ୍ରରେ, ଡାକ୍ତରଖାନା ବେଶୀ ଦୂର ନଥିଲା
01:42 ତେଣୁ, ପିଲାଟିକୁ ଠିକ ସମୟରେ ଡାକ୍ତରୀ ଚିକିତ୍ସା ମିଳିଲା
01:46 ସାପ କାମୁଡା କ୍ଷେତ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଯଥାର୍ଥ ମାର୍ଗ ହେଉଛି:
01:51 ବ୍ୟକ୍ତିକୁ ଏକ ସମତଳ ଭୂମି ଉପରେ ଚିତ୍ କରି ଶୁଆଇଦେବେ
01:55 କ୍ଷତ ଜାଗାରେ ଗୋଟିଏ କପଡା ବାନ୍ଧିଦେବେ
01:59 ଏହି ପ୍ରାଥମିକ ଚିକିତ୍ସାର ମୂଳ ଉଦ୍ଦେଶ୍ୟ ହେଉଛି, ସାରା ଶରୀରରେ ବିଷର ସଂଚାରକୁ ରୋକିବା
02:07 ଏବଂ କ୍ଷତର ଚାରିପଟେ କପଡାକୁ କିପରି ବାନ୍ଧିବେ?
02:10 କପଡାକୁ ଗୋଡର ଉପରି ଭାଗରୁ ବାନ୍ଧିବା ଆରମ୍ଭ କରି ତଳ ଆଡକୁ ନେବେ
02:15 ଅତିରିକ୍ତ ଚିକିତ୍ସା ପାଇଁ, ବ୍ୟକ୍ତିକୁ ତୁରନ୍ତ ନିକଟସ୍ଥ ଡକ୍ତରଖାନାକୁ ସ୍ଥାନାନ୍ତର କରିବେ
02:20 ଏହିପରି, ଠିକ୍ ସମୟରେ ପ୍ରାଥମିକ ଚିକିତ୍ସା ପ୍ରଦାନ ଦ୍ଵାରା ଅନେକ ବିପଦକୁ ଏଡାଇ ହେବ
02:26 ମନେରଖନ୍ତୁ, ଭୁଲ୍ ପ୍ରାଥମିକ ଚିକିତ୍ସା କୌଣସି ବ୍ୟକ୍ତିର ଅବସ୍ଥାକୁ ଗୁରୁତର କରିପାରେ
02:32 ସାପ କାମୁଡା କ୍ଷେତ୍ରରେ ଏହାକୁ କରନ୍ତୁ:
02:34 ପ୍ରଥମେ, ନିଷ୍ପୀଡିତ ବ୍ୟକ୍ତିକୁ ଶୁଆଇ ଦିଅନ୍ତୁ
02:37 କପଡା ବାନ୍ଧିବା ସମୟରେ ସାମାନ୍ୟ ଚାପ ଦିଅନ୍ତୁ
02:41 ଏବଂ ସାପ କାମୁଡା କ୍ଷେତ୍ରରେ ଯାହା ଅକାର୍ଯ୍ୟ:
02:44 କାମୁଡା ଚାରିପଟର ଚର୍ମ କିମ୍ବା ମାଂସକୁ କାଟିବେ ନାହିଁ
02:49 କାମୁଡା ଚାରିପଟେ କିମ୍ବା ଉପରେ ବରଫ ଦେବେ ନାହିଁ
02:52 ବ୍ୟକ୍ତି ବିଶେଷକୁ ବିଦ୍ୟୁତ୍ ଝଟକା ଦେବେ ନହିଁ
02:56 କାମୁଡା ମଧ୍ୟରୁ ରକ୍ତ କିମ୍ବା ବିଷକୁ ଶୋଷିବାକୁ ଚେଷ୍ଟା କରିବେ ନାହିଁ ଏବଂ
03:01 ବଳପୂର୍ବକ କପଡାକୁ ବାନ୍ଧନ୍ତୁ ନାହିଁ. ଏହା ଦ୍ଵାରା ଗ୍ୟାଙ୍ଗ୍ରିନ୍ ହୋଇପାରେ
03:07 ଏହି ଭିଡିଓ Bridge the Digital Divideର ଏକ ଅଂଶ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ପ୍ରାଥମିକ ପଦକ୍ଷେପ
03:13 ସ୍ପୋକନ୍ ଟ୍ୟୁଟୋରିଆଲ୍ ବିଷୟରେ ଅଧିକ ଜାଣିବା ପାଇଁ:
03:15 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
03:21 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
03:25 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
03:29 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
03:33 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
03:37 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ
03:44 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
03:48 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
03:54 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
04:01 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep